ଆହୁରି ଆଗକୁ ଦକ୍ଷିଣରେ ଅବସ୍ଥିତ କାଳିନ୍ଦୀ କୁଞ୍ଜ ଘାଟ, ଯେଉଁଠାରେ ନଦୀ ପ୍ରଶସ୍ତ ହୋଇଯାଇଛି ଓ ବାୟୁ ରାସାୟନିକ ଗନ୍ଧରେ ବହଳିଆ ପାଲଟିଛି । ପାଣି ଉପରେ ଧଳା ଫେଣର ଗୋଟିଏ ଆସ୍ତରଣ ଭାସୁଛି ଓ ବାୟୁ ଦ୍ଵାରା କଣ୍ଠନଳୀ ଜଳାପୋଡ଼ା ହେଉଛି ।
ଏଠାରେ ୪୧-ବର୍ଷୀୟ ଫିରୋଜ ମଲିକ ଅନ୍ୟ ରକମର ସେବା ଯୋଗାଇ ଦେଉଛନ୍ତି । ସେ ଯମୁନାରେ ଦେହାବଶେଷର ପାଉଁଶ ବିସର୍ଜ୍ଜନ କରନ୍ତି (ହିନ୍ଦୁମାନେ ବିଶ୍ଵାସରେ ପାଳନ କରୁଥିବା ରିତି କର୍ମ), ଏପରିକି ଯେତେବେଳେ ପାଣି ଅତି ଅଧିକ ଆବର୍ଜ୍ଜନାଯୁକ୍ତ ହୋଇଥାଏ । “ମୁଁ ଭିତରେ ନିଃଶ୍ଵାସ ନେଇ ପାରେନାହିଁ, ଯଦି କେହି ଜଣେ ଭିତରେ ରହିଗଲା [ପାଣି ଭିତରେ ଦୀର୍ଘ ସମୟ ଧରି] ସେମାନେ ବଞ୍ଚିବେ ନାହିଁ”, ସେ କହନ୍ତି । ତଥାପି ଫିରୋଜଙ୍କ ପାଇଁ ସେହି ପାଣିରେ ସମ୍ପୂର୍ଣ୍ଣ ବୁଡ଼ିବା ହେଉଛି ତାଙ୍କର ପ୍ରତିଦିନର ଅଭ୍ୟାସ ।
ଦିଲ୍ଲୀରେ ଯମୁନା କେବଳ କେତେକାଂଶରେ ବଞ୍ଚି ରହିଛି, ଯାହା ଏକ ଅଣନିଃଶ୍ଵାସୀ ଅବତାର । ଜୀବିକା ପାଇଁ ଏହା ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଅଣନିଃଶ୍ଵାସୀ ଜୀବନ ଭଳି ଏକାପରି ଅବସ୍ଥା, ଯେମିତି ବନାରସୀ ଓ ଫିରୋଜ ଯେଉଁମାନେ ସେମାନଙ୍କର ଦୈନିକ ଉପାର୍ଜ୍ଜନ ଏହି ବିପଦଜନକ କାମରୁ ପାଆନ୍ତି ।
ନଦୀଟି ନିରବତାରେ କଷ୍ଟ ଭୋଗୁଛି । ସେହିଭଳି କଷ୍ଟ ଭୋଗୁଛନ୍ତି ଯେଉଁ ଲୋକମାନେ ଏହା ଉପରେ ନିର୍ଭର କରନ୍ତି । ବୁଡ଼ାଳିମାନେ ବୁଡ଼ି ଯାଉଥିବା ଅପରିଚିତ ଲୋକଙ୍କୁ ଓ ଶବ ଉଦ୍ଧାର କରିବାକୁ ଏହି ରାସାୟନିକ ପଦାର୍ଥ ମିଶ୍ରିତ ପାଣିକୁ ନିଶ୍ଚୟ ଡେଇଁବା ଦରକାର । ଅଭିନନ୍ଦନଙ୍କ ଭଳି ନୌବାହକମାନେ ଏଠାରେ ଘଟୁଥିବା ପରସ୍ପର ବିରୋଧୀ ଘଟଣାଗୁଡ଼ିକର ସାକ୍ଷୀ: ଯେଉଁ ଭକ୍ତମାନେ ନଦୀକୁ ପୂଜା କରନ୍ତି, ସେମାନେ ହିଁ ଏହାକୁ ଦୂଷିତ କରନ୍ତି । ସେମାନେ ଯମୁନାର ମାନବବାଦୀ ମଣିଷ, ଏଠାରେ ଘଟୁଥିବା ବିନାଶ ଓ ପାଣି ଧାରରେ ଘଟୁଥିବା ସହନଶୀଳତା ଉଭୟ କଥାର ସାକ୍ଷୀ, ଦୀର୍ଘ ଦିନ ଧରି ନିର୍ଯ୍ୟାତିତା ଏହି ନଦୀର ରକ୍ଷକ ।
ଅନୁବାଦ: ଓଡ଼ିଶାଲାଇଭ୍