ବିହାରର ଦରଭଙ୍ଗା ଜିଲ୍ଲା ଅନ୍ତର୍ଗତ ତରଡ଼ି ଗାଁର ଜଣେ କୃଷି ଶ୍ରମିକଙ୍କ ପୁଅ ଲାଲ ସିଂ ୧୯୯୭ରେ ମୁମ୍ବାଇ ଆସିଛନ୍ତି । ଘର ମାନେ ହେଲା ଅଭାବ ଓ ସଂଘର୍ଷ, ମୁମ୍ବାଇରେ ରହିଥିଲା ସହରର ଆଲୋକ । ସାରା ଭାରତର ଗାଁଗୁଡ଼ିକରୁ ସହରକୁ ସ୍ଥାନାନ୍ତର ହେଉଥିବା ୨.୧ କୋଟି ପ୍ରବାସୀ ଓ ସେହି ଦଶକରେ କେବଳ ମୁମ୍ବାଇକୁ ଆସିଥିବା ୨୫ ଲକ୍ଷ ଲୋକମାନଙ୍କ ମଧ୍ୟରୁ ସେ ଥିଲେ ଜଣେ । ସମସ୍ତେ ଜୀବିକା ସନ୍ଧାନରେ ଆସିଥିଲେ । ସେ ଜଣେ ସୁରକ୍ଷା ଗାର୍ଡ, ଗୋଟିଏ କାରଖାନାରେ ଦିନ ମଜୁରିଆ ଶ୍ରମିକ, ଜଣେ ଅଫିସ ପିଲା, କୁକୁର ବୁଲାଇବା ଲୋକ ଭାବେ କାମ କରନ୍ତି । କିନ୍ତୁ ସେ ଏହି ସହରରେ ଖୋଜି ପାଇଛନ୍ତି ଏକ ନୂତନ ଆବେଗ ଓ ଏକ ନୂଆ ସ୍ୱପ୍ନ । ଅଭିନୟ କରିବା ଓ ଲେଖିବା ପ୍ରତି ତାଙ୍କ ଭଲପାଇବାକୁ ସେ ଆବିଷ୍କାର କରିଛନ୍ତି ।
ମୁମ୍ବାଇରେ ୨୮ ବର୍ଷ ରହିବା ଭିତରେ ଦିନବେଳା ଲାଲ ସିଂ ଜୀବିକା ଅର୍ଜ୍ଜନ ପାଇଁ କାମ କରନ୍ତି । କିନ୍ତୁ ପ୍ରେକ୍ଷାପଟ୍ଟରେ ସେ ଏବେ ବି ତାଙ୍କ ଦକ୍ଷତାକୁ ପରିପକ୍ୱ ଓ ସୃଷ୍ଟିଶୀଳ ସ୍ୱପ୍ନକୁ ପରିବର୍ଦ୍ଧିତ କରୁଛନ୍ତି । ଏହା ହେଉଛି ଲାଲ ସିଂ ଓ ତାଙ୍କ ଦୀର୍ଘ ଯାତ୍ରାର କାହାଣୀ, ଭୟ ସଂଚାରକାରୀ ଓ ପ୍ରେରଣାଦାୟକ ।
ଅନୁବାଦ: ଓଡ଼ିଶାଲାଇଭ୍


