ଶିଭିନ୍ଦାନେ ଗ୍ରାମରେ ଏପ୍ରିଲ୍‌ ମାସର ଏକ ଶୀତୁଆ ରାତି, ସମୟ ୨ଘଣ୍ଟା । ପଶ୍ଚିମ ମହାରାଷ୍ଟ୍ରର ପୁନେ ଜିଲ୍ଲାର ସିରୁର୍‌ ତାଲୁକା ଅନ୍ତର୍ଗତ ଏକ ଗ୍ରାମର ମନ୍ଦିର ଆରପାଖରେ ଥିବା ଉନ୍ମୁକ୍ତ ପଡିଆ ଉଜ୍ଜ୍ୱଳ, ରଙ୍ଗବେରଙ୍ଗ ଆଲୋକରେ ଏକ ବଲିଉଡ୍‌ ନମ୍ବର୍‌ର ତାଳେତାଳେ ନାଚୁଥିବା ମହିଳାଙ୍କ ସହିତ ଚଳଚଞ୍ଚଳ ହୋଇଉଠିଛି । କିନ୍ତୁ ଲଲ୍ଲନ୍‌ ପାସ୍‌ୱାନ୍‌ ଓ ତାଙ୍କର ସହକର୍ମୀମାନେ ସେମାନଙ୍କ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରୁନାହାନ୍ତି । ସେମାନେ ପ୍ରଶଂସା ଧ୍ୱନି କରୁଥିବା ଦର୍ଶକ ଓ ଡାକବାଜି ଯନ୍ତ୍ରର ଗର୍ଜନଠାରୁ ଦୂରରେ ଟିକିଏ ଶୋଇବା ପାଇଁ ନୀରବ ତଥା ମନ୍ଥର ଗତିରେ ଚାଲିଚାଲି ନିଜ ପାଇଁ ଏକ ସ୍ଥାନ ଖୋଜି ବୁଲୁଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ଫୋନ୍‌ରେ ଫିଲ୍ମ ଦେଖି ନିଜ ସମୟ ଅତିବାହିତ କରୁଛନ୍ତି ।

 "ଏହି କାମ ଅତି କ୍ଲାନ୍ତିକର । ଆମେ ରାତିସାରା ଅନିଦ୍ରା ରହୁ, ମାଲିକଙ୍କ ଇଚ୍ଛା ଯେ ଆମେ ସବୁବେଳେ କାମ କରୁଥିବୁ,” ଲାଲ୍ଲନ୍‌ ପାଶ୍‌ୱାନ୍‌ କୁହନ୍ତି । ପ୍ରାୟ ୧୯ ବର୍ଷର ଲଲ୍ଲନ (ଶୀର୍ଷରେ ଥିବା କଭର୍‌ ଫଟୋରେ), ୧୩ବର୍ଷ ବୟସରୁ ‘ମଙ୍ଗଳ ବଂଶୋଦେ ଓ ନିତିନ୍‌ କୁମାର୍‌ ତାମସା ମଣ୍ଡଳୀ’ ସହିତ ସେଯେତେବେଳେ ୧୩ ବର୍ଷର ଥିଲେ, ସେତେବେଳୁ କାମ କରିଆସୁଛନ୍ତି । ସେ ୩୦ଜଣିଆ ଶ୍ରମିକ ଦଳର ସଦସ୍ୟଙ୍କମାନଙ୍କ ମଧ୍ୟରୁ ଜଣେ - ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ ସମ୍ପ୍ରଦାୟର, ସେମାନଙ୍କ ବୟସ ୧୫ – ୪୫ ବର୍ଷ ମଧ୍ୟରେ- ଉତ୍ତର ପ୍ରଦେଶର ଲକ୍ଷ୍ନୌ ଜିଲ୍ଲାର ମାଲ୍‌ ବ୍ଲକ୍‌ ଅନ୍ତର୍ଗତ ମଲିହାବାଦ୍‌ର ବାସିନ୍ଦା । ଏହି ଦଳରେ ଥିବା ପୁରୁଷମାନେ ପରସ୍ପର ସହିତ ସମ୍ବନ୍ଧିତ ବା ସେମାନେ ନିଜ ଅଞ୍ଚଳରେ ଗୋଟିଏ ସାମାଜିକ ନେଟ୍‌ୱର୍କର ଅଂଶବିଶେଷ।

ତାମ୍‌ସା ଦଳ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ବୁଲୁଥିବାରୁ ସେମାନେ କାର୍ଯ୍ୟକ୍ରମ କରିବା ପାଇଁ ମଞ୍ଚ ଓ ଟେଣ୍ଟ ତିଆରି ନିର୍ମାଣ କରନ୍ତି । ଏବଂ ମଇ  ଓ ସେପ୍ଟେମ୍ବର୍‌ ମାସ ମଧ୍ୟରେ, ଆଠ ମାସର ଏହି ତାମ୍‌ସା ଋତୁରେ – ମହାରାଷ୍ଟ୍ରର ଏକ ଲୋକ ନୃତ୍ୟ ଯାହା ପ୍ରତିଦିନ ବିଭିନ୍ନ ଗ୍ରାମରେ ଖୋଲାମଞ୍ଚରେ କରାଯାଏ, ସେମାନେ ଏହି କାମ ପ୍ରାୟ ୨୧୦ଥର କରିଥାନ୍ତି । ଏହା ହେଉଛି ଗୀତ ଓ ନାଚ, ବ୍ୟଙ୍ଗ ନାଟକ ଓ ଏକ ଲମ୍ବା ନାଟକ ଥିବା ମନୋରଞ୍ଜନଭରା ପ୍ୟାକେଜ୍‌ । ଏହି ଦଳରେ କଳାକାର, ଶ୍ରମିକ, ଡ୍ରାଇଭର୍‌, ୱାଇର୍‌ମ୍ୟାନ୍‌, ମ୍ୟାନେଜର୍‌ ଓ ରୋଷେୟାମାନେ ରହିଥାନ୍ତି ।

A part of the tamasha stage being erected on 4 May 2018 in Karavadi village, Satara district, in western Maharashtra
PHOTO • Shatakshi Gawade
The tamasha stage being erected on 4 May 2018 in Karavadi village, Satara district, in western Maharashtra
PHOTO • Shatakshi Gawade

ଏହି ବର୍ଷ ଆରମ୍ଭରେ ପଶ୍ଚିମ ମହାରାଷ୍ଟ୍ରର ସାତରା ଜିଲ୍ଲାରେ ଶ୍ରମିକମାନଙ୍କ ଦ୍ୱାରା ତିଆରି କରାଯାଉଥିବା ତାମ୍‌ସା ମଞ୍ଚ ଓ ଟେଣ୍ଟ

ଲଲ୍ଲନ୍‌ ନିଜର ଜଣେ ବନ୍ଧୁ ଅମାଉ ଜରିଆରେ ଏହି କାମ ଚାକିରି ପାଇଥିଲେ । ଏହା ପୂର୍ବରୁ, ସେ ଲକ୍ଷ୍ମୌରେ ଜଣେ ସିମେଣ୍ଟ ମିସ୍ତ୍ରୀ ଭାବେ କାମ କରୁଥିଲେ । କିନ୍ତୁ ତାଙ୍କୁ ବେଳେବେଳେ କାମ ମିଳୁଥିବା ଓ ଏଥିରୁ ମିଳୁଥିବା ପଇସା ଅପର୍ଯ୍ୟାପ୍ତ ଥିଲା । ବର୍ତ୍ତମାନ ଲଲ୍ଲନ୍‌, ଯିଏ ୫ମ ଶ୍ରେଣୀ ପଢିବା ପରେ ସ୍କୁଲ୍‌ ଛାଡିଦେଇଥିଲେ, ବର୍ତ୍ତମାନ ତାଙ୍କ ଗ୍ରାମରୁ ଆସିଥିବା ଦଳର ମ୍ୟାନେଜର୍‌ ଭାବେ ଟ୧୦,୦୦୦ଙ୍କା ଉପାର୍ଜନ କରୁଛନ୍ତି । ଆବଶ୍ୟକ ହେଲେ ସେ ନିଜ ଦଳ ପାଇଁ ଶ୍ରମିକ ମଧ୍ୟ ଆଣିଥାନ୍ତି । “ଆମେ ଯଦି ଗ୍ରାମରେ କୌଣସି ବାଳକ ଉଦ୍ଦେଶ୍ୟହୀନ ଭାବେ ବୁଲୁଥିବା ଦେଖୁ, ପଢୁନଥିବା ବା କାମ କରୁନଥିବା ଦେଖୁ, ଆମେ ସେମାନଙ୍କୁ ଶ୍ରମିକ ଭାବେ କାମ କରିବା ପାଇଁ ନିଜ ସହିତ ନେଇଆସୁ,’’ ସେ କୁହନ୍ତି। “ଆମେ ଭାବୁ ଯେ ସମସ୍ତେ ମିଳିମିଶି କାମ କରିବା ପାଇଁ ଓ ଟଙ୍କା ଉପାର୍ଜନ କରିବା ପାଇଁ ଏହା ଏକ ଭଲ ସୁଯୋଗ”।

ତାମ୍‌ସା ଦଳର ମାଲିକମାନେ ମଧ୍ୟ ଉତ୍ତରପ୍ରଦେଶରୁ ଶ୍ରମିକ ରଖିବା ପାଇଁ ପସନ୍ଦ କରିଥାନ୍ତି। ଦଳର ମ୍ୟାନେଜର୍‌, ଅନିଲ୍‌ ବଂଶୋଦେ କୁହନ୍ତି, "ସେମାନେ କଠିନ – ପରିଶ୍ରମୀ ଓ କାମ ଅଧାରେ ଛାଡି ଚାଲିଯିବା ସମ୍ଭାବନା ଅତି କମ୍‌। “ଦଳର ମାଲିକମାନଙ୍କ ପସନ୍ଦର ଅନ୍ୟ ଏକ ସମ୍ଭାବ୍ୟ କାରଣ ୟୁପିର ଶ୍ରମିକମାନେ କମ୍‌ ପାରିଶ୍ରମିକ ନେଇ କାମ କରିବା ପାଇଁ ରାଜି ହେବେ ବୋଲି ପୁନେରେ କାର୍ଯ୍ୟରତ ଜଣେ ଫଟୋ ସାମ୍ବାଦିକ ଓ ତାମ୍‌ସା ଗବେଷକ ସନ୍ଦେଶ ଭଣ୍ଡାରେ କୁହନ୍ତି ।

ଷ୍ଟେଜ୍‌ ନିର୍ମାଣ କରିବା ଅନ୍ୟ କାମ ତୁଳନାରେ ବହୁତ କଷ୍ଟକର ବୋଲି ଲଲ୍ଲନ୍‌ ଓ ତାଙ୍କ ସହକର୍ମୀମାନେ କୁହନ୍ତି । ଯେଉଁଠାରେ କାର୍ଯ୍ୟକ୍ରମ ହେବାପାଇଁ ସ୍ଥିର ହୋଇଛି, ସେଠାରେ ସାମଗ୍ରୀ ଭରା ଟ୍ରକ୍‌ ପହଞ୍ଚିଲା ପରେ, ଶ୍ରମିକମାନେ କାଠ ପଟା, ଧାତୁ ଫ୍ରେମ୍‌ ଓ ଲାଇଟ୍‌ ଓ ସାଉଣ୍ଡ ପାଇଁ ଆବଶ୍ୟକ ବୈଦ୍ୟୁତିକ ଉପକରଣମାନ ଓହ୍ଲେଇବାକୁ ଆରମ୍ଭ କରନ୍ତି। ଗୋଟିଏ ସରଣୀ ଧାତୁରେ ସେମାନେ ମଞ୍ଚ ନିର୍ମାଣ କରିବା ଆରମ୍ଭ କରନ୍ତି, ଯାହା ଉପରେ କାଠ ପଟାଗୁଡିକ ଲଗାଯାଏ । ତାପରେ ସେମାନେ ଫ୍ରେମ୍‌ ଲଗାନ୍ତି ଯାହା ମଞ୍ଚର ଛାତ ଓ ବୈଦ୍ୟୁତିକ ଉପକରଣର ଭାର ସମ୍ଭାଳିଥାଏ । ବାଦ୍ୟ ସରଞ୍ଜାମ ଓ ୧୫-୨୦ଲୋକଙ୍କ ଭାର ସମ୍ଭାଳିବା ଭଳି ମଞ୍ଚ ଯଥେଷ୍ଟ ମଜ୍‌ଭୁତ ହେବା ଆବଶ୍ୟକ । ବେଳେବେଳେ ମୋଟର୍‌ ସାଇକେଲ୍‌‌ ବା ଘୋଡା ମଧ୍ୟ ନାଟକର ଅଂଶ ହୋଇଥାନ୍ତି ଓ ଏହି ଅତିରିକ୍ତ ଭାର ସମ୍ଭାଳିବା ପାଇଁ ମଞ୍ଚ ମଜ୍‌ବୁତ୍‌ ହେବା ଆବଶ୍ୟକ । 
Top left-Labourers from Aumau village, Lucknow district, UP carry planks for the tamasha stage on 4 May 2018 in Karavadi village, Satara district, in western Maharashtra. 

Top right-Lallan Paswan from Aumau village, Lucknow district, UP playfully carries one of his friends while working on tents, on 4 May 2018 in Karavadi village, Satara district, in western Maharashtra. 

Bottom left- Aravind Kumar carries speakers on 4 May 2018 in Karavadi village, Satara district, in western Maharashtra. 

Bottom right- Shreeram Paswan, a labourer from Aumau village, Lucknow district, UP, during stage building time on 4 May 2018 in Karavadi village, Satara district, in western Maharashtra
PHOTO • Shatakshi Gawade

ଶୀର୍ଷରେ ବାମ : ଲକ୍ଷ୍ନୌର ଅମାଉ ଗ୍ରାମରେ ଶ୍ରମିକମାନେ କରାବଡି ଗ୍ରାମରେ ମଞ୍ଚର କାଠ ପଟା ଧରିଥିବା ବେଳେଶୀର୍ଷରେ ଡାହାଣ : ଲଲ୍ଲନ୍‌ ପାସ୍‌ୱାନ୍‌ ,ଦଳର ମ୍ୟାନେଜର୍’, ଉତ୍‌ଫୁଲ୍ଲିତ ହୋଇ ନିଜ ବନ୍ଧୁଙ୍କୁ ଧରିଛନ୍ତି । ନିମ୍ନରେ ବାମ: ଅରବିନ୍ଦ କୁମାର ସେହି ସନ୍ଧ୍ୟାର କାର୍ଯ୍ୟକ୍ରମ ପାଇଁ ସ୍ପିକର୍‌ ଧରିଛନ୍ତି, ନିମ୍ନରେ ଡାହାଣ: ଶ୍ରୀରାମ ପାଶ୍‌ୱାନ୍‌, କରାବଡିରେ ମଞ୍ଚ ନିର୍ମାଣ କରୁଥିବା ବେଳେ

 “ମଞ୍ଚ ନିର୍ମାଣ କରୁଥିବା ସମ୍ପୁର୍ଣ୍ଣ ଦଳ ତାମ୍‌ସା ସରିବା ପର୍ଯ୍ୟନ୍ତ ରାତି ଅନିଦ୍ରା ରହିବା ପାଇଁ ମାଲିକମାନେ ଦାବି କରୁଛନ୍ତି ବୋଲି’’ ଲଲ୍ଲନ୍‌ କୁହନ୍ତି, ଯିଏ ଟେଣ୍ଟ ତିଆରି କରୁଥିବା ସମସ୍ତ ଆଠଜଣ ଶ୍ରମିକଙ୍କ ଦାୟିତ୍ୱ ବହନ କରିଛନ୍ତି । “କିନ୍ତୁ ମାଲିକ ଆମର କାମ ଯାଞ୍ଚ କରନ୍ତିନି ବା ଏଥିରେ ହସ୍ତକ୍ଷେପ କରନ୍ତି ନାହିଁ [ଆମ କାମରେ], ସେ ଆମକୁ କେବଳ ମୌଳିକ ନିର୍ଦ୍ଦେଶ ଦେଇଥାନ୍ତି । ଏହି କାମ ହେଉଛି ସମ୍ପୂର୍ଣ୍ଣ ଭାବେ ଆମର ଦାୟିତ୍ୱ ଓ ଆମେ ଏହାର  ଯତ୍ନ ନେଉ, ସେ ଗର୍ବର ସହିତ କୁହନ୍ତି ।’’

ଚାରିଜଣ ଲୋକ ମଞ୍ଚ ପାଖରେ ଧାତୁ ମଞ୍ଚ ତିଆରି କରିବା କାମ କରନ୍ତି ଯାହା ଦର୍ଶକମାନଙ୍କୁ ଦୂରେଇ ରଖେ। କାର୍ଯ୍ୟକ୍ରମ ପାଇଁ ଟିକେଟ୍‌ର ବ୍ୟବସ୍ଥା ହୋଇଥିଲେ, ଅତିରିକ୍ତ ୧୦-୧୨ ଜଣ ବ୍ୟକ୍ତି ଏକ ବଡ ଟେଣ୍ଟ ତିଆରି କରିଥାନ୍ତି ଯାହାମଧ୍ୟରେ ମଞ୍ଚ ରହିଥାଏ ଓ ସେମାନେ ଟେଣ୍ଟ ପର୍ଯ୍ୟନ୍ତ ଗେଟ୍‌ ମଧ୍ୟ ନିର୍ମାଣ କରିଥାନ୍ତି। ଜଣେ ଶ୍ରମିକ ଜେନେରେଟର୍‌ର ଯତ୍ନ ନିଅନ୍ତି, ଯାହା ଗ୍ରାମୀଣ ମହାରାଷ୍ଟ୍ରରେ ବାରମ୍ବାର ବିଦ୍ୟୁତ୍‌କାଟ୍‌ ହେଉଥିବାରୁ କାର୍ଯ୍ୟକ୍ରମ ପାଇଁ ଅପରିହାର୍ଯ୍ୟ ଅଟେ ।

ଶ୍ରମିକମାନେ ଦଳକୁ ସୁରକ୍ଷା ଯୋଗାଇବାରେ ମଧ୍ୟ ସାହାଯ୍ୟ କରିଥାନ୍ତି । ସନ୍ତରାମ ରାୱତ୍‌, ୨୦, ଯିଏ ମଧ୍ୟ ଅମାଉ ଗ୍ରାମରୁ ଆସିଛନ୍ତି, ସେ ଜେନେରେଟର୍‌ ଦାୟିତ୍ୱରେ ଅଛନ୍ତି। ସେ ମଧ୍ୟ ଦର୍ଶକ ବିଶୃଙ୍ଖଳିତ ହେଲେ ସେମାନଙ୍କ ପରିଚାଳନା ପାଇଁ ଶକ୍ତି ପ୍ରୟୋଗ କରିଥାନ୍ତି । “ଯେତେବେଳେ ଲୋକମାନେ ରାହୁତି (ମହିଳା କଳାକାରମାନଙ୍କ ଟେଣ୍ଟ) ଭିତରକୁ ପ୍ରବେଶ କରିବା ପାଇଁ ବା ତାହା ଚିରିବାକୁ ଚେଷ୍ଟା କରନ୍ତି, ସେତେବଳେ ଆମେ ସେମାନଙ୍କୁ ଭଦ୍ର ବ୍ୟବହାର କରିବା ପାଇଁ ପ୍ରାର୍ଥନା କରିଥାଉ । ସେମାନେ ଏପରି କରିବା ଅନୁଚିତ ବୋଲି ଆମେ ସେମାନଙ୍କୁ ବୁଝେଇ ଥାଉ” ବୋଲି କୁହନ୍ତି ସନ୍ତରାମ, ଯିଏ ଗତ ପାଞ୍ଚ ବର୍ଷ ହେବ କାର୍ଯ୍ୟକ୍ରମ ଚାଲିବା ବେଳେ ଦଳ ସହିତ ରହିଆସୁଛନ୍ତି । “ଯଦି କୌଣସି ମଦୁଆ ବ୍ୟକ୍ତି ଦେଖାଯାନ୍ତି, ତେବେ ଆମେ ତାଙ୍କୁ ୨-୩ ଥର ପ୍ରହାର କରୁ ଓ ତାଙ୍କୁ ସେହି ସ୍ଥାନ ଛାଡି ଚାଲିଯିବାକୁ ବାଧ୍ୟ କରୁ।’’

Santram Rawat teaches Aravind Kumar about sound equipment on 4 May 2018 in Karavadi village, Satara district, in western Maharashtra. Both are from Aumau village, Lucknow district, UP
PHOTO • Shatakshi Gawade

ସନ୍ତରାମ ରାୱତ୍‌ (ବାମ),  ଅରବିନ୍ଦ କୁମାରଙ୍କୁ ଶଦ୍ଦ ଉପକରଣ ବିଷୟରେ ଉପଦେଶ ଦେଉଥିବା ବେଳେ, ଉଭୟ ୟୁପିର ଉମାଉ ଗ୍ରାମର

ଶ୍ରମିକମାନେ ବିଶ୍ରାମ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ । କାର୍ଯ୍ୟକ୍ରମ ପ୍ରାୟ ରାତି ୧୦ଟାରୁ ୧୧ଟା ମଧ୍ୟରେ ଆରମ୍ଭ ହୁଏ ଓ ପ୍ରାୟ ଭୋର୍‌ ୩ଘ ସମୟରେ ବା ବେଳେବେଳେ ଭୋର୍‌ ୫ଟାରେ ସରିବାପରେ ସେମାନଙ୍କୁ ଦ୍ରୁତଗତିରେ ମଞ୍ଚ, ଟେଣ୍ଟ ଓ ଉପକରଣମାନ ପ୍ୟାକ୍‌ କରିବାକୁ ହୋଇଥାଏ। ଯେତେବେଳେ କାର୍ଯ୍ୟକ୍ରମ ଦେଖିବା ପାଇଁ ଟିକେଟ୍‌ ବ୍ୟବସ୍ଥା ରହିଥାଏ (ଯେତେବେଳେ ଗ୍ରାମଦ୍ୱାରା ଅଗ୍ରୀମ ଭାବେ ଭାରାର୍ପଣ କରାଯାଇ ନଥାଏ, ସେତେବେଳେ ଏହା ଜନସାଧାରଣଙ୍କ ପାଇଁ ନିଃଶୁଳ୍କ ହୋଇଥାଏ), ସେତେବେଳେ ସେମାନଙ୍କୁ ଟିକେଟ୍‌ ବିକ୍ରୟ କେନ୍ଦ୍ରର ଟେଣ୍ଟ ଉଠାଇବା କାମ ମଧ୍ୟ କରିବାକୁ ହୋଇଥାଏ । ଦଳରେ ଥିବା ସମସ୍ତ ଜିନିଷ ଥରେ ଟ୍ରକ୍‌ରେ ଲୋଡ୍‌ ହୋଇଗଲା ପରେ,  ଶ୍ରମିକମାନେ ସେଥିରେ ଥିବା ସଂକୀର୍ଣ୍ଣ ସ୍ଥାନକୁ ଉଠି ଯାଆନ୍ତି ଓ  ସେଠାରେ ଶୋଇବାକୁ ଚେଷ୍ଟା କରନ୍ତି । କଳାକାରମାନଙ୍କୁ ନେବାଆଣିବା କରୁଥିବା ବସ୍‌ ସହିତ ଟ୍ରକ୍‌ଗୁଡିକ ସମ୍ପୁର୍ଣ୍ଣ ଦଳକୁ ପରବର୍ତ୍ତୀ ଗ୍ରାମକୁ ସ୍ଥାନାନ୍ତରିତ କରିଥାନ୍ତି । ଦ୍ୱିପହର ସୁଦ୍ଧା ସେଠାରେ ପହଞ୍ଚିଗଲା ପରେ, ଶ୍ରମିକମାନେ ସେଠାରେ କଳାକାରମାନଙ୍କ ବିଶ୍ରାମ ପାଇଁ ଓ ପୋଷାକ ବଦଳାଇବା ପାଇଁ ଟେଣ୍ଟ ପକାନ୍ତି । ତାପରେ ସେମାନେ କିଛି ସମୟ ପାଇଁ ଶୋଇ ପଡନ୍ତି ବା ଗାଧେଇ ପଡନ୍ତି ବା ଖାଆନ୍ତି  ଓ ତାପରେ, ପୁଣି ଥରେ, ପ୍ରାୟ ସନ୍ଧ୍ୟା ୪ଟା ବେଳକୁ, ସେମାନେ ମଞ୍ଚ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦିଅନ୍ତି ।

ସେମାନେ ଅହରହ ବୁଲୁଥିବା ବେଳେ, ଖାଦ୍ୟ ମଧ୍ୟ ଏକ ସମସ୍ୟା ଅଟେ । “କୌଣସି ବାଳକ (ଶ୍ରମିକମାନେ) ଏହି ଖାଦ୍ୟ ପସନ୍ଦ କରନ୍ତି ନାହିଁ । ଘରେ ଆମେ ଗହମ ଅଟାରୁ ପ୍ରସ୍ତୁତ ରୁଟି ଓ ଭାତ ଖାଉ । ଏଠାରେ ଆମକୁ ଭାକ୍ରି (ଜଅ ବା ବାଜରାରୁ ପ୍ରସ୍ତୁତ) ଖାଇବାକୁ ହୋଇଥାଏ, ବୋଲି କୁହନ୍ତି” ସନ୍ତରାମ । “ସବୁଠାରୁ କଷ୍ଟଦାୟକ କଥା ହେଉଛି ସବୁଥିରେ ଚଣା ଓ ନଡିଆ ପୂର ଭର୍ତ୍ତି କରାଯାଇଥାଏ” ବୋଲି ଲଲ୍ଲନ୍‌ ମଧ୍ୟ କୁହନ୍ତି, ଏକଥାକୁ ଅନ୍ୟମାନେ ମୁଣ୍ଡହଲାଇ ସମର୍ଥନ ଜଣାନ୍ତି । ଆମେ ଆମର ଖାଦ୍ୟରେ ଏଦୁଇଟିରୁ କୌଣସି ଗୋଟିଏ ବ୍ୟବହାର କରୁନାହୁଁ । କିନ୍ତୁ ଆମେ ଦୋଷ ଦେଖେଇ ପାରିବୁନାହିଁ, ଆମେ ଖାଇବାକୁ ବାଧ୍ୟ ।’’

ଖାଇବା ସମୟରେ ମଧ୍ୟ ବହୁତ ପାର୍ଥକ୍ୟ ରହିଛି । “ବେଳେବେଳେ ଆମକୁ ସକାଳ ୧୦ଘଣ୍ଟା ସମୟରେ ଖାଇବାକୁ ମିଳେ, ବେଳେବେଳେ ଓପରବେଳା ୩ଟା ସମୟରେ ଖାଇବାକୁ ମିଳିଥାଏ। ଖାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନାହିଁ । ଋତୁ ଶେଷ ହେବା ବେଳକୁ ଆମ ଶରୀର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥାଏ” ବୋଲି ଲଲ୍ଲନ୍‌ କୁହନ୍ତି । "ଠିକ୍‌ ସମୟରେ ଆମକୁ ଖାଦ୍ୟ ମିଳିଗଲେ ଆମେ ଖାଇଦେଉ, ନଥିଲେ ଖାଲି ପେଟରେ ଆମକୁ ସବୁ ଜିନିଷ ଖୋଲି ପ୍ୟାକ୍‌ କରିବାକୁ ହୋଇଥାଏ” ବୋଲି କୁହନ୍ତି ସର୍ବେଶ,୧୮, ଲଲ୍ଲନ୍‌ର ଛୋଟ ଭାଇ ।

ଏହି ସମସ୍ତ ଅସୁବିଧା ସତ୍ତ୍ୱେ, ସ୍ଥାୟୀ ଚାକିରୀ ଓ ଉପାର୍ଜନ ପାଇଁ ଶ୍ରମିକମାନେ ତାମସାରେ କାମ କରିବାକୁ ପସନ୍ଦ କରନ୍ତି । ସେମାନେ ଦଳ ସହିତ ରହି ମାସିକ ୯,୦୦୦ – ୧୦,୦୦୦ ଟଙ୍କା ହାରରେ, ଆଠ ମାସ ପର୍ଯ୍ୟନ୍ତ ଟଙ୍କା ପାଇଥାନ୍ତି ଯଦିଓ ନୂଆ ଚାକିରି ପାଇଥିବା ଅନଭ୍ୟସ୍ତମାନେ ମାତ୍ର ୫,୦୦୦ଟଙ୍କା ପାଇଥାନ୍ତି ।

Sarvesh Paswan from Aumau village, Lucknow district, UP works on the stage on 4 May 2018 in Karavadi village, Satara district, in western Maharashtra
PHOTO • Shatakshi Gawade

ଦଳର ୨୪-ଘଣ୍ଟିଆ କାର୍ଯ୍ୟ ଚକ୍ରରେ ସର୍ବେଶ ପାଶୱାନ୍‌ ମଧ୍ୟ କାରାବଡି ଗ୍ରାମରେ ମଞ୍ଚ ତିଆରି କରିବା ଓ ଭାଙ୍ଗିବା ସମୟରେ  ସାହାଯ୍ୟ କରିଥାନ୍ତି

ସବୁବେଳେ ପରିବାରଠାରୁ ଆର୍ଥିକ ଅଭାବ ବିଷୟରେ ଶୁଣିଶୁଣି ଶେଷରେ ସର୍ବେଶ ୧୧ଶ ଶ୍ରେଣୀରେ ପଢୁଥିବା ବେଳେ ପାଠପଢା ଛାଡି ଦେଇଥିଲେ । “ମୁଁ ଭାବିଲି ଯେ ସମସ୍ତଙ୍କୁ ମାଗିବା ଆପେକ୍ଷା ମୁଁ ନିଜ ପାଇଁ ନିଜେ ଟଙ୍କା ଉପାର୍ଜନ କରିବା ଉଚିତ,” ସେ କହିଲେ। ତାଙ୍କର ବାପା ମଧ୍ୟ ଦଳ ସହିତ ଜଣେ ଶ୍ରମିକ ଭାବେ କାମ କରନ୍ତି ଓ ତାଙ୍କର ଛୋଟ ଭାଇ ମଧ୍ୟ ସେଠାରେ ସହାୟକ ଭାବେ କାମ କରନ୍ତି । ସମସ୍ତ ପ୍ରକାରର ବ୍ୟୟ କରିସାରିବା ପରେ, ଆଠମାସ ପରେ ପୂରା ପରିବାର ୧.୫ ରୁ ୨ ଲକ୍ଷ ଟଙ୍କା ନେଇ ଘରକୁ ଫେରନ୍ତି । ଏହି ବର୍ଷ ତାମ୍‌ସାରୁ ଉପାର୍ଜନ ହୋଇଥିବା ଟଙ୍କା ଲଲ୍ଲନ୍‌ର ବାହାଘର ପାଇଁ ଓ ସେମାନଙ୍କ ଘରର ପୁନଃନିର୍ମାଣରେ ବ୍ୟବହାର ହେବ । 

ପ୍ରତ୍ୟେକ ଶ୍ରମିକ ନିଜର ଖର୍ଚ୍ଚ ପାଇଁ ପ୍ରତିଦିନ ୫୦ଟଙ୍କା ପାଇଥାନ୍ତି । ଏହି ଟଙ୍କା ସେମାନଙ୍କ ମାସିକ ଦରମାରୁ କଟିଥାଏ । ଏହାର ଅଧିକାଂଶ ଭାଗ ଅତିରିକ୍ତ କିଛି ଖାଇବାରେ ଖର୍ଚ୍ଚ ହୋଇଥାଏ (ଦଳର ଅଂଶ ହୋଇଥିବାରୁ ସେମାନେ ଦିନକୁ ଦୁଇଥର ଖାଇବାକୁ ପାଇବା ପରେ)। କେତେଜଣ ଏହି ଅନୁକମ୍ପା ରାଶିକୁ ଟବାକୋ ବା ମଦ ପାଇଁ ମଧ୍ୟ ଖର୍ଚ୍ଚ କରିଥାନ୍ତି । “ମୁଁ ମଦ୍ୟପାନ କରେନାହିଁ, ଯେଉଁମାନେ ପିଅନ୍ତି ୫-୬ ଜଣ ଲୋକ ଏଠାରେ ଅଛନ୍ତି ବୋଲି ଲଲ୍ଲନ୍ କୁହନ୍ତି। ତାଙ୍କର ବାପା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ସେମାନଙ୍କ ମଧ୍ୟରୁ କେତେଜଣ ଗଞ୍ଜେଇ ସେବନ କରନ୍ତି । “ଆମେ ଆମ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା ନକରିବା ଆଗରୁ ଏହି ଲୋକମାନେ ଗଞ୍ଜେଇର ସନ୍ଧାନ ପାଇଯାଆନ୍ତି । 

ଶ୍ରମିକମାନେ ତାମ୍‌ସା ଦଳରେ ବାରମ୍ବାର ସାମିଲ୍‌ ହେବା କାରଣ ହେଉଛି ସେମାନଙ୍କୁ ଯାତ୍ରା କରିବା ପାଇଁ ମିଳୁଥିବା ସୁଯୋଗ । “ଆମେ ପ୍ରତିଦିନ ଏକ ନୂଆ ସ୍ଥାନକୁ ଯାଇଥାଉ, ଏଣୁ ଆମେ ଏକ ନୂଆ ଗ୍ରାମ ବିଷୟରେ ଜାଣିବାକୁ ପାଉ । ଆମେ ଯଦି ଗୋଟିଏ ସ୍ଥାନରେ ରହୁଥାନ୍ତୁ, ତେବେ ଆମେ ବୋର୍‌ ହୋଇଯାଆନ୍ତୁ,” ଲଲ୍ଲନ୍‌ କୁହନ୍ତି । 

Top left-Labourer Shreeram Paswan watches the tamasha on 11 May 2017 in Gogolwadi village in Pune district in Maharashtra. He is a part of the group of 30 men from Aumau village, Lucknow district, UP. 

Top right-Wireman Suraj Kumar watches the tamasha on 11 May 2017 in Gogolwadi village in Pune district in Maharashtra. 

Bottom left- Some labourers like Anil Pawra (extreme left) also double up as backup singers and dancers in the tamasha. Photo shot on 15 May 2017 in Savlaj village, Sangli district in Maharashtra. 

Bottom right- Labourers hold on to the plank that for a dancer’s performance during the tamasha on 3 May 2018 in Savindne village in Pune district, in western Maharashtra
PHOTO • Shatakshi Gawade

ଶୀର୍ଷ ବାମ : ଶ୍ରୀରାମ ପାସ୍‌ୱାନ୍‌, ଉମାଉ ଗ୍ରାମର ଜଣେ ଶ୍ରମିକ, ପୁନେ ଜିଲ୍ଲାର ଗୋଗାଲ୍‌ୱାଡି ଗ୍ରାମରେ ତାମ୍‌ସା ଦେଖୁଛନ୍ତି । ଶୀର୍ଷ ଡାହାଣ : ୱାଇର୍‌ ମ୍ୟାନ୍‌ ସୂରଜ୍‌ କୁମାର ଗୋଗଲ୍‌ୱାଡିରେ କାର୍ଯ୍ୟକ୍ରମ ଦେଖୁଛନ୍ତି । ନିମ୍ନ ବାମ : କେତେକ ଶ୍ରମିକ ଯେପରିକି ଅନିଲ୍‌ ପଅରା (ସମ୍ପୂର୍ଣ୍ଣ ବାମ), ଉଭୟ ବ୍ୟାକ୍‌ଅପ୍‌ ଗାୟିକା ଓ ନର୍ତ୍ତକ ଭାବେ ତାମ୍‌ସାରେ କାମକରନ୍ତି (ଏହି ଫଟୋଗ୍ରାଫ୍‌ ସାଙ୍ଗଲି  ଜିଲ୍ଲାର ସାଭ୍‌ଲାଜ୍‌ ଗ୍ରାମରେ ନିଆଯାଇଥିଲା)। ନିମ୍ନ ଡାହାଣ : ମଇ ୨୦୧୮ରେ ପୁନେ ଜିଲ୍ଲା ଅନ୍ତର୍ଗତ ଶାବିନ୍ଦାନେ ଗ୍ରାମରେ ଶ୍ରମିକମାନେ ଜଣେ ନାଚବାଲାକୁ ସାହାରା ଦେଇଥିବା କାଠପଟାକୁ ଧରି ରଖିଛନ୍ତି ।

କିନ୍ତୁ ଅଧିକାଂଶ ଶ୍ରମିକମାନେ ସେମାନେ ତାମ୍‌ସାରେ କାମ କରୁଥିବା କଥା ନିଜ ପରିବାରଙ୍କୁ ଜଣାନ୍ତି ନାହିଁ । “ଆମେ ଗ୍ରାମରେ ଲୋକମାନଙ୍କୁ ଏହା କହୁ ଯେ ଆମେମାନେ ଏକ ଅର୍କେଷ୍ଟ୍ରା ବା ଡିଜେ କମ୍ପାନି ସହିତ କାମ କରୁଛୁ ଯେଉଁଥିରେ ନାଚ ମଧ୍ୟ ହୋଇଥାଏ । ସେମାନେ ତାମ୍‌ସାରେ କାମ କରିବାକୁ ଅରୁଚିକର ମନେ କରିଥାନ୍ତି,’’ ବୋଲି ଲଲ୍ଲନ୍‌ କୁହନ୍ତି । ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳଗୁଡିକରେ ହେଉଥିବା ଏଭଳି ଏକ କାର୍ଯ୍ୟକ୍ରମ ଯାହାକୁ ‘ନୌଟଙ୍କି’ କୁହାଯାଏ, ସେଥିର ନାଚିବାଲି/ ନାଚବାଲାଙ୍କ କୁଖ୍ୟାତି ପାଇଁ ସେମାନେ ସେଥିରେ କାମ କରନ୍ତି ନାହିଁ, ବୋଲି ଲଲ୍ଲନ୍‌ କୁହନ୍ତି । ତେବେ ‘‘ୟୁପିର ବିପରୀତ, ଏଠାର ଲୋକମାନେ ଏହାକୁ ସମ୍ମାନ କରନ୍ତି’’।

ମଇ ମାସରେ ତାମ୍‌ସା ଋତୁ ସରିଗଲା ପରେ, ସମସ୍ତ ଶ୍ରମିକ ତାଙ୍କର ଗ୍ରାମ ଉମାୟୁକୁ ଆମ୍ବ ଋତୁ ପାଇଁ ଫେରି ଆସନ୍ତି । ଏହି ଅଞ୍ଚଳରୁ ଆମ୍ବ ସାରା ଭାରତକୁ ପଠାଯାଏ ଓ ବାହାର ଦେଶମାନଙ୍କୁ ମଧ୍ୟ ରପ୍ତାନୀ କରାଯାଏ, ସର୍ବେଶ ଗର୍ବର ସହିତ କୁହନ୍ତି । ଆମର ବଗିଚାରେ ସାତ ପ୍ରକାରର ଆମ୍ବ ଫଳେ ବୋଲି କୁହନ୍ତି ସନ୍ତରାମ ।

ଏହା ମଧ୍ୟ ହେଉଛି ସେମାନଙ୍କ ବିଶ୍ରାମ ଓ ଆରୋଗ୍ୟ ଲାଭ କରିବା ସମୟ । “ଆମେ ଏଠାରୁ ଗଲା ପରେ ଆମକୁ ବିଶ୍ରାମ ଆବଶ୍ୟକ। ଗ୍ରାମକୁ ଫେରି  ଦୁଇ ମାସ ରହିବା ପରେ ଆମେ ପୁଣି ସୁସ୍ଥ ହୋଇଯାଉ । ଆମେ ଆମ୍ବ ଖାଉ, ବେଶୀ କାମ କରୁନାହୁଁ। ଖାଅ –ଶୁଅ ‘‘,–ବୁଲ-ବାରମ୍ବାର ଏଭଳି କର କୁହନ୍ତି ଲଲ୍ଲନ୍‌ ।

ଦଳର ଅନ୍ୟ ସମସ୍ତ ଲୋକଙ୍କ ଭଳି ଲଲ୍ଲନ ଓ ସର୍ବେଶଙ୍କ ପରିବାର ପାଖରେ ନିଜର ଜମି ଅଛି, ଯେଉଁଠାରେ ସେମାନେ ନିଜେ ଖାଇବା ପାଇଁ ଗହମ ଚାଷ କରିଥାନ୍ତି ଓ ବଜାର ପାଇଁ ଆମ୍ବ ଫଳ । “ଆମ ପାଖରେ ତାମ୍‌ସା ପଡିଆ ସମାନ ଆକାରର ଭୂମି ଅଛି। ତାହା ପ୍ରାୟ ଏକ ଏକର୍‌ ହେବ’’, ବୋଲି ଲଲ୍ଲନ୍‌ କୁହନ୍ତି । ସେମାନଙ୍କ ବାପାଙ୍କ ଭାଇ ସେହି ଜମି ଚାଷ କରନ୍ତି, ଯେଉଁଥିରୁ ସେମାନେ ତାଙ୍କ ଭାଗ ପାଇଥାନ୍ତି, ପ୍ରତିବର୍ଷ ପ୍ରାୟ ୬୦-୭୦,୦୦୦ ଟଙ୍କା । ଶର୍ବେଶ ଓ ଲଲ୍ଲନ୍‌ ପ୍ରତିଦିନ କିଛି ଘଣ୍ଟା ଆମ୍ବ ଗୋଟାନ୍ତି, ସେଗୁଡିକୁ ମଣ୍ଡିକୁ ପଠାନ୍ତି ଓ ବିଶ୍ରାମ କରିବାକୁ ଚାଲିଯାଆନ୍ତି । 

The generator that powers the tamasha lights and sound. Photo shot on 15 May 2017 in Savlaj village, Sangli district in Maharashtra
PHOTO • Shatakshi Gawade
Labourers take rest while the tamasha is performed on 11 May 2017 in Gogolwadi village in Pune district in Maharashtra
PHOTO • Shatakshi Gawade

ଶ୍ରମିକମାନେ ତାମ୍‌ସାରେ ଆଲୋକ ଓ ଶବ୍ଦ ମଧ୍ୟ ସମ୍ଭାଳିଥାନ୍ତି :ଏହି କ୍ଷେତ୍ରରେ, ସାଙ୍ଗଲି ଜିଲ୍ଲାର ସାଭ୍‌ଲାଜ୍‌ ଗ୍ରାମ

 “ଏହି ଭୂମିରୁ ଆମେ ଆମ ପାଇଁ ଆବଶ୍ୟକ ବାର୍ଷିକ ଆୟ ଉପାର୍ଜନ କରିଥାଉ । କିନ୍ତୁ ଆମେ ଯଦି ଗ୍ରାମରେ ରହିଯିବୁ, ତେବେ ପ୍ରତିଦିନ ଖର୍ଚ୍ଚରେ ଆମର ସବୁ ଅର୍ଜନ ସରିଯିବ। ଏଠାରେ ଆମେ ଆମର ଉପାର୍ଜନକୁ ଏକାଥରକେ ପାଇଥାଉ, ତେଣୁ ଏହାକୁ ଖର୍ଚ୍ଚ କିରିବା ପାଇଁ ଆମ ପାଖରେ କୌଣସି ସୁଯୋଗ ନାହିଁ । ଏହି ଅର୍ଥରେ ଆମେ ଆମର ଘର ନିର୍ମାଣ କରିପାରିବୁ, ବାହାଘର ଖର୍ଚ୍ଚ ବହନ କରିପାରିବ…” ଲଲ୍ଲନ୍‌ ବର୍ଣ୍ଣନା କରନ୍ତି ।

ସେ ନିଜ ଗ୍ରାମରେ ଥିବାବେଳେ ବେଳେବେଳେ ଛୋଟ ମୋଟ କାମ କରିଥାନ୍ତି । ତାଙ୍କ ପାଇଁ ରହିଥିବା ବିକଳ୍ପମାନ ହେଉଛି – ଲକ୍ଷ୍ନୌରେ ଦିନ ମଜୁରିଆ ଭାବେ କାମ କରିବା, ଗ୍ରାମରେ କୃଷି ଶ୍ରମିକ ଭାବେ କାମ କରିବା ବା ଏମ୍‌ଏନ୍‌ଆର୍‌ଇଜିଏ କାମ କରିବା – ଯେଉଁଥିରୁ ସେମାନଙ୍କୁ ଦୈନିକ ୨୦୦ଟଙ୍କା ମିଳିଥାଏ । କିନ୍ତୁ ପ୍ରତିଦିନ କାମ ମିଳେନାହିଁ । “ବେଳେବେଳେ, ଆମକୁ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାମ ପାଇଁ ଜଗିବାକୁ ପଡେ-’’ ସେ ହସିହସି କୁହନ୍ତି ।

କିନ୍ତୁ ଲଲ୍ଲନ୍‌ କୁହନ୍ତି ସେ ଆରବର୍ଷ ବାହା ହୋଇସାରିବା ପରେ  ଆଉ ତାମ୍‌ସା ଦଳକୁ ଫେରିବେ ନାହିଁ । ମୁଁ “ଗ୍ରାମରେ କିଛି କାମ ଖୋଜିକି କରିବି….ମୁଁ ସବୁ ପ୍ରକାରର କାମ କରିପାରିବି । ମୁଁ କପଡା ମଧ୍ୟ ସିଲେଇ କରିପାରିବି’’, ସେ କୁହନ୍ତି, ତାଙ୍କର ଭାବି ସ୍ତ୍ରୀ ଜଣେ ସିଲେଇ ବ୍ୟବସାୟ କରୁଥିବା ସ୍ତ୍ରୀ ଲୋକ ଓ ସ୍ନାତକ ଅଟନ୍ତି ।

ସନ୍ତରାମ, ଯେତେବେଳେ ଘରକୁ ଫେରିବେ, ସେତେବେଳେ ବାହାହେବେ, “ମୁଁ ଗ୍ରାମରେ ରହିବି । ମୁଁ ସେଠାରେ ଏକ ଦୋକାନ କରିବାକୁ ଯୋଜନା କରୁଛି, ଏହା ଏକ କିରାଣା ଦୋକାନ ହୋଇପାରେ । ମୁଁ ଏଠାକୁ ଚାଲି ଆସିଲେ, ମୋର ମା ଓ ସ୍ତ୍ରୀର କିଏ ଯତ୍ନ ନେବ? ମୁଁ ଅବିବାହିତ ଥିବାରୁ ଏଠାକୁ ଆସିପାରୁଛି ।’’

ଶର୍ବେଶ କୁହନ୍ତି, ସେ ମଧ୍ୟ ତାମ୍‌ସାଠାରୁ ଦୂରେଇ ରହିବେ ଓ ଏହା ପରିବର୍ତ୍ତେ ବଡ ସହରକୁ ଯିବେ, ଚଣ୍ଡିଗଡ ବା ମୁମ୍ବାଇ । “ମୋର ଏକମାତ୍ର ଆବଶ୍ୟକତା ହେଉଛି ଆହାର ଓ ନିଦ୍ରା। ଥରେ ଆମେ ଘର ଛାଡିବା ପରେ, ଆମେ ଯେ କୌଣସି ସ୍ଥାନରେ କାମ କରିବା ପାଇଁ ପ୍ରସ୍ତୁତ ଅଛୁ...’’। 

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Shatakshi Gawade

ଶତାକ୍ଷୀ ଗାୱଡେ ପୁନେର ଜଣେ ସ୍ୱାଧୀନ ସାମ୍ବାଦିକ। ସେ ପରିବେଶ, ଅଧିକାର ଓ ସଂସ୍କୃତି ଉପରେ ଲେଖନ୍ତି।

Other stories by Shatakshi Gawade