ଜୁଲାଇରୁ ନଭେମ୍ବର ୨୦୧୭ ମଧ୍ୟରେ ବିଦର୍ଭର କପା ଚାଷ ହେଉଥିବା ଜିଲ୍ଳା ମୁଖ୍ୟତଃ ୟବତମାଲରେ ଅଚାନକ ଅସ୍ଥିରତା, ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ଖରାପ ହୋଇଯିବା ଏବଂ ପେଟଯନ୍ତ୍ରଣା ସଂପର୍କରେ ଅଭିଯୋଗ କରି ଅଧିକ ସଂଖ୍ୟାରେ ଲୋକ ହସ୍ପିଟାଲକୁ ଆସିବାରେ ଲାଗିଲେସେମାନେ ସମସ୍ତେ କପା ଚାଷୀ ବା ଶ୍ରମିକ ଥିଲେ ଯେଉଁମାନେ କି ନିଜ ନିଜ ଜମିରେ କୀଟନାଶକ ସିଞ୍ଚନ କରୁଥିବା ସମୟରେ ବିଷ ସଂସ୍ପର୍ଶରେ ଆସିଥିଲେଅତି କମରେ ୫୦ ଜଣ ମଲେ, ୧,୦୦୦ରୁ ଅଧିକ କିଛି ମାସ ଧରି ଅସୁସ୍ଥ ରହିଲେ

ତିନିଟି ଭାଗରେ ବିଭକ୍ତ ହୋଇଥିବା ସିରିଜର ଏହି ଦ୍ୱିତୀୟ ଆଲେଖ୍ୟରେ ପରୀ ସେହି ଅଞ୍ଚଳରେ କ’ଣ ହୋଇଥିଲା ଏବଂ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କ’ଣ ପାଇଲା ସେ ସଂପର୍କରେ ଆଲୋକପାତ କରିଛି

ତା’ପରେ ଆମେ ବିଦର୍ଭରେ କ’ଣ ପାଇଁ ଏତେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି ସେହି  ବିଷୟରେ ଜାଣିବାକୁ ଉଦ୍ୟମ କରିବାଏବଂ କ’ଣ ପାଇଁ ବିଟି କପା-ଗୁଣସୂତ୍ରରେ ପରିବର୍ତ୍ତନ କରି ସୃଷ୍ଟି କରାଯାଇଥିବା ଏକ ପ୍ରଜାତି ଯାହାକି ବଲୱର୍ମମାନଙ୍କଠାରୁ ରକ୍ଷା ପାଇବାରେ ସକ୍ଷମ ବୋଲି ଦାବି କରାଯାଉଥିଲା, ବର୍ତ୍ତମାନ ସେହି କୀଟ ଦ୍ୱାରା ଆକ୍ରାନ୍ତ ହେଉଛି ତାହା ଅନୁସନ୍ଧାନ କରିବାପିଙ୍କ ବଲୱର୍ମ ଏବେ ଏକ ପ୍ରତିଶୋଧମୂଳକ ଆଭିମୁଖ୍ୟ ନେଇ ଫେରିଛି-ତା’ ଦ୍ୱାରା ବ୍ୟାପକଭାବେ ଧ୍ୱଂସ ହେଉଛି

*****

ବିଷ ସଂସ୍ପର୍ଶରେ ଆସିବାର ଧକ୍କାରୁ ଏବେ ଯାଏ ମୁକ୍ତ ହୋଇପାରିନାହାନ୍ତି ସଞ୍ଜୟ ଭୋର୍ଖଡେ। ସେ କହନ୍ତି, ‘ ମୁଁ ପ୍ରାୟ ମୋ ଦୃଷ୍ଟି ଶକ୍ତି ହରାଇସାରିଥିଲି। କିନ୍ତୁ ରକ୍ଷା ପାଇଗଲି। ମୁଁ ଏବେ ବି ଆଖିରେ ଜ୍ୱଳନ ଓ କ୍ଲାନ୍ତି ଅନୁଭବ  କରୁଛି। ’

ଅନ୍ଧ ସଂପ୍ରଦାୟର ଜଣେ ଆଦିବାସୀ ୩୫ ବର୍ଷୀୟ ସଞ୍ଜୟ ବିଗତ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା କୃଷି କ୍ଷେତରେ ଶ୍ରମିକ ଭାବେ କାମ କରିଆସୁଛନ୍ତି। ତାଙ୍କର କୌଣସି ନିଜସ୍ୱ ଜମି ନାହିଁ। ସେ କହନ୍ତି, ଏତେ ବର୍ଷ ମଧ୍ୟରେ ସେ ସିଞ୍ଚନ କରି ଆସୁଥିବା ରସାୟନିକ ପଦାର୍ଥର ଏଭଳି ସାଂଘାତିକ ପ୍ରଭାବ ଦେଖିନଥିଲେ।

ଯେଉଁଦିନ ସେ ଅସୁସ୍ଥ ହୋଇପଡ଼ିଲେ, ସେଦିନ ସେ ୫-୬ ଘଣ୍ଟା ଧରି ସିଞ୍ଚନ କରିଥିଲେ। ତାହା ଅକ୍ଟୋବର ୨୦୧୭ର ଘଟଣା ଥିଲା, ତାର ସପ୍ତାହେ ପୂର୍ବରୁ ସଞ୍ଜୟ ନିଜ ଗାଁରେ ଥିବା ୧୦ ଏକର ବ୍ୟାପୀ ଏକ କପା ଫାର୍ମରେ ବିଭିନ୍ନ ପ୍ରକାର କୀଟନାଶକ ସିଞ୍ଚନ କରିଥିଲେ। ଯେଉଁଠାରେ ସେ ବାର୍ଷିକ ଚୁକ୍ତିଭିତ୍ତିରେ କାମ କରୁଥିଲେ। ଦେଶର ଏହି ଭାଗରେ ସେହି ବ୍ୟବସ୍ଥାର ନାଁ ହେଲା ସାଲଦାରି। ଏହାଯୋଗୁ ସଞ୍ଜୟ ବାର୍ଷିକ ୭୦,୦୦୦ ଟଙ୍କା ପାଉଥିଲେ। ସେ ୟବତମାଲର ନିର ତହସିଲର ଚିଖାଲି(କାନହୋବା) ଗାଁରେ ରହନ୍ତି। ଗାଁରେ ମୋଟ ୧,୬୦୦ ଲୋକ ରହୁଥିବାବେଳେ ସେଥିମଧ୍ୟରୁ ୧୧ ପ୍ରତିଶତ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଓ ଅନ୍ୟମାନେ ଅନୁସୂଚିତ ଜାତିର। 

The inside of a hut with utensils and clothes
PHOTO • Jaideep Hardikar

କୃଷିଶ୍ରମିକ ସଞ୍ଜୟ ବୋର୍ଖଡେଙ୍କ ସାତ ଜଣିଆ ପରିବାର ଚିଖାଲିର କାନହୋବା ଗାଁରେ ଗୋଟେ ଏକବଖୁରିଆ ଘରେ ରହନ୍ତି। 

ତାଙ୍କ ପତ୍ନୀ ତୁଲସା କହନ୍ତି, ‘ଗାଁର ମହିଳାଙ୍କ ନିକଟରୁ ମୁଁ କୀଟନାଶକ ଜନିତ ଅସୁସ୍ଥତା ଏବଂ ମୃତ୍ୟୁ ସଂପର୍କରେ ଶୁଣିବାକୁ ପାଇଥିଲି।’ ଯେତେବେଳେ ସଞ୍ଜୟ ମଧ୍ୟ ଅସୁସ୍ଥ ହୋଇପଡ଼ିଲେ,ସେ ତାଙ୍କ ଆଖି ହରାଇ ପାରନ୍ତି ବୋଲି ମନେ କରି ତୁଲସା ଖୁବ୍ ଭୟଭୀତ ହୋଇଗଲେ। ଯେଉଁ କେତେଦିନ ସଞ୍ଜୟ ଡାକ୍ତରଖାନାରେ ରହିଲେ ତାହା ସେମାନଙ୍କ ପରିବାର ପାଇଁ ଖୁବ୍ ଦୁର୍ଦ୍ଦିନ ଥିଲା। ତୁଲସା କହନ୍ତି, ‘ମୋର ଭାଗ୍ୟ ଭଲ ଯେ ସେ ଘରକୁ ସୁରକ୍ଷିତ ଭାବେ ଫେରିଆସିଲେ। ନହେଲେ ମୁଁ କେମିତି ମୋ ପିଲାଙ୍କୁ ପାଳିଥାନ୍ତି?’

ସଞ୍ଜୟ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି। ପତ୍ନୀ ତୁଲସା, ତିନୋଟି ଝିଅ ,ଗୋଟେ ପୁଅ ଓ ମା’ଙ୍କୁ ନେଇ ତାଙ୍କର ପରିବାର। କାଠ ଖୁଣ୍ଟ, ମାଟି କାନ୍ଥ ଏବଂ ଛଣଛପରରେ ତିଆରି ଏକ ଘରେ ସେମାନେ ରହନ୍ତି। ତା’ ଭିତରେ ବିକ୍ଷିପ୍ତ ହୋଇପଡ଼ିଥିବା କିଛି ବାସନକୁସନ, ଗୋଟେ ଖଟ ରହିଛି-କିନ୍ତୁ ତାଙ୍କ ପିଲାମାନଙ୍କର ହସରେ ତାହା ପରିପୂର୍ଣ୍ଣ।

ସେହି ଦୁଃଖଦ କାହାଣୀ ସଂପର୍କରେ ମନେ ପକାଇବା ଲାଗି ସଞ୍ଜୟ ଭୟଭୀତ ହୋଇପଡ଼ନ୍ତି। ଯାହାଦ୍ୱାରା ପଶ୍ଚିମ ବିଦର୍ଭର କପା ଚାଷ ହେଉଥିବା ଅଞ୍ଚଳରେ ବିଶେଷ କରି ୟବତମାଲ ଜିଲ୍ଲାରେ ପ୍ରାୟ ୫୦ ଜଣ ଚାଷୀ ଏବଂ କୃଷି ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। (ଦେଖନ୍ତୁ ପ୍ରାଣଘାତୀ କୀଟନାଶକ, ବିଷାକ୍ତ ସିଞ୍ଚନ)। ସେମାନେ ଅଚାନକ ବିଷ ସଂସ୍ପର୍ଶରେ ଆସିବା ଯୋଗୁ କିମ୍ବା ପ୍ରଶ୍ୱାସରେ ତାକୁ ଗ୍ରହଣ କରିବା ଯୋଗୁ ସେପ୍ଟେମ୍ବର-ନଭେମ୍ବର ୨୦୧୭ ମଧ୍ୟରେ ପ୍ରାଣ ହରାଇଥିଲେ। ପ୍ରାୟ ୧,୦୦୦ ଜଣ ଚାଷୀ ଏବଂ କୃଷି କ୍ଷେତରେ କାମ କରୁଥିବା ଶ୍ରମିକ କିଛି ମାସ ଧରି ଅସୁସ୍ଥ ହୋଇ ରହିଲେ। (ଏହି ସଂଖ୍ୟାକୁ ରାଜ୍ୟ ସରକାର ଘରୋଇ ଏବଂ ସରକାରୀ ଡାକ୍ତରଖାନାରୁ ସଂଗ୍ରହ କରିଥିଲେ)।

ଚାଷୀ ଆତ୍ମହତ୍ୟା ପାଇଁ କୁଖ୍ୟାତ ଏହି ଅଞ୍ଚଳରେ ଏହା କୀଟନାଶକଜନିତ ଏକ ଭିନ୍ନ ଧରଣର ବିଷକ୍ରିୟା ଥିଲା। 

ସଞ୍ଜୟ ଯାହାଙ୍କ ଜମିରେ କାମ କରନ୍ତି, ଚାଷୀ ଓ ଗାଁର ସରପଞ୍ଚ ଉଦ୍ଧବରାଓ ଭାଲେରାଓ ମନେ ପକାନ୍ତି, ଦିନେ ସନ୍ଧ୍ୟାରେ ପ୍ରତିବର୍ଷ ଭଳି ଆମେ ଚାଷ ଜମିରେ କୀଟନାଶକ ସିଞ୍ଚନ ପ୍ରାୟ ଶେଷ କରିସାରିଥିଲୁ। ସେଦିନ ସନ୍ଧ୍ୟା ପ୍ରାୟ ୫ଟାରେ ସଞ୍ଜୟ ଆଖି ଫୁଲିଥିବା ଅବସ୍ଥାରେ ତାଙ୍କ ଘରକୁ ଆସିଥିଲେ। ଉଦ୍ଧବରାଓ ତାଙ୍କୁ ତୁରନ୍ତ ମୋଟରସାଇକେଲରେ ବସାଇ ପ୍ରାୟ ୧୦ କିମି ଦୂରରେ ଥିବା ଆରନି ସହରକୁ ନେଇଗଲେ। ଓ ସେଠାରୁ ୟବତ୍‌ମାଲ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଆହୁରି ୪୦ କିମି ଦୂରରେ ଥିଲା। ଉଦ୍ଧବରାଓ କହନ୍ତି, ଆମେ କୀଟନାଶକ ଜନିତ ବିଷ ଦ୍ୱାରା ପ୍ରଭାବିତ ହେବା କଥା ଶୁଣି ଆସୁଥିଲୁ, କିନ୍ତୁ ଏହାଦ୍ୱାରା ଆମେ ପ୍ରଭାବିତ ହେବୁ ବୋଲି କେବେ ଭାବିନଥିଲୁ। ’ ସେ ମନେ ପକାନ୍ତି ପୂରା ହସ୍ପିଟାଲ ଅଚାନକ କୀଟନାଶକ ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀଙ୍କ ଦ୍ୱାରା ପୂର୍ଣ୍ଣ ଥିଲା।

ଏହା ଏକ ବିସ୍ମୟକର କିନ୍ତୁ ଭୟାନକ ଅଧ୍ୟାୟ ଥିଲା। ‘ବହୁ ବର୍ଷ ଧରି ଆମେ ବ୍ୟବହାର କରିଆସୁଥିବା କୀଟନାଶକକୁ ଏଥରକ ମଧ୍ୟ ବ୍ୟବହାର କରିଥିଲୁ-ଅନାବନା ଗଛକୁ ମାରିବା ପାଇଁ କିଛି ଅଣସ୍ଥାନୀୟ ବିଷ ଓ ସିଧାସଳଖ  ପ୍ରଭାବ ସୃଷ୍ଟି କରୁଥିବା କିଛି ରସାୟନିକ।’ ଏଥରକ ପ୍ରବଳ ଗୁଳୁଗୁଳି ଏବଂ କପା ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବା  କେବଳ ଏକମାତ୍ର ଭିନ୍ନତା ଥିଲା।

ଯେତେବେଳେ ମୁଁ ଜାନୁଆରୀ ମାସରେ ଚିଖାଲି କାନହୋବା ଗାଁକୁ ଗଲି, ଚାଷୀମାନେ ଏବେ ବି ପିଙ୍କ ବଲୱର୍ମ ସହିତ ବହୁଗୁଡ଼ିଏ କୀଟର ଆକ୍ରମଣ ଯୋଗୁ ଆଶ୍ଚର୍ଯ୍ୟ ଥିଲେ। ଜୁଲାଇ ୨୦୧୭ରୁ ତାହା ଆରମ୍ଭ ହୋଇଥିଲା। ଏବଂ କୃଷିଶ୍ରମିକମାନେ ବିଭିନ୍ନ ପ୍ରକାର କୀଟନାଶକର ବିଷାକ୍ତ ଗ୍ୟାସକୁ ଅଚାନକ ଶୁଘିଂ ପକାଇବା ପରେ ହୋଇଥିବା ସମସ୍ୟାରୁ ମୁକୁଳି ପାରିନଥିଲେ।

ସେପ୍ଟେମ୍ବରରୁ ଅକ୍ଟୋବର ମାସରେ ଏହି ଗାଁରେ ୫ ଜଣ କୃଷିଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ, ଅସ୍ୱାଭାବିକ ଭାବେ ବୃଦ୍ଧିହୋଇଥିବା ଘନ ଏବଂ ବୁଦାଳିଆ ବିଟି କପା ଗଛରେ କୀଟନୀଶକ ସିଞ୍ଚନ ପରେ ସେମାନଙ୍କର ଏପରି ଦଶା ହୋଇଥିଲା। ସେମାନଙ୍କ ମଧ୍ୟରୁ ସଞ୍ଜୟଙ୍କ ସମେତ ଚାରି ଜଣ ବଞ୍ଚିଛନ୍ତି। କିନ୍ତୁ ଅନ୍ଧ ସଂପ୍ରଦାୟର ୪୫ ବର୍ଷୀୟ ନାମମାତ୍ର ଚାଷୀ ଡ୍ୟନେଶ୍ୱର ତାଲେ ଦୁଇ ମାସରୁ ଅଧିକ ସମୟ ଧରି ହସ୍ପିଟାଲରେ ରହିବା ପରେ ଏହି ଯୁଦ୍ଧ ହାରିଯାଇଥିଲେ। ତାଙ୍କୁ ପ୍ରଥମେ ଅକ୍ଟୋବର ୧, ୨୦୧୭ରେ ଆରନି ସ୍ଥିତ ଉପଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ପରଦିନ ତାଙ୍କୁ ୟବତମାଲ ଜିଲ୍ଲା ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ମାସେ ରହିବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ନାଗପୁରସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା। 

Two men walk around the village of Chikhli Kanhoba
PHOTO • Jaideep Hardikar
A man talking in the foreground with a man and woman sitting in the background in the village of Chikhli-Kanhoba
PHOTO • Jaideep Hardikar

ବାମ: ଡ୍ୟନେଶ୍ୱରଙ୍କ ଏକ ଫଟୋଗ୍ରାଫ୍ ସହିତ ତାଲେ ପରିବାରଡାହାଣ: ତାଲେ ପରିବାରରେ ଗାଁ ସରପଞ୍ଚ ଏବଂ ଜମି ମାଲିକ ଉଦ୍ଧବ ଭାଲେରାଓ 

ଡ୍ୟନେଶ୍ୱରଙ୍କ ସବା ସାନଭାଇ ଗଜାନନ କହନ୍ତି, ‘ତାଙ୍କର ଅବସ୍ଥାରେ ଦିନେ ଉନ୍ନତି ଆସୁଥିଲା ଏବଂ ପରଦିନ ସେ ଗୁରୁତର ହୋଇପଡୁଥିଲେ। ଆମେ ଭାବୁଥିଲୁ ସେ ବଞ୍ଚିଯିବେ, କିନ୍ତୁ ତାହା ହୋଇନଥିଲା।’ ଗଜାନନ କୃଷିଶ୍ରମିକ ଭାବେ କାମକରୁଥିବାବେଳେ ତାଙ୍କ ଭାଇଙ୍କ ସହିତ ପୂରା ହସ୍ପିଟାଲରେ ରହିଥିଲେ। ତାଙ୍କର ଆଉ ଜଣେ ଭାଇ ବନ୍ଧୁ ମଧ୍ୟ ସାମୟିକ ଭାବେ ଦୃଷ୍ଟିଶକ୍ତି ଖରାପ ହୋଇଯିବା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ ବିଷାକ୍ତ କୀଟନାଶକ ଶୁଘିଂଥିବାବେଳେ ସେଥିରୁ ରକ୍ଷା ପାଇଯାଇଥିଲେ।

ସଞ୍ଜୟଙ୍କ ପରି ଡ୍ୟନେଶ୍ୱର ଆଖିରେ ପ୍ରଥମେ ଜ୍ୱଳନ ଅନୁଭବ କରିଥିଲେ-ପରେ ତାହା ଚାରିଆଡ଼କୁ ବ୍ୟାପିଥିଲା। କୀଟନାଶକ ଯୋଗୁ ତାଙ୍କର ରୋଗପ୍ରତିରୋଧକ ଶକ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା, ଏବଂ ମେଡିକାଲ ରେକର୍ଡ ଅନୁସାରେ ସଂକ୍ରମଣ ତାଙ୍କର ପୂରା ଶରୀରକୁ ବ୍ୟାପିଯାଇଥିଲା। ‘ସେପ୍ଟିସେମିଆ’ ଯୋଗୁ ତାଙ୍କର ପ୍ରାଣହାନି ହୋଇଥିଲା।

ନିଜ ବାପାଙ୍କୁ ହରାଇବା ପରେ ତାଙ୍କର ତିନି ପିଲା ଏବେ ପାଠ ପଢ଼ିବା ପାଇଁ ସଂଘର୍ଷ କରୁଛନ୍ତି। କୋମଲ(୧୯) ଯୁକ୍ତ ଦୁଇରେ ପଢ଼ୁଛନ୍ତି, କୈଳାସ(୧୭) ୧୦ମରେ ଓ ସବା ସାନ ଶୀତଲ(୧୫) ୯ମରେ ପଢ଼ୁଛନ୍ତି। ସେମାନେ ସମସ୍ତେ ଆରନି ସହରରେ ଶିକ୍ଷାଗ୍ରହଣ କରୁଛନ୍ତି। ଡ୍ୟନେଶ୍ୱର ନିଜେ ଯାହା କରିପାରିନଥିଲେ ତାହା ତାଙ୍କ ପିଲା କରନ୍ତୁ ବୋଲି ସେ ଚାହୁଁଥିଲେ-ସ୍କୁଲ ଯିବା, ଶିକ୍ଷିତ ହେବା, ଉନ୍ନତି କରିବା।

ତାଙ୍କର ବିଧବା ପତ୍ନୀ ଅନୀତା ଜଣେ କୃଷିଶ୍ରମିକ ଭାବେ କାମ କରୁଛନ୍ତି। ତାଙ୍କର ବୃଦ୍ଧା ମା’ ଚନ୍ଦ୍ରକଳା ତାଙ୍କର ପୂରା ଜୀବନ ଅନ୍ୟମାନଙ୍କ ଚାଷଜମିରେ କଠିନ କାମ କରି ବିତାଇ ଦେଇଛନ୍ତି। ଅନୀତା କହନ୍ତି, ‘ ପୂରା ଗାଁର ଲୋକେ ସେମାନଙ୍କୁ ଚାନ୍ଦା କରି ସମର୍ଥନ କରିଥିଲେ।  କିନ୍ତୁ , ତାଙ୍କର ଚିକିତ୍ସା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆମକୁ ମଧ୍ୟ ଯାହାକିଛି ସୁନା ଆମ ନିକଟରେ ଥିଲା ତାକୁ ବିକ୍ରି କରିବାକୁ ପଡ଼ିଥିଲା। ଏବଂ (ପଡ଼ୋଶୀ ଓ ସଂପର୍କୀୟଙ୍କ ନିକଟରୁ) ୬୦-୬୫,୦୦୦ ଟଙ୍କା ଧାର କରିଥିଲୁ। ’

A young boy and two young girls, all sblings, stand in their house
PHOTO • Jaideep Hardikar

ଡ୍ୟନେଶ୍ୱର ତାଲେ ଚାହୁଁଥିଲେ ତାଙ୍କର ପିଲାମାନେ କୈଳାସ, କୋମଳ ଓ ଶୀତଳ ପାଠ ପଢ଼ି ଉନ୍ନତି କରନ୍ତୁ। 

ଚିଖାଲି କାନହୋବା ଗାଁରେ ଉଚ୍ଚସମ୍ମାନ ପ୍ରାପ୍ତ ଭାଲେରାଓ କହନ୍ତି, ‘ସେପ୍ଟେମ୍ବର-ନଭେମ୍ବର ମାସ ଆମ ଗାଁ ପାଇଁ ଖୁବ୍ ଚାଲେଞ୍ଜିଂ ସମୟ ମଧ୍ୟରୁ ଅନ୍ୟତମ ଥିଲା। ଆମେ ଚାରି ଜଣଙ୍କୁ ରକ୍ଷା କରିପାରିଲୁ, କିନ୍ତୁ ଡ୍ୟନେଶ୍ୱରଙ୍କ ଜୀବନ ବଞ୍ଚାଇ ପାରିଲୁ ନାହିଁ। ’

ଏହି ଚାଲେଞ୍ଜିଂ ସମୟ କିନ୍ତୁ ପ୍ରାଥମିକ ଭାବେ ଏକ ଭଲ କପା ଅମଳର ବର୍ଷ ହେବ ବୋଲି ଆକଳନ କରାଯାଉଥିଲା(ଜୁଲାଇ ୨୦୧୭-ମାର୍ଚ୍ଚ ୨୦୧୮), କିନ୍ତୁ ପରେ ଭୟଙ୍କର ପୋକ ଆକ୍ରମଣ ଯୋଗୁ ବିଧ୍ୱଂସକାରୀ ବର୍ଷ ମଧ୍ୟରୁ ଅନ୍ୟତମ ପାଲଟିଗଲା। ଭାଲେରାଓଙ୍କ ଜମିରେ ମଧ୍ୟ ଏକ ପୁରୁଣା ପୋକ ପିଙ୍କ ବଲୱର୍ମ ପ୍ରାୟ ଦଶନ୍ଧି ପରେ ଫେରିଛି। ୧୯୮୦ ମସିହାରେ ସେହି ପୋକକୁ ଶେଷ ଥର ପାଇଁ ଦେଖାଯାଇଥିଲା। ୧୯୯ ୦ ଦଶକରେ ସିନ୍ଥେଟିକ୍ ପାଇରେଥ୍ରୋଏଡସ ଏବଂ ୨୦୦୧ରେ ବିଟି କପାର ଆର୍ବିଭାବ ଯୋଗୁ ଏହି ପୋକର ପ୍ରଭାବକୁ ପ୍ରତିହତ କରି ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ଉଭୟ କୀଟନାଶକ ଓ ବିଟି କପା ବିରୋଧରେ ସହନଶକ୍ତି ସୃଷ୍ଟି କରିସାରିଛି। (ଏ ବିଷୟରେ ଅଧିକ ଆଉ ଏକ ସିରିଜରେ କହିବୁ)

ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କୀଟନାଶକ ଅଧ୍ୟାୟ ସଂପର୍କରେ ତଦନ୍ତ କରିବା ଏବଂ ଭବିଷ୍ୟତରେ ଏଭଳି ବିପର୍ଯ୍ୟୟକୁ ରୋକିବା ଲାଗି ପ୍ରତିଶେଧମୂଳକ ପଦକ୍ଷେପ ସଂପର୍କରେ ପରାମର୍ଶ ଦେବା ପାଇଁ ଅକ୍ଟୋବର ୨୦୧୭ରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ତା’ର ରିପୋର୍ଟ ଦେଇସାରିଛି। ଅନ୍ୟ ପଦକ୍ଷେପ ସହିତ ଏହା ମନୋକ୍ରୋଟୋଫୋଜ୍, ଏକ ଲୋକପ୍ରିୟ କିନ୍ତୁ ବିପଜ୍ଜନକ କୀଟନାଶକକୁ ନିଶିଦ୍ଧ କରିବା ନେଇ ପରାମର୍ଶ ଦେଇଛି। (ଦେଖନ୍ତୁ: ଏସଆଇଟି ରିପୋର୍ଟ: ଅଦ୍ଭୁତପୂର୍ବ ପୋକ ଆକ୍ରମଣ, ଉଦଣ୍ଡ)।

ଭାଲେରାଓ କହନ୍ତି, ଏହି ବିପର୍ଯ୍ୟୟ ସ୍ଥାନୀୟ କୃଷକ ଅର୍ଥନୀତି ଉପରେ ବ୍ୟାପକ ପ୍ରଭାବ ପକାଇବ। ଚଳିତବର୍ଷ ତାଙ୍କର କପା ଅମଳ ଅତି କମରେ ୫୦ ପ୍ରତିଶତ କମିଛି- ଏକ କୂଅ ଦ୍ୱାରା ଜଳସେଚିତ ତାଙ୍କର ୮ ଏକର ଜମିରେ ପ୍ରତି ଏକରରୁ ୧୨-୧୫ କ୍ୱିଣ୍ଟାଲ କପା ଅମଳ ହେଉଥିବାବେଳେ ୨୦୧୭-୧୮ରେ ମାତ୍ର ୫-୬ କ୍ୱିଣ୍ଟାଲ ଅମଳ ହୋଇଛି। ସବୁଠୁ ବଡ଼ କଥା ହେଲା ସଂକ୍ରମଣ ଯୋଗୁ କପାର ଗୁଣବତ୍ତା ମଧ୍ୟ ଖରାପ ହୋଇଛି। ଅମଳ କମିଯିବା ଯୋଗୁ ସ୍ଥାନୀୟ ଅର୍ଥନୀତିକୁ ଖୁବ୍ କମ୍ ଟଙ୍କା ଆସୁଛି। ଏଭଳି ଭାବେ ସ୍ୱଳ୍ପ ପରିମାଣର ଟଙ୍କା ଆସିବାର ଅର୍ଥ କୃଷିଶ୍ରମିକଙ୍କୁ କମ୍ ମଜୁରୀ ବା କମ୍ କାମ ମିଳିବା।  ସରକାର ନରେଗା ଭଳି ଯୋଜନାରେ ଲୋକଙ୍କୁ କାମ ନଦେଲେ କିଣାବିକା, ବାହାଘର,ଭିତ୍ତିଭୂମି ସଂକ୍ରାନ୍ତରେ ବ୍ୟୟ ଓ ଅନ୍ୟାନ୍ୟ ଖର୍ଚ୍ଚ ଉପରେ ଏହାର ପ୍ରଭାବ ରହିବ। ଗାଁର ଦୁର୍ବଳ ଅର୍ଥନୀତି ଏହାଯୋଗୁ ଆହୁରି ନିମ୍ନଗାମୀ ହେଉଛି। 

ଭାଲେରାଓ ଆହୁରି କହନ୍ତି, ‘ଏହି ମୃତୁ୍ୟ ଓ ଡାକ୍ତରଖାନାରେ ଭର୍ତ୍ତି ହେବା ଜମି ମାଲିକ ଓ କୃଷି ଶ୍ରମିକଙ୍କ ମଧ୍ୟରେ ସଂପର୍କକୁ ବହୁ ବର୍ଷ ଧରି ପ୍ରଭାବିତ କରିବ। କୀଟନାଶକ ସିଞ୍ଚନ ଫସଲ ଅମଳ ପ୍ରକିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାବେଳେ ତାକୁ ପ୍ରାୟ କୃଷିଶ୍ରମିକମାନେ କରିଥାନ୍ତି ଯେଉଁମାନେ କି ଏବେ କୀଟନାଶକ ସିଞ୍ଚନକୁ ଡରୁଛନ୍ତି। ୟବତମାଲରେ ଯଦିଓ କୀଟନାଶକ ବିଷଜନିତ ବିପର୍ଯ୍ୟୟ ଆରମ୍ଭ ହୋଇଛି, ବହୁ ଚାଷୀ କୃଷିଶ୍ରମିକମାନଙ୍କୁ ଏହି କାମ କରିବାକୁ ବୁଝାଇବାରେ କଷ୍ଟ ଅନୁଭବ କରୁଛନ୍ତି। କୀଟନାଶକ ସିଞ୍ଚନ ବନ୍ଦ ହୋଇଗଲେ ପୋକ ସଂଖ୍ୟା ବଢୁଛି, ଯାହାଦ୍ୱାରା ଆଗକୁ ଅମଳ ପ୍ରଭାବିତ ହେଉଛି। ’

ଭାଲେରାଓ କହନ୍ତି, ‘ଆମକୁ ଏବେ ଆମର କୃଷି ସହାୟକମାନଙ୍କର ବିଶ୍ୱାସ ଓ ଭରସା ପୁଣି ଜିତିବାକୁ ହେବ। ଆମେ ଆର୍ଥିକ କ୍ଷତିକୁ ସହିଯିବୁ, କିନ୍ତୁ ଜୀବନହାନି ସଂପର୍କରେ କ’ଣ? ଆମେ ଭାଗ୍ୟବାନ ଯେ ୪ଟି ଜୀବନକୁ ବଞ୍ଚାଇପାରିଲୁ, କିନ୍ତୁ ଡ୍ୟନେଶ୍ୱରଙ୍କୁ ରକ୍ଷା କରିପାରିଲୁ ନାହିଁ...।’

ଡ୍ୟନେଶ୍ୱରଙ୍କ ଜୀବନହାନି ଯୋଗୁ ସଞ୍ଜୟ ମଧ୍ୟ ଦୁଃଖ ପ୍ରକାଶ କରନ୍ତି। ସେ କହନ୍ତି, ‘ଏହା ଭିତରେ ଗୋଟିଏ ଭଲ କଥା ହେଲା ବିପଦ ସମୟରେ ଗୋଟିଏ ସଂପ୍ରଦାୟ ଭାବେ ଏହା ଆମକୁ ଏକତ୍ରିତ କରିପାରିଛି। ସେହି ବିପଦକାଳରେ ଗାଁର ସମସ୍ତେ ପରସ୍ପର ନିକଟରେ ଛିଡ଼ା ହୋଇଥିଲେ। କୃଷିଶ୍ରମିକମାନଙ୍କର ପରିବାରକୁ ଜମି ମାଲିକମାନେ ମଧ୍ୟ ଟଙ୍କା ଓ ନୈତିକ ସମର୍ଥନ ପ୍ରଦାନ କରିଥିଲେ।’ ସଞ୍ଜୟ ଏବେ ବି କାମକୁ ଫେରିନାହାନ୍ତି ଏବଂ ଭାଲେରାଓ ତାଙ୍କୁ କାମ ଆରମ୍ଭ କରିବାକୁ ବି କହିନାହାନ୍ତି। କିନ୍ତୁ ତାଙ୍କର ବିଶ୍ୱାସ ଦୋହଲିଯାଇଛି ଏବଂ ସେ ପୁଣିଥରେ ଚାଷ ଜମିରେ କାମ କରିପାରିବେ, ପୁଣି ଏକୁଟିଆ କୀଟନାଶକ ସିଞ୍ଚନ କରିପାରିବେ ବୋଲି ନିଶ୍ଚିତ ନାହାନ୍ତି। କିମ୍ବା ସେ କହନ୍ତି, ‘ଆସନ୍ତା ବର୍ଷ କୀଟନାଶକ ସିଞ୍ଚନ ପାଇଁ ଯିବା ପୂର୍ବରୁ ମୁଁ ସଂପୂର୍ଣ୍ଣ ଭାବେ ସତର୍କତା ଅବଲମ୍ବନ କରିବି।’

 

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

Jaideep Hardikar is a Nagpur-based journalist and writer, and a PARI core team member.

Other stories by Jaideep Hardikar