୧୫ ଅଗଷ୍ଟ, ୧୯୪୭ରେ ସାରା ଦେଶ ଯେତେବେଳେ ଭାରତର ସ୍ୱାଧୀନତାକୁ ଉପଭୋଗ କରୁଥିଲା, ମଲ୍ଲୁ ସ୍ୱରାଜ୍ୟମ ଏବଂ ତାଙ୍କର ବିପ୍ଳବୀ ସାଥୀମାନେ ତେଲଙ୍ଗାନାରେ ହାଇଦ୍ରାବାଦ ନିଜାମଙ୍କ ସଶସ୍ତ୍ର ବାହିନୀ ଏବଂ ପୋଲିସ୍‌ ସହ ସଂଘର୍ଷ ଜାରି ରଖିଥିଲେ। ଏ ଭିଡିଓରେ ରହିଛି ସେହି ସାହସୀ ଯୋଦ୍ଧାଙ୍କ ଝଲକ ଯିଏକି ୧୯୪୬ରେ ମାତ୍ର ୧୬ ବର୍ଷ ବୟସରେ ସଂଗ୍ରାମ କରିଥିଲେ । ସେତେବେଳେ ତାଙ୍କ ମୁଣ୍ଡ ଉପରେ ୧୦,୦୦୦ ଟଙ୍କାର ପୁରସ୍କାର ରାଶି ରହିଥିଲା। ତତ୍କାଳୀନ ସମୟରେ ଏତିକି ପରିମାଣର ଟଙ୍କାରେ ଆପଣ ୮୩,୦୦୦ କିଲୋଗ୍ରାମ ଚାଉଳ କିଣି ପାରିଥାନ୍ତେ।

ଯୋଦ୍ଧା ଜଣଙ୍କ ଯେତେବେଳେ ୮୪ ବର୍ଷ ଏବଂ ଏହାପରେ ୯୨ ବର୍ଷ ବୟସରେ ଉପନୀତ ହୋଇଥିଲେ, ଏ ଭିଡିଓ ସେ ସମୟର । ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖରେ ଏ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ ଘଟିଥିଲା। ତାଙ୍କୁ ସମ୍ମାନ ଜଣାଇବା ଲାଗି ଆଜି, ଅଗଷ୍ଟ ୧୫, ୨୦୨୨ରେ ଆମେ ଏ ଭିଡିଓ ଆପଣଙ୍କ ପାଇଁ ନେଇ ଆସିଛୁ । ପରୀର ପ୍ରତିଷ୍ଠାତା-ସମ୍ପାଦକ ପି. ସାଇନାଥଙ୍କ ଆଗାମୀ ପୁସ୍ତକ, ‘ଦ ଲାଷ୍ଟ ହିରୋଜ୍‌ : ଫୁଟସୋଲଜର୍ସ ଅଫ ଇଣ୍ଡିଆନ୍‌ ଫ୍ରିଡମ୍‌’ ପେଙ୍ଗୁଇନ ଇଣ୍ଡିଆ ଦ୍ୱାରା ଆସନ୍ତା ନଭେମ୍ବରରେ ପ୍ରକାଶ ପାଇବ, ଏଥିରେ ଆପଣ ମଲ୍ଲୁ ସ୍ୱରାଜ୍ୟମଙ୍କ ସମ୍ପୂର୍ଣ୍ଣ କାହାଣୀ ପଢ଼ିପାରିବେ।

ଭିଡ଼ିଓ ଦେଖନ୍ତୁ: ସ୍ୱାଧୀନତା ସଂଗ୍ରାମୀ ମଲ୍ଲୁ ସ୍ୱରାଜ୍ୟମ୍ : ‘ଭୟରେ ଦୌଡ଼ି ପଳାଇଲା ପୋଲିସ୍’

ଅନୁବାଦ : ଓଡ଼ିଶାଲାଇଭ୍‍

Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE