ଦୀର୍ଘ ନିଶ୍ୱାସ ଛାଡି ମଙ୍ଗଳା ବାଂଶୋଡେ କହିଲେ, “ଲୋକଙ୍କର ରୁଚି ବଦଳିଛି, ଆମେ ନୁହଁ”। ସେ ହସି କହିଲେ, “ଲୋକମାନେ ଏବେ ଲୋକପ୍ରିୟ ହିନ୍ଦି ଗୀତ ଦାବି କରୁଛନ୍ତି। ହୁଏତ ଆଗକୁ ଏମିତି ସମୟ ଆସିବ, ଯେତେବେଳେ ମଞ୍ଚରେ ଶିବାଜୀ ମହାରାଜଙ୍କ ପ୍ରବେଶ ସମୟରେ ଆମକୁ ବଲିଉଡର ଏକ ହିଟ୍ ଗୀତ ବ୍ୟବହାର କରିବାକୁ ପଡିବ।” 

ମଙ୍ଗଳାତାଇ କେବଳ ଯେ ଲୋକଙ୍କର ରୁଚି ବଦଳିବାକୁ ଅନୁଧ୍ୟାନ କରିଛନ୍ତି, ତାହା ନୁହେଁ, ପଚାଶ ବର୍ଷରୁ ଅଧିକ ସମୟ ଧରି ସେ ତମାସାକୁ ବଳଦ ଗାଡିରେ ଯାତ୍ରା କରି ପ୍ରାୟ ୧୦ ଜଣ ପୁରୁଷ ଓ ମହିଳାଙ୍କୁ ନେଇ ହେଉଥିବା ଛୋଟ ଆସରରୁ ବଡ ପ୍ରଡକ୍ସନରେ ପରିବର୍ତ୍ତିତ ହେବାର ଦେଖିଛନ୍ତି। ତାଙ୍କର ଦଳ ଏବେ ସେହିଭଳି ଏକ ପ୍ରଡକ୍ସନର କଥା ବୁଝୁଛନ୍ତି। 

୬୬ ବର୍ଷୀୟା ମଙ୍ଗଳା ବାଂଶୋଡେ ଏଗାର ବର୍ଷ ବୟସରୁ ଏହି ବ୍ୟବସାୟରେ ଅଛନ୍ତି। ସେ ତମାସା କ୍ଷେତ୍ରର ପ୍ରଖ୍ୟାତ ବ୍ୟକ୍ତିତ୍ୱ ବିଠାବାଇ ନାରାୟଣଗାଓଁଙ୍କରଙ୍କ ବଡ ଝିଅ। ତମାସାର ପବିତ୍ର ନିବାସ ବୋଲି କୁହାଯାଉଥିବା ପୁନେ ଜିଲ୍ଲାର ନାରାୟଣଗାଓଁରେ ବିଠାବାଇ ରହୁଥିଲେ। ମଙ୍ଗଳାତାଇ ଏବେ ସତାରା ଜିଲ୍ଲାର ପରାବଡି ଗାଁରେ ରହୁଥିବାବେଳେ, ୧୯୮୩ ମସିହାରୁ ୧୭୦ ଜଣଙ୍କୁ ନେଇ ନିଜର ଫାଦ(ଟ୍ରୁପ୍) ପ୍ରତିଷ୍ଠା କରିଛନ୍ତି। ‘ମଙ୍ଗଳା ବାଂଶୋଡେ ଏଣ୍ଡ ନିତିନ କୁମାର ତମାସା ମଣ୍ଡଳ’(ନିତିନ କୁମାର ହେଉଛନ୍ତି ତାଙ୍କ ସାନ ପୁଅ ଏବଂ ତାଙ୍କ ଦଳର ଗାୟକ-ଅଭିନେତା-ନର୍ତ୍ତକ ଏବଂ ଷ୍ଟାର)ା ମହାରାଷ୍ଟ୍ରର ଗାଁ ଗୁଡିକରେ ପ୍ରତିବର୍ଷ ସେପ୍ଟେମ୍ବରରୁ ମେ ମାସ ଯାଏଁ ପରିବେଷଣ କରିଥାଏ। (ଦେଖନ୍ତୁ ‘ତମାସା ହେଉଛି ଏକ ଜେଲ୍ ଭଳି, ଯେଉଁଠି ମୁଁ ରହିବାକୁ ଚାହିଁବି’। )

Mangala Bansode and her younger son Nitin Kumar perform a duet during the performance in Gogolwadi village, Pune district
PHOTO • Shatakshi Gawade
A photo of tamasha empress Vithabai Narayangaonkar, Mangala Bansode’s mother, hangs in Mangala tai’s house in Karawdi village, Karad taluka, Satara district
PHOTO • Shatakshi Gawade

ବାମ: ମଙ୍ଗଳା ବାଂଶୋଡେ ଓ ତାଙ୍କ  ସାନ ପୁଅ ନିତିନ କୁମାର ପୁନେ ଜିଲ୍ଲାର ଗୋଗଲୱାଡି ଗାଁରେ ତମାସା ପ୍ରଦର୍ଶନ କରୁଛନ୍ତି। ଡାହାଣ:  ମଙ୍ଗଳାତାଇଙ୍କ ଘରେ ଟଙ୍ଗା ଯାଇଥିବା ତାଙ୍କ ମା ତଥା ତମାସା କଳାକାର ବିଠାବାଇ ନାରାୟଣ ଗାଓଁଙ୍କରଙ୍କ ଏକ ଫଟୋ

ପ୍ରତି ଗାଁକୁ ଗସ୍ତ ସମୟରେ ଏହି ଦଳ ମଙ୍ଗଳାତାଇଙ୍କ ଟିମ୍ରେ ସାମିଲ୍ ଥିବା ଶ୍ରମିକମାନଙ୍କ ଦ୍ୱାରା ପ୍ରସ୍ତୁତ ମଞ୍ଚରେ ପରିବେଷଣ କରିଥାନ୍ତି। ଯେତେବେଳେ ଏଥିପାଇଁ ଟିକେଟ୍ ବ୍ୟବସ୍ଥା ହୋଇଥାଏ, ସେତେବେଳେ ଏଭଳି ସୋ ସାଧାରଣତଃ ଏକ ତମ୍ବୁ ମଧ୍ୟରେ ପରିବେଷିତ ହୋଇଥାଏ। କିନ୍ତୁ ଯେତେବେଳେ ଗାଁର ଯାତ୍ରା କମିଟି, ତାକୁ ଆୟୋଜନ କରେ, ସେତେବେଳେ ମୁକ୍ତାକାଶ ତଳେ ସେମାନେ ପରିବେଷଣ କରିଥାନ୍ତି। ଟିକେଟ୍ ହେଉଥିବା ସୋକୁ ପ୍ରାୟ ୧,୦୦୦ରୁ ୨,୦୦୦ ଲୋକ ଦେଖିବାକୁ ଆସନ୍ତି। ଟିକେଟ୍ ନ ଥିବା ବା ‘ସୁପାରୀ’ ସୋରେ ଦର୍ଶକଙ୍କ ସଂଖ୍ୟା ୧୦,୦୦୦-୧୫,୦୦୦ ହୋଇଯାଏ। 

୧୯୭୦ ମସିହାରେ ୧ ଟଙ୍କା ଟିକଟର ମୂଲ୍ୟରୁ ନେଇ ଏବେ ୬୦ ଟଙ୍କାରେ ପହଞ୍ଚିଲାଣି, କିନ୍ତୁ ଟ୍ରୁପ୍ ମାଲିକ କହନ୍ତି, ଲାଭ ହାର କମୁଛି। ଦରମା ବହୁଗୁଣିତ ହୋଇଛି, ଏବଂ ବାରମ୍ବାର ଯାତ୍ରା କରୁଥିବା ଟ୍ରୁପରେ ଟ୍ରକ୍, ବସ୍, ଲାଇଟ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସବୁକୁ ମିଶାଇ ପ୍ରଡକ୍ସନ୍ ଖର୍ଚ୍ଚ ଅତ୍ୟଧିକ ବଢିଯାଇଛି।  

ମଙ୍ଗଳାତାଇ କହନ୍ତି ଏହି ସମୟ ମଧ୍ୟରେ ଦର୍ଶକଙ୍କ ସଂଖ୍ୟା କମିଛି। ଏହାର ଗୋଟିଏ କାରଣ ହେଲା  ଟେକ୍ନୋଲୋଜିରେ ପରିବର୍ତ୍ତନ। ଅନେକ ଲୋକ ଏବେ ଟିଭି ବା ମୋବାଇଲରେ ଫିଲ୍ମ ଦେଖୁଛନ୍ତି। ନାରାୟଣଗାଓଁରେ, ପ୍ରତିବର୍ଷ ଏପ୍ରିଲ୍ ମାସରେ ଯାତ୍ରା ସମୟରେ ହେଉଥିବା ତମାସା ଏକ ଆଞ୍ଚଳିକ ଟିଭି ଚ୍ୟାନେଲରେ ପ୍ରସାରତି ହୋଇଥାଏ। ମଙ୍ଗଳାତାଇ କୁହନ୍ତି, “ଏମିତି ସ୍ଥିତିରେ କିଏ ନିଜ ଘରୁ ବାହାରି ୩ ଘଣ୍ଟା ଧରି ତମାସା ଦେଖିବାକୁ ଆସିବ।”

୧୯୭୦ ମସିହାରେ ୧ ଟଙ୍କା ଟିକଟର ମୂଲ୍ୟରୁ ନେଇ ଏବେ ୬୦ ଟଙ୍କାରେ ପହଞ୍ଚିଲାଣି କିନ୍ତୁ ଲାଭ ହାର କମୁଛି। ଦରମା ବହୁଗୁଣିତ ହୋଇଛି ଏବଂ ପ୍ରଡକ୍ସନ୍ ଖର୍ଚ୍ଚ ଅତ୍ୟଧିକ ବଢିଯାଇଛି। 

ଭିଡିଓ ଦେଖନ୍ତୁ: ପ୍ରାରମ୍ଭିକ ପ୍ରାର୍ଥନା, ନୃତ୍ୟ ଏବଂ ଲୋକ ନାଟକ, ସବୁକିଛି ତମାସା କାର୍ଯ୍ୟକ୍ରମର ଅଂଶ।

ତମାସା କାର୍ଯ୍ୟକ୍ରମର ସ୍ଥାନ ଏବେ କେବଳ ଗ୍ରାମାଞ୍ଚଳରେ ସୀମିତ ହୋଇ ରହିଯାଇଛି। ପୂର୍ବରୁ ଗାଁରୁ ଗାଁକୁ ଯିବା ରାସ୍ତାରେ ବାଂଶୋଡେ ଟ୍ରୁପ୍ ଧୂଲେ, ଜଲଗାଓଁ, ନାସିକ, ସତାରା, ସାଙ୍ଗଲି, କୋହ୍ଲାପୁର, ସୋଲାପୁର, ପରଭାନି, ନାନେ୍ଦଦ୍, ଓସମାନାବାଦ୍ ଏବଂ ବିଡ୍ ଭଳି ମହାରାଷ୍ଟ୍ରର ପ୍ରମୁଖ ସହର ଗୁଡିକରେ ବି ଅଟକୁଥିଲେ ଏବଂ ସୋ ପରିବେଷଣ କରୁଥିଲେ। ଏମିତିକି ସେ ପୁନେ ସହରରେ ବି ସୋ କରୁଥିଲେ। ଏ ସବୁ ଏବେ ଖୁବ୍ କମି ଯାଇଛି ବା ସମ୍ପୂର୍ଣ ଭାବେ ବନ୍ଦ ହୋଇଯାଇଛି। ମଙ୍ଗଳାତାଇଙ୍କ ବଡ ପୁଅ ତଥା ଫାଦର ପରିଚାଳକ ଅନୀଲ ବାଂଶୋଡେ କହନ୍ତି, ପୂର୍ବରୁ ଆମେ ଜିଲ୍ଲା ମୁଖ୍ୟାଳୟ ସହର ଗୁଡିକରେ ସୋ କରୁଥିଲୁ, କିନ୍ତୁ ଏବେ ଏହା କେବଳ ତାଲୁକା ଗୁଡିକ ମଧ୍ୟରେ ସୀମିତ ରହିଯାଇଛି। 

୧୯୯୦ ମସିହା ଯାଏଁ  ତମାସାର ଗୌରବମୟ ସମୟରେ ଏହା ମୁମ୍ବାଇରେ ମଧ୍ୟ ପ୍ରଦର୍ଶିତ ହେଉଥିଲା। ସେପ୍ଟେମ୍ବରରୁ ମେ ମାସ ମଧ୍ୟରୁ ଟ୍ରୁପ୍ ଗୁଡିକ ମୁମ୍ବାଇର ବିଭିନ୍ନ ସ୍ଥାନକୁ ଯାଇ ସୋ ପରିବେଷଣ କରୁଥିଲେ। ଜଣେ ପ୍ରସିଦ୍ଧ ତମାସା କଳାକାର ଏବଂ ଟ୍ରୁପ୍ ମାଲିକ ରଘୁବୀର ଖେଡକର କହନ୍ତି, ପ୍ରାୟ ଦୁଇ ଦଶନ୍ଧି ତଳେ ତାଙ୍କ ଦଳ ଶେଷ ଥର ପାଇଁ ମୁମ୍ବାଇରେ ପରିବେଷଣ କରିଥିଲା। ଟେକ୍ସଟାଇଲ୍ ମିଲ୍ ଗୁଡିକ ବନ୍ଦ ହୋଇଯିବା ଏହାର ଏକ ପ୍ରମୁଖ କାରଣ, ମିଲ୍ ବନ୍ଦ ହୋଇଯିବା ଫଳରେ ମରାଠୀ ଭାଷାଭାଷୀ ଦର୍ଶକମାନେ ସହରରୁ ଚାଲିଗଲେ। ରତ୍ନଗିରି ଜିଲ୍ଲା ଖେଡ ତାଲିକା ଅନ୍ତର୍ଗତ ଚିଞ୍ଚଘର ଗାଁର ବାସିନ୍ଦା ୫୬ ବର୍ଷୀୟ ଖେଡକର ୧୯୭୦ ମସିହାରେ ଟ୍ରୁପରେ କାମ ଆରମ୍ଭ କରିଥିଲେ ଯେତେବେଳେ ସେ ମାତ୍ର ନଅ ବର୍ଷର ହୋଇଥିଲେ। ତାଙ୍କ ଟ୍ରୁପ୍ ରଘୁବୀର ଖେଡକର ସାହ କାନ୍ତାବାଇ ସତାରକର ଲୋକନାଟ୍ୟ ତମାସା ମଣ୍ଡଳକୁ ତାଙ୍କ ମା’ କାନ୍ତାବାଇ ୧୯୬୯ ମସିହାରେ ଆରମ୍ଭ କରିଥିଲେ। 

Male artists dressed as women during the performance in Gogolwadi village, Pune district
PHOTO • Shatakshi Gawade
Male artists take position for the gan during the performance in Gogolwadi village, Pune district
PHOTO • Shatakshi Gawade

ପୁରୁଷମାନେ ତମାସାରେ ବିଭିନ୍ନ ଭୂମିକା କରନ୍ତି, କେତେକ ମଧ୍ୟ ମହିଳାଙ୍କ ଭୂମିକା (ବାମ) ଏବଂ ଆଉ କେତେକ ଗାନ ଗାଆନ୍ତି (ପ୍ରାରମ୍ଭିକ ପ୍ରାର୍ଥନା, ଡାହାଣ)

ରୁପ ମାଲିକମାନେ କହନ୍ତି, “ସରକାରୀ ନିୟମ ମଧ୍ୟ ତମାସାକୁ ପ୍ରଭାବିତ କରିଛି। ଅନୀଲ ବାଂଶୋଡେ କହନ୍ତି ଆମର ସୋ ରାତି ପ୍ରାୟ ୧୧ଟାରୁ ଆରମ୍ଭ ହୋଇ ସକାଳ ୬ଟା ଯାଏଁ ଚାଲୁଥିଲା, ଲୋକମାନେ ଧ୍ୟାନର ସହ ଏହାକୁ ପୁରା ଦେଖୁଥିଲେ।” ସେ କହନ୍ତି, “ଶବ୍ଦଜନିତ ନିୟମ(ଶବ୍ଦ ପ୍ରଦୂଷଣ ନିୟାମକ ଏବଂ ନିୟନ୍ତ୍ରଣ ଆଇନ୍ ୨୦୦୦ରୁ ଆରମ୍ଭ କରି) ଯୋଗୁଁ ତମାସା କେବଳ ଗ୍ରାମାଞ୍ଚଳରେ ସୀମିତ ହୋଇଯାଇଛି। ଏହି ନିୟମ ଫଳରେ ସହର ଉପକଣ୍ଠରେ ବି ରାତି ୧୦ଟା ପରେ ଟ୍ରୁପ ଗୁଡିକୁ ପରିବେଷଣ କରିବାକୁ ଅନୁମତି ନାହିଁ। ଏହା ତମାସାର ରୂପରେଖକୁ ବଦଳାଇ ଦେଇଛି, କାରଣ ସୋର ମୋଟ ସମୟକୁ କମାଇବା ପାଇଁ ଟ୍ରୁପ୍ ମାଲିକମାନେ କାର୍ଯ୍ୟକ୍ରମର ସଂଖ୍ୟା କମାଇ ଦେଇଛନ୍ତି। ” 

ଖେଡକର କହନ୍ତି, “ଏବେ ପରିବେଷଣ ପାଇଁ ଖୁବ୍ କମ ସୁଯୋଗ ରହିଛି। ବଡ ସାଉଣ୍ଡ ସିଷ୍ଟମ ଫଳରେ ତମାସାରେ ହେଉଥିବା ଶବ୍ଦ ବି ବିରକ୍ତିକର ଲାଗୁଛି। ତମାସାରେ ଚିକ୍ରାର କରୁଥିବା ବଡ ସ୍ପିକର ଲାଗୁଛି। ଏହା ଗତ ୨୦ ବର୍ଷ ହେଲା ଜାରି ରହିଛି। ତା ପୂର୍ବରୁ ୩,୦୦୦ ଦର୍ଶକଙ୍କ ପାଇଁ କେତେକ ତୁରୀ ବ୍ୟବହାର ହେଉଥିଲା। ଏବେ ଭଳି ଦର୍ଶକ ସେତେବେଳେ ଉନ୍ମତ୍ତ ଏବଂ ଶବ୍ଦ ସୃଷ୍ଟି କରୁନ ଥିଲେ, ସେମାନେ ନିରବତାର ସହ ବସୁଥିଲେ।”

A short skit on Shivaji is performed during the performance in Savlaj village, Sangli district
PHOTO • Shatakshi Gawade
Nitin Kumar, Mangala tai’s younger son, as Bhagat Singh during a dance-drama sequence in the performance in Gogolwadi village, Pune district
PHOTO • Shatakshi Gawade

ବାମ -  ସାଙ୍ଗଲି ଜିଲ୍ଲାର ସାଭଲାଜ୍ ଗାଁରେ ଅଭିନେତାମାନେ ଶିବାଜୀ ମହାରାଜଙ୍କ ଉପରେ ଆଧାରିତ ଏକ ନାଟକ ପରିବେଷଣ କରୁଛନ୍ତି। ଡାହାଣ- ଗୋଗଲୱାଡି କାର୍ଯ୍ୟକ୍ରମରେ ନିତିନ କୁମାର ଭଗତ ସିଂଙ୍କ ଭୂମିକାରେ ଅଭିନୟ କରୁଛନ୍ତି

ତେବେ ସମ୍ଭବତଃ ତମାସାରେ ଆସିଥିବା ସବୁଠାରୁ ବଡ ପରିବର୍ତ୍ତନ ହେଉଛି ଏହାର ପ୍ରଦର୍ଶନ ଓ ବିଷୟବସ୍ତୁ। ଗୋଟିଏ ପାରମ୍ପରିକ ତମାସାର ମୂଳ ଉପାଦାନ ହେଲା ଗାନ୍(ଭଗବାନ ଗଣେଶଙ୍କ ଉଦେ୍ଧଶ୍ୟରେ ଏକ ପ୍ରାରମ୍ଭିକ ପ୍ରାର୍ଥନା), ଗାଲଭାନ(କୃଷ୍ଣ ଓ ଗୋପୀଙ୍କ ମଧ୍ୟରେ ଆଳାପ ଉପରେ ପର୍ଯ୍ୟବସିତ ଏକ ନୃତ୍ୟ) ଏବଂ ଭାଗ ନୃତ୍ୟ(ସାଧାରଣତଃ ସାମାଜିକ ପ୍ରସଙ୍ଗ ବା ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଲୋକ ନାଟକ)। ଯଦିଓ ଏହି ସବୁ ଉପାଦାନ ଏବଂ ଧାରା ଏବେ ବି ରହିଛି, ବିଭିନ୍ନ ପାରମ୍ପରିକ ପ୍ରଦର୍ଶନର ପଦ୍ଧତି ଏବଂ ସଂଗୀତ (ଉଦାହରଣ ସ୍ୱରୂପ, ତାଲ, ଟୁନଟୁନା, ଢୋଲକି ଏବଂ ହାଲଗି ଭଳି ପାରମ୍ପରିକ ବାଦ୍ୟଯନ୍ତ୍ର ଏବେ ବି ଗାନରେ ସାମିଲ ଅଛି) ଏବେ ବି ପରିବେଷିତ ହେଉଛି, କିନ୍ତୁ ଏ ସବୁର ପରିବେଷଣ ସମୟ ଅନୁସାରେ ବଦଳି ଯାଇଛି। ତମାସା ଏବେ ଏକ ବିବିଧ ମନୋରଞ୍ଜନ ପ୍ୟାକେଜ୍, ଗୋଟିଏ ନୃତ୍ୟ ନାଟିକା  ଭଳି ହୋଇଯାଇଛି। 

ତମାସା ସଂପ୍ରଦାୟ ଉପରେ ଗୋଟିଏ ବହି ଲେଖିଥିବା ପୁନେର ଜଣେ ଫଟୋ ସାମ୍ବାଦିକ ସନେ୍ଦଶ ଭଣ୍ଡାରେ କହନ୍ତି, “ଟ୍ରୁପଗୁଡିକ ଏବେ ମଦ ବା ଯୌତୁକ ଆଦି ସାମାଜିକ ପ୍ରସଙ୍ଗକୁ ନେଇ ପରିବେଷଣ ହେଉଥିବା ଭାଗ ନାଟ୍ୟକୁ ବାଦ୍ ଦେଉଛନ୍ତି, ଏବଂ ଲୋକଙ୍କ ଚାହିଦା ଅନୁସାରେ ହିନ୍ଦି ଓ ମରାଠି ଗୀତ ଉପରେ ଆଧାରିତ ରଙ୍ଗବାଜିକୁ ସାମିଲ କରୁଛନ୍ତି।”ଭଣ୍ଡାରେ କୋଙ୍କଣ, ମରାଠୱାଡା ଓ ବିଦର୍ଭ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ୧୦ ବର୍ଷ ପୂର୍ବରୁ ତମାସାର ଫଟୋ ଉଠାଇଥିଲେ, ଏବଂ ଏବେ ଏଥିରେ ଆସିଥିବା ପରିବର୍ତ୍ତନକୁ ଅନୁଧ୍ୟାନ କରିବାକୁ ଚଳିତ ବର୍ଷ ପୁଣି ଯାଇଛନ୍ତି। 

ଭିଡିଓ ଦେଖନ୍ତୁ:  ୬୬ ବର୍ଷୀୟ ମଙ୍ଗଳା ବଂଶୋଡେ ସେହି ସମୟକୁ ମନେପକାନ୍ତି ଯେତେବେଳେ ସେମାନେ ମାତ୍ର ଦୁଇଟି ବଲରେ ମଞ୍ଚକୁ ଆଲୋକିତ କରୁଥିଲେ

ଖେଡକର କହନ୍ତି, “ଏବେ ଯେତେବେଳେ ଆମେ ଗ୍ରାମାଞ୍ଚଳରେ ପ୍ରଦର୍ଶନ କରୁଛୁ, ଆମକୁ ସିନେମା ଗୀତ ଅନ୍ତର୍ଭୁକ୍ତ କରିବାକୁ ହେଉଛି। ସେତେବେଳେ ଆମକୁ ଭାଗ ନାଟ୍ୟକୁ ବାଦ୍ ଦେବାକୁ ହେଉଛି।  ଭାଗକୁ ପସନ୍ଦ କରୁଥିବା ଦର୍ଶକ ମାନେ ଆମ ସୋକୁ ଆସୁନାହାନ୍ତି। ଆମେ ପ୍ରାୟ ୨୫-୫୦ ପ୍ରତିଶତ ଦର୍ଶକ ହରାଇସାରିଛୁ। ”

ସେ  ସେହି ସମୟକୁ ମନେ ପକାଉଛନ୍ତି, ଯେତେବେଳେ ଦର୍ଶକ ପ୍ରକୃତରେ ତମାସାକୁ ଏକ କଳାର ରୂପ ଭାବେ ପ୍ରଶଂସା ଓ ସମ୍ମାନ କରୁଥିଲେ। ଖେଡକର କହନ୍ତି, “ମୁଁ ଯେତେବେଳେ ମୋର ଫାଦ ଆରମ୍ଭ କଲି, ସେତେବେଳେ ଆମ କଳାର ମାନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା, ଏବଂ ଆମକୁ ବିଭିନ୍ନ ପ୍ରକାର ପ୍ରତିଭା ପ୍ରଦର୍ଶନର ସୁଯୋଗ ଥିଲା। ତମାସାର କେତେକ ଭାଗ ସେହିଠାରେ ହିଁ ସ୍ୱତଃପ୍ରବୃତ୍ତ ଥିଲା, କେତେକ ଅଂଶ ପୂର୍ବରୁ ପ୍ରସ୍ତୁତ କରାଯାଉଥିଲା। ପର୍ଯ୍ୟାୟକ୍ରମେ ଆମେ ତାକୁ ଉନ୍ନତ କରୁଥିଲୁ। ତାହା ହିଁ ମଜାଦାୟକ ଥିଲା।” ଖେଡକର ତମାସାରେ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ, ଠୁମରି, ଗଜଲ, କୱାଲି ଆଦି ଅନ୍ତର୍ଭୁକ୍ତ କରୁଥିଲେ। ଏସବୁ ମଧ୍ୟ ଏବେ ପ୍ରଦର୍ଶିତ ହେଉନାହିଁ। 

ଦର୍ଶକଙ୍କୁ ଦୂରେଇ ନେଉଥିବା ଟେକ୍ନୋଲୋଜି ସହ ପ୍ରତିଯୋଗିତା କରିବାକୁ, ଖେଡକର ତାଙ୍କର ପ୍ରଡକ୍ସନକୁ ଆଧୁନିକୀକରଣ କରିଛନ୍ତି। ସେ କହନ୍ତି, “ଆମେ ଧର୍ମ ଓ ରାଜା ରାଜୁଡା ସହ ଜଡିତ କାଳ୍ପନିକ କଥାବସ୍ତୁ ବା କାହଣୀରୁ ବିଷୟ ସଂଗ୍ରହ କରି ପରିବେଷଣ କରୁଥିଲୁ। ତା’ପରେ ଖବର କାଗଜରେ ପ୍ରକାଶିତ ସତ କାହାଣୀ ସବୁକୁ ପରିବେଷଣ କଲୁ”।  ସେ ବର୍ଣ୍ଣନା କରି କହିଲେ ଯେ - ଏଥିରେ ଡକାୟତଙ୍କ ନାଟକୀୟ ଜୀବନ ଏବଂ ରବିନହୁଡ୍ ଭଳି ଚରିତ୍ର ବା ଯୌତୁକ  ଓ ମହିଳାଙ୍କୁ ନିର୍ଯ୍ୟାତନା ଭଳି ଲିଙ୍ଗ ସହ ଜଡିତ ପ୍ରସଙ୍ଗ ସାମିଲ।

The audience in Gogolwadi village, Pune district
PHOTO • Shatakshi Gawade

ତମାସା ଦେଖିବାକୁ ଅତି କମରେ ୧,୦୦୦ ଲୋକ ଆସନ୍ତି, ଏବଂ ସ୍ୱତନ୍ତ୍ର ସୋ ଦେଖିବା ପାଇଁ ଏହି ସଂଖ୍ୟା ୧୦,୦୦୦ରୁ ୧୫,୦୦୦ ହୋଇଯାଏ

ଖେଡକରଙ୍କର ଟ୍ରୁପ୍ ବୈଦ୍ୟୁତିକ ଯନ୍ତ୍ରାଂଶ ମଧ୍ୟ କିଣିଛନ୍ତି (ଯେମିତିକି ଡ୍ରମ୍ ସେଟ୍, ରିଦିମ୍ ମେସିନ୍ ଏବଂ ଡିଜିଟାଲ୍ ଅର୍ଗାନ୍), ଲାଇଟିଂ, ଫ୍ୟାନସି କଷ୍ଟ୍ୟୁମ୍ ଏବଂ ମେକଅପର ବିଭିନ୍ନ ଉପାୟ  ମଧ୍ୟ ଅବଲମ୍ବନ କରୁଛନ୍ତି। ସେ ଅନୁଭବ କରିଛନ୍ତି ଯେ ଯୁବ ସମାଜ ତମାସାଠାରୁ ଦୂରକୁ ଯାଇସାରିଛନ୍ତି, ଯେଉଁଥିରେ ମହିଳାଙ୍କୁ ପାରମ୍ପରିକ ନାଭ-ଭାରି(ନଅ-ହାତ)ଶାଢୀରେ ଦେଖାଯାଉଥିଲା। ସେ କହନ୍ତି, “ଯୁବକମାନେ ପସନ୍ଦ କରିବା ଭଳି ଗୀତ ପ୍ରଦର୍ଶନ କରିବାକୁ ଆମେ ଆରମ୍ଭ କରିଛୁ”। (ଦର୍ଶକଙ୍କ ମଧ୍ୟରେ ଅଧିକାଂଶ ପୁରୁଷ, ବେଳେବେଳେ କେତେକ ମହିଳା ଅଳ୍ପ ସଂଖ୍ୟାରେ ଆସନ୍ତି, ସେମାନେ ସାଧାରଣତଃ ପଛରେ ବସିଥାଆନ୍ତି)। ଖେଡକର କହନ୍ତି, “ତମାସା ଏବେ ଏକ ମନୋରଞ୍ଜନର ମାଧ୍ୟମ ହୋଇ ରହିଯାଇଛି, ଯାହା ସମୟ ଅନୁସାରେ ପରିବର୍ତ୍ତିତ ହେଉଛି। ସିନେମା ଯେମିତି ବଦଳୁଛି, ସେମିତି ତମାସା ବି ବଦଳୁଛି।

ସେ କରୁଥିବା ପରିବର୍ତ୍ତନକୁ ଏବେ ଅନ୍ୟ ଟ୍ରୁପ୍ ମାନେ ମଧ୍ୟ ଅନୁକରଣ କରିବାକୁ ଆରମ୍ଭ କରିଛନ୍ତି, କିନ୍ତୁ ତାହା ବିନାଶକାରୀ ପ୍ରମାଣିତ ହେଉଛି। ଯଦିଓ ଖେଡକର ଭାବୁଛନ୍ତି ଯେ ପରିବର୍ତ୍ତନ ଅବଶମ୍ଭାବୀ, ସେ କହନ୍ତି, “ପୂର୍ବରୁ ଦର୍ଶକ ପୁରା ବସ୍ତ୍ରରେ ମହିଳାଙ୍କୁ ଦେଖିବାକୁ ପସନ୍ଦ କରୁଥିଲେ, ଏବେ ମହିଳାମାନେ ଛୋଟ ଛୋଟ ପୋଷାକ ପିନ୍ଧୁଛନ୍ତି, ଏହା ବନ୍ଦ ହେବା ଆବଶ୍ୟକ। ଏବେ ଦର୍ଶକ ମୋ ନିୟନ୍ତ୍ରଣରେ ନାହାନ୍ତି, ମୋ ସମୟ ଅତିକ୍ରମ କରିଯାଇଛି। ଆଗାମୀ ପିଢିକୁ ଏହାକୁ ସୁଧାରିବାକୁ ଅଛି। ତମାସା ଏବେ ବିପଦରେ ଅଛି।”

ଏହିପରି ମଙ୍ଗଳାତାଇ ଆଜି ବି କଳାପ୍ରତି ନିଜର ବିଶ୍ୱାସ ଓ ତଲ୍ଲୀନତାକୁ ନେଇ ଷ୍ଟେଜକୁ ଯାଉଛନ୍ତି, କିନ୍ତୁ ଯେତେବେଳେ ଆର୍କ ଲାଇଟ୍ ଜଳି ଉଠୁଛି, ତାଙ୍କର ଚିକିମିକ୍ ପୋଷାକ, ମେକ୍ ଅପ୍ ଏବଂ ଭାବଭଙ୍ଗୀ, ତାଙ୍କର ବୟସ୍କ ଆଣ୍ଠୁକୁ ଷ୍ଟେଜରେ ହଟ୍ଟଚମଟ ସୃଷ୍ଟି କରିବାକୁ ରୋକୁଛି ବୋଲି ତାହା ଲୁଚାଇ ଦେଉଛି। ଏତିକିବେଳେ ସହଜରେ ଭୁଲି ହୋଇଯାଉଛି ଯେ ତାଙ୍କୁ ୬୬ ବୟସ ହେଲାଣି, ଏବଂ ସେ ବୋଧହୁଏ ତମାସାର ଶେଷ ମହାନ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ।

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Vinaya Kurtkoti

ବିନୟା କୁର୍ତ୍ତକୋଟି ପୁନେର ଜଣେ କପି ଏଡିଟର ଏବଂ ମୁକ୍ତବୃତ୍ତି ସାମ୍ବାଦିକ। ସେ କଳା ଓ ସଂସ୍କୃତି ସଂପର୍କରେ ଲେଖିଥାନ୍ତି।

Other stories by Vinaya Kurtkoti
Shatakshi Gawade

ଶତାକ୍ଷୀ ଗାୱଡେ ପୁନେର ଜଣେ ସ୍ୱାଧୀନ ସାମ୍ବାଦିକ। ସେ ପରିବେଶ, ଅଧିକାର ଓ ସଂସ୍କୃତି ଉପରେ ଲେଖନ୍ତି।

Other stories by Shatakshi Gawade