ଗତବର୍ଷ ଅକ୍ଟୋବର ମାସ ଶେଷ ବେଳକୁ ସାଞ୍ଜା ଗାଁର ଜିଲ୍ଲା ପରିଷଦ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ଶ୍ରେଣୀଗୃହରେ ଦୁଇଟି ପତଳା ଏଲଇଡି ଟେଲିଭିଜନ ସେଟ୍ ମାଉଣ୍ଟ୍ ହୋଇଥିଲା। ଗ୍ରାମପଞ୍ଚାୟତ ଶିକ୍ଷଣ ସାମଗ୍ରୀ ଭାବରେ ବ୍ୟବହାର କରିବା ପାଇଁ ଏହା ପଠାଇଥିଲା।

କିନ୍ତୁ ଏହି ଟିଭି ସେଟ୍‌ଗୁଡ଼ିକ କେବଳ କାନ୍ଥରେ ଝୁଲି ରହିଛି, ସେଗୁଡ଼ିକର ସ୍କ୍ରିନ୍‌ ଶୂନ୍ୟ ରହିଛି। ମାର୍ଚ୍ଚ ୨୦୧୭ରୁ ଏବେ ଦୁଇ ବର୍ଷ ପୂରିଗଲାଣି, ଏହି ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ।

ଶୀଲା କୁଲକର୍ଣ୍ଣି ମହାରାଷ୍ଟ୍ରର ଓସମାନବାଦ ଜିଲ୍ଲାର ବିଦ୍ୟାଳୟର ଅଧ୍ୟକ୍ଷ କହନ୍ତି ସେ କହନ୍ତି ‘‘ହସିବେ କି କାନ୍ଦିବେ ଜାଣିପାରୁନାହାନ୍ତି।’’ ‘‘ସରକାରଙ୍କ ପାଇଁ ଆସୁଥିବା ପାଣ୍ଠି ଯଥେଷ୍ଟ ନୁହେଁ ଆମ ବିଦ୍ୟାଳୟ (ଯେଉଁଥିରେ ଦୁଇଟି ଶ୍ରେଣୀରେ ମୋଟ ୪୦ ଛାତ୍ରଛାତ୍ରୀ ଅଛନ୍ତି) ପାଇଁ, ଆମେ ପାଉଛୁ ସ୍କୁଲ ରକ୍ଷଣାବେକ୍ଷଣ ଓ ପିଲାଙ୍କ ପାଇଁ ଟେସନାରୀ କିଣିବା ପାଇଁ ମାତ୍ର ୧୦,୦୦୦ ଟଙ୍କା। ବିଦ୍ୟୁତ୍‌ ଯୋଗାଣ ପୁନରୁଦ୍ଧାର ପାଇଁ ଆମକୁ ପ୍ରାୟ ୧୮,୦୦୦ ଟଙ୍କା ପୈଠ କରିବାକୁ ପଡ଼ିବ।’’

୨୦୧୨ ମସିହାରୁ ଏହି ସ୍କୁଲରେ ବିଦ୍ୟୁତ ସଙ୍କଟ ଲାଗିରହିଛି। ସେତେବେଳେ ମହାରାଷ୍ଟ୍ର ଜିଲ୍ଲା ବିଦ୍ୟୁତ୍ ବୋର୍ଡର ଜଣେ ଅଧିକାରୀ କହିଥିଲେ ଯେ ମହାରାଷ୍ଟ୍ରର ଜିଲ୍ଲା ପରିଷଦ (ଜେଡ୍‌ପି) ବିଦ୍ୟାଳୟଗୁଡ଼ିକୁ ଏକ ସରକାରୀ ରିଜୋଲ୍ୟୁସନ (ଜିଆର)ରେ ଘରୋଇ ଦର (କିଲୋୱାଟ୍ ଘଣ୍ଟା ପିଛା ୩.୩୬ ଟଙ୍କା ପରିବର୍ତ୍ତେ) ବ୍ୟାବସାୟିକ ଦରରେ (କିଲୋୱାଟ୍ ଘଣ୍ଟା ପିଛା ୫.୮୬ ଟଙ୍କା) ହିସାବରେ ଚାର୍ଜ କରାଯିବ।

ଏହା ଫଳରେ ବିଦ୍ୟାଳୟର ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇଲା। ୨୦୧୫ ମସିହା ବେଳକୁ ବିଦ୍ୟୁତ୍ ଯୋଗାଣ ଓସମାନବାଦ ଜିଲ୍ଲାର ୧୦୯୪ ଜିଲ୍ଲା ପରିଷଦ ବିଦ୍ୟାଳୟ ମଧ୍ୟରୁ ୮୨୨ରୁ କାଟି ଦିଆଯାଇଥିଲା, ଏହା କହିଛନ୍ତି ଓସମାନବାଦ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୋଲ୍‌ଟେ। କୋଲ୍‌ଟେ କହିଛନ୍ତି ୨୦୧୮ ଅକ୍ଟୋବର ବେଳକୁ ବିଦ୍ୟୁତ୍ ବକେୟା ୧ କୋଟି ଟଙ୍କା ଟପି ଯାଇଥିଲା ଏବଂ ଜିଲ୍ଲାର ୭୦ ପ୍ରତିଶତ ବିଦ୍ୟାଳୟ ଏବେ ବିଦ୍ୟୁତ୍ ଶକ୍ତି ବ୍ୟତୀତ ଚାଲୁଛି।
Rajabhau Gire (left) and Sheela Kulkarni at ZP school of Sanja
PHOTO • Parth M.N.
Saknewadi school where the teacher Samipata Dasfalkar turns on the TV
PHOTO • Parth M.N.

ବାମରେ: ସାଞ୍ଜାର ଜିଲ୍ଲା ପରିଷଦ ବିଦ୍ୟାଳୟର ଅଧ୍ୟକ୍ଷ ଶୀଲା କୁଲକର୍ଣ୍ଣି, ଓସମାନବାଦରେ ୩୦ଟି ଜେପି ବିଦ୍ୟାଳୟର ସୁପରଭାଇଜର ରାଜାଭାଉ ଗିରି ଏବଂ ଛାତ୍ରଛାତ୍ରୀ ଡାହାଣ: ଶିକ୍ଷକ ସମିପତ୍ତା ଦାସଫାଲ୍‌କର ଏବଂ ସାକେନୱାଡି ବିଦ୍ୟାଳୟର ଛାତ୍ରଛାତ୍ରୀ

ରାଜାଭାଉ ଗିରି, ଓସମାନବାଦରେ ୩୦ଟି ଜିଲ୍ଲାପରିଷଦର ସୁପରଭାଇଜର କହନ୍ତି ଯେ ପ୍ରାୟ ୩୦ ପ୍ରତିଶତ କିମ୍ବା ୩୨୦ଟି ବିଦ୍ୟାଳୟ - ୧୦୯୨ ବିଦ୍ୟାଳୟ ମଧ୍ୟରୁ ଏହି ଜିଲ୍ଲାରେ ସୌରଶକ୍ତି ବ୍ୟବହାର କରୁଛନ୍ତି। ପ୍ରତି ବିଦ୍ୟାଳୟରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚରେ ସୋଲାର ପ୍ୟାନେଲ୍‌ ସଂସ୍ଥାପନ କରାଯାଇଥିଲା; ଏଥିପାଇଁ ଅର୍ଥ ଜିଲ୍ଲା ପରିଷଦ ପାଣ୍ଠିରୁ ଓ ସାର୍ବଜନୀନ ଅନୁଦାନରୁ ସଂଗ୍ରହ କରାଯାଇଥିଲା।

ମହାରାଷ୍ଟ୍ରରେ ଅନ୍ୟ ଅଂଶରେ ବିଦ୍ୟାଳୟଗୁଡ଼ିକ ମଧ୍ୟ ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ସଂଘର୍ଷ କରୁଛନ୍ତି। ଔରଙ୍ଗାବାଦ ଜିଲ୍ଲାରେ ୨୧୯୦ଟି ଜିଲ୍ଲା ପରିଷଦ ବିଦ୍ୟାଳୟ ମଧ୍ୟରୁ ୧୬୧୭ଟି ବିଦ୍ୟାଳୟ ବିଦ୍ୟୁତ୍ ସଂଯୋଗ ବ୍ୟତୀତ ରହିଥିବା ଜଣାପଡ଼ିଛି (ଏଠାରେ ଫେବୃଆରୀ ମାସରେ ରିପୋର୍ଟ କରାଯିବା ସମୟରେ), ବାଧ୍ୟ ହୋଇ ଜିଲ୍ଲା ପରିଷଦ ବିଦ୍ୟାଳୟଗୁଡ଼ିକ ସୌରଶକ୍ତି ବିକଳ୍ପ ଗ୍ରହଣ କରିଛନ୍ତି।

ଜୁଲାଇ ୨୦୧୮ରେ ଜାତୀୟ କଂଗ୍ରେସ ଦଳର ବିଧାୟକ ଶଶିକାନ୍ତ ସିନ୍ଧେ ରାଜ୍ୟ ସଂସଦରେ କହିଥିଲେ ଯେ, ମହାରାଷ୍ଟ୍ରର ୧୩,୮୪୪ଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ନାହିଁ। ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କର ବିଶ୍ୱାସ ଏହା ଏକ ଆନୁମାନିକ ଆକଳନ।

ଏହି ଦାବିର ଉତ୍ତରରେ ଶିକ୍ଷା ମନ୍ତ୍ରୀ ବିନୋଦ ତାଓଡ଼େ ସଂସଦରେ ଘୋଷଣା କରିଥିଲେ ଯେ ରାଜ୍ୟ କମ୍‌ ମୂଲ୍ୟରେ ବିଦ୍ୟାଳୟଗୁଡ଼ିକୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରୁଛି। କିନ୍ତୁ ଏହି ଭିତ୍ତିଭୂମିରେ ବୋଧହୁଏ ଏହି ଯୋଜନା କାର୍ଯ୍ୟକାରୀ ହୋଇନାହିଁ।

ମହାରାଷ୍ଟ୍ରର ଜିଲ୍ଲା ପରିଷଦର ଅଧିକାଂଶ ଛାତ୍ରଛାତ୍ରୀ କୃଷକ ପରିବାର, ଆଦିବାସୀ ସମ୍ପ୍ରଦାୟ ଏବଂ ଅନ୍ୟ କମ୍‌ ଆୟ ବର୍ଗରୁ ଆସିଥାନ୍ତି। ଜିଲ୍ଲା ପରିଷଦଗୁଡ଼ିକ ହେଉଛନ୍ତି ଜିଲ୍ଲା ପରିଷଦ ଯେ କି ୧୯୬୧-୬୨ରେ ମହାରାଷ୍ଟ୍ରରେ ପ୍ରାଥମିକ ଶିକ୍ଷାର ଦାୟିତ୍ୱ ଗ୍ରହଣ କରିଥିଲା। କିନ୍ତୁ ରାଜ୍ୟ ସରକାର ଲଗାତର ଭାବରେ ଏହି ବିଦ୍ୟାଳୟଗୁଡ଼ିକୁ ଅବହେଳା କରିଚାଲିଛନ୍ତି ଏବଂ ଗରିବମାନଙ୍କ ପାଇଁ ଉଚ୍ଚ ମାନର ଶିକ୍ଷା ଏବେ ଅପହଞ୍ଚ ହୋଇଯାଇଛି।

Parvati Ghuge in the classroom at the Sanja ZP school
PHOTO • Parth M.N.
the gadget that magnifies the mobile screen
PHOTO • Parth M.N.

ଆମ୍ଭେମାନେ ଏହା କିଣିବା ପାଇଁ ଆମ ନିଜ ଟଙ୍କା ଖର୍ଚ୍ଚ କରିଛୁଏକ ଫୋନ୍ ସ୍କ୍ରିନ୍‌ରେ ଦିଶୁଥିବା ଏହି ଗ୍ୟାଜେଟ୍ ବିଷୟରେ କହିଲା ବେଳେ ଯେତେବେଳେ କି ଟିଭି ସ୍କ୍ରିନ୍‌ ବିଦ୍ୟୁତ୍‌ ଅଭାବରୁ ଶୂନ୍ୟ ରହିଥାଏ

ଏହି ତଥ୍ୟରୁ ଅବହେଳା ବିଷୟ ସୁସ୍ପଷ୍ଟ: ୨୦୦୮-୦୯ରେ ବିଦ୍ୟାଳୟରେ ଶିକ୍ଷା ପାଇଁ ନ୍ୟସ୍ତ କରାଯାଇଥିବା ପରିମାଣ ରାଜ୍ୟ ସରକାରଙ୍କର ମୋଟ୍ ଖର୍ଚ୍ଚର ପ୍ରାୟ ୧୮ ପ୍ରତିଶତ ଥିଲା। ୨୦୧୮-୧୯ରେ ଏହି ପରିମାଣ ହ୍ରାସ ପାଇ ୧୨.୬୮ ପ୍ରତିଶତରେ ପହଞ୍ଚିଛି ଯାହାକି କ୍ରମାଗତ ଭାବରେ ହ୍ରାସ ପାଉଥିବା ସୂଚାଇଛି। ମୁମ୍ବାଇ ଭିତ୍ତିକ ଏକ ସ୍ୱେଚ୍ଛାସେବୀ ସଂଗଠନ, ସମର୍ଥନ: ସେଣ୍ଟର ଫର୍ ବଜେଟ୍ ଷ୍ଟଡିଜ୍‌ର ସମୀକ୍ଷା ଅନୁଯାୟୀ ଗତ ୬ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କର ବଜେଟ୍‌ ସମ୍ପର୍କରେ କହନ୍ତି: ‘‘୨୦୦୦ରେ, ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଶିକ୍ଷା କ୍ଷେତ୍ରରେ ବ୍ୟୟ ରାଜ୍ୟର ଜିଏସ୍‌ଡିପିର ୭ ପ୍ରତିଶତ ହେବ ଏବଂ ଏହାର ୭୫ ପ୍ରତିଶତ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବ୍ୟବହାର କରାଯିବ।’’ କିନ୍ତୁ କାଗଜପତ୍ରରୁ ଜଣାପଡ଼ିଛି ଯେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ହାରାହାରି ନ୍ୟସ୍ତକରଣ ମାତ୍ର ୫୨.୪୬ ପ୍ରତିଶତ ରହିଛି ଏବଂ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ୨୦୦୭-୦୮ରୁ ଜିଏସ୍‌ଡିପିର ୨ ପ୍ରତିଶତରୁ କମ୍ ରହିଛି।

ଏହି ଅବହେଳା ଏବଂ ପାଣ୍ଠିର ଅଭାବ ହେଉଛି ପ୍ରକୃତ ଫଳାଫଳ। ୨୦୦୯-୧୦ ମସିହାରେ ରାଜ୍ୟବ୍ୟାପି ଜିଲ୍ଲା ପରିଷଦ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରେ ପ୍ରାୟ ୧.୧ ନିୟୁତ ଛାତ୍ରଛାତ୍ରୀ ଥିଲେ। ଆଠ ବର୍ଷ ପରେ, ୨୦୧୭ର ଶେଷ ବେଳକୁ ଏହି ସଂଖ୍ୟା ହ୍ରାସ ପାଇ ଅଷ୍ଟମ ଶ୍ରେଣୀରେ ମାତ୍ର ୧୨୩,୭୩୯ ଛାତ୍ରାଛାତ୍ରୀ ଥିଲେ ଯେତେବେଳେ କି ଏହା ମଧ୍ୟରେ ୮୯ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡ଼ିଛନ୍ତି। (ଏହି ସଂଖ୍ୟାଗୁଡ଼ିକ ସୂଚନା ଅଧିକାର ଆଇନ ବଳରେ ଜୁନ୍ ୨୦୧୮ରେ ମୁଁ ଫାଇଲ୍ କରିଥିବା ଏକ ପ୍ରଶ୍ନ ମାଧ୍ୟମରେ ପାଇଛି) (ବେଳେ ବେଳେ ସ୍କୁଲ ବୋଲି ଗୋଟିଏ ସ୍ଥାନ ନ ଥାଏ)

ଏହି ସମୟ ମଧ୍ୟରେ, ସାଞ୍ଜା ଜେପି ସ୍କୁଲ୍‌ ଛାତ୍ରଛାତ୍ରୀମାନେ ବନ୍ଦ ହୋଇଥିବା ଟିଭି ସ୍କ୍ରିନ୍‌କୁ ପଛ କରି ଶିକ୍ଷକ ପାର୍ବତୀ ଘୁଗେକୁ ମୁହଁ କରି ବସୁଛନ୍ତି। ସେ ସ୍ଥାନୀୟ ବଜାରରୁ ପ୍ରାୟ ୧,୦୦୦ ଟଙ୍କାରେ ଏକ ଗ୍ୟାଜେଟ୍ କିଣିଛନ୍ତି ଯାହାକି ମୋବାଇଲ୍ ଫୋନ୍ ସ୍କ୍ରିନ୍‌କୁ ମ୍ୟାଗ୍ନିଫାଏ କରୁଛି ବା ବଡ଼ କରି ଦେଖାଉଛି। ସିଲିଙ୍ଗ୍ ଫ୍ୟାନ୍‌ଗୁଡ଼ିକ ସ୍ଥିର ହୋଇଛି, ସମସ୍ତେ ଝାଳରେ ଗାଧୋଉଛନ୍ତି କିନ୍ତୁ ଛାତ୍ରଛାତ୍ରୀମାନେ ଧୈର୍ଯ୍ୟର ସହ ମୋବାଇଲ୍ ସ୍କ୍ରିନ୍‌ରେ ବାଜୁଥିବା ମରାଠା ସଙ୍ଗୀତ ଭିଡ଼ିଓକୁ ଧ୍ୟାନ ଦେଇ ଦେଖିବାକୁ ଚେଷ୍ଟା କରୁଛନ୍ତି। ଏହି ସ୍କ୍ରିନ୍‌ ମ୍ୟାଗ୍ନିଫାୟାର ବିଷୟରେ ଭୋଗେ କହନ୍ତି ‘‘ଏହା କିଣିବା ପାଇଁ ଆମେ ଆମ ନିଜ ଟଙ୍କା ଖର୍ଚ୍ଚ କରିଛୁ।

ପାଣ୍ଠିର ଅଭାବର ମୁକାବିଲା କରିବା ପାଇଁ ଅନ୍ୟ ଶିକ୍ଷକମାନେ ମଧ୍ୟ ନିଜ ପକେଟ୍‌ରୁ ପଇସା କାଢ଼ି ଦେଇଛନ୍ତି। ଓସମାନବାଦ ସହରରେ ଶିକ୍ଷକମାନେ ଜିଲ୍ଲା ପରିଷଦ ବିଦ୍ୟାଳୟର ବାଳିକାମାନଙ୍କ ପାଇଁ ଏକ ‘ଇ ଲର୍ନିଂ’ ରୁମ୍‌ ରହିଥିଲେ ମଧ୍ୟ ସେମାନଙ୍କୁ ସାଇବର କାଫେକୁ ନେଇଯିବାକୁ ବାଧ୍ୟ ହେଉଛନ୍ତି। ଏବେ ‘ଇ ଲର୍ନିଂ’ ରୁମ୍‌ ଭୂତ କୋଠୀ ପରି ପଡ଼ିଛି।

Bashir Tamboli pointing to projector that can't be used
PHOTO • Parth M.N.
Osmanabad ZP school computers
PHOTO • Parth M.N.

ପ୍ରୋଜେକ୍ଟର ଏବଂ କମ୍ପ୍ୟୁଟର ଧୂଳି ଖାଉଛି: ଓସମାନବାଦ ସହରରେ ଜିଲ୍ଲା ପରିଷଦ ବିଦ୍ୟାଳୟଗୁଡ଼ିକର ପୈଠ ହୋଇନଥିବା ବିଦ୍ୟୁତ୍ ବିଲ୍ ୧.୫ ଲକ୍ଷରୁ ଅଧିକ ହେବ ବୋଲି ଶିକ୍ଷକ ବସିର ତାମ୍ବୋଲି କହିଛନ୍ତି।

ଧୂଳିରେ ପୋତି ହୋଇଥିବା ୧୦ଟି କମ୍ପ୍ୟୁଟର ଓ ପ୍ରିଣ୍ଟର ସହିତ ଇଲର୍ନିଂ ରୁମ୍‌ରେ ବସି ଶିକ୍ଷକ ତବସୁମ୍‌ ତୁଲତାନା କହିଲେ ‘‘ରାଜ୍ୟର ସମସ୍ତ ମେଧାବୃତ୍ତି [ଆବେଦନ] ଏବେ ଅନ୍‌ଲାଇନ୍‌ରେ ହେଉଛି’’। ‘‘୨୦୧୭ ଅଗଷ୍ଟରୁ ଆମର ବିଦ୍ୟୁତ୍ କାଟ୍ ହୋଇଛି, ବିଦ୍ୟାଳୟରେ ବିଦ୍ୟୁତ୍ ନଥିବା କାରଣରୁ ଆମେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର କରିପାରିବୁ ନାହିଁ।’’ କିଛି ଦିନ ହେଲା ବିଦ୍ୟାଳୟ ନିକଟରେ ଚାଲିଥିବା ନିର୍ମାଣ ସ୍ଥଳରୁ ବିଦ୍ୟୁତ୍‌ ଶକ୍ତି ପାଇବାକୁ ଚେଷ୍ଟା କରୁଛି କିନ୍ତୁ ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ।

ବସିର ତାମ୍ବୋଲି, ଆଉ ଜଣେ ଶିକ୍ଷକ କହନ୍ତି ଯେ ଓସମାନବାଦ ଟାଉନ୍ ଅଞ୍ଚଳରେ ପ୍ରାୟ ୧.୫ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ପୈଠ ହୋଇନାହିଁ। ‘‘ଆମ୍ଭେମାନେ ଇଣ୍ଟରଆକ୍ଟିଭ୍ ଲର୍ନିଂ ପାଇଁ ଏକ ପ୍ରୋଜେକ୍ଟର କିଣିଥିଲୁ।’’ ସ୍ଥିର ସିଲିଙ୍ଗ୍ ଫ୍ୟାନ୍ ତଳେ ଝୁଲିଥିବା ଶୂନ୍ୟ ପ୍ରୋଜେକ୍ଟରକୁ ଦେଖାଇ ସେ କହିଲେ।

ଓସମାନବାଦର ୩୦ଟି ଜିଲ୍ଲା ପରିଷଦ ବିଦ୍ୟାଳୟର ସୁପରଭାଇଜର ରାଜାଭାଉ ଗିରି କହନ୍ତି ଯେ ପାଣ୍ଠି ଅଭାବ କାରଣରୁ କେତେକ ସ୍କୁଲରେ ନିରାପତ୍ତାରକ୍ଷୀ, କିରାଣୀ, କିମ୍ବା ସଫେଇ କର୍ମଚାରୀ ମଧ୍ୟ ନାହାନ୍ତି। ଶିକ୍ଷକ ଓ ପିଲାମାନେ ଭାଗ ବାଣ୍ଟି ଏହା ମଧ୍ୟରୁ କେତେକ କାମ କରିଥାନ୍ତି, ଏପରିକି ଶ୍ରେଣୀଗୃହ ମଧ୍ୟ ପରିଷ୍କାର କରିଥାନ୍ତି। ‘‘ପିତାମାତାମାନେ ଏହା ପସନ୍ଦ କରୁନାହାନ୍ତି’’ ସେ କହିଥିଲେ। ‘‘ଏପରିକି କେତେକ ସ୍କୁଲରେ ଶୌଚାଳୟ ମଧ୍ୟ ଭଲ ଅବସ୍ଥାରେ ନାହିଁ ଓ ଖୁବ୍ କମ୍‌ ସଂଖ୍ୟାରେ ରହିଛି। ଅନେକ ଶୌଚାଳୟରେ ସ୍ଥାୟୀ ଜଳ ବ୍ୟବସ୍ଥା ନାହିଁ। ଝିଅପିଲାମାନଙ୍କ ପାଇଁ ବିଶେଷକରି ସେମାନେ ବଡ଼ ହେଲା ପରେ ଏବଂ ରଜବତୀ ହେବା ପରେ ବହୁତ ଅସୁବିଧା ହେଉଛି।’’

ଓସମାନବାଦର ଏଦସି ଗ୍ରାମରେ, ଓସମାନବାଦ ସହରଠାରୁ ୧୮ କିଲୋମିଟର ଦୂରରେ ତିନୋଟି ଜିଲ୍ଲା ପରିଷଦ ବିଦ୍ୟାଳୟ ପାଖାପାଖି ରହିଛି। ତାହା ମଝିରେ ରହିଛି ଏକ ସାଧାରଣ ଖେଳ ପଡ଼ିଆ। ମୋଟ ୨୯୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ତିନୋଟି ଶୌଚାଳୟ ରହିଛି, ସେମାନଙ୍କ ମଧ୍ୟରୁ ୧୧୦ ଜଣ ହେଉଛନ୍ତି ବାଳିକା। ‘‘ଏପରିକି ସେଥିରେ ପାଣି ବ୍ୟବସ୍ଥା ନାହିଁ’’ କହନ୍ତି ୩୫ ବର୍ଷ ବୟସର ଭିଟଲ ସିନ୍ଧେ, ଯେ କି ଜଣେ ଶ୍ରମିକ। ତାଙ୍କର ସାତ ବର୍ଷର ଝିଅ ସନ୍ଧ୍ୟା ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ଗୋଟିକରେ ପଢ଼େ। ‘‘ସେ ଏବେ ଛୋଟ ଅଛି କୌଣସି ପ୍ରକାରେ ଚଳିଯାଉଛି। କିନ୍ତୁ ସେ ବଡ଼ ହେଲେ କଣ ହେବ?’’

ଓସମାନବାଦ ହେଉଛି ଏକ ମରୁଡ଼ି ପ୍ରବଣ ଜିଲ୍ଲା ଏବଂ ସାଧାରଣତଃ ଜଳ ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ। ବର୍ତ୍ତମାନ ଗୁରୁତର ମରୁଡ଼ି କାରଣରୁ ନଳକୂଅଗୁଡ଼ିକ ଶୁଖିଗଲାଣି ଏବଂ ସ୍କୁଲଗୁଡ଼ିକ ବାଧ୍ୟ ହୋଇ ଗ୍ରାମପଞ୍ଚାୟତ ପ୍ରଦାନ କରୁଥିବା ୫୦୦ ଲିଟର ପାଣିରେ ଗୁଜୁରାଣ ମେଣ୍ଟାଉଛନ୍ତି। ସନ୍ଧ୍ୟା ବାପାଙ୍କ ପାଖରେ ଠିଆ ହୋଇ କହିଲା ସ୍କୁଲ୍‌ରେ ସବୁବେଳେ ଶୌଚାଳୟକୁ ଯିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼େ। ‘‘ସମସ୍ତେ ଖେଳଛୁଟି ସମୟରେ ଧାଡ଼ିରେ ଠିଆ ହୁଅନ୍ତି’’ ସେ କହେ, କେତେକ ପୁଅପିଲା ପଡ଼ିଆରେ ଆନନ୍ଦରେ କ୍ରିକେଟ୍ ଖେଳିଲା ବେଳେ ଝିଅମାନେ ସାବଧାନତାର ସହ ଟ୍ୟାଙ୍କରୁ ମଗ୍‌ରେ ପାଣି ଭରି ଶୌଚାଳୟକୁ ଯାଆନ୍ତି। ବେଳେ ବେଳେ ଏତେ ଲମ୍ବା ଧାଡ଼ି ଲାଗିଥାଏ ଯେ ଆମେ ପାଣି ବୋତଲରେ ପାଣି ଭରି ବଜାର ପାଖରେ ଥିବା ଖୋଲା ପଡ଼ିଆକୁ ଶୌଚ ହେବାକୁ ଯାଉ।’’

ତାଙ୍କ ବାପା କହନ୍ତି ଯେ ପିଲାମାନେ ଜାଣନ୍ତି ଯେ ନିହାତି ଦରକାର ନ ପଡ଼ିଲେ ସେମାନେ ଶୌଚାଳୟ ବ୍ୟବହାର କରିବେ ନାହିଁ। ‘‘କିନ୍ତୁ ସ୍କୁଲ ସକାଳ ୧୦ଟାରୁ ଆରମ୍ଭ ହୁଏ ଓ ଅପରାହ୍‌ଣ ୪ଟାରେ ଶେଷ ହୁଏ। ଦୀର୍ଘ ସମୟ ଏବଂ ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ।’’

Vitthal Shinde and his daughter Sandhya
PHOTO • Parth M.N.
toilet at yedshi school
PHOTO • Parth M.N.

ଭିଟଲ ସିନ୍ଧେ ଜଣେ ଶ୍ରମିକ ଏବଂ ତାଙ୍କର ସାତ ବର୍ଷର ଝିଅ ସନ୍ଧ୍ୟା ୟେଦସି ସ୍କୁଲରେ ଶୌଚାଳୟ ଓ ଜଳର ଅଭାବ ବିଷୟରେ କହୁଛନ୍ତି

ପିଲାମାନେ ମଧ୍ୟ ନିଜ ନିଜର ପାନୀୟ ଜଳ ସାଙ୍ଗରେ ଆଣନ୍ତି, କାରଣ ମରୁଡ଼ି ବେଳେ ପିଇବା ପାଣି ସମସ୍ୟା ମଧ୍ୟ ଦେଖାଦିଏ। ସନ୍ଧ୍ୟା କହିଲେ (କ୍ଷୁଦ୍ର ଭୋଜନ,କ୍ଷୁଧାର୍ତ୍ତ ଶିକ୍ଷାର୍ଥୀଙ୍କ ପାଇଁ ବଡ଼କଥା) ‘‘ଦିନେ ସ୍କୁଲରୁ ପାଣି ସରିଗଲା।’’ ତେଣୁ ଆମେସବୁ ପାଣି ପିଇବାକୁ ଗୋଟିଏ ହୋଟେଲ୍‌କୁ ଗଲୁ। ଏତେ ପିଲାଙ୍କୁ ଦେଖି ହୋଟେଲ୍ ମାଲିକ ଆମକୁ ପାଣି ଦେବାକୁ ମନା କଲେ।’’

ଯେତେବେଳେ ଶିକ୍ଷକମାନେ ପାଣ୍ଠିର ଅଭାବ ବିଷୟରେ ଅଭିଯୋଗ କରନ୍ତି, ଭାଉ ଚାସ୍‌କର, ଅହମ୍ମଦନଗର ଜିଲ୍ଲାର ଆକୋଲା ତାଲୁକାର ବୀରଗାଓଁ ଗ୍ରାମର ଜିଲ୍ଲା ପରିଷଦ ବିଦ୍ୟାଳୟର ଶିକ୍ଷକ ଏବଂ କର୍ମୀ କହନ୍ତି ଯେ ‘‘ଆମକୁ କୁହାଯାଇଛି ଯେ ଗୋଷ୍ଠୀରୁ ଅନୁଦାନ ଯୋଗାଡ଼ କର।’’ କିନ୍ତୁ ଜୁନ୍ ୨୦୧୮ରୁ ରାଜ୍ୟବ୍ୟାପି ଶିକ୍ଷକମାନଙ୍କର ବଦଳି ଫଳରେ ଅନୁଦାନରେ ବାଧା ସୃଷ୍ଟି ହୋଇଛି। ଅହମ୍ମଦନଗରରେ ୫୪ ପ୍ରତିଶତ ଜିଲ୍ଲା ପରିଷଦ ଶିକ୍ଷକ ବଦଳି ଅର୍ଡର ପାଇଛନ୍ତି, କହିଛନ୍ତି ଜିଲ୍ଲାର ଶିକ୍ଷା ଅଧିକାରୀ ରମାକାନ୍ତ କାଟମୋରେ। ଫଳରେ, ଅନିଲ ମୁହିତେ, ଅକଲା ଜିଲ୍ଲାର ବାସିନ୍ଦା ହୋଇଥିବା ଶିକ୍ଷକଙ୍କୁ ତାଙ୍କ ଗାଁଠାରୁ ୩୫ କିଲୋମିଟର ଦୂର ସେଲ୍‌ଭିହିରେ ଗାଁକୁ ବଦଳି କରାଯାଇଛି। ସେ କହନ୍ତି ‘‘ମୁଁ ସେଲ୍‌ଭିହିରେ ଗାଁରେ କାହାକୁ ଜାଣେ ନାହିଁ, ମୋତେ ସେଠାରେ କେହି ଜାଣନ୍ତି ନାହିଁ।’’ ‘‘ମୁଁ କିପରି ସ୍କୁଲକୁ ଅନୁଦାନ ଦେବା ପାଇଁ ସେମାନଙ୍କୁ ପ୍ରଭାବିତ କରିପାରିବି’’?

ଶିକ୍ଷା କ୍ଷେତ୍ରରେ ଦୁର୍ବଳ ଭିତ୍ତିଭୂମିର ଦୀର୍ଘକାଳୀନ ପ୍ରଭାବ ରହିବ। ୨୦୦୮ ମସିହାରେ ମହାରାଷ୍ଟ୍ରର ସରକାରୀ ବିଦ୍ୟାଳୟଗୁଡ଼ିକର ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାମାନଙ୍କ ମଧ୍ୟରୁ ୭୪.୩ ପ୍ରତିଶତ ପିଲା କେବଳ ଦ୍ୱିତୀୟ ଶ୍ରେଣୀ ପାଠର ଉତ୍ତର ଦେବାକୁ ସକ୍ଷମ ହେଉଥିବାର ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ ରିପୋର୍ଟ ଦର୍ଶାଇଛି। ୧୦ ବର୍ଷ ପୂର୍ବେ ଏହି ସଂଖ୍ୟା ୬୬ ପ୍ରତିଶତକୁ ହ୍ରାସ ପାଇଥିଲା। ଏକ ଡାଟା ଆନାଲିସିସ୍ ପୋର୍ଟାଲ୍‌, ଇଣ୍ଡିଆ ସ୍ପେଣ୍ଡ୍ ଦ୍ୱାରା ୨୦୧୬ରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଦେଶବ୍ୟାପି ପ୍ରାୟ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପ୍ରାଥମିକ ସ୍ତରରେ ସରକାରୀ ବିଦ୍ୟାଳୟ ତୁଳନାରେ ଘରୋଇ ବିଦ୍ୟାଳୟଗୁଡ଼ିକୁ ‘‘ଶିକ୍ଷାଲାଭ ପାଇଁ ଉତ୍ତମ ପରିବେଶ’’ ଭାବରେ ଅଗ୍ରାଧିକାର ଦେଉଛନ୍ତି।

ଅବଶ୍ୟ, କେତେକ ବିଦ୍ୟାଳୟ ସରକାରୀ ଅବହେଳା ସତ୍ତ୍ୱେ ଖୁବ୍ ଭଲ କରୁଛନ୍ତି କାରଣ ଏଠାରେ ଅଛନ୍ତି ସମ୍ପୂର୍ଣ୍ଣ ସମର୍ପିତ ଶିକ୍ଷକ ଓ ସାହାଯ୍ୟକାରୀ ଗ୍ରାମବାସୀ। ଓସମାନବାଦରେ ସାକେନୱାଡେ ଜିଲ୍ଲା ପରିଷଦ ବିଦ୍ୟାଳୟରେ ବିଦ୍ୟୁତ୍‌ କାଟ୍ ମଧ୍ୟ ରହିଛି, ଏକ ବିଦ୍ୟୁତ୍ ଖୁଣ୍ଟ ଠିକ୍ ସ୍କୁଲ ବାହାରେ ରହିଛି। ସ୍କୁଲ ଗ୍ରାମବାସୀଙ୍କ ସମ୍ମତି କ୍ରମେ ଏହି ଖୁଣ୍ଟରୁ ବିଦ୍ୟୁତ୍‌ ସଂଯୋଗ ନେଇଛି ଅବଶ୍ୟ ସମ୍ପୂର୍ଣ୍ଣ ଅବୈଧ ଭାବରେ ନୁହେଁ।

ଟେଲିଭିଜନ ସେଟ୍‌ଗୁଡ଼ିକ କାମ କରୁଛି ଏବଂ ୪୦ ଜଣ ଛାତ୍ରଛାତ୍ରୀ ସମସ୍ତେ ପ୍ରାୟ ୬ରୁ ୭ ବର୍ଷ ବୟସର ଟିଭି ଦେଖି ଗୀତ ଗାଆନ୍ତି ଓ କାହାଣୀ ଶୁଣନ୍ତି। ଯେତେବେଳେ ମୁଁ ଶ୍ରେଣୀଗୃହରେ ପ୍ରବେଶ କଲି ସେମାନେ ମୋତେ ‘‘ଗୁଡ଼୍ ଆଫ୍‌ଟରନୁନ୍‌’’ କହି ଅଭିବାଦନ ଜଣାଇଲେ ଏବଂ ସେମାନଙ୍କ ଶିକ୍ଷକ ସମିପତା ଦାସଫାଲ୍‌କର ଟିଭି ଅନ୍ କଲେ, ପେନ୍‌ ଡ୍ରାଇଭ୍‌ ଲଗାଇଲେ ଓ ପିଲାଙ୍କୁ ପଚାରିଲେ ତୁମ୍ଭେମାନେ କଣ ଦେଖିବାକୁ ଚାହଁ। ସମସ୍ତଙ୍କର ନିଜ ନିଜର ପସନ୍ଦ ରହିଥିଲା କିନ୍ତୁ ସମସ୍ତେ ମୌସୁମୀ ଓ ପାଣି ଉପରେ ଗୀତ ଶୁଣିବାକୁ ରାଜି ହେଲେ। ଟିଭିରେ ଗୀତ ବାଜିବା ସହ ପିଲାମାନେ ତାହା ଦେଖି ନାଚଗୀତରେ ମଜ୍ଜିଗଲେ। ମରୁଡ଼ି ପୀଡ଼ିତ ଓସମାନବାଦ ପାଇଁ ଏହା ହେଉଛି ପିଲାମାନଙ୍କୁ ବିଶେଷ ଶିକ୍ଷା ଦେବାର ଉପାୟ।

 ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Parth M.N.

ପାର୍ଥ ଏମ.ଏନ୍ ହେଉଛନ୍ତି ୨୦୧୭ ପରି ସହିତ ଜଡ଼ିତ ଅଛନ୍ତି। ଲସ୍ ଆଞ୍ଜେଲିସ୍ ଟାଇମସ ଖବର କାଗଜ ପାଇଁ ଭାରତରୁ ବିଶେଷ ସମ୍ବାଦଦାତା ଅଛନ୍ତି ଆଉ ଅନ୍ୟ ୱେବ୍ ପୋର୍ଟାଲ ପାଇଁ ଲେଖାଲେଖି କରନ୍ତି। ସେ କ୍ରିକେଟ୍ ଏବଂ ଭ୍ରମଣ କରିବାକୁ ଭଲପାଆନ୍ତି।

Other stories by Parth M.N.