ମସଜିଦ୍ ନିକଟରେ ଥିବା ତାଙ୍କ ବଖୁରିକିଆ ଘରର ଶିଉଳିଲେପା କାନ୍ଥରେ ଯେତେବେଳେ ପ୍ରଥମ କଅଁଳ-ସବୁଜ ପତ୍ର ମୁହଁ ଦେଖେଇଲା, ଅମିନା ଓଠରେ ଫୁଟି ଉଠିଲା ଧାରେ ହସ। ତାକୁ ଛିଣ୍ଡେଇବା ପାଇଁ ତା’ ମନ କହିଲାନି। ବର୍ତ୍ତମାନ କିଛି ଦିନ ପାଇଁ ସେ ବାହାରକୁ ଯିବା ବନ୍ଦ କରିଦେଇଥିଲା, ତା’ ବଖୁରିକିଆ ଘର ଭିତରେ ଅଧିକାଂଶ ଦିନ କାଟୁଥିଲା, ଏକା। ଗର୍ଭପାତ ଜନିତ ଅସୁସ୍ଥତାରୁ ସେ ଭଲ ହେଉଥିଲା, ଯାହାକି ଆହୁରି ଏପରି ଖରାପ ଅବସ୍ଥାରୁ ଘଟିଥିଲା କି ତାହା ତାକୁ ଚୁରମାର କରି ଦେଇଥିଲା। ସେହି ଭୟଙ୍କର ଘଟଣାର କଳା ଛାଇ ଘେରରେ ରହି କେଉଁଆଡେ ଯିବାକୁ ତା’ ପାଇଁ ସ୍ଥାନ ନଥିଲା। ସେହିସବୁ ଦିନଗୁଡ଼ିକରେ ଟିକି ସତେଜ-ସବୁଜ ହୃଦୟ-ଆକାରର ସେହି ପତ୍ର ହିଁ ତା’ ଚାରିପଟର ପରିବେଶରେ ତା’ ପାଇଁ କୋମଳ ଭାବର କିଛି ଥିଲା।
କିବଲା ଦିଗରେ ତାହା ବଢୁଥିଲା – ତାହା କ’ଣ କେବଳ ଏକ ଗୁରୁତ୍ଵହୀନ ତଥ୍ୟ, ନା ଅଧିକୋତ୍ତର ଭାବେ କୌଣସି ଗଭୀର ସଙ୍କେତ? ସେ ବୁଝିବାକୁ ସକ୍ଷମ ନଥିଲା।
ଗୋଟିଏ ମାସ ଭିତରେ ସେ ଲକ୍ଷ୍ୟ କଲା ଯେ କାନ୍ଥରେ ଥିବା ଫାଟ ଚଉଡ଼ା ହେଉଛି, ବଢ଼ିବାରେ ଲାଗିଛି ଓ ଚେର ମୋଟା ହେଉଛି – ପ୍ରାୟ ଏକ ଫୁଟ ଲମ୍ବା ଓ ଦୁର୍ବଳ ଭାବେ ଓହଳି ଥିବା ଏହାର ସରୁଆ ଡାଳରୁ କେତୋଟି ଅଧିକ ପତ୍ର ବାହାରିଛି। ତେବେ ତାକୁ ସେସବୁ କିଛି ବିଚଳିତ କଲାନାହିଁ। ସେ ପୁଣି ତା’ ଶାନ୍ତ ଜଗତକୁ ଫେରିଗଲା। ଦଙ୍ଗା ବନ୍ଦ ହେଇଗଲା। ଏବଂ ରାସ୍ତା ଉପରକୁ ପୁରୁଣା ଜୀବନଧାରା ଫେରିଆସିଲା। ସେ ଘରୁ ପାରିଶ୍ରମିକ ନେଇ କିଛି କିଛି ହାତ ସିଲେଇ କାମ କରିବା ଆରମ୍ଭ କଲା। ଘର ଭିତରେ କାମ କଲାବେଳେ ଅଧିକାଂଶ ସମୟରେ ନିଜ ସହିତ କଥା ହେଉଥିବ, ସତେ ଯେମିତି ସାକ୍ଷୀ ଭାବେ ତା’ ଜୀବନର କଷ୍ଟ ଓ ବ୍ୟଥାକୁ ଶେଷରେ କେହି ଜଣେ ଶୁଣୁଛି।
ପାଚେରୀ ଆରପଟେ ଯେଉଁଠାରେ ଅନ୍ୟ ଗୋଷ୍ଠୀର ଲୋକେ ରହନ୍ତି ସେପଟକୁ ଓସ୍ତ ଗଛଟି ଯେ ପ୍ରକାଣ୍ଡ ଆକାରରେ ବଢ଼ିବାରେ ଲାଗିଛି ସେ ବିଷୟରେ ସେ କିଛି ଜାଣି ନଥିଲା। ଆଜିକାଲି ଅନ୍ୟଗୋଷ୍ଠୀର ଲୋକଙ୍କ ସହ ସେମାନଙ୍କର କିଛି ଲେଣ ଦେଣ ନଥିଲା। କେବେ ଯେ ପାଚେରୀ ଆରପଟେ ଜଣେ କେହି କେତୋଟି ପବିତ୍ର ପଥର ନେଇ ଥୋଇଲା, ଅଲୌକିକ କଥା କିଛି ଘଟିଲା, ଲୋକେ ମତାମତ ନେଲେ ଓ ଆର୍ଥିକ ସାହାଯ୍ୟ ନେଇ ଗଛଟିକୁ ଘେରେଇ ଗୋଟିଏ ବିକଳ୍ପ ଢାଞ୍ଚା ତିଆରି କଲେ ସେ ବିଷୟରେ ତା’ର କୌଣସି ଧାରଣା ନଥିଲା। ଲାଗିଲା ସତେ ଯେମିତି ଓସ୍ତ ଗଛଟି ତା’ ପଛଆଡ଼େ ରହି କିଛି ଷଡ଼ଯନ୍ତ୍ର କରୁଥିଲା। ସେହି ଐଶ୍ୱରିକ ପରିପ୍ରକାଶକୁ ସେଠାରୁ ଘୁଞ୍ଚେଇବାର ପ୍ରଶ୍ନ ଉଠୁ ନଥିଲା। ଏହି ନିର୍ଦ୍ଦିଷ୍ଟ ସ୍ଥାନରେ, ଏହି ନିର୍ଦ୍ଦିଷ୍ଟ ଗଛରେ, ଯାହାର ଚେରଗୁଡ଼ିକରେ ପ୍ରଭୁ ବିଷ୍ଣୁଙ୍କ ବାସସ୍ଥଳୀ ରହିଛି, ସେଭଳି କରାଯାଉଥିଲା ତାହାକୁ ନେଇ ବାସ୍ତବରେ ଏକାଧିକ କାହାଣୀ ରହିଥିଲା। ନା ସେ ବ୍ରହ୍ମା ଥିଲେ? ନୋଟିସଟିକୁ ପଢୁଥିଲା ବେଳେ ସେ ତା’ର ଅଜ୍ଞତା ବିଷୟରେ ଭାବୁ ଥିଲା...


