ସେଥିପାଇଁ ମହାରାଷ୍ଟ୍ରରେ ବଦଳ ଗାଡ଼ି ପ୍ରତିଯୋଗିତା ଏବେ ବୈଧ ହୋଇଯାଇଛି। ପଶୁ ପ୍ରତି କ୍ରୁରତା ନିରୋଧୀ ବିଲ (ମହରାଷ୍ଟ୍ର ସଂଶୋଧନ) ୨୦୧୭ ଏପ୍ରିଲ ମାସରେ ରାଜ୍ୟ ବିଧାନସଭାରେ ପାସ ହେବା ପରେ ଏଭଳି ପ୍ରତିଯୋଗିତାକୁ ଆଇନ୍‌ର ସବୁଜ ସଂକେତ ମିଳିଯାଇଛି। ଯେମିତିକି ତାମିଲନାଡୁରେ ଜାଲିକାଟୁକୁ ବୈଧତା ମିଳିଛି।

ଏବେ ଗଣମାଧ୍ୟମକୁ ସରକାରୀ ସୂତ୍ରରୁ କୁହାଯାଇଛି ଯେ, ମହାରାଷ୍ଟ୍ର ବିଧାନସଭାରେ ପାସ ହୋଇଥିବା ବିଲ୍‌କୁ ରାଷ୍ଟ୍ରପତି ମୋହର ମାରିଛନ୍ତି।

ଏହା ଗୋଟିଏ ଦଶନ୍ଧି ତଳର ଘଟଣାକୁ ମନେ ପକାଇ ଦେଇଛି। ଥରେ ଚନ୍ଦ୍ରପୁର ଜିଲ୍ଲାର ଦେଲନୱାଡି ଗାଁରେ ମୁଁ ପୂରା ଦିନ ପ୍ରତିଯୋଗିତା ଦେଖିବାରେ ଅତିବାହିତ କରିଥିଲି - ଯେତେବେଳେ ଏହା ଆଇନ ସମ୍ମତ ନଥିଲା (ଏବଂ ଖୁବ ଲୋପ୍ରିୟ ଥିଲା)। ଏହା ଥିଲା ୨୦୦୭ ମସିହାର ଘଟଣା। ସେଦିନ ମୁଁ ଅଳ୍ପକେ ବର୍ତ୍ତି ଯାଇଥିଲି। କିଛି ଲୋକ ଦୌଡାଦୌଡି କଲେ। ଜଣେ ତଳେ ପଡ଼ିଗଲା। ବଳଦ ଗାଡ଼ି ଚଢିଯିବାରୁ ତାର ମୃତ୍ୟୁ ଘଟିଲା।  

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath