ମୀନତିମାର୍ଡି ମନୋରମ ପରିବେଶରେ ରୁହେ। ତା’ ଘର ପଛ ପଟେ ଅଜୋୟ ନଦୀ ପ୍ରବାହିତ ହୋଇଯାଇଛି ଏବଂ ଘର ଓ ହ୍ୱିସିଲ୍ ମାରି ଯାଇଥିବା ଟ୍ରେନ୍ ଲାଇନ୍ ମଝିରେ କେବଳ ଗୋଟିଏ ପଦ୍ମ ପୋଖରୀ ରହିଛି।
କିନ୍ତୁମେରୁଦଣ୍ଡ ଏବଂ ଗୋଡ଼ ଯକ୍ଷ୍ମାରେ ପୀଡ଼ିତ ଏହି ପାଞ୍ଚ ବର୍ଷର ବାଳିକା ଏହାକୁ ଦୂରରୁ ଥାଇ ମଧ୍ୟ ଦେଖିପାରୁନଥିଲା। କାରଣ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ମହୁଲ ଗାଁରେ ଥିବା ତାଙ୍କ ଘର ଚାରିପଟେ ସେ ଚାଲିବାକୁ କିମ୍ବା ଆଗକୁ ବଢ଼ିବାରେ ସକ୍ଷମ ହୋଇପାରୁନଥିଲେ।
‘‘ତା’ର ମେରୁଦଣ୍ଡ ଅତିଜଟିଳ ଭାବେ ବଙ୍କା ହୋଇଯାଇଥିଲା,’’ ତା’ ଜେଜେ ମା’ ଜବା ମାର୍ଡି କୁହନ୍ତି। ‘‘ସେ ଏତେ ମାତ୍ରାରେ କଷ୍ଟ ପାଉଥିଲା ଯେ ସେ ବଞ୍ଚିବ ବୋଲି ଆମେ ଭାବିନଥିଲୁ।’’
ରାଜ୍ୟରେମୋଟ୍ ଆଦିବାସୀଙ୍କ ମଧ୍ୟରେ ସାନ୍ଥାଲ (ସାନ୍ତାଳ)ଙ୍କ ସଂଖ୍ୟା ପ୍ରାୟ ଅଧା ହେବ ଏବଂ ସେମାନେ ପ୍ରାୟତଃ ଗ୍ରାମାଞ୍ଚଳରେ ରୁହନ୍ତି ଏବଂ ସ୍ଥାନୀୟ ଚିକିତ୍ସକଙ୍କ ଉପରେ ନିର୍ଭର କରିଥା’ନ୍ତି। ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ଭଳି ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଗୁରୁତର କର୍ମଚାରୀ ଅଭାବ ରହିଛି (ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧-୨୨)।
ମୀନତି ଠାରେ ଗମ୍ଭୀର ଶ୍ଵାସକ୍ରିୟା ସମସ୍ୟା ଦେଖା ଦେବା ପରେ ତାର ପରିବାର ତାକୁ ନିକଟରେ ଥିବା ଜଣେ ଡାକ୍ତରଙ୍କ ପାଖକୁ ନେଇଗଲେ। ସେ ଜଣେ ମାନ୍ୟତା ପ୍ରାପ୍ତ ଚିକିତ୍ସକ କି ନୁହଁ ସେମାନେ ସନ୍ଦେହରେ ଥିଲେ। ବୀରଭୂମ ଜିଲ୍ଲା ସିଉଡି-ଆଇ ବ୍ଲକର ଏହି ଉପାନ୍ତ ଅଞ୍ଚଳରେ ଏହା ଜାଣିବା ଅସମ୍ଭବ ଥିଲା। ଜାବା କୁହନ୍ତି ଯେ ଯୋଗ୍ୟ ଚିକିତ୍ସକ କେଉଁଠି ମିଳିବେ ସେ ବିଷୟରେ ସେମାନଙ୍କର ଆଦୌ ଧାରଣା ନଥିଲା।


