‘ବାହାର ଲୋକମାନଙ୍କ ପ୍ରବେଶ ନିଷେଧ’ – ସିୟାଦେହୀ ଗ୍ରାମର ପ୍ରବେଶ ଦ୍ୱାରରେ ନିର୍ମାଣ କରାଯାଇଥିବା ବାଉଁଶ ବାଡରେ ଲାଗିଥିବା ପ୍ରାଚୀର ପତ୍ରରେ ଏହା ଲେଖାଯାଇଛି। ଯେତେବେଳେ ଏହି ରିପୋର୍ଟର ଛତିଶଗଡର ଧମ୍‌ତାରି ଜିଲ୍ଲାର ନାଗ୍ରୀ ବ୍ଲକ୍‌ ଅନ୍ତର୍ଗତ ଏହି ଗ୍ରାମକୁ ଯାଇଥିଲା, ସେତେବେଳେ ପାଖରେ ବସିଥିବା ସ୍ଥାନୀୟ ନିବାସୀଙ୍କ ଏକ ଦଳ କଥା ହେବା ପାଇଁ ସେହି ବାଡ଼ ପାଖକୁ ଆସିଲେ – କିନ୍ତୁ କିଛି ଦୂରରେ ରହିଲେ ।

“ଆମେ ଗ୍ରାମବାସୀମାନେ, ସର୍ବସମ୍ମତ ଭାବେ ଆମମାନଙ୍କୁ ମାରାତ୍ମକ କରୋନା ଭୂତାଣୁଠାରୁ ସୁରକ୍ଷିତ ରଖିବା ପାଇଁ ଏହି ବାଡ଼ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛୁ” ବୋଲି ପଡୋଶୀ କଙ୍କେର ଜିଲ୍ଲାରେ ଏକ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାମ କରୁଥିବା ଭାରତ ଧ୍ରୁବ କହିଲେ । ସିୟାଦେହୀ- ମୁଖ୍ୟତଃ ଗୋଣ୍ଡ ଆଦିବାସୀମାନେ ରହୁଥିବା ଏକ ଗ୍ରାମ ଯାହାର ଜନସଂଖ୍ୟା ପ୍ରାୟ ୯୦୦ ଅଟେ । ଏହା ଛତିଶଗଡର ରାଜଧାନୀ ରାୟପୁରଠାରୁ ପ୍ରାୟ ୮୦କିଲୋମିଟର ଦୂରରେ ଅବସ୍ଥିତ ।

“ଆମେମାନେ ସାମାଜିକ ଦୂରତା ବଜାୟ ରଖିବାକୁ ଚାହୁଁଛୁ’। ଏହି ଲକ୍‌ଡାଉନ୍‌ ସମୟରେ ବାହାରର କେହି ଆମ ଗ୍ରାମକୁ ବୁଲିବାକୁ ଆସନ୍ତୁ ତାହା ଆମେ ଚାହୁନାହୁଁ କିମ୍ବା ବାହରକୁ ଯାଇ ଆମେ ନିୟମ ଉଲଂଘନ କରିବାକୁ ମଧ୍ୟ ଚାହୁଁନୁ । ଏଣୁ, ଏହି ବାଡ’’,  ବୋଲି ରାଜେଶ କୁମାର ନେତାମ ନାମକ ଏହି ଗ୍ରାମର ଜଣେ ନାମମାତ୍ର ଚାଷୀ ଓ ଶ୍ରମିକ କୁହନ୍ତି ।

“ କାହା ସଂସ୍ପର୍ଶରେ ନ ଆସିବା ପାଇଁ ଏଠାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଆମେ ଏଠାରେ ଅଟକାଇ ଦେଉଛୁ। ଆମେ ସେମାନଙ୍କୁ ନିଜ ଗ୍ରାମକୁ ଫେରି ଯିବାକୁ ଅନୁରୋଧ କରୁଛୁ,” ବୋଲି ସାଜ୍ଜିରାମ ମନ୍ଦାବି ନାମକ ଜଣେ ଶ୍ରମିକ କୁହନ୍ତି । “ଏକ ଦକ୍ଷତା ବିକାଶ ପ୍ରକଳ୍ପ ଅଧିନରେ ଆମର  କିଛି ଯୁବକ ମହାରାଷ୍ଟ୍ରକୁ ଯାଇଥିଲେ କିନ୍ତୁ ସେମାନେ ହୋଲି ପୂର୍ବରୁ ଫେରି ଆସିଥିଲେ” ବୋଲି ସେ କହିଲେ । “ତଥାପି  ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କ କୌଣସି ବିବରଣୀ ନେବାକୁ ଆସିନାହାନ୍ତି’’।

ସିୟାଦେହୀର ଅନ୍ୟ ପ୍ରବାସୀମାନେ ଯେଉଁମାନେ ବର୍ତ୍ତମାନ ଫେରୁଛନ୍ତି ସେମାନେ କ’ଣ କରିବେ? ସେମାନଙ୍କୁ କ’ଣ ଭିତରକୁ ପ୍ରବେଶ କରିବାକୁ ଦିଆହେବ? “ହଁ,” ବୋଲି ମନୋଜ ମେଶ୍ରମ, ପଞ୍ଚାୟତ ଅଧିକାରୀ କୁହନ୍ତି । “କିନ୍ତୁ ସରକାରଙ୍କ ମାର୍ଗଦର୍ଶିକା ମୁତାବକ ସେମାନଙ୍କୁ ନିର୍ଦ୍ଧାରିତ ସମୟ ପାଇଁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ହେବ’’।

Left: In Siyadehi village of Dhamtari district, Sajjiram Mandavi, a farm labourer, says, 'We are stopping all those coming here to avoid any contact'. Right: We saw similar barricades in Lahsunvahi village, two kilometres from Siyadehi
PHOTO • Purusottam Thakur
PHOTO • Purusottam Thakur

ବାମ: ଧାମ୍‌ତରି ଜିଲ୍ଲାର ସିୟାଦେହୀ ଗ୍ରାମରେ ସିଜ୍ଜାରାମ ମନ୍ଦାବି, ଜଣେ କୃଷି ଶ୍ରମିକ, କୁହନ୍ତି ଯେ ‘ଆମେ କାହାର ସଂସ୍ପର୍ଶରେ ନଆସିବା ପାଇଁ ଏଠାକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ଅଟକାଇ ଦେଉଛୁ’ । ଡାହାଣ: ଆମେ ଏହିପରି ବାଡ ସିୟାଦେହୀ ଗ୍ରାମଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଲସୁମ୍ଭୀ ଗ୍ରାମରେ ମଧ୍ୟ ଦେଖିବାକୁ ପାଇଲୁ ।

ସେ ଯାହା ହେଉ, ସମଗ୍ର ଦେଶରେ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା କ୍ୱାରେଣ୍ଟାଇନ୍‌ ନିୟମର ବାଖ୍ୟାକରଣ ନେଇ ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଦ୍ୱନ୍ଦ ଓ ଗମ୍ଭିର ପାର୍ଥକ୍ୟ ପରିଲକ୍ଷିତ ହେଉଛି ।

ସିୟାଦେହୀର ଜନତା କେଉଁଠାରୁ କରୋନା ଭୂତାଣୁଜନିତ ବିପଦ ବିଷୟରେ ସୂଚନା ପାଇଛନ୍ତି”? “ଟିଭି ଓ ଖବରକାଗଜରୁ ଓ ପରେ ପ୍ରଶାସନ ଦ୍ୱାରା ଏ ନେଇ ସୂଚନା ପ୍ରଦାନ କରାଯାଇଥିଲା,” ବୋଲି ମେଶ୍ରାମ କୁହନ୍ତି । ଏହା ସହିତ ସେ ଏହା ମଧ୍ୟ କହିଲେ ଯେ “ଯଦି ଆମେ ନିଜକୁ ସୁରକ୍ଷିତ ରଖିବୁ ତେବେ ଆମର ପରିବାର ଓ ଆମର ଗ୍ରାମ ମଧ୍ୟ ସୁରକ୍ଷିତ ରହିପାରିବ ।’’

ସେମାନଙ୍କ ଉପାର୍ଜନ କ୍ଷମତା ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ, “ଆମର ପ୍ରଥମ ଆବଶ୍ୟକତା ହେଉଛି ଭୂତାଣୁଠାରୁ ସୁରକ୍ଷିତ ରହିବା” ବୋଲି ସେ ମତେ ଜଣାଇଲେ । ଏହା ଏକ ବଡ଼ ସମସ୍ୟା । ଏହାପରେ ଆମେ ଉପାର୍ଜନ କରିପାରିବୁ’’।

କେନ୍ଦ୍ର ସରକାର ଘୋଷଣା କରିଥିବା ‘ପ୍ୟାକେଜ୍‌’ ବିଷୟରେ ସେମାନେ ଶୁଣିଛନ୍ତି । ହେଲେ, “ଆମେ ନପାଇବା ପର୍ଯ୍ୟନ୍ତ ସେ ବିଷୟରେ କିଛି କହିପାରିବୁନି” ବୋଲି ଦୁଇ ବା ତିନ ଜଣ ଲୋକ ଏକ ସଙ୍ଗରେ କହିଲେ ।

ଜଣେ ଗ୍ରାମବାସୀ ଗଛ ଉପରେ ଥିଲେ, କିଛି ୱାଇରିଂ କାମ କରୁଥିଲେ । “ଆମେ ଏହି ବାଡ଼କୁ ରାତି ୯ଟା ପର୍ଯ୍ୟନ୍ତ ଜଗିବୁ, ଏଣୁ ଏହି ସ୍ଥାନକୁ ଆଲୋକିତ କରିବା ବ୍ୟବସ୍ଥା କରୁଛୁ” ବୋଲି ସେମାନେ କହିଲେ ।

ଆମେ ଠିକ୍‌ ଏହିପରି ବାଡ ଲସୁମ୍ଭିରେ ମଧ୍ୟ ଦେଖିଲୁ । ଲସୁମ୍ଭି ହେଉଛି ସିୟାଦେହୀଠାରୁ ମାତ୍ର ଦୁଇ କିଲୋମିଟର ଦୂରତାରେ ଅବସ୍ଥିତ ଏକ ଗ୍ରାମ ଯାହାର ଲୋକସଂଖ୍ୟା ହେଉଛି ୫୦୦ । ଏହା ମଧ୍ୟ ଏକ ଗୋଣ୍ଡ ଆଦିବାସୀ ଗ୍ରାମ । ଏଠାରେ ନିର୍ମାଣ କରାଯାଇଥିବା ବାଡ଼ରେ ଲଗାଯାଇଥିବା ପୋଷ୍ଟରେ ଲେଖା ହୋଇଛି ଯେ – ‘ଧାରା ୧୪୪ ଜାରି ହୋଇଛି – ୨୧ ଦିନ ପର୍ଯ୍ୟନ୍ତ ପ୍ରବେଶ ନିଷେଧ’ । ଅନ୍ୟ ଅକ ପୋଷ୍ଟରରେ କୁହାଯାଇଛି ଯେ : ‘ବାହାର ଲୋକଙ୍କ ପ୍ରବେଶ ନିଷେଧ’ ।

“ଆମେ ବାହାରର ଲୋକଙ୍କୁ ଅଟକାଉଛୁ ଓ ବିଶେଷକରି ସହରାଞ୍ଚଳ ଲୋକମାନଙ୍କୁ,” ବୋଲି ବାଡ଼ ପାଖରେ ଥିବା ଘାସିରାମ ଧ୍ରୁବ, ଜଣେ ସ୍ଥାନୀୟ କୃଷି ଶ୍ରମିକ କୁହନ୍ତି । କେବଳ ସହରର ଲୋକ କାହିଁକି? କାରଣ “ସେମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ବିଦେଶକୁ ଯାଉଛନ୍ତି ଓ ସେମାନଙ୍କ କାରଣରୁ ଭୂତାଣୁ ବ୍ୟାପୁଛି ।’’

ଏହିପରି ବାଡ଼ଗୁଡ଼ିକ ବସ୍ତରର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯାଇଛି ।

Mehtarin Korram is a mitanin (known elsewhere as an ASHA) health worker, thee frontline foot-soldiers of the healthcare system at the village level. She says, 'If I get scared, who will work?'
PHOTO • Purusottam Thakur
Mehtarin Korram is a mitanin (known elsewhere as an ASHA) health worker, thee frontline foot-soldiers of the healthcare system at the village level. She says, 'If I get scared, who will work?'
PHOTO • Purusottam Thakur

ମେହତାରିନ କୋରାମ ହେଉଛନ୍ତି ଜଣେ ମିତାନିନ୍‌(ଅନ୍ୟ ସ୍ଥାନରେ ଆଶା ଭାବେ ପରିଚିତ) ସ୍ୱାସ୍ଥ୍ୟ କର୍ମୀ, ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବାର ପଦାତିକ ସୈନ୍ୟ । ସେ କୁହନ୍ତି, ‘ଯଦି ମୁଁ ଡରିଯିବି, ତାହାହେଲେ କିଏ କାମ କରିବ’?

ଖଦାଧ ଠାରେ, ଧମ୍‌ତାରି-ନଗ୍ରୀ ରାସ୍ତାରେ ଥିବା ଅନ୍ୟ ଏକ ଗ୍ରାମରେ କୌଣସି ବାଡ଼ ପକାଯାଇ ନାହିଁ । ଏଠାରେ ଆମେ ମେହତାରିନ କୋରାମ୍‌, ଜଣେ ମିତାନିନ୍‌ (ଅନ୍ୟ ସ୍ଥାନରେ ଆଶା ଭାବେ ପରିଚିତ) ସ୍ୱାସ୍ଥ୍ୟ କର୍ମୀଙ୍କୁ ଯାଇ ଭେଟିଲୁ । ସେ ସେତେବେଳେ ଅନୂପ ବାଇ ମନ୍ଦାବି- ଯିଏ ମ୍ୟାଲେରିଆ ପଜିଟିଭ୍‌ ଥିବା ଯାଞ୍ଚରୁ ଜଣାପଡିଛି- ଙ୍କୁ ସେଥିପାଇଁ ଔଷଧ ଦେଇ ଆସିଥିଲେ ।

“ଆମକୁ କରୋନା ଭୂତାଣୁ ମହାମାରୀ ବିଷୟରେ ସୂଚିତ କରାଯାଇଛି,” ବୋଲି ସେ କହିଲେ । “ମୁଁ ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ଘରକୁ ଯାଇଛି ଓ ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଅନୁରୋଧ କରିଛି । ଏହାସହିତ ସେମାନଙ୍କୁ ନିୟମିତ ଭାବେ ସେମାନଙ୍କ ହାତ ଧୋଇବାକୁ କହିଛି ।”ସେ କଣ ସେମାନଙ୍କୁ ସେ ସବୁ କଥା ସଭା ଆୟୋଜନ କରି କହିଛନ୍ତି? “ନା, ଯଦି ଆମେ ସଭା ଆୟୋଜନ କରିବୁ, ତାହାହେଲେ ଲୋକମାନେ ପରସ୍ପରକୁ ଲାଗି ବସିବେ ……. ଆମ ଗ୍ରାମ ହେଉଛି ୩୧ଟି ପରିବାର ବିଶିଷ୍ଟ ଏକ ଛୋଟ ଗାମ । ଏଣୁ ମୁଁ ପ୍ରତ୍ୟେକ ଘରକୁ ଯାଇ ଏହି କାମ କରିଛି”।

ସେ ଓ ତାଙ୍କର ସହକର୍ମୀ ସାମାଜିକ ଦୂରତା ନେଇ ସବୁବେଳେ ସତର୍କ ରହୁଛନ୍ତି । ଗୋଟିଏ ଥର, ସେ କୁହନ୍ତି, “କୁମ୍‌ହଡା ଗ୍ରାମରେ ଅଶୋକ ମର୍କମ୍‌ଙ୍କ ଘରେ ମତ୍ୟୁ ପରବର୍ତ୍ତୀ ବିଧାନ ପାଳନ ହେଉଥିବାରୁ ମୁଁ ବନରାଉଡ୍‌, କୁମ୍‌ହଡା ଓ ମର୍ଦାପୋଟିର ମେତାନିନ୍‌ଙ୍କ ସହିତ ସେଠାକୁ ଯାଇଥିଲି ଓ ସେଠାରେ ପରିବାରର ସଦସ୍ୟ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିବାକୁ କହିଥିଲି । ଆମେ ସେଠାରେ ଶୋକ ବିଧାନ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପୂରା ଦିନ ଠିଆ ହୋଇ ରହିଥିଲୁ ।

ଓ ଏହି ସମୟରେ ସେ କ’ଣ ସବୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି? “ଆମେ ଆମର ମୁହଁକୁ ସ୍କାର୍ଫ ବା ଟାୱାଲ୍‌ରେ ଘୋଡାଉଛୁ ଓ ଆମର ହାତକୁ ସାବୁନ ବା ଡେଟଲ୍‌ ଲିକ୍ୱିଡ୍‌ରେ ଧୋଉଛୁ”।

ମିତାନିନ ବା ଆଶା କର୍ମୀମାନେ ହେଉଛନ୍ତି ଗ୍ରାମ ସ୍ତରୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆଗଧାଡିର ପଦାତିକ ସୈନ୍ୟ । ଯେଉଁ ସ୍ଥାନଗୁଡିକରେ ଡାକ୍ତର ବା ଚିକିତ୍ସା ଅଧିକାରୀ ପ୍ରାୟତଃ ଆସନ୍ତିନି, ସେଠାରେ ଏମାନଙ୍କ ଗୁରୁତ୍ୱ ଆହୁରି ବଢିଯାଏ । ହେଲେ,ସେମାନଙ୍କ ପାଖରେ  ବ୍ୟକ୍ତିଗତ ସୁରକ୍ଷା କିଟ୍‌ ନଥିବାରୁ ଏହି ସମୟରେ ସେମାନେ ଅଧିକ ଅସୁରକ୍ଷିତ ହୋଇଯାଇଛନ୍ତି ।

ମେହତାରିନ୍‌ ମର୍କମ୍‌ କିନ୍ତୁ ଭୟ କରୁନାହାନ୍ତି: “ଯଦି ମୁଁ ଭୟଭୀତ ହେବି, ତେବେ କିଏ କାମ କରିବ? ଯଦି କିଏ ବେମାର ପଡିଯାଏ, ତେବେ ମୋତେ ତାଙ୍କ ପାଖକୁ ଯିବାକୁ ହେବ ।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker and is working with the Azim Premji Foundation, writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE