ଯେତେବେଳେ ସେମାନେ ମୋତେ ତାଙ୍କ ସହିତ ପରିଚିତ କରାଇଲେ, ପ୍ରଥମେ ଯେଉଁ କଥା ମୋ ମନକୁ ଆସିଥିଲା ତାହା ହେଉଛି ତାଙ୍କ ନାମ – ଯାହା ସମ୍ପୂର୍ଣ୍ଣ ଭୁଲ୍ଅଟେ। ସେମାନେ ତାଙ୍କୁ ଲଡେଇତି ଦେବି ବୋଲି କୁହନ୍ତି (ଯାହାର ଅନୁବାଦ ହେଉଛି ଜଣେ କଳହ ପ୍ରିୟ ବ୍ୟକ୍ତି), କିନ୍ତୁ ମୋ ଅନୁସାରେ, ପ୍ରଥମ ଦେଖାରେ ମୁଁ ତାଙ୍କ ଭିତରେ ଜଣେ ଆତ୍ମ ପ୍ରତ୍ୟୟୀ ବୁଦ୍ଧିମତୀ ଯୋଦ୍ଧା ଦେଖିବାକୁ ପାଇଲି, ଯାହାର ନିଜ ବଳ ଉପରେ ଭରସା ରହିଛି – କିନ୍ତୁ, ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ନିଜର ଦୁର୍ବଳତାଗୁଡିକ, ଯାହାକୁ ସେ ଗ୍ରହଣ କରିବା ଉଚିତ, ସେ ନେଇ ସଚେତନ ଅଛନ୍ତି ।

ସେ ମୋତେ ଚେୟାର୍ରେ ବସିବାକୁ କହିଲେ। କଥାବାର୍ତ୍ତା ହେବା ପାଇଁ ଆମେ ଉଭୟ ସମାନ ଭାବେ ବସିବା ଉଚିତ ବୋଲି ମୁଁ ତାଙ୍କୁ କହିଲି। ସେ ପ୍ରଥମେ ଦୃଢ ଭାବେ ମନା କଲେ ଓ ତାପରେ ନିଜ ପାଇଁ ଅନ୍ୟ ଏକ ଚେୟାର୍ଟାଣି ବାହାର କଲେ। ଆମେ ତାଙ୍କ ଦୁଇ-ବଖରା ବିଶିଷ୍ଟ ଘରର ବାରଣ୍ଡାରେ ବସିଲୁ ।

ମୁଁ ସାଲ୍ମତା ଗ୍ରାମରେ ଅଛି – ଯାହା ଉତ୍ତରାଖଣ୍ଡର ଉଦ୍ଧମ ସିଂ ନଗର୍ର ସିତାରଗଞ୍ଜ ବ୍ଲକ୍ରେ ଅବସ୍ଥିତ। ଏହି ଗ୍ରାମରେ ମାତ୍ର ୧୧୨ଟି ପରିବାର ରୁହନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଥାରୁସ୍– ରାଜ୍ୟର ସବୁଠାରୁ ବଡ ଜନଜାତି – ଏକ କିମ୍ବଦନ୍ତୀ ଅନୁସାରେ ଯାହାର ପୂର୍ବପୁରୁଷମାନେ ରାଜ୍ପୁତ୍ସଂପ୍ରଦାୟର ହୋଇଥିବା ବିଶ୍ୱାସ କରାଯାଏ । ଲଡାଇତି- ଜଣେ ଥାରୁସ୍– ଯିଏ ଅନ୍ୟ ସ୍ଥାନୀୟ ମହିଳାମାନଙ୍କୁ ଅନୁପ୍ରାଣିତ କରୁଥିବା ଜଣେ ମହିଳା ଭାବେ ମୋ ସହିତ ପରିଚିତ କରାଯାଇଛି । ମୁଁ ତାଙ୍କ କାହାଣୀ ଜାଣିବା ପାଇଁ ବ୍ୟଗ୍ର ହେଉଛି ।

ସେ ୨୦୦୨ରେ ନିଜ ଜୀବନ କଥା ମନେ ପକାନ୍ତି । “ମୁଁ କଣ ଥିଲି – ଜଣେ ସାଧାରଣ ମଣିଷ ମାତ୍ର ? ତାପରେ କେତେକ ଲୋକ ମୋ ପାଖକୁ ଆସିଲେ ଓ ମୋତେ ଏକ ଦଳ ଗଠନ କରିବା କଥା କହିଲେ – ଯାହା ଆମକୁ ବଳ ପ୍ରଦାନ କରିବ। ଆମେ କିଛି ଅର୍ଥ ମଧ୍ୟ ସଞ୍ଚୟ କରିପାରିବୁ।“ 

PHOTO • Puja Awasthi

ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଆତ୍ମନିର୍ଭରଶୀଳ ହେବା ହେଉଛି ଏହି ସ୍ଥାନରେ ବାରମ୍ବାର ଚେଷ୍ଟା କରାଯାଇଥିବା ଓ ପରୀକ୍ଷା କରାଯାଇଥିବା ଏକ ମାଧ୍ୟମ । ମୁଁ ଏହା ମଧ୍ୟ ଜାଣି ପାରିଲି ଯେ ସେମାନେ ସବୁବେଳେ କାମ କରନ୍ତି ନାହିଁ, - ଲଡାଇତିଙ୍କ କ୍ଷେତ୍ରରେ ଏହାର ଆରମ୍ଭ ବହୁତ ସୁଖଦ ଥିଲା । ସେ “ଏକତା” ନାମ ରିଖିବା ପାଇଁ ସୁପାରିଶ କରିଥିଲେ କିନ୍ତୁ କାଳକ୍ରମେ ଈର୍ଷା ମନୋଭାବ ଓ ଭୁଲ୍ବୁଝାମଣା ଯୋଗୁଁ ଏହି ଗୋଷ୍ଠୀ ଭାଙ୍ଗିଗଲା ।

 “ଏହାର ପ୍ରକୃତ କାରଣ ମୁଁ ଜାଣେ, ତାହା ହେଉଛି ପୁରୁଷମାନେ। ମହିଳାମାନଙ୍କ ଏହି ଏକତ୍ରୀକରଣକୁ ସେମାନେ ସହ୍ୟ କରିପାରିଲେ ନାହିଁ। ଶହ ଶହ ବର୍ଷ ଧରି ଆମ ସହିତ ଏହିପରି ହୋଇ ଆସୁଛି। ପୁରୁଷମାନେ ମଦ ପିଅନ୍ତି ଓ ତାସ୍ଖେଳନ୍ତି। ଆମେ ସମସ୍ତ ଦାୟିତ୍ୱ ତୁଲାଇ ଥାଉ’’ ତାଙ୍କ ସ୍ୱର କ୍ରମଶଃ କ୍ଷୀଣ ହୋଇଗଲା । 

ଲଡେଇତିପ ସ୍ୱାମୀ ମଧ୍ୟ ଅନିଚ୍ଛୁକ ଥିଲେ । ସେ କହୁଥିଲେ “ତୁ କ’ଣ ନେତ୍ରୀ ହେବା ପାଇଁ ଚେଷ୍ଟା କରୁଛୁ? ମୋ ଶ୍ୱଶୁର କହିଲେ ଯେ ମୁଁ ମୋ ପରିବାରର ମାନହାନି କରିଛି । ସେ ଏହା କୁହନ୍ତି ଯେ ମୁଁ ପରିବାରର ଅନ୍ୟ ସ୍ତ୍ରୀ ଲୋକଙ୍କଠାରୁ ଭିନ୍ନ ।  

ତାପରେ, ଲଡାଇତି, ତିନୋଟି ସନ୍ତାନର ମା –ଦୁଇଟି ଝିଅ ଓ ଗୋଟିଏ ପୁଅ –  ଅନୁଭବ କଲେ ଯେ ଯଦି ସେ ଆତ୍ମନିର୍ଭରଶୀଳ ନହେବ ତେବେ, ପରିବାରର ସେହି ଛୋଟ ଜମିରୁ ହେଉଥିବା ଆୟରେ ସେମାନେ କିଛି କରିପାରିବେ ନାହିଁ । ସେ ଅର୍ଥ ଉପାର୍ଜନ କରିବା ପାଇଁ ବିଭିନ୍ନ ପନ୍ଥା ଖୋଜିବାକୁ ଆରମ୍ଭ କଲେ । ଗୋଟିଏ ଥର ସେ ଲୁଚିଛପି ଛେଳି ପାଳନ ସମ୍ବନ୍ଧୀୟ ଏକ ଏକ ଦିବସୀୟ ପ୍ରଶିକ୍ଷଣ ଦେଖିବାକୁ ସୁଯୋଗ ପାଇଥିଲେ। କନ୍ତୁ କିଛି ଲାଭ ହେଲା ନାହିଁ। “ମୁଁ ସାରା ରାତି ଶୋଇ ପାରିଲି ନାହିଁ। ମୋ ପିଲାମାନଙ୍କ ଜୀବନ ମୋ ଜୀବନ ତୁଳନାରେ ସୁଖମୟ ହୋଇ ପାରିବ ନାହିଁ, ସେହି ଭୟରେ ମୁଁ ଭାଙ୍ଗି ଯାଉଥିଲି”, ସେ ମନେ ପକାନ୍ତି ।

ସେ ଥରେ ଗ୍ରାମର ଅନ୍ୟ ଜଣେ ମହିଳାଙ୍କ ସହିତ କିଛି ଆଲୋଚନା କରିବା ବେଳେ ନିଜ ସମସ୍ୟାର ସମାଧାନର ରାସ୍ତା ପାଇ ପାରିଥିଲେ, ଯିଏ ତାଙ୍କୁ ଡୁରିସ୍(କାର୍ପାସ୍ପାଦପୋଛା) ବୁଣିବା ପାଇଁ ଉପଦେଶ ଦେଇଥିଲେ। ଥରୁସ୍ମାନଙ୍କ ପାଇଁ  ଡୁରିସ୍ହେଉଛି ସର୍ବୋତ୍କୃଷ୍ଠ ସମ୍ପତ୍ତି – ଦୈନନ୍ଦିନ ବ୍ୟବହାର ହେଉଥିବା ଏକ ଜିନିଷ ଓ ମୁଖ୍ୟତଃ ଯାହାକୁ ବିବାହ ସମୟରେ ଉପହାର ସ୍ୱୂରୂପ ପ୍ରଦାନ କରାଯାଇଥାଏ । ଏଥିପାଇଁ ବ୍ୟବହାର ହେଉଥିବା କପଡା ଚିରା ସାଢି, ଅଦରକାରୀ ସୁଟ୍, ବ୍ୟବହାର ହେଉନଥିବା ସୁଇଟ୍, କପଡା ଧଡି ଆଦିରୁ ବାହାରି ଥାଏ ।

ଏଥିପାଇଁ ନିଜ ଶାଶୁ-ଶ୍ୱଶୁରଙ୍କୁ ମନେଇବା ତାଙ୍କ ପାଇଁ ଏକ ଆହ୍ୱାନ ଥିଲା, କିନ୍ତୁ ଏ କାମ ପାଇଁ ତାଙ୍କୁ ଘର ବାହାରକୁ ଯିବାକୁ ପଡିବ ନାହିଁ ବୋଲି ଜାଣିବା ପରେ ସେମାନେ ଶାନ୍ତ ହୋଇଥିଲେ। ଏଥିପାଇଁ ଏକ ଲୁଗାବୁଣା ତନ୍ତ କିଣିବାକୁ ହେବ ଓ ୨୦୦୮ମସିହା ବେଳକୁ ବିଭିନ୍ନ ପ୍ରକାରର ସରକାରୀ ଓ ବେସରକାରୀ ସ୍କିମ୍ରେ ଏଥିପାଇଁ ଆବଶ୍ୟକ ଅର୍ଥ କିଭଳି ଭାବେ ଲୋନ୍ଆକାରରେ ପ୍ରାପ୍ତ କରିହେବ ସେ ବିଷୟରେ ସେ ଜାଣି ପାରିଥିଲେ। ସେହି ଅଞ୍ଚଳରେ କାର୍ଯ୍ୟରତ ଏକ ସଂଗଠନ ତାଙ୍କୁ ବୁଣିବା ପ୍ରକ୍ରିୟା ବିଷୟରେ ପ୍ରଶିକ୍ଷିତ କରିଥିଲେ ।

PHOTO • Puja Awasthi

ପୂର୍ବରୁ ସେ କାମ ମାଗିବା ପାଇଁ ଗ୍ରାମରେ ଘୂରି ବୁଲୁଥିଲେ । ନିଜ ଗୃହର ବିଭିନ୍ନ କାମରୁ ଟିକିଏ ଫୁର୍ସତ୍ପାଇଲେ, ଲାଡିତି ଲୁମ୍ଆଗରେ ବସିବା ପୂର୍ବରୁ କପଡାଗୁଡିକୁ ପ୍ରଥମେ ଫିତା ଆକାରରେ ଚିରୁଥିଲେ, ସେଗୁଡିକୁ ମେଳ ଖାଇବା ଭଳି କ୍ରମରେ ସଜାଇ ରଖୁଥିଲେ । "ତନ୍ତର ଶବ୍ଦରେ ଏକ ଆନନ୍ଦଦାୟକ ଧ୍ଵନି ଜାତ ହୋଇଥାଏ, ଯାହା ମତେ ଗୀତ ଗାଇବାକୁ ବାଧ୍ୟ କରିଥାଏ'' ବୋଲି ସ୍ମିତ ହସି କୁହନ୍ତି । ଲାଡାଇତିଙ୍କ ଆଙ୍ଗୁଠିର ଯାଦୁଭରା ସ୍ପର୍ଶରେ ବୁଣା କାମ ଉତ୍କୃଷ୍ଟ ହେବା ସହିତ ତାଙ୍କ ଦକ୍ଷତା ଚାରିଆଡେ ପ୍ରଚାରିତ ହୋଇଗଲା। ସେମାନେ କୁହନ୍ତି ଯେ ତାଙ୍କ ଡୁରିସ୍ଗୁ଼ଡିକ ଅନ୍ୟମାନଙ୍କ ଡୁରିସ୍ଠାରୁ ଭିନ୍ନ ଅଟେ । ସେଥିରେ ଥିବା ରଙ୍ଗ  କଥା କହିଥାଏ । ଡିଜାଇନ୍ମାଧ୍ୟମରେ ହସ ଫୁଟିଥାଏ । କାମ ବଢିବାକୁ ଲାଗିଲା । ଏହାସହିତ ପାଖ ଟାଉନ୍ଖାତିମାରୁ ଅର୍ଡର୍ଆସିବା ଆରମ୍ଭ ହେଲା। ରାମ ନରେଶ ପ୍ରଦର୍ଶନ କରୁଥିବା ବିରକ୍ତି ଭାବ ମଧ୍ୟ ଧୀରେ ଧୀରେ ବନ୍ଦ ହୋଇଗଲା । 

ବର୍ତ୍ତମାନ ଗୋଟିଏ ଦିନରେ ସେ ଦୁଇଟି ଡୁରିସ୍ବୁଣି ପାରନ୍ତି ଓ ପ୍ରକୃତରେ ଏକ ଜଟିଳ କାମ ପାଇଁ ତାଙ୍କୁ ୮୦୦ଟଙ୍କା ମିଳିଥାଏ । ସରଳ କାମ ପାଇଁ ୪୦୦ ଟଙ୍କା ଓ ଏହିପରି ଭାବେ ସେଗୁଡିକରୁ ମାସକୁ ତାଙ୍କର ପ୍ରାୟ ୮୦୦୦ଟଙ୍କା ଆୟ ହୋଇଥାଏ । ଚାଷ କାମରୁ ବାର୍ଷିକ ୩-୪ ଲକ୍ଷ ଟଙ୍କା ମଧ୍ୟରେ ଉପାର୍ଜନ ହୋଇଥାଏ, ଯାହା ଜୈବ କୃଷି କୌଶଳ ଆପଣେଇବା ଦ୍ୱାରା ସମ୍ଭବ ହୋଇପାରିଛି, ଯେଉଁଥିପାଇଁ ସେ ଉଭୟ ଶିକ୍ଷା ଗ୍ରହଣ କରିଛନ୍ତି ଓ ତାହାକୁ ନିପୁଣତା ସହିତ ନିଜ ଜମିରେ ପ୍ରୟୋଗ ମଧ୍ୟ କରିଛନ୍ତି।  ତାଙ୍କର ଦିନଚର୍ଯ୍ୟା ଆରମ୍ଭ ହୋଇଥାଏ ଭୋର ୫ଟାରୁ ଏବଂ ସରିଥାଏ ରାତି ୧୦ଟାରେ ଏହାର ଅର୍ଥ ତାଙ୍କ ସେ ପ୍ରତିଦିନ ଅନେକ ସମୟ ପରିଶ୍ରମ କରିଥାନ୍ତି।

PHOTO • Puja Awasthi

ସମୟ କ୍ରମେ, ଅନ୍ୟାନ୍ୟ ଅନେକ ଯୁଦ୍ଧ ସେ ହାରିଛନ୍ତି ଓ ଜିତିଛନ୍ତି । ସେ କୌଣସି ପ୍ରକାରେ ତାଙ୍କର ସ୍ୱୟଂ-ସହାୟକ ଗୋଷ୍ଠୀର ପୁନରୁଦ୍ଧାର କରିବାରେ ସମର୍ଥ ହୋଇ ପାରିଛନ୍ତି, ଯେଉଁଥିରେ ବର୍ତ୍ତମାନ ୩ଲକ୍ଷରୁ ଅଧିକ ଟଙ୍କାର ମିଳିତ ସଞ୍ଚୟ ରହିଛି ଓ ସେ ନିଜ ପିଲାମାନଙ୍କ ପାଠପଢା ପାଇଁ  ଓ ଚାଷ କାମ ପାଇଁ ଲୋନ୍ମଧ୍ୟ ନେଇଛନ୍ତି । ଆଖପାଖ ଗ୍ରାମର ମହିଳାମାନେ ବିଭିନ୍ନ କାମ ପାଇଁ ତାଙ୍କ ଠାରୁ ଉପଦେଶ ମଧ୍ୟ ଗ୍ରହଣ କରୁଛନ୍ତି । ଦୁଇ ବର୍ଷ ପୂର୍ବେ, ମହିଳାମାନେ ପୁରୁଷମାନଙ୍କ ଜୀବନ ନଷ୍ଟ କରୁଥିବା ମଦ ବ୍ୟାପାର ବନ୍ଦ କରିବା ପାଇଁ ଏକ ସ୍ଥାନୀୟ ମଦ ପ୍ରସ୍ତୁତକାରୀ ଉପରେ ଚାପ ପକାଇଥିଲେ। ଲଡାଇତିଙ୍କ ସ୍ୱାମୀ ମଧ୍ୟ ତାଙ୍କର ବିରୋଧ କରିଥିଲେ । “ମୁଁ ବହୁତ ଲଜ୍ଜା ଅନୁଭବ କଲି। ଏତେ ବର୍ଷ ବିତିଯିବା ପରେ ମଧ୍ୟ ଚାଙ୍କୁ ମୋ ଗୁରୁତ୍ୱ ଜଣା ପଡୁନାହିଁ, ସେ କହିଲେ।''

୪୦ ବର୍ଷ ବୟସରେ, ଲଡାଇତି ଶାନ୍ତିରେ ଜୀବନ ବିତାଇବାକୁ ସମର୍ଥ ହୋଇଛନ୍ତି । “ସବୁକିଛି କରିବା ସମ୍ଭବ ନୁହେଁ । ଆପଣ ସେଗୁଡିକ ଚେଷ୍ଟା କରିବା ଉଚିତ ନୁହେଁ ।'' ସେ ମୋତେ କହିଲେ ।  

PHOTO • Puja Awasthi

ତଥାପି ଗୋଟିଏ ବିଫଳତା ତାଙ୍କୁ କ୍ରମାଗତ ଭାବେ ବିରକ୍ତ କରୁଛି – ତାଙ୍କ ଝିଅର ବିଜ୍ଞାନ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ ଜାରି ରଖିବାରେ ସେ ଅସମର୍ଥ ହେବା । “ବିଏ ପାଠକୁ କିଏ ପଚାରୁଛି, ତୁ ମୋତେ କହ ?” ସେ ପଚାରିଲା । କିନ୍ତୁ ଥରେ ଯେତେବେଳେ ତାଙ୍କ ଝିଅ ତାଙ୍କର ଭର୍ତ୍ସନା କଲା – ତାଙ୍କର ସ୍ୱଳ୍ପ ଶିକ୍ଷା ପାଇଁ ତାଙ୍କୁ ଉପହାସ କଲା (ଲଡାଇତିଙ୍କ ଶିକ୍ଷାଗତ ଯୋଗ୍ୟତା କେବଳ ୮ମ ଶ୍ରେଣୀ ଅଟେ)- ତାଙ୍କ ମନରେ ତାଙ୍କର ମାତୃତ୍ୱ ନେଇ ସଙ୍କୋଚ ବୋଧ ଜାତ ହେଲା ଓ ସେ  ମୌନ ରହିବାକୁ ପସନ୍ଦ କଲେ। 

ତାଙ୍କର କୃତିତ୍ୱ ସାଧାରଣ କଥା ନୁହେଁ । ତାଙ୍କ ଶୌର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରୋତ୍ସାହନ । ଏ କଥା ମୁଁ ଲଡାଇତିଙ୍କୁ କହିଲି । ମୁଁ ଏହା ମଧ୍ୟ କହିଲି ଯେ ଯେତେବେଳେ ମୁଁ ପୁଣି ଥରେ ଏଠାକୁ ଆସିବି, ସେତେବେଳେ ମୁଁ ମୋ ନିଜ ସଂଘର୍ଷ କାହାଣୀ ଶୁଣେଇବି । 

ଯେହେତୁ ମୋତେ ସେଠାରୁ ପ୍ରସ୍ଥାନ କରିବାକୁ ଥିଲା, ମୁଁ ମୋ ମନରେ ଉଠୁଥିବା ଏକ ପ୍ରଶ୍ନ ନ ପଚାରି ରହିପାରିଲି ନାହିଁ – ଏହିପରି ଏକ ନାମ କାହିଁକି ରଖାଯାଇଛି । ସେ ଏକ ଖୋଲା ହସ ହସିଲେ । “ଆପଣ କଣ ଏ କଥା ଜାଣନ୍ତି ନାହିଁ…  କିଛି ବର୍ଷ ପୂର୍ବେ, ଯେତେବେଳେ ମୁଁ ନିଜକୁ ନିଜେ ଆବିଷ୍କାର କରିବା ପାଇଁ ବାହାରିଥିଲି, ମୋ ନିଜ ଗୁରୁତ୍ୱ ଜାଣିବାକୁ ଚାହିଁଥିଲି, ସେତେବେଳେ ଜଣେ ମୋର ନାମ ସୁନୟନା (ସୁନ୍ଦର ଆଖି) ରଖିଥିଲେ। ମୋର ବିଶ୍ୱାସ ଯେ ସେହି ନାମ ଯାହା ମତେ ଚୟନ କରିଛି । ବର୍ତ୍ତମାନ ମୁଁ ସେହି ନାମ ରଖିଛି ।''

ଆମେ ପରସ୍ପରକୁ କୁଣ୍ଢେଇଲୁ । ମୁଁ ପ୍ରସ୍ଥାନ କଲି ।

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Puja Awasthi

ଲେଖକ ପରିଚୟ: ପୂଜା ଅୱସ୍ତି ଜଣେ ମୁକ୍ତବୃତ୍ତି ଖବରକାଗଜ ଓ ଅନ୍ଲାଇନ୍ ସାମ୍ବାଦିକ। ଲକ୍ଷ୍ନୌରେ ରହୁଥିବା ପୂଜା ଜଣେ ଉଦୀୟମାନ ଫଟୋଗ୍ରାଫର। ସେ ଯୋଗ, ଭ୍ରମଣ ଓ ସବୁ ହାତ ତିଆରି ଜିନିଷକୁ ଭଲ ପାଆନ୍ତି।

Other stories by Puja Awasthi