ତାଲାବନ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ମହମ୍ମଦ୍‌ ଖୋକନ୍‌ଙ୍କୁ କାହିଁକି କୌଣସି ସମୟ ଦିଆଗଲା ନାହିଁ ତାହା ବୁଝିବା ପାଇଁ ସଂଘର୍ଷ କରୁଛନ୍ତି । ଯଦି ଏହି ଆବଦ୍ଧ ଅବସ୍ଥା ଏତେ ଦୀର୍ଘସ୍ଥାୟୀ ହେବ ବୋଲି ସେ ପୂର୍ବରୁ ଜାଣିପାରିଥାନ୍ତେ. ତାହାହେଲେ ସେ ଖାଦ୍ୟ କିଣିବା ପାଇଁ କିଛି ପଇସା ଅଲଗା କରି ରଖିଥାନ୍ତେ ବୋଲି ସହରର ମ୍ୟୁନିସିପାଲିଟି କର୍ପୋରେସନ୍‌ ବ୍ରୁହତ୍‌ ବେଙ୍ଗାଲୁରୁ ମହାନଗର ପାଳିକାରେ ବର୍ଜ୍ୟ କର୍ମଚାରୀ ଭାବେ କାମ କରୁଥିବା ଖୋକନ୍‌ କୁହନ୍ତି ।

ମହମ୍ମଦ୍‌ଙ୍କ ଘର ବହୂତ ଦୂରରେ – ଯଶୋଲା, ଦକ୍ଷିଣ ଦିଲ୍ଲୀର ସହରାଞ୍ଚଳ ଗ୍ରାମରେ ଅବସ୍ଥିତ । ବାଙ୍ଗାଲୁରୁ ସହରର ଉତ୍ତରରେ ଅମୃତ୍‌ହାଲ୍ଲି ନିକଟରେ ଥିବା ଶୁଖିଲା-ବର୍ଜ୍ୟ ଫୋପଡା ଯାଉଥିବା ସ୍ଥାନ ଯେଉଁଠାରେ ସେ କାମ କରନ୍ତି ସେଠାରେ ରୁହନ୍ତି । “ ଯଦି ଆମେ ପୂର୍ବରୁ ତାଲାବନ୍ଦ ବିଷୟରେ ଜାଣିଥାନ୍ତୁ. ତାହାହେଲେ ଆମ ପାଖରେ କିଛି ପଇସା ରଖିଥାନ୍ତୁ । ମୁଁ ମୋର ଠିକାଦାରଙ୍କ ପାଖକୁ ଯାଇଥାନ୍ତି ଓ ତାଙ୍କୁ ମୋର କଷ୍ଟ ବିଷୟରେ ଜଣାଇଥାନ୍ତି ଓ ତାଙ୍କୁ କିଛି ପଇସା ଦେବାକୁ କହିଥାନ୍ତି” ବୋଲି ସେ କୁହନ୍ତି ।

ବର୍ତ୍ତମାନ କିଛି ରୋଜଗାର ହେଉନଥିବା ବେଳେ ଓ ତାଙ୍କ ପାଖରେ ଖାଇବାକୁ ଖାଦ୍ୟ ନଥିବାରୁ ସେ ଦିନକୁ ଥରେ ମାତ୍ର ସ୍ୱେଚ୍ଛାସେବୀ ସଂଗଠନଗୁଡିକ ଛାଡିଥିବା ଖାଦ୍ୟ ପୁଡିଆର ଖାଦ୍ୟ ଖାଉଛନ୍ତି ବୋଲି ମହମ୍ମଦ କୁହନ୍ତି । “ତାଲାବନ୍ଦ ତତ୍‌କ୍ଷଣାତ୍‌ ଆରମ୍ଭ ହେଲା, ଏହ କାରଣରୁ ସମସ୍ତଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଦକ୍ଷିଣ ବାଙ୍ଗାଲୁରୁରେ, ପୂରା ସହରରେ ତାଲାବନ୍ଦ ଘୋଷଣା କରାଯିବାର ଅତି ଅଳ୍ପ ସମୟ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା ବୋଲି ସୁନ୍ଦର ରାମାସ୍ୱାମୀ ସହମତି ପ୍ରକାଶ କରନ୍ତି । “ ପ୍ରାକ୍‌ ସୂଚନା ପାଇଥିଲେ କିଛି ନହେଲେ ମଧ୍ୟ ଆମେ ଏଥିପାଇଁ ନିଜକୁ ପ୍ରସ୍ତୁତ କରି ପାରିଥାନ୍ତୁ – ଆମେ ଆମ ପାଖରେ ଖାଦ୍ୟ ପଦାର୍ଥ ସାଇତି ରଖି ପାରିଥାନ୍ତୁ । ଖାଦ୍ୟ ନଥିଲେ ଆମେ କିଭଳି ଘର ଭିତରେ ରହିପାରିବୁ?” ବୋଲି କମର୍ସିଆଲ୍‌ ପେଣ୍ଟର୍‌ ଭାବେ କାମ କରି ଜୀବିକା ଅର୍ଜନ କରୁଥିବା ୪୦ ବର୍ଷ ବୟସ୍କ ସୁନ୍ଦର କୁହନ୍ତି।

ଭିଡିଓ ଦେଖନ୍ତୁ: ‘ଯଦି ଖାଦ୍ୟ ଉପଲବ୍ଧ ହେବନାହିଁ, ତାହାହେଲେ ଲୋକମାନେ ରାସ୍ତାକୁ ଆସିବେ’

ମହମ୍ମଦ୍‌ଙ୍କ ଘର ବହୂତ ଦୂରରେ – ଯଶୋଲା, ଦକ୍ଷିଣ ଦିଲ୍ଲୀର ସହରାଞ୍ଚଳ ଗ୍ରାମରେ ଅବସ୍ଥିତ । ବାଙ୍ଗାଲୁରୁରେ ସେ ଶୁଖିଲା-ବର୍ଜ୍ୟ ଫୋପଡା ଯାଉଥିବା ସ୍ଥାନ ଯେଉଁଠାରେ ସେ କାମ କରନ୍ତି ସେଠାରେ ରୁହନ୍ତି

ବଣଶଙ୍କରୀ ଅଞ୍ଚଳ ପାଖରେ ଅବସ୍ଥିତ ପଦ୍ମନାଭନଗରରେ ସୁନ୍ଦର ଦଳିତ ସଂଘର୍ଷ ସମିତିର ସଭାପତି ଅଛନ୍ତି । ଗତ ୧୦ ବର୍ଷ ଧରି ସେ ଏହି ଅଞ୍ଚଳରେ ଜଣେ ସାମାଜିକ କର୍ମୀ ଭାବେ କାମ କରି ଆସିଛନ୍ତି, ହେଲେ କେବେ ମଧ୍ୟ ସେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି ବୋଲି କୁହନ୍ତି । “ବର୍ତ୍ତମାନ କିଛି ଲୋକ ଦିନକୁ ମାତ୍ର ଗୋଟିଏ ଥର ଭୋଜନ କରୁଛନ୍ତି ।’’

ସୁନ୍ଦର ଆକଳନ କରି କୁହନ୍ତି ଯେ ବଣଶଙ୍କରିର ୟରାବ ନଗର କଲୋନିରେ ରହୁଥିବା ପ୍ରାୟ ୩୦୦ ପରିବାର, ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିନ ମଜୁରିଆ ଭାବେ କରନ୍ତି, ଖାଦ୍ୟ ଆଣିବା ପାଇଁ ସେମାନଙ୍କ ଘରୁ ବାହାରୁ ନାହାନ୍ତି – ପୋଲିସ୍‌ କାଳେ ସେମାନଙ୍କୁ ମାଡ ଦେବ, ସେହି ଭୟରେ । ହେଲେ, ସେମାନଙ୍କ ପାଖରେ କୌଣସି ବିକଳ୍ପ ମଧ୍ୟ ନାହିଁ, ବୋଲି ଏହି ଅଞ୍ଚଳରେ ଖାଦ୍ୟ ପୁଡିଆ ପହଞ୍ଚାଇବା ପାଇଁ ବିଭିନ୍ନ ସ୍ୱଂୟସହାୟକ ଗୋଷ୍ଠୀ ସହିତ ଯୋଗାଯୋଗ ସ୍ଥାପନ କରୁଥିବା ସୁନ୍ଦର କୁହନ୍ତି । “ ଖାଦ୍ୟ ନମିଳିଲେ, ସେମାନେ କଣ କରିବେ? ସେମାନେ ରାସ୍ତାକୁ ବାହାରିବେ,” ବୋଲି ସେ କୁହନ୍ତି ।

ୟାରବ ନଗରରେ ରହୁଥିବା ପରିବାରଗୁଡିକ ପାଇଁ ସାମାଜିକ ଦୂରତା ନିୟମ ପାଳନ କରିବା ପ୍ରାୟତଃ ଅସମ୍ଭବ ବୋଲି ସୁନ୍ଦର କୁହନ୍ତି । “ଯଦି ଆମେ ରାସ୍ତାକୁ ବାହାରିବୁ ନାହିଁ, ତାହାହେଲେ ଲୋକମାନେ କେତେବେଳେ ଆମକୁ ସାହାଯ୍ୟ କରିବାକୁ ବା ଆମକୁ ଖାଦ୍ୟ ଦେବାକୁ ଆସୁଛନ୍ତି, ସେ ବିଷୟରେ କିଭଳି ଜାଣି ପାରିବୁ? ସାମାଜିକ ଦୂରତା ନିୟମ ପାଳନ କରିବା ସହିତ ଏପରି କରିବା କଷ୍ଟକର ଅଟେ । ଖାଦ୍ୟ ଆଣିବା ପାଇଁ ଆପଣଙ୍କୁ ସେଠାକୁ ଯିବାକୁ ହେବ ନଚେତ୍‌ କାଳେ ସେମାନଙ୍କୁ ମିଳିବନି ବୋଲି ସେମାନଙ୍କ ମନରେ ଦୁଃଶ୍ଚିନ୍ତା ସୃଷ୍ଟି ହେବ ।”

ତାଲାବନ୍ଦ ସମ୍ବନ୍ଧୀୟ ଆଗୁଆ ସୂଚନା ପାଇପାରିଥିଲେ ଚନ୍ଦନ ପ୍ରଜାପତି ଓ ମଞ୍ଜୟ ପ୍ରଜାପତି ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ଅବସ୍ଥିତ ନିଜ ଘରକୁ ଯାଇ ପାରିଥାନ୍ତେ । ଉଭୟ ଉତ୍ତର ବେଙ୍ଗାଲୁରୁରେ ବଢେଇ କାମ କରନ୍ତି ଓ ସେମାନଙ୍କ କାମ ବନ୍ଦ ହେବା ପୂର୍ବରୁ ସେମାନେ ସେହି ସ୍ଥାନରୁ ପଳେଇଯିବା ସମ୍ଭବ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଭାବୁଛନ୍ତି । “କିଛି ନହେଲେ ଆମେ ଆମ କ୍ଷେତରେ କାମ କରିଥାନ୍ତୁ ଓ ନିଜ ପାଇଁ ଖାଦ୍ୟ ଯୋଗାଡ କରିପାରିଥାନ୍ତୁ,” ବୋଲି ତିନି ବର୍ଷ ପୂର୍ବେ ବେଙ୍ଗାଲୁରୁକୁ ଆସିଥିବା ମଞ୍ଜୟ କୁହନ୍ତି ।

Left: Sundar Ramaswamy, president of the Dalit Sangharsha Samiti in the Banashankari locality says, 'You have to be out there to get food'. Right: Chandan Prajapati (left) and Manjay Prajapati from Uttar Pradesh, both carpenters, are fast running our of their slim savings
PHOTO • Sweta Daga
Left: Sundar Ramaswamy, president of the Dalit Sangharsha Samiti in the Banashankari locality says, 'You have to be out there to get food'. Right: Chandan Prajapati (left) and Manjay Prajapati from Uttar Pradesh, both carpenters, are fast running our of their slim savings
PHOTO • Sweta Daga

ବାମ: ବଣଶଙ୍କରି ଅଞ୍ଚଳର ଦଳିତ ସଂଘର୍ଷ ସମିତି ସଭାପତି ସୁନ୍ଦର ରାମସ୍ୱାମୀ କୁହନ୍ତି ଯେ ‘ଖାଦ୍ୟ ପାଇବା ପାଇଁ ଆପଣଙ୍କୁ ବାହାରକୁ ଆସିବାକୁ ହେବ’ । ଡାହାଣ: ବଢେଇ କାମ କରୁଥିବା ଉତ୍ତର ପ୍ରଦେଶର ଚନ୍ଦନ ପ୍ରଜାପତି (ବାମ) ଓ ମଞ୍ଜୟ ପ୍ରଜାପତିଙ୍କ ସ୍ୱଳ୍ୱ ସଞ୍ଚିତ ଅର୍ଥ ସରିବାକୁ ଆସିଲାଣି

ଉଭୟ ଚନ୍ଦନ ଓ ମଞ୍ଜୟ ତାଲାବନ୍ଦର ନିୟମଗୁଡିକର ସଠିକ୍‌ ଅନୁପାଳନ କରୁଛନ୍ତି, ହେଲେ ସେମାନେ ଖାଦ୍ୟ ନେଇ ଚିନ୍ତିତ ଅଛନ୍ତି। “ବର୍ତ୍ତମାନ ଆମର ସଞ୍ଚିତ ଅର୍ଥ ମଧ୍ୟ ସରିଗଲାଣି । ଆମର ଠିକାଦାର ଆମର କଲ୍‌ର କୌଣସି ଉତ୍ତର ଦେଉନାହାନ୍ତି, ଏଣୁ ସେ ଆମମାନଙ୍କ ସହାୟତା କରିବେ ନାହିଁ ତାହା ଆମେ ଜାଣିଗଲୁଣି” ବୋଲି ମଞ୍ଜୟ କୁହନ୍ତି ।

ଚନ୍ଦନ ଓ ମଞ୍ଜୟଙ୍କ ରାସନ୍‌ କାର୍ଡ ମହାରାଜଗଞ୍ଜରେ ପଞ୍ଜିକୃତ ହୋଇଥିବାରୁ ସେମାନେ ବାଙ୍ଗାଲୁରୁରେ ଏହାକୁ ସବ୍‌ସିଡିରେ ମିଳୁଥିବା ଖାଦ୍ୟ କିଣିବା ପାଇଁ ବ୍ୟବହାର କରିପାରିବେ ନାହିଁ । ଆଗକୁ କ’ଣ ହେବ ସେ ନେଇ ଭୟଭୀତ ଥିବା ଚନ୍ଦନ କୁହନ୍ତି ଯେ “ତାଲାବନ୍ଦ ସ୍ଥିତି ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ ବୋଲି ଆମେ ଶୁଣିବାକୁ ପାଇଛୁ । ଏନେଇ ଆମେ ଚିନ୍ତିତ ଅଛୁ । ଏପରି ପରିସ୍ଥିତିରେ ଆମେ କିଭଳି ବଞ୍ଚି ରହିବୁ?”

ୟାରବ ନଗରରେ ଯେଉଁମାନଙ୍କ ପାଖରେ ରାସନ୍‌ କାର୍ଡ ନାହିଁ ସେମାନେ ଏକ ସ୍ଥାନୀୟ ସଂଗଠନ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ଶୁଖିଲା-ରାସନ କିଟ୍‌ଗୁଡିକ ଅଗ୍ରାଧିକାର ସୂତ୍ରରେ ପାଇବେ ବୋଲି ସୁନ୍ଦର କହିଛନ୍ତି ।

ଆମେ ନିଜ ନିଜ ରାସ୍ତାରେ ଯିବାକୁ ଆରମ୍ଭ କରିବା ବେଳକୁ, ସୁନ୍ଦର କହିଲେ ଯେ : “ଅଧିକାଂଶ ଲୋକ ଯେଉଁମାନେ ଏଠାକୁ ଆସନ୍ତି ସେମାନେ ଆମକୁ ଖାଦ୍ୟ ପ୍ରଦାନ କରିବା ବେଳେ ଆମର ଫଟୋ ଉଠାଇଥାନ୍ତି । ଆପଣ ସେଭଳି ନ କରିଥିବାରୁ ଧନ୍ୟବାଦ ।’’

ଏହି ରିପୋର୍ଟର ହାସିରୁ ଦଳ, ବର୍ଜ୍ୟ କର୍ମଚାରୀଙ୍କ ଅଧିକାର ପାଇଁ କାମ କରୁଥିବା ଏକ ସଂଗଠନକୁ ସାକ୍ଷାତକାରରେ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Sweta Daga

Sweta Daga is a Bengaluru-based writer and photographer, and a 2015 PARI fellow. She works across multimedia platforms and writes on climate change, gender and social inequality.

Other stories by Sweta Daga
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE