ବିଡ୍: ସେ ତାଙ୍କ ଗାଁରେ “ବୋରୱେଲ ମଣିଷ’’ ଭାବେ ବେଶ୍ ଜଣାଶୁଣା। ଆସ୍ଥି ତାଲୁକରେ ସମସ୍ତେ ପ୍ରାୟ ବିଶ୍ୱମ୍ବର ଜଗତାପଙ୍କ ଘରକୁ ରାସ୍ତା ଜାଣିଛନ୍ତି। ଚାଷୀ ଜଗତାପ ଏବେ ସ୍ଥାନୀୟ ଅଞ୍ଚଳର ଜଣେ ସେଲିବ୍ରିଟି ଭାବେ ପରିଗଣିତ ହେଉଛନ୍ତି। ଡାଳିମ୍ବ ଚାଷୀ ବିଶ୍ୱମ୍ବର ଜଗତାପ ତାଙ୍କ ଜମିରେ  ୪୮ଟି ବୋରୱେଲ ଖୋଳିଛନ୍ତି। 

କେତେକ ବୋରୱେଲର ଗଭୀରତା ହଜାରେ ମିଟରରୁ ବି ଅଧିକ। ଯାହା ମୁମ୍ବାଇର ୬୦ ମହଲା ବିଶିଷ୍ଟ ସ୍କାଇରାପର୍ସର ଦୈର୍ଘ୍ୟରୁ ବି ଅଧିକ।

“ଚଳିତ ବର୍ଷ ମୁଁ ମାତ୍ର ଗୋଟିଏ ବୋରୱେଲ ଖୋଳିଛି”, ବେଶ ମଜାଳିଆ ଭାବେ କହିଛନ୍ତି ଜଗତାପ। ସେ ଅଞ୍ଚଳରେ ଜଗତାପଙ୍କର ସବୁଠାରୁ ଅଧିକ ଜମି ରହିଛି, ସେଥିରୁ କେବଳ ଗୋଟିଏ ଜମି ୧୮ଏକର।

କିପରି ବୃଷ୍ଟିବିହୀନ ଜମିକୁ ଜଳସେଚିତ କରିପାରିବେ ସେଥିପାଇଁ ଜଗତାପ ୨୦୦୫ରୁ ବୋରୱେଲ ଖୋଳିଆସୁଛନ୍ତି। କିନ୍ତୁ ଗୋଟିଏ ଭୂତଳ ଜଳଉତ୍ସରେ ବୋରୱେଲ ପଡ଼ିଯାଉଥିବାରୁ ସେଥିମଧ୍ୟରୁ କେତେକ ମାତ୍ର କେଇମାସ ଭିତରେ ଅଚଳ ହୋଇପଡ଼ିଛି। ‘ ୪୮ଟି ବୋରୱେଲରୁ ମାତ୍ର ୧୫ଟି କାମ କରୁଛି ବୋଲି’’, ସେ ମାନିଛନ୍ତି।

ବୋରୱେଲ ଖୋଳିବା ପାଇଁ ଜଗତାପ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଦକ୍ଷିଣ ଭାରତର ବୋରୱେଲ ଖୋଳୁଥିବା ସଂସ୍ଥା ଗୋଟିଏ ବୋରୱେଲ ଖୋଳିବା ପାଇଁ ଅତି କମରେ ୭୫,୦୦୦ ଟଙ୍କା ନେଉଛନ୍ତି। ଯେତେ ଅଧିକ ଗଭୀରର ବୋରୱେଲ ଖୋଳାଯିବ ସେତେ ଅଧିକ ଟଙ୍କା ଲାଗିବ ବୋଲି ସେ କହିଛନ୍ତି।

ଜଳଉତ୍ସ ଠାବ କରିବା ପାଇଁ ସେ ସ୍ଥାନୀୟ ଅଞ୍ଚଳର ପୂଜକଙ୍କ ଉପରେ ନିର୍ଭର କରନ୍ତି। ସେଥିପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ରହିଛି। ଯେଉଁଥିରେ ଏକ ନଡ଼ିଆ ଘୁରିଥାଏ, ନଡ଼ିଆ ଯେଉଁଆଡ଼କୁ ଘୁରେ ସେହିପଟରେ ଜଳ ଉତ୍ସ ଥାଏ ବୋଲି ବିଶ୍ୱାସ ରହିଛି। “ନଡ଼ିଆ ଘୁରିବାର ମୁଁ ନିଜ ଆଖିରେ ଥରେ ଦେଖିଛି। କିନ୍ତୁ ସେଠାରେ ପାଣି ନଥାଏ ବୋଲି”, ସେ ନିଜେ ମାନିଛନ୍ତି।

ଭୂତଳ ଜଳପତ୍ତନ ହ୍ରାସ ପାଉଛି

ଜଳସମସ୍ୟା ଯୋଗୁଁ  ହଜାର ହଜାର ଲୋକ ବୋରୱେଲ ଉପରେ ନିର୍ଭର କରୁଛନ୍ତି। ଅନିୟନ୍ତ୍ରିତ ବୋରୱେଲ ଖନନ ଓ ଭୂତଳ ଜଳ ବ୍ୟବହାର ଯୋଗୁଁ ପରିବେଶ ସଂକଟରେ ପଡ଼ିବାରେ ଲାଗିଛି। ମରାଠୱାଡ଼ାର ୭୬ ତାଲୁକରୁ ୬୧ଟି ତାଲୁକରେ ଭୂତଳ ଜଳସ୍ତର ଗତ ୫ ବର୍ଷ ଭିତରେ ଖସିବାରେ ଲାଗିଛି। ୨୫ଟି ତାଲୁକରେ ଜଳସ୍ତର ୨ ମିଟର ହ୍ରାସ ପାଇଥିବା ସୂଚନା ମିଳିଛି।

ରାଜ୍ୟରେ ୨ଲକ୍ଷ ବୋରୱେଲ ଜଳସେଚନ ଉଦ୍ଦେଶ୍ୟରେ ଖୋଳାଯାଇଛି। ୧.୬୯ ବୋରୱେଲ କେବଳ ଘରୋଇ ବ୍ୟବହାର ପାଇଁ ଖୋଳାଯାଇଥିବାର ତଥ୍ୟ ଗ୍ରାଉଣ୍ଡ ୱାଟର ସର୍ଭେ ଆଣ୍ଡ ଡେଭଲପମେଣ୍ଟ ରିପୋର୍ଟ ୨୦୧୧ରୁ ମିଳିଛି।

ବରବାଦ ହେଉଛନ୍ତି ଚାଷୀ

ବୋରୱେଲ ଖୋଳିବାର ପାଗଳାମି ଚାଷୀମାନଙ୍କୁ ଅଧିକ ଋଣଗ୍ରସ୍ତ କରିଦେଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚାଷୀମାନେ ପ୍ରଭାବଶାଳୀ ବୋରୱେଲ ଖନନକାରୀଙ୍କ ପ୍ରରୋଚନାରେ ପଡ଼ି ବରବାଦ ହେଉଛନ୍ତି, କହିଛନ୍ତି ଜଳସେଚନ ଦୁର୍ନୀତିର ତଦନ୍ତ କରାଇଥିବା ପୂର୍ବତନ କେନ୍ଦ୍ର ଜଳସମ୍ପଦ ବିଭାଗ ସଚିବ ମାଧବ ଚିତାଲେ।

“ସ୍ଥାନୀୟ ଅଞ୍ଚଳ ପଥୁରିଆ ହୋଇଥିବାରୁ ସେଠାରେ ୨୦୦ ମିଟର ତଳେ ଯାଇ ପାଣି ଠାବ କରିବା କଷ୍ଟକର। ତେଣୁ ସେଠାରେ ଅଧିକ ଗଭୀର ଯାଏ ଖୋଳିବାର କିଛି ଯଥାର୍ଥତା ନାହିଁ’’ ବୋଲି କହିଛନ୍ତି ଶ୍ରୀ ଚିତାଲେ। ଏବଂ ଯେଉଁଠାରେ ଜଳସ୍ତର ନିମ୍ନରେ ରହିଛି ସେଠାରେ ଏକାଧିକ ବୋରୱେଲ ଖୋଳିଲେ କିଛି ଫଳ ହିଁ ମିଳିବ ନାହିଁ ବୋଲି ମଧ୍ୟ ସେ ଦର୍ଶାଇଛନ୍ତି। ଏହା ଛଡ଼ା ଆଖୁ ଫସଲରେ ଅଧିକ ପାଣି ବ୍ୟବହାର ହେଉଥିବାରୁ ଏ ଫସଲକୁ ଏ ଅଞ୍ଚଳରେ ବନ୍ଦ କରିବା ସପକ୍ଷରେ ମଧ୍ୟ ସେ ଯୁକ୍ତି ଦର୍ଶାଇଛନ୍ତି।

ଭୂତଳ ଜଳ ବ୍ୟବହାର ଉପରେ ନିୟନ୍ତ୍ରଣ ପାଇଁ ୨୦୧୩ରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ  ପାଇଥିବା ନୂଆ ଆଇନ ଏଠାରେ ଲାଗୁ କରିବାକୁ ଚିତାଲେ ଦାବି କରିଛନ୍ତି। “ଭୂତଳ ଜଳ ବ୍ୟବହାର ନିୟନ୍ତ୍ରଣ ପାଇଁ ସାମଗ୍ରିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି, କିନ୍ତୁ ଏଠାରେ କିଛି ନ୍ୟସ୍ତସ୍ୱାର୍ଥ ଲୋକେ ଏ ଆଇନକୁ କାର୍ଯ୍ୟକାରୀ କରାଇବାକୁ ଦେଉନାହାନ୍ତି,” ଅଭିଯୋଗ କରିଛନ୍ତି ଚିତାଲେ। 

ଔରଙ୍ଗାବାଦ ରାଜସ୍ୱ ଆୟୁକ୍ତ ଉମାକନ୍ତ ଡଙ୍ଗାତ କହିଛନ୍ତି ଯେ, ସରକାର ଜଳର ସୁଷମ ବ୍ୟବହାର  ଓ ସଚେତନତା ପାଇଁ ଚେଷ୍ଟା କରୁଛନ୍ତି। “ଆମେମାନେ ମଧ୍ୟ ଜଳ ସଂରକ୍ଷଣର ବିକେନ୍ଦ୍ରୀକରଣ କରି ଅଣୁ ଜଳ ସେଚନ ଉପରେ ଗୁରୁତ୍ୱ ଦେଉଛୁ”, ସେ କହିଛନ୍ତି। ଏହା ଛଡ଼ା ଚାଷ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ଚେଷ୍ଟା ଚାଲିଛି ବୋଲି ମଧ୍ୟ ସେ କହିଛନ୍ତି।

ଆଷ୍ଟିକୁ ଫେରି, ଖରା ଦିନକୁ ନେଇ ଚିନ୍ତାରେ ଅଛନ୍ତି ଜଗତାପ। ତାଙ୍କୁ ପାଣି ଟ୍ୟାଙ୍କର ଭଡ଼ାରେ ଆଣିବାକୁ ପଡ଼ିବ। ଏଥିପାଇଁ ଦିନକୁ ୩,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଟ୍ୟାଙ୍କର ଉପରେ ତାଙ୍କୁ ୨ ମାସ ନିର୍ଭର କରିବାକୁ ପଡ଼ିବ। ପାଣି ପାଇଁ ତାଙ୍କୁ ୧୫ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିବ ଯାହା ତାଙ୍କ ବାର୍ଷିକ ଆୟର ଏକ ତୃତୀୟାଂଶ ବୋଲି କହିଛନ୍ତି ଜଗତାପ। “ଚାଲନ୍ତୁ ଅନ୍ୟ କିଛି କଥା ହେବା। ପାଣିନି ବୋରେ କେଲା (ଏ ପାଣି ପ୍ରସଙ୍ଗ ମୋତେ ବିରକ୍ତ କରିସାରିଲାଣି)”,କହିଛନ୍ତି ବୋରୱେଲ ମଣିଷ।

ରିପୋର୍ଟ ୭: ଏହାର ମୂଳ ଖବର ଟାଇମ୍ସ ଅଫ୍ ଇଣ୍ଡିଆରେ ୨୭ ମାର୍ଚ୍ଚ ୨୦୧୫ ସଂସ୍କରଣରେ ପ୍ରକାଶ ପାଇଥିଲା।

ଏ ସିରିଜର କଣ ଅଧିକ ଅଛି:

ରିପୋର୍ଟ ୧ : ପାଖାପାଖି ୮୦୦୦୦ ବାସହୀନ ବୃଦ୍ଧ ଭୋକିଲା

ରପୋର୍ଟ ୨ : ମହାରାଷ୍ଟ୍ରରେ ମରୁଡ଼ି ଦ୍ୱାରା ୯୦ ଲକ୍ଷ କୃଷକ ପ୍ରଭାବିତ

ରିପୋର୍ଟ ୩ : ମରୁଡ଼ି ଯୋଗୁଁ ଖରିଫ ଫସଲ ପ୍ରଭାବିତ ଡାଲି ଫସଲରେ ବ୍ୟାପକ କ୍ଷତି

ରିପୋର୍ଟ ୪: ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟାରେ ୪୦ ପ୍ରତିଶତ ବୃଦ୍ଧି

ରିପୋର୍ଟ ୫: କୃଷି କଷ୍ଟ: ଯେଉଁଠି ଗୋଟିଏ ପାତ୍ର ଭରିବା ଲାଗି ଗ୍ରାମବାସୀଙ୍କୁ ଲାଗୁଛି ଘଣ୍ଟା ଘଣ୍ଟା ସମୟ

ରିପୋର୍ଟ ୬ : ମରୁଡ଼ି ଜନିତ ସ୍ଥାନାନ୍ତର ଯୋଗୁଁ ବୟସ୍କ ପାଲଟୁଛନ୍ତି କୃଷି ଶ୍ରମିକ

ରିପୋର୍ଟ ୮: ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ମହାରାଷ୍ଟ୍ରର ମରୁଡ଼ି ପୀଡ଼ିତ ଚାଷୀ ସହାୟତାରୁ ବଞ୍ଚିତ।

ରିପୋର୍ଟ ୯: ଚାଷୀ ବୀମା ସପକ୍ଷରେ ମହାରାଷ୍ଟ୍ର ସରକାରଙ୍କ ଯୁକ୍ତି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଉଲ୍ଲେଖ କଲେ ବିରୋଧୀ

ରିପୋର୍ଟ ୧୦: ଅଧ୍ୟୟନ: କୃଷକଙ୍କୁ ମିଳୁନି, ଋଣ ଶୋଷି ନେଉଛନ୍ତି କୃଷି କର୍ପୋରେଟ

ରିପୋର୍ଟ ୧୧: ଚାଷୀଙ୍କୁ ମିଳୁଥିବା ୨୫ ହଜାର ଟଙ୍କାର ପ୍ରତ୍ୟକ୍ଷ ଋଣ ହାର ୨୩%ରୁ ୪.୩%କୁ ହ୍ରାସ

ରିପୋର୍ଟ ୧୨ : ମହାରାଷ୍ଟ୍ର ୭୦,୦୦୦ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୨ ପ୍ରତିଶତ କାମରେ ଲାଗୁଛି 

ରିପୋର୍ଟ ୧୩ : ଅଦିନିଆ ବର୍ଷା : ମାତ୍ର ତିନି ମାସ ମଧ୍ୟରେ ମହାରାଷ୍ଟ୍ରରେ ୬୦୧ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୪ : ‘ଅଦିନିଆ ବର୍ଷା କାରଣରୁ ମହାରାଷ୍ଟ୍ରରେ ମାତ୍ର ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି’

ରିପୋର୍ଟ ୧୫ : କମ୍ ଚାଷୀ ମୃତ୍ୟୁ ହାର ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି: ଆତ୍ମହତ୍ୟା କରିଥିବା ମାତ୍ର ୩ ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି 

ରିପୋର୍ଟ ୧୬ : ଗୋମାଂସ ନିଷେଧ, କିନ୍ତୁ ଗୋଟିଏ ହେଲେ ସରକାରୀ ଗୋଶାଳା ଦେଖାଯାଉନାହିଁ

ଅନୁବାଦ: ଓଡ଼ିଶାଲାଇଭ୍‍


ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।