Chandran Master with the tiny Vechur calf, the latest addition to his diverse herd. He has animals of 11 different indigenous breeds in his compound
PHOTO • P. Sainath

ଛୋଟ ଭେଚୁର ବାଛୁରୀ ସହ ଚନ୍ଦ୍ରନ ମାଷ୍ଟର, ତାଙ୍କର ବଭିନ୍ନ ପ୍ରଜାତିର ଗାଈପଲରେ ନୂଆ। ତାଙ୍କର ୧୧ଟି ପ୍ରଜାତିର ଦେଶୀ ଗାଈ ଅଛନ୍ତି

ଗତ ସେପ୍ଟେମ୍ବରରେ ଯେତେବେଳେ କେରଳ କୃଷି ମନ୍ତ୍ରୀ କେ.ପି ମୋହନ ଚନ୍ଦ୍ରନ ମାଷ୍ଟରଙ୍କୁ ଭେଚୁର ଗାଈ ପାଇଁ ୧୫,୦୦୦ ଟଙ୍କା ଦେଲେ, ସେତେବେଳେ ସେ ଜାଣିଥିଲେ ଯେ ନିୟମ ବିରୋଧରେ ପୁରସ୍କୃତ କରୁଛନ୍ତି। ତଥାପି ପଶୁ ସଂପଦ ବିକାଶ ପରିଷଦ ପକ୍ଷରୁ ମନ୍ତ୍ରୀ ଠିକ୍ କରୁଥିଲେ - ଆଉ ସମସ୍ତେ ଏହାକୁ ମଞ୍ଜୁରୀ ଦେଇଥିଲେ। ଚନ୍ଦ୍ରନ ମାଷ୍ଟର ଓ ଅନ୍ୟ ସାହସୀ ଲୋକେ କେରଳର ଦେଶୀ ପ୍ରଜାତିଗୁଡିକୁ ବଞ୍ଚେଇ ରଖିବାରେ ସହାୟତା କରୁଥିଲେ। ରାଜ୍ୟର ପଶୁ ପାଳନ ନିର୍ଦ୍ଦେଶକଙ୍କ ବିନା ଲାଇସେନ୍ସରେ ଚାଷୀଙ୍କ ଦ୍ୱାରା ଏଭଳି ପ୍ରଜାତିର ପଶୁ ପାଳନ ପୁରୁଣା ନିୟମ ଅନୁସାରେ ବେଆଇନ୍ ହୋଇଥିବା ସତ୍ତ୍ୱେ। ଏବଂ ଗତ କିଛି ବର୍ଷ ଧରି ଯେତେବେଳେ ପଶୁ ନିରୀକ୍ଷକ ନିରବଛିନ୍ନ ଭାବେ ଜର୍ସି ଗାଈ ପାଳନ ବଢାଇବାକୁ ଏହି ‘‘ନିକୃଷ୍ଟ’’ ପ୍ରଜାତିର ଷଣ୍ଢଗୁଡିକୁ ବନ୍ଧ୍ୟାକରଣ କରି ଚାଲିଥିଲେ।

ଦୁଗ୍ଧ ଉତ୍ପାଦନ ବଢାଇବା ଧାରଣାରେ ଦାମ୍ ଏବଂ ପରିଣତିକୁ ନଦେଖି ଏଭଳି କରିଚାଲିଲେ। ଏବେ ଏଥିରେ ପରିବର୍ତ୍ତନ ହୋଇଛି। ଏହି ଆକ୍ରମଣରୁ ନିଜ ପ୍ରଜାତିକୁ ସୁରକ୍ଷା ଦେବା ପାଇଁ ଏବେ ବିଦ୍ରୋହୀ ଚାଷୀଙ୍କୁ ରାଜ୍ୟ ମୂଲ୍ୟ ଦେଉଛି।

ତ୍ରିସୁର ଜିଲ୍ଲାର ପି. ଭେମ୍ବୁଲାର ଗାଁର ଚନ୍ଦ୍ରନ ମାଷ୍ଟର ନିଜ ଘରେ ୨୪ଟି ଗାଈ ରଖିଛନ୍ତି, ଅଧିକାଂଶ ଦେଶୀ ପ୍ରଜାତିର। ଏହା ଭିତରେ ଅଛନ୍ତି ଛୋଟ ଭେଚୁର ଗାଈ, ଯାହା କେରଳର ଘରୋଇ ଗୋ ସଂକଟର ପ୍ରତୀକ। ୨୦୦୦ରେ ଏହି ପଶୁଟି ୱାର୍ଲଡ୍ ୱାଚ୍ ଲିଷ୍ଟ ଫର୍ ଡ଼ୋମେଷ୍ଟିକ୍ ଆନିମଲ ଡିଭର୍ସିଟି ଅଫ୍ ଫୁଡ୍ ଆଣ୍ଡ ଏଗ୍ରିକଲଚରାଲ  ଅର୍ଗାନାଇଜେସନ୍‌ର ‘ବିରଳ ପ୍ରଜାତି ତାଲିକା’ ରେ ଥିଲା। ଯେତେବେଳେ କୌଣସି ପ୍ରଜାତିର ମୋଟ ମାଈ ପଶୁ ସଂଖ୍ୟା ୧୦୦ ବା ତା’ ଠାରୁ କମ୍ ଥାଏ କିମ୍ବା ପୁରୁଷ ପ୍ରଜାତିର ମୋଟ ସଂଖ୍ୟା ୫ କିମ୍ବା ତା’ ଠାରୁ କମ୍ ଥାଏ, ତାହା ଏହି ତାଲିକାକୁ ଆସିଥାଏ। କିମ୍ବା ମୋଟ ସଂଖ୍ୟା ଯଦି ୧୨୦ କିମ୍ବା ଏହାଠାରୁ କମ୍ ହୋଇଥାଏ ଏବଂ ଏହା ଯଦି ହ୍ରାସ ପାଉଥାଏ।

ଚନ୍ଦ୍ରନ ମାଷ୍ଟରଙ୍କ ଘରେ ସଂଖ୍ୟା ବଢୁଥିଲା। ସେ ଗର୍ବର ସହ କହନ୍ତି, ‘‘ମୁଁ ପଶୁ ସଂପଦ ବୋର୍ଡକୁ ପାଞ୍ଚଟି ଭେଚୁର ଗାଈ ଦେଇଛି।’’ ଏହାସହ ଦୁଇଟି ଗିର୍ ଗାଈ ଦେଇଛି ଏବଂ ପ୍ରତିବଦଳରେ ୪୫,୦୦୦ ଟଙ୍କା ପାଇଛି। ଆମେ ପହଞ୍ଚିବାର ଠିକ୍ ୬ ଘଣ୍ଟା ପୂର୍ବରୁ ତାଙ୍କ ଗୁହାଳରେ ଏକ ଛୋଟ ଭେଚୁର ବାଛୁରୀ ଜନ୍ମ ହୋଇଥିଲା। ଏହି ବାଛୁରୀର ମାଆଟି ଦେଖିବାକୁ ଖୁବ୍ କୌତୁକିଆ, ଏହାର ଉଚ୍ଚତା ୮୨ ସେଣ୍ଟିମିଟର। ଭେଚୁର ଗାଈଟି ବିଶ୍ୱର ସବୁଠୁ ଛୋଟ ପ୍ରଜାତିର ଗାଈ। ନଭେମ୍ବର ୨୦୧୦ରେ ୭୭ ସେଣ୍ଟିମିଟର ଉଚ୍ଚର ଭେଚୁର ଗାଈ ଡାଏନା, (ତ୍ରିସୁର ଜିଲ୍ଲାର) ବିଶ୍ୱର ସବୁଠୁ ଛୋଟ ଗାଈ ଭାବେ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା।

ଏହି ପ୍ରଜାତିର ଗାଈମାନଙ୍କର ଉଚ୍ଚତା ପ୍ରାୟ ୯୦ ସେଣ୍ଟିମିଟର ଏବଂ ଓଜନ ୧୩୦ କିଲୋ। ଦିନକୁ ଏହି ଗାଈ ପ୍ରାୟ ତିନି ଲିଟର କ୍ଷୀର ଦେଇଥାଏ ଏବଂ ଖୁବ୍ କମ୍ ଖାଦ୍ୟ ଏବଂ ଯତ୍ନ ଆବଶ୍ୟକ କରେ।

ଏହା ସାଙ୍ଗରେ ‘‘ବିଶ୍ୱର ଅନ୍ୟ ଛୋଟ ଗାଈଗୁଡ଼ିକ’’ ହେଲେ ବଡକରା ବାମନ, କସରଗୋଡି ବାମନ, ହାଇ ରେଞ୍ଜ ବାମନ ଏବଂ ଅନ୍ୟ ଦେଶୀ ପ୍ରଜାତିର ଗାଈ। ଏହି ୭୨ ବର୍ଷୀୟ ପୂର୍ବତନ ସ୍କୁଲ ଶିକ୍ଷକ ଏବେ ଗୋପାଳନ ଉପରେ ଧ୍ୟାନ ଦେଇଛନ୍ତି। ସେ କହନ୍ତି, ‘‘ସେମାନଙ୍କ ପାଇଁ ଗାଈ କେବଳ କ୍ଷୀରଦିଆ ମେସିନ୍’’। ‘‘କ୍ଷୀରର ଉପାଦାନ ଏବଂ ମାନ ଉପରେ ସେମାନଙ୍କର ଧ୍ୟାନ ନାହିଁ। କୃଷି ଏବଂ କୃଷକର ଜୀବନରେ ଖୁବ୍ କମ୍ ଭୂମିକା। ପରିବେଶ, ବିବିଧତା ବା ସଂପ୍ରଦାୟ ଉପରେ ଏହାର ପ୍ରଭାବ ନେଇ ଆଦୌ ଚିନ୍ତିତ ନୁହନ୍ତି।’’

ନାମ୍ବିୟାନ୍ଦ୍ରା ଆୟାପ୍ପାନ ଚନ୍ଦ୍ରାନ ଜଣେ ପୁରସ୍କୃତ ପୂର୍ବତନ ଇଂରାଜୀ ଶିକ୍ଷକ ଯିଏ କେରଳ ଏବଂ ଓମାନରେ ୩୬ ବର୍ଷ କାମ କରିଛନ୍ତି। ସ୍ଥାନୀୟ ପ୍ରଜାତି (ଭାରତୀୟ ଗାଈ)ର ଗାଈ ସୁରକ୍ଷା ପାଇଁ ‘‘ସେ ବାକି ଜୀବନ କାମ କରିବାକୁ ପ୍ରତିଜ୍ଞାବଦ୍ଧ’’। କେରଳ ପଶୁ ସଂପଦ ବିକାଶ ପରିଷଦ ପକ୍ଷରୁ ତାଙ୍କୁ ୧୫,୦୦୦ ଟଙ୍କା ଚେକ୍ ଦେବାର ଏକ ବଡ ଫଟୋ ତାଙ୍କ ରହିବା ଘରେ ଲାଗିଛି। ‘‘ମୋଟାମୋଟି ପ୍ରତି ମାସରେ ମୋ ଜୋସ୍ ଉପରେ ଯାହା ମୁଁ ହରାଉଛି।’’ କିନ୍ତୁ ଚନ୍ଦ୍ରନ ମାଷ୍ଟର ସେଥିରେ ଠିକ୍ ଅଛନ୍ତି।

he cheque from the Kerala Livestock Development Board handed over to Chandran Master by the agriculture minister
PHOTO • P. Sainath

କେରଳ ପଶୁ ସଂପଦ ବିକାଶ ପରିଷଦ ପକ୍ଷରୁ କୃଷି ମନ୍ତ୍ରୀଙ୍କ ଦ୍ୱାରା ଚନ୍ଦ୍ରନ ମାଷ୍ଟରଙ୍କୁ ଚେକ୍ ପ୍ରଦାନ କରାଯାଉଛି

ସେ ହାତ ଦେଖାଇ କହିଲେ, ‘‘ମୋ ଗାଈମାନଙ୍କର ରକ୍ଷଣାବେକ୍ଷଣ ଖର୍ଚ୍ଚ ଆଦୌ ନାହିଁ। ସେଗୁଡିକ ଦେଶୀ ଏବଂ ଖର୍ଚ୍ଚ ବହୁଳ ଖାଦ୍ୟ ମଧ୍ୟ ଆବଶ୍ୟକ କରନ୍ତି ନାହିଁ’’। ଏଥିସହ ସେ ୩୦ ପ୍ରକାର ଦେଶୀ ଆମ୍ବ ଏବଂ ବାଉଁଶ ମଧ୍ୟ ଲଗାଇଛନ୍ତି। କିଛି ଦେଶୀ ମାଛ ଏବଂ ପାରମ୍ପରିକ ଗଛ ମଧ୍ୟ। ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ପୁଅ ଅଧିକ-ଉତ୍ପାଦନକାରୀ ଫଳ ବଗିଚା କରିଛନ୍ତି। ଯଦି ତାଙ୍କ ପରିବାରର ୧୮ ଏକର ଜମିରୁ କିଛି ଜମିକୁ ସେ ରିଅଲ ଇଷ୍ଟେଟ୍‌ରେ ବଦଳାଇ ଦିଅନ୍ତେ ସେ ଧନୀ ହୋଇଯାଆନ୍ତେ। କିନ୍ତୁ ଚନ୍ଦ୍ରନ ମାଷ୍ଟରଙ୍କର ଅନ୍ୟ ‘‘ଏକ ଲକ୍ଷ୍ୟ ଆଉ ନିଶା ରହିଛି।’’

Mother and child: the mother is a Vechur cow, the world's smallest cattle breed – she is 82 centimetres tall. The calf is just hours old
PHOTO • P. Sainath

ମାଆ ଓ ଛୁଆ: ମାଆଟି ଏକ ଭେଚୁର ଗାଈ, ପୃଥିବୀର ସବୁଠୁ ଛୋଟ ପ୍ରଜାତିର ଗାଈ - ଉଚ୍ଚତା ୮୨ ସେଣ୍ଟିମିଟର। ବାଛୁରୀଟି କେଇ ଘଣ୍ଟା ପୂର୍ବରୁ ଜନ୍ମ ହୋଇଛି

କେରଳ ପଶୁ ବିକାଶ ପରିଷଦର ଚେକ୍ ହସ୍ତାନ୍ତର ବେଳେ କୃଷି ମନ୍ତ୍ରୀ ମୋହନ କହିଲେ, ‘‘ମାଲାୟାଲିମାନେ ସବୁଥିରେ ସହଜ ବାଟ ଧରନ୍ତି’’। ‘‘ସେଥିପାଇଁ ସେମାନେ ନିଜ ଦେଶୀ ଗାଇ ଭେଚୁର ଓ କସରଗୋଡି ବାମନ ପ୍ରଜାତିର ସୁରକ୍ଷା ପାଇଁ କଷ୍ଟ ଉଠାଇ ପାରୁନାହାନ୍ତି। ବରଂ ସେମାନେ ଜର୍ସି ପ୍ରଜାତିକୁ ଆପଣାଇଛନ୍ତି। ଘରୋଇ ପ୍ରଜାତିର ପଶୁଙ୍କ ସୁରକ୍ଷା ପାଇଁ ବିଶ୍ୱବ୍ୟାପୀ ଚାଲିଥିବା ଅଭିଯାନ ସଂପର୍କରେ ମାଲାୟାଲିମାନେ ସଚେତନ ହେବା ଆବଶ୍ୟକ।’’

ଅବଶ୍ୟ, ଦେଶୀ ପ୍ରଜାତି ଲୋକଙ୍କ ପାଇଁ ଧ୍ୱଂସ ହୋଇନି ବରଂ ଦୀର୍ଘ ଦିନର ସରକାରୀ ନୀତି ପାଇଁ ଧ୍ୱଂସ ହୋଇଛି।

ଦଶନ୍ଧି ଦଶନ୍ଧି ଧରି କେରଳର ଦେଶୀ-ବିରୋଧୀ ଅଭିଯାନ ଦେଶୀ ଗାଈ ସଂଖ୍ୟା ହ୍ରାସର କାରଣ ଭିତରୁ ଗୋଟିଏ। ପଶୁ ଗଣନା ଚିତ୍ର କହୁଛି ୧୯୯୬ ଓ ୨୦୦୭ ମଧ୍ୟରେ ମୋଟ ଗାଈ ସଂଖ୍ୟାର ୪୮ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ଏହା ଆହୁରି କମିଲା ଯେତେବେଳେ କେରଳ ପଶୁ ବିକାଶ ଆଇନ୍ ୧୯୬୧, ଦେଶୀ ଅଣ୍ଡିରା ବାଛୁରୀଙ୍କ ‘‘ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ’’ ଦେବାକୁ ‘‘ଅଧିକାରୀଙ୍କୁ ଲାଇସେନ୍ସ’’ ପ୍ରାପ୍ତ କଲା। ଏବଂ ୩୦ ଦିନ ଭିତରେ ବନ୍ଧ୍ୟାକରଣ କରିବାକୁ ଚାଷୀଙ୍କୁ ନିର୍ଦ୍ଦେଶ ଦିଆଗଲା। ନିର୍ଦ୍ଦେଶ ପାଳନ ନକଲେ ଜୋରିମାନା ଏବଂ ଜେଲ ଦଣ୍ଡ ପାଇଁ ସଂଶୋଧିତ ଆଇନ୍ ୧୯୬୮ରେ ବ୍ୟବସ୍ଥା ରହିଲା।

କେରଳ କୃଷି ବିଶ୍ୱବିଦ୍ୟାଳୟ (କେଏୟୁ) ଆନିମଲ ବ୍ରିଡିଂ ଆଣ୍ଡ ଜେନେଟିକ୍ସର ଅବସରପ୍ରାପ୍ତ ପ୍ରଫେସର ସୁଷମା ଆଇପ୍ ପ୍ରଥମ ଥର ପାଇଁ ଭେଚୁର ପ୍ରଜାତିର ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ସେ ଓ ଭେଟେନାରୀ ସର୍ଜରୀ ଅବସରପ୍ରାପ୍ତ ପ୍ରଫେସର ଆବ୍ରାହାମ ବାର୍କେ କହନ୍ତି, ‘‘ଗୋଟେ ପଟେ ରାଜ୍ୟ ସରକାରଙ୍କ ପଶୁ ସଂପଦ ବିଭାଗ ନିର୍ଦ୍ଦେଶକଙ୍କଠାରୁ ଷଣ୍ଢ ରଖିବା ପାଇଁ ଲାଇସେନ୍ସ ଦରକାର ପଡୁଥିଲା। ଅନ୍ୟପଟେ ନିରୀକ୍ଷକ ଏଭଳି ଏକ ଷଣ୍ଢ [ଭେଚୁର ବା ଅନ୍ୟ ପ୍ରକାର] ଦେଖିଲେ ବନ୍ଧ୍ୟାକରଣ ପାଇଁ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେଉଥିଲେ। ତେଣୁ କେହି ଲାଇସେନ୍ସ ଚାହୁଁ ନଥିଲେ!’’

ବନ୍ଧ୍ୟାକରଣ ଯୋଗୁଁ କିଛି ଦେଶୀ ପ୍ରଜାତି ଲୋପ ପାଇ ଯାଇଛି। (ସମାନ ପ୍ରକାର ଅଭିଯାନ ଦେଶର ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ହୋଇଛି, ବିଶେଷ କରି ଓଡ଼ିଶାରେ। ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ହୋଇଥିବା ଏଭଳି ପ୍ରକଳ୍ପ ୧୯୮୦ ବେଳକୁ କଳାହାଣ୍ଡି ଅଞ୍ଚଳର ସବୁଠୁ ଭଲ ପ୍ରଜାତିର ଖରିଆର ଷଣ୍ଢଙ୍କୁ ଆଉ ଦେଖିବାକୁ ମିଳିନଥିଲା। ଏହି ଦୁଗ୍ଧ ବଳକା ଅଞ୍ଚଳ, ଦୁଗ୍ଧ ଅଭାବ ଅଞ୍ଚଳରେ ପରିଣତ ହୋଇଥିଲା)।

ତଥାପି ଭେଚୁର ତିଷ୍ଠି ରହିଲା। ପ୍ରଫେସର ବାର୍କେ କହନ୍ତି, ‘‘କିଛି ବର୍ତ୍ତିଗଲେ, କାରଣ କେତେକ ଉପାନ୍ତ ଜଙ୍ଗଲ ଅଞ୍ଚଳରେ ପଶୁ ଡାକ୍ତରମାନେ ପହଞ୍ଚି ପାରିନଥିଲେ। ଏବଂ କିଛିକାଂଶରେ ମନ୍ଦିର ଷଣ୍ଢଗୁଡିକୁ ଧାର୍ମିକ କାରଣରୁ ଛାଡି ଦିଆଗଲା।’’

ସୁଷମା ଆଇପ୍‌ଙ୍କ ଭଳି ଲୋକଙ୍କ ପାଇଁ ମଧ୍ୟ ତିଷ୍ଠି ରହିଲେ। ସ୍ଥାନୀୟ ପ୍ରଜାତିର ସଂରକ୍ଷଣ ଅଭିଯାନର ଅଂଶ ଭାବେ ସେ ଓ ଅନ୍ୟ କେତେକ ସାମିଲ ହେଲେ। ଏଥିପାଇଁ ୧୯୯୮ରେ ଭେଚୁର କନଜର୍ଭେସନ୍ ଟ୍ରଷ୍ଟ ଗଠନ ହୋଇଥିଲା। ପ୍ରଫେସର ଆଇପ୍ କହନ୍ତି, ‘‘ଯଦିଓ ବଞ୍ଚି ରହିଥିବା ଭେଚୁର ପ୍ରଜାତିକୁ ଖୋଜି ବାହାର କରିବାକୁ ୧୯୮୮ରେ ଅଭିଯାନ ଆରମ୍ଭ ହୋଇଥିଲା’’। ‘‘ଏବଂ ଅନୀଲ ଜାଚାରିଆଙ୍କ ନେତୃତ୍ଵରେ ଛାତ୍ର ଅନୁସନ୍ଧାନକାରୀ ଦଳ ଦ୍ୱାରା ଆମେ ବର୍ଷ ଶେଷ ସୁଦ୍ଧା ୮ଟି ପାଇଥିଲୁ। ୮ଟିକୁ କିଣିବା ଏବଂ ତାଙ୍କୁ ଖାଦ୍ୟ ଦେବା ପାଇଁ କେରଳ କୃଷି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଠାରୁ ଆମେ ୫୧,୦୦୦ ଟଙ୍କା ପାଇଲୁ।’’ କେଏୟୁରେ ତାଙ୍କର ଗବେଷଣା ଭେଚୁର୍ ପ୍ରଜାତି ପାଇଁ ଏକ ଉଲ୍ଲେଖଯୋଗ୍ୟ ସଫଳତା ଥିଲା ଏବଂ ଏହାକୁ ଖୁବ୍ ସ୍ୱୀକୃତି ମିଳିଲା।

କିନ୍ତୁ ସ୍ଥାନୀୟ ପ୍ରଜାତିଠାରୁ ଜର୍ସି ପ୍ରଜାତିର ଦୁଗ୍ଧ ଦେବାର କ୍ଷମତା ଅଧିକ ନୁହେଁକି ? ଆଇପ୍ କହନ୍ତି, ‘‘ଏହା କେବଳ ଏକମାତ୍ର ମାପଦଣ୍ଡ ନୁହେଁ’’। ଦୁଗ୍ଧ ଉତ୍ପାଦନ ସହ ଖର୍ଚ୍ଚକୁ ତୁଳନା କରନ୍ତୁ। ଜର୍ସି ଗାଈର ବହୁତ ଖର୍ଚ୍ଚ। ୨୦୦୯ରେ ଯେତେବେଳେ ଫାଟୁଆ ଏବଂ ମୁହଁ ରୋଗ ଭୟଂକର ହେଲା, ସେତେବେଳେ ଆମେ ଆଉ ଥରେ ମନେ ପକାଇଦେଇଥିଲୁ ଯେ ଜର୍ସି ଗାଈକୁ ଅଧିକ ରୋଗ ହୋଇଥାଏ। ତେବେ କ୍ଷୀର ବିକ୍ରି କରି ଅଧିକ ରୋଜଗାର କରିବା ପାଇଁ ଅଧିକାଂଶ ଲୋକ ଜର୍ସି ଗାଈ ପସନ୍ଦ କରୁଥିଲେ। ତେବେ ୨୫-୩୦ ପ୍ରତିଶତ ଲୋକ ଏହି ଛୋଟ ଓ ଶସ୍ତା ଗାଈକୁ ମଧ୍ୟ ପସନ୍ଦ କରୁଥିଲେ। ଏମାନେ ଘରେ ଖାଇବା ପାଇଁ, ମାନ ଏବଂ ଖାଦ୍ୟ ସୁରକ୍ଷାକୁ ବିଚାରକୁ ନେଉଥିଲେ। ‘‘କେବଳ ଭେଚୁର ନୁହେଁ, ଏହି ଟ୍ରଷ୍ଟ ଏବେ କେରଳର ଅନ୍ୟ ପ୍ରଜାତିର ଗାଈ, ଛେଳି, ମେଣ୍ଢା, ଘୁଷୁରି ଓ ବତକ ପାଳନ ପାଇଁ ପ୍ରୋତ୍ସାହନ ଦେଉଛି।

ପି. ଭେମ୍ବୁଲାର୍ ଗାଁରେ ଥିବା ତାଙ୍କ ଘରକୁ ଫେରି ଚନ୍ଦ୍ରନ୍ ମାଷ୍ଟର ପଚାରିଲେ: ‘‘ଓଡ଼ିଶାରୁ ଗୋଟିଏ ଖରିଆର ଷଣ୍ଢ ପାଇବାକୁ ଆପଣ ମୋତେ କେବେ ସାହାଯ୍ୟ କରୁଛନ୍ତି?’’

ଚନ୍ଦ୍ରନ ମାଷ୍ଟରଙ୍କ ଯୋଗାଯୋଗ ଠିକଣା : ଗାଁ ପି. ଭେମ୍ବୁଲାର, କୋଡାଙ୍ଗୁଲୁର ତାଲୁକ, ତ୍ରିସୁର ଜିଲ୍ଲା। ଫୋନ୍: ୦୪୮୦୨୮୫୦୪୮୩

ଫେବ୍ରୁଆରୀ ୨୭, ୨୦୧୨ରେ ଏହି ଲେଖାଟି ପ୍ରଥମେ ଦି ହିନ୍ଦୁରେ ପ୍ରକାଶ ପାଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE