୨୦୧୦ ମସିହା ମେ’ ୧୬ ସଂନ୍ଧ୍ୟାରେ ଗୁମିଆପାଲ୍ଗ୍ରାମର ମହିଳା ମୁଖିଆ ବିଜୋବାଈ ତାଲାମି ସିଜିନେଟ୍ସ୍ୱରକୁ ଫୋନ୍କଲେ, ଏହା ଏକ ମୋବାଇଲ୍ଫୋନ୍ସେବା ଆଧାରିତ ନାଗରିକ ସାମ୍ବାଦିକତା ସେବା। ତଲାମୀ ସେଦିନ ସକାଳେ କେନ୍ଦ୍ର ଭାରତୀୟ ରାଜ୍ୟ ଛତିଶଗଡ଼ର ଘଞ୍ଚ ଜଙ୍ଗଲ ମଧ୍ୟରେ କ’ଣ ହୋଇଥିଲା ତାହାର ଏକ  ପ୍ରଥମ ରିପୋର୍ଟ ପ୍ରଦାନ କରିଥିଲେ: ‘‘ପୋଲିସ୍ ଆସିଲା ଏବଂ ଆମର ଗାଁ ଯାଞ୍ଚ କଲା ଏବଂ ଆମର ଘର ଓ ଶସ୍ୟ ପୋଡ଼ି ଦେଲା। ସେମାନେ ଦୁଇଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କଲେ, କହିଲେ ସେମାନେ ମାଓବାଦୀ।  କିନ୍ତୁ ସେମାନେ ନିରସ୍ତ୍ର ଲୋକଥିଲେ, ଯେଉଁମାନଙ୍କୁ ବିନା କାରଣରେ ହତ୍ୟା କରାଗଲା।’’

୨୦୦୫ ପରଠାରୁ, ଭାରତୀୟ ସୁରକ୍ଷା ବଳ ଛତିଶଗଡ଼ର ଗ୍ରାମ ଏବଂ ଜଙ୍ଗଲଗୁଡ଼ିକରେ ମାଓାବାଦୀମାନଙ୍କ ସହ ଏକ କ୍ରୁର ଗୃହଯୁଦ୍ଧ ଚଳାଇଛନ୍ତି। ଏହି ସଂଘର୍ଷ ଏ ମଧ୍ୟରେ ୫ହଜାର ଜୀବନ ନେଇସାରିଲାଣି- ଗରିଲା ଏବଂ ସୁରକ୍ଷା କର୍ମୀ, ଏଥିସହ ଅନେକ ଅଜଣା ନିରସ୍ତ୍ର ଗ୍ରାମବାସୀ ଯେଉଁମାନଙ୍କୁ ରାଜ୍ୟ ଅଧିକାଂଶ ସମୟରେ କୌଣସି ପ୍ରମାଣବିନା ବିଦ୍ରୋହୀ ବୋଲି କହିଥାଏ ସେମାନେ ମଧ୍ୟ ଅଛନ୍ତି। ଶୀକାରମାନେ ମୁଖ୍ୟତଃ ଗୁମିଆପାଲ ଅଞ୍ଚଳର ଯେଉଁଠାରେ ଆଦିବାସୀ ଭାବରେ ଜଣାଶୁଣା ଭାରତର ସାଂସ୍କୃତିକ ଭାବରେ ଭିନ୍ନ ଏବଂ ସାମାଜିକ ଅର୍ଥନୈତିକ ଭାବରେ ଦୁର୍ବଳ ଆଦିମ ଅଧିବାସୀ ସମୂହ ବାସ କରନ୍ତି। 

ସେମାନଙ୍କ ଜଙ୍ଗଲଗୁଡ଼ିକ ବିଶ୍ୱର ସବୁଠାରୁ ସମୃଦ୍ଧ କୋଇଲା ଏବଂ ଲୌହ ପଥର ଭଣ୍ଡାର ଉପରେ ରହିଛି। ଦକ୍ଷିଣ ଛତିଶଗଡ଼ର ସଂଘର୍ଷ ଅଞ୍ଚଳର କେନ୍ଦ୍ରରେ ଥିବା ଦାନ୍ତେଓ୍ୱାଡା ଜିଲ୍ଲାରେ ଟ୍ରେନ୍ଗୁଡ଼ିକ ଘରୋଇ ଏବଂ ଆନ୍ତର୍ଜାତିକ ବଜାର ପାଇଁ ଲୌହପଥର ପରିବହନ କରନ୍ତି। କିନ୍ତୁ ଗ୍ରାମଗୁଡ଼ିକରେ ଉପଯୁକ୍ତମାନର ସରକାରୀ ସ୍କୁଲ୍, ସ୍ୱାସ୍ଥ୍ୟସେବା, ଯୋଗାଣ ଜଳ କିମ୍ବା ଗଣ ପରିବହନର ବ୍ୟବସ୍ଥା ନାହିଁ। ଉଦ୍ୟୋଗୀକରଣ ଏବଂ ଖନନ ସରକାରୀ ସମର୍ଥନରେ ଆଦିବାସୀମାନଙ୍କୁ ବେଦଖଲ କରୁଛି ଯେଉଁମାନଙ୍କ ବିରୋଧ ଦମନ କରାଯାଉଛି ଏବଂ ଉପନିବେଶକାଳର ଅଧିଗ୍ରହଣ ଆଇନ ଅନୁଯାୟୀ ସେମାନଙ୍କ ଜମି ନିଆଯାଉଛି।

ଔପଚାରିକ ଅବହେଳା ଏବଂ ଆଦିବାସୀମାନଙ୍କ ପ୍ରତି ଅବମାନନା ଜଙ୍ଗଲ ମଧ୍ୟରେ ମାଓବାଦୀମାନଙ୍କ ପାଇଁ ଏକ ‘‘ମୁକ୍ତ ଅଞ୍ଚଳ’’ ସ୍ଥାପନକୁ ସହଜ କରିଛି। ଏହି ଆଞ୍ଚଳିକ ସଂଘର୍ଷ ୨୦୦୯ ପରଠାରୁ ଅଧିକ ଘନିଭୂତ ହୋଇଛି। ଯେତେବେଳେ କେନ୍ଦ୍ର ସରକାର ଅପରେସନ ଗ୍ରୀନ୍ହଣ୍ଟ୍ଆରମ୍ଭ କଲେ ଏବଂ ଅତିରିକ୍ତ ପାରାମିଲିଟାରୀ ବାହିନୀକୁ ପଠାଇଲେ।

ଯେତେବେଳେ ଜୁଲାଇ ମାସର ଶେଷ ଭାଗରେ ସେ ପୀଡ଼ିତମାନେ ଯେ ବିଦ୍ରୋହୀ ତାହାକୁ ଔପଚାରିକ ଭାବରେ  ବିରୋଧ କରିଥିଲେ ସେତେବେଳେ ଆମେ ଭେଟିଥିଲୁ। ସେତେବେଳେ ତାଲାମି ମୋତେ କହିଲେ, ‘‘ଆମ ଗ୍ରାମବାସୀଙ୍କ ମଧ୍ୟରୁ ଆଉ ୭ଜଣ ଗତ କେଇମାସ ମଧ୍ୟରେ ସୁରକ୍ଷାବାହିନୀ ଦ୍ୱାରା ମୃତ୍ୟୁବଣ କରିଛନ୍ତି।  ଗୋଟିଏ ଛୋଟ ଝିଅ ଜେଲ୍ରେ ଅଛି, ଆମେ ଏକ ସ୍ଥାୟୀ ଭୟ ମଧ୍ୟରେ ରହୁଛୁ, ଜାଣିନୁ ଆମର କେତେବେଳେ କ’ଣ ହେବ।’’  କିନ୍ତୁ ଏ ପ୍ରକାର ବର୍ଣ୍ଣନା ଛତିଶଗଡ଼ର କ୍ରମଃ ସମ୍ପ୍ରସାରିତ ହେଉଥିବା ଗଣମାଧ୍ୟମରେ ସ୍ଥାନ ପାଇବା ଅସମ୍ଭବ। ବର୍ତ୍ତମାନ ଛତିଶଗଡ଼ରେ  ଡର୍ଜନରୁ ଅଧିକ ଖବର କାଗଜ ଏବଂ ଅଧଡର୍ଜନେ ଟେଲିଭିଜନ ନ୍ୟୁଜ୍ଚ୍ୟାନେଲ ରହିଛି। 

ଏହି ଶୂନ୍ୟତା ପାଇଁ ଏକାଧିକ କାରଣ ଅଛି: ଆଦିବାସୀ ଗ୍ରାମଗୁଡ଼ିକ ନିଛାଟିଆ ଏବଂ ବିବାଦୀୟ ଅଞ୍ଚଳରେ ରହିଛି। ଯାହା ସାମ୍ବାଦିକମାନେ ସେଠାରେ ପହଞ୍ଚିବାକୁ କଷ୍ଟକର କରିଛି; ଆଦିବାସୀମାନଙ୍କର ସହସ୍ରାବ୍ଦି ପୁରୁଣା ଭାଷାରେ ଲିଖିତ ସ୍ୱରୂପର ଅଭାବ ରହିଛି ଏବଂ ଖୁବ୍କମ୍ବାହାର ଲୋକ ଏହା କହିପାରନ୍ତି; କିନ୍ତୁ ସବୁଠାରୁ କ୍ଷତିକାରକ ହେଉଛି ପ୍ରତ୍ୟେକ ସାମ୍ବାଦିକଙ୍କର ପରିଣାମର ଭୟ ଏବଂ ଛତିଶଗଡ଼ର ରାଜନୈତିକ ଏବଂ ଆର୍ଥିକ ସମୃଦ୍ଧମାନଙ୍କ ଦ୍ୱାରା ରୂପରେଖ ପାଇଥିବା ମୁଖ୍ୟ ଧାରାର ଗଣମାଧ୍ୟମଗୁଡ଼ିକର ସମ୍ବାଦ ମୂଲ୍ୟବୋଧ। 

ଯେତେବେଳେ ପୂର୍ବତନ ବିବିସି ପ୍ରଯୋଜକ ଶୁଭ୍ରାଂଶୁ ଚୌଧୁରୀ ଗୃହଯୁଦ୍ଧର ମଧ୍ୟଭାଗରେ ନିଜର ରାଜ୍ୟ ଛତିଶଗଡ଼କୁ ଫେରିଲେ ସେତେବେଳେ ସେ ରାଜ୍ୟର ଗଣମାଧ୍ୟମରେ ଆଦିବାସୀମାନଙ୍କ ଅନୁପସ୍ଥିତିରେ ବିବ୍ରତ ହୋଇଗଲେ। ଚୌଧୁରୀ କୁହନ୍ତି, ‘‘ମୁଁ ମନେ କରେ ମାଓବାଦୀଙ୍କର ବିଦ୍ରୋହ ଯୋଗାଯୋଗର ବିଫଳତା କାରଣରୁ ଅନେକ ଉପାୟରେ ବିଫଳ। କାରଣ ଆଦିବାସୀମାନଙ୍କ ସମସ୍ୟା ଏବଂ ଚିନ୍ତାକୁ ପ୍ରତିଫଳିତ କରିବା ଭଳି ସେଠାରେ କୌଣସି ସ୍ଥାନ ନାହିଁ।’’

୨୦୦୯ ମସିହାର ନାଇଟ୍ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲିଜିମ୍ଫେଲୋ ଭାବରେ ଚୌଧୁରୀ ଆଦିବାସୀମାନେ ସେମାନଙ୍କର ନିଜ କହାଣୀ ବିନିମୟ କରିବା ପାଇଁ ତୃଣମୂଳସ୍ତରରେ ଏକ ଶସ୍ତା ଜ୍ଞାନକୌଶଳ ବିଶିଷ୍ଟ ମଞ୍ଚ ପାଇଁ ଚିନ୍ତା କଲେ। ଜଙ୍ଗଲ ଭିତରେ ଥିବା ଗ୍ରାମଗୁଡ଼ିକରେ ଖୁବ୍କମ୍ଟେଲିଭିଜନ ରହିଛି ଏବଂ ଖବରକାଗଜଗୁଡ଼ିକ ସେଠାରେ ପହଞ୍ଚେ ନାହିଁ। ଚୌଧୁରୀ ଅନୁଭବ କଲେ ଯେ, ଆଉଟ୍ଲେଟ୍ଗୁଡ଼ିକ କଣ୍ଠସ୍ୱର ହେବା ଆବଶ୍ୟକ, ଯାହାକି ସମସ୍ତଙ୍କୁ ବ୍ୟବହାର ଅନୁମତି ଦେବ ଏବଂ ବାଚନିକ ଭାବରେ ପ୍ରକାଶ କରିବାର ଆଦିବାସୀ ପରମ୍ପରା ଗଠନ କରିବ। ଯେଉଁ ଗ୍ରାମବାସୀମାନେ ଏଥିରେ ଯୋଗଦାନ କରିବାକୁ ଚାହିଁବେ ସେମାନଙ୍କୁ ସମ୍ପାଦକୀୟ କାଣ୍ଟଛାଣ୍ଟ୍ଦେଇ ଯିବାକୁ ହେବ ନାହିଁ: କେବଳ କେଇଜଣ ତାଲିମପ୍ରାପ୍ତ ମୋଡେରେଟର ରହିବେ ଯେଉଁମାନେ କି ଯେତେ ଦୂର ସମ୍ଭବ ତଥ୍ୟଗୁଡ଼ିକୁ ଯାଞ୍ଚ କରିବେ। 

ଭାରତର ସେଲୁଲାର ବୃଦ୍ଧି- ଏବଂ ଘରୋଇ ଏଫ୍ଏମ୍ରେଡିଓ ଷ୍ଟେସନଗୁଡ଼ିକର ସମ୍ବାଦ ବିଷୟବସ୍ତୁ ଉପରେ ଚାଲିଥିବା ପ୍ରତିବନ୍ଧକ- ଚୌଧୁରୀଙ୍କୁ ଏକ ଫୋନ୍ଆଧାରିତ ମଞ୍ଚ ଆଡ଼କୁ ଆକର୍ଷଣ କରିଥିଲା। ୨୦୧୦ ମସିହା ଫେବୃଆରୀରେ ସେ ସିଜିନେଟ୍ସ୍ୱର ଆରମ୍ଭ କଲେ। ସ୍ୱର ଶବ୍ଦର ଅର୍ଥ ଅନେକ ଭାରତୀୟ ଭାଷାରେ ‘‘କଣ୍ଠସ୍ୱର’’। ବର୍ତ୍ତମାନ ଗ୍ରାମବାସୀମାନେ ସ୍ୱରକୁ ଫୋନ୍କରିବା ପାଇଁ ଏବଂ ସେମାନଙ୍କ ଖବର ପୋଷ୍ଟ କରିବା ପାଇଁ ଏବଂ ଅନ୍ୟମାନଙ୍କ ଯୋଗଦାନ ଶୁଣିବା ପାଇଁ ସେଲ୍ଫୋନ୍(ଗ୍ରାମୀଣ ଭାରତରେ ୧,୦୦୦ଟଙ୍କା-ପ୍ରାୟ ୨୦ ଡଲାର ରେ ଉପଲବ୍ଧ) ବ୍ୟବହାର କରୁଛନ୍ତି। ଏହି ବିଷୟବସ୍ତୁ ସ୍ୱରର ୱେବ୍ସାଇଟ୍ରେ ମଧ୍ୟ ପୋଷ୍ଟ କରାଯାଉଛି। 

ଏହି ସେବାର ଟେକ୍ନୋଲୋଜି ବିକାଶ କରିବାରେ ସାହାଯ୍ୟ କରିଥିବା ବାଙ୍ଗାଲୋରର ଜଣେ ମାଇକ୍ରୋସଫ୍ଟ ଗବେଷକ ବିଲ୍ଥେଇସ୍କୁହନ୍ତି,  ‘‘ମାଧ୍ୟମକୁ ଯେତେ ସମ୍ଭବ ସେତେ ସରଳ କରିବାର ଏହା ଥିଲା ଚିନ୍ତାଧାରା ଯେପରିକି ଗ୍ରାମବାସୀମାନେ ଏହାକୁ ବ୍ୟବହାର କରିପାରିବେ, କିଣିପାରିବେ ଏବଂ ନିଜ ପାଇଁ ବ୍ୟାଖ୍ୟା କରିପାରିବେ’’। 

ସିଜିନେଟ୍ସ୍ୱର ପ୍ରତିଦିନ ୧୦ରୁ ୧୫ ଶ୍ରୋତା ଯୋଗଦାନ ପାଇଥାଏ ଏବଂ ସାଧାରଣତଃ ୫ଟି ପ୍ରକାଶ କରାଯାଏ। ସେ ମଧ୍ୟରୁ ସବୁଠାରୁ ମାର୍ମିକ ହେଉଛି ତାଲାମିଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ବର୍ଣ୍ଣନା ଯାହା ଅଜଣା ଆଦିବାସୀମାନଙ୍କର ବିନା କାରଣରେ ବେଆଇନ ହତ୍ୟାର ଖବର ଦେଇଥିଲା। କିନ୍ତୁ ଅଧିକାଂଶ ବର୍ଣ୍ଣନା ଅସଂଖ୍ୟ ସାର୍ବଜନୀନ ଅନୁଷ୍ଠାନ ଦ୍ୱାରା ନିତିଦିନିଆ ଦୁର୍ବବ୍ୟହାରର ବର୍ଣ୍ଣନା କିମ୍ବା ଚାଲିଥିବା କିମ୍ବା ସମ୍ଭାବ୍ୟ ବେଦଖଲର ବର୍ଣ୍ଣନା ଥାଏ। ଉଦାହରଣସ୍ୱରୂପ ଜୁଲାଇ ୧୬ ତାରିଖରେ ବିନ୍ଦେଶ୍ୱରୀ ପାଇଁକ୍ରା ଖବର ଦେବାକୁ ଫୋନ୍କଲେ ଯେ  ରାଜ୍ୟ ପରିଚାଳିତ ଗ୍ରାମୀଣ ରୋଜଗାର ଯୋଜନାର  ଅର୍ଥ ପାଇଁ ଗ୍ରାମ ଶ୍ରମିକମାନେ ତିନିବର୍ଷ ହେବ ଅପେକ୍ଷା କରିଛନ୍ତି। 

ଏବଂ ଜୁଲାଇ ୨୮ ତାରିଖରେ ସବିତା ରଥ ଉତ୍ତର ଛତିଶଗଡ଼ର କୋଇଲା ସମୃଦ୍ଧ ଅଞ୍ଚଳରେ ଏକ ଶୋଭାଯାତ୍ରା ସମ୍ପର୍କରେ ସୂଚନା ଦେଲେ ଯେଉଁଠାରେ ବାସିନ୍ଦାମାନେ ସେମାନଙ୍କ ଜମି ଦଖଲ କରିବା ନିମନ୍ତେ  ଗୋଟିଏ ଖଣି କମ୍ପାନୀର ଉଦ୍ୟମ ଏବଂ ଜଣେ  ଗ୍ରାମ କର୍ମକର୍ତ୍ତାଙ୍କୁ ବନ୍ଦୀ କରାଯିବା ବିରୋଧରେ ପ୍ରଦର୍ଶନ କରୁଥିଲେ।

ରଥ କୁହନ୍ତି, ତାଙ୍କର ସୂଚନା ପରି ସୂଚନା ଯେ, ମୁଖ୍ୟ ଧାରାର ପ୍ରେସ୍ରେ ସ୍ଥାନ ପାଇବ ତାହା ଅଚିନ୍ତନୀୟ। ନିୟମିତ ଭାବରେ ସିଜିନେଟ୍ସ୍ୱର ପାଇଁ ଯୋଗଦାନ ଦେଉଥିବା ରଥ ଏହି ନୂତନ ପରିକଳ୍ପନା ପାଇଁ କୃତଜ୍ଞ। ଯଦିଓ ଏହା ଏହି ଅଞ୍ଚଳରେ ନିୟମିତ ଭାବରେ ଚାଲିଥିବା ସାମ୍ବାଦିକତାକୁ ଖୁବ୍କମ୍ବିରୋଧ କରିପାରିଥାଏ। 

ବିଭିନ୍ନ ପ୍ରକାରର ମାଧ୍ୟମର ପ୍ରସାର ସତ୍ତ୍ୱେ ଛତିଶଗଡ଼ର ରିପୋର୍ଟରମାନେ ଅପ୍ରୀତିକର ପରିସ୍ଥିତିରେ କାର୍ଯ୍ୟ କରନ୍ତି। ୨୫୦୦ ସଦସ୍ୟ ବିଶିଷ୍ଟ ଛତିଶଗଡ଼ କର୍ମଜୀବୀ ସାମ୍ବାଦିକ ସଂଘର ଅଧ୍ୟକ୍ଷ ଅରବିନ୍ଦ ଅଓ୍ୱସ୍ଥି ଆକଳନ କରନ୍ତି ଯେ, ରାଜ୍ୟର ସାମ୍ବାଦିକମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ନିୟମିତ ଭାବରେ ଦରମା ପାଆନ୍ତି ନାହିଁ । ଏହା ବଦଳରେ ସେମାନଙ୍କର ପାରିଶ୍ରମିକ ବିଜ୍ଞାପନ ବିକ୍ରୟ ଏବଂ ପ୍ରସାର ବୃଦ୍ଧି ଉପରେ ନିର୍ଭର କରେ । ନିଜ ନାମ ଗୋପନ ରଖିବା ନିମନ୍ତେ ଅନୁରୋଧ କରି ଜଣେ ପୂର୍ବତନ ସାମ୍ବାଦିକ କହିଥିଲେ, ‘‘ମୋତେ ମାସକୁ କୋଡ଼ିଏ ହଜାର ଟଙ୍କାର ବିଜ୍ଞାପନ ଆଣିବା ସର୍ତ୍ତରେ ରଖାଯାଇଥିଲା। ଏ ମଧ୍ୟରୁ ତିନି ହଜାର ଟଙ୍କା ମୋର ଦରମା ହେବ। ଯଦି ଏଥିରେ ନିଅଣ୍ଟ ହୁଏ ତେବେ ମୋର ଦରମା ସେହି ଅନୁଯାୟୀ କମ୍ହେବ।’’

ଅଓ୍ୱସ୍ଥି କୁହନ୍ତି, ‘‘ଏହି ପ୍ରକାର ସ୍ଥିତିରେ ସ୍ୱାଧୀନ ସାମ୍ବାଦିକତା ଏକ କିମ୍ବଦନ୍ତୀ ମାତ୍ର’’। କମ୍ଦରମା ହେତୁ ଖୁବ୍କମ୍ଜଣ ଔପଚାରିକ ଦାବିଗୁଡ଼ିକ ସତ୍ୟାପନ ପାଇଁ ଯିବା ଆସିବା କରିପାରିବେ। ବିଜ୍ଞାପନ ବିକ୍ରୟ ପାଇଁ ବାଧ୍ୟ ହେଉଥିବାରୁ ସାମ୍ବାଦିକମାନେ ଦୃଢ଼ ରିପୋର୍ଟିଂଠାରୁ ମଧ୍ୟ ଦୂରେଇ ଯାଆନ୍ତି।

ଏହି ଅଞ୍ଚଳରେ ତିନିଦଶକ ହେବ କାର୍ଯ୍ୟ କରୁଥିବା ଜଣେ ସାମ୍ବାଦିକ ଏଲ୍. ମୁଦଲିଆରଙ୍କୁ ଥରେ ଭାରତର ବୃହତ୍ତମ ଖଣି କମ୍ପାନୀ ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଖୁବ୍କମ୍କ୍ଷତିପୂରଣ ଦେଇ ସେମାନଙ୍କର ଜମି ଦଖଲ କରିବା ପରେ ପ୍ରାୟ ସତେଇଶ ଜଣ ଗ୍ରାମବାସୀ ଭେଟିଥିଲେ। ମୁଦଲିଆର କହିଲେ,  ‘‘ଗ୍ରାମବାସୀଙ୍କ ପାଖରେ ସମର୍ଥନକାରୀ ଦସ୍ତାବିଜ୍ଥିଲା ଏବଂ ମୋର ତଥ୍ୟ ସଂଗ୍ରହ ମଧ୍ୟ ସେମାନଙ୍କ ଦାବିକୁ ସତ୍ୟ ବୋଲି ପ୍ରମାଣିତ କରିଥିଲା’’। ‘‘କିନ୍ତୁ ସମ୍ପାଦକ ଏହି କାହାଣୀଟି ନେବାକୁ ମନାକଲେ, କହିଲେ, ଏନ୍ଏମ୍ଡିସି ଏହାର ସମ୍ପୂର୍ଣ୍ଣ ପୃଷ୍ଠା ବିଜ୍ଞାପନ ଅଟକାଇ ଦେବ।’’ 

ପ୍ରେସ୍ର ବଡ଼ ବଡ଼ ବ୍ୟବସାୟ ସହ ସମ୍ପୃକ୍ତି ଅଧିକ ପ୍ରତ୍ୟକ୍ଷ ହୋଇପାରେ। ରାଜ୍ୟର ଦୁଇଟି ଅଗ୍ରଣୀ ହିନ୍ଦୀ ଖବର କାଗଜ ଦୈନିକ ଭାସ୍କର ଏବଂ ହରିଭୂମି ସ୍ଥାନୀୟ ପାଓ୍ୱାର ପ୍ଲାଣ୍ଟ ଏବଂ କୋଇଲା ଖଣିରେ ଅଂଶଧନ ଥିବା କମ୍ପାନୀଗୁଡ଼ିକର ଅଂଶ। ଯେତେବେଳେ ଦୈନିକ ଭାସ୍କର ଗୋଷ୍ଠୀ  ଗୋଟିଏ ସହରରେ ଏକ ବାଧ୍ୟତାମୂଳକ ଜନଶୁଣାଣି କରିଥିଲା। ଏହା ଗୋଟିଏ କୋଇଲା ଖଣି ପାଇଁ ଛଅଟି ଗ୍ରାମ ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଇଥିଲା, ଜାତୀୟ ଖବରକାଗଜଗୁଡ଼ିକ ସମ୍ପୂର୍ଣ୍ଣ ଜନବିରୋଧ ଏବଂ କ୍ରୋଧ ସମ୍ବଳିତ ପ୍ରଶ୍ନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଥିଲେ। କିନ୍ତୁ ପରଦିନ ଦୈନିକ ଭାସ୍କର ସଂସ୍କରଣ ମିଥ୍ୟା ଭାବରେ ସମ୍ପୂର୍ଣ୍ଣ ସମର୍ଥନ ସମ୍ପର୍କରେ ପ୍ରକାଶ କରିଥିଲା। 

ଗୃହଯୁଦ୍ଧରେ ମୁଖ୍ୟ ଧାରାର ପ୍ରେସଗୁଡ଼ିକ ରାଜ୍ୟଭକ୍ତି ସହ ତୁଳନା କରାଯିବା ସମୟରେ ଆର୍ଥିକ ଦ୍ୱନ୍ଦ୍ୱ ଫିକା ପଡିଯାଏ। ବିବିସିର ଜଣେ ସାମ୍ବାଦିକ ସଲମାନ ରବି, ଯେ କି ଗତ ୨୦ବର୍ଷ ହେବ ବିଦ୍ରୋହୀ ବିପ୍ଳବର ଖବର ସଂଗ୍ରହ କରୁଛନ୍ତି ଏବଂ ଗତବର୍ଷ ପୁନଃକାଳୀନ ଭାବରେ ରିପୋର୍ଟ ସଂଗ୍ରହ ପାଇଁ ଛତିଶଗଡ଼କୁ ଚାଲିଆସିଛନ୍ତି, କୁହନ୍ତି, ଅଧିକାଂଶ ଗଣମାଧ୍ୟମ ନିସର୍ତ୍ତ ଭାବରେ ରାଜ୍ୟକୁ ସମର୍ଥନ କରନ୍ତି। ସେ କୁହନ୍ତି, ‘‘ସାମ୍ବାଦିକ ସମ୍ମିଳନୀମାନଙ୍କରେ ଶାନ୍ତି କର୍ମୀମାନଙ୍କୁ ସାମ୍ବାଦିକମାନେ ପ୍ରଶ୍ନବାଣରେ ଜର୍ଜରିତ କରିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସଂଘର୍ଷ ସମ୍ପର୍କିତ ସମ୍ବାଦର ଭାଷା ମଧ୍ୟ ବିଭାଜନକାରୀ। ଏଥିରେ ‘ଆମେ’ ପରି ସମ୍ବୋଧନ ଭର୍ତ୍ତି। ଯେଉଁଥିରେ ପ୍ରକାଶନ ସଂସ୍ଥାଗୁଡ଼ିକ ଖୋଲାଖୋଲି ଭାବରେ ନିଜ ରାଜ୍ୟ କିମ୍ବା ସୁରକ୍ଷାବଳ ସହ ଥିବା ଚିହ୍ନଟ କରନ୍ତି।’’

ଜୁଲାଇ ୨୯ ତାରିଖରେ ଅନେକ ଖବରକାଗଜର ରିପୋର୍ଟଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ପ୍ରେସ୍ହ୍ୟାଣ୍ଡ୍ଆଉଟ ଆଧାରିତ ଥିଲା ଏବଂ ପ୍ରାୟ ସମାନ ଭାଷାରେ ଲିଖିତ ହୋଇଥିଲା। ଏଥିରୁ ଜଣାପଡିଥିଲା କିପରି ସାମ୍ବାଦିକମାନେ ଜଣଙ୍କୁ ମାଓ ବିଦ୍ରୋହୀ ବୋଲି ଔପଚାରିକ ଭାବରେ ଦାବି ପ୍ରତି କଦବା କ୍ୱଚିତ ପ୍ରଶ୍ନ କରନ୍ତି। ଗୋଟିକରେ ଲେଖାଥିଲା:

ଜିଲ୍ଲା ପୋଲିସ ବଳର ଏକ ପ୍ରଶଂସନୀୟ ମିଳିତ କାର୍ଯ୍ୟାନୁଷ୍ଠାନରେ ଗୁରୁବାର ତିନିଜଣ ବିଦ୍ରୋହୀ ସଫଳତାର ସହ ଧରାପଡ଼ିଲେ…. ପଚରାଉଚରା ସମୟରେ, ବିଦ୍ରୋହୀମାନେ (ଷୋହଳରୁ ବାଇସି ବର୍ଷ ମଧ୍ୟରେ ବୟସ) ସେମାନଙ୍କର ଅପରାଧ ସ୍ୱୀକାର କରିଥିଲେ।

ଏହି ଖବର ସେହି ତିନିଜଣ ଯୁବ ଆଦିବାସୀଙ୍କ ପରିବାର କିମ୍ବା ଯେଉଁ ଗ୍ରାମରୁ ଆସିଛନ୍ତି ତାହାର ମତାମତ ସୁନିଶ୍ଚିତ କରିବା ପାଇଁ କୌଣସି ଉଦ୍ୟମ କରିନଥିଲେ। 

ସେହିପରି ଏହା ମାଓବାଦୀଙ୍କ ଚରମ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ କରିବା ମଧ୍ୟ ସମାନ ଭାବରେ କଷ୍ଟକର। ଯେମିତିକି ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା ଇତ୍ୟାଦି। ବିଦ୍ରୋହୀମାନଙ୍କର ଏକ ଦୃଢ଼ ଭାବରେ ସମ୍ପର୍କିତ ଦଳୀୟ ଶୃଙ୍ଖଳା ରହିଛି ଏବଂ ନେତାମାନେ ନିଜ ସର୍ତ୍ତରେ ଗଣମାଧ୍ୟମ ସହ ସମ୍ପୃକ୍ତ ହୁଅନ୍ତି, ସେମାନଙ୍କ ନିୟନ୍ତ୍ରଣରେ ଥିବା ଗାଁ’ଗୁଡ଼ିକର ଗମନାଗମନ ଉପରେ କଟକଣା କରନ୍ତି। ଜୁନ୍୧ ତାରିଖରେ ଗୋଟିଏ ଦଳ ଏକ ଖୋଲା ଚିଠିରେ ଏହା ତର୍କ ଦର୍ଶାଇ ଲେଖିଥିଲା ଯେ, ଗୋଟିଏ ଶ୍ରେଣୀ ଯୁଦ୍ଧରେ ନିରପେକ୍ଷତାର ବିଚାରଧାରା ନାହିଁ। 

ବିଦ୍ରୋହୀମାନେ ବିଶ୍ୱାସ କରନ୍ତି ଯେ, ‘‘ଜଣେ ସାମ୍ବାଦିକ ଗୋଟିଏ ଦମନକାରୀ ରାଜ୍ୟ କିମ୍ବା ମାଓବାଦୀମାନେ ପ୍ରତିନିଧିତ୍ୱ କରୁଥିବା ଗରିବଙ୍କ ସ୍ୱର।’’ ବିବିସିର ରବି କୁହନ୍ତି, ‘‘ମୋର ବିଶ୍ୱାସ ସବୁ ଦିଗରୁ ରିପୋର୍ଟ କରିବା ମୋର କାମ । କିନ୍ତୁ ଏହା ସେମାନଙ୍କ ପାଇଁ ଗ୍ରହଣୀୟ ନୁହେଁ।’’

ଏହି ପରିସ୍ଥିତିରେ ଅନେକ ସାମ୍ବାଦିକ ଖୁବ୍ଅଧିକ ମୂଲ୍ୟ ଦେଇଛନ୍ତି। ୨୦୦୫ର ମଧ୍ୟ ଭାଗରେ ସୁରକ୍ଷା ବାହିନୀ ଏବଂ ଏକ ସୁରକ୍ଷା ବ୍ୟବସ୍ଥାପକ ସମିତି ଦହନ ଉପାୟ ଅବଲମ୍ବନ କରିଥିଲେ। ଗରିଲାମାନଙ୍କୁ ବାହାର କରିବା ଆଶାରେ ସେମାନେ ଛଅଶହ ଆଦିବାସୀ ଗାଁ’ ପୋଡି ଦେଇଥିଲେ। ଏହି ଅଭିଯାନ ଛତିଶଗଡ଼ର ଗଣମାଧ୍ୟମଗୁଡ଼ିକରେ ପ୍ରାୟତଃ ପ୍ରକାଶ ପାଇଲା ନାହିଁ। ସେହି ସେପ୍ଟେମ୍ବର ମାସରେ କମଲେସ ପଇଁକ୍ରା ନାମକ ଜଣେ ଆଦିବାସୀ ସାମ୍ବାଦିକ କିପରି ସୁରକ୍ଷା ବ୍ୟବସ୍ଥାପକମାନେ ବଙ୍କେଲି ନାମକ ଏକ ଗାଁର ବାସିନ୍ଦାମାନଙ୍କୁ ପଳାୟନ କରିବା ପାଇଁ ବାଧ୍ୟ କରି ଏହା ପୋଡ଼ି ଦେଇଥିଲେ। ସେ ସମ୍ପର୍କରେ ତାଙ୍କର ହିନ୍ଦୀ ଖବରକାଗଜ ହିନ୍ଦସତ୍ପାଇଁ ଏକ ଖବର ଲେଖିଥିଲେ। ଏହି କାହାଣୀ ଜାତୀୟ ମାନବ ଅଧିକାର ଗୋଷ୍ଠୀର ଦୃଷ୍ଟି ଆକର୍ଷଣ କରିଥିଲା ଯାହା ତୁରନ୍ତ ତଥ୍ୟ ସଂଗ୍ରହ ଅଭିଯାନ ପଠାଇଥିଲା। 

କ୍ରୋଧିତ ସ୍ଥାନୀୟ ଅଧିକାରୀମାନେ ବାରମ୍ବାର ଏହି ଖବରଟି ପ୍ରତ୍ୟାହାର କରିବା ପାଇଁ ପାଇଁକ୍ରାଙ୍କ ଉପରେ ଚାପ ପକାଇଲେ। ‘‘ସେ କୁହନ୍ତି, ସୁରକ୍ଷା ବ୍ୟବସ୍ଥାପକମାନେ ମୋତେ ରାତିରେ ଡକାନ୍ତି ଏବଂ ଗୋଟିଏ ଅସ୍ଥାୟୀ କେନ୍ଦ୍ର ବାହାରେ ଅଟକାଇ ରଖନ୍ତି, ଯେଉଁଠାରେ ମୁଁ ଅନ୍ତେବାସୀମାନେ ମାଡ଼ ଖାଉଥିବା ଏବଂ ନିର୍ଯାତିତ ହେଉଥିବା ଶୁଣିପାରିବି।’’ ଯେତେବେଳେ ପାଇଁକ୍ରା ବିରୋଧ କଲେ ସେତେବେଳେ ସେମାନେ ତାଙ୍କ ଖବରକାଗଜର ମାଲିକଙ୍କ ଉପରେ ତାଙ୍କୁ ତଡ଼ିଦେବା ପାଇଁ ବଳ ପ୍ରୟୋଗ କଲେ। ସେ ସାମ୍ବାଦିକତା ତ୍ୟାଗ କଲେ ଏବଂ ବର୍ତ୍ତମାନ ଡକ୍ଟର୍ସ ଓ୍ୱିଦାଉଟ୍ବର୍ଡର ପାଇଁ ଜଣେ ସ୍ୱାସ୍ଥ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି। ପାଇଁକ୍ରା କୁହନ୍ତି, ‘‘ସାମ୍ବାଦିକତାରେ ନ୍ୟାୟ ଏବଂ ସତ୍ୟ ପରି ଅବଧାରଣ ସହ ରହିବା ଖୁବ୍ କଷ୍ଟକର। ମୁଁ ତାହା କରିପାରିଲି ନାହିଁ।’’

ମଙ୍ଗଲ କୁନ୍ଜମ ତାହା କରିବାକୁ ଚେଷ୍ଟା କରୁଛନ୍ତି। ୨୦ବର୍ଷ ବୟସ୍କ ଆଦର୍ଶ ସମ୍ବାଦପତ୍ର ସାମ୍ବାଦିକ ମଝିରେ ମଝିରେ ସ୍ୱର ପାଇଁ ଯୋଗଦାନ ଦିଅନ୍ତି ଏବଂ ରାଜ୍ୟର ମୁଖ୍ୟ ଧାରାର ଗଣମାଧ୍ୟମରେ ସେ ଜଣେ ବିରଳ ଆଦିବାସୀ ସାମ୍ବାଦିକ। ସ୍ଥାନୀୟ ଭୁଗୋଳ, ଆଦିବାସୀ ଭାଷା ଓ ସଂସ୍କୃତି ଉପରେ ତାଙ୍କର ଜ୍ଞାନ ତାଙ୍କୁ ଗ୍ରାମଗୁଡ଼ିକରେ ଏକ ନେଟ୍ଓ୍ୱର୍କ ଉତ୍ସ ପାଇବାରେ ସାହାଯ୍ୟ କରିଛି, କିନ୍ତୁ ଏହା ବିପଦମୁକ୍ତ ନୁହେଁ। କୁନଜମ ମୋତେ କହିଥିଲେ, ‘‘ପୋଲିସ ମତେ କହିଛି ଯଦି ଯେଉଁଠାରେ ସେମାନଙ୍କର କୌଣସି ସର୍ଚ୍ଚ ଅପରେସନ ହେବାର ଥାଏ, ସେଠାରେ ସେ ରିପୋର୍ଟିଂ କରନ୍ତି, ତେବେ ଏହା ମୋର ଶେଷ ହେବ।’’ ସେ କୁହନ୍ତି ଏହି ସତର୍କତା ସତ୍ତ୍ୱେ ସେ ଆଗକୁ ବଢ଼ନ୍ତି, କାରଣ ସେ ଅନୁଭବ କରନ୍ତି ତାଙ୍କ ପରି ଶିକ୍ଷିତ ଆଦିବାସୀମାନେ ସେମାନଙ୍କ ସମୂହର ସମସ୍ୟା ରିପୋର୍ଟ କରିବା ପାଇଁ କର୍ତ୍ତବ୍ୟ ଅନୁଯାୟୀ ବାଧ୍ୟ। 

ସିଜିନେଟ୍ସ୍ୱରର ସଂସ୍ଥାପକ ଚୌଧୁରୀ ଏହା ସ୍ୱୀକାର କରନ୍ତି ଯେ, ବର୍ତ୍ତମାନ ପରିବେଶରେ ଏହି ସୁବିଧା ଆଦିବାସୀମାନଙ୍କ ପାଇଁ ଗଣମାଧ୍ୟମକୁ ଗଣତାନ୍ତ୍ରିକ କରିବା ଦିଗରେ ମାତ୍ର ଗୋଟିଏ ଛୋଟ ପଦକ୍ଷେପ। ‘‘ବଡ଼ ଆହ୍ୱାନ ରହିଛି: ଆମେ କେମିତି ଅର୍ଥର କ୍ଷମତା ହ୍ରାସ କରିବୁ ଏବଂ ଛତିଶଗଡ଼ର ସାମ୍ବାଦିକତାରେ ଜନତାର କ୍ଷମତା ବୃଦ୍ଧି କରିବୁ ?’’


ଏହି ଆଲେଖ୍ୟ ମୂଳତଃ ସେପ୍ଟେମ୍ବର ୨୦୧୧ରେ ଦି କଲମ୍ବିଆ ଜର୍ନାଲିଜିମ୍ରିଭ୍ୟୁରେ ପ୍ରକାଶିତ ହୋଇଥିଲା ଏବଂ ଏହା ଏଠାରେ ଆସେସ୍କରାଯାଇପାରିବ। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଚିତ୍ରାଙ୍ଗଦା ଚୌଧୁରୀ ଜଣେ ସ୍ୱାଧୀନ ସାମ୍ବାଦିକ, ଏବଂ ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ରୁରାଲ ଇଣ୍ଡିଆର କେନ୍ଦ୍ରୀୟ ଗୋଷ୍ଠୀର ଜଣେ ସଦସ୍ୟ।

Other stories by Chitrangada Choudhury