କେନ୍ଦ୍ର ମୁମ୍ବାଇଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଥାନେ ଜିଲ୍ଲାରେ ସାପ୍ରିଆ ପାହାଡ଼ର ପାଦବେଶରେ ଥିବା ନିମ୍ବାବାଲି ଗାଁରେ ଆମର ଗାରେଲ୍‌ପଡ଼ା। ୱାର୍ଲି ଆଦିବାସୀମାନଙ୍କର ଏହି ଛୋଟ ପଡ଼ାରେ ଅଳ୍ପ କେଇଟି ଘର, ପ୍ରାୟ ୨୦-୨୫।

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ପଡ଼ା ନିଜର ପାରମ୍ପରିକ ଢଙ୍ଗରେ ଦୀପାବଳି ପର୍ବ ପାଳନ କରିଥିଲା। ଏହି ମାସ ଆରମ୍ଭରୁ ସମସ୍ତେ ପର୍ବର ପ୍ରସ୍ତୁତିରେ ବ୍ୟସ୍ତ ରହିଲେ।

ଆମ ସଂପ୍ରଦାୟ ପାଇଁ ଦୀପାବଳି ଦିନମାନଙ୍କର ୪ଟି ମୁଖ୍ୟ ପର୍ବ ବାଘବର୍ଷି, ବାର୍କି ତିୱଲି, ମୋଠି ତିୱଲି ଏବଂ ବଳିପ୍ରତିପଦା। ଚଳିତବର୍ଷ ଆମେ ନଭେମ୍ବର ୫ରୁ ୮ପର୍ଯ୍ୟନ୍ତ ଏଗୁଡ଼ିକ ପାଳନ କରିଥିଲୁ। ୱାର୍ଲିମାନେ ବାଘକୁ ଦେବତା ଭାବରେ ସମ୍ମାନ  ଦିଅନ୍ତି ଏବଂ ବାଘବର୍ଷିରେ ଆମେ ବାଘମାନଙ୍କୁ ପ୍ରାର୍ଥନା କରୁ। ଆଦିବାସୀ ପଡ଼ାଗୁଡ଼ିକ ସାଧାରଣତଃ ଜଙ୍ଗଲ ମଧ୍ୟରେ ଥାଏ। ଅତୀତରେ ୱାର୍ଲିମାନେ ସେମାନଙ୍କ ଜୀବନ ଜୀବିକା ପାଇଁ ସମ୍ପୂର୍ଣ୍ଣ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲେ। ସେମାନେ ନିଜ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଭିତରକୁ ଚରାଇବାକୁ ନେଉଥିଲେ, ଯେମିତି ଆଜି ବି କେଇଜଣ କରୁଛନ୍ତି। ସେମାନେ ତାଙ୍କୁ ଆକ୍ରମଣ ନକରିବା ପାଇଁ ବାଘଙ୍କୁ ପ୍ରାର୍ଥନା କରନ୍ତି- ଏବଂ ଭୟରୁ ଭକ୍ତି ଆସେ। 

Garelpada is a small hamlet of the Warli Adivasis that has only a handful of houses, around 20-25.
PHOTO • Mamata Pared

ସାପ୍ରିଆ ପାହାଡ଼ର ପାଦବେଶରେ ଥିବା ନିମ୍ବାବାଲି ଗାଁରେ ଆମର ଗାରେଲ୍‌ପଡ଼ା। ଏ ବର୍ଷ ମଧ୍ୟ ଏହି ପଡ଼ା ନିଜସ୍ୱ ପାରମ୍ପରିକ ଢଙ୍ଗରେ ଦୀପାବଳି ପାଳନ କରିଥିଲା। 

ଗାଓଦେବୀ ମନ୍ଦିରରେ କାଠ ପଟାର ମଧ୍ୟ ଭାଗରେ ଏକ ବାଘର ଚିତ୍ର ଖୋଦେଇ ହୋଇଛି। ଗ୍ରାମବାସୀମାନେ ଏଠାରେ ନଡ଼ିଆ ଭାଙ୍ଗନ୍ତି, ଦୀପ ଏବଂ ଧୂପକାଠି ଜଳାନ୍ତି ଏବଂ ସେମାନଙ୍କ ଦେବତାଙ୍କୁ ପୂଜା କରନ୍ତି। ପଡ଼ା ନିକଟସ୍ଥ ଜଙ୍ଗଲରେ ଏକ ବଡ଼ ପଥରରେ ସିନ୍ଦୂର ବୋଳା ହୋଇଥାଏ। ତାହା ହିଁ ଆମର ବାଘୟା (ବାଘ) ମନ୍ଦିର।
 
ବର୍କି ତିୱଲି (‘ଛୋଟ ଦୀପ’) ଦିନ ମୋ ମା’ ପ୍ରମିଳା ଜଙ୍ଗଲରୁ କିଛି ଚିରୋଟି ସଂଗ୍ରହ କରନ୍ତି। ମୋ ମା’ଙ୍କ ବୟସ ୪୬ବର୍ଷ ଏବଂ ସେ ଇଟା ଭାଟିରେ କାମ କରିଛନ୍ତି। ସେ ପୂର୍ବେ ଗୁଡ଼ରୁ ମଦ ତିଆରି କରୁଥିଲେ ଏବଂ ବିକ୍ରି କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ଆମ ଜଙ୍ଗଲ ଜମିରେ ଚାଷ କରୁଛନ୍ତି। ସେ ଜଙ୍ଗଲି ଫଳ ଚିରୋଟିକୁ ଫାଳକରି କାଟି ଏହାକୁ କୋରି ଏକ ଛୋଟ ପାତ୍ର କରନ୍ତି ଏବଂ ଏହା ଦୀପ ଭାବରେ ବ୍ୟବହାର କରାଯାଏ। ଏହି ଫଳ କଖାରୁ ପରିବାରର। କିନ୍ତୁ ଛୋଟ ଏବଂ ପିତା।
 
ଗୋବର ଏବଂ କାଦୁଅ ମିଶାଇ ବଡ଼ବଡ଼ ପିଣ୍ଡୁଳା ତିଆରି କରାଯାଏ। ଯାହାକି ବୋୱାଲା କୁହାଯାଉଥିବା ଏହି ଦୀପ ରଖିବା ପାଇଁ ବ୍ୟବହାର କରାଯାଏ। ଏହି ମାଟି ଗୋବର ମିଶା ପିଣ୍ଡୁଳାକୁ ଗୋଟିଏ କାନ୍ଥରେ ଲଗାଇ ଦିଆଯାଏ। ଏହି ପିଣ୍ଡୁଳାକୁ ଗେଣ୍ଡୁଫୁଲ ଦେଇ ସଜାଇ ଦିଆଯାଏ। ସନ୍ଧ୍ୟାରେ ଏହି ବୋୱାଲାରେ ଦୀପ ରଖାଯାଇ ଜଳାଇ ଦିଆଯାଏ। ଯେ ହେତୁ ଏହା ଉଚ୍ଚ ସ୍ଥାନରେ ରଖାଯାଇଥାଏ, ତେଣୁ ଦୀପ ସମଗ୍ର ଅଞ୍ଚଳକୁ ଆଲୋକିତ କରିଦିଏ। 

On the day Barki Tiwli, a lamp made from a scooped-out bowl of a wild fruit is placed in a mud and dung bowala on the wall.
PHOTO • Mamata Pared
 Karande, harvested from our fields, is one of the much-awaited delicacies
PHOTO • Mamata Pared

ବାମ: ବର୍କି ତିୱଲି ଦିନରେ ଏକ ଜଙ୍ଗଲି ଫଳ କୋରି ପ୍ରସ୍ତୁତ ହୋଇଥିବା ଦୀପ କାନ୍ଥରେ ଲଗାଯାଇଥିବା ମାଟି ଗୋବରର ବୋୱାଲା ଉପରେ ରଖାଯାଏ  ଡାହାଣ: ଆମ ଜମିରୁ ଅମଳ ହୋଇଥିବା କରାଣ୍ଡେ ସବୁଠାରୁ ଅଧିକ ପସନ୍ଦର ବ୍ୟଞ୍ଜନ

ଅତୀତରେ ଆମ ପଡ଼ାର ସବୁଘର କରାଭି ବାଡ଼ି ଏବଂ କାଠଦ୍ୱାରା ତିଆରି ହୋଇଥିଲା। ଛାତଗୁଡ଼ିକ ଚାଳ ଥିଲା। ସେ ସମୟରେ ଏହି ବୋୱାଲା କୁଡ଼ିଆକୁ ନିଆଁ ଲାଗିବାରୁ ରକ୍ଷା କରୁଥିବ। (୨୦୧୦ ମସିହା ବେଳକୁ ଆମ ପଡ଼ାର ପରିବାରମାନେ ଇନ୍ଦିରା ଆବାସ ଯୋଜନାରେ ଇଟା ସିମେଣ୍ଟର ଘର ତିଆରି କରିବା ଆରମ୍ଭ କଲେ।
 
ଉଭୟ ବର୍କି ଏବଂ ମୋଠି ତିୱଲି (ବଡ଼ ଦୀପ)ରେ ପଡ଼ାର ଘରମାନଙ୍କର ସାମ୍ନା କାନ୍ଥରେ ଦୀପ ରଖାହୁଏ। ଏହି ଉଭୟ ରାତିରେ ତିୱଲିର ଆଲୋକ ପଡ଼ାର- ଗୁହାଳ, ଶେନକାଇ (ଘସି ରଖିବା ସ୍ଥାନ) ସାମୁହିକ କୂଅ ଆଦି ସମସ୍ତ ସ୍ଥାନରୁ ଅନ୍ଧକାର ଦୂରେଇ ଦିଏ। ପବନରେ ଆଲୋକର ଶିଖା ଦୋହଲୁଥାଏ।
 
ବଳି ପ୍ରତିପଦାରେ ଉତ୍ସବ ପ୍ରଭାତରୁ ଆରମ୍ଭ ହୁଏ। ଏହିଦିନଟି ବିଭିନ୍ନ ପ୍ରକାର ଥଟ୍ଟା ମଜାର ଦିନ । ନିଃସନ୍ଦେହ ଥିବା ପରିବାରର ସଦସ୍ୟମାନଙ୍କୁ ବିଡ଼ି ଚେଙ୍କରେ (କୌଣସି କ୍ଷତି ବିନା) ଚମକାଇ ଦିଆଯାଏ। ରାମ ପରେଦ କୁହନ୍ତି, ‘‘ସମସ୍ତଙ୍କୁ ଶୀଘ୍ର ଉଠିବାକୁ ହୁଏ। ଖୁବ୍‌ ଶୀଘ୍ର ସ୍ନାନ ସାରିବାକୁ ହୁଏ। ନିଦରେ ଶୋଇଥିବା ଲୋକଙ୍କୁ ଉଠାଇବା ପାଇଁ ଏହି ବିଡ଼ି ବ୍ୟବହାର କରାଯାଏ। ସେ ମୋର ଦାଦା। ୪୨ବର୍ଷ ବୟସ୍କ। ତାଙ୍କ ପରିବାର ଇଟା ଭାଟିରେ କାମ କରୁଥିଲେ। ବର୍ତ୍ତମାନ ସେ ଶ୍ରମିକ ଠିକାଦାର ଏବଂ ମୌସୁମୀ ଋତୁରେ ଜଙ୍ଗଲ ଜମି ଚାଷ କରନ୍ତି। 

On Balipratipada, our cattle are decorated and offered prayers. 'This is an Adivasi tradition', says 70-year-old Ashok Kaka Garel
PHOTO • Mamata Pared
On Balipratipada, our cattle are decorated and offered prayers. '
PHOTO • Mamata Pared

ବଳିପ୍ରତିପଦାରେ ଆମ ଗାଈଗୋରୁମାନଙ୍କୁ ସଜାଯାଏ ଏବଂ ସେମାନଙ୍କୁ ପୂଜା କରାଯାଏ ଏହା ଏକ ଆଦିବାସୀ ପରମ୍ପରା ବୋଲି କୁହନ୍ତି ୭୦ବର୍ଷୀୟ ଅଶୋକ କାକା ଗାରେଲ୍‌ (ବାମ)

ବଳିପ୍ରତିପଦାରେ ସମସ୍ତଙ୍କ ସାମ୍‌ନା ଅଗଣା ଗୋବରରେ ଲିପାଯାଏ, ଗୁହାଳ ସଫା କରାଯାଏ। ଆମର ସବୁ ଜୀବଜନ୍ତୁଙ୍କୁ ସଜାଯାଏ ଏବଂ ପୂଜା କରାଯାଏ। ଏହା ଏକ ଆଦିବାସୀ ପରମ୍ପରା କୁହନ୍ତି ଅଶୋକ କାକା ଗାରେଲ୍। ୭୦ବର୍ଷୀୟ ଶ୍ରୀ ଗାରେଲ୍‌ ଜଣେ ଗୋପାଳକ, ତାଙ୍କ ହାତ ଗେରୁ ମାଟି ଏବଂ ଚାଉଳ ମଣ୍ଡର ଏକ ପତଳା ଦ୍ରବଣରେ ବୁଡ଼ାଯାଇଥିଲା। ଏହି ଲାଲ୍ ମାଟିଆ ରଙ୍ଗ ଜୀବଜନ୍ତୁଙ୍କୁ ପାପୁଲି ଛାପରେ ସଜେଇବା କାମରେ ବ୍ୟବହୃତ ହୁଏ। ସେମାନଙ୍କ ଶିଙ୍ଘକୁ ମଧ୍ୟ ସେହି ଦ୍ରବଣରେ ରଙ୍ଗେଇ ଦିଆଯାଏ।

ଯେତେବେଳେ ପଡ଼ାର ପୁରୁଷମାନେ ଗାଈଗୋରୁଙ୍କୁ ସଜେଇବାରେ ବ୍ୟସ୍ତ ଥାଆନ୍ତି, ମହିଳାମାନେ ଦୀପାବଳି ପାଇଁ ବିଶେଷ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟସ୍ତ ଥାଆନ୍ତି। ପାନମୋଦୀ, ଚାୱଲି ଓ କରାଣ୍ଡେ ଏହି ପର୍ବର ସବୁଠାରୁ ପ୍ରିୟ ବ୍ୟଞ୍ଜନ। ଆଦିବାସୀମାନେ ନିଜେ ଉତ୍ପାଦନ କରିଥିବା ସାମଗ୍ରୀର ଉପଯୋଗ ହୁଏ ଏଗୁଡ଼ିକର ପ୍ରସ୍ତୁତିରେ। ମୋ ମା’ ପ୍ରମିଳା ପାନମୋଦୀର ପ୍ରସ୍ତୁତି ବର୍ଣ୍ଣନା କରି କହିଲେ, ‘‘ଆମ ଛୋଟ ଛୋଟ ଜମିରୁ ଉତ୍ପାଦିତ ହୋଇଥିବା ଚାଉଳକୁ ଚୁରି ପାଲିସ୍‌ ଗୁଣ୍ଡ କରାଯାଏ। ଏଥିରେ ବଟାଯାଇଥିବା କାକୁଡ଼ି ଏବଂ କିଛି ଗୁଡ଼ ମିଶାଇ ଦିଆଯାଏ। ଏହାପରେ ଏହି ପିଠୋଉକୁ ଗୋଟିଏ ଭଙ୍ଗାଯାଇଥିବା ଚାଇ ପତ୍ରରେ ରଖି ସିଝାଯାଏ। ଯେତେବେଳେ ଏହା ପ୍ରସ୍ତୁତ କରାଯାଉଥାଏ, ଘର ଓଳାଯାଏ ନାହିଁ। ନଚେତ ପାନମୋଦୀ କେବେ ବି ସିଝିବନି।’’

The delicious pandmodi is made from a dough of rice from our fields, grated cucumbur and jaggery, placed between a folded chai leaf and steamed
PHOTO • Mamata Pared
The delicious pandmodi is made from a dough of rice from our fields, grated cucumbur and jaggery, placed between a folded chai leaf and steamed
PHOTO • Mamata Pared
The delicious pandmodi is made from a dough of rice from our fields, grated cucumbur and jaggery, placed between a folded chai leaf and steamed
PHOTO • Mamata Pared

ସ୍ୱାଦିଷ୍ଟ ପାନମୋଦୀ ଆମ ଜମିରୁ ଉତ୍ପାଦିତ ଚାଉଳ, ବଟା ହୋଇଥିବା କାକୁଡ଼ି ଏବଂ ଗୁଡ଼ର ପିଠୋଉରୁ ପ୍ରସ୍ତୁତ କରାଯାଏ ଏହାକୁ ଏକ ଭଙ୍ଗାଯାଇଥିବା ଚାଇପତ୍ରରେ ରଖି ସିଝାଯାଏ

କାରାଣ୍ଡେ ବୁଣିବା ପାଇଁ ମୌସୁମୀ ଋତୁରେ ମାଟିରେ ଏକ ଛୋଟ ଏବଂ ସମତଳ କୁଦ କରାଯାଏ। ଦୀପାବଳି ବେଳକୁ ଲଟାରେ ନୂଆ କାରାଣ୍ଡେ ଫଳିବା ଆରମ୍ଭ କରିଥାଏ। ଏ ମଧ୍ୟରୁ କେତୋଟି କଳା ଓ କେତୋଟି ଧଳା। କେତେଗୁଡ଼ିଏ ଗୋଲ୍‌ ଓ ଅନ୍ୟ କେତେଗୁଡ଼ିଏ ଅସମତଳ। ଏହାର ସ୍ୱାଦ ଆଳୁ ପରି। ଜଙ୍ଗଲ ଜମିର ଗୋଟିଏ ଅଂଶରେ ଶୁଖିଲା ପତ୍ର, କୁଟା ଏବଂ ଶୁଖିଲା ଘସି ରଖି ନିଆଁ ଲଗାଇ ଦିଆଯାଏ। ଏହାଦ୍ୱାରା ଚାୱଲି ପ୍ରସ୍ତୁତି ପାଇଁ ଜମି ହଳ କରାଯାଏ ଏବଂ ଚାୱଲି (କଳାଆଖିଆ ବିନ୍‌) ବୁଣାଯାଏ। ଏହି ଚାୱଲିକୁ ଆମେ ଚାୱଲା ମଧ୍ୟ କହୁ। ବଳିପ୍ରତିପଦା ଦିନ ଚେକା ଚେକା କଟା ହୋଇଥିବା କରାଣ୍ଡେ ଲୁଣ ଦେଇ ପାଣିରେ ସିଝାଯାଏ।

ରୋଷେଇ ସରିଯିବା ପରେ ମହିଳାମାନେ ଗାଈ ଗୁହାଳ ଅଭିମୁଖେ ବାହାରନ୍ତି। ନଡ଼ା, ଏକ ହେମଦସ୍ତା ଏବଂ ଖୋଳିବାରେ ବ୍ୟବହୃତ ହେଉଥିବା ଶାବଳ ଓ କିଛି ଗେଣ୍ଡୁଫୁଲକୁ ପାଖରେ ରଖାଯାଏ। ଗାଈଗୋରୁମାନେ ବାହାରକୁ ବାହାରିଲେ ଚିରୋଟି ଫଳ ତାଙ୍କ ପାଦତଳେ ପକାଯାଏ। ବିଶ୍ୱାସ କରାଯାଏ, ଗାଈ ଖୁରାରେ ଗୁଣ୍ଡ ହେଉଥିବା ଚିରୋଟି ମଞ୍ଜିରୁ ହେଉଥିବା ଗଛରେ ମିଠା ଫଳ ହୁଏ।

ଗାଈଗୋରୁମାନେ ଚାଷର ଏକ ଅଭିନ୍ନ ଅଙ୍ଗ: ସେମାନେ ଫସଲକୁ ଘରକୁ ଆଣିବା ପାଇଁ କୃଷକମାନଙ୍କ ସହ ଏକାଠି ଝାଳ ବୁହାନ୍ତି। ଏହି ବିଶ୍ୱାସ ଯୋଗୁ ୱାର୍ଲିମାନେ ସେମାନଙ୍କ ଗାଈଗୋରୁଙ୍କୁ ଖରାପ ଲୋକଙ୍କ ଅଭିଶାପରୁ ରକ୍ଷା କରିବାକୁ ଚାହାନ୍ତି। ଏହି କୁପ୍ରଭାବ ଦୂରେଇବା ପାଇଁ ଆଦିବାସୀମାନେ ପଡ଼ାରେ ସବୁ ଜୀବଜନ୍ତୁଙ୍କ ପାଇଁ ଏକ ଅଗ୍ନି ପୂଜା କରନ୍ତି। ପଡ଼ାର ଗାଈ, ବଳଦ, ମଇଁଷି, ଛେଳି ଆଦିଙ୍କୁ ଗୋଷ୍ଠୀଦ୍ୱାରା ପ୍ରସ୍ତୁତ କରାଯାଇଥିବା ଜଳନ୍ତା କୁଟା ଅଗ୍ନି ଉପରେ ଶୀଘ୍ର ଶୀଘ୍ର ଚଲାଇ ନିଆଯାଏ। 

During Diwali, the Warlis also perform a fire ritual where all livestock in the hamlet are rapidly led to step through a paddy-straw fire lit by the community
PHOTO • Mamata Pared
During Diwali, the Warlis also perform a fire ritual where all livestock in the hamlet are rapidly led to step through a paddy-straw fire lit by the community
PHOTO • Mamata Pared

ଦୀପାବଳି ସମୟରେ ୱାର୍ଲିମାନେ ଏକ ଅଗ୍ନି ରୀତି ପାଳନ କରନ୍ତି ସେମାନଙ୍କ ଜୀବଜନ୍ତୁଙ୍କ ପାଇଁ ଗୋଷ୍ଠୀଦ୍ୱାରା ପ୍ରଜ୍ଜ୍ୱଳନ କରାଯାଇଥିବା କୁଟାର ନିଆଁ ଦେଇ ପଡ଼ାର ସମସ୍ତ ଜୀବଜନ୍ତୁଙ୍କୁ ଜଲ୍ଦି ଜଲ୍ଦି ଚଲାଇ ନିଆଯାଏ

ଏହି ଦିନରେ ୱାର୍ଲିମାନେ ସେମାନଙ୍କ ଦେବତାମାନଙ୍କୁ ପୂଜା କରନ୍ତି। ଏହି ଦେବତାମାନେ ହେଉଛନ୍ତି- ବାଘୟା (ବାଘ), ହିର୍‌ଭା (ସବୁଜିମା), ହିମାଇ (ପର୍ବତର ଦେବୀ), କନ୍‌ସାରୀ (ଶସ୍ୟ), ନାରଣ ଦେବ (ରକ୍ଷାକର୍ତ୍ତା) ଏବଂ ଚେଡ଼ୋବା (ଯେଉଁ ଦେବତା କୁଆତ୍ମାରୁ ରକ୍ଷା କରନ୍ତି)। ଗେଣ୍ଡୁ ଫୁଲକୁ ପ୍ରଥମେ ପବିତ୍ର କରାଯାଏ ଏବଂ ଚାୱଲା, କରାଣ୍ଡେ ଓ ପାନମୋଦୀ ସହ ଦେବତାଙ୍କ ପାଖରେ ଅର୍ପଣ କରାଯାଏ। ଏହି ସମୟ ପରଠାରୁ ଅନେକ ୱାର୍ଲି ମହିଳା ମୌସୁମୀ ଆସିବା ପର୍ଯ୍ୟନ୍ତ କେଶରେ ଗେଣ୍ଡୁଫୁଲ ଲଗାଇଥାନ୍ତି। ମୌସୁମୀ ଆସିବା ପରେ ଦୀପାବଳି ପର୍ଯ୍ୟନ୍ତ ଗେଣ୍ଡୁଫୁଲ ପୂଜା କିମ୍ବା ସାଜସଜ୍ଜାରେ ବ୍ୟବହାର କରାଯାଏନି।

ଆଦିବାସୀମାନେ ସେମାନଙ୍କ ଛୋଟଛୋଟ ଜଙ୍ଗଲ ଜମିରେ ମୌସୁମୀ ସାରା ଖୁବ୍ କଠିନ ପରିଶ୍ରମ କରନ୍ତି, ପାହାଡ଼ିଆ ଜମିମାନଙ୍କରେ ଚାଷ କରିବା ପାଇଁ ଅନେକ କଷ୍ଟ କରନ୍ତି। ଦୀପାବଳି ବେଳକୁ ଧାନ, ହରଡ଼, ଯଅ ଏବଂ ଅନ୍ୟାନ୍ୟ ଫସଲ ଅମଳ ହେବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଯଦି ପ୍ରକୃତିର ଦୟାରୁ ଅମଳ ଭଲ ହୁଏ, ତେବେ ସେମାନେ ଏହାକୁ ବିକି କିଛି ଅଧିକ ଉପାର୍ଜନ କରିବାକୁ ସକ୍ଷମ ହୁଅନ୍ତି। ଏହି ଖୁସିରେ ଆଦିବାସୀମାନେ ଦୀପାବଳି ପାଳନ କରନ୍ତି। ନୂତନ ଫସଲ ପୂଜା କରିସାରିବା ପରେ ହିଁ ସେମାନେ ଏହାକୁ ଭୋଜନ କରନ୍ତି।

କିନ୍ତୁ ମୌସୁମୀ ଶେଷ ହୋଇଯିବା ପରେ ଜମିରେ ଆଉ କାମ ନଥାଏ। ନିଜକୁ ପୋଷଣ କରିବାର ନୂଆ ନୂଆ ମାର୍ଗ ସମ୍ପର୍କରେ ଚିନ୍ତା କରିବାର ସମୟ ଏହା। କେତେଜଣ ନିକଟସ୍ଥ ଗ୍ରାମମାନଙ୍କରେ ଥିବା ଇଟା ଭାଟିକୁ ଯାଆନ୍ତି କାମ କରିବା ପାଇଁ କିମ୍ବା ମୁମ୍ବାଇର ଉତ୍ତର ସହରତଳିରେ ଥିବା ନିର୍ମାଣ କ୍ଷେତ୍ରଗୁଡ଼ିକୁ ଯାଆନ୍ତି। ଅନ୍ୟମାନେ ପଥର ଖଣିକୁ ଏବଂ ଆଖୁ କ୍ଷେତ ଅଞ୍ଚଳକୁ ପରବର୍ତ୍ତୀ କେଇମାସ ପର୍ଯ୍ୟନ୍ତ ଝାଳ ବୁହାଇବାକୁ ଚାଲିଯାଆନ୍ତି।

ମରାଠିରୁ ସମ୍ୟୁକ୍ତା ଶାସ୍ତ୍ରୀଙ୍କ ଦ୍ୱାରା ଅନୁଦିତ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Mamata Pared

Mamata Pared is an intern at PARI, and a student in the Bachelor of Mass Media course at the Ramniranjan Jhunjhunwala College of Arts, Science & Commerce, Mumbai.

Other stories by Mamata Pared