ନାଦସ୍ଵରମ୍ ଏକ ଖୁବ ଜଟିଳ ଏବଂ ପୁରାତନ ବାଦ୍ୟଯନ୍ତ୍ର, ଯାହାକି ଏହାର ବର୍ତ୍ତମାନ ରୂପରେ୧୩ଶ ଶତାବ୍ଦୀରୁ ପ୍ରଚଳିତ । ଦକ୍ଷିଣ ଭାରତର ଅନେକ ସମାଜର ସଂସ୍କୃତିରେ ନାଦସ୍ଵରମ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ସେମାନଙ୍କ ବିବାହ ଉତ୍ସବରେ, ମନ୍ଦିର ଏବଂ ପର୍ବପର୍ବାଣୀରେ ବହୁଳ ଭାବେ ବାଦନ କରାଯାଏ । ନାଦସ୍ଵରମ୍ ଗଢ଼ିବା ଏକ ଦକ୍ଷତାପୂର୍ଣ୍ଣ ଏବଂ ମାର୍ଜିତ ପ୍ରକ୍ରିୟା: ପରମ୍ପରାବାଦୀମାନେ ସାମଗ୍ରୀକ ଭାବେ ଏହାକୁ ହାତରେ ଗଢ଼ିଥାଆନ୍ତି । ନରସିଙ୍ଗପେଟ୍ଟାଇ ଏହି ବାଦ୍ୟଯନ୍ତ୍ରର ସର୍ବୋତ୍ତମ କାରିଗରମାନଙ୍କ ବାସସ୍ଥାନ ଏବଂ ଅନେକ ପିଢ଼ି ଧରି ସେମାନଙ୍କ ପରିବାର ଏହି କାରିଗରୀ ସହ ଜଡ଼ିତ ।
ଏଠାରେ ଅଧିକ ପଢ଼ନ୍ତୁ: ନରସିଙ୍ଗାପେଟ୍ଟାଇର ନାଦସ୍ଵରମ୍ ନିର୍ମାତା
ଅନୁବାଦ: ଓଡ଼ିଶାଲାଇଭ୍