ମେ ମାସର ମଧ୍ୟାହ୍ନରେ ପ୍ରଚଣ୍ଡ ଖରାରେ ଚାଲୁଥିବା ବିଜୟା ଆନ୍ଧେର୍ ଖୁବ୍ ନରମ ଭାବରେ କହିଥିଲେ - ଆମର ସବୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଆହୁରି ଅନେକ ପଦଯାତ୍ରା କରିବୁ। ତାଙ୍କ ସହ ମୁମ୍ବାଇରୁ ପ୍ରାୟ ୧୦୦ କିଲୋମିଟର ଦୂର ଥାନେ ଓ ପଲଘାର୍ ଜିଲ୍ଲାର ପ୍ରାୟ ୩୫,୦୦୦ ଆଦିବାସୀ କୃଷକ ଥିଲେ।

ଚଳିତ ବର୍ଷ ଆଦ୍ୟ ଭାଗରେ ଥାନେ ଜିଲ୍ଲାର ଶାହାପୁର ତାଲୁକାର ବୋରାଲା-ଅଘାଇ ଜିଲ୍ଲାର କୃଷକ ବିଜୟା ମାର୍ଚ୍ଚ ୬ରୁ ୧୨ - ଐତିହାସିକ ଦୀର୍ଘ ପଦଯାତ୍ରାରେ ନାସିକରୁ ମୁମ୍ବାଇ ଆସିଥିଲେ।  କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ଏମ୍) ସହ ଅନୁବନ୍ଧିତ ଅଲ୍ ଇଣ୍ଡିଆ କିଷାନ ସଭା (ଏଆଇକେଏସ୍) ଏହି ପଦଯାତ୍ରାର ନେତୃତ୍ୱ ନେଇଥିଲା। ଗତ ସପ୍ତାହରେ ବିଜୟା ଏଆଇକେଏସ୍ ଡାକରା ଦେଇଥିବା ଅନ୍ୟ  ଏକ ପଦଯାତ୍ରାରେ ଯୋଗଦେବା ପାଇଁ ସେ ରାସ୍ତାକୁ ଓହ୍ଲାଇଛନ୍ତି। ଚଳିତ ଥର ଏହା ଏକ ନିର୍ଦ୍ଧାର ପଦଯାତ୍ରା, ନିଜ ଦାବି ନିମନ୍ତେ ସଂଘର୍ଷ ଚାଲୁରଖିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାର ପ୍ରତୀକ ଏହା ଏକ ବିଜୟ ଶୋଭାଯାତ୍ରା।

“ଏହା ଦୀର୍ଘ ପଦଯାତ୍ରାର ଏକ ଅନୁସରଣ”, କହିଛନ୍ତି ଏଆଇକେଏସର ସଭାପତି ଅଶୋକ ଧାଓ୍ୱାଲେ।  ଜଙ୍ଗଲ ଅଧିକାର ଆଇନ ଓ ଅନ୍ୟାନ୍ୟ  ପ୍ରସଙ୍ଗରେ ନିଜର ଲିଖିତ ପ୍ରତିଶ୍ରୁତି ପାଳନ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଏହି ପଦଯାତ୍ରା ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ରହିଛି ମୁମ୍ବାଇ-ନାଗପୁର ସମୃଦ୍ଧି ରାଜପଥ ପରି ପ୍ରୋଜେକ୍ଟ ନିମନ୍ତେ ଭୂମି ଅଧିଗ୍ରହଣ। ଏଥିପାଇଁ ସରକାରଙ୍କ ଯୋଜନାକୁ ସେ ଦୃଢ ବିରୋଧ ବୋଲି କହିଛନ୍ତି। କେବଳ କୃଷକମାନଙ୍କର ସହମତି କ୍ରମେ ଜମି ଅଧିଗ୍ରହଣ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତିର ରାଜ୍ୟ ସରକାର ବିରୋଧାଚରଣ କରୁଛନ୍ତି ବୋଲି ସେ ମତ ଦେଇଛନ୍ତି।
PHOTO • Himanshu Chutia Saikia

ଉପର: ମେ’ ୩ ତାରିଖରେ ଉତ୍ତର ମୁମ୍ବାଇ ନଗରର ଦହାନୁ ସହରରେ ନିର୍ଦ୍ଧାର ରାଲିରେ ୩୫,୦୦୦ରୁ ଅଧିକ ଆଦିବାସୀ ଯୋଗ ଦେଇଛନ୍ତି ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କୃଷକ। ତଳ: ଦହାନୁ ବେଳାଭୂମିରେ ଏକ ସାଧାରଣ ସଭା ସହ ଏହି ପଦଯାତ୍ରା ଶେଷ ହୋଇଥିଲା କିଷାନ ସଭା ନେତୃବୃନ୍ଦ ଏଠାରେ ଚାଷୀମାନଙ୍କ ଦାବି ପୁଣି ଥରେ ଦୋହରାଇଥିଲେ।

ଦହାନୁ ଷ୍ଟେସନ ନିକଟସ୍ଥ ସାଗରନାକାଠାରୁ ନିର୍ଦ୍ଧାର ରାଲି ଆରମ୍ଭ ହୋଇଥିଲା ଓ ୨.୫ କିମି ଦୂର ଦହାନୁ ବେଳାଭୂମିରେ ଶେଷ ହୋଇଥିଲା ଏଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏକ କାଜୁ ତୋଟା ମଧ୍ୟରେ କିଷାନ ସଭା ନେତାମାନେ ମୁଖ୍ୟ ଦାବିଗୁଡିକ ଦୋହରାଇଥିଲେ।  ଗତ ମାର୍ଚ୍ଚ ମାସରେ ଯେତେବେଳେ ପ୍ରାୟ ୪୦,୦୦୦ କୃଷକ ରାଜ୍ୟ ରାଜଧାନୀକୁ ପଶିଲେ ସେତେବେଳେ ସରକାର ସେମାନଙ୍କ ଦାବିଗୁଡିକ ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

ଉଭୟ ମାର୍ଚ୍ଚ ଓ ମେ’ ମାସରେ ହୋଇଥିବା ପଦଯାତ୍ରାରେ ଆଦିବାସୀ କୃଷକମାନଙ୍କର ଅନ୍ଯତମ ମୁଖ୍ଯ ଦାବି ଥିଲା ସେମାନେ ଚାଷ କରୁଥିବା ଜମିର ସତ୍ତ୍ୱାଧିକାର ପ୍ରଦାନ ପ୍ରାୟ ୩୦ କିମି ଦୂର ମୋଡଗାଁଓ-କାସୋଦିପଡ଼ା ଗାଁରୁ ଆସିଥିବା ରତ୍ନାଜିତେ ଲଖନ ଓ ଭିବା ବିନ୍ଦୁ ଜାବର ଅଭିଯୋଗ କରିଥିଲେ ଯେ ଅନେକ ସମୟରେ ଜଙ୍ଗଲ ବିଭାଗ ଅଧିକାରୀମାନେ ସେମାନେ ଜଙ୍ଗଲରେ ଅବୈଧ ଭାବରେ ଚାଷ କରୁଛନ୍ତି ବୋଲି କହି ସେମାନଙ୍କୁ ହଇରାଣ ହରକତ କରନ୍ତି।

ଜଙ୍ଗଲ ଅଧିକାର ଆଇନ (ଏଫଆରଏ) ଭାବେ ଜଣାଶୁଣା ଅନୁସୂଚୀତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲବାସୀ (ଜଙ୍ଗଲ ଅଧିକାର ସ୍ୱୀକୃତି) ଆଇନ, ୨୦୦୬ ଅନୁଯାୟୀ ଜଙ୍ଗଲର ଯେଉଁ ଜମି ଆଦିବାସୀମାନେ ଚାଷ କରୁଛନ୍ତି ଆଇନତଃ ତାହା ସେମାନଙ୍କର କିନ୍ତୁ ସାରା ରାଜ୍ୟର ଅଧିକାଂଶ ଆଦିବାସୀ ଜମିଜମା ସଂକ୍ରାନ୍ତୀୟ କୌଣସି ଦଲିଲ ପାଇନାହାନ୍ତି ମାର୍ଚ୍ଚ ମାସରେ ନାସିକ୍-ମୁମ୍ବାଇ ପଦଯାତ୍ରା ପରେ ମହାରାଷ୍ଟ୍ର ସରାକର ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବାକୁ ରାଜି ହୋଇଛନ୍ତି। ଏହା ଅନୁଯାୟୀ ୨୦୦୫ ଡିସେମ୍ବରରୁ ପ୍ରତି ପରିବାର ଚାଷ କରୁଥିବା ୧୦ ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମିର ସତ୍ତ୍ୱାଧିକାର ପତି-ପତ୍ନୀଙ୍କୁ ଯୁଗ୍ମ ଭାବରେ ପ୍ରଦାନ କରାଯିବ।

ଲଖନ କୁହନ୍ତି, “ଜଙ୍ଗଲ ଅଧିକାରୀମାନେ ବାଡ଼ ପକାଇ ଦେଇଛନ୍ତି”। ସେମାନେ ଆମ ଫସଲ କାଟି ନେଇଯାଉଛନ୍ତି।  ସେମାନେ ଆମକୁ କାଠ ସଂଗ୍ରହ କରିବାକୁ ମଧ୍ୟ ଦେଉନାହାନ୍ତି।  ସେମାନେ କହୁଛନ୍ତି, ସେ ଜମି ଆମର ନୁହେଁ କିନ୍ତୁ ଆମେ ସେଠି ଗହମ, ଯଅ, ରାଗି, ଧାନ, ବୁଟ, ହରଡ଼ ଆଦି ସବୁକିଛି ଚାଷ କରୁଛୁ।

ଜଙ୍ଗଲର ସନ୍ତାନ ପରି ଆମେ ଜଙ୍ଗଲରେ ଥିବା ଗଛର ଯତ୍ନ ନେଇଛୁ... ଏହା ଆମର ଭୂମି ଆମେ ସବୁପ୍ରକାର ଯତ୍ନରେ ଏଠାରେ ଚାଷ କରୁଛୁ। ଏହା ଅନ୍ୟାୟ। ଏହି ସରକାର ଲଜ୍ଜାହୀନ।

ଭିଡିଓ ଦେଖନ୍ତୁ: ଦହାନୁରେ ରାଲି ସମୟରେ ଆଦିବାସୀ କୃଷକମାନେ ସ୍ଲୋଗାନ ଦେଇ (ଗୀତ ଗାଇ) ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି, ଦର୍ଶାଇବା ସହ ନିଜର ଦାବି ପ୍ରକାଶ କରୁଛନ୍ତି

ତାଙ୍କର ଭୟ ସେମାନଙ୍କର ଜମି ଭିତ୍ତିଭୂମି ପ୍ରକଳ୍ପଗୁଡିକ ପାଇଁ ଅଧିଗ୍ରହଣ କରାଯାଇପାରେ ତେବେ ସେ ଦୃଢ ଭାବରେ କୁହନ୍ତି, ଦୀର୍ଘ ଦିନର ସଂଘର୍ଷ ପରେ ଆମେ ଆମର ଭୂମି ପାଇଛୁ ଯାହାର ଅନେକ ଅଂଶ ଆମେ ଜଳଭଣ୍ଡାର (ସୂର୍ଯ୍ୟା ନଦୀ ଉପରେ ଧାମନୀ ଜଳଭଣ୍ଡାର) ପାଇଁ ହରାଇଛୁ।  ଏ ଜମି ଆମର ଅଧିକାର। ସେମାନଙ୍କୁ ଏହା ନେଇଯିବାକୁ ଦେବୁନି। ଆମେ ପଛଘୁଞ୍ଚା ଦେବୁନି।

ଲଖନ ଅଲ୍ ଇଣ୍ଡିଆ କୃଷକ ସଭା (ଏଆଇକେଏସ୍) ନେତୃତ୍ୱାଧୀନ ଓ୍ୱର୍ଲି ବିପ୍ଳବ (୧୯୪୫-୪୮) ସଂପର୍କରେ ସୂଚନା ଦେଉଥିଲେ। ମହାନ ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ଗୋଦାବରୀ ପାରୁଲେକରଙ୍କ ଦୃଢ଼ ନେତୃତ୍ୱରେ ଥାନେ- ପଲଘାରର ଆଦିବାସୀମାନେ ନିଜକୁ ବେଠ୍  ବେଗାରୀ ଭାବରେ ଜଣାଶୁଣା ଏକ ଦାସତ୍ୱରୁ ମୁକ୍ତ କରିଥିଲେ।  ଏହି ପ୍ରଥା ଅନୁଯାୟୀ ସେମାନେ ଜମିଦାର ଓ ସାହୁକାରମାନଙ୍କ ପାଇଁ ବିନା ମଜୁରିରେ କାମ କରିବାକୁ ବାଧ୍ୟ ହେଉଥିଲେ। ସେମାନେ ପୁରୁଣା ଜମିଦାରମାନଙ୍କୁ ହଟାଇ ସେମାନଙ୍କ ଜମି ଚାଷ କରିବାକୁ ଆରମ୍ଭ କରିଥିଲେ। ମାର୍ଚ୍ଚ ୧୨ ତାରିଖରେ ସରକାର  ସେହି ଜମିଗୁଡିକ ଚାଷ କରୁଥିବା କୃଷକମାନଙ୍କ ନାମରେ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ବ୍ୟତୀତ ମନ୍ଦିର ନାମରେ ଥିବା ଦେବସ୍ଥାନମ୍ ବା ଇନାମୀ ଜମିକୁ ଯେଉଁ ଆଦିବାସୀ ଓ ଅଣଆଦିବାସୀ କୃଷକ ପରିବାର ଚାଷ କରିଆସୁଛନ୍ତି ସେଗୁଡିକର ସତ୍ୱାଧିକାର ମଧ୍ୟ ଚାଷୀମାନଙ୍କୁ ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ।

ଲଖନ ପରି ଚାଷୀମାନେ ପ୍ରସ୍ତାବିତ ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପରି ପ୍ରକଳ୍ପ ନିମନ୍ତେ ଖୁବ୍ ଚିନ୍ତିତ।  ଦି ନ୍ୟାସନାଲ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଏହି ପ୍ରକଳ୍ପ ନିମନ୍ତେ ପଲଘାର ଠାରେ ଜମି ଅଧିଗ୍ରହଣ କରୁଛି।  ପ୍ରସ୍ତାବିତ ଏହି ୫୦୮ କିଲୋମିଟର ରେଳମାର୍ଗର ୧୫୫.୬୪୨ କିଲୋମିଟର ମହାରାଷ୍ଟ୍ରର ଥାନେ ଓ ପଲଘାର ଜିଲ୍ଲାରେ ମୁଖ୍ୟତଃ ପଲଘାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦେଇଯାଇଛି।

man sitting next to a drum
PHOTO • Himanshu Chutia Saikia
father and son at the farmers' rally
PHOTO • Siddharth Adelkar

ବାମ: ‘ ଜମି ଆମର ଅଧିକାର ଆମେ ସେମାନଙ୍କୁ ଏହା ନେଇଯିବାକୁ ଦେବୁନି ଆମେ ପଛଘୁଞ୍ଚା ଦେବୁନିକହୁଛନ୍ତି ମୋଡଗାଁଓ-କସୋଦିପଡାର ରତ୍ନା ଜିତେ ଲଖନ୍ ଡାହାଣ : ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାରରୁ ବଞ୍ଚିତ କରାଯିବା ନେଇ ପ୍ରତିବାଦ ରାଲିରେ ଧକାନେ ଗ୍ରାମର ସନ୍ଦିପ ଗାରେଲ୍ ନିଜ ଛୋଟ ପୁଅ ସହ ଅଂଶଗ୍ରହଣ କରିଥିଲେ

ଶାହପୁରର ଧକାନେ ଜିଲ୍ଲାର ସନ୍ଦିପ୍ ଗାରେଲ ୧୨ ବର୍ଷର ପୁଅ ଅଙ୍କୁଶ ସହ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ସେ କୁହନ୍ତି “ଜଙ୍ଗଲର ସନ୍ତାନ ପରି ଆମେ ଜଙ୍ଗଲରେ ଥିବା ଗଛର ଯତ୍ନ ନେଇ କିନ୍ତୁ ଆମେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କଲେ ଜଙ୍ଗଲ ଅଧିକାରୀମାନେ ଆମ ନାମରେ କେସ୍ କରନ୍ତି ଏପରି ଘଟଣା ଦିନକୁ ଦିନ ବଢୁଛି ଏହା ଆମର ଜମି ସବୁ ପ୍ରକାର ଯତ୍ନରେ ଆମେ ଏହା ଚାଷ କରୁଛୁ ଏହା ଅନ୍ୟାୟ। ଏ ସରକାର ଲଜ୍ଜାହୀନ”।

ପିଇବା ଓ ଜଳସେଚନ ପାଇଁ ଜଳ ବିଭିନ୍ନ ଜିଲ୍ଲାରେ କିଷାନ ସଭା ପ୍ରତିବାଦର ଅନ୍ୟତମ କେନ୍ଦ୍ରୀୟ ପ୍ରସଙ୍ଗ। ଶାହାପୁରର ବୋରାଲା-ଅଘାଇରୁ ଆସିଥିବା କୃଷକମାନଙ୍କ ସହ ଥିବା ବିଜୟା କୁହନ୍ତି- ଆମ ଜମି ପାଇଁ ଆମେ ପାଣି ଓ ବିଦ୍ୟୁତ୍ ଦରକାର କରୁଛୁ।  ଦେଶର ପ୍ରତି ଗ୍ରାମଙ୍କୁ ୧୦୦ ପ୍ରତିଶତ ବିଦ୍ୟୁତ୍ ଯୋଗାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଥିଲେ ମଧ୍ୟ ମୋ ଗାଁକୁ ଏଯାଏ ବିଦ୍ୟୁତ୍ ଯାଇନି।  ପାନୀୟ ଜଳର ଅଭାବ ଅଭାବ ଆଉ ଏକ ବଡ ସମସ୍ୟା।  ସେମାନଙ୍କ କୂଅଗୁଡିକ ଶୁଖିଯାଇଛି। ସେମାନଙ୍କ ବୋରଲା ଗ୍ରାମ ତନସା ହ୍ରଦ ନିକଟରେ ଅଛି।  ନିକଟସ୍ଥ ମହାନଗରକୁ ଜଳ ଯୋଗାଉଥିବା ସାତଟି ଜଳସ୍ରୋତ ମଧ୍ୟରୁ ତନସା ଅନ୍ୟତମ। ବିଜୟା କୁହନ୍ତି, “ ଅନୁଯାୟୀ ହ୍ରଦ ପାଖରେ ଥାଇ ବି ଆମେ ପାଣି ପାଇନୁ, ସବୁ ପାଣି ମୁମ୍ବାଇ ପାଉଛି”।

ଯେତେବେଳେ ତାଙ୍କୁ ପଚରାଗଲା କ’ଣ ସବୁ ଫସଲ ଚାଷ କରୁଛ? ସେତେବେଳେ ବିଜୟା ହସିଲେ କହିଲେ ଆମେ ପିଇବାକୁ ପାଣି ପାଉନୁ, କି ଫସଲ କରିବୁ? ଯେଉଁ ଚାଷୀମାନେ ଧାନ, ଗହମ, ରାଗି, ହରଡ, ହରାଇ, ବୁଟ ଆଦି ଫସଲ କରନ୍ତି ସେମାନେ ସମ୍ପୂର୍ଣ୍ଣ ଭାବରେ ବର୍ଷା ଉପରେ ନିର୍ଭର କରନ୍ତି।  ଆମେ ଗୋଟିଏ ଶୁଖିଲା କୂଅ ଭିତରେ ଥିବା ଚୁଆରୁ ରାତିରେ ପାଣି ସଂଗ୍ରହ କରୁ।  ବିଜୟା କୁହନ୍ତି ମହାରାଷ୍ଟ୍ରର ବଡ ବଡ ଜଳଭଣ୍ଡାରଗୁଡିକ ଯଥା ତନସା, ବୈତର୍ଣ୍ଣା, ଭାସ୍ତା, ସୂର୍ଯ୍ୟା (ଧାମ୍ନି) ଆଦି ଥାନେ ଓ ପଲଘାର ଜିଲ୍ଲାରେ ଅଛି।  ଏସବୁ ପାଣି ମୁଖ୍ୟତଃ ମୁମ୍ବାଇ ମହାନଗରକୁ ଯାଏ।
farmers at the rally
PHOTO • Himanshu Chutia Saikia
women holding hands
PHOTO • Himanshu Chutia Saikia
Women at the farmers' march
PHOTO • Himanshu Chutia Saikia

ଥାନେ- ପଲଘାର ଅଞ୍ଚଳରେ ବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ନିର୍ଦ୍ଧାର ପଦଯାତ୍ରାରେ ଆଗରେ ଥିଲେ।

ଦୀର୍ଘ ପଦଯାତ୍ରା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଓ ଆଦିବାସୀ ଗ୍ରାମଗୁଡିକୁ ସ୍ଥାନାନ୍ତର ନକରି ଜଳର ସୁଷମ ବଣ୍ଟନ ନିମନ୍ତେ ରାଜି ହୋଇଥିଲେ ଆରବ ସାଗରକୁ ବୋହି ଯାଉଥିବା ନାର-ପାର୍, ଦାମନଗଙ୍ଗା, ଓ୍ୱାଘ ଓ ପିଞ୍ଜଲ ନଦୀରେ ଜଳଭଣ୍ଡାର ନିମନ୍ତେ ଜାତୀୟ ଜଳ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଯୋଜନାକୁ ଶେଷ କରିବା ଓ ଏହି ଜଳ ଗିରନା- ଗୋଦାବରୀ ଉପତ୍ୟକାକୁ ପଠାଇବା ପାଇଁ ରାଜ୍ୟସରକାର ରାଜି ହୋଇଥିଲେ। ଏହି ଜଳ ରାଜ୍ୟ ପାଇଁ ବ୍ୟବହାର କରାଯିବ ବୋଲି ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡା ଆଦିବାସୀ ଗ୍ରାମଗୁଡିକର ସ୍ଥାନାନ୍ତରଣ କରାନଯାଇ ୩୧ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବ।

ଦୀର୍ଘ ପଦଯାତ୍ରା ପରେ ରାଜ୍ୟ ସରକାର କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ଦାବି ପୂରଣ ନିମନ୍ତେ ରାଜି ହୋଇଛନ୍ତି। ଏଗୁଡିକ ମଧ୍ୟରେ ରହିଛି 6 ମାସ ମଧ୍ୟରେ ପୁରୁଣା ଓ ଚିରା ରାସନ୍ କାର୍ଡ ବଦଳାଇବା, ପିଡିଏସ୍ କେନ୍ଦ୍ରଗୁଡିକର ଉପଯୁକ୍ତ ଦାମରେ ରାସନ ସାମଗ୍ରୀ ଉପଲବ୍ଧ କରାଇବା,  ବୃଦ୍ଧାବସ୍ଥା ପେନସନ୍ ଓ ଅନ୍ୟାନ୍ୟ ପେନସନ୍ ଲାଗୁ କରିବା ଆଦି ସୋଲାପୁର ବିଧାନସଭା ଆସନର ପୂର୍ବତନ ସିପିଆଇ (ଏମ୍) ବିଧାୟକ ଆଦମ୍ ନରସାୟା ନାରାୟଣ ଦହାନୁ ସାଧାରଣ ସଭାରେ ଏକତ୍ରିତ ହୋଇଥିବା ଚାଷୀମାନଙ୍କୁ କହିଥିଲେ, “ଦୁଇଥର ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ଭାବରେ ମୁଁ ୬୦,୦୦୦ ଟଙ୍କା ପେନସନ୍ ପାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରୀ ପିଅନ ପର୍ଯ୍ୟନ୍ତ ସମସ୍ତେ ପେନସନ୍ ପାଉଛନ୍ତି। କିନ୍ତୁ ଯେଉଁ କୃଷକମାନେ ଆଜୀବନ ଦେଶକୁ ଖାଦ୍ୟ ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଉପଯୁକ୍ତ ପେନସନ୍ ଦେବା ପାଇଁ ସରକାରଙ୍କୁ କଷ୍ଟ ହେଉଛି”?

ମାର୍ଚ୍ଚ ମାସର ଦୀର୍ଘ ପଦଯାତ୍ରା ଓ ମେ’ ୩ ତାରିଖର ଦହାନୁ ସାଧାରଣ ସେବାରେ ଯୋଗ ଦେଇଥିବା ଅଧିକାଂଶ ଆଦିବାସୀ କୃଷକ କ୍ଷୁଦ୍ର ଚାଷୀ ସେମାନେ ମୁଖ୍ୟତଃ ଖାଦ୍ୟ ଉପଯୋଗୀ ଫସଲ ଚାଷ କରନ୍ତି କିନ୍ତୁ ନିଜ ବ୍ୟବହାର ପରେ ବିକ୍ରି କରିବା ପାଇଁ ସେମାନଙ୍କ ପାଖରେ ଅଧିକ ସାମଗ୍ରୀ ବଳେ ନାହିଁ। ଅଶୋକ ଧଓ୍ୱାଲେ କହନ୍ତି, “କିଷାନ ଦୀର୍ଘ ପଦଯାତ୍ରା ଓ ଦହାନୁ ରାଲିରେ ଆଦିବାସୀ କୃଷକମାନେ ସାରା ରାଜ୍ୟର ତଥା ସାରା ଦେଶର କୃଷକମାନଙ୍କ ପ୍ରତି ସେମାନଙ୍କର ସହବନ୍ଧନ ଦର୍ଶାଇ ଯେପରି ଭାବରେ କୁହୁଳୁଥିବା ପ୍ରସଙ୍ଗଗୁଡିକ ଉତ୍ଥାନ କଲେ ତାହା ସେମାନଙ୍କର ସମ୍ମାନ ବଢାଇ ଦେଇଛି”।

ଏଥିରୁ ସ୍ପଷ୍ଟ ‘ଓ୍ୱର୍ଲି ବିପ୍ଳବ’ର ଚେତନା ମେ’ ୩ ପଦଯାତ୍ରାରେ ସାମିଲ ଲୋକମାନଙ୍କ ମନରେ ଆଜି ବି ରହିଛି। ବିଜୟା କୁହନ୍ତି- ସେମାନେ ଯାହା କଲେ ବି ଆମେ ଚାଷ କରୁଥିବା ଜମିକୁ ଛାଡି ଦେବୁନି। କିନ୍ତୁ ଏ ଲାଲ୍ ପତାକା କାହିଁକି? ସେ କୁହନ୍ତି ଏହା ଆମର ଏକତା ଓ ସଂଘର୍ଷର ପ୍ରତୀକ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Siddharth Adelkar

ଲେଖକ ପରିଚୟ: ସିଦ୍ଧାର୍ଥ ଆଦେଲକର ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ୍‍ ଇଣ୍ଡିଆର ଟେକ୍‌ ଏଡିଟର

Other stories by Siddharth Adelkar