ଆମ ଦେଶରେ ଲୋକଙ୍କ ଚେହେରା ଓ ବୃତ୍ତିଗତ ବିବିଧତାର ଆକଳନ ଆମ ଫେସେସ୍ ବା ‘ମୁଖମଣ୍ଡଳ’ ପ୍ରକଳ୍ପର ଲକ୍ଷ୍ୟ । ଏହା ହେଉଛି ଜିଲ୍ଲା ଓ ଗ୍ରାମ୍ୟସ୍ତରର ଲୋକଙ୍କ ଚେହେରା ଓ ଜୀବିକା ସଂପର୍କିତ ଟିକିନିଖି ବିବରଣୀ ସମ୍ବଳିତ ଏକ ଡାଟାବେସ୍ ବା ବିସ୍ତୃତ ତଥ୍ୟାବଳୀ, ଯାହା ଏବେ ହଜାର ହଜାର ସଂଖ୍ୟାରେ ପହଞ୍ଚିଲାଣି ।


SANGUR, PUNJAB
|WED, JAN 03, 2024
୨୦୨୩ରେ: କେବଳ ‘ଚେହେରା’ ନୁହେଁ, ଆହୁରି କେତେ କ’ଣ
ବିଭିନ୍ନ ଆଦିବାସୀ ସଂପ୍ରଦାୟ, ପଶ୍ଚିମ ବଙ୍ଗ ବୀରଭୂମର ଚାଷୀ ଏବଂ କେରଳର ଆଲାପୁଝାର ନଡ଼ିଆ କତା ଶ୍ରମିକ, ଏ ବର୍ଷ ଆମେ ସାମିଲ କରିଥିବା ଅନେକଙ୍କ ମଧ୍ୟରୁ କେତେକ ଏମାନେ
Author
Translator

Atraye Adhikary
ଏ ବର୍ଷ ୫୩ଟି ନୂଆ ବ୍ଲକରେ କାର୍ଯ୍ୟ କରିଥିଲା ‘ଫେସେସ୍’ । ଉଦାହରଣ ସ୍ୱରୂପ, ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲା ଅନ୍ତର୍ଗତ ଦୁବରାଜପୁର ବ୍ଲକରେ ଆମ ପ୍ରତିନିଧି ଭେଟିଥିଲେ ଜଣେ ଅବସରପ୍ରାପ୍ତ ଡାକ କର୍ମଚାରୀ ସମୀର ପାଠକଙ୍କୁ । ଆମେ ମଧ୍ୟ ନିମ୍ନୋକ୍ତ ଆଦିବାସୀ ସଂପ୍ରଦାୟକୁ ଆମ ସହିତ ସାମିଲ କରିଥିଲୁ: କାନିକର, ମହ୍ଲାର, କୋଲି, ପାନିୟାନ, କାଟ୍ଟୁନାୟକନ, ମଲାଇ ଆରାୟନ, ଆଦିୟାନ ଏବଂ ବୋଡ଼ୋ ।
ପ୍ରାରମ୍ଭିକ ପର୍ଯ୍ୟାୟରେ, ଅନେକ ଛାତ୍ରଛାତ୍ରୀ କେବଳ ଫଟୋଗ୍ରାଫ ଜରିଆରେ ଗ୍ରାମୀଣ ଭାରତ ସହ ସଂପର୍କ ଯୋଡ଼ିବା ଏବଂ ତଥ୍ୟ ନଥିଭୁକ୍ତ କରିବାର ଏକ ଅବଲମ୍ବନ ରୂପେ ଏହି ପ୍ରକଳ୍ପକୁ ଗ୍ରହଣ କରିନେଇଥିଲେ । ବର୍ଷ ପରେ ବର୍ଷ ବିତିବା ସହିତ, ଆମକୁ ରିପୋର୍ଟ ଦେଉଥିବା ଯୁବ ପ୍ରତିନିଧିମାନେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ, ସାରା ଦେଶର ବିଭିନ୍ନ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକରେ ବସବାସ କରୁଥିବା ଲୋକଙ୍କ ଫଟୋ ଉତ୍ତୋଳନ କରିଥିଲେ ।
କୌଣସି ରାଜ୍ୟ ଅନ୍ତର୍ଗତ ପ୍ରତ୍ୟେକ ଜିଲ୍ଲାର ପ୍ରତିଟି ବ୍ଲକରୁ ଅନ୍ତତଃ ଜଣେ ପ୍ରାପ୍ତବୟସ୍କ ପୁରୁଷ, ଜଣେ ପ୍ରାପ୍ତବୟସ୍କା ମହିଳା ଏବଂ ଜଣେ ଶିଶୁ କିମ୍ବା କିଶୋରଙ୍କ ପ୍ରତିରୂପକୁ ନଥିଭୁକ୍ତ କରିବା ‘ଫେସେସ୍’ର ଲକ୍ଷ୍ୟ । ଗ୍ରାମୀଣ ଭାରତ ବ୍ୟତିରେକ ସହରାଞ୍ଚଳରେ ବସବାସ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ତଥ୍ୟାବଳୀକୁ ମଧ୍ୟ ଏହି ପ୍ରକଳ୍ପରେ ରେକର୍ଡ କରାଯାଏ ।
ଆସନ୍ତୁ ଭେଟିବା ସୁମଙ୍ଗଳାଙ୍କୁ, କେରଳର ଆଲାପୁଝା ଜିଲ୍ଲାର ହରିପାଦ ବ୍ଲକ ବାସିନ୍ଦା ଚାରି ଜଣ ନଡ଼ିଆ କତା ଶ୍ରମିକଙ୍କ ମଧ୍ୟରୁ ଜଣେ - ଏ ବର୍ଷ ‘ଫେସେସ୍’ରେ ସ୍ଥାନ ପାଇଥିବା ଏକ ନୂତନ ବୃତ୍ତି । ତାଙ୍କ ସଂପର୍କିତ ବିବରଣୀରୁ ଆମେ ଜାଣିପାରୁ ଯେ, ଗ୍ରାମୀଣ ଭାରତର ମହିଳାମାନେ କେବଳ ଯେ ଘରକାମ କରନ୍ତି ତାହା ନୁହେଁ – ସେମାନେ ଚାଷଜମିରେ କାମ କରନ୍ତି, ମାଛ ଓ ପନିପରିବା ବିକନ୍ତି, ସିଲେଇ, ତନ୍ତକାମ ଓ ହାତବୁଣା କାମ ବି କରନ୍ତି । ସଂକ୍ଷେପରେ, ସେମାନେ ବହୁବିଧ କାର୍ଯ୍ୟ ତୁଲାଇବାରେ ସକ୍ଷମ ।

Megha Elsa Thomas

Raplin Sawkmie
ଏ ବର୍ଷ ଆମ ପାଇଁ ଖବର ସଂଗ୍ରହ କରୁଥିବା ପ୍ରତିନିଧିଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଥିବାରୁ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ‘ଫେସେସ୍’ରେ ବି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଫଟୋ ସ୍ଥାନ ପାଇଛି ।
ମେଘାଳୟର ପୂର୍ବ ଖାସୀ ହିଲସର ମାପଲାଙ୍ଗ ବ୍ଲକ୍ (ଏ ବର୍ଷର ଆଉ ଏକ ପ୍ରଥମ ବ୍ଲକ୍)ରେ ଆମର ସାକ୍ଷାତ ହୁଏ ନୋବିକା ଖାସାଇଁଙ୍କ ସହିତ, ୯ମ ଶ୍ରେଣୀର ଜଣେ ଛାତ୍ରୀ ଏବଂ ପାରମ୍ପରିକ ଖାସୀ ନୃତ୍ୟଶିଳ୍ପୀ । ନୋବିକା କହନ୍ତି, “ଯଦିବା ଏଥିରେ ଅଧିକ ସମୟ ଲାଗେ, ତଥାପି ପ୍ରତି ନୃତ୍ୟ (ପରିବେଷଣ) ପୂର୍ବରୁ ମୁଁ ଆମ ପାରମ୍ପରିକ ପୋଷାକ ପିନ୍ଧିବାକୁ ଭଲ ପାଏ।”
ଯଦି ଆମେ କରୁଥିବା କାମ ପ୍ରତି ଆପଣଙ୍କର ଆଗ୍ରହ ରହିଛି ଏବଂ ଆପଣ ‘ପରୀ’ରେ ଆପଣଙ୍କ ଅବଦାନ ସାମିଲ କରିବାକୁ ଚାହାଁନ୍ତି, ତେବେ ଦୟାକରି ଆମକୁ [email protected] ମେଲ୍ ଆଇଡିରେ ଲେଖନ୍ତୁ । ଆମ ସହିତ କାମ କରିବା ଲାଗି ମୁକ୍ତବୃତ୍ତି ଏବଂ ସ୍ୱାଧୀନ ଲେଖକ, ରିପୋର୍ଟର, ଫଟୋଗ୍ରାଫର, ଚଳଚ୍ଚିତ୍ର ନିର୍ମାତା, ଅନୁବାଦକ, ସଂପାଦକ, ଚିତ୍ରଶିଳ୍ପୀ ଏବଂ ଗବେଷକମାନଙ୍କୁ ଆମେ ସ୍ୱାଗତ କରୁଛୁ ।
ପରୀ’ ଏକ ଲାଭକାରୀ ସଂସ୍ଥା ନୁହେଁ ଏବଂ ଆମର ବହୁଭାଷୀ ଅନଲାଇନ୍ ପତ୍ରିକା ଏବଂ ଅଭିଲେଖାଗାରକୁ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ଅବଦାନ ଉପରେ ଆମେ ନିର୍ଭର କରୁ । ଆପଣ ଯଦି ‘ପରୀ’କୁ କିଛି ଦାନ ଦେବାକୁ ଚାହାଁନ୍ତି, ତେବେ DONATE ଉପରେ କ୍ଲିକ୍ କରନ୍ତୁ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/in-2023-more-than-just-a-face-or

