
SANGUR, PUNJAB
|WED, JUL 23, 2025
୨୦୧୯ ନିର୍ବାଚନ: ଗ୍ରାମାଞ୍ଚଳ ଭୋଟ
କେଉଁ ସବୁ ପ୍ରସଙ୍ଗ ଭାରତର ଗ୍ରାମାଞ୍ଚଳ ଭୋଟ୍ ନିର୍ଦ୍ଧାରଣ କରେ ? ଦେଶର ଗାଁଗୁଡ଼ିକରେ ଯେଉଁ ସବୁ ପ୍ରସଙ୍ଗ ଲୋକଙ୍କୁ ଅଧିକ ପ୍ରଭାବିତ କରିଥାଏ, ସେଥିରେ ରହିଛି ଚାଷୀଙ୍କ ଦୁର୍ଦ୍ଦଶା, ଋଣଛାଡ଼, ସ୍ୱା ସ୍ଥ୍ୟସେବା, ରାସ୍ତା, ସ୍କୁଲ, ଚାକିରି, ଅଧିକ ମଜୁରି ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ । ଆନ୍ଧ୍ର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ଉତ୍ତରାଖଣ୍ଡର ବିଭିନ୍ନ ଗାଁରୁ ଏହା ହିଁ ଜାଣିବାକୁ ପାଇଲା ‘ପରୀ’ । କେତେକ ସ୍ଥାନରେ, ଗୋଷ୍ଠୀଗତ ସଂପୃକ୍ତିରେ ଶାସନ; ଅନ୍ୟ କେତେକରେ, ଶିଳ୍ପ ଓ ପ୍ରକଳ୍ପ ସ୍ଥାପନ ନିମନ୍ତେ ନିଜର ଜମି ଓ ଜଳରୁ ବଞ୍ଚିତ ହେଉଥିବା ଲୋକଙ୍କ କ୍ରୋଧ, କିମ୍ବା ଦୀର୍ଘ ଦିନର ଦାବି ପ୍ରତି ଅଣଦେଖା ଭାବ । ପୂର୍ଣ୍ଣାଙ୍ଗ ବିବରଣୀ ଏଠାରେ ପଢ଼ନ୍ତୁ ।
Author
Translator
10. ନିରାପତ୍ତା ଏବଂ ବିଜୁଳି ଗୁରୁଗ୍ରାମ ନିର୍ବାଚନ ଉପରେ ପ୍ରଭାବ ପକାଇପାରେ
ହରିୟାନାର ଗୁରୁଗ୍ରାମ ଜିଲ୍ଲାରେ ଥିବା ‘ସହରୀ ଗାଁ’ ନୟାଗାଓଁ ‘ମିଲେନିୟମ୍ ସିଟି’ର ମଲ୍ ଏବଂ ଅଫିସଠାରୁ ସଂପୂର୍ଣ୍ଣ ଭିନ୍ନ । ଏହାର ବାସିନ୍ଦାମାନେ ମେ ୧୨ ତାରିଖରେ ଭୋଟ ଦେବା ପରେ ସେମାନଙ୍କର ଭିତ୍ତିଭୂମି ଠିକ୍ ହୋଇଯାଉ ବୋଲି ଚାହାନ୍ତି ।
9. ଭୁଜ୍ ବାଲଟ ଉପରେ ଯୁବତୀ ଓ ବୃଦ୍ଧଙ୍କ ଆଶା
ଗୁଜରାଟ କଚ୍ଛ ଜିଲ୍ଲାର ଭୁଜ୍ ସହର ଓ ଏହାର ନିକଟବର୍ତ୍ତୀ ଗାଁଗୁଡ଼ିକରେ ମହିଳା ଓ ଅନ୍ୟମାନେ ନିର୍ବାଚନକୁ ନେଇ କଥା ହେଉଛନ୍ତି। ସେମାନଙ୍କର ଆଶା ଓ ସନ୍ଦେହ ଏବଂ କିଛି ଲୋକ କାହିଁକି ଆଜି, ଏପ୍ରିଲ ୨୩ରେ ଲୋକସଭା ନିର୍ବାଚନରେ ଭୋଟ ଦେବାକୁ ଯିବେ ନାହିଁ, ତା ଉପରେ ଆଲୋଚନା ଚାଲିଛି
8. ନୀଳଗିରିରେ ମଦ ବିରୋଧରେ ଆଦିବାସୀଙ୍କ ଭୋଟ
ଗୁଦାଲୁର ବ୍ଲକ୍ରେ ମହିଳାମାନେ କୁହନ୍ତି, ମଦର ଦୁରୁପଯୋଗ ଏବଂ ସରକାରୀ ମଦ ଦୋକାନଗୁଡ଼ିକ ସେମାନଙ୍କ ଘର ନଷ୍ଟ କରୁଛି। କୌଣସି ପ୍ରାର୍ଥୀ ଏ ନେଇ ଚିନ୍ତିତ ଥିବା ମନେ ହେଉନାହାଁନ୍ତି, କିନ୍ତୁ ମହିଳାମାନଙ୍କ ଆଶା ଆଜିର ମତଦାନ ପରେ ସେଠି ଏଥିରେ ପରିବର୍ତ୍ତନ ହେବ
7. ଥୁଥୁକୁଡ଼ି ନିର୍ବାଚନରେ ରାଫେଲ୍ ଉପରେ ଷ୍ଟେର୍ଲାଇଟ୍ର ପ୍ରାଧାନ୍ୟ
ତାମିଲନାଡୁର କୁମାରେଡ୍ଡିୟାପୁରମ୍ ଗାଁରେ-ଏପ୍ରିଲ୍ ୧୮ରେ ଏଠାରେ ଭୋଟ୍ ଗ୍ରହଣ–୨୦୧୮ମେ ମାସ ୨୨ ତାରିଖ ଦିନ ଷ୍ଟେର୍ଲାଇଟ୍ କପର୍ ପ୍ଲାଣ୍ଟ୍କୁ ବିରୋଧ କରୁଥିବା ୧୪ ଜଣ ଆନ୍ଦୋଳନକାରୀ ପୋଲିସ ଗୁଳିରେ ପ୍ରାଣ ହରାଇବା ଘଟଣାର ସ୍ମୃତି ଏବେ ବି ଭୋଟଦାତାଙ୍କ ମନରେ ପ୍ରାଧାନ୍ୟ ବିସ୍ତାର କରେ ।
6. ତୁମକୁର ନିର୍ବାଚନ ପରେ ସ୍ୱଚ୍ଛ କାର୍ଯ୍ୟର ଆଶା
କର୍ଣ୍ଣାଟକରେ ହାତରେ ମଇଳା ଉଠାଉଥିବା ମେହେନ୍ତରଙ୍କ ସଂଖ୍ୟା ତୁମକୁର ଜିଲ୍ଲାରେ ସର୍ବାଧିକ । ସେମାନଙ୍କ ମଧ୍ୟରୁ ଅନେକ କହନ୍ତି ଯେ, ସେମାନେ ରାଜନୈତିକ ନେତାଙ୍କ ଉପରେ ସେତେ ବେଶୀ ଭରସା କରନ୍ତି ନାହିଁ, କିନ୍ତୁ ସ୍ଥିତି ସୁଧୁରିବ ବୋଲି ଆଶା ରଖି ସେମାନେ ଏପ୍ରିଲ୍୧୮ରେ ଭୋଟ୍ ଦେବେ।
5. ଅନନ୍ତପୁର ନିର୍ବାଚନରେ ଭୟ ଏବଂ ଗୋଷ୍ଠୀ
ଆନ୍ଧ୍ରପ୍ରଦେଶର ରାୟଲସୀମା ଅଞ୍ଚଳରେ ପ୍ରସଙ୍ଗ ବଦଳରେ ଗୋଷ୍ଠୀ ଅନୁରକ୍ତି ହିଁ ନିର୍ବାଚନକୁ ପରିଚାଳିତ କରୁଛି। ରାଜ୍ୟର ଭୋଟରମାନେ ଆଜି ଉଭୟ ଲୋକସଭା ଏବଂ ରାଜ୍ୟ ବିଧାନ ସଭା ପାଇଁ ଭୋଟ ଦେଇଛନ୍ତି।
4. ହିମାଳୟର ନିର୍ବାଚନୀ ପ୍ରସଙ୍ଗ: ମୋ ପଥ ନୁହେଁ ରାଜପଥ
ତୀଖ ପର୍ବତମାଳାରେ ଖଚର ଚଲା ପଥ ଦେଇ ମାଇଲ ମାଇଲ ଚାଲୁଥିବା ଉତ୍ତରାଖଣ୍ଡର ଉଚ୍ଚପାର୍ବତ୍ୟାଞ୍ଚଳରେ ଅବସ୍ଥିତ ଗାଁଗୁଡ଼ିକର ଲୋକେ ପଚାରନ୍ତି, ଯଦି ଏପ୍ରିଲ୍ ୧୧ରେ ସେମାନେ ଭୋଟ୍ ଦେବେ, ତେବେ କ୍ଷମତାକୁ ଆସୁଥିବା କେଉଁ ରାଜନୈତିକ ଦଳ, ଦୀର୍ଘ ଦିନ ଧରି ଏଠି ନିର୍ମାଣ ନ ହୋଇ ପଡ଼ି ରହିଥିବା ରାସ୍ତା କାମ ପୂରା କରିବ ।
3. ଭୋଟ୍ ଲଢ଼େଇରେ ୟବତମାଲ୍ ଚାଷୀଙ୍କ ବିଧବା
ପୂର୍ବ ମହାରାଷ୍ଟ୍ରରେ ରାଜନୈତିକ ମହାରଥୀମାନଙ୍କ ବିପକ୍ଷରେ ୨୦୧୯ ଲୋକସଭା ନିର୍ବାଚନ ଲଢୁଛନ୍ତି ଜଣେ କୃଷି ଶ୍ରମିକ ଓ ଅଙ୍ଗନବାଡ଼ି କର୍ମୀ ବୈଶାଳୀ ୟେଡ଼େ, ଯାହାଙ୍କର ସ୍ୱାମୀ ୨୦୧୧ରେ ଆତ୍ମହତ୍ୟା କରିଥିଲେ ।
2. ଭୋଟ କଥା କହୁଛି ତେମ୍ଭାରେ ଗାଁ
ଟିଭି ଚ୍ୟାନେଲର ବୟାନବାଜି ଏବଂ ରାଜନୈତିକ ଦଳଙ୍କ ସଫଳତାର ଗାଥାଠାରୁ ଦୂରରେ ରହି, ପ୍ରାର୍ଥୀଙ୍କୁ ତର୍ଜମା କରୁଥିଲେ ମହାରାଷ୍ଟ୍ର ଥାନେ ଜିଲ୍ଲାର ଗ୍ରାମାଞ୍ଚଳର ଲୋକ। ସେମାନେ ଏଭଳି ପ୍ରାର୍ଥୀ ଖୋଜୁଥିଲେ ଯିଏ ସ୍ୱାସ୍ଥ୍ୟ, ଗମନାଗମନ, ସ୍କୁଲ, ଋଣ ଛାଡ, ନିଯୁକ୍ତି- ଏଭଳି ଅନେକ ପ୍ରସଙ୍ଗରେ ସେମାନଙ୍କ ସହ ରହିବ
1. ଚନ୍ଦ୍ରପୁର ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ କରୁଥିବା ଗଛ
ପୂର୍ବ ମହାରାଷ୍ଟ୍ରର ବାରଞ୍ଜ ମୋକସା ଏବଂ ଅନ୍ୟ ଗାଁମାନଙ୍କରେ ଏକ କୋଇଲା ଖଣି ଲୋକମାନଙ୍କର ଜମି ଓ ଜୀବନ ଜୀବିକାକୁ ବ୍ୟାପକ ଭାବେ କ୍ଷତି ପହଞ୍ଚାଇବା ପରେ ସେଠାକାର ବିଜେପି ସାଂସଦ ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିନଥିବା କଥା ଲୋକମାନେ କହୁଛନ୍ତି। ତେଣୁ ଏପ୍ରିଲ ୧୧ ତାରିଖ ଭୋଟ ପରେ ସେମାନେ ତାଙ୍କୁ କ୍ଷମତାଚ୍ୟୁତ କରିବେ ବୋଲି ପ୍ରକାଶ କରିଛନ୍ତି।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/elections-2019-village-votes-or










