ପି. ସେନରାୟପେରୁମଲଙ୍କୁ ରାଜା ରାଣୀ ଆତ୍ତମ ଥିଏଟରରେ ଜାତିଆଣ ଭାବ ଉପରେ ଆଧାରିତ ନାଟକରେ ଅଂଶ ଗ୍ରହଣ କରିବାକୁ ବାଧ୍ୟ କରି ସ୍କୁଲ ଆସିବା ବନ୍ଦ କରିଦିଆଗଲା। ସେ ଓ ତାଙ୍କ ଭାଇମାନେ ନାରୀ ଚରିତ୍ରରେ ଅଭିନୟ କରି ସେମାନଙ୍କ ପିଲାଦିନ କାଟିଛନ୍ତି – ସହିଛନ୍ତି ଅପମାନ, ଯୌନ ନିର୍ଯ୍ୟାତନା, ଏବଂ ବୋହିଛନ୍ତି ପରମ୍ପରାର ବୋଝ।
୨୩ ବର୍ଷ ବୟସରେ ଶିକ୍ଷା ପୁନଃପ୍ରାପ୍ତ ପାଇଁ କେବଳ ନିଜସ୍ଵ ଉଦ୍ୟମରେ ସେ ପ୍ରାଣମୂର୍ଚ୍ଛା ଉଦ୍ୟମ କଲେ, ଏପରିକି ବଞ୍ଚିବା ପାଇଁ ରାତି ରାତି ନାଚ କରି ଚାଲିଲେ। ତାଙ୍କୁ ବ୍ୟବସ୍ଥାଗତ ଭାବେ ମନା କରାଯାଉଥିବା ଶିକ୍ଷା ସେ ଲାଭ କଲେ। ସବୁ ସମୟରେ ଆମ ଦେଶରେ ଉଚ୍ଚ ଶିକ୍ଷା ପାଇଁ ଯେଉଁ ପ୍ରତିଶ୍ରୁତିବଦ୍ଧତା ରହିଛି ତାହାକୁ ଆଶ୍ରା କରି ସେ ନିଜେ କରି ଆସୁଥିବା ଲୋକକଳା ପରମ୍ପରା ସମ୍ପର୍କରେ ପିଏଚଡ଼ି ହାସଲ କଲେ। ତାଙ୍କ କ୍ଷେତ୍ରରେ ସେହି ପ୍ରତିଶ୍ରୁତି ଦୁଃଖଦ ଭାବେ ଥିଲା ଅତି ସ୍ୱଳ୍ପସ୍ଥାୟୀ।


