ଫୁଲଓ୍ୱତିଆ ତାଙ୍କ ପାଳି ପାଇଁ ଅପେକ୍ଷା କରିଥିବାବେଳେ ତାଙ୍କ ସାନ ଭାଇ, ୧୨ ବର୍ଷ ବୟସ୍କା ଶଙ୍କର ଲାଲ୍ ଦିନର ଶେଷ ସାଇକେଲ ଚଢ଼ାର ମଜା ନେଉଛନ୍ତି- ନିକଟସ୍ଥ ନିମ୍ ଗଛ ପର୍ଯ୍ୟନ୍ତ ସାଇକେଲ୍‌ ନେଇଥାନ୍ତି । ଏହି ୧୬ ବର୍ଷ ବୟସ୍କା କୁହନ୍ତି, “ମୁଁ ଆଜି ନିଜେ ଅଳ୍ପ ରାସ୍ତା ଚଲାଇବି ଏବଂ ଶୀଘ୍ର ଫେରିଆସିବି’’ । “ଆସନ୍ତାକାଲି ଠାରୁ ପାଞ୍ଚ ଦିନ ପାଇଁ, ମୁଁ ଯେକୌଣସି ପ୍ରକାରେ ସାଇକେଲ୍‌ ଚଲାଇବାକୁ ସମର୍ଥ ହେବି ନାହିଁ । କପଡା ବ୍ୟବହାର କରିବାବେଳେ ଏହା ବିପଦଜନକ ହୋଇଯାଏ’’ ରାସ୍ତା କଡ଼ରେ ଗୋଟିଏ କୁକୁର ଛୁଆକୁ ଆଦର କରୁକରୁ ସେ ଏହା କହିଥିଲେ ।

ଆସନ୍ତାକାଲିଠାରୁ ତାଙ୍କର ମାସିକ ଋତୁସ୍ରାବ ଆରମ୍ଭ ହେବ ବୋଲି ଫୁଲଓ୍ୱତିଆ ( ପରିବର୍ତ୍ତିତ ନାମ) ଆଶା କରୁଛି । କିନ୍ତୁ ଏଥର - ପୂର୍ବ ମାସ ପରି - ସେ ନିଜ ବିଦ୍ୟାଳୟରୁ ମାଗଣା ସାନିଟାରୀ ନାପକିନ୍ ପାଇବେ ନାହିଁ । “ଯେତେବେଳେ ଆମର ମାସିକ ସ୍ରାବ ଆରମ୍ଭ ହୁଏ ଆମେ ସାଧାରଣତଃ ସେଠାରେ ପ୍ୟାଡ୍ ପାଇଥାଉ। କିନ୍ତୁ ବର୍ତ୍ତମାନ ମୁଁ ଯେକୌଣସି କପଡା ବ୍ୟବହାର କରିବି। ”

ଦେଶର ଅନ୍ୟ ସମସ୍ତ ସ୍କୁଲ୍‌ ପରି ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲ୍ଲାରେ ଥିବା ତାଙ୍କ ସ୍କୁଲ କୋଭିଡ -୧୯ ଯୋଗୁଁ ବନ୍ଦ ରହିଛି ।

ଫୁଲଓ୍ୱତିଆ ତାଙ୍କ ପିତାମାତା ଏବଂ ଦୁଇ ଭାଇଙ୍କ ସହ କାରୱି ତହସିଲର ତାରୋହା ଗାଁର ଏକ ପଡ଼ା ସୋନେପୁରରେ ରୁହନ୍ତି  । ତାଙ୍କର ଦୁଇ ଭଉଣୀ ମଧ୍ୟ ଅଛନ୍ତି ଯେଉଁମାନେ କି ବିବାହିତ ଏବଂ ଅନ୍ୟତ୍ର ରୁହନ୍ତି । ସେ ତାଙ୍କ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଏବଂ ସେ ୧୦ ଦିନିଆ ବିରତି ପରେ ପୁନଃ ବିଦ୍ୟାଳୟରେ ଯୋଗଦେବାକୁ ଯାଉଥିଲେ ଯେତେବେଳେ ମାର୍ଚ୍ଚ ୨୪ ରେ ଲକଡାଉନ୍ ଘୋଷଣା ହୋଇଥିଲା । ସେ କାରୱି ବ୍ଲକର ରାଜକୀୟ ବାଳିକା ଇଣ୍ଟର କଲେଜର ଛାତ୍ରୀ ।

“ମୁଁ ଅନ୍ୟ କୌଣସି ଜିନିଷରେ ବ୍ୟବହୃତ ନହେଇଥିବା ପାଇଁ ଏକ କପଡା ଖୋଜିବି - ଏବଂ ତାହା ବ୍ୟବହାର କରିବି । ଦ୍ୱିତୀୟ ଥର ବ୍ୟବହାର କରିବା ପୂର୍ବରୁ ମୁଁ ଏହାକୁ ଧୋଇବି ’’ ଏହା କୁହନ୍ତି ଫୁଲଓ୍ୱତିଆ । ଧୂଳିର ଏକ ବାହ୍ୟରେଖା - ବୋଧହୁଏ ଖାଲି ପାଦରେ ଚାଲିବା କାରଣରୁ ଗୋଲାପୀ-ବାଇଗଣୀ ରଙ୍ଗର ନେଲ୍‌ ପଲିସ୍‌ ଲଗାଯାଇଥିବା ତାଙ୍କ ପାଦ ନଖଉପରେ ବସିଯାଇଛି ।

Phoolwatiya, 16, says, 'We normally get pads there [at school] when our periods begin. But now I will use any piece of cloth I can'
PHOTO • Jigyasa Mishra

୧୬ ବର୍ଷିଆ ଫୁଲଓ୍ୱତିଆ କୁହନ୍ତି, ‘ଯେତେବେଳେ ଆମର ଋତୁସ୍ରାବ ଆରମ୍ଭ ହୁଏ ଆମେ ସାଧାରଣତଃ ସେଠାରେ [ବିଦ୍ୟାଳୟରେ] ପ୍ୟାଡ୍ ପାଇଥାଉ । କିନ୍ତୁ ବର୍ତ୍ତମାନ ମୁଁ ଯେକୌଣସି କପଡା ବ୍ୟବହାର କରିବି '

ଫୁଲଓ୍ୱତିଆ ଏକୁଟିଆ ନୁହଁନ୍ତି । ଉତ୍ତରପ୍ରଦେଶରେ ତାଙ୍କ ପରି ୧୦ନିୟୁତ ଅଧିକ ବାଳିକା ମାଗଣା ସାନିଟାରୀ ପ୍ୟାଡ ପାଇଁ ଯୋଗ୍ୟ - ଯାହାକି ସେମାନଙ୍କ ବିଦ୍ୟାଳୟ ମାଧ୍ୟମରେ ବଣ୍ଟନ କରାଯାଇଥାନ୍ତା । ଫୁଲଓ୍ୱତିଆ ପରି ପ୍ରକୃତରେ କେତେଜଣ ତାହା ପାଉଥିଲେ ତାହାର ସଂଖ୍ୟା ଆମେ ପାଇଲୁ ନାହିଁ ।  କିନ୍ତୁ ଯଦିଓ ଏହା ସେହି ସଂଖ୍ୟାର ଦଶମାଂଶ ହୋଇଥିବ ତେବେ ମଧ୍ୟ ଗରିବ ପରିବାରର ଏକ ନିୟୁତରୁ ଅଧିକ ଝିଅ ବର୍ତ୍ତମାନ ମାଗଣା ସାନିଟାରୀ ନାପକିନ୍ ପାଇପାରିବେ ନାହିଁ  ।

ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନର  ସ୍କୁଲ ଏଜୁକେସନ୍ ଇନ୍‌ ଇଣ୍ଡିଆ ଶୀର୍ଷକ ଏକ ଅନୁଯାୟୀ ୟୁପିରେ ୬ ରୁ ୧୨ ଶ୍ରେଣୀରେ ବାଳିକା ସଂଖ୍ୟା ୧୦.୮୬ ନିୟୁତ ଅଟେ। ଏହି ସଂଖ୍ୟାଗୁଡିକ ୨୦୧୬-୧୭ ରୁ, ଗତ ବର୍ଷ ପାଇଁ ଏହି ତଥ୍ୟ ଉପଲବ୍ଧ।

କିଶୋରୀ ସୁରକ୍ଷା ଯୋଜନା (ଦେଶର ପ୍ରତ୍ୟେକ ବ୍ଲକକୁ ଅନ୍ତର୍ଭୁକ୍ତ କରୁଥିବା ଭାରତ ସରକାରଙ୍କର ଏକ କାର୍ଯ୍ୟକ୍ରମ) ଅଧୀନରେ ୬ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ବାଳିକାମାନେ ମାଗଣା ସାନିଟାରୀ ନାପକିନ୍ ପାଇବାକୁ ଯୋଗ୍ୟ ଅଟନ୍ତି। ଉତ୍ତରପ୍ରଦେଶରେ ଏହି କାର୍ଯ୍ୟକ୍ରମକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୨୦୧୫ ରେ ଉଦ୍‌ଘାଟନ କରିଥିଲେ ।

*****

ସେ କପଡା ଧୋଇବା ପରେ କେଉଁଠାରେ ଶୁଖାନ୍ତି? ଫୁଲଓ୍ୱତିଆ କୁହନ୍ତି, “ମୁଁ ଏହାକୁ ଘର ଭିତରେ କୌଣସି ସ୍ଥାନରେ ରଖିଛି ଯେଉଁଠାରେ କେହି ଏହାକୁ ଦେଖି ପାରିବେ ନାହିଁ। ମୁଁ ମୋ ବାପା କିମ୍ବା ଭାଇମାନଙ୍କୁ ଏହା ଦେଖିବାକୁ ଦେଇପାରିବି ନାହିଁ।’’ ବ୍ୟବହୃତ ତଥା ଧୋଇଥିବା ଋତୁସ୍ରାବ କପଡାକୁ ଘରର ପୁରୁଷମାନଙ୍କଠାରୁ ଲୁଚାଇବା ପାଇଁ ସୂର୍ଯ୍ୟ କିରଣରେ ନ ଶୁଖାଇବା ଏଠାରେ - ଅନ୍ୟ ସ୍ଥାନ ପରି - ଅନେକ ଝିଅ ଏବଂ ମହିଳାଙ୍କ ମଧ୍ୟରେ ଏକ ସାଧାରଣ ଅଭ୍ୟାସ ।

Before the lockdown: Nirasha Singh, principal of the Upper Primary School in Mawaiya village, Mirzapur district, distributing sanitary napkins to students
PHOTO • Jigyasa Mishra

ତାଲାବନ୍ଦ ପୂର୍ବରୁ: ମିର୍ଜାପୁର ଜିଲ୍ଲାର ମାଓ୍ୱେଆ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟଚ୍ରୀ ନୀରାଶା ସିଂ ଛାତ୍ରଛାତ୍ରୀଙ୍କୁ ସାନିଟାରୀ ନାପକିନ୍ ବଣ୍ଟନ କରିଥିଲେ

ସେ କପଡା ଧୋଇବା ପରେ କେଉଁଠାରେ ଶୁଖାନ୍ତି? ଫୁଲଓ୍ୱତିଆ କୁହନ୍ତି, 'ମୁଁ ଏହାକୁ ଘର ଭିତରେ କୌଣସି ସ୍ଥାନରେ ରଖେ ଯେଉଁଠାରେ କେହି ଏହାକୁ ଦେଖିବେ ନାହିଁ । ମୁଁ ମୋ ବାପା କିମ୍ବା ଭାଇମାନଙ୍କୁ ଏହା ଦେଖିବାକୁ ଦେଇ ପାରିବି ନାହିଁ’। ବ୍ୟବହୃତ ଏବଂ ଧୁଆଯାଇଥିବା ଋତୁସ୍ରାବ କପଡ଼ାକୁ ସୂର୍ଯ୍ୟ କିରଣରେ ନଶୁଖାଇବା ଏକ ସାଧାରଣ ଅଭ୍ୟାସ

ୟୁନିସେଫ୍ ସୂଚିତ କରିବା ଅନୁଯାୟୀ, “ଋତୁସ୍ରାବ ବିଷୟରେ ସୂଚନାର ଅଭାବ କ୍ଷତିକାରକ ଭୁଲ ଧାରଣା ଏବଂ ଭେଦଭାବ ସୃଷ୍ଟି କରିଥାଏ ଏବଂ ଝିଅମାନଙ୍କୁ ସାଧାରଣ ଶୈଶବ ଅନୁଭୂତି ଏବଂ କାର୍ଯ୍ୟକଳାପରୁ ବଞ୍ଚିତ କରିପାରେ।”

ଲକ୍ଷ୍ନୌର ରାମ ମନୋହର ଲୋହିଆ ଡାକ୍ତରଖାନାର ଜଣେ ବରିଷ୍ଠ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନୀତୁ ସିଂ କୁହନ୍ତି, "ଋତୁସ୍ରାବ ରକ୍ତ ଶୋଷକ ଭାବରେ ନରମ ସୂତା କପଡ଼ାର ବ୍ୟବହାର ନିରାପଦ ଅଟେ ଯଦି ଏହା ଠିକ୍ ଭାବରେ ପରିଷ୍କାର କରାଯାଏ, ଧୁଆଯାଏ ଏବଂ ପରେ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରେ ଶୁଖାଯାଏ । କେବଳ ଏହାଦ୍ୱାରା ଜୀବାଣୁ ସଂକ୍ରମଣକୁ ଦୂରରେ ରଖାଯାଇପାରିବ। କିନ୍ତୁ ଅଧିକାଂଶ ଗ୍ରାମାଞ୍ଚଳରେ ଏହି ସବୁ ଯତ୍ନ ନିଆଯାଏ ନାହିଁ ଏବଂ ସେମାନଙ୍କ [ଝିଅ ଏବଂ କମ୍‌ ବୟସର]ମଧ୍ୟରେ ଯୋନି ସଂକ୍ରମଣ ଏକ ସାଧାରଣ ସମସ୍ୟା ବୋଲି’’। ଫୁଲଓ୍ୱତିଆ ପରି ଝିଅମାନେ ବର୍ତ୍ତମାନ ପ୍ୟାଡ୍ ବଦଳରେ ଅପରିଷ୍କାର ଜିନିଷ ବ୍ୟବହାର କରିବାକୁ ଫେରିଛନ୍ତି - ଯାହା ବୋଧହୁଏ ସେମାନଙ୍କୁ ଆଲର୍ଜି ଏବଂ ରୋଗରେ ଆକ୍ରାନ୍ତ କରିବ ।

ଫୁଲଓ୍ୱତିଆ କୁହନ୍ତି, “ଆମକୁ ବିଦ୍ୟାଳୟରେ ଜାନୁଆରୀରେ ଆମକୁ ୩-୪ ପ୍ୟାକେଟ୍ ପ୍ୟାଡ୍ ଦିଆଯାଇଥିଲା । କିନ୍ତୁ ସେଗୁଡ଼ିକ ଏବେ ଶେଷ ହୋଇଯାଇଛି। ” ଏବଂ ସେ ବଜାରରେ କିଣିବା ପାଇଁ ଆଦୌ ସକ୍ଷମ ନୁହଁନ୍ତି । ତାଙ୍କୁ ଅତି କମରେ ମାସିକ ଟ. ୬୦ ଖର୍ଚ୍ଚ କରିବାକୁ ପଡିବ।  ସେ ସବୁଠାରୁ ଶସ୍ତା ଯେଉଁଟି କିଣି ପାରିବେ ତାହାର ଏକ ଛଅ ଟିକିଆ ପ୍ୟାକେଟ୍‌ର ଦାମ୍‌ ଟ. ୩୦ । ସେ ମାସକୁ ଏଥିରୁ ଦୁଇଟି ପ୍ୟାକ୍ ଦରକାର କରିବେ ।

ତାଙ୍କ ବାପା, ମା’ ଏବଂ ବଡ ଭାଇମାନେ ସମସ୍ତେ ଦିନ ମଜୁରିଆ କୃଷି ଶ୍ରମିକ, ଯେଉଁମାନେ ସାଧାରଣ ଦିନମାନଙ୍କରେ ଏକତ୍ର ପ୍ରାୟ ଟ.୪୦୦ ରୋଜଗାର କରନ୍ତି। ଫୁଲଓ୍ୱତିଆଙ୍କ ମା’ ରାମ ପ୍ୟାରୀ, ୫୨, ନାତି ଖେଚୁଡ଼ି ଖାଇବାକୁ ଦେଉଥିବା ସମୟରେ କୁହନ୍ତି, “ବର୍ତ୍ତମାନ ତାହା ଅତିବେଶୀରେ ଟ.୧୦୦ରେ ପହଞ୍ଚିଛି ଏବଂ କେହି ମଧ୍ୟ ଆମକୁ କ୍ଷେତରେ କାମ ଦେବାକୁ ଚାହାଁନ୍ତି ନାହିଁ’’।

ବିକଳ୍ପ ବିତରଣ ବ୍ୟବସ୍ଥାଗୁଡିକ ଏଠାରେ ନାହିଁ । ଚିତ୍ରକୁଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଶେଷ ମଣି ପାଣ୍ଡେ ଆମକୁ କହିଥିଲେ, "ଆମେ ବର୍ତ୍ତମାନ ମୌଳିକ ଆବଶ୍ୟକତା ଉପରେ ଧ୍ୟାନ ଦେଉଛୁ, ଯାହାକି ରାସନ ଏବଂ ଖାଦ୍ୟ ଅଟେ । ଏହି ଅବସ୍ଥାରେ ଜୀବନ ବଞ୍ଚାଇବା ହେଉଛି ଏକମାତ୍ର ପ୍ରାଥମିକତା ।"

Ankita (left) and her sister Chhoti: '... we have to think twice before buying even a single packet. There are three of us, and that means Rs. 90 a month at the very least'
PHOTO • Jigyasa Mishra
Ankita (left) and her sister Chhoti: '... we have to think twice before buying even a single packet. There are three of us, and that means Rs. 90 a month at the very least'
PHOTO • Jigyasa Mishra

ଅଙ୍କିତା (ବାମ) ଏବଂ ତାଙ୍କ ଭଉଣୀ ଛୋଟି: '... ଗୋଟିଏ ପ୍ୟାକେଟ୍ କିଣିବା ପୂର୍ବରୁ ମଧ୍ୟ ଆମକୁ ଦୁଇଥର ଚିନ୍ତା କରିବାକୁ ପଡିବ। ଆମେ ତିନିଜଣ ଅଛୁ, ଏବଂ ଏହାର ଅର୍ଥ ହେଉଛି ଅତି କମରେ ମାସକୁ ଟ. ୯୦'

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍ଏଚ୍‌ଏସ୍‌ -୪) ଆମକୁ କହିଥାଏ ଯେ ୧୫ ରୁ ୨୪ ବର୍ଷ ବୟସର ଦେଶର ୬୨% ଯୁବତୀ ୨୦୧୫-୧୬ ମସିହାରେ ଋତୁସ୍ରାବ ସୁରକ୍ଷା ପାଇଁ କପଡା ବ୍ୟବହାର କରୁଥିଲେ । ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୮୧ ପ୍ରତିଶତ ଥିଲା ।

ମେ ୨୮ ରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ଆସିବା ସମୟରେ ଏହି ଦିଗରୁ ଖୁସୀ ହେବା ପରି କିଛି ନଥିବ ।

*****

ସବୁ ଜିଲ୍ଲାରେ ଏହା ସାଧାରଣ ସମସ୍ୟା ହୋଇଥିବା ଦେଖାଯାଉଛି। ଲକ୍ଷ୍ନୌ ଜିଲ୍ଲାର ଗୋସାଇଗଞ୍ଜ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଲୌଲି ଗାଁର ପ୍ରଧାନଶିକ୍ଷକ ଯଶୋଦାନନ୍ଦ କୁମାର କୁହନ୍ତି, "ତାଲା ବନ୍ଦର ଗୋଟିଏ ଦିନ ପୂର୍ବରୁ ଆମେ ନୂତନ ସାନିଟାରୀ ପ୍ୟାଡ୍ ସବୁ ପାଇଥିଲୁ ଏବଂ ଝିଅମାନଙ୍କୁ ବିତରଣ କରି ପାରିବା ପୂର୍ବରୁ ସ୍କୁଲ ବନ୍ଦ କରିବାକୁ ପଡ଼ିଥିଲା’’ ।

ମିର୍ଜାପୁର ଜିଲ୍ଲାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଓ୍ୱେଆ ଗାଁର ପ୍ରଧାନ ଶିକ୍ଷୟତ୍ରୀ ନିରାଶା ସିଂ ଫୋନ୍‌ରେ କହିଥିଲେ “ମୁଁ ସବୁବେଳେ ମୋ ଛାତ୍ରୀମାନଙ୍କ ଋତୁସ୍ରାବ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରେ । ସେମାନଙ୍କୁ ନାପକିନ୍ ଦେବା ବ୍ୟତୀତ, ମୁଁ ପ୍ରତି ମାସରେ  ଝିଅ ଏବଂ ମହିଳା କର୍ମଚାରୀଙ୍କ ସହିତ ଋତୁସ୍ରାବର ସ୍ୱଚ୍ଛତା ବିଷୟରେ ଆଲୋଚନା କରେ। କିନ୍ତୁ ବର୍ତ୍ତମାନ ପ୍ରାୟ ଦୁଇ ମାସ ଧରି ସ୍କୁଲ ବନ୍ଦ ରହିଛି’’। ମୋର ଅନେକ ଛାତ୍ରୀ ପ୍ୟାଡ୍‌ ମିଳୁଥିବା ନିକଟସ୍ଥ ଦୋକାନକୁ ଯାଇ ପାରିବାର ସୁବିଧା ନାହିଁ । ଏହା କହିବା ମଧ୍ୟ ଆବଶ୍ୟକ ନୁହେଁ ଯେ ଅନେକେ ଏଥିପାଇଁ ମାସକୁ ଟ. ୩୦-୬୦ ଖର୍ଚ୍ଚ କରିବେ ନାହିଁ। ”

ସେଠାରେ ଚିତ୍ରକୁଟ ଜିଲ୍ଲାରେ, ଅଙ୍କିତା ଦେବୀ, ୧୭, ଏବଂ ତାଙ୍କ ଭଉଣୀ ଛୋଟି, ୧୪, (ଉଭୟ ପରିବର୍ତ୍ତିତ ନାମ) ନିଶ୍ଚୟ ସେହି ପରିମାଣ ଖର୍ଚ୍ଚ କରିବେ ନାହିଁ । ଫୁଲଓ୍ୱତିଆଙ୍କ ଘରଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଥିବା ଚିତାରା ଗୋକୁଲପୁର ଗ୍ରାମରେ ରହୁଥିବା ଉଭୟ କିଶୋରୀ ମଧ୍ୟ କପଡା ବ୍ୟବହାର କରିବାକୁ ଯାଇଛନ୍ତି। ତାଙ୍କର ଅନ୍ୟଜଣେ ଭଉଣୀ, ଯିଏକି ସେମାନଙ୍କ ଠାରୁ ବଡ଼, ମଧ୍ୟ ତାହା କରୁଛନ୍ତି,  ମୁଁ ଭେଟିବା ବେଳେ ସେ ଅନ୍ୟତ୍ର ଥିଲେ । ୧୧ ଶ୍ରେଣୀରେ ଥିବା ଅଙ୍କିତା ଏବଂ ୯ ଶ୍ରେଣୀରେ ଥିବା ଛୋଟି ସମାନ ବିଦ୍ୟାଳୟ - ଚିତାରା ଗୋକୁଲପୁରର ଶିବାଜୀ ଇଣ୍ଟର କଲେଜକୁ ଯାଆନ୍ତି । ସେମାନଙ୍କ ପିତା ରମେଶ ପହଡି (ପରିବର୍ତ୍ତିତ ନାମ) ସ୍ଥାନୀୟ ସରକାରୀ କାର୍ଯ୍ୟାଳୟରେ ହେଲପର ଭାବରେ କାର୍ଯ୍ୟ କରନ୍ତି ଏବଂ ପ୍ରାୟ ଟ.୧୦,୦୦୦ ରୋଜଗାର କରନ୍ତି ।

The Shivaji Inter College (let) in Chitara Gokulpur village, where Ankita and Chhoti study, is shut, cutting off their access to free sanitary napkins; these are available at a pharmacy (right) three kilometers from their house, but are unaffordable for the family
PHOTO • Jigyasa Mishra
The Shivaji Inter College (let) in Chitara Gokulpur village, where Ankita and Chhoti study, is shut, cutting off their access to free sanitary napkins; these are available at a pharmacy (right) three kilometers from their house, but are unaffordable for the family
PHOTO • Jigyasa Mishra

ଚିତାରା ଗୋକୁଲପୁର ଗ୍ରାମରେ ଥିବା ଶିବାଜୀ ଇଣ୍ଟର କଲେଜ (ବାମ) ଅଙ୍କିତା ଏବଂ ଛୋଟି ପଢ଼ନ୍ତି, ତାହା ବନ୍ଦ ଅଛି, ଏହା ସେମାନଙ୍କର ମାଗଣା ସାନିଟାରୀ ନାପକିନ୍ ପାଇବା ବନ୍ଦ କରିଦେଉଛି; ଏସବୁ ସେମାନଙ୍କ ଘରଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ଔଷଧ ଦୋକାନରେ (ଡାହାଣ) ଉପଲବ୍ଧ , କିନ୍ତୁ ପରିବାର ଏହି ଖର୍ଚ୍ଚ ବହନ କରିବାକୁ ଅସମର୍ଥ

ସେ କୁହନ୍ତି, "ଆମେ ଏହି ଦୁଇମାସ ପାଇଁ ଦରମା ପାଇବୁ କି ନାହିଁ ତାହା ମୁଁ ଜାଣି ନାହିଁ । ଘର ଭଡା ଦେବାକୁ ମୋତେ ମନେ ପକାଇବାକୁ ମୋର ଘରମାଲିକ ଫୋନ୍‌ କରୁଛନ୍ତି । ” ରମେଶ ମୂଳତଃ ଉତ୍ତରପ୍ରଦେଶର ବନ୍ଦା ଜିଲ୍ଲାର ଅଟନ୍ତି ଏବଂ କାମ ପାଇଁ ଏଠାକୁ ଆସିଥିଲେ ।

ଅଙ୍କିତା କୁହନ୍ତି ଯେ ନିକଟତମ ଔଷଧ ଦୋକାନ ତିନି କିଲୋମିଟରରୁ ଅଧିକ ଦୂରରେ । ତାଙ୍କ ଘରଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ସାଧାରଣ ଦୋକାନ ଅଛି ଯାହା ସାନିଟାରୀ ନାପକିନ୍ ରଖେ । ଅଙ୍କିତା କୁହନ୍ତି, ‘‘କିନ୍ତୁ ଟ. ୩୦ରେ ଗୋଟିଏ  ପ୍ୟାକେଟ୍ କିଣିବା ପୂର୍ବରୁ ଆମକୁ ଦୁଇଥର ଚିନ୍ତା କରିବାକୁ ପଡିବ । ମନେରଖନ୍ତୁ, ଆମେ ତିନିଜଣ ଅଛୁ,  ଏବଂ ଏହାର ଅର୍ଥ ହେଉଛି ଅତି କମରେ ମାସକୁ ଟ. ୯୦ ।’’

ଏହା ସ୍ପଷ୍ଟ ଯେ ଏଠାରେ ଅଧିକାଂଶ ଝିଅଙ୍କର ପ୍ୟାଡ୍ କିଣିବାକୁ ଟଙ୍କା ନାହିଁ । ଚିତ୍ରକୁଟର ସୀତାପୁର ସହରରେ ଏକ ଔଷଧ ଦୋକାନ ଚଳାଉଥିବା ରାମ ବାର୍ସେୟା ମୋ ସହ କଥା ହେବାବେଳେ କହିଥିଲେ,  “ତାଲା ବନ୍ଦ ପରେ ସାନିଟାରୀ ପ୍ୟାଡ ବିକ୍ରିରେ କୌଣସି ବୃଦ୍ଧି ଘଟି ନାହିଁ । ଏବଂ ଅନ୍ୟ ସ୍ଥାନରେ ମଧ୍ୟ ସମାନ ଚିତ୍ର ଥିବା ମନେହୁଏ ।

ମାର୍ଚ୍ଚରେ ଅଙ୍କିତା ତାଙ୍କ ହାଇସ୍କୁଲ ପରୀକ୍ଷା ଦେଇଥିଲେ । “ତାହା ପ୍ରକୃତରେ ଭଲ ହୋଇଥିଲା । ମୁଁ କ୍ଲାସ୍ ୧୧ରେ ଜୀବବିଜ୍ଞାନ ପାଠ ନେବାକୁ ଚାହୁଁଛି । ଏପରିକି ମୁଁ ଉପର ଶ୍ରେଣୀର କେଇଜଣଙ୍କୁ ସେମାନଙ୍କର ପୁରୁଣା ଜୀବବିଜ୍ଞାନ ବହି ମାଗିଥିଲି, କିନ୍ତୁ ଏହାପରେ ବିଦ୍ୟାଳୟଗୁଡ଼ିକ ବନ୍ଦ ହୋଇଗଲା ।

ଜୀବବିଜ୍ଞାନ କାହିଁକି? ସେ ହସିହସି କୁହନ୍ତି, ‘‘ଲଡ୍‌କିୟାଁ ଔର ମହିଳାଓଁ କା ଇଲାଜ୍‌ କରୁଙ୍ଗି [ ଝିଅ ଏବଂ ମହିଳାଙ୍କର ଚିକିତ୍ସା କରିବି], କିନ୍ତୁ ଏ ପର୍ଯ୍ୟନ୍ତ ଜାଣିନି ସେ ଦିଗରେ କେମିତି ଆଗେଇବାକୁ ହେବ ।’’

ପ୍ରଚ୍ଛଦ ଅଙ୍କନ : ପ୍ରିୟଙ୍କା ବୋରାର୍ ହେଉଛନ୍ତି ଜଣେ ନୂତନ ଗଣମାଧ୍ୟମ ଚିତ୍ରକାର ଯିଏକି ଭାବ ଏବଂ ଅଭିବ୍ୟକ୍ତିର ନୂତନ ରୂପ ଆବିଷ୍କାର କରିବାକୁ ଟେକ୍ନୋଲୋଜି ସହିତ ପରୀକ୍ଷଣ କରୁଛନ୍ତି । ସେ ଶିଖିବା ଏବଂ ଖେଳିବା ପାଇଁ ଅଭିଜ୍ଞତା ସୃଷ୍ଟି କରନ୍ତି, ବିଭିନ୍ନ ସମ୍ବାଦାତ୍ମକ ଗଣମାଧ୍ୟମ ସହ ଜଡିତ ହୁଅନ୍ତି, ଏବଂ ପାରମ୍ପରିକ କଲମ ଏବଂ କାଗଜ ସହିତ ସହଜ ଅନୁଭବ କରନ୍ତି ।

ଭାରତର ଗ୍ରାମାଞ୍ଚଳର କିଶୋର ବାଳିକା ଏବଂ କମ୍‌ ବୟସ୍କା ମହିଳାମାନଙ୍କ ଉପରେ ପରି ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟ ପ୍ରକଳ୍ପ ହେଉଛି ସାଧାରଣ ଜନତାଙ୍କ ସ୍ୱର ଏବଂ ପ୍ରତ୍ୟକ୍ଷ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍ ଇଣ୍ଡିଆର ସମର୍ଥିତ ପଦକ୍ଷେପର ଏକ ଅଂଶ ।

ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍ ଇଣ୍ଡିଆର ସମର୍ଥିତ ପଦକ୍ଷେପର ଏକ ଅଂଶ ।ଏହି ନିବନ୍ଧ ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] କୁ ଗୋଟିଏ ସିସି ସହିତ [email protected]

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Jigyasa Mishra

ଜିଜ୍ଞାସା ମିଶ୍ର, ଉତ୍ତର ପ୍ରଦେଶ ଚିତ୍ରକୂଟର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ମୁଖ୍ୟତଃ ଗ୍ରାମାଞ୍ଚଳ ପ୍ରସଙ୍ଗରେ, ଭାରତର ବିଭିନ୍ନ ଭାଗରେ ପ୍ରଚଳିତ କଳା ଓ ସଂସ୍କୃତି ଉପରେ ରିପୋର୍ଟ ଦିଅନ୍ତି ।

Other stories by Jigyasa Mishra