“ଆମେ ଆମ ଆଦିବାସୀ ଖାଦ୍ୟକୁ ଭୁଲିଗଲୁଣି”, କହନ୍ତି ୟାବାତମାଲରେ ରହୁଥିବା ଚନ୍ଦା ଘୋଡ଼ମ।
ଗ୍ରାମୀଣ ଭାରତରେ ୭୫ ପ୍ରତିଶତରୁ ଅଧିକ ମହିଳା କୃଷି କ୍ଷେତ୍ରରେ କାମ କରନ୍ତି। କିନ୍ତୁ ଅଳ୍ପ ସଂଖ୍ୟକ ମହିଳାଙ୍କର ଜମି ସତ୍ତ୍ଵ କିମ୍ବା ପ୍ରାଣୀଧନ ବା ପ୍ରାକୃତିକ ସମ୍ପଦ ଉପରେ ଅଧିକାର ରହିଛି। ମହିଳାମାନେ ଖାଦ୍ୟ ଉତ୍ପାଦନ ଓ ଜୈବ ବିବିଧତାର କେନ୍ଦ୍ରରେ ରହିଥିବା ସତ୍ତ୍ୱେ ସାମାଜିକ ବ୍ୟବସ୍ଥା ଭିତରେ ସେମାନଙ୍କୁ ନିଜସ୍ଵ ଅଧିକାରଗତ କୃଷିଜୀବୀ ମାନ୍ୟତା ଦିଆଯାଉ ନାହିଁ।
ମହାରାଷ୍ଟ୍ରର ମରୁଡିପ୍ରବଣ ଓ ଚାଷ ଖେତରେ ଆତ୍ମହତ୍ୟା ଦ୍ଵାରା ଆକ୍ରାନ୍ତ ଜିଲ୍ଲା ମରାଠାୱାଡ଼ା ଓ ବିଦର୍ଭ ଅଞ୍ଚଳରେ ସମସ୍ତ ପ୍ରତିବନ୍ଧକ ସତ୍ତ୍ଵେ ଚନ୍ଦା ଓ ଅନ୍ୟ ମହିଳାମାନେ ଏକ ନୀରବ ଆନ୍ଦୋଳନର ପୁରୋଧା ସାଜିଛନ୍ତି ଓ ସେମାନଙ୍କ ପାରମ୍ପରିକ ଖାଦ୍ୟ ନିକଟକୁ ଫେରିବାକୁ ଚାହୁଁଛନ୍ତି।
“ମୁଁ ଅନ୍ୟ ମହିଳାମାନଙ୍କୁ କହେ ଯେ ଆମ ଜମିରେ ସବୁ ଫସଲ ହେବ”, ହସିଦେଇ କହେ ଚନ୍ଦା।


