“ସାଧାରଣ ଦିନଗୁଡ଼ିକରେ”, କୁହନ୍ତି ଏ. ଶିବକୁମାର, “ମୁଁ ୪୦-୫୦ କିମି ସାଇକେଲ ଚଳାଇ ବାଲଟି ଓ ପାତ୍ର ଭଳି ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରିଥାଏ ।” ନାଗପଟ୍ଟିନମ ଜିଲ୍ଲାର ୩୩ ବର୍ଷ ପୁରୁଣା ଏହି ଆଦିବାସୀ ପଡ଼ା ଆରାସୁରରେ ତାଙ୍କର ଦୈନିକ କାର୍ଯ୍ୟ ଭୋର ୫ଟାରୁ ଆରମ୍ଭ ହୋଇଥାଏ। ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ପ୍ଲାଷ୍ଟିକ ସାଇକେଲରେ ସେ ରଙ୍ଗବେରଙ୍ଗର ପ୍ଲାଷ୍ଟିକ ସାମଗ୍ରୀ ବାନ୍ଧି ନିଜ ପରିବାର ଚଳାଇବା ପାଇଁ ସେଗୁଡ଼ିକୁ ବିକ୍ରି କରିଥାନ୍ତି। ସେ କୁହନ୍ତି, ସାଧାରଣ ଦିନଗୁଡ଼ିକରେ ତାଙ୍କର ୩୦୦ରୁ ୪୦୦ ଟଙ୍କା ରୋଜଗାର ହୋଇଥାଏ-ଯାହାକି ତାଙ୍କର ୬ ଜଣିଆ ପରିବାର ଚଳାଇବାକୁ ଯଥେଷ୍ଟ ।

ଏବେ କିନ୍ତୁ ସମୟ ସ୍ୱାଭାବିକ ନାହିଁ ।

ଲକଡାଉନରେ ଜୀବନ ତାଙ୍କର ସେସବୁ କାର୍ଯ୍ୟକଳାପକୁ ବନ୍ଦ କରି ଦେଇଛି ଏବଂ ଏଥିସହିତ ତାଙ୍କ ପରିବାରର ଆୟ ଠପ ହୋଇଯାଇଛି । କିନ୍ତୁ ଶିବକୁମାର କୋଭିଡ-୧୯ ସଙ୍କଟ ସମୟରେ ଆଶାର କିରଣ ଦେଖିପାରୁଛନ୍ତି।ସେ କୁହନ୍ତି, “ୱନାବିଲ ନଥିଲେ, ସେ ଭୋକରେ ଥାଆନ୍ତେ” ।

‘ୱନାବିଲ’ ଏକ ତାମିଲ ଶବ୍ଦ ଯାହାର ଅର୍ଥ ‘ଇନ୍ଦ୍ରଧନୁ’ । ଏହା ମଧ୍ୟ ନାଗାପଟ୍ଟିନମ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ସିକ୍କଲ ଗ୍ରାମରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ନାମ। ଏପ୍ରିଲ ୨୧ ତାରିଖ ସୁଦ୍ଧା ୪୪ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ନାଗାପଟ୍ଟିନମକୁ ତାମିଲନାଡ଼ୁର ଏକ କୋଭିଡ-୧୯ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।

ଏହି ସ୍କୁଲରେ ସାଧାରଣତଃ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ କରିଥାନ୍ତି-ଏପରିକି ବନ୍ଦ ଥିବା ସମୟରେ ଏହା ଆରାସୁର ଏବଂ ଅନ୍ୟ ଗ୍ରାମଗୁଡ଼ିକ ପାଇଁ ତେଜରାତି ସାମଗ୍ରୀର ବ୍ୟବସ୍ଥା କରିଥାଏ । ଲକଡାଉନର ପ୍ରଭାବ ଗମ୍ଭୀର ହେବା ସହିତ ଏହି ସ୍କୁଲ ପକ୍ଷରୁ ୧,୨୨୮ଟି ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି, ଏମାନଙ୍କ ମଧ୍ୟରୁ ପାଖାପାଖି ୧,୦୦୦ ପରିବାର ଅତ୍ୟନ୍ତ ପଛୁଆ ବର୍ଗର। ଏଠାକାର ହଜାର ହଜାର ଲୋକଙ୍କ ପାଇଁ ଏହି ସ୍କୁଲ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛି ।

Vanavil school's volunteers are delivering groceries to 1,228 families from extremely marginalised groups in Arasur hamlet and villages of Nagapattinam block
PHOTO • Vanavil
Vanavil school's volunteers are delivering groceries to 1,228 families from extremely marginalised groups in Arasur hamlet and villages of Nagapattinam block
PHOTO • Vanavil

ୱନାବିଲ ବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ନାଗାପଟ୍ଟିନମ ବ୍ଲକର ଆରାସୁର ପଡ଼ା ଏବଂ ଅନ୍ୟ ଗ୍ରାମରେ ଥିବା ଅତି ପଛୁଆ ବର୍ଗ ୧୨୨୮ ପରିବାରକୁ ଖାଦ୍ୟସାମଗ୍ରୀ ଯୋଗାଇ ଦେଉଛନ୍ତି ।

ମୂଳତଃ ଜନଜାତି ସମୁଦାୟଙ୍କୁ ସହାୟତା ଯୋଗାଇ ଦେବା ଲାଗି ୱନାବିଲ କାର୍ଯ୍ୟ ଆରମ୍ଭ କରିଥିଲା ବୋଲି କୁହନ୍ତି ବିଦ୍ୟାଳୟର ନିର୍ଦ୍ଦେଶକ ତଥା ୱନାବିଲର ମ୍ୟାନେଜିଂ ଟ୍ରଷ୍ଟି ପ୍ରେମା ରେବତୀ (୪୩), “କିନ୍ତୁ ସଙ୍କଟରେ ଥିବା ଅନ୍ୟମାନେ ସହାୟତା ପାଇଁ ନିବେଦନ କରିଥିଲେ, ଏପରିକି ପଡ଼ୋଶୀ ତିରୁଚିରାପଲ୍ଲୀ ଜିଲ୍ଲାରୁ ମଧ୍ୟ ସହାୟତା ଲାଗି ନିବେଦନ ଆସିଥିଲା।” ନାଗାପଟ୍ଟିନମ ଏବଂ ତିରୁୱରୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଏହି ବିଦ୍ୟାଳୟରେ ପାଠ ପଢ଼ାଯାଇଥାଏ ।

ମାର୍ଚ୍ଚ ୨୪ରେ ଲକଡାଉନ ଆରମ୍ଭ ହେବା ପରେ, ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପକ୍ଷରୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା, ଆଶା ଥିଲା ସେମାନେ ପରିବାର ଲୋକଙ୍କ ସହିତ ଭଲ ସମୟ ବିତାଇବେ-କେବଳ 20ଜଣ ଛାତ୍ରଛାତ୍ରୀ ୱନାବିଲରେ ରହିଥିଲେ କାରଣ ଏହା ସେମାନଙ୍କ ପାଇଁ ଘର ଥିଲା। ସ୍କୁଲ ପରିସରରେ ୫ ଜଣ କର୍ମଚାରୀ ରହିଲେ। ଲକଡାଉନର ଅବଧି ବଢ଼ିବା ସହିତ ବିଦ୍ୟାଳୟ କର୍ତ୍ତୃପକ୍ଷ ହୃଦବୋଧ କଲେ ଯେ ସ୍କୁଲ ଛାଡ଼ି ପରିବାର ସହିତ ରହୁଥିବା ଛାତ୍ରଛାତ୍ରୀମାନେ ସୁସ୍ଥ ରହିବେ ନାହିଁ କିମ୍ବା ଅସୁବିଧା ଦୂର ହୋଇସାରିବା ପରେ ପୁଣିଥରେ ସ୍କୁଲକୁ ଫେରିବେ ନାହିଁ । ତେଣୁ ସେମାନେ ଏବେ ଛାତ୍ରଛାତ୍ରୀଙ୍କ ସହିତ ସେମାନଙ୍କ ପରିବାର ଉପରେ ଦୃଷ୍ଟିପାତ କଲେ, ସେମାନେ ସଂଖ୍ୟା ଅଧିକ ଥିଲା ଓ ସେମାନେ ଅତ୍ୟନ୍ତ ବଞ୍ଚିତ ସମୁଦାୟ ଥିଲେ ।

ୱନାବିଲ ସବୁବେଳେ ନିଜର ଶିକ୍ଷାଦାନ କାର୍ଯ୍ୟରେ ଦୁଇଟି ତଫସିଲଭୁକ୍ତ ଜନଜାତି ଉପରେ  ଗୁରୁତ୍ୱାରୋପ କରିଥାଏ: ଆଦିୟାନ ଏବଂ ନରିକୌରବ। ଆଦିୟାନମାନେ ବୁମ ବୁମ ମାଟୁକାରାର ନାମରେ ବିଶେଷ ଲୋକପ୍ରିୟ (ବିବିଏମ; ‘ବୁମ ବୁମ’ ଶବ୍ଦ ମାଟୁକାରାର ବା ଗୋପାଳକମାନଙ୍କ ଦ୍ୱାରା ସେମାନଙ୍କ ଦୁଇ ପାଖ ଥିବା ବାଜା ‘ଉରୁମି’ ବଜାଇବା କାରଣରୁ ଉତ୍ପନ୍ନ ହୋଇଥିବା ଶବ୍ଦରୁ ଆସିଛି)। ସୁନ୍ଦର ଭାବେ ସଜ୍ଜିତ ବଳଦ ଯୋଡ଼ାଙ୍କ ସହାୟତାରେ ଭାଗ୍ୟ ବିଷୟରେ କହିବା ପେସାରୁ ଏହି ଶବ୍ଦର ଉତ୍ପତ୍ତି ହୋଇଛି। ବର୍ତ୍ତମାନ ଖୁବ କମ ଲୋକ ଏହି ପେସାକୁ ଆପଣାଇଛନ୍ତି ।

୨୦୧୧ ଜନଗଣନା ଅନୁଯାୟୀ ତାମିଲନାଡ଼ୁରେ ମାତ୍ର ୯୫୦ ପରିବାର ଏହି କାର୍ଯ୍ୟ କରୁଛନ୍ତି । ଅଧିକାଂଶ ନିଜକୁ ଆଦିୟାନ ଭାବେ ପରିଚୟ ଦେଇଥାନ୍ତି, କିନ୍ତୁ ଅଧିକାଂଶ ଲୋକଙ୍କ ନିକଟରେ କୌଣସି ସମ୍ପ୍ରଦାୟ ପ୍ରମାଣପାତ୍ର ନଥାଏ। ଆରାସୁରରେ ପାଖାପାଖି ୧୦୦ ବିବିଏମ ପରିବାର ଅଛନ୍ତି, ଏଥିମଧ୍ୟରୁ ଶିବକୁମାରଙ୍କ ପରିବାର ଗୋଟିଏ-ଏବଂ ଏହି ସମୁଦାୟ ଏବେ ୱନାବିଲର ସହାୟତାରେ ତିଷ୍ଠି ରହିଛନ୍ତି ।

ନାରିକୁରଓ୍ବାର୍ସ-ସାଧାରଣତଃ ଶିକାରୀ ସମୁଦାୟ- ସବୁଠୁ ପଛୁଆ ସମ୍ପ୍ରଦାୟ ହୋଇଥିଲେ ମଧ୍ୟ ୨୦୧୬ରେ ସେମାନଙ୍କୁ ତଫସିଲଭୁକ୍ତ ଜନଜାତି ମାନ୍ୟତା ମିଳିଥିଲା । ଯଦିଓ ୱନାବିଲର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ବୁମ ବୁମ ମାଟୁକାରାର ସମ୍ପ୍ରଦାୟର ।

Prema Revathi (left) with some of Vanavil's residents. Most of the school's students have been sent home, but a few remain on the campus (file photos)
PHOTO • M. Palani Kumar
Prema Revathi (left) with some of Vanavil's residents. Most of the school's students have been sent home, but a few remain on the campus (file photos)
PHOTO • M. Palani Kumar

ପ୍ରେମ ରେବତୀ (ବାମ) ୱନାବିଲର କେତେଜଣ ଅନ୍ତେବାସୀଙ୍କ ସହିତ। ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି, କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ସ୍କୁଲ ପରିସରରେ ରହିଯାଇଛି ।

ୱନାବିଲ ଟ୍ରଷ୍ଟ ପକ୍ଷରୁ ସେମାନଙ୍କ ବିଦ୍ୟାଳୟ ପରିସରରେ ଏକ ଶିଶୁ ଆଶ୍ରୟସ୍ଥଳୀ ପରିଚାଳନା କରାଯାଉଛି, ଏଠାରେ ବିବିଏମ ପିଲାମାନଙ୍କୁ ରଖାଯାଉଛି, ଏହାର ଉଦ୍ଦେଶ୍ୟ ଏପରି ପିଲାମାନଙ୍କୁ ଭିକ୍ଷାବୃତ୍ତି କରିବାକୁ ନଦେବା। ରେବତୀ କୁହନ୍ତି “ଅନ୍ୟ ଯାଯାବର ସମୁଦାୟ ଭଳି ଏହି ପିଲାମାନେ ଉକ୍ରଟ ଦାରିଦ୍ର୍ୟ, ଅଳ୍ପ ବୟସଙ୍କ ବିବାହ, ଅନେକ ଥର ଗର୍ଭଧାରଣ, ଖାଦ୍ୟ ଅଭ୍ୟାସ ଆଦି କାରଣରୁ ଏହି ପିଲାମାନେ କୁପୋଷଣର ଶିକାର ହୋଇଥାନ୍ତି । ତେଣୁ ଆମେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଉ ।”

ଏକାଦଶ ଶ୍ରେଣୀରେ ପଢ଼ୁଥିବା ଏମ. ଆରତୀ (୧୬)ଙ୍କ ପାଇଁ ୱନାବିଲ ଛାତ୍ରୀନିବାସ ହେଉଛି ତାଙ୍କର ଘର। ସେ କୁହନ୍ତି, “ଏହାଠାରୁ ଭଲ ସ୍ଥାନ ଆଉ କେଉଁଠି ମିଳିବ ନାହିଁ”। କିନ୍ତୁ ଏକ ପ୍ରାଥମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀର ଛାତ୍ରୀଟିଏ କ’ଣ କରିବ? ୱନାବିଲ ଟ୍ରଷ୍ଟରେ କେବଳ ବୈକଳ୍ପିକ ଶିକ୍ଷାଦାନ ପଦ୍ଧତିର ଅବଲମ୍ବନ କରାଯାଇ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପାଠପଢ଼ାଯାଇଥାଏ। ଏହା ଏକ ଆବାସିକ ବିଦ୍ୟାଳୟ ପରି କାମ କରିଥାଏ । ଏହାଛଡ଼ା ସରକାରୀ ହାଇସ୍କୁଲରେ ପାଠପଢ଼ୁଥିବା ଯାଯାବର ଛାତ୍ରଛାତ୍ରୀମାନେ ମଧ୍ୟ ଏଠାରେ ରହିଥାନ୍ତି । ଆରତୀ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୱନାବିଲରେ ପାଠପଢ଼ିଥିଲେ। ସେ ବର୍ତ୍ତମାନ ସରକାରୀ ବିଦ୍ୟାଳୟକୁ ଯାଉଛନ୍ତି-କିନ୍ତୁ ସବୁ ସନ୍ଧ୍ୟାରେ ଏଠାରେ ଥିବା ତାଙ୍କ ‘ଘର’କୁ ଫେରିଆସନ୍ତି ।

ଏ ସ୍କୁଲ ମାତ୍ର ୧୫ ବର୍ଷ ପୁରୁଣା ଏବଂ ଏହା ଆରତୀଙ୍କ ସମ୍ପ୍ରଦାୟରେ ଏକ ସକାରାତ୍ମକ ପ୍ରଭାବ ପକାଇଛି । ପୂର୍ବରୁ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପଞ୍ଚମ ଶ୍ରେଣୀରୁ ହିଁ ନିଜ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ୁଥିଲା । କିନ୍ତୁ ଏଠାରେ ପଢ଼ିଥିବା ୪ ଜଣ ଛାତ୍ର ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ଅଧିକ ପାଠପଢ଼ି ସ୍ନାତକ ଉତ୍ତୀର୍ଣ୍ଣ ହୋଇ ଏବେ ଚାକିରି କରୁଛନ୍ତି । ଆହୁରି ତିନି ଜଣ ଚେନ୍ନାଇର ବିଭିନ୍ନ କଲେଜରେ ପାଠ ପଢ଼ୁଛନ୍ତି ।

“ମୋ ସମୁଦାୟର ଅନ୍ୟ ମହିଳାମାନଙ୍କ ଭଳି ମଧ୍ୟ ମୋର ଜୀବନ ସରିଯାଇଥାନ୍ତା,” କୁହନ୍ତି ଆଇଟି କମ୍ପାନୀରେ କାର୍ଯ୍ୟରତ ଜଣେ ଇଞ୍ଜନିୟରିଂ ସ୍ନାତକ ପି. ସୁଧା । “କିନ୍ତୁ ୱନାବିଲ ମୋ ଜୀବନକୁ ବଦଳାଇ ଦେଲା। ସୁଧା ହେଉଛି ସେହି ୪ ଜଣ ୱନାବିଲ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଯିଏକି ନିଜ ସମୁଦାୟର ପ୍ରଥମ ସ୍ନାତକ ଉତ୍ତୀର୍ଣ୍ଣ ଥିଲେ। “ଏଠି ବ୍ୟକ୍ତିଗତସ୍ତରରେ ମୋତେ ଯେଉଁ ସହଯୋଗ ଯୋଗାଇ ଦିଆଗଲା ତାହା ମୋତେ ଅସମ୍ଭବକୁ ସମ୍ଭବ କରିବା ଲାଗି ସକ୍ଷମ କଲା’’ ।

Left: A Vanavil student prepares for a play. Right: Most of them are from the Boom Boom Maattukkarar community: 'The worst affected are children because they have lost their mid-day meals' (file photos)
PHOTO • M. Palani Kumar
Left: A Vanavil student prepares for a play. Right: Most of them are from the Boom Boom Maattukkarar community: 'The worst affected are children because they have lost their mid-day meals' (file photos)
PHOTO • M. Palani Kumar

ବାମ : ଜଣେ ୱନାବିଲ ଛାତ୍ର ଖେଳିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଡାହାଣ : ସେମାନଙ୍କ ମଧ୍ୟରୁ ଅଧିକାଂଶ ବୁମ ବୁମ ମାଟୁକାରାର ସମୁଦାୟର : ‘ପିଲାମାନେ ଅଧିକ ପ୍ରଭାବିତ ହୋଇଛନ୍ତି କାରଣ ସେମାନେ ସେମାନଙ୍କର ମଧ୍ୟାହ୍ନଭୋଜନରୁ ବଞ୍ଚିତ ହୋଇଛନ୍ତି’ (ଫାଇଲ ଫଟୋ)

ଲକଡାଉନ ପୂର୍ବରୁ ଏଠାରେ ୪୫ ଜଣ ଅନ୍ତେବାସୀଙ୍କୁ ମିଶାଇ ୮୧ ଜଣ ଛାତ୍ରଛାତ୍ରୀ ପାଠପଢ଼ୁଥିଲେ। ଏହାଛଡ଼ା ସରକାରୀ ସ୍କୁଲରେ ପଢ଼ୁଥିବା ୧୨୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଏଠାରେ ରହୁଥିଲେ। ଏହାଛଡ଼ା ଟ୍ରଷ୍ଟ ପକ୍ଷରୁ ଗ୍ରାମାଞ୍ଚଳରେ ‘ସ୍କୁଲ ପରବର୍ତ୍ତୀ କେନ୍ଦ୍ର’ ଖୋଲାଯାଇଛି ଏଠାରେ ୫୦୦ରୁ ଅଧିକ ପିଲାଙ୍କୁ ସନ୍ଧ୍ୟାରେ ପୁଷ୍ଟିକର ଜଳଖିଆ ପ୍ରଦାନ କରାଯାଉଛି । କିନ୍ତୁ ଏହି କେନ୍ଦ୍ରରେ ଏବେ କେବଳ ହାତ ସାନିଟାଇଜର ରଖାଯାଇଛି-କାରଣ ସଙ୍କଟରେ ଥିବା ଅଧିକ ସଂଖ୍ୟକ ପରିବାରକୁ  ସିଧାସଳଖ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଉଛି ।

ରେବତୀ କୁହନ୍ତି, “ଅଧିକାଂଶ ଗ୍ରାମରେ, ଲୋକମାନେ ଦିନକୁ କେବଳ ଗୋଟିଏ ଓଳି ଖାଇପାରୁଛନ୍ତି। ପିଲାମାନେ ଅଧିକ ପ୍ରଭାବିତ ହେଉଛନ୍ତି, କାରଣ ସେମାନେ ନିଜ ମଧ୍ୟାହ୍ନ ଭୋଜନ ପାଉନାହାନ୍ତି । ଅଧିକାଂଶ ଘରକୁ ଚାଲିଯାଇଥିବାରୁ ସେମାନେଙ୍କୁ ମଧ୍ୟାହ୍ନ ଭୋଜନ ୱନାବିଲରେ ଦେବା ସମ୍ଭବ ହେଉନାହିଁ” । ଗୋଟିଏ ସ୍କୁଲ ପାଇଁ କଷ୍ଟକର ହୋଇଥିଲେ ମଧ୍ୟ ସେମାନଙ୍କ ଦ୍ୱାରା ଏକ ଜରୁରିକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାକୁ ଦ୍ରୁତ ବେଗରେ ସମ୍ପ୍ରସାରିତ କରାଯାଇଛି ଏବଂ ବହୁସଂଖ୍ୟକ ବଞ୍ଚିତ ଲୋକ ଏବେ ଖାଦ୍ୟସାମଗ୍ରୀ ପାଇପାରୁଛନ୍ତି ।

କାମକୁ ଅଧିକ ସହଜ କରିବା ଲାଗି, ୱନାବିଲ ପକ୍ଷରୁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ନାଗାପଟ୍ଟିନମ ଏବଂ ତିରୁୱରୁରର ୯ଟି ଗ୍ରାମ ଏବଂ ତାଞ୍ଜାଭୁରର ଗୋଟିଏ ଗ୍ରାମରେ ରହିଥିବା ୧୨୮୮ ଯାଯାବର ପରିବାରର ଆବଶ୍ୟକତା ପୂରଣ କରାଯାଉଛି । ବର୍ତ୍ତମାନ ଏହି ସହାୟତା ତିରୁଚିରାପଲ୍ଲୀ ଜିଲ୍ଲାର କେତେକ ପରିବାର ନିକଟରେ ମଧ୍ୟ ପହଞ୍ଚିଛି। ସେମାନେ ମଧ୍ୟ ନାଗାପଟ୍ଟିନମର ୨୦ ଜଣ କିନ୍ନର ଏବଂ ୨୩୧ ଜଣ ମୁନିସିପାଲିଟି ସଫେଇ କର୍ମଚାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ମଧ୍ୟ ପ୍ରୟାସ କରୁଛନ୍ତି ।

ବଳଦ ଯୋଡ଼ାଙ୍କୁ ନେଇ ଭାଗ୍ୟ କହୁଥିବା ବୁମ ବୁମ ମାଟୁକାରାର ସମ୍ପ୍ରଦାୟର ଉତ୍ପତ୍ତି ସମ୍ପର୍କରେ ଅନେକ କିମ୍ବଦନ୍ତୀ ରହିଛି । ତାମିଲନାଡ଼ୁ ଆଦିୟାନ ଜନଜାତି କଲ୍ୟାଣ ସଂଘର ସାଧାରଣ ସମ୍ପାଦକ କେ. ରାଜୁ କୁହନ୍ତି, “ଏହା ବିଶ୍ୱାସ କରାଯାଏ ଯେ ଆମର ପୂର୍ବଜମାନେ ଶତାଧିକ ବର୍ଷ ପୂର୍ବରୁ ସାମ୍ରାଜ୍ୟବାଦୀ ଜମିଦାରଙ୍କ ନିକଟରେ ବନ୍ଧକ ଶ୍ରମିକ ଭାବେ କାମ କରୁଥିଲେ। ମରୁଡ଼ି ସମୟରେ, ଜମିଦାରମାନେ ଚାକରମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଗାଇ ଓ ବଳଦ ଦେଇ ସେମାନଙ୍କୁ ବହିଷ୍କାର କରି ଦେଇଥିଲେ ।” ଯଦିଓ ଅନ୍ୟମାନେ କୁହନ୍ତି, ବିବିଏମମାନେ କେବେବି କୃଷିଜୀବୀ ନଥିଲେ ।

“ଆମେ ପେଟପାଟଣା ପାଇଁ ପ୍ଲାଷ୍ଟିକ, କିମ୍ବା କଣ୍ଢେଇ ବିକ୍ରି କରିଥାଉ, କିମ୍ବା ଅନ୍ୟ ଛୋଟମୋଟ କାମ କରିଥାଉ, କିନ୍ତୁ ଏବେ ଆମେ ଶିକ୍ଷା ପ୍ରତି ଗୁରୁତ୍ୱ ଦେଉଛୁ, ରାଜୁ କହନ୍ତି । ସେ ଉକ୍ତ ଅଞ୍ଚଳରେ ତାଙ୍କ ସମ୍ପ୍ରଦାୟର କଲ୍ୟାଣ ପାଇଁ ୱନାବିଲର ଯୋଗଦାନକୁ ପ୍ରଶଂସା କରିଛନ୍ତି ।

More than half of the primary school's students stay on the campus; it is also 'home' to 102 children attending government schools around Sikkal village (file photos)
PHOTO • M. Palani Kumar
More than half of the primary school's students stay on the campus; it is also 'home' to 102 children attending government schools around Sikkal village (file photos)
PHOTO • M. Palani Kumar

ପ୍ରାଥମିକ ସ୍କୁଲର ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ପରିସରରେ ରୁହନ୍ତି; ସିକଲ ଗ୍ରାମ ନିକଟରେ ଥିବା ସରକାରୀ ସ୍କୁଲକୁ ଯାଉଥିବା ୧୦୨ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏହା ଘର ଭଳି । (ଫାଇଲ ଫଟୋ)

ରାଜୁ କୁହନ୍ତି, “ସହଜରେ ଜାତିଗତ ପ୍ରମାଣପତ୍ର ପାଇବା ଆମ ଲୋକମାନଙ୍କ ପାଇଁ ଦୀର୍ଘଦିନର ସଂଘର୍ଷ ହୋଇ ରହିଆସିଛି ।” ଅନ୍ୟପଟେ ପ୍ରେମା ରେବତୀ କୁହନ୍ତି, “କେତେକ ଗ୍ରାମରେ ସେମାନେ କେଉଁ ପ୍ରକାରର ପ୍ରମାଣପତ୍ର ପାଇବେ ତାହା ରାଜସ୍ୱ ଡିଭିଜନ ଅଧିକାରୀଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ ।

୨୦୦୪ ସୁନାମୀ ପରେ ଯାଯାବର ଲୋକଙ୍କୁ ରିଲିଫ ସହାୟତା ପ୍ରଦାନରେ ପାତରଅନ୍ତର କରାଯାଇଥିଲା, ଏହାର ଗୋଟିଏ ବର୍ଷ ପରେ ୱନାବିଲ ପ୍ରତିଷ୍ଠା ହୋଇଥିଲା । ଏହି କାରଣରୁ ଗଠନ କରାଯାଇଥିବା ୨୦୧୫ ଚେନ୍ନାଇ ବନ୍ୟା ଏବଂ ୨୦୧୮ ଗାଜା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ରିଲିଫ କାର୍ଯ୍ୟ ମଧ୍ୟ କରିଥିଲା ।

ନାଗାପଟ୍ଟିନମକୁ ଫେରିଯିବା, ଏଠାକାର ଆପ୍ପାରକୁଡି ପଡ଼ା ବାସୀନ୍ଦା କେ. ଆଣ୍ଟୋନୀ (୨୫) ଇଞ୍ଜିନିୟରିଂ ଡିପ୍ଲୋମାଧାରୀ ଏବଂ ଟେଲିକମ କ୍ଷେତ୍ରରେ କାମ କରୁଛନ୍ତି । ସେ ବିଶ୍ଵାସ କରନ୍ତି, କିନ୍ତୁ ଭାନଭିଲ୍ ପାଇଁ ପୁରା ହାମଲେଟ୍ ଭୋକରେ ରହିଥାନ୍ତା “ଆମର କେତେଜଣ ବାଦକ ରହିଛନ୍ତି ଯେଉଁମାନେ ନାଦସ୍ୱରମ ଏବଂ ତାୱିଲ ବାଜା ବଜାଇଥାନ୍ତି । କିନ୍ତୁ ସେମାନେ ଦିନ ମଜୁରିଆ ଭାବେ କାମ କରନ୍ତି । ତେଣୁ ଏଭଳି ସମୟ ଆମ ପାଇଁ ବେଶ କଷ୍ଟକର ।” ବୋଲି ଆଣ୍ଟୋନୀ କୁହନ୍ତି । କିନ୍ତୁ ଏ ସ୍କୁଲ ଆମକୁ ବିଶ୍ୱାସ ଦେଇଛି ବୋଲି ସେ କୁହନ୍ତି ।

କିଶୋରୀ ଆରତୀ ମଧ୍ୟ କୁହନ୍ତି, “ମୁଁ ଏକାଦଶ ଶ୍ରେଣୀ ପରୀକ୍ଷା ଦେଇଛି ଏବଂ ଜାଣିଛି ଯେ ମୁଁ ପାସ କରିବି । ମୋତେ ସ୍କୁଲ ପାଠପଢ଼ା ସାରି ଶିକ୍ଷକ ତାଲିମ ପାଠ୍ୟକ୍ରମ କରିବାକୁ ପଡ଼ିବ ।” ହୁଏତ ୱନାବିଲରେ ତାଙ୍କୁ ଭବିଷ୍ୟତରେ ଶିକ୍ଷକ ଭାବେ ଭବିଷ୍ୟତରେ ନିଯୁକ୍ତି ଦିଆଯାଇପାରେ।

କଭର ଫଟୋ : ଏମ. ପାଲାନି କୁମାର

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Kavitha Muralidharan

କବିତା ମୁରଲୀଧରନ୍ ହେଉଛନ୍ତି ଚେନ୍ନାଇସ୍ଥିତ ଜଣେ ମୁକ୍ତବୃତ୍ତି ସାମ୍ବାଦିକା ଏବଂ ଅନୁବାଦିକା । ସେ ପୂର୍ବରୁ ‘ଇଣ୍ଡିଆ ଟୁଡେ’ (ତାମିଲ)ର ଜଣେ ସଂପାଦିକା ଥିଲେ ଏବଂ ତା’ ପୂର୍ବରୁ ‘ଦ ହିନ୍ଦୁ’(ତାମିଲ)ର ରିପୋର୍ଟିଂ ବିଭାଗର ମୁଖ୍ୟ ଥିଲେ । ସେ ଜଣେ ପରୀ ସ୍ୱେଚ୍ଛାସେବୀ ।

Other stories by Kavitha Muralidharan