ମଧ୍ୟାହ୍ନଭୋଜନ ପରେ ରାଧାବାଇ ଏବଂ ଚିମନାବାଇଙ୍କ ସହିତ କାଜଲ ମଧ୍ୟ ବିଶ୍ରାମ ନେଉଛି । ସତାରାର ମହସ୍ୱାଦରେ ଥିବା କ୍ୟାମ୍ପରେ ଏବେ ମଧ୍ୟାହ୍ନ ହୋଇଥିଲେ ମଧ୍ୟ ଥଣ୍ଡା ଲାଗୁଛି । କିନ୍ତୁ ବାଦାମ ବିଶ୍ରାମହୀନ ଥିବାବେଳେ ଦୁଇ ଦିନ ହେଲା ଭଲ ଭାବେ ଖାଇନାହିଁ ।

କ୍ୟାମ୍ପକୁ ଏହି ୪ ପଶୁ ଆସିବାର ପ୍ରାୟ ୨୦ ଦିନ ହୋଇଗଲାଣି। ସତାରା ଜିଲ୍ଲାର ଭଲାଇରେ ଥିବା ସେମାନଙ୍କର ଗାଁରୁ ସେମାନେ ପ୍ରାୟ ୧୬ କିମି ଚାଲି ଚାଲି ଆସିଥିଲେ। ବିଶେଷ କରି ଖାଦ୍ୟର ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ତାହା ସେମାନଙ୍କର ପୋଷଣର ମୁଖ୍ୟ ଉତ୍ସଥିଲା।

ତେଣୁ ଲକ୍ଷ୍ମୀ କାଲେଲ (୪୦) ଏବଂ ତାଙ୍କର ସ୍ୱାମୀ ପରମେଶ୍ୱର ଆନ୍ନା କାଲେଲ (୬୦) ସେମାନଙ୍କର ଦୁଇଟି ମଇଁଷି, ଗୋଟିଏ ଗାଈ ଏବଂ ଗୋଟିଏ ଷଣ୍ଢ ଯଥାକ୍ରମେ ରାଧାବାଇ, ଚିମନାବାଇ, କାଜଲ ଏବଂ ବାଦାମ ସହିତ ଧରି ମହସ୍ୱାଦରେ ଥିବା କ୍ୟାମ୍ପକୁ ଚାଲି ଚାଲି ଆସିଲେ । କ୍ୟାମ୍ପରେ ଥିବା ଗୋଟିଏ ଡିପୋରୁ ନିଜର ପଶୁମାନଙ୍କ ପାଇଁ ଆଖୁର ଛେଦରା ଆଣିବାବେଳେ ଲକ୍ଷ୍ମୀ କହିଲେ, “ଗୋଟିଏ ପିକ୍ ଅପ୍ ଗାଡ଼ିରେ ପଶୁଗୁଡ଼ିକୁ ଧରି ଆସିବା ଲାଗି ୮୦୦-୧୦୦୦ଟଙ୍କା ଲାଗିଥାନ୍ତା । ଆମ ନିକଟରେ ସେତିକି ଟଙ୍କା ନଥିଲା । ତେଣୁ ଚାଲି ଚାଲି ଆସିବାକୁ ସିଦ୍ଧାନ୍ତ ନେଲୁ ।’’

ପ୍ଲାଷ୍ଟିକ୍ ସିଟ୍‌ରୁ ତିଆରି ହୋଇଥିବା ଏକ ତମ୍ବୁ ନିକଟରେ ବସି ସେ କହିଲେ କ୍ୟାମ୍ପରେ ପଶୁ ଓ ତାଙ୍କୁ ଛାଡ଼ିବା ପରେ ପରମେଶ୍ୱର ଘରକୁ ଫେରିଗଲେ। “ତିନି ରାତି ଧରି ଏଠାରେ ମୋତେ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିଲା। ତା’ ପରେମଧ୍ୟାହ୍ନଭୋଜନ ପରେ ରାଧାବାଇ ଏବଂ ଚିମନାବାଇଙ୍କ ସହିତ କାଜଲ ମଧ୍ୟ ବିଶ୍ରାମ ନେଉଛି । ସତାରାର ମହସ୍ୱାଦରେ ଥିବା କ୍ୟାମ୍ପରେ ଏବେ ମଧ୍ୟାହ୍ନ ହୋଇଥିଲେ ମଧ୍ୟ ଥଣ୍ଡା ଲାଗୁଛି । କିନ୍ତୁ ବାଦାମ ବିଶ୍ରାମହୀନ ଥିବାବେଳେ ଦୁଇ ଦିନ ହେଲା ଭଲ ଭାବେ ଖାଇନାହିଁ ।

କ୍ୟାମ୍ପକୁ ଏହି ୪ ପଶୁ ଆସିବାର ପ୍ରାୟ ୨୦ ଦିନ ହୋଇଗଲାଣି। ସତାରା ଜିଲ୍ଲାର ଭଲାଇରେ ଥିବା ସେମାନଙ୍କର ଗାଁରୁ ସେମାନେ ପ୍ରାୟ ୧୬ କିମି ଚାଲି ଚାଲି ଆସିଥିଲେ। ବିଶେଷ କରି ଖାଦ୍ୟର ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ତାହା ସେମାନଙ୍କର ପୋଷଣର ମୁଖ୍ୟ ଉତ୍ସଥିଲା।

ତେଣୁ ଲକ୍ଷ୍ମୀ କାଲେଲ (୪୦) ଏବଂ ତାଙ୍କର ସ୍ୱାମୀ ପରମେଶ୍ୱର ଆନ୍ନା କାଲେଲ (୬୦) ସେମାନଙ୍କର ଦୁଇଟି ମଇଁଷି, ଗୋଟିଏ ଗାଈ ଏବଂ ଗୋଟିଏ ଷଣ୍ଢ ଯଥାକ୍ରମେ ରାଧାବାଇ, ଚିମନାବାଇ, କାଜଲ ଏବଂ ବାଦାମ ସହିତ ଧରି ମହସ୍ୱାଦରେ ଥିବା କ୍ୟାମ୍ପକୁ ଚାଲି ଚାଲି ଆସିଲେ । କ୍ୟାମ୍ପରେ ଥିବା ଗୋଟିଏ ଡିପୋରୁ ନିଜର ପଶୁମାନଙ୍କ ପାଇଁ ଆଖୁର ଛେଦରା ଆଣିବାବେଳେ ଲକ୍ଷ୍ମୀ କହିଲେ, “ଗୋଟିଏ ପିକ୍ ଅପ୍ ଗାଡ଼ିରେ ପଶୁଗୁଡ଼ିକୁ ଧରି ଆସିବା ଲାଗି ୮୦୦-୧୦୦୦ଟଙ୍କା ଲାଗିଥାନ୍ତା । ଆମ ନିକଟରେ ସେତିକି ଟଙ୍କା ନଥିଲା । ତେଣୁ ଚାଲି ଚାଲି ଆସିବାକୁ ସିଦ୍ଧାନ୍ତ ନେଲୁ ।’’

ପ୍ଲାଷ୍ଟିକ୍ ସିଟ୍‌ରୁ ତିଆରି ହୋଇଥିବା ଏକ ତମ୍ବୁ ନିକଟରେ ବସି ସେ କହିଲେ କ୍ୟାମ୍ପରେ ପଶୁ ଓ ତାଙ୍କୁ ଛାଡ଼ିବା ପରେ ପରମେଶ୍ୱର ଘରକୁ ଫେରିଗଲେ। “ତିନି ରାତି ଧରି ଏଠାରେ ମୋତେ ଖୋଲା ଆକାଶ ତଳେ ଶୋଇବାକୁ ପଡ଼ିଲା। ତା’ ପରେ ମୋର ପୁତୁରା ଓ ନୂଆ ‘ପଡୋଶୀ’ମାନଙ୍କ ସହାୟତାରେ ମୁଁ ଏହି ତମ୍ବୁ ତିଆରି କଲି ଏବଂ ମୋର ୪ଟି ଗୃହପାଳିତ ପଶୁଙ୍କ ପାଇଁ ଏକ ସେଡ୍ ନିର୍ମାଣ କଲି ।’’ ଏଭଳି ସହାୟତା ପାଇଁ ଲକ୍ଷ୍ମୀ ସମୟ ସମୟରେ ତାଙ୍କର ପଡୋଶୀମାନଙ୍କୁ ମଧ୍ୟାହ୍ନ ଭୋଜନ ବା ଚା’ ଦେଉଥିଲେ ।

Top Left- Lakshmi filling water for her cattle from a drum next to her tent
Top Right - Lakhshmi making her cow drink water
Bottom Left - Lakshmi pouring water on the cow, presumably to cool it down
Bottom Right - Lakshmi sweeping dung into a pile to keep the area clean
PHOTO • Binaifer Bharucha

ଗୋକ୍ୟାମ୍ପରେ ଲକ୍ଷ୍ମୀ ତାଙ୍କର ପଶୁମାନଙ୍କ ପାଇଁ ଦିନକୁ ୩-୪ ଥର ଏକ ପାତ୍ରରେ ପାଣି ଭରିଥାନ୍ତି। ସେମାନଙ୍କ ଖାଇବା ପାଇଁ ନଡ଼ା କାଟିଥାନ୍ତି, ଗୋବର ସଂଗ୍ରହ କରିଥାନ୍ତି। ଏସବୁ କାମ ଓ ଅନ୍ୟ ବହୁତ କାମ କରିବାରେ ତାଙ୍କ ଦିନର ଅଧିକାଂଶ ସମୟ ବିତିଯାଏ।

କ୍ୟାମ୍ପକୁ ସେମାନେ ପହଞ୍ଚିବା ପରେ ତାଙ୍କର ଦୁଇଟି କଳା ରଙ୍ଗର ମଇଁଷି, ୫ ବର୍ଷୀୟ ରାଧା ଓ ୩ ବର୍ଷୀୟ ଚିମନା, ୩ ବର୍ଷୀୟ ଇଷତ୍ ଧଳା ରଙ୍ଗର ଗାଈ କାଜଲ ଏବଂ ତାଙ୍କର ଏକମାତ୍ର ଷଣ୍ଢ ୫ ବର୍ଷୀୟ ଇଷତ୍ ଧଳା ରଙ୍ଗର ବାଦାମ ଟିକେ ଖୁସି ଜଣାପଡୁଛନ୍ତି। ସେ କହିଲେ, “ପଶୁଗୁଡ଼ିକ ଏଠାରେ ଖାଇବାକୁ ପାଉଛନ୍ତି ଏବଂ ଟିକେ ଶାନ୍ତିରେ ଥିବାଭଳି ଲାଗୁଛନ୍ତି ।’’

ଲକ୍ଷ୍ମୀ କହିଲେ (ଯେତେବେଳେ ମୁଁ ତାଙ୍କୁ ଜାନୁଆରୀ ମାସର ଶେଷ ଆଡକୁ ଭେଟିଥିଲି), “ମୁଁ ଏଠାକୁ ଆସିବା ପରଠାରୁ ଏକୁଟିଆ ରହି ଆସୁଛି । ମୋ ସ୍ୱାମୀ ଆମକୁ ଏଠାରେ ଛାଡ଼ି ଯିବାର ପ୍ରାୟ ୩ ସପ୍ତାହ ହୋଇଗଲାଣି ।’’ “ମୋର ୨ ଜଣ ପୁଅ ଅଛନ୍ତି, ଜଣେ ପୁନେରେ ଏକ ଗାଈ ଫାର୍ମରେ କାମ କରୁଛି ଏବଂ ଅନ୍ୟଜଣକ ଆମର ମେଣ୍ଢାଗୁଡ଼ିକୁ ଚରାଇବା ପାଇଁ କରାଦ୍ ଯାଇଛି। ତାଙ୍କର ପତ୍ନୀ ଏବଂ ଗୋଟିଏ ପୁଅ (ଲକ୍ଷ୍ମୀଙ୍କର ୧୮ ମାସର ନାତି ଆଜିଙ୍କ୍ୟ) ଏବେ ଘରେ ଅଛନ୍ତି।’’ ଲକ୍ଷ୍ମୀ କହିଲେ, ଆମର ଘର ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ହୋଇଥିବା ବେଳେ ମରୁଡ଼ି ଯୋଗୁ ଚୋରି ବଢିଯାଇଛି। ସେଥିପାଇଁ ମୋର ସ୍ୱାମୀ ଗାଁରେ ରହିଲେ ଏବଂ ଆମକୁ କ୍ୟାମ୍ପକୁ ପଠାଇଦେଲେ ।

୨୦୧୮ ମସିହା ଅକ୍ଟୋବର ୩୧ ତାରିଖରେ ମହାରାଷ୍ଟ୍ରର ୨୬ ଜିଲ୍ଲାର ୧୫୧ଟି ବ୍ଲକ୍‌ରେ ମରୁଡ଼ି ଘୋଷଣା କରାଗଲା। ସେଥିମଧ୍ୟରୁ ୧୧୨ଟି ବ୍ଲକ୍ ଗୁରୁତର ଭାବେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। ମରୁଡ଼ିଗ୍ରସ୍ତ ବ୍ଲକ୍ ତାଲିକାରେ ମାନ୍ଦେଶର ସବୁ ବ୍ଲକ୍ ସାମିଲ । ସତାରା ଜିଲ୍ଲାର ମାନ୍ ଏବଂ ଖାତଭ ତାଲୁକା ଏହି ଅଞ୍ଚଳରେ ମାନ୍ଦେଶ ଭାବେ ଜଣାଶୁଣା । ସେହିଭଳି ସାଙ୍ଗଲିର ଜାଟ୍, ଅଟପଦି ଏବଂ କାଭାଥେମାହଙ୍କଲ ତାଲୁକା ଓ ସୋଲାପୁରର ସାଙ୍ଗେଲ ଏବଂ ମାଲସିରା ତାଲୁକା ମଧ୍ୟ ମରୁଡ଼ିଗ୍ରସ୍ତ ଅଞ୍ଚଳ ମଧ୍ୟରେ ସାମିଲ। ଏହାଯୋଗୁ ମାନ୍ଦେଶ ଅଞ୍ଚଳରେ ଥିବା ୭୦ଟି ଗାଁର ପ୍ରାୟ ୧୬୦୦ ଲୋକ ସେମାନଙ୍କର ପ୍ରାୟ ୮୦୦୦ ପଶୁଙ୍କ ସହ ମହାସ୍ୱାଦରେ ଥିବା ଗୋକ୍ୟାମ୍ପରେ ରହୁଛନ୍ତି । (ଗୋଖାଦ୍ୟ ସନ୍ଧାନରେ ପରିବାରର ବିଚ୍ଛେଦକୁ ଦେଖନ୍ତୁ) ।

Lakshmi’s cattle
PHOTO • Binaifer Bharucha
Lakshmi’s cattle
PHOTO • Binaifer Bharucha

ଲକ୍ଷ୍ମୀ କହିଲେ, “ କ୍ୟାମ୍ପରେ ପହଞ୍ଚିବା ପରେ ପଶୁଗୁଡ଼ିକ ଖାଇବାକୁ ପାଉଛନ୍ତି ଏବଂ ଟିକେ ଶାନ୍ତିରେ ଥିବା ଭଳି ଲାଗୁଛନ୍ତି ।’’

ମନ ଦେଶୀ ଫାଉଣ୍ଡେସନ୍ ପକ୍ଷରୁ ଏହି କ୍ୟାମ୍ପକୁ ଚଳିତବର୍ଷ ଜାନୁଆରୀ ୧ ତାରିଖରେ ଆରମ୍ଭ କରାଯାଇଥିଲା। ଏହା ମହାସ୍ୱାଦରେ ଥିବାବେଳେ ମନ ଦେଶୀ ମହିଳା ସହକାରୀ ବ୍ୟାଙ୍କକୁ ଅର୍ଥ ବ୍ୟତୀତ ଅନ୍ୟ ପ୍ରସଙ୍ଗରେ କାମ କରି ସହଯୋଗ କରିଥାଏ। ଯେଉଁ ଗାଁଗୁଡ଼ିକ ଏବେ ମରୁଡ଼ିର ସମ୍ମୁଖୀନ ହେଉଛନ୍ତି (ମରୁଡ଼ି ସମସ୍ୟା ବଢୁଛି) ସେଗୁଡ଼ିକ ପାଇଁ ପ୍ରଥମେ ଏହି ଗୋକ୍ୟାମ୍ପ ଆରମ୍ଭ କରାଯାଇଛି। କ୍ୟାମ୍ପର ଆୟୋଜକମାନେ ଗୋଖାଦ୍ୟ ଏବଂ ପାଣି ଉପଲବ୍ଧ କରାଇଥାନ୍ତି (ବଡ ପଶୁଙ୍କୁ ଦିନକୁ ୧୫ କିଲୋ ସବୁଜ ଖାଦ୍ୟ, ଗୋଟିଏ କିଲୋ ଦାନା ଏବଂ ୫୦ ଲିଟର ପାଣି ମିଳିଥାଏ ।) ଗାଈମାନଙ୍କ ରହିବା ପାଇଁ ସେଡ୍ ବା ଗୁହାଳକୁ ପଶୁଗୁଡ଼ିକର ମାଲିକମାନେ ଫାଉଣ୍ଡେସନ୍ ପକ୍ଷରୁ ଦିଆଯାଉଥିବା କାଠ ଏବଂ ଏକ ସବୁଜ ରଙ୍ଗର ଜାଲ ଦ୍ୱାରା ତିଆରି କରିଥାନ୍ତି । କ୍ୟାମ୍ପର ମୁଖ୍ୟ ସଂଯୋଜକମାନଙ୍କ ମଧ୍ୟରୁ ଅନ୍ୟତମ ରବୀନ୍ଦ୍ର ବୀରକର କହିଲେ, “ସଂକ୍ରମଣକୁ ଏଡ଼ାଇବା ଲାଗି ରୁଗ୍ଣ ଗାଈଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ ଏବଂ ଦୁଇଜଣ ପଶୁ ଚିକିତ୍ସକ ସେମାନଙ୍କର ଚିକିତ୍ସା କରିଥାନ୍ତି ।’’ ସଂଗଠନ ପକ୍ଷରୁ ଲୋକମାନଙ୍କୁ ସର୍ବନିମ୍ନ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥାଏ । ଉଦାହରଣ ସ୍ୱରପ ପ୍ରତି ‘ୱାର୍ଡ’ରେ ପାଣି କୁଣ୍ଡ ରଖାଯାଏ (ପ୍ରତି ଦୁଇ ବା ତିନି ଦିନରେ ଏକ ଟ୍ୟାଙ୍କର ଦ୍ୱାରା ସେଥିରେ ପାଣି ଭର୍ତ୍ତି କରାଯାଏ) । ସେହିଭଳି ପିଇବା ପାଣି ପାଇଁ ମଧ୍ୟ ଏକ ଟ୍ୟାଙ୍କ ରହିଛି ।

ଲକ୍ଷ୍ମୀଙ୍କ ଟେଣ୍ଟଟି ତାଙ୍କର ଶୋଇବା ପାଇଁ ପର୍ଯ୍ୟାପ୍ତ ଥିଲା । ଗୋଟିଏ ସମାନ୍ତରାଳ ଖୁଣ୍ଟରେ ତାଙ୍କର ଦୁଇଟି ଶାଢ଼ୀ ଦଉଡ଼ି ଭାବେ ବନ୍ଧା ହୋଇଥାଏ, ଏବଂ ସେହି ଦଉଡ଼ିରେ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଓହଳୁଥାଏ ଯେଉଁଥିରେ ଚାହା ବ୍ୟାଗ୍‌ ଏବଂ ଚିନି, ଗୋଟିଏ ଦିଆସିଲି ଏବଂ ଲଣ୍ଠନ ଭଳି ଅନ୍ୟ କେତେକ ବ୍ୟବହାର୍ଯ୍ୟ ଜିନିଷ ଥାଏ । ତିନିଟି ପଥର ଖଣ୍ଡ ସାହାଯ୍ୟରେ ସେ ଗୋଟିଏ ଷ୍ଟୋଭ୍‌ ତିଆରି କଲେ ଏବଂ ସେହି ଚୁଲା ପାଖରେ କିଛି ଜାଳେଣି ଏବଂ ଖାଦ୍ୟଦ୍ରବ୍ୟ ରଖିଲେ । କିନ୍ତୁ ଆମେ ଯେତେବେଳେ ତାଙ୍କୁ ଭେଟିଲୁ, ସେ ଦୁଇ ଦିନ ହେଲା ନିଜ ଘରୁ ଖାଦ୍ୟ ଆସିବାକୁ ଅପେକ୍ଷା କରିଥିଲେ ଏବଂ ତାଙ୍କ ଭଣଜାର ଟିଫିନ୍‌ରୁ ଖାଇ ଚଳାଇ ନେଉଥିଲେ । ସେ କହିଲେ, ‘‘ଯଦି ସେମାନେ ଆଜି ବି ତାହା ପଠାଇବେ ନାହିଁ, ତେବେ ମୁଁ ଥରେ ଘରକୁ ଯାଇ ଫେରିବି । କିଛି ଦିନ ପୂର୍ବରୁ, ମୋ ନାତୁଣି କିଛି ଭାକ୍ରି ପ୍ୟାକ୍‌ କରିଥିଲା, କୌଣସି ପନିପରିବା ବା ଡାଲି ନଥିଲା । ମୋ ଗାଈ ଗୋରୁଙ୍କ ଭଳି ମୋତେ ମଧ୍ୟ ପଶୁ ଭୋଜନ କରିବାକୁ ହେବ ବୋଲି ଲାଗୁଛି । ମୋ ନାଁ ହେଉଛି ଲକ୍ଷ୍ମୀ (ଧନର ଦେବୀ) କିନ୍ତୁ ମୋ ଭାଗ୍ୟ ଦେଖନ୍ତୁ ...’’

ଭାଲାଇ, ଲକ୍ଷ୍ମୀଙ୍କ ଗାଁ ସତାରା ଜିଲ୍ଲାର ମାନ୍‌ ତାଲୁକା ଅନ୍ତର୍ଗତ, ଯେଉଁଠି ୩୮୨ ପରିବାର ଓ ପ୍ରାୟ ୧୭୦୦(୨୦୧୧ ଜନଗଣନା ଅନୁସାରେ) ଲୋକ ବାସ କରନ୍ତି । ମାନ ତାଲୁକା ଅଧୀନ ପାନାଭାନ ଗାଁର 70 ବର୍ଷୀୟା ୟଶୱନ୍ତ ଢୋଣ୍ଡିବା ସିନ୍ଦେ, ବହୁ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି, ସେ କ୍ୟାମ୍ପ୍‌କୁ ନିଜର ୪ଟି ଗାଈଙ୍କୁ ନେଇ ଆସିଛନ୍ତି। ସେ କହନ୍ତି ‘‘ପ୍ରାୟ ଅଧା ଗ୍ରାମବାସୀ କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲାର ଆଖୁ କଳଗୁଡ଼ିକରେ ଆଖୁ କାଟିବାକୁ ବିସ୍ଥାପିତ ହୁଅନ୍ତି। ଲୋକେ ଦିୱାଲି ପରେ (ଅକ୍ଟୋବର/ନଭେମ୍ବର)ରେ ଘରୁ ଯାଆନ୍ତି ଏବଂ ପଡୱା (ମାର୍ଚ୍ଚ/ଏପ୍ରିଲରେ ପଡୁଥିବା ହିନ୍ଦୁ ଚନ୍ଦ୍ରମା କ୍ୟାଲେଣ୍ଡରର ପ୍ରଥମ ଦିନ) ସମୟରେ ଫେରନ୍ତି। କିନ୍ତୁ ଏଥର କେହି ଜ୍ୟେଷ୍ଠ (ମେ/ଜୁନ୍‌ ମାସରେ ପଡୁଥିବା ଚନ୍ଦ୍ରମା କ୍ୟାଲେଣ୍ଡରର ଚତୁର୍ଥ ମାସ) ସୁଦ୍ଧା କେହି ଫେରିବେ ନାହିଁ ।’’

Lakshmi in her tent putting on a bindi/sindoor
PHOTO • Binaifer Bharucha
Lakshmi outside her tent with the drum of drinking water for cattle in the foreground.
PHOTO • Binaifer Bharucha

ଏହି ଟେଣ୍ଟ ହେଉଛି ଲକ୍ଷ୍ମୀଙ୍କର ନୂଆ ଘର, ମାତ୍ର କିଛି ଆସବାବପତ୍ର ଏବଂ ଅଳ୍ପ କିଛି ସୁବିଧା ସହ, ଏହିଠାରେ ହିଁ ସେ ଏକୁଟିଆ ସପ୍ତାହ ସପ୍ତାହ ଧରି ତାଙ୍କ ଗୃହପାଳିତ ପଶୁଙ୍କ ପାଖରେ ରହିଆସୁଛନ୍ତି

ଆମେ କଥା ହେବା ବେଳେ ଲକ୍ଷ୍ମୀ କହିଲେ, ପିଇବା ପାଣି ସରିଯାଇଛି; କ୍ୟାମ୍ପ୍‌ରେ ଥିବା ପାଣି ଟ୍ୟାଙ୍କରୁ ସେ ଏହାକୁ ସଂଗ୍ରହ କରୁଛନ୍ତି ଏବଂ ଗୋଟିଏ ଧଳା ପ୍ଲାଷ୍ଟିକ୍‌ କ୍ୟାନ୍‌ରେ ସଂରକ୍ଷିତ କରୁଛନ୍ତି । ଏହି ସମୟରେ ସିନ୍ଧେ ଜଣେ ବନ୍ଧୁଙ୍କୁ ତାଙ୍କୁ ଗୋଟିଏ ଚାରି ଲିଟର ପାଣି କ୍ୟାନ୍‌ ଦେବାକୁ କହିଲେ। ପ୍ରତିବଦଳରେ ସେ ତାଙ୍କ ପାଇଁ ଚା’ ପ୍ରସ୍ତୁତ କଲେ ଏବଂ ଗୋଟିଏ ଷ୍ଟିଲ୍‌ ସସରରେ ପିଇବାକୁ ଦେଲେ । ଏହି ସୌହାର୍ଦ୍ଦ୍ୟ ତାଙ୍କୁ ସଙ୍କଟ ସମୟରେ ସାହାଯ୍ୟ କରେ ।

ଲକ୍ଷ୍ମୀ ଲୋନାରୀ ଜାତିର (ମହାରାଷ୍ଟ୍ରରେ ଓବିସି ଭାବେ ତାଲିକାଭୁକ୍ତ)। ପାରମ୍ପରିକ ଭାବେ ଏହା ଲୁଣ (ସ୍ଥାନୀୟ ଅଞ୍ଚଳରେ ଲୁଣକୁ ଲବଣ କୁହାଯାଏ) ଏବଂ କାଠକୋଇଲା ଉତ୍ପାଦକମାନଙ୍କର ଏକ ସଂପ୍ରଦାୟ। ମାନଦେଶର କେତେକ ଅଞ୍ଚଳରେ ଲୁଣି ମାଟିରୁ ଲୁଣ ଉତ୍ପାଦନ କରାଯାଉଥିଲା। ଭାଲାଇ ଆଖପାଖରେ, ଏହି ଜାତିର ଲୋକେ ଗାଈ ପାଳନ୍ତି, କିନ୍ତୁ ଦୁଗ୍ଧ ବିକ୍ରି କରନ୍ତି ନାହିଁ। ଲକ୍ଷ୍ମୀ କହନ୍ତି, ‘‘ଦୁଗ୍ଧ ବାଛୁରୀ ଓ ଆମ ପରିବାରର ବ୍ୟବହାର ପାଇଁ। ଆମେ କ୍ଷୀରରୁ ଟଙ୍କା ରୋଜଗାର କରୁନାହିଁ। ବହୁ ଲୋକ ଗର୍ଭବତୀ ଗାଈ ବା ମଇଁଷି (ଯାହା ଅଧିକ ଟଙ୍କା ଦିଏ) ବିକ୍ରି କରନ୍ତି ଏବଂ ନୂଆ କିଣନ୍ତି ।’’ ସେ କହନ୍ତି, ତାଙ୍କ ପରିବାର ଏମିତି କରେ ନାହିଁ ଏବଂ ସେ ଆହୁରି ମଧ୍ୟ କହିଲେ ଯେ ଆଗାମୀ ୧୦ ଦିନ ଭିତରେ କାଜଲ ପିଲା ଜନ୍ମ କରିବ ।

ମୁଁ ତାଙ୍କୁ ତାଙ୍କର ଗାଈ ଗୋରୁଙ୍କ ନାଁ ପଚାରିଲି । ସେ କହିଲେ,‘‘ଆମେ କେବଳ ଦେଶୀ ଖିଲାର ଗାଈ ବା ବଳଦ ବା ମଇଁଷିଙ୍କୁ ନାଁ ଦେଉ। ଜର୍ସି ଗାଈଗୁଡ଼ିକୁ ନାଁ ଦିଆଯାଏ ନାହିଁ ।’’ ‘‘ମୋ ପୁଅ ତା’ର ସବୁ ଛେଳିମାନଙ୍କର ନାଁ ଦେଇଛି ଏବଂ ସେ ଯେତେବେଳେ ସେମାନଙ୍କ ନାଁ ଧରି ଡାକେ ସେମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି।’’

Lakshmi walking back at a brisk pace to her tent after filling water for her own use
PHOTO • Binaifer Bharucha
Lakshmi and her husband Paramaeshwar sitting outside her tent
PHOTO • Binaifer Bharucha

ବାମ - ନିଜ ପାଇଁ ପିଇବା ପାଣି ସଂଗ୍ରହ କରିବାକୁ ତାଙ୍କୁ ଲମ୍ବା ରାସ୍ତା ଚାଲିବାକୁ ହୁଏ । ଡାହାଣ - ସ୍ୱାମୀ ପରମେଶ୍ୱରଙ୍କ ସହ ; ସେ କେତେକ ସାମଗ୍ରୀ ଓ ଭାଜିଆ ଆଣି ତିନି ସପ୍ତାହ ପରେ ଆସିଥିଲେ ।

ଲକ୍ଷ୍ମୀଙ୍କ ପରିବାରର ଭିଲାଇରେ ୧୦ ଏକରର ଶୁଷ୍କ ଜମି ଅଛି, ଯେଉଁଥିରେ ସେମାନେ ମୁଖ୍ୟତଃ ଯଅ, ବାଜରା ଏବଂ ପିଆଜ ଆଦି ଚାଷ କନ୍ତି । ସେମାନଙ୍କର ଗୋଟିଏ ଗଭୀର କୂପ ଅଛି, କିନ୍ତୁ ତାହା ୨୦୧୮ ଗ୍ରୀଷ୍ମ ଋତୁରେ ଶୁଖି ଯାଇଥିଲା । ଦୁଇ ବର୍ଷ ଧରି ଲଗାତାର ମରୁଡ଼ିର ଅର୍ଥ ସେମାନଙ୍କର ଯଅ ଫସଲ ନ ଥିଲା, ବାଜରା ଉତ୍ପାଦନ ମଧ୍ୟ କମ୍‌ ହେଲା ଏବଂ ୨୦୧୮ରେ ପିଆଜ ଫସଲ ବି ଖୁବ୍‌ ଖରାପ ହେଲା । ନିଜ ଟେଣ୍ଟଠାରୁ ୫୦୦ ମିଟର ଦୂରରେ ଥିବା ପାଣି ଟାଙ୍କିରୁ ଗୋଟିଏ ୧୫ ଲିଟର ପାତ୍ରରେ ପାଣି ଭର୍ତ୍ତି କରୁ କରୁ ଲକ୍ଷ୍ମୀ କହିଲେ, ‘‘ଆମର ୨-୩ ଏକରରୁ ଅଧିକ ଜମି ନ ଥିଲା । ମୋ ଶାଶୂ ହିଁ ମେଣ୍ଢା ବିକ୍ରି କରି ଏତେ ଜମି କିଣିଥିଲେ...ଏହିଭଳି ସେ ୭ ଏକର ଜମି କିଣିଥିଲେ।’’ ସେ ଦିନକୁ ଏମିତି ୩-୪ ଥର ପାଣି ନେବାକୁ ଆସନ୍ତି । ସେ ହସି କହିଲେ, ‘‘ପଶୁମାନଙ୍କୁ ଘର ପାଖରେ ପାଣି ମିଳିଯାଉଛି, କିନ୍ତୁ ଆମେ କେମିତି ସେହି ସୁବିଧା ପାଇପାରିବା ।’’

ଜାନୁଆରୀ ଶେଷରେ, ତିନି ସପ୍ତାହ ପରେ, ଲକ୍ଷ୍ମୀଙ୍କ ସ୍ୱାମୀ ପରମେଶ୍ୱର ପ୍ରାୟ ୨.୩୦ ସମୟରେ କ୍ୟାମ୍ପ୍‌ରେ ପହଞ୍ଚିଲେ, ସେ ସାଙ୍ଗରେ ମସୱାଦ୍‌ର ସାପ୍ତାହିକ ବଜାରରୁ କିଛି ମିଠି, ବାଇଗଣ, ଲଙ୍କା ଏବଂ ଅନ୍ୟ ପନିପରିବା, ଚାହା, ଗୁଣ୍ଡ, ଚିନି, ଲୋକପ୍ରିୟ ଛଣା ପିଆଜ ଭଜିଆ ଆଣିଥିଲେ । କିଛି ସ୍ନାକ୍ସ ତାଙ୍କର ନାତି ପାଇଁ ଥିଲା । ଲକ୍ଷ୍ମୀ ନିଜ ପାଇଁ କିଛି ରଖିଲେ ଏବଂ ଅନ୍ୟ ସବୁକୁ ପୁଣି ଥରେ ପ୍ୟାକିଂ କରିଦେଲେ ଏବଂ ସ୍ୱାମୀ ଘର ଭିଲାଇକୁ ନେବା ପାଇଁ ତାଙ୍କ ବ୍ୟାଗ୍‌ରେ ଭର୍ତ୍ତି କରିଦେଲେ ।

ସେ ମଧ୍ୟ ଯତ୍ନର ସହ ଗାଜରକୁ କାଟି ତାର ମୁଣ୍ଡ ଭାଗକୁ ଗୋଟିଏ ଖବର କାଗଜରେ ପ୍ୟାକିଂ କଲେ, କଟାଯାଇଥିବା ବଳକା ଗାଜର ଖଣ୍ଡକୁ ନିଜ ପାଇଁ ରଖିଲେ ଏବଂ ଅଧା ପରମେଶ୍ୱରଙ୍କ ପାଇଁ ରଖିଲେ ଘରକୁ ନେବା ପାଇଁ । ତାଙ୍କ ନାତୁଣୀ ଘର ପାଖରେ ଗାଜର ମୁଣ୍ଡଗୁଡ଼ିକୁ ଲଗାଉ ବୋଲି ସେ ଚାହାନ୍ତି । ସେ କହନ୍ତି, ‘‘ଏହା ମଧ୍ୟ ରୋଷେଇ ଘରୁ ବାହାରୁଥିବା ବଳକା ପାଣିରେ ବଢ଼େ । ମୋ ରାଧା ଓ ଚିମ୍‌ନା କିଛି ସବୁଜ ପଦାର୍ଥ ଖାଇବାକୁ ପାଇବେ । ‘‘ଏବଂ ଏଥର ଯଦି ବର୍ଷା ହୁଏ, ତେବେ ଆମର ଫସଲ ମଧ୍ୟ ହେବ ଏବଂ ଆମେ କିଛି ଖାଇବାକୁ ପାଇବୁ । ’’

ଲକ୍ଷ୍ମୀ କହିଲେ, ‘‘ସେତେପର୍ଯ୍ୟନ୍ତ ମୁଁ କ୍ୟାମ୍ପ୍‌ରେ ରହିବାରେ ଅଭ୍ୟସ୍ତ ହୋଇଯାଇଛି, ମୋ ଆଖପାଖରେ ସବୁ ଗାଈ ଗୋରୁ ଥିବାରୁ ମୋତେ ଘରେ ଥିବା ଭଳି ଲାଗୁଛି । ଏହା ସେମିତି ଲାଗୁଛି ଯେମିତି ମୁଁ କେତେକ ଛୋଟ ପିଲାଙ୍କ ମଧ୍ୟରେ ରହିଛି ଏବଂ ସମୟ ଏମିତି ଅତିବାହିତ ହେଉଛି...’’

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Medha Kale

ମେଧା କାଲେ ପୁନେରେ ରହନ୍ତି ଏବଂ ମହିଳା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ମଧ୍ୟ PARIର ଜଣେ ଅନୁବାଦକ ।

Other stories by Medha Kale