ତିନି ବର୍ଷ ବୟସର ବିହାନ କୋଡ୍‌ୱାଟେ ଏବେ ବି ବାଘ ଆକ୍ରମଣର ଦୁଃସ୍ୱପ୍ନ ଦେଖେ ଏବଂ ମାଆ ସୁଲୋଚନାକୁ ଜାବୁଡ଼ି ଧରେ ।

୨୦୧୮ ମେ ମାସରେ ବାପା ବୀରସିଂହ କୋଡ୍‌ୱାଟେଙ୍କ ସହ କେନ୍ଦୁପତ୍ର ସଂଗ୍ରହ କରିବା ଲାଗି ମୋଟର ସାଇକେଲ୍‌ରେ ଯିବାକୁ ବିହାନ ଜିଦ ଧରିଥିଲା । ୨୫ ବର୍ଷୀୟ ବୀରସିଂହ, ଗୋଣ୍ଡ ଆଦିବାସୀ ସଂପ୍ରଦାୟର। ଗ୍ରୀଷ୍ମକାଳରେ ଏହା ହିଁ କେନ୍ଦ୍ରୀୟ ଭାରତର ଜଙ୍ଗଲ ଚାରିପାଖେ ଥିବା ଲୋକଙ୍କ ଜୀବିକା ଅର୍ଜନର ମୁଖ୍ୟ ସ୍ରୋତ; କେନ୍ଦୁପତ୍ରକୁ ଶୁଖାଇ ଏହାକୁ ବିଡ଼ି ତିଆରିରେ ବ୍ୟବହାର କରାଯାଏ ।


ନାଗପୁର ଜିଲ୍ଲା ରାମ୍‌ଟେକ୍‌ ତାଲୁକାର ପିଣ୍ଡକାପୁର ଗାଁରେ ଥିବା ତାଙ୍କ ଘରୁ ବାହାରି ବୀରସିଂହ ଜଙ୍ଗଲିଆ ରାସ୍ତାରେ ଅଳ୍ପ କିଛି କିଲୋମିଟର ବାଇକ୍‌ ଚଳାଇ ଯିବା ପରେ ଗୋଟିଏ ଛୋଟ ପୋଲ ପାଖ ବୁଦାରେ ଲୁଚିଥିବା ଏକ ପୂର୍ଣ୍ଣ ବୟସ୍କ ବାଘ ସେମାନଙ୍କ ମୋଟର ସାଇକେଲ ଉପରକୁ ଡେଇଁଥିଲା ଏବଂ ସେମାନଙ୍କୁ ତା’ର ପଞ୍ଝା ମାରିଥିଲା ।

ଏହି ଅଞ୍ଚଳ ପେଞ୍ଚ୍‌ ବାଘ ସଂରକ୍ଷଣ ପ୍ରକଳ୍ପ ନିକଟବର୍ତ୍ତୀ । ଉଭୟ ବାପା ଓ ପୁଅ ଗୁରୁତର ଭାବେ ଆହତ ହେଲେ ଏବଂ ସୁସ୍ଥ ହେବା ପାଇଁ ନାଗପୁରର ସରକାରୀ ହାସପାତାଳରେ ଗୋଟିଏ ସପ୍ତାହ କାଟିଲେ। ବିହାନ୍‌ର ମୁଣ୍ଡରେ ଆଠଟି ସ୍ଥାନରେ ସିଲେଇ କରାଯାଇଥିଲା ।

ବିଦର୍ଭ ଅଞ୍ଚଳରେ ଏମିତି ଅନେକ ଆକ୍ରମଣ ଭିତରୁ ଏହା ଗୋଟିଏ । ମୁଖ୍ୟତଃ ବନ୍ୟପ୍ରାଣୀମାନଙ୍କର ବସବାସ ଅଞ୍ଚଳ ସଂକୁଚିତ ହେଉଥିବା କାରଣରୁ ବାଘ-ମଣିଷ ସଂଘର୍ଷ ଏବଂ ମୁହାଁମୁହିଁ ହେବା ଘଟଣାର ବର୍ଦ୍ଧିତ ହାରକୁ ଏହା ସୂଚିତ କରୁଥିଲା । ଦେଖନ୍ତୁ: ‘ବାଘମାନେ ଯିବେ କୁଆଡ଼େ ?’

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

Other stories by Jaideep Hardikar