୨୦୧୭ ରେ ଆୟୋଜିତ ମୋର ଫଟୋ ପ୍ରଦର୍ଶନୀ ଯୋଗୁ” ମୁଁ ‘ପରୀ’ ପାଇଁ କାମ କରିବା ଆରମ୍ଭ କଲି। କିନ୍ତୁ ଯେଉଁ ପ୍ରଦର୍ଶନୀ ମୋତେ ଜଣେ ଦୃଶ୍ୟକଳା ଶିଳ୍ପୀ ରୂପେ ପରିଚିତ କରାଇଲା, ତାହା ଭାନବିଲ ରେବତୀ ଓ ଶିଳ୍ପୀ ନଟରାଜନଙ୍କ ବିନା ହୋଇନଥାନ୍ତା। ୨୦୦୪ର ସୁନାମୀ ପରେ ନରିକ୍କୁରାବର ଓ ବୁମ ବୁମ ମଟ୍ଟକାରାର ଗୋଷ୍ଠୀର ପିଲାମାନଙ୍କୁ ନେଇ ରେବତୀ ଭାନବିଲ ବିଦ୍ୟାଳୟ ଆରମ୍ଭ କଲେ। ମୁଁ ଥୁରାଭିକ୍କାଡୁ ଓ ଅନାନକାଡୁ ବସ୍ତିର ପିଲା ଓ ଲୋକମାନଙ୍କୁ ତାଙ୍କ ମାଧ୍ୟମରେ ଜାଣିଲି, ଏବଂ ମୁଁ ସଙ୍ଗେ ସଙ୍ଗେ ଅନୁଭବ କଲି ଯେ ମୋତେ ସେମାନଙ୍କ ଜୀବନ ବିଷୟରେ ଲେଖିବାକୁ ଓ ସେମାନଙ୍କ ଫଟୋ ଉଠାଇବାକୁ ପଡ଼ିବ।
ବୁମ ବୁମ ମଟ୍ଟକାରାରମାନେ ହେଉଛନ୍ତି ଅନୁସୂଚିତ ଜନଜାତି ବର୍ଗର, ଓ ସେମାନେ ଆଡ଼ିୟାନସ (ଆଥିୟାନସ ଭାବେ ମଧ୍ୟ) ଭାବେ ପରିଚିତ ଓ ସୂଚିତ। ‘ବୁମ ବୁମ’ ଶବ୍ଦ ମଟ୍ଟକାରାରମାନେ ପାଟିରେ କରୁଥିବା ଶବ୍ଦ କିମ୍ବା ଉରୁମି ଗାଈଚରାଳିମାନେ ଏକ ଦୁଇ-ମୁଣ୍ଡିଆ ଘଡ଼ି ଆକାରର ବାଜାରୁ ସୃଷ୍ଟି କରୁଥିବା ଶବ୍ଦ। ସେହି ନାଁ ସେମାନେ ବଳଦଟିଏକୁ ସଜେଇ ଓ ତାକୁ ମାଧ୍ୟମ କରି ଭବିଷ୍ୟବାଣୀ କରୁଥିବା ପେଷାରୁ ଉତ୍ପନ୍ନ ହୋଇଛି।






























