୭୦ ବର୍ଷୀୟ ବିଭା ମହାଦେବ ଗାଲେ କହିଲେ, ‘‘ଖରାଦିନେ ମୁଁ ବାସୁଦେଓ ଆଉ ଶୀତଦିନେ ଚାଷୀ।’’ ବାସୁଦେଓ ଏକ ସଂପ୍ରଦାୟ ଯେଉଁମାନେ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତି। ସେମାନେ ଘର ଘର ବୁଲି ପାରମ୍ପରିକ ଭକ୍ତି ସଂଗୀତ ଗାଇ ଭିକ୍ଷା କରନ୍ତି।

ଫେବ୍ରୁଆରୀ ୨୦-୨୧ରେ ନାସିକ ସହରରେ ହୋଇଥିବା କୃଷକ ରାଲିରେ ଯୋଗ ଦେଇଥିବା ବିଭା ନାସିକ ଜିଲ୍ଲା ପେଇନ୍ତ ତାଲୁକର ରାଇତାଲେ ଗାଁରୁ ଆସିଥିଲେ। ଜଣେ ବାସୁଦେଓ ଭାବେ - ତାଙ୍କ ପରିବାରର ପାରମ୍ପରିକ ବୃତ୍ତି - ପେଇନ୍ତ ତାଲୁକର ବିଭିନ୍ନ ଗାଁରେ ସେ ଚାଲିଚାଲି ବୁଲିଛନ୍ତି। ସେପଟେମ୍ବରରୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ସେ କୃଷକ ଭାବେ ତାଙ୍କ ଗାଁରେ କାମ କରନ୍ତି।

ଗତ ସପ୍ତାହରେ ହୋଇଥିବା ଏହି ଶୋଭାଯାତ୍ରାକୁ ଆସିଥିବା ବହୁ କୃଷକ ସେମାନଙ୍କ ପାରଂପରିକ ବାଦ୍ୟଯନ୍ତ୍ର ସାଙ୍ଗରେ ଆଣି ଆସିଥିଲେ। ଫେବ୍ରୁଆରୀ ୨୦ରେ ଆରମ୍ଭ ହୋଇଥିବା ପ୍ରତିବାଦ ସଭା ଫେବ୍ରୁଆରୀ ୨୧ ତାରିଖ ରାତିରେ ପ୍ରତ୍ୟାହୃତ ହୋଇଥିଲା। ଚାଷୀଙ୍କ ଦାବି ପୂରଣ ନେଇ ସରକାର ରାଜି ହେବା ସହ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Sonya Malkari, 50, a Warli Adivasi, was playing the traditional tarpa.
PHOTO • Sanket Jain
Vasant Sahare playing the pavri at the rally.
PHOTO • Sanket Jain

ବାମ : ମାର୍ଚ୍ଚର ପ୍ରଥମ ଦିନ ( ଫେବ୍ରୁଆରୀ୨୦ , ୨୦୧୯ ) ୫୦ ବର୍ଷୀୟ ୱାର୍ଲି ଆଦିବାସୀ ସଂପ୍ରଦାୟର ସୋନ୍ୟା ମଲକାରୀ ପାରଂପରିକ ତରପା ବଜାଉଥିଲେ। ମହାରାଷ୍ଟ୍ର ପାଲଘର ଜିଲ୍ଲାର ବିକ୍ରମଗଡ଼ ତାଲୁକର ସଖାଡେ ଗାଁରୁ ଆସିଥିଲେ ସୋନ୍ୟା। ସେ ନାସିକ୍ର ମହାମାର୍ଗ ବସ୍ ଷ୍ଟେସନ୍ରେ ପରିବେଷଣ କରୁଥିଲେ , ଯେଉଁଠି ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ସଂଖ୍ୟାରେ କୃଷକ ଅଟକି ଥିଲେ।

ଦକ୍ଷିଣ : ୫୫ ବର୍ଷୀୟ ବସନ୍ତ ସାହାଡେ। ତାଙ୍କ ଘର ମହାରାଷ୍ଟ୍ର ନାସିକ ଜିଲ୍ଲାର ସୁରଗଣା ତାଲୁକର ୱାଙ୍ଗନ ସୁଲେ ଗାଁରେ। ସେ ପାବ୍ରୀ ବଜାଉଥିଲେ। ବସନ୍ତ ହେଉଛନ୍ତି ଅନୁସୂଚିତ ଜନଜାତି କୋକଣ ସଂପ୍ରଦାୟର। ସେ ଦୁଇ ଏକର ଜଂଗଲ ଜମିରେ ଚାଷ କରନ୍ତି।

Biva Gale singing devotional folk songs.
PHOTO • Sanket Jain

ଭକ୍ତି ସଂଗୀତ ପରିବେଷଣ କଲାବେଳେ ବିଭା ଗାଲେ ଚିପ୍ଲି ବଜାଉଥିଲେ। ତାଙ୍କ ସଂପ୍ରଦାୟର ଲୋକେ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତି। ସେ ଘର ଘର ବୁଲି ଭକ୍ତି ସଂଗୀତ ପରିବେଷଣ କରିବା ସହ ଭିକ୍ଷା କରନ୍ତି। ସେ ନାସିକ ଜିଲ୍ଲା ପେଇନ୍ତ ତାଲୁକର ରାଇତାଲେ ଗାଁରୁ ଆସିଥିଲେ।

Gavit and Chavan, along with other farmers from Dindori taluka, are singing songs in praise of the farmers’ protest
PHOTO • Sanket Jain

୪୯ ବର୍ଷୀୟ ଗୁଲାବ ଗବିତ ( ବାମ ), ଟୁଣଟୁଣା ବଜାଉଥିଲେ ( ଗୋଟିଏ ତାର ଲାଗିଥିବା ବାଜା ) ସେ ମହାରାଷ୍ଟ୍ର ନାସିକ ଜିଲ୍ଲା ଦିଣ୍ଡୋରୀ ତାଲୁକର ଫୋପ୍ଶି ଗାଁରୁ ଆସିଛନ୍ତି। ୫୦ ବର୍ଷୀୟ ବାସୁଦେବ ଚଭନ ( ଦକ୍ଷିଣ , ଗୋଟିଏ ନାଲି ଟୋପି ପିନ୍ଧିଛନ୍ତି ) ମଧ୍ୟ ଫୋପ୍ଶି ଗାଁରୁ ଆସିଛନ୍ତି। ସେ ଖଞ୍ଜଣି ( ଏକ ଚମଡ଼ା ତିଆରି ବାଦ୍ୟ ) ବଜାଉଥିଲେ। ଦିଣ୍ଡୋରି ତାଲୁକରୁ ଆସିଥିବା ଅନ୍ୟ କୃଷକଙ୍କ ସହ ଗବିତ ଚଭନ କୃଷକ ବିକ୍ଷୋଭର ସମର୍ଥନରେ ଗୀତ ଗାଉଥିଲେ।

Farmers dancing and singing while awaiting the outcome of the meeting between representatives of the government of Maharashtra and All India Kisan Sabha leaders
PHOTO • Sanket Jain

ଫେବ୍ରୁଆରୀ ୨୧ ତାରିଖ ରାତିର ସଂଗୀତ ଏବଂ ସମୂହ ନୃତ୍ୟ। ଅପେକ୍ଷା ରହିଛି ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ସର୍ବ ଭାରତୀୟ କିସାନ ସଭା ନେତାଙ୍କ ମଧ୍ୟରେ ଆଲୋଚନାର ନିଷ୍କର୍ଷକୁ।

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE