କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ଥିବା ବାନ୍ଦିପୁର ଜାତୀୟ ଉଦ୍ୟାନର ଠିକ୍‌ ସୀମାନ୍ତରେ ଅବସ୍ଥିତ କାନିୟାନ୍‌ପୁରା କଲୋନିରେ ରହନ୍ତି କେ. ସୁନୀଲ । କାନିୟାନ୍‌ପୁରା ଏକ ଆଦିବାସୀ ପଲ୍ଲୀ ଏବଂ ଏକା ନାଁରେ ଥିବା ଏକ ବୃହତ୍‌ ଗାଁ ମଧ୍ୟ । ସେ ଏକ ସୋଲିଗା ଆଦିବାସୀ ପରିବାରର, ତାଙ୍କ ମାଆ ଓ ବାପା ଶ୍ରମିକ ଏବଂ ତାଙ୍କର ଜଣେ ଭଉଣୀ, ଯେ କି ଘରେ ରହନ୍ତି ।

ସୁନୀଲଙ୍କ ବୟସ ୧୯ ଏବଂ ସେ ୧୦ମ ଶ୍ରେଣୀ ପାସ୍‌ କରିଛନ୍ତି । ସେ ଏବେ ତାମିଲନାଡୁ, କର୍ଣ୍ଣାଟକ ଏବଂ କେରଳ ତିନିଟି ରାଜ୍ୟର ମିଳନସ୍ଥଳରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ମୁଦୁମଲାଇର କାର୍‌ଗୁଡ଼ି ଗାଁରେ କାର୍ଯ୍ୟରତ, ଯାହାକି ବାନ୍ଦିପୁର ଜାତୀୟ ଉଦ୍ୟାନର ସଂପ୍ରସାରିତ ଭାଗ । ଜଙ୍ଗଲରେ ଗଛ ମାପିବା ଏବଂ ଅନ୍ୟାନ୍ୟ କ୍ଷେତ୍ର ଅଧ୍ୟୟନଲାଗି ଛାତ୍ରଛାତ୍ରୀମାନେ ଆସିଲେ ସେମାନଙ୍କ ସାଙ୍ଗରେ ଯିବା ପାଇଁ ସେ ଭାରତୀୟ ବିଜ୍ଞାନ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଛନ୍ତି।

PHOTO • K. Sunil

ସୁନୀଲଙ୍କର ଏହି ଫଟୋ ନିବନ୍ଧଟି ବନ୍ୟଜୀବ ସହ ଜୀବନଧାରଣ ସଂପର୍କିତ PARIରେ ପ୍ରକାଶିତ ଏକ ସହଯୋଗ ଭିତ୍ତିକ ଫଟୋଗ୍ରାଫି ପ୍ରକଳ୍ପର ଅଂଶବିଶେଷ ଏବଂ ଛଅଟିକିଆ ଶୃଙ୍ଖଳର ତୃତୀୟ ନିବନ୍ଧ । ଛଅ ମାସ କାଳ ଧରି ସେ ତାଙ୍କ ନିତିଦିନିଆ ଜୀବନର ଅନେକ ଫଟୋ ଉଠାଇଛନ୍ତି (ଫୁଜିଫିଲ୍ମ ଫାଇନ୍‌ପିକ୍‌ସ ଏସ୍‌୮୬୩୦ କ୍ୟାମେରାରେ) । ଏଠାରେ ଉପସ୍ଥାପିତ ଚିତ୍ରଗୁଡ଼ିକ ସମେତ ତାଙ୍କ ବନ୍ଧୁ ଓ ପରିବାର ଲୋକଙ୍କ ଚିତ୍ର ଉଠାଇବା ଏବଂ ତାଙ୍କ ଗାଁରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ଭିଡିଓ ନେବା କାମ ତାଙ୍କୁ ଆନନ୍ଦିତ କରିଛି ବୋଲି ସୁନୀଲ କହନ୍ତି ।

PHOTO • K. Sunil

କାନିୟାନପୁରା କଲୋନି: “ଏ ହେଉଛି ମୋ ଗାଁ । ପୂର୍ବରୁ ଏଠାରେ କଲୋନି ନ ଥିଲା, ଜଣେ ଧନୀ ଜମିଦାର ରହୁଥିଲେ ଏବଂ ସମସ୍ତେ ତାଙ୍କ ପାଖରେ କାମ କରୁଥିଲେ । ପରେ ସରକାର ଆମକୁ ଘର ତିଆରି କରିବା ଲାଗି ଜମି ଦେଲେ ଏବଂ ସେହି ସ୍ଥାନ କାନିୟାନପୁରା କଲୋନି ରୂପରେ ପରିଚିତ ହେଲା ।”

PHOTO • K. Sunil


ବୀରଭଦ୍ର କୁନିତା: “ଏହା ମୋ ଗାଁରେ ହେଉଥିବା ଏକ ବିବାହ ଉତ୍ସବ । ଲାଲ ରଙ୍ଗର ପୋଷାକ ପିନ୍ଧିଥିବା ଲୋକ ଜଣଙ୍କୁ ବିବାହ ଉତ୍ସବ ଅବସରରେ କଳା ପ୍ରଦର୍ଶନ ପାଇଁ ଡକା ହୋଇଥାଏ (ବୀରଭଦ୍ର କୁନିତା ଏକ ଲୋକପ୍ରିୟ ଲୋକକଳା ଏବଂ ଲୋକନୃତ୍ୟ ଶୈଳୀ) । ସେ ଲିଙ୍ଗାୟତ ଜାତିର । ବିବାହ ଅବସରରେ ସେ ଅନେକ ଉତ୍ସବରେ କଳା ପ୍ରଦର୍ଶନ କରନ୍ତି ।”

PHOTO • K. Sunil


ମାରିଆମ୍ମା: “ଏ ହେଉଛନ୍ତି ବୋକ୍କାପୁରମ୍‌ ମାରିଆମ୍ମା ଠାକୁରାଣୀ । ବର୍ଷକୁ ଥରେ ଦେବୀଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଏ । ବିଭିନ୍ନ ଅଳଙ୍କାରରେ ତାଙ୍କୁ ସଜେଇ ଦିଆଯାଇଛି’’।

PHOTO • K. Sunil

କ୍ଷୀର ଦୁହିଁବା: “ଏ ହେଉଛନ୍ତି ମୋର ପଡ଼ୋଶୀ, ସେ ତାଙ୍କ ଗାଈର କ୍ଷୀର ଦୁହୁଁଛନ୍ତି । ତାଙ୍କ ପାଖରେ ମାତ୍ର ଦୁଇଟି ଗାଈ ଅଛନ୍ତି । କ୍ଷୀରକୁ ସେ ଡାଏରୀରେ ବିକ୍ରି କରନ୍ତି । ପ୍ରତିଟି ଗାଈ ପ୍ରାୟ ଦୁଇ ଲିଟର ଲେଖାଏଁ କ୍ଷୀର ଦିଏ ଏବଂ ସେ ସେଥିରୁ ଏକ ଲିଟର (ପ୍ରତିଟିର) ଡାଏରୀରେ ବିକି ଦିଅନ୍ତି । ଏକ ଲିଟର କ୍ଷୀର ବାବଦରେ ତାଙ୍କୁ ୨୨-୨୫ ଟଙ୍କା ମିଳେ, ଅର୍ଥାତ୍‌ ଦିନକୁ ପ୍ରାୟ ୫୦ ଟଙ୍କା । ସେ ଆଉ ଚାଲିପାରୁନାହାନ୍ତି ।”

PHOTO • K. Sunil

ବଳଦ ଗାଡ଼ି: “ଏଠାକାର ଚାଷୀମାନେ ଫସଲ ଅମଳ କରିଛନ୍ତି ଏବଂ ଉତ୍ପାଦିତ ଶସ୍ୟକୁ ଘରକୁ ନେଇ ଯାଉଛନ୍ତି । ଏହା ହେଉଛି ମଙ୍ଗଳା ଗାଁ ।”

PHOTO • K. Sunil

ସୂର୍ଯ୍ୟାସ୍ତ: “ଏହା କାନିୟାନ୍‌ପୁରା ନିକଟରେ । କାମ ସାରି ଫେରିବା ବାଟରେ ମୁଁ ଏହାକୁ ଉଠାଇଥିଲି । ଯେଉଁଠାରେ ପାହାଡ଼ ଦେଖାଯାଉଛି ସେଇଠାରେ ହିଁ ମଙ୍ଗଳା ଗାଁ ।”

PHOTO • K. Sunil

କ୍ୟାଥାମ୍ବାରା ଘାଟି: “ଏହି ଜାଗାକୁ କ୍ୟାଥାମ୍ବାରା କହନ୍ତି । ଏହା ଏକ ଉପତ୍ୟକା ଏବଂ ସେଠାରେ ତଳେ ପାଣି ଅଛି । ଖରାଦିନେ ବି ସେଠାରେ ପାଣିର ଅଭାବ ନଥାଏ ।”

PHOTO • K. Sunil


ହାତୀ: “ମୁଁ ଅଭୟାରଣ୍ୟ ନିକଟରେ ଏହି ଫଟୋ ଉଠାଇଥିଲି । ଏହି ଦନ୍ତାହାତୀଟି ଏକ ହାତୀ ଶିବିରରୁ ଆସିଛି । ମୋର କେତେକ ସାଙ୍ଗ ସେଠାରେ ମାହୁନ୍ତ ଭାବେ କାମ କରନ୍ତି ।”

PHOTO • K. Sunil

ଗୟଳ: “ସାଧାରଣତଃ ଏ ଅଞ୍ଚଳରେ ଗୟଳ ଦେଖା ଯାଆନ୍ତିନି, ସେମାନେ କେବଳ ବଡ଼ ବଡ଼ ଜଙ୍ଗଲ ଅଞ୍ଚଳରେ ରହନ୍ତି ।”

କର୍ଣ୍ଣାଟକର ମଙ୍ଗଳା ଗାଁରେ ଅବସ୍ଥିତ ମାରିଆମ୍ମା ଚାରିଟେବ୍‌ଲ ଟ୍ରଷ୍ଟ୍‌ ସହ ସମନ୍ୱୟରେ ସଂପାଦିତ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ଜାରେଡ୍‌ ମାର୍‌ଗୁଲିସ୍‌ । ବାଲ୍‌ଟିମୋର୍‌ କାଉଣ୍ଟିରେ ଥିବା ୟୁନିଭର୍ସିଟି ଅଫ୍‌ ମେରିଲ୍ୟାଣ୍ଡ ପକ୍ଷରୁ ୨୦୧୫-୨୦୧୬ରେ ପ୍ରଦତ୍ତ ଫୁଲ୍‌ବ୍ରାଇଟ୍‌ ନେହରୁ ଷ୍ଟୁଡେଣ୍ଟସ ରିସର୍ଚ୍ଚ ଗ୍ରାଣ୍ଟ୍‌ ଶୀର୍ଷକ ଏକ ଗ୍ରାଜୁଏଟ୍‌ ଷ୍ଟୁଡେଣ୍ଟ ରିସର୍ଚ୍ଚ ଗ୍ରାଣ୍ଟ୍‌ ସହାୟତାରେ ଏବଂ ମାରିଆମ୍ମା ଚାରିଟେବ୍‌ଲ ଟ୍ରଷ୍ଟର ସଦୟ ସହଯୋଗରେ, ଏବଂ ସର୍ବୋପରି ଫଟୋଗ୍ରାଫରମାନଙ୍କର ସ୍ୱତଃ ଯୋଗଦାନ, ଉତ୍ସାହ ଏବଂ ପ୍ରୟାସ ବଳରେ ଏହା ସମ୍ଭବ ହୋଇପାରିଛି। ଏହାର ଲେଖା ଅନୁବାଦ କ୍ଷେତ୍ରରେ ବି.ଆର୍‌.ରାଜୀବଙ୍କ ବହୁମୂଲ୍ୟ ସହାୟତା ମଧ୍ୟ ରହିଛି । PARIର କ୍ରିଏଟିଭ୍‌ କମନ୍‌ସ ନୀତି ଅନୁସାରେ ସବୁ ଫଟୋର ପ୍ରକାଶନ ଅଧିକାର କେବଳ ଫଟୋଗ୍ରାଫରମାନଙ୍କର। ସେଗୁଡ଼ିକର ଉପଯୋଗ ଏବଂ ପୁନଃପ୍ରକାଶନ ସମ୍ପର୍କିତ ଯେ କୌଣସି ପ୍ରଶ୍ନ, PARI ନିକଟକୁ ପ୍ରେରଣ କରାଯିବା ଉଚିତ ।

ସମ୍ବନ୍ଧିତ ଅନ୍ୟାନ୍ୟ ଲେଖା:

ଯେତେବେଳେ ଜୟାମ୍ମା ଚିତାବାଘକୁ ଦେଖିଲେ

‘ଆମର ପାହାଡ଼ ଓ ଜଙ୍ଗଲ ଅଛି ଏବଂ ଆମେ ସେଠାରେ ରହୁ’

ବାନ୍ଦିପୁରର ଯୁବରାଜଙ୍କ ସହ ମୁହାଁମୁହିଁ

'ସେହିଠାରେ ହିଁ ଆକ୍ରମଣ କରନ୍ତି ବାଘ ଓ ଚିତାବାଘ'

'ମୁଁ ଏହି ଫଟୋ ଉଠାଇବା ପରେ ଏହି ବାଛୁରୀଟି ହଜିଗଲା'

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

K. Sunil

କେ.ସୁନୀଲ ଜଣେ ସୋଲିଗା ଆଦିବାସୀ ଯିଏ କି କର୍ଣ୍ଣାଟକର ବାନ୍ଦିପୁର ଜାତୀୟ ଉଦ୍ୟାନ ସୀମାବର୍ତ୍ତୀ କାନିୟାନ୍‌ପୁରା କଲୋନିରେ ରହନ୍ତି । ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କର ଫିଲ୍‌ଡ ଗାଇଡ୍‌ ଭାବରେ ସେ କାମ କରନ୍ତି ।

Other stories by K. Sunil