ସୁଡ଼ଲାଇ କାଳୀ ବା ଶ୍ମଶାନର ଦେବୀଙ୍କ ସମ୍ମାନରେ ଦିଆଯାଉଥିବା ବଳୀ ସ୍ୱରୂପ ଗୋଟିଏ ଗଞ୍ଜାକୁ ନିଜ ଦାନ୍ତରେ ମାରିବା ପରେ, ସେ ଗୋଟିଏ ତୋରପ୍ପୁ (ଛେଳିର ଫୁସଫୁସ)କୁ ଦାନ୍ତରେ ଚାପି ଧରିବା ସହ ବାମ ହାତରେ ଧରିଥିବା ଦା’କୁ ବୁଲାଇ ବୁଲାଇ ଲୟବଦ୍ଧ ଭାବେ ଚାଲି ଚାଲି ଯାଆନ୍ତି। କଳା ରଙ୍ଗର ଶାଢ଼ୀ ପିନ୍ଧି ଐଶ୍ୱର୍ଯ୍ୟା ତିରୁୱଲମ ସହରରେ ଦେବୀ ପୁଟ୍ରୁ ପୁଙ୍ଗୱଣକ ଅମ୍ମନ ମନ୍ଦିରଠାରୁ ପୁନାଇ ନଦୀ ପର୍ଯ୍ୟନ୍ତ ଯାଇଥିବା ବ୍ୟସ୍ତବହୁଳ ସଡ଼କରେ ପମ୍ବାଇ ଆଣ୍ଡ ପାରାଇ ଡ୍ରମର ଧ୍ୱନି ସହିତ ନୃତ୍ୟ କରି ଚାଲନ୍ତି। ଥକି ଯାଇଥିବା ତିରୁଣଙ୍ଗଇ (ତାମିଲରେ କିନ୍ନର) ଯେଉଁ ଶୋଭାଯାତ୍ରାରେ ନେତୃତ୍ୱ ନେଉଛନ୍ତି ତାହା ଶୁଖିଲା ନଦୀ ପାଖରେ ପହଞ୍ଚିବା ପରେ ସେ ଅଚେତ ହୋଇଯାଆନ୍ତି । ୩୭ ବର୍ଷୀୟା ଐଶ୍ୱର୍ଯ୍ୟା ନିଜର ଏକ ନାଟକ କମ୍ପାନୀ ଚଳାଉଥିଲେ ମଧ୍ୟ, ଏହା କେବଳ ତାଙ୍କ ପାଇଁ ଏକ ‘ପ୍ରଦର୍ଶନ’ ନୁହେଁ। ଦିନର ଶେଷ ଭାଗରେ ଆୟୋଜିତ ହେବାକୁ ଥିବା ମଞ୍ଚ ନାଟକକୁ ଆହୁରି ଅନେକ ଘଣ୍ଟା ସମୟ ରହିଛି।
ସେ ତାମିଲନାଡ଼ୁରଭେଲ୍ଲୋର ଜିଲ୍ଲାରଏହି ଗାଁରେଦଳିତ ସମ୍ପ୍ରଦାୟଦ୍ୱାରା ତାମିଲମାସ ମାସି (ମାର୍ଚ୍ଚ)ରଅମାବାସ୍ୟା (ଅମାବସାଇ) ସମୟରେ ପାଳନକରାଯାଉଥିବା ବାର୍ଷିକମୟାଣା କୋଲ୍ଲଇଉତ୍ସବ (ଶ୍ମଶାନଲୁଟ୍ ଉତ୍ସବ)ରେସାମିଲ ହୋଇଛନ୍ତି। ରାଜ୍ୟରେଅନୁସୂଚିତ ଜାତିରୂପରେ ତାଲିକାଭୁକ୍ତଚକ୍କିଲିୟାର ସମ୍ପ୍ରଦାୟରପ୍ରତିନିଧିତ୍ୱ କରୁଥିବାଐଶ୍ୱର୍ଯ୍ୟା ବିଗତଦୁଇ ଦଶନ୍ଧିଧରି ମନ୍ଦିରଉତ୍ସବରେ ପୂଜାଅନୁଷ୍ଠାନରେ ଭାଗନେଉଛନ୍ତି।
‘‘ମୁଁସେହି ଉନ୍ମାଦରେନାଚୁନଥିଲି,’’ ପରେସେ କୁହନ୍ତି, ‘‘ମୋର ସେବିଷୟରେ ମନେନାହିଁ। ଅମ୍ମାନହିଁ ମୋତେବଶ କରିନେଇଥିଲେ।’’ ଅମ୍ମାନଙ୍କୁକାଳୀଙ୍କ ଅବତାର କୁହାଯାଏ, ସେ ଲୋକ ଦେବୀଅଟନ୍ତି ଯାହାଙ୍କୁତାଙ୍କ ସମ୍ପ୍ରଦାୟରଲୋକମାନେ ପୂଜାକରନ୍ତି। ପୂଜାଶେଷ ହେବାପରେ, ଅନ୍ତିମ ପ୍ରଦର୍ଶନ ରାତି୧୦ଟାରେ ଆରମ୍ଭହେବ।
ରାତିର ଦୃଶ୍ୟଭିନ୍ନ ହୋଇଥାଏ। ଐଶ୍ୱର୍ଯ୍ୟାରାସ୍ତା ମଝିରେତିଆରି ହୋଇଥିବା୧୦ x ୧୨ଫୁଟ ଉଚ୍ଚମଞ୍ଚ ଉପରେପାଦ ରଖିବାପରେ ନିଜଶକ୍ତି ଫେରିପାଆନ୍ତି। ସେଉତ୍ସବର ଆୟୋଜକମାନଙ୍କୁବ୍ୟାନର ଲଗାଇବାପାଇଁ ନିର୍ଦ୍ଦେଶଦିଅନ୍ତି, ୫୦୦ୱାଟ୍ ବିଶିଷ୍ଟଦୁଇଟି ଲାଇଟ୍ ଲଗେଇବା ପାଇଁସଠିକ ସ୍ଥାନଚିହ୍ନଟ କରନ୍ତି। ‘‘ସେହିଦୁଇଟି ଲାଇଟକୁମଞ୍ଚ ଆଡ଼କୁସାମାନ୍ୟ ତେରେଚ୍ଛାକରି ବାନ୍ଧ,’’ ସେ ଆଦେଶଦିଅନ୍ତି। ସେଏକାଧାରରେ ମଞ୍ଚପରିଚାଳକ, କଷ୍ଟ୍ୟୁମ୍ ଡିଜାଇନର, ଲାଇଟ୍ ଡିଜାଇନର, ନିର୍ଦ୍ଦେଶକ, ନାଟ୍ୟକାର ଏବଂନାଟକ ଦଳରମୁଖ୍ୟ। ଐଶ୍ୱର୍ଯ୍ୟାଏକାକୀ ଡ୍ରାମାକମ୍ପାନୀର ଅଧିକାଂଶକାମ ବୁଝନ୍ତିଏବଂ ତାଙ୍କକମ୍ପାନୀର ନାମହେଉଛି ଅଶୋକ ନାଟକ ମଣ୍ଡ୍ରମ୍। ମଞ୍ଚଉପରେ ରଖାଯାଇଥିବାକପଡ଼ା ବ୍ୟାନରରେମୋଟା ଅକ୍ଷରରେଏହି ନାଁଲେଖାଯାଇଛି ।



