ରାଜୁ ଚୌଧୁରୀ କହିଲେ, ‘‘ବଞ୍ଚି ରହିବା ପାଇଁ ଆମକୁ ବହୁରୂପୀ ହେବାକୁ ପଡୁଛି। ଚାଷ କରିବା ପାଇଁ ଆମ ପାଖରେ କୌଣସି ଚାଷ ଜମି ନାହିଁ ।’’ ତାଙ୍କ ପରି ବହୁମୁଖୀ କଳାକାରମାନେ ମଞ୍ଚରେ ବିଭିନ୍ନ ପ୍ରକାରର ଧାର୍ମିକ ଓ ପୌରାଣିକ ଚରିତ୍ରରେ ଅଭିନୟ କରିଥାନ୍ତି ।

ଏହି ଫିଲ୍ମ ଚୌଧୁରୀ ପରିବାର ଉପରେ ପର୍ଯ୍ୟବସିତ। ତାଙ୍କ ପରିବାରରେ ବାପା ମା’ ଏବଂ ପିଲାମାନେ ସମସ୍ତେ ହେଉଛନ୍ତି ବହୁରୂପୀ। ସେମାନେ ବୀରଭୂମୀ ଜିଲ୍ଲାର ବିଶାୟପୁର ଗାଁର ବାସିନ୍ଦା ହୋଇଥିବା ବେଳେ କିଛି ଦୃଶ୍ୟରେ ଅଭିନୟ କରିବା ଲାଗି ବିଭିନ୍ନ ଗାଁ ଓ ସହରକୁ ବେଶ୍‌ କିଛି ସମୟ ଧରି ଯାତ୍ରା କରିଥାନ୍ତି ।

ଏକଦା ଜନପ୍ରିୟ ଥିବା ଏହି ଲୋକକଳା ଏବେ ଗ୍ରାମୀଣ ପଶ୍ଚିମବଙ୍ଗରୁ ହଜିବାକୁ ବସିଲାଣି। ଏହି କଳାକୁ ଅଭ୍ୟାସ କରୁଥିବା ଲୋକମାନେ ସେମାନଙ୍କର ପ୍ରଦର୍ଶନରୁ ପିଢ଼ି ପରେ ପିଢ଼ି ଖୁବ୍‌ କମ୍‌ ପରିମାଣର ଅର୍ଥ ରୋଜଗାର କରୁଥିଲେ। କିନ୍ତୁ ଏବେ ଦର୍ଶକମାନେ ମନୋରଞ୍ଜନର ଅନ୍ୟ ମାଧ୍ୟମକୁ ପସନ୍ଦ କରୁଥିବାରୁ ବହୁରୂପୀ ପରିବାରର ଯୁବପିଢ଼ି ବାଧ୍ୟ ହୋଇ ଏହି ବୃତ୍ତି ଛାଡୁଛନ୍ତି। ଚୌଧୁରୀଙ୍କ ପରି ଅନେକ ଲୋକଙ୍କ ନିକଟରେ ଜୀବନଧାରଣ କରିବାର ଅନ୍ୟ ମାଧ୍ୟମ ନାହିଁ ।

PHOTO • Ankan Roy & Sagarika Basu

ଚିଦାମ ଚୌଧୁରୀ ତାଙ୍କ ବାପା ରାଜୁଙ୍କ ସହାୟତାରେ ଜଣେ ବହୁରୂପୀ ପ୍ରଦର୍ଶନକାରୀଙ୍କର ବିସ୍ତୃତ ମେକ୍ ଅପ୍ କରୁଛନ୍ତି

PHOTO • Ankan Roy & Sagarika Basu

ମାଲା ଚୌଧୁରୀ ଗୋଟିଏ ପରିବାରର ଷ୍ଟାର୍‌ ପ୍ରଦର୍ଶନକାରୀ ଯାହାକି ଏବେ ମଧ୍ୟ ଜୀବନଧାରଣ ପାଇଁ ଏହି କଳା ଉପରେ ନିର୍ଭର କରୁଛି

ଏଠାରେ ପ୍ରଦର୍ଶିତ ହୋଇଥିବା ଫିଲ୍ମର ଏକ ସଂସ୍କରଣ ଅଙ୍କନ ରୟ(କ୍ୟାମେରା) ଏବଂ ସାଗରିକା ବାସୁ(ଏଡିଟିଂ)ଙ୍କ ଦ୍ୱାରା ୨୦୧୫ରେ ନିର୍ମାଣ ହୋଇଥିଲା । ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନରେ ପଢୁଥିବା ସମୟରେ ସେମାନଙ୍କର ପ୍ରାମାଣିକ ଚଳଚ୍ଚିତ୍ର ପ୍ରକଳ୍ପ ରୂପେ ଏହା ନିର୍ମିତ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Ankan Roy & Sagarika Basu

Ankan Roy has a master’s degree in Journalism and Mass Communication from Visva-Bharati University, Santiniketan. Sagarika Basu, a 2016 PARI intern, is also a former student of Visva-Bharati University, Santiniketan. She is now an editorial intern at 24 Ghanta, a Kolkata-based news channel.

Other stories by Ankan Roy & Sagarika Basu
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE