‘କ୍ୟାପଟେନ୍ ଭାଉ’ (ରାମଚନ୍ଦ୍ର ଶ୍ରୀପତି ଲାଡ୍‌)
ସ୍ୱାଧୀନତା ସଂଗ୍ରାମୀ ଏବଂ ତୋଫାନ ସେନାର ମୁଖିଆ
ଜୁନ୍ ୨୨,୧୯୨୨ - ଫେବୃୟାରୀ ୫,୨୦୨୨

ଶେଷ ସମୟ ବେଳକୁ ତାଙ୍କୁ ସମସ୍ତେ ଭୁଲିଗଲେ ଏପରିକି ସେ ଯେଉଁ ଦେଶ ପାଇଁ ଲଢ଼ିଥିଲେ ସେମାନେ ମଧ୍ୟ ମନେ ପକାଇଲେ ନାହିଁ।ବିଶ୍ୱର ସବୁଠାରୁ ଅଧିକ ଶକ୍ତିଶାଳୀ ସାମ୍ରାଜ୍ୟ ବିରୋଧରେ ୧୯୪୦ ଦଶକରେ ତାଙ୍କର ସାଥୀମାନଙ୍କ ସହ ଦେଶ ପାଇଁ ଲଢ଼େଇ କରିଥିଲେ, ସେ ହଜାର ହଜାର ଲୋକଙ୍କ ଭିତରେ ଆଦର୍ଶ ଭାବରେ ପରିଗଣିତ ହେଉଥିଲେ। କିନ୍ତୁ ତାଙ୍କର କାହାଣୀ ଜନମୁଖରେ ବିଶେଷ ଆଦୃତ ହୋଇନଥିଲା। କିମ୍ବଦନ୍ତୀ ପୁରୁଷ ନାନା ପାଟିଲଙ୍କ ନେତୃତ୍ୱରେ ପରିଚାଳିତ ଗୁପ୍ତ ଅସ୍ଥାୟୀ ସରକାର ‘ପ୍ରତି ସରକାର’ ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ ରାମଚନ୍ଦ୍ର ଶ୍ରୀପତି ଲାଡ୍, ଯାହାକୁ କି ୧୯୪୩ ମସିହାରେ ବ୍ରିଟିଶ୍ ସାମ୍ରାଜ୍ୟ ତରଫରୁ ସତାରା’ର ସେସେସନ୍ ଭାବରେ ଘୋଷଣା କରାଯାଇଥିଲା।

କିନ୍ତୁ କ୍ୟାପଟେନ୍ ଭାଉ (ତାଙ୍କର ଛଦ୍ମନାମ ନୋମ୍ ଡେ ଗୁଏରେ) ଏବଂ ତାଙ୍କର ବୀର ସାଥୀମାନେ ଏହା ଯୋଗୁଁ ଅଟକିନଥିଲେ। ତିନି ବର୍ଷ ଧରି, ୧୯୪୬ ମସିହା ପର୍ଯ୍ୟନ୍ତ ସେମାନେ ବ୍ରିଟିଶ୍ ସରକାରଙ୍କୁ ଅଟକାଇ ରଖିଥିଲେ, ଏବଂ ପ୍ରତି ସରକାର ହିଁ ୬୦୦ ଗ୍ରାମ ବ୍ୟାପୀ ରହିଥିଲା ଯେଉଁଠାରେ ସେମାନେ ସମାନ୍ତରାଳ ସରକାର ଚଳାଉଥିଲେ। କହିବାକୁ ଗଲେ, ଫେବୃୟାରୀ ୫ ତାରିଖ ତାଙ୍କର ମୃତ୍ୟୁ ସରକାର ର ଶେଷକୁ ଚିହ୍ନିତ କରେ।

Ramchandra Sripati Lad, or 'Captain Bhau,' as he appeared in a 1942 photograph and (right) 74 years later
PHOTO • P. Sainath

ରାମଚନ୍ଦ୍ର ଶ୍ରୀପତି ଲାଡ୍‌, କିମ୍ବା ‘କ୍ୟାପଟେନ୍ ଭାଉ’, ୧୯୪୨ ମସିହାରେ ଏକ ଫଟୋଗ୍ରାଫ୍‌ରେ ଏବଂ (ଡାହାଣ)ରେ ୭୪ ବର୍ଷ ପରେ

କ୍ୟାପଟେନ୍ ‘ଭାଉ’ (‘ବଡ଼ ଭାଇ’) ପ୍ରତି ସରକାର’ର ଗୁପ୍ତ ସେନାବାହିନୀ - ‘ତୋଫାନ ସେନା’ ର ଆକ୍ରମଣକାରୀ ଶାଖାର ମୁଖ୍ୟ ରହିଥିଲେ। ତାଙ୍କର ବ୍ୟକ୍ତିଗତ ଆଦର୍ଶ ଜି.ଡି.ବାପୁ ଲାଡଙ୍କ ସହିତ ମିଳିତ ଭାବରେ ଜୁନ୍ ୭, ୧୯୪୩, ସେନୋଲି, ମହାରାଷ୍ଟ୍ରରେ ଆକ୍ରମଣର ନେତୃତ୍ୱ ନେଇଥିଲେ। ପୁନେ, ମିରାଜ୍ ସ୍ୱତନ୍ତ୍ର ମାଲବାହୀ ଟ୍ରେନ୍ ଯାହାକି ବ୍ରିଟିଶ ରାଜ୍‌ର ଅଧିକାରୀମାନଙ୍କର ବେତନ ନେଇ ଯାଉଥିଲା। ସେମାନେ ଲୁଟ୍ କରିଥିବା ଏହି ଟଙ୍କା ମୁଖ୍ୟତଃ ମରୁଡ଼ି ଏବଂ ଖାଦ୍ୟାଭାବ ଦେଖା ଦେଇଥିବା ବର୍ଷ ଭୋକିଲା କୃଷକ ଓ ଶ୍ରମିକମାନଙ୍କ ସହାୟତାରେ ଖର୍ଚ୍ଚ କରାଯାଇଥିଲା।

ଦୀର୍ଘ ଦଶନ୍ଧି ପରେ, ଯେତେବେଳେ ସେ ଏବଂ ପ୍ରତି ସରକାର ଲୁପ୍ତ ପ୍ରାୟ ହେବାକୁ ଲାଗିଲା, ପରୀ ପୁଣିଥରେ କ୍ୟାପଟେନ୍‌ ବଡ଼ ଭାଇଙ୍କୁ ଆବିଷ୍କାର କଲା ଏବଂ ତାଙ୍କଠାରୁ ତାଙ୍କର ଅଙ୍ଗେ ନିଭା କାହାଣୀ ଶୁଣିବାକୁ ଚାହିଁଲା। ଆଜି ଯେତେବେଳେ ସେ ସ୍ୱାଧୀନ ଭାରତ ଏବଂ ସ୍ୱରାଜ୍ୟ ଭାରତ ମଧ୍ୟରେ ପାର୍ଥକ୍ୟ ଦର୍ଶାଉଛନ୍ତି। ଭାରତ ସ୍ୱାଧୀନତା ହାସଲ କରିଛି। କିନ୍ତୁ ସ୍ୱରାଜ୍ୟ ନୁହେଁ, ମୁକ୍ତି ନୁହେଁ, ସେ କହନ୍ତି ଯେ ଏବେ ବି ଏକଚାଟିଆ ଶାସନ କେତେକ କ୍ଷେତ୍ରରେ ରହିଛି। ଏବଂ ‘‘ଆଜି ଯେଉଁ ମଣିଷର ଟଙ୍କା ଅଛି ତା’ର ଶାସନ ଚାଲିଛି ... ଜୋର୍ ଯାର ମୂଲକ ତା’ର... ଏହା ହେଉଛି ଆମ ସ୍ୱରାଜ୍ୟର ସ୍ଥିତି।’’

ଭିଡ଼ିଓ ଦେଖନ୍ତୁ: ‘କ୍ୟାପଟେନ୍ ବଡ଼ ଭାଇ’ ଏବଂ ତୋଫାନ ସେନା

ଆମ୍ଭେମାନେ ମଧ୍ୟ ତାଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ତିଆରି କରିଛୁ (ଡାହାଣରେ ଭିଡିଓ ଦେଖନ୍ତୁ), ପ୍ରାଥମିକ ଭାବରେ ପରୀର ସିଞ୍ଚିତା ମାଜି, ସଂଯୁକ୍ତା ଶାସ୍ତ୍ରୀ ଏବଂ ଶ୍ରେୟା କାତ୍ୟାୟିନୀ (ଅର୍ଚ୍ଚନା ଫଡ଼କେଙ୍କ ଦ୍ୱାରା ସୁନ୍ଦର ଭାବରେ ସଂଯୋଜିତ) ଯୁବ ଶ୍ରୋତାଙ୍କୁ ଅଭିଭୂତ କରିଛନ୍ତି ଯାହାକୁ କେବେ କେହି ଦେଖିନାହାନ୍ତି, ଯାହା ବିଷୟରେ କଥାବାର୍ତ୍ତା ହୋଇନାହାନ୍ତି କିମ୍ବା ଯାହାକୁ କେବେ ଶୁଣିନାହାନ୍ତି ସେହିପରି ଜଣେ ସ୍ୱାଧୀନତା ସଂଗ୍ରାମୀ। କେତେକ ବିଶ୍ୱବିଦ୍ୟାଳୟରେ, ଯୁବକ ଯୁବତୀମାନେ ଏହି ସୁନ୍ଦର ସିନେମା ଦେଖିଲା ବେଳେ କାନ୍ଦି ପକାଇଥିଲେ, ସେମାନଙ୍କର ବିଶ୍ୱାସ ହେଉନଥିଲା ଯେ ଏପରି ନିଃସ୍ୱାର୍ଥପର ମଣିଷ ବି ଅଛନ୍ତି। ଏପରି ଆଦର୍ଶ ପୁରୁଷଙ୍କୁ ପୂର୍ବରୁ କେବେ ଦେଖିନାହାନ୍ତି।

ଏହା ସହିତ, କ୍ୟାପଟେନ୍ ଭାଉଙ୍କର ନାତି ଦୀପକ ଲାଡଙ୍କୁ ଧନ୍ୟବାଦ। ମୁଁ ପ୍ରତିବର୍ଷ ତାଙ୍କ ଜନ୍ମଦିନରେ, ଜୁନ୍ ୨୨ ତାରିଖରେ ତାଙ୍କ ସହିତ କଥାବାର୍ତ୍ତା ହୁଏ ଏବଂ ସେ ଗର୍ବର ସହ କୁହନ୍ତି: ‘‘ଆଜି, ମୋର ବୟସ ୯୬...’’ କିମ୍ବା ୯୭, କିମ୍ବା ୯୮...

ଜୁଲାଇ ୨୦୧୭ରେ, ସତାରା ଏବଂ ସାଙ୍ଗଲିରେ ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ବୈଠକରେ , କ୍ୟାପଟେନ୍ ଭାଉ ମହାତ୍ମା ଗାନ୍ଧୀଙ୍କର ନାତି ଏବଂ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ଭେଟିବାର ଥିଲା। ଏହି ଯୋଦ୍ଧା ଏବଂ ଏକ ସମୟର ସଶସ୍ତ୍ର ବିପ୍ଳବୀ ମହାତ୍ମା ଗାନ୍ଧୀଙ୍କର ନାତିକୁ ଆଲିଙ୍ଗନ କଲାବେଳେ ତାଙ୍କ ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା। ପରେ ସେ ମୋତେ କହିଲେ ଯେ ଏହା ତାଙ୍କ ଜୀବନର ଆବେଗମୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ।

୨୦୧୮ ମସିହା ନଭେମ୍ବର ମାସରେ, ପ୍ରାୟ ୧,୦୦,୦୦୦ରୁ ଅଧିକ କୃଷକ ସଂସଦ ଆଡ଼କୁ ଶୋଭାଯାତ୍ରାରେ ବାହାରିଥିଲେ, ସେ ତାଙ୍କୁ ପରୀର ଭାରତ ପାଟିଲଙ୍କ ମାଧ୍ୟମରେ ଏକ ସନ୍ଦେଶ ଦେଇଥିଲେ ‘‘ଯଦି ମୋର ଦେହ ଭଲ ଥାଆନ୍ତା’’, ତେବେ ‘‘ମୁଁ ତୁମ ସହିତ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥାଆନ୍ତି।’’ ୯୬ ବର୍ଷ ବୟସରେ କୃଷକମାନଙ୍କ ପାଇଁ ଏହି ବୃଦ୍ଧ ସଂଗ୍ରାମୀଙ୍କ ମଧ୍ୟରେ ସଂଗ୍ରାମର ଦୃଢ଼ ଇଚ୍ଛା କୁହୁଳୁଥିଲା।

ଜୁନ୍ ୨୦୨୧ରେ ମୁଁ ସ୍ଥିର କଲି ଯେ ମୁଁ ତାଙ୍କୁ ଥରେ ଦେଖା କରିବି ଏବଂ ଆସ୍ୱସ୍ତ ହେବି ଯେ ମହାମାରୀ ସମୟରେ ସେ ଭଲ ଅଛନ୍ତି। ମୋର ସହକର୍ମୀ ମେଧା କାଲେଙ୍କ ସହିତ ମୁଁ ତାଙ୍କ ଜନ୍ମଦିନରେ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଯାଇଥିଲି। ପରୀ ତରଫରୁ ଆମେ ତାଙ୍କ ପାଇଁ ଜନ୍ମ ଦିନ ଉପହାର ନେଇଥିଲୁ: ଏକ ସୁନ୍ଦର ନେହେରୁ ଜ୍ୟାକେଟ୍ (ଯାହାକୁ କି ସେ ସବୁବେଳେ ଭଲ ପାଉଥିଲେ) ଏକ ହାତରେ ଖୋଦେଇ କରାଯାଇଥିବା ବାଡ଼ି ଏବଂ ଆମେ ତାଙ୍କର ଉଠାଇଥିବା ଫଟୋର ଏକ ଆଲବମ୍। ୨୦୧୮ରେ ମୁଁ ତାଙ୍କୁ ଯେପରି ଦେଖିଥିଲି ତାହା ତୁଳନାରେ ସେ ବହୁତ ଦୁର୍ବଳ ହୋଇ ପଡ଼ିଥିଲେ। ତାଙ୍କୁ ଏପରି ଅବସ୍ଥାରେ ଦେଖି ମନରେ ଆଘାତ ଲାଗିଲା। ବୃଦ୍ଧ ଯୋଦ୍ଧା ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ବହୁତ କଷ୍ଟରେ ପଦଟିଏ କଥା କହିପାରୁଥିଲେ - କିନ୍ତୁ ଉପହାରଗୁଡ଼ିକୁ ବହୁତ ପସନ୍ଦ କଲେ। ସାଙ୍ଗଲିରେ ଖରାବେଳ ଗରମ ଲାଗୁଥିଲେ ମଧ୍ୟ ସେ ସଙ୍ଗେ ସଙ୍ଗେ ଜ୍ୟାକେଟ୍‌ଟି ପିନ୍ଧିଲେ। ବାଡ଼ିଟି ତାଙ୍କର ଆଣ୍ଠୁ ଉପରେ ରଖି ଫଟୋ ଆଲବମ୍ ଦେଖିବାରେ ମଜ୍ଜିଗଲେ।

ସେତିକିବେଳେ ଆମେ ଜାଣିବାକୁ ପାଇଲୁ ଯେ ତାଙ୍କର ୭୦ ବର୍ଷର ସହଧର୍ମୀଙ୍କୁ, କଳ୍ପନା ଲାଡ଼ଙ୍କୁ ବର୍ଷେ ତଳେ ହରାଇଛନ୍ତି, ସହଧର୍ମୀଙ୍କୁ ହରାଇ ବୃଦ୍ଧ ସଂଗ୍ରାମୀ ମର୍ମାହତ ହୋଇ ପଡ଼ିଛନ୍ତି। ଏହି କ୍ଷତି ତାଙ୍କ ପାଇଁ ଅସହ୍ୟ ଥିଲା। ଫେରିଲା ବେଳେ ମୁଁ ତାଙ୍କ ଅବସ୍ଥା ଦେଖି ଅନୁମାନ କରିପାରିଥିଲି ତାଙ୍କର ଶେଷ ଆଉ ବେଶି ଦୂର ନୁହେଁ।

Captain Bhau wearing the Nehru jacket and holding the hand stick gifted by PARI on his birthday in 2021.
PHOTO • Atul Ashok
Partners of over 70 years, Kalpana Lad and Captain Bhau seen here with a young relative. Kalpanatai passed away a couple of years ago
PHOTO • P. Sainath

ବାମ: ୨୦୨୧ ମସିହାରେ ତାଙ୍କ ଜନ୍ମଦିନରେ ପରୀ ତରଫରୁ ଉପହାର, ନେହେରୁ ଜ୍ୟାକେଟ୍ ପିନ୍ଧିଛନ୍ତି କ୍ୟାପଟେନ୍ ଭାଉ ଏବଂ ବାଡ଼ିଟି ପାଖରେ ରଖିଛନ୍ତି। ଡାହାଣ: ୭୦ ବର୍ଷର ଜୀବନସାଥୀ କଳ୍ପନା ଲାଡ୍‌ ଏବଂ କ୍ୟାପଟେନ୍ ଭାଉ ଜଣେ ସମ୍ପର୍କୀୟଙ୍କ ସହ ଅଛନ୍ତି। କିଛି ବର୍ଷ ପୂର୍ବରୁ କଳ୍ପନାତାଈଙ୍କର ପରଲୋକ ଘଟିଥିଲା

ଦୀପକ ଲାଡ୍ ମୋତେ ଫୋନ୍ କରି କହିଲେ: ‘‘ସେ ମୃତ୍ୟୁବରଣ କରିବା ସମୟରେ ପରୀ ତରଫରୁ ଦିଆଯାଇଥିବା ନେହେରୁ ଜ୍ୟାକେଟ୍‌ ପିନ୍ଧିଥିଲେ।’’ ସେହି ହାତ ଖୋଦେଇ ବାଡ଼ିଟି ମଧ୍ୟ ତାଙ୍କ ପାଖରେ ଥିଲା। ଦୀପକ କହିଲେ ଯେ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଭାଉଙ୍କର ସଂସ୍କାର ରାଜ୍ୟ ସମ୍ମାନସର ସହ କରାଯିବ, କିନ୍ତୁ ତାହା ହୋଇପାରିଲା ନାହିଁ। କିନ୍ତୁ କ୍ୟାପଟେନ୍ ଭାଉଙ୍କର ଶେଷ ଯାତ୍ରାରେ ଅଗାଧ ଜନସମୁଦ୍ର ସାମିଲ ହୋଇଥିଲେ।

ପରୀ ୮୫ ମାସର ଯାତ୍ରାରେ ୪୪ଟି ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ଲାଭ କରିଛି। କିନ୍ତୁ ମୋର ବିଶ୍ୱାସ କ୍ୟାପଟେନ୍ ଭାଉଙ୍କ ଉପରେ ଆମେ ତିଆରି କରିଥିବା ଫିଲ୍ମ ତାଙ୍କ ଗ୍ରାମ କୁଣ୍ଡଳରେ ଦେଖାଇବା ପରେ ଯେଉଁ ପ୍ରଶଂସା ମିଳିଥିଲା, ଏହି ସମସ୍ତ ପୁରସ୍କାରଠାରୁ ତାହା ଆମ ପାଇଁ ବହୁତ ଅଧିକ ମୂଲ୍ୟବାନ। ଏହି ବାର୍ତ୍ତା ୨୦୧୭ ମସିହାରେ ଦୀପକ ଲାଡଙ୍କ ମାଧ୍ୟମରେ ସେ ଆମକୁ ପଠାଇଥିଲେ:

‘‘ପ୍ରତି ସରକାରର ସମ୍ପୂର୍ଣ୍ଣ ଇତିହାସ ପରୀ ଓ ପି.ସାଇନାଥ ଏହାକୁ ଲୋକଲୋଚନକୁ ଆଣିବା ପର୍ଯ୍ୟନ୍ତ ମୃତବତ ରହିଥିଲା। ଆମ ଇତିହାସର ଏହି ଗାରିମାମୟ ଅଧ୍ୟାୟ ଯେପରି ଲିଭି ଯାଇଥିଲା। ଆମେ ସ୍ୱାଧୀନତା ଓ ସ୍ୱତନ୍ତ୍ରତା ପାଇଁ ଲଢ଼ିଥିଲୁ, ବର୍ଷ ପରେ ବର୍ଷ ବିତିଗଲା ଏବଂ ଆମର ବଳିଦାନକୁ ସମସ୍ତେ ଭୁଲିଗଲେ। ଆମେ ଅପଚରା ପରିତ୍ୟକ୍ତ ହୋଇ ରହିଲୁ। ସାଇନାଥ ଗତ ବର୍ଷ ମୋ ବିଷୟରେ ଜାଣିବା ପାଇଁ ଆମ ଘରକୁ ଆସିଥିଲେ। ସେ ମୋ ସହିତ ବ୍ରିଟିଶ୍ ଟ୍ରେନ୍ ଉପରେ ଆକ୍ରମଣ ହୋଇଥିବା ସ୍ଥାନ ସେନୋଲିକୁ ମୋ ସାଙ୍ଗରେ ଗଲେ ଏବଂ ଆମେ ଲଢ଼ିଥିବା ପ୍ରତିଟି ସ୍ଥାନ ଦେଖିଲେ।

‘‘ମୋ ବିଷୟରେ ଓ ମୋ ସାଥୀ ସଂଗ୍ରାମୀମାନଙ୍କ ବିଷୟରେ ଏହି ଫିଲ୍ମ ଏବଂ ଲେଖା ମାଧ୍ୟମରେ ପ୍ରତି ସରକାରର ସ୍ମୃତିକୁ ସାଇନାଥ ଏବଂ ପରୀ ଜୀବନ୍ତ କରିଦେଇଛନ୍ତି। ଆମେ କିପରି ଲୋକଙ୍କ ପାଇଁ ଲଢ଼ିଥିଲୁ, ସେମାନେ କିପରି ଆମର ଗୌରବ ଓ ସମ୍ମାନ ବଞ୍ଚାଇ ରଖିଥିଲେ ସେସବୁ ପୁଣି ଜୀବନ୍ତ ହୋଇ ଉଠିଛି’’। ସମାଜ ସମ୍ମୁଖରେ ଇତିହାସ ସ୍ପଷ୍ଟ ଭାବରେ ଅବତାରଣା କରାଯାଇଛି। ଏହା ହେଉଛି ଆମର  ଅଙ୍ଗେନିଭା କଥା।

Left: Old photos of Toofan Sena and its leaders, Captain Bhau and Babruvahan Jadhav. Right: Captain Bhau with P. Sainath in Shenoli in 2016
PHOTO • P. Sainath
Left: Old photos of Toofan Sena and its leaders, Captain Bhau and Babruvahan Jadhav. Right: Captain Bhau with P. Sainath in Shenoli in 2016
PHOTO • Sinchita Maji

ବାମ: ତୋଫାନ ସେନା ଏବଂ ଏହାର ନେତାମାନଙ୍କର ପୁରୁଣା ଫଟୋ। କ୍ୟାପଟେନ୍ ଭାଉ ଏବଂ ବବୃବାହନ ଯାଦବ। ଡାହାଣ: କ୍ୟାପଟେନ୍ ଭାଉଙ୍କ ସହିତ ପି.ସାଇନାଥ ସେନୋଲିରେ ୨୦୧୬ରେ

‘‘ଏହି ଫିଲ୍ମ ଦେଖି ମୁଁ ଅତ୍ୟନ୍ତ ଭାବପ୍ରବଣ ଅନୁଭବ କଲି। ପୂର୍ବରୁ ମୋ ଗାଁର ଯୁବକ ଯୁବତୀମାନେ କିଛି ଜାଣିନଥିଲେ। ମୁଁ କିଏ ଓ ମୋର ଭୂମିକା କ’ଣ ଥିଲା ସେମାନଙ୍କର ସେ ବିଷୟରେ କୌଣସି ଧାରଣା ନଥିଲା । କିନ୍ତୁ ଆଜି ଏହି ଫିଲ୍ମ ତିଆରି ହେବା ପରେ  ଓ ପରୀରେ ଲେଖା ବାହାରିବା ପରେ, ଏପରିକି ଯୁବପିଢ଼ି ମଧ୍ୟ ମୋତେ ଏକ ନୂଆ ନଜରରେ ଦେଖୁଛନ୍ତି। ମୋ ପ୍ରତି ଓ ମୋର ସାଥିମାନଙ୍କ ପ୍ରତି ସେମାନଙ୍କ ଭିତରେ ସମ୍ମାନ ଭାବ ସୃଷ୍ଟି ହୋଇଛି ଏବଂ ଏବେ ସେମାନେ ଜାଣନ୍ତି ଯେ ଆମେ କିପରି ଭାରତକୁ ସ୍ୱାଧୀନ କରିବା ପାଇଁ ଲଢ଼ିଥିଲୁ ଓ ତ୍ୟାଗ କରିଥିଲୁ। ଏହା ହେଉଛି ମୋର ଶେଷ ଏବଂ ଚୂଡ଼ାନ୍ତ ବର୍ଷ ଯାହାକି ଆମର ସମ୍ମାନକୁ ଫେରାଇ ଆଣିଛି।’’

ଏହା ସହିତ, ଭାରତ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମହାନ ସଂଗ୍ରାମୀଙ୍କୁ ହରାଇଛି ଯେଉଁମାନେ ନିଜର ଲାଭ କ୍ଷତି ବିଷୟରେ ଚିନ୍ତା ନ କରି, ନିଜ ଜୀବନକୁ ବିପନ୍ନ କରି ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ।

୨୦୧୭ ମସିହାରେ, ସେହି ପ୍ରଥମ ସାକ୍ଷାତକାରର ବର୍ଷେରୁ ଅଧିକ ସମୟ ପରେ, ଭାରତ ପାଟିଲ୍ ମୋତେ ଏହି ବୃଦ୍ଧ ବ୍ୟକ୍ତି କୁଣ୍ଡଳର ଚାଷୀମାନଙ୍କର ଏକ ଆନ୍ଦୋଳନରେ ଚାଲି ଚାଲି ଯାଉଥିବାର ଫଟୋ ପଠାଇଇଥିଲେ। ମୁଁ କ୍ୟାପଟେନ୍ ଭାଉଙ୍କୁ ପରଥର ଦେଖା ହେଲା ବେଳେ ପଚାରିଲି ଧୁ ଧୁ ଖରାବେଳେ ଆପଣ ସେଠି କ’ଣ କରୁଥିଲେ? ସେ କ’ଣ ପାଇଁ ସଂଗ୍ରାମ କରୁଥିଲେ? ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ମନେ ପକାଇ, ସେ କହିଲେ:

‘‘ସେତେବେଳେ ମଧ୍ୟ ଏହା ଚାଷୀ ଏବଂ ମୂଲିଆମାନଙ୍କ ପାଇଁ ଥିଲା, ସାଇନାଥ। ଏବେ ମଧ୍ୟ ସେହି ଚାଷୀ ଓ ମୂଲିଆମାନଙ୍କ ପାଇଁ ଲଢ଼ୁଛି।’’

ଏହା ସହିତ ମଧ୍ୟ ପଢ଼ନ୍ତୁ: କ୍ୟାପଟେନ୍ ଭାଉ ଓ ତୋଫାନୀ ସେନା’ ଏବଂ ପ୍ରତି ସରକାରର ଶେଷ ହୁରା

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE