ଓଢ଼ୋ ଜାମ୍‌ ଏବଂ ହୋଥଲ ପଦମଣିଙ୍କ ପ୍ରେମ କାହାଣୀ କଚ୍ଛର ସବୁଠୁ ପ୍ରସିଦ୍ଧ ଲୋକକଥା ମଧ୍ୟରୁ ଅନ୍ୟତମ। ଏହାବ୍ୟତୀତ ଏହା ସୌରାଷ୍ଟ୍ରର କିଛି ଅଞ୍ଚଳରେ ମଧ୍ୟ ଏହା ବେଶ୍‌ ଲୋକପ୍ରିୟ ଏବଂ ଯେଉଁଠି ଏହା ସ୍ୱାଭାବିକ ଭାବେ କୌଣସି ଲୋକକଥା ରୂପରେ ପ୍ରସାରିତ ହୋଇଛି । ବିଭିନ୍ନ ସମୟ ଏବଂ ଭୌଗୋଳିକ ସ୍ଥିତିରେ ବ୍ୟାପି ରହିଥିବା ଏହି ଲୋକକଥାର ଏକାଧିକ ସଂସ୍କରଣରେ ଆମକୁ ଏହାର ଭିନ୍ନ ଭିନ୍ନ ବିବରଣୀ ମିଳିଥାଏ। କେଉଁଠି ଓଢ଼ୋଙ୍କୁ ଆଦିବାସୀ ସମ୍ପ୍ରଦାୟର ସାହସୀ ନେତା ଭାବେ ଦର୍ଶାଯାଇଛି ତ’ ଆଉ କେଉଁଠି କିୟୋରର କ୍ଷତ୍ରୀୟ ଯୋଦ୍ଧା ଭାବେ ଉଲ୍ଲେଖ କରାଯାଇଛି ଏବଂ ହୋଥଲଙ୍କୁ ଆଦିବାସୀ ସମ୍ପ୍ରଦାୟର ନେତୃତ୍ୱ ନେଉଥିବା ଜଣେ ସାହସୀ ମହିଳା ଭାବେ ବର୍ଣ୍ଣନା କରାଯାଇଛି। ଅନେକ କାହାଣୀରେ ତାଙ୍କୁ ପ୍ରାୟତଃ ଅଭିଶାପ କାରଣରୁ ପୃଥିବୀରେ ଜନ୍ମ ନେଇଥିବା ଜଣେ ଦୈବିକ ଚରିତ୍ର ଭାବେ ମାନ୍ୟତା ଦିଆଯାଇଛି ।

ଅନୈତିକ ସମ୍ପର୍କ ସ୍ଥାପନ ପାଇଁ ନିଜ ଭାଉଜ ମୀନାବତୀଙ୍କ ଅନୁରୋଧକୁ ଅସ୍ୱୀକାର କରିବା କାରଣରୁ ଓଢ଼ୋ ଜାମଙ୍କୁ ନିର୍ବାସନ ଭୋଗିବାକୁ ପଡ଼ିଛି। ସେ ପିରାଣା ପାଟଣରେ ମାମୁ ଘର ସମ୍ପର୍କୀୟ ବିସଲଦେବଙ୍କ ସହ ରହୁଛନ୍ତି ଯାହାଙ୍କ ଓଟଗୁଡ଼ିକୁ ସିନ୍ଧରେ ଥିବା ଥିବା ନାଗର-ସମୋଇର ମୁଖ୍ୟ ବମ୍ବଣିୟା ଲୁଟି ନେଇଛି। ଓଢ଼ୋ ସେହି ଓଟଗୁଡ଼ିକୁ ଫେରାଇ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ପଶୁପାଳକ ସମ୍ପ୍ରଦାୟର ହୋଥଲ ପଦମଣିଙ୍କର ମଧ୍ୟ ବମ୍ବଣିୟା ସହିତ ଶତ୍ରୁତା ରହିଛି । ହୋଥଲଙ୍କ ପିତାଙ୍କ ରାଜ୍ୟକୁ ମଧ୍ୟ ସେ ଆକ୍ରମଣ କରି ନଷ୍ଟ କରି ଦେବା ସହ ତାଙ୍କର ଗୋରୁମାନଙ୍କୁ ଚୋରାଇ ନେଇଥିଲା। ହୋଥଲ୍‌ ଏହି ଅପମାନର ପ୍ରତିଶୋଧ ନେବେ ବୋଲି ମୃତ୍ୟୁଶଯ୍ୟାରେ ଥିବା ନିଜ ପିତାଙ୍କୁ କଥା ଦେଇଥିଲେ। ସେ ଯେତେବେଳେ ଓଢ଼ୋ ଜାମଙ୍କୁ ଭେଟିଥିଲେ, ସେତେବେଳେ ସେ ନିଜ ଅଭିଯାନ ଆରମ୍ଭ କରିସାରିଥିଲେ ଏବଂ ପୁରୁଷ ଯୋଦ୍ଧା ବେଶରେ ଥିଲେ। କେତେକ ସଂସ୍କରଣରେ ତାଙ୍କୁ ‘‘ହୋଥୋ’’ ଏବଂ ଆଉ କେତେକରେ ‘‘ଇକ୍କଲମଲ’’ କୁହାଯାଇଛି। ତାଙ୍କୁ ଜଣେ ସାହସୀ ଯୁବ ସୈନିକ ବୋଲି ଭାବି ଓଢ଼ୋ ଜାମ୍‌ ବନ୍ଧୁତାର ହାତ ବଢ଼ାଇଛନ୍ତି। ଯେହେତୁ ଉଭୟଙ୍କ ଲକ୍ଷ୍ୟ ଏକ, ସେଥିପାଇଁ ଓଢ଼ୋ ଜାମ୍‌ ଏବଂ ହୋଥଲଙ୍କ ମଧ୍ୟରେ ତୁରନ୍ତ ବନ୍ଧୁତା ସ୍ଥାପନ ହେଉଛି ଏବଂ ଉଭୟ ମିଶି ବମ୍ବଣିୟାର ଲୋକଙ୍କ ସହ ଲଢ଼ୁଛନ୍ତି ଏବଂ ସେମାନଙ୍କୁ ହରାଇ ଦେଉଛନ୍ତି। ଶେଷରେ ଓଟଗୁଡ଼ିକୁ ନେଇ ଫେରି ଆସୁଛନ୍ତି।

ନାଗର-ସମୋଇରୁ ଫେରିବା ସମୟରେ ଉଭୟଙ୍କ ରାସ୍ତା ଅଲଗା ହୋଇଯାଉଛି ଏବଂ ଓଢ଼ୋ ପିରାଣା ପାଟଣ ଚାଲି ଯାଉଛନ୍ତି ଏବଂ ହୋଥୋ କନାରା ପର୍ବତ ଦିଗରେ ଯାଉଛନ୍ତି। ଓଢ଼ୋ ଜାମ୍‌, ହୋଥୋଙ୍କୁ ଭୁଲି ପାରୁନାହାନ୍ତି ଏବଂ କିଛି ଦିନ ପରେ ନିଜ ବନ୍ଧୁଙ୍କୁ ଖୋଜିବା ପାଇଁ ନିଷ୍ପତ୍ତି ନେଉଛନ୍ତି। ରାସ୍ତାରେ ଗୋଟିଏ ହ୍ରଦ ପାଖରେ ପୁରୁଷ ବେଶରେ ଥିବା ଜଣେ ବାହାଦୂର ସୈନିକ ଏବଂ ତାଙ୍କ ଘୋଡ଼ାକୁ ଦେଖୁଛନ୍ତି। ହେଲେ ହୋଥୋଲ ପାଣିରେ ଗାଧୋଉଥିବା ସମୟରେ, ତାଙ୍କର ଅସଲ ପରିଚୟ ବିଷୟରେ ଓଢ଼ୋ ଜାଣିପାରୁଛନ୍ତି।

ଓଢ଼ୋ ତାଙ୍କ ପ୍ରେମରେ ପଡ଼ି ବାହା ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ହୋଥୋଲ ମଧ୍ୟ ତାଙ୍କ ପ୍ରେମର ପରିପ୍ରକାଶ କରୁଛନ୍ତି । କିନ୍ତୁ ବିବାହ ପାଇଁ ଗୋଟିଏ ସର୍ତ୍ତ ରଖୁଛନ୍ତି : ସେ କେବଳ ଓଢ଼ୋ ଜାମଙ୍କ ସହ ରହିବେ, ଏବଂ ତାଙ୍କ ସହିତ ସେତିକି ଦିନ ପର୍ଯ୍ୟନ୍ତ ରହିବେ ଯେପର୍ଯ୍ୟନ୍ତ ଓଢ଼ୋ ତାଙ୍କ ପରିଚୟକୁ ଲୁଚାଇ ରଖୁଛନ୍ତି। ସେମାନଙ୍କର ବାହାଘର ହୋଇଯାଉଛି ଏବଂ ସେମାନଙ୍କଠାରୁ ଦୁଇ ଜଣ ସାହସୀ ପୁଅ ଜନ୍ମ ନେଉଛନ୍ତି। କିଛି ବର୍ଷ ପରେ ନିଶାରେ ହିତାହିତ ଜ୍ଞାନ ହରାଇ କିମ୍ବା ଅନ୍ୟ ଏକ ସଂସ୍କରଣ ଅନୁଯାୟୀ, କୌଣସି ସାର୍ବଜନୀନ ସଭାରେ ନିଜ ଛୋଟ ପିଲାଙ୍କ ଅସାଧାରଣ ସାହସିକ ବ୍ୟକ୍ତିତ୍ୱ ବିଷୟରେ ଓଢ଼ୋ କହିବା ସମୟରେ ହୋଥଲଙ୍କ ପରିଚୟ ପ୍ରଘଟ କରି ଦେଇଛନ୍ତି । ଏହାପରେ ଓଢ଼ୋଙ୍କୁ ଛାଡ଼ି ହୋଥଲ୍‌ ଚାଲି ଯାଉଛନ୍ତି ।

ଏଠାରେ ଉପସ୍ଥାପିତ ଗୀତକୁ ଗାଇଛନ୍ତି ଭଦ୍ରେସରର ଜୁମା ୱାଘେର ଯାହାକି ଓଢ଼ୋ ଜାମ୍‌ର ଜୀବନରେ ବିଚ୍ଛେଦର ଏହି କାହାଣୀକୁ ବର୍ଣ୍ଣନା କରିଥାଏ। ଓଢ଼ୋ ଜାମ୍‌ ଦୁଃଖ ଓ ଶୋକରେ ବୁଡ଼ି ରହିଛନ୍ତି । ସେ ଦୁଃଖ ଓ ଶୋକରେ ଏତେ ଅଧୀର ହୋଇପଡ଼ିଛନ୍ତି ଯେ ତାଙ୍କ ଆଖି ଲୁହରେ ହଜାସର ହ୍ରଦରେ ବନ୍ୟା ଆସିଯାଇଛି। ଗୀତରେ ହୋଥଲ ପଦମଣିଙ୍କୁ ବିଳାସବ୍ୟସନ ଓ ଆତିଥେୟପୂର୍ଣ୍ଣ ଜୀବନର ପ୍ରତିଶ୍ରୁତି ଦେଇ ଫେରି ଆସିବାକୁ ଅନୁରୋଧ କରାଯାଉଛି।

ଜୁମା ବାଘେର ଗାଇଥିବା ଲୋକଗୀତଟିକୁ ଶୁଣନ୍ତୁ

કચ્છી

ચકાસર જી પાર મથે ઢોલીડા ધ્રૂસકે (2)
એ ફુલડેં ફોરૂં છડેયોં ઓઢાજામ હાજાસર હૂબકે (2)
ઉતારા ડેસૂ ઓરડા પદમણી (2)
એ ડેસૂ તને મેડીએના મોલ......ઓઢાજામ.
ચકાસર જી પાર મથે ઢોલીડા ધ્રૂસકે
ફુલડેં ફોરૂં છડેયોં ઓઢાજામ હાજાસર હૂબકે
ભોજન ડેસૂ લાડવા પદમણી (2)
એ ડેસૂ તને સીરો,સકર,સેવ.....ઓઢાજામ.
હાજાસર જી પાર મથે ઢોલીડા ધ્રૂસકે
ફુલડેં ફોરૂં છડેયોં ઓઢાજામ હાજાસર હૂબકે
નાવણ ડેસૂ કુંઢીયું પદમણી (2)
એ ડેસૂ તને નદીએના નીર..... ઓઢાજામ
હાજાસર જી પાર મથે ઢોલીડા ધ્રૂસકે
ફુલડેં ફોરૂં છડયોં ઓઢાજામ હાજાસર હૂબકે
ડાતણ ડેસૂ ડાડમી પદમણી (2)
ડેસૂ તને કણીયેલ કામ..... ઓઢાજામ
હાજાસર જી પાર મથે ઢોલીડા ધ્રૂસકે (2)
ફુલડેં ફોરૂં છડ્યોં ઓઢાજામ હાજાસર હૂબકે.

ଓଡ଼ିଆ

ଚକାସର ହ୍ରଦ କୂଳରେ ଢୋଲବାଲା କାନ୍ଦନ୍ତି,
କାନ୍ଦନ୍ତି (୨)
ଫୁଲମାନେ ଛାଡ଼ି ଦେଇଛନ୍ତି ବାସ୍ନା, ଉଡ଼ିଯାଇଛି ମିଠା ବାସ୍ନା,
ଆଉ ଓଢ଼ୋ ଜାମ୍‌ଙ୍କ ଦୁଃଖ ଭଳି ହ୍ରଦ ଉଠିଛି ଉଚ୍ଛୁଳି। (୨)
ଆମେ ତୋ ରହିବା ପାଇଁ ବଡ଼ କୋଠରୀ ଦେବୁ, ପଦମଣି (୨)
ରହିବା ପାଇଁ ଆମେ ଦେବୁ ଉଚ୍ଚ ମହଲ,
ଓଢ଼ୋ ଜାମ୍‌ଙ୍କ ଦୁଃଖ ଭଳି ହଜାସର ହ୍ରଦ ଉଠିଛି ଉଚ୍ଛୁଳି,
ହଜାସର ହ୍ରଦ କୂଳରେ ଢୋଲବାଲା କାନ୍ଦନ୍ତି,
କାନ୍ଦନ୍ତି।
ଫୁଲମାନେ ଛାଡ଼ି ଦେଇଛନ୍ତି ବାସ୍ନା, ଉଡ଼ିଯାଇଛି ମିଠା ବାସ୍ନା,
ଆଉ ଓଢ଼ୋ ଜାମଙ୍କ ଦୁଃଖ ଭଳି ହଜାସର ହ୍ରଦ ଉଠିଛି ଉଚ୍ଛୁଳି
ଖାଇବାକୁ ଆମେ ଲଡ଼ୁ ଦେବୁ, ପଦମଣି (୨)
ଆମେ ଦେବୁ ଶୀରୋ, ସାକର ଓ ସେଓ...
ହଜାସର ହ୍ରଦ କୂଳରେ ଢୋଲବାଲା କାନ୍ଦନ୍ତି,
କାନ୍ଦନ୍ତି।
ଫୁଲମାନେ ଛାଡ଼ି ଦେଇଛନ୍ତି ବାସ୍ନା, ଉଡ଼ିଯାଇଛି ମିଠା ବାସ୍ନା,
ଆଉ ଓଢ଼ୋ ଜାମଙ୍କ ଦୁଃଖ ଭଳି ହଜାସର ହ୍ରଦ ଉଠିଛି ଉଚ୍ଛୁଳି
ଆମେ ଗାଧୋଇବାକୁ ଛୋଟ ପୋଖରୀ ଦେବୁ, ପଦ୍‌ମଣି (୨)
ଆମେ ଦେବୁ ନଈର ପାଣି...
ହଜାସର ହ୍ରଦ କୂଳରେ ଢ଼ୋଲବାଲା କାନ୍ଦନ୍ତି,
କାନ୍ଦନ୍ତି।
ଫୁଲମାନେ ଛାଡ଼ି ଦେଇଛନ୍ତି ବାସ୍ନା, ଉଡ଼ିଯାଇଛି ମିଠା ବାସ୍ନା,
ଆଉ ଓଢ଼ୋ ଜାମଙ୍କ ଦୁଃଖ ଭଳି ହଜାସର ହ୍ରଦ ଉଠିଛି ଉଚ୍ଛୁଳି
ଦାନ୍ତ ସଫା କରିବା ପାଇଁ ଆମେ ଦେବୁ ଡାଳିମ୍ବର ଦାନ୍ତକାଠି (୨)
ଆମେ ଦେବୁ କରବୀ ଭଳି କୋମଳ ଦାନ୍ତକାଠି ।
ହଜାସର ହ୍ରଦ କୂଳରେ ଢ଼ୋଲବାଲା କାନ୍ଦନ୍ତି,
କାନ୍ଦନ୍ତି।
ଫୁଲମାନେ ଛାଡ଼ି ଦେଇଛନ୍ତି ବାସ୍ନା, ଉଡ଼ିଯାଇଛି ମିଠା ବାସ୍ନା,
ଆଉ ଓଢ଼ୋ ଜାମ୍‌ଙ୍କ ଦୁଃଖ ଭଳି ହଜାସର ହ୍ରଦ ଉଠିଛି ଉଚ୍ଛୁଳି

PHOTO • Priyanka Borar

ସଂକୁଳ : ପ୍ରେମ ଓ ଲାଳସାର ଗୀତ

ଗୀତ : ୧୦

ଗୀତର ଶୀର୍ଷକ : ଚକାସର ଜି ପାର ମ ଥେ ଢୋ ଲିଡ଼ା ଧ୍ରୁସକେ

ସ୍ୱର : ଦେବଲ ମେହଟା

ଗାୟକ : ମୁନ୍ଦ୍ରା ତାଲୁକାର ଭଦ୍ରେସର ଗ୍ରାମର ଜୁମା ୱାଘେର

ବ୍ୟବହୃ ସଂଗୀତ ଉପକରଣ : ଡ୍ରମ୍‌, ହାର୍ମୋନିୟମ, ବେଞ୍ଜୋ

ରେକର୍ଡିଂ ବର୍ଷ : ୨୦୧୨, କେଏମଭିଏସ ଷ୍ଟୁଡିଓ

ଗୋଷ୍ଠୀ ରେଡିଓ ଷ୍ଟେସନ ସୁରବାଣୀ ଏଭଳି ୩୪୧ଟି ଲୋକଗୀତକୁ ରେକର୍ଡ କରିଛି ଯାହାକି କଚ୍ଛ ମହିଳା ବିକାଶ ସଂଗଠନ (କେଏମଭିଏସ) ମାଧ୍ୟମରେ ପରୀକୁ ଆସିଛି । ଏଭଳି ଅଧିକ ଗୀତ ପାଇଁ ଏହି ପେଜ୍‌ ଦେଖନ୍ତୁ : ରଣ୍‌ର ଗୀତ : କଚ୍ଛି ଲୋକ ଗୀତର ସଂଗ୍ରହ

ସହଯୋଗ ପାଇଁ ପ୍ରୀତି ସୋନି , କେଏମଭିଏସର ସଚିବ ଅରୁଣା ଢୋଲକିୟା ଏବଂ କେଏମଭିଏସର ପ୍ରକଳ୍ପ ସଂଯୋଜକ ଅମଦ ସମେଜା ଙ୍କୁ ବିଶେଷ କୃତଜ୍ଞତା ତଥା ଭାରତୀବେନ ଗୋରଙ୍କୁ ତାଙ୍କର ମୂଲ୍ୟବାନ ସହାୟତା ପାଇଁ ଧନ୍ୟବାଦ

ଅନୁବାଦ: ଓଡ଼ିଶାଲାଇଭ୍‍

Text : Pratishtha Pandya

Pratishtha Pandya is a Senior Editor at PARI where she leads PARI's creative writing section. She is also a member of the PARIBhasha team and translates and edits stories in Gujarati. Pratishtha is a published poet working in Gujarati and English.

Other stories by Pratishtha Pandya
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE