ପ୍ରତିଦିନ ସକାଳେ ବିଭିନ୍ନ ଗାଁରୁ ବିଶେଷ କରି ଆଦିବାସୀ ଓ ଦଳିତ ସଂପ୍ରଦାୟର ଲୋକମାନେ ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଥିବା ମାଣିକପୁର ରେଲୱେ ଜଙ୍କସନକୁ ଆସିଥାନ୍ତି । ସେମାନେ ସେୟାର ଜିପ୍ ଏବଂ ଅଟୋରିକ୍ସା ବା ବାଇସାଇକେଲ ମାଧ୍ୟମରେ ୧୦୦ କିମି ପରିସୀମା ମଧ୍ୟରେ ଥିବା ଗାଁରୁ ଆସିଥାନ୍ତି । ସାଙ୍ଗରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର ସୀମାରେ ଥିବା ପାଠା ଜଙ୍ଗଲରୁ ଶହ ଶହ ବିଡ଼ା ଜାଳେଣୀକାଠ ଆଣିଥାନ୍ତି । ପ୍ରତ୍ୟେକ ବିଡ଼ାର ଓଜନ ୨୦-୫୦ କିଲୋ ମଧ୍ୟରେ ହେବ  ।

ସେହି ସବୁ ପରିବାର ପାଇଁ ଜାଳେଣୀ କାଠକୁ ନିକଟସ୍ଥ ବଜାରରେ ବିକ୍ରି କରିବା ଏକ ଧାର୍ଯ୍ୟ ଆୟର ସ୍ରୋତ । ଯଦିଓ ବୃକ୍ଷ ସଂରକ୍ଷଣ ସଂପର୍କିତ ଆଇନ ଗଛ କଟାଯିବାକୁ ବିରୋଧ କରେ, କିନ୍ତୁ ସ୍ଥାନୀୟ ସଂପ୍ରଦାୟର ଲୋକମାନେ ଯେଉଁମାନେ ଜାଳେଣୀକାଠ ବିକ୍ରି କରିବା ଉପରେ ନିର୍ଭର କରନ୍ତି ସେମାନଙ୍କ ନିକଟରେ ଖୁବ୍ କମ୍ ବା ଚାଷପୋଯୋଗୀ ଜମି ନାହିଁ । ସେମାନଙ୍କର ଏକମାତ୍ର ନିୟମିତ ରୋଜଗାରର ଉତ୍ସ ହେଲା ନିକଟବର୍ତ୍ତୀ ସହରରେ ନିର୍ମାଣ ସ୍ଥାନମାନଙ୍କରେ ଦିନ ମଜୁରୀ କରିବା ।

ସେମାନେ  ଜାଳେଣୀ କାଠର ବିଡ଼ା ମୁଖ୍ୟତଃ କେନ୍ଦୁ ଓ ପଳାଶଗଛର କାଠକୁ ମାଣିକପୁର, କାରୱି(ମାଣିକପୁରରୁ ୩୦ କିମି ଦୂର) କିମ୍ବା ପ୍ରାୟ ୮୦ କିମି ଦୂର ଶଙ୍କରଗଡ଼ରୁ ପାସେଞ୍ଜର ଟ୍ରେନ୍ ମାଧ୍ୟମରେ ଆହ୍ଲାବାଦ ରୁଟ୍‌ରେ ପଡୁଥିବା ବିଭିନ୍ନ ସହରକୁ ନେଇଥାନ୍ତି ।

ଦିନ ଶେଷରେ ସେମାନେ ୧୫୦-୩୦୦ ଟଙ୍କା ମଧ୍ୟରେ ରୋଜଗାର କରିଥାନ୍ତି । ଜାଳେଣୀ କାଠ କେତେ ଶୁଖିଲା, ତାର ଗୁଣବତ୍ତା  କିପରି ଏବଂ ସେହି ଋତୁରେ ଜାଳେଣୀକାଠର ଚାହିଦା ଉପରେ ସେମାନଙ୍କର ଏହି ରୋଜଗାର ନିର୍ଭର କରିଥାଏ ।

Cutting wood, which will later be taken to the Manikpur railway station and then to markets in towns along the train route
PHOTO • Akshay Gupta

କଟାଯାଇଥିବା ଜାଳେଣୀ କାଠ ଯାହାକୁ କି ପରବର୍ତ୍ତୀ ସମୟରେ ମାଣିକପୁର ରେଲୱେ ଜଙ୍କସନ୍ ଏବଂ ଅନ୍ୟ ଷ୍ଟେସନ୍ କୁ ନିଆଯିବ ଓ ସେଠାରୁ ଟ୍ରେନ୍ ରୁଟ୍‌ରେ ପଡୁଥିବା ବିଭିନ୍ନ ସହରର ବଜାରକୁ ଯିବ

Women crossing the sluice gate of a dam, carrying their daily load of firewood
PHOTO • Akshay Gupta

ପ୍ରତିଦିନର ଜାଳେଣୀକାଠର ବୋଝ  ମୁଣ୍ଡାଇ ମହିଳାମାନେ ଏକ ଡ୍ୟାମର ସ୍ଲୁଇସ୍ ଗେଟ୍ ଅତିକ୍ରମ କରୁଛନ୍ତି

Crossing a tributary of the Mandakini river after collecting wood from the nearby forest
PHOTO • Akshay Gupta

ନିକଟବର୍ତ୍ତୀ ଜଙ୍ଗଲରୁ ଜାଳେଣୀ କାଠ ସଂଗ୍ରହ ପରେ ମନ୍ଦାକିନୀ ନଦୀର ଏକ ଉପ ନଦୀ ଅତିକ୍ରମ

Carrying the firewood across rivers, roads and railways
PHOTO • Akshay Gupta

ନଦୀ , ରାସ୍ତା ଓ ଟ୍ରେନ୍‌ରେ ଜାଳେଣୀକାଠର ଭାରୀ ବୋଝ ମୁଣ୍ଡାଇବା

Waiting to load the firewood on the train at Shankargarh station
PHOTO • Akshay Gupta

ଶଙ୍କରଗଡ଼ ଷ୍ଟେସନ୍‌ର ଟ୍ରେନ ରେ ଜାଳେଣୀକାଠ ଲଦିବାକୁ ଅପେକ୍ଷା

Waiting for the train to reach the town of Chitrakoot Dham (Karwi) to sell the logs
PHOTO • Akshay Gupta

ଟ୍ରେନ୍ ଚିତ୍ରକୂଟ ଧାମ ସହର(କାରୱି) ପାଖାପାଖି ଯେଉଁଠାରେ କିଛି ଲୋକ କାଠ ବିକ୍ରି କରିବାକୁ ଓହ୍ଲାଇବେ

A woman unloads the firewood as the train stops at Jasra
PHOTO • Akshay Gupta

ଜଶରାରେ ଟ୍ରେନ ରେ ଅଟକିବା ପରେ ଜାଳେଣୀ କାଠର ବିଶାଳକାୟ ବିଡ଼ାକୁ ଗୋଟିଏ ପରେ ଗୋଟିଏ ଓହ୍ଲାଯାଉଛି

Tired,  returning from the daily chaos of survival. Selling firewood barely brings Rs. 100-300 a day, depending on weather conditions, market demand, and the quality of wood
PHOTO • Akshay Gupta

ପ୍ରତିଦିନ ଜୀବନଧାରଣ ପାଇଁ କରୁଥିବା ସଂଘର୍ଷ ପରେ ଥକ୍କା ହୋଇ ଫେରୁଛନ୍ତି । ଜାଳେଣୀକାଠ ବିକ୍ରି କଲେ କାଠର ଗୁଣବତ୍ତା, ପାଣିପାଗ ଓ ଚାହିଦା ଉପରେ ନିର୍ଭର କରି  ଦିନକୁ ୧୦୦-୩୦୦ ଟଙ୍କା ମିଳେ ।

ଏହି ଆଲେଖ୍ୟରେ କୌଣସି ନାମ ବ୍ୟବହାର କରାଯାଇନାହିଁ କାରଣ ଜାଳେଣିକାଠ ବିକାଳୀମାନେ ସେମାନଙ୍କର ନାମ ପ୍ରକାଶ କରିବାକୁ ଅନିଚ୍ଛୁକ ।

ଅନୁବାଦ: ଓଡ଼ିଶାଲାଇଭ୍‍

Akshay Gupta

Akshay Gupta is a freelance photojournalist from Chitrakoot Dham (Karwi), now based in Delhi.

Other stories by Akshay Gupta
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE