ଚଳିତ ବର୍ଷ ମେ ମାସର ଗୋଟିଏ ପ୍ରଚଣ୍ଡ ଖରାରେ ଗୌତମ ହାନିମି ରେଡ୍ଡୀ ନୁଜେନ୍ଦଲା ମଣ୍ଡଳ ଅନ୍ତର୍ଗତ ତ୍ରିପୁରାପୁରମ ଗାଁରୁ ଗୁଣ୍ଟୁରକୁ ୧୦୫ କିଲୋମିଟର ରାସ୍ତା ଟ୍ରକ୍ରେ ଗଲେ, ତାଙ୍କର ୫ ଏକର ଫାର୍ମରେ ଉତ୍ପାଦିତ କରିଥିବା ଆଠ କ୍ଵିଣ୍ଟାଲ ଲଙ୍କା ବିକ୍ରି କରିବାକୁ ସେ ଆଶା ରଖିଥିଲେ। ଏହା ଥିଲା ତାଙ୍କର ଶେଷ ଫସଲ, ସେ ଏପ୍ରିଲ ମାସରେ ତିନି ଥର ବଜାରକୁ ଆସିଥିଲେ, ସେତେବେଳେ ସେ କ୍ଵିଣ୍ଟାଲ୍ ପିଛା ୬,୦୦୦ ଟଙ୍କାରୁ ୮,୦୦୦ ଟଙ୍କା ଦର ଯାଏଁ ଲଙ୍କା ବିକ୍ରି କରିଥିଲେ। ଲଙ୍କାର ମୂଲ୍ୟ LCA334 ବା ଗୁଣ୍ଟୁର ସନମ ଅନୁସାରେ ମୂଲ୍ୟ ନିର୍ଦ୍ଧାରିତ ହୋଇଥିଲା। 

ଏବେ ସେ ପୁଣି ଥରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସହରର ଏନ୍ଟିଆର୍ ଏଗ୍ରିକଲଚୁରାଲ୍ ମାର୍କେଟ୍ ୟାର୍ଡରେ ପହଞ୍ଚିଥିଲେ, ତିନି ଦିନ ଧରି ଅପେକ୍ଷା କଲେ, ଲଙ୍କା ମୂଲ୍ୟ ବଢ଼ିଲେ ଫସଲ ବିକ୍ରି କରିବେ ବୋଲି ଆଶା ରଖିଥିଲେ। ୨୦୧୭-୧୮ କୃଷି ଋତୁର ଲଙ୍କା ବିକ୍ରି ସରିଆସୁଥିବାବେଳେ ଦିନେ ମଣ୍ଡିରେ କୃଷକମାନଙ୍କ ପାଇଁ ଥିବା ମେସ୍ ବାହାରେ ବସିଥିବାବେଳେ ସେ କହିଲେ, "ଆଜି ମୂଲ୍ୟ ଆହୁରି କମିଯାଇଛି ଏବଂ କମିସନ୍ ଏଜେଣ୍ଟ ମାନେ କ୍ଵିଣ୍ଟାଲ୍ ପିଛା ମାତ୍ର ୪,୨୦୦ ଟଙ୍କା ଦେଉଛନ୍ତି। ସେମାନେ ସମସ୍ତେ ଗୋଟିଏ ବ୍ୟାବସାୟିକ ଗୋଷ୍ଠୀର ଏବଂ ସେମାନଙ୍କ ମନ ଇଚ୍ଛା ଦର ନିର୍ଦ୍ଧାରଣ କରିବାକୁ ସ୍ଥିର କରିଛନ୍ତି।"

 ଗୋଟିଏ କଣକୁ ଯାଇ, ରେଡ୍ଡୀଙ୍କୁ ଏକଥା ନିଷ୍ପତ୍ତି କରିବାକୁ ଥିଲା, ଯେ ସେ ତାଙ୍କର ଫସଲକୁ ଘରକୁ ଫେରାଇ ନେଇ ଶୀତଳ ଭଣ୍ଡାରରେ ରଖିବେ ବା କମ୍ ଦରରେ ବିକ୍ରି କରିଦେବେ। କମ୍ ମୂଲ୍ୟରେ ଲଙ୍କା ବିକ୍ରି କରିଦେବାର ତାଙ୍କର ବିକଳ୍ପ ବାବଦରେ ରେଡ୍ଡୀ କହିଲେ, "ମୁଁ ଏସି (ଶୀତତାପ ନିୟନ୍ତ୍ରିତ) ଖର୍ଚ୍ଚ ଦେଇପାରିବି ନାହିଁ, ପୁଣି ଏକ କ୍ଵିଣ୍ଟାଲ - ଦୁଇ ଟିକ୍କି (ବ୍ୟାଗ୍) ପ୍ରତ୍ୟକ ୫୦କିଲୋକୁ ଗୋଟିଏ ପଟ ପରିବହନ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହେଉଛି।" ସେ ଟିକିଏ ରହିଲେ, ଏବଂ ଧୀର ସ୍ଵରରେ କହିଲେ, "ଦଲାଲମାନଙ୍କର ଏସି ଲୋକ (ଶୀତଳ ଭଣ୍ଡାର ଯୋଗାଣକାରୀ) ଙ୍କ ସହ ଥିବା ସମ୍ପର୍କ ସମସ୍ତଙ୍କୁ ଜଣା। ଏହା ଉଭୟଙ୍କ ପାଇଁ ଲାଭକାରୀ ବ୍ୟବସାୟ।" 

ମଞ୍ଜି, ସାର, କୀଟନାଶକ ଏବଂ ଶ୍ରମିକ ମଜୁରୀ ଖର୍ଚ୍ଚ ବାବଦକୁ ଏକର ପିଛା ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ, ଏବଂ ସେ ଓ ତାଙ୍କ ସ୍ତ୍ରୀ ମଧ୍ୟ ପରିଶ୍ରମ କରିଥିଲେ। ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ୨୦୧୭-୧୮ ଲଙ୍କା ଋତୁରେ ତାଙ୍କୁ ଏକର ପିଛା ୨୦ କ୍ଵିଣ୍ଟାଲ୍ ଉତ୍ପାଦନ ମିଳିଥିଲା। ମୋଟ ଉପରେ ୧୦୦ କ୍ଵିଣ୍ଟାଲ୍, ହାରାହାରି ଦେଖିବାକୁ ଗଲେ ୧୦ ଲକ୍ଷ ଟଙ୍କା ମୂଲ୍ୟ ହେବ। ଗତ ବର୍ଷଗୁଡ଼ିକରେ ଏହା କେତେକାଂଶରେ ଲାଭଜନକ ଥିଲା-୨୦୧୫-୧୬ରେ ଦର ଅଧିକ ଥିଲା, କ୍ଵିଣ୍ଟାଲ୍ ପିଛା ୧୨,୦୦୦-୧୫,୦୦୦ ଟଙ୍କା (ଅନ୍ତର୍ଜାତୀୟ ବଜାରରେ ଚାହିଦା ଯୋଗୁଁ ଦର ବଢ଼ିଥିବା କୁହାଯାଇଛି), ଏବଂ ଅତି କମ୍ରେ ଅନ୍ୟ ବର୍ଷଗୁଡ଼ିକରେ ଦର ଅତି କମ୍ରେ ୧୦,୦୦୦ ଟଙ୍କା ରହୁଥିଲା, ଯାହା ଫଳରେ ଚାଷୀଙ୍କର ଖର୍ଚ୍ଚ ଉଠିଯାଉଥିଲା। 

Gottam Hanimi Reddy showing the bills he got from the middlemen. The bills show the quantity sold and the price offered apart from other details like commission, debts and dues
PHOTO • Rahul Maganti
Mohammad Khasim, 24 from Tripuranthakam village in Prakasam district.
PHOTO • Rahul Maganti

ଗୌତମ ହାନିମି ରେଡ୍ଡୀ (ଡାହାଣ) ତାଙ୍କ ଲଙ୍କାକୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଲେ, ଯେତେବେଳେକି ମହମ୍ମଦ ଖାସିମ୍ (ଡାହାଣ) ଅତିଷ୍ଠ ହୋଇ ପ୍ରତିବାଦରେ ତାଙ୍କର ଅଧା ଫସଲରେ ନିଆଁ ଲଗାଇ ଦେଲେ

ରେଡ୍ଡୀ ପଚାରିଲେ, "ଏବେ ମୋତେ କୁହନ୍ତୁ କେବଳ ଏହି ଗୋଟିଏ ବର୍ଷରେ ମୁଁ କେତେ କ୍ଷତି ସହିଲି?  ଗତ ବର୍ଷ (୨୦୧୬-୧୭), ମୋର ୪ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା। ଏବେ ମୋର ୩୬ପ୍ରତିଶତ ସୁଧ ହାରରେ ୯ ଲକ୍ଷ ଟଙ୍କା (ଏଥିରୁ କିଛି ବ୍ୟାଙ୍କ ଋଣ ଏବଂ ଅଧିକାଂଶ ଘରୋଇ ସାହୁକାରଙ୍କଠାରୁ) ର ଋଣ ଅଛି।"

୨୦୧୬-୧୭ କୃଷି ଋତୁରେ, ଲଙ୍କା ବଜାରରେ ପ୍ରାୟ ବନ୍ୟା ଥିଲା। ବହୁ କୃଷକ ଲଙ୍କା ଚାଷ କରିଥିଲେ, ୨୦୧୫-୧୬ ଭଳି ଦର ଉଚ୍ଚ ରହିବ ବୋଲି ସେମାନେ ଆଶା କରିଥିଲେ। କପା ଚାଷରେ ଅଧିକ କୀଟ ଆକ୍ରମଣ ଯୋଗୁଁ, କପା ଚାଷ କରୁଥିବା ଚାଷୀମାନେ ବି ଲଙ୍କା ଚାଷ କରିଥିଲେ, ଲାଭ ପାଇବାକୁ ସେମାନେ ଆଶା ରଖିଥିଲେ। ସେତେବେଳେ ଲଙ୍କା ଦର ସର୍ବକାଳୀନ କମ୍ ଦରକୁ କ୍ଵିଣ୍ଟାଲ୍ ପିଛା ୧,୫୦୦ରୁ ୩୦୦୦ ଟଙ୍କାକୁ ଖସି ଆସିଲା। ଆନ୍ଧ୍ରପ୍ରଦେଶର ଆଞ୍ଚଳିକ ଖବରକାଗଜରେ ୧୦ରୁ ଅଧିକ ଲଙ୍କା ଚାଷୀଙ୍କ ଆତ୍ମହତ୍ୟା ଖବର ପ୍ରକାଶିତ ହୋଇଥିଲା। (See Mirchi is not so hot anymore in Penugolanu)

ଅଲ୍ ଇଣ଼୍ଡିଆ କିଷାନ ସଭା (ଏଆଇକେଏସ୍) ର ବିଜୟୱାଡ଼ା ଭିତ୍ତିକ ଜଣେ କର୍ମକର୍ତ୍ତା ନାଗାବୋଇନା ରାଙ୍ଗାରାଓ କହନ୍ତି "ଗତ ୧୦ ବର୍ଷ ଭିତରେ ଚାଷ ପାଇଁ ଖର୍ଚ୍ଚ ଏକର ପିଛା ୩୦,୦୦୦ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବଢ଼ିଗଲାଣି, କିନ୍ତୁ ଫସଲର ମୂଲ୍ୟ ସମାନ ରହିଛି।" କମ୍ ମୂଲ୍ୟ ଯୋଗୁଁ ଚାଷୀମାନେ ଅନ୍ୟ ଫସଲ କରିବାକୁ ବାଧ୍ୟ ହେଉଛନ୍ତି। ୨୦୧୬-୧୭ ବର୍ଷରେ ଆନ୍ଧ୍ରପ୍ରଦେଶରେ ୪.୬୫ ଲକ୍ଷ ଏକର ଜମିରେ ଲଙ୍କା ଚାଷରୁ ୯୩ ଲକ୍ଷ ଟନ୍ ଲଙ୍କା ଉତ୍ପାଦିତ ହୋଇଥିବାବେଳେ ୨୦୧୭-୧୮ ବର୍ଷରେ ଏହା କମିଆସି ମାତ୍ର ୨.୫ ଲକ୍ଷ (ଗୁଣ୍ଟୁର ମଣ୍ଡିର ସଂପାଦକଙ୍କ ଦ୍ଵାରା ପ୍ରଦତ୍ତ ତଥ୍ୟ ଅନୁସାରେ) ଏକରରୁ ଫସଲ ଋତୁ ଶେଷ ସୁଦ୍ଧା ମାତ୍ର ୫୦ ଲକ୍ଷ ଟନ୍ ଉତ୍ପାଦନ ହୋଇଛି। 

ପ୍ରକାଶମ ଜିଲ୍ଲାର ତ୍ରିପୁରାନାଥକମ୍ ଗାଁରୁ ଆସିଥିବା ୨୪ ବର୍ଷୀୟ ମହମ୍ମଦ ଖାସିମ୍, ଯିଏ ଗୁଣ୍ଟୁର ମଣ୍ଡି ଆଗରେ ୨୦୧୭ ମାର୍ଚ୍ଚରେ ପ୍ରତିବାଦ ସ୍ଵରୂପ ତାଙ୍କ ଉତ୍ପାଦିତ ଫସଲର କିଛି ପୋଡ଼ି ଦେଇଥିଲେ, ସେ କହନ୍ତି, "ଦଲାଲ୍ ଏବଂ ଅଧିକାରୀମାନେ କହୁଛନ୍ତି ଯେ ଅଧିକ ଯୋଗାଣ ଏବଂ କମ୍ ଚାହିଦା ଥିବା ଗତ ବର୍ଷ ଦର କମିବାର କାରଣ। କିନ୍ତୁ ଚଳିତ ବର୍ଷ କମ୍ ଫସଲ ଆସିଥିଲେ ଏବଂ ଅଧିକ ଚାହିଦା ଥିଲେ ବି ମୂଲ୍ୟ ଅଧିକ ବଢ଼ିନାହିଁ।"

Januboina Ankalamma separating the mirchi according to grade in the farm of Rami Reddy
PHOTO • Rahul Maganti
Mirchi being dried up in the Guntur market yard
PHOTO • Rahul Maganti

ଦର କମିବା ଯୋଗୁଁ ଜାନୁବୋଇନା ଆଙ୍କଲାମ୍ମାଙ୍କ ଭଳି କୃଷି ଶ୍ରମିକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଡାହାଣ: ଗୁଣ୍ଟୁର ମଣ୍ଡିରେ, ପ୍ରଚୁର ଲଙ୍କା ଆସିବା ଅର୍ଥ ଭଲ ମୂଲ୍ୟ ମିଳିବ ନାହିଁ

ପ୍ରଭୁତ କ୍ଷତି ଭିତରେ ଚାଷୀମାନେ ଚାଷ କରୁଥିବାବେଳେ, ସେମାନଙ୍କ ଦ୍ଵାରା ନିଯୁକ୍ତ କୃଷି ଶ୍ରମିକମାନେ ମଧ୍ୟ ଅଧିକ କଷ୍ଟ ପାଉଛନ୍ତି। ଲଙ୍କା ଏକ ଶ୍ରମ ବହୁଳ ଫସଲ ଏବଂ ତିନି ଚାରି ଦଫାରେ ଶ୍ରମିକ ଖଟାଇବା ଆବଶ୍ୟକ କରେ-ପ୍ରଥମେ ଯେତେବେଳେ ମଞ୍ଜି ଲଗାଯାଏ, ତା ପରେ ଘାସ ବାଛିବା, ଫସଲ କାଟିବା ଏବଂ ଲଙ୍କାକୁ ପ୍ରକାର ଅନୁସାରେ ଭାଗ ଭାଗ କରିବା। କ୍ରିଷ୍ଣା ଜିଲ୍ଲାର ଗାମ୍ପାତାଗୁଡେମ୍ ମଣ୍ଡଳ ଅଧୀନ ମେଡୁରୁ ଗାଁରେ ଦୁଇ ଏକର ଜମ ଥିବା ଅଲତୁରୀ ରାମି ରେଡ୍ଡୀ କହନ୍ତି, "ଯେ ପ୍ରଥମ ଦୁଇ ଥର କାମ ସାଧାରଣତଃ ମହିଳାମାନଙ୍କ ଦ୍ଵାରା କରି ନିଆଯାଏ। ପୁରୁଷମାନେ ଫସଲ କାଟନ୍ତି-ଏବଂ ଏହା କେବଳ ଏକର ପିଛା ପ୍ରାୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଏ-ଗୋଟିଏ ଏକର ଜମିରୁ ଲଙ୍କା ତୋଳିବା ପାଇଁ ଦୁଇ ଦିନ ଧରି ୩୦୦ ଲେଖାଏଁ ଶ୍ରମିକ କାମ କରନ୍ତି।"

ନିକଟସ୍ଥ ତିରୁଭୁରୁ ମଣ୍ଡଳ ଅଧୀନ ଗାନୁଗାପାଡୁ ଗାଁରୁ୧୫ କିଲୋମିଟର ଦୂର ଟ୍ରାକ୍ଟରରେ ବସି ରେଡ୍ଡୀଙ୍କ ଫାର୍ମକୁ କାମ କରିବାକୁ ଆସୁଥିବା ଜାନୁବାଇ ଆଙ୍କାଲାମ୍ମା କହନ୍ତି, "ଆମେ ଯେତେବେଳେ ଚାଷୀଙ୍କୁ ମଜୁରୀ ବଢାଇବାକୁ କହୁଛୁ (ଏବଂ ଏହାକୁ ମଧ୍ୟ ପୁରୁଷଙ୍କ ପାଇଁ ୨୫୦ ଟଙ୍କା ଏବଂ ମହିଳାଙ୍କ ପାଇଁ ୧୫୦ଟଙ୍କା ନ କରି ସମାନ କରିଦେବାକୁ), ସେମାନେ ଦୁଃଖ କରନ୍ତି, ଯେ ସେମାନେ ଆମେ ପାଇବାକୁ ଯୋଗ୍ୟ ଥିବାଠାରୁ ଅଧିକ ଆମକୁ ଦେଉଛନ୍ତି। ସେମାନେ ଆମକୁ କହନ୍ତି ଯେ ଲଙ୍କା ପାଇଁ ଭଲ ମୂଲ୍ୟ ମିଳୁ ନ ଥିବାରୁ ସେମାନେ ନିଜେ କ୍ଷତିରେ ଅଛନ୍ତି। ଯଦି ଚାଷୀଙ୍କୁ ଫସଲ ପାଇଁ ଠିକ୍ ଏବଂ ଲାଭଜନକ ମୂଲ୍ୟ ଦେବା ପାଇଁ ସରକାର ବ୍ୟବସ୍ଥା କରିବେ, ଚାଷୀମାନେ ଆମ ମଜୁରୀ ମଧ୍ୟ ବଢ଼ାଇବାର ସମ୍ଭାବନା ଅଛି।"

ଗୁଣ୍ଟୁର ମଣ୍ଡି ହେଉଛି ଏସିଆର ସର୍ବବୃହତ୍ ମଣ୍ଡି, ଯେଉଁଠି କୃଷକ ଏବଂ କ୍ରେତା ବା ରପ୍ତାନୀକାରୀଙ୍କ ମଧ୍ୟରେ ୪୦୦ରୁ ଅଧିକ କମିସନ ଏଜେଣ୍ଟ କାମ କରନ୍ତି। ସେମାନେ ଚାଷୀମାନେ ପାଉଥିବା ପ୍ରତି ୧୦୦ ଟଙ୍କା ପାଇଁ ୩ରୁ ୫ଟଙ୍କା ହିସାବରେ କମିଶନ ପାଆନ୍ତି, ଯାହାକି କୃଷକଙ୍କୁ ମୋଟ ଟଙ୍କା ଦେବା ବେଳେ କାଟି ରଖାଯାଏ। ଏଆଇକେଏସ୍ର ନାଗାବୋଇନା ରାଙ୍ଗାରାଓ କହନ୍ତି ଯେ, "ଏମାନଙ୍କ ମଧ୍ୟରୁ ଅଧା ଦଲାଲ୍ଙ୍କ ପାଖରେ ଲାଇସେନ୍ସ ବି ନାହିଁ, କିନ୍ତୁ ସ୍ଥାନୀୟ ରାଜନୈତିକ ନେତାଙ୍କ ସହ ସମ୍ପର୍କ ଥିବା ଯୋଗୁଁ ଏମାନେ ଏଠି କାରବାର କରନ୍ତି। ଅଧିକାରୀ, ଦଲାଲ୍ ଏବଂ ରାଜନେତାଙ୍କ ଭିତରେ ଥିବା ସଲାସୁତୁରା ଫଳରେ ଫସଲର ମୂଲ୍ୟ କମ୍ ରହୁଛି ଏବଂ ଚାଷୀମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି।" ଯାହା ଫଳରେ ବ୍ୟବସାୟୀ ସଂଘ ବ୍ୟବସ୍ଥା ଏବଂ ଫସଲର କମ୍ ମୂଲ୍ୟ ବିରୋଧରେ ହେଉଥିବା ଅଭିଯୋଗ କରାଯାଉଛି। 

୨୦୧୮ ଫେବ୍ରୁୟାରୀ ୧ରେ, eNAM (ଇଲେକ୍ଟ୍ରୋନିକ୍ନ୍ୟାସନାଲ୍ଆଗ୍ରିକଲଚର ମାର୍କେଟ୍ସ) ସହ ଗୁଣ୍ଟୁରର ଲଙ୍କା ମଣ୍ଡି ଡିଜିଟାଲ୍ହେଲା, ଯାହା ଫଳରେ ଦେଶର ଯେ କୌଣସି ସ୍ଥାନରୁ କ୍ରେତାମାନେ କିଣାକିଣି କରିପାରିବେ। ଦେଶର ୫୮୫ କୃଷି ଉତ୍ପାଦ ବଜାର କମିଟି (ଏପିଏମ୍ସି) ମଧ୍ୟରୁ ଗୁଣ୍ଟୁର ହେଉଛି ଗୋଟିଏ ଯେଉଁଠାରେ ଏହାର ପାଇଲଟ୍ପ୍ରୋଜେକ୍ଟ ଚଳାଯାଉଛି। ୨୦୧୬ ଏପ୍ରିଲ୍୧୬ ତାରିଖରେ ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା, ଏହା ପଛରେ ଲକ୍ଷ୍ୟ ଥିଲା ଏହାକୁ ଏକ ସର୍ବଭାରତୀୟ ଇଲେକ୍ଟ୍ରୋନିକ୍ଟ୍ରେଡିଂ ପୋର୍ଟାଲ୍ଭାବେ ବିକଶିତ କରିବା, ଯାହା କୃଷିଜାତ ଦ୍ରବ୍ୟଗୁଡ଼ିକ ପାଇଁ ଏକ ସାମଗ୍ରିକ ଅନ୍ଲାଇନ୍ଜାତୀୟ ବଜାର ସୃଷ୍ଟି କରିବା ପାଇଁ ଏପିଏମ୍ସି ମଣ୍ଡିଗୁଡ଼ିକୁ ଯୋଡ଼ିବ। ସରକାର ଦାବି କରୁଛନ୍ତି, ଯଦି ଏହାକୁ ସଠିକ୍ଭାବେ କାର୍ଯ୍ୟକାରୀ କରାଯାଏ, ତେବେ ଆଞ୍ଚଳିକ ବ୍ୟବସାୟୀ ସଂଘଙ୍କର ନେଟୱର୍କକୁ ଭାଙ୍ଗିବା ସହ କ୍ରେତାମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇବ, ଯାହା ଫଳରେ କୃଷକମାନଙ୍କୁ ଉଚିତ ମୂଲ୍ୟ ମିଳିପାରିବ। 

Mirchi being stuffed in jute bags by the workers in the yard
PHOTO • Rahul Maganti
Jute bags stuffed with mirchi for sale to the exporters in Guntur Mirchi yard
PHOTO • Rahul Maganti

ଶ୍ରମିକମାନେ ଶୁଖିଲା ଲଙ୍କା ସବୁକୁ ଝୋଟ ଅଖାରେ ଭର୍ତ୍ତି କରୁଛନ୍ତି, ଯେଉଁଗୁଡ଼ିକ ଟେମ୍ପୋ ଏବଂ ଟ୍ରକ୍ରେ କ୍ରେତା ଓ ରପ୍ତାନୀକାରୀଙ୍କୁ ବିକ୍ରି ପାଇଁ ବଜାରକୁ ନିଆଯିବ 

ଡିଜିଟାଇଜେସନ୍କୁ ଗୁଣ୍ଟୁରର ଦଲାଲମାନେ ବିରୋଧ କରିଛନ୍ତି ଏବଂ କୃଷକମାନଙ୍କର କୌଣସି ଉତ୍ପାଦ ମଣ୍ଡିରେ କିଣିବାକୁ ମନା କରିଦେଇଛନ୍ତି। ଯାହା ଫଳରେ ଚଳିତବର୍ଷ ମାର୍ଚ୍ଚରେ କୃଷକମାନେ ଦଲାଲ୍ଙ୍କର ନ କିଣିବା ବିରୋଧରେ ବିକ୍ଷୋଭ କରିଥିଲେ। ଖାସିମ୍କହନ୍ତି, "ଆମେ ଆମର ଫସଲ ଆଉ ଫେରାଇ ନେଇପାରିବୁ ନାହିଁ । ତେଣୁ ଆମେ ଚିତାକାଲୁରିପେଟ୍ନିକଟ (ମଣ୍ଡି ନିକଟ) ରେ ରାସ୍ତା ଅବରୋଧ କଲୁ ଏବଂ କିଛି ସମୟ ପାଇଁ eNAM କୁ ସ୍ଥଗିତ ରଖିବାକୁ ପ୍ରଶାସନକୁ ବାଧ୍ୟ କଲୁ।"

ଗୁଣ୍ଟୁରରେ ଏପ୍ରିଲ ମାସରେ eNAM ପୁଣି ଥରେ ଆରମ୍ଭ ହୋଇଥିଲା। ମଣ୍ଡିର ସମ୍ପାଦକ ଭେଙ୍କଟେଶ୍ଵର ରେଡ୍ଡୀ କହନ୍ତି, "ଏହା ପୁଣି ଫେରିଛି, କିନ୍ତୁ ଆମେ ଦେଶର ଅନ୍ୟ ସବୁ ମାର୍କେଟ୍ ସହ ଏଠାକାର ମାର୍କେଟ୍କୁ ଲିଙ୍କ କରିବାରେ ସଫଳ ହୋଇପାରିନାହୁଁ।" ତେଣୁ ଡିଜିଟାଇଜେସନ୍ ଫଳରେ ଲଙ୍କାର ମୂଲ୍ୟ ବଢ଼ାଇନାହିଁ। ହାଇଦ୍ରାବାଦ୍ ଭିତ୍ତିକ ଏଆଇକେଏସ୍ର ସର୍ବ ଭାରତୀୟ ଉପ ସଭାପତି ସାରାମପାଲ୍ଲୀ ମାଲ୍ୟା ରେଡ୍ଡୀ କହନ୍ତି ଯେ, ‘‘eNAM ସେତେବେଳେ ସଫଳ ହେବ ଯେତେବେଳେ ମାର୍କେଟ୍ସବୁ ଲିଙ୍କ ହୋଇଥିବ। ନଚେତ୍ଅଫ୍ଲାଇନ୍ରେ ବ୍ୟବସାୟୀ ସଂଘ କରିଥିବା ଆଞ୍ଚଳିକ ଦଲାଲ୍ମାନେ ଏବେ ଅନ୍ଲାଇନ୍ରେ ସଂଘ କରିନେବେ। ଆହୁରି ମଧ୍ୟ eNAM ହେଉଛି କୃଷିକ୍ଷେତ୍ରର କର୍ପୋରାଟାଇଜେସନ୍କରିବାର ପରବର୍ତ୍ତୀ ପଦକ୍ଷେପ ଏବଂ ଏହା ବଡ଼ କର୍ପୋରେଟ୍ସଂସ୍ଥାଙ୍କ ପାଇଁ କୃଷିକ୍ଷେତ୍ରର ଦ୍ଵାର ଖୋଲିଦେବା ଭଳି।" ଅନ୍ୟ ଅର୍ଥରେ କହିଲେ, ଏଜେଣ୍ଟଙ୍କ ଦ୍ଵାରା ନିୟନ୍ତ୍ରିତ ସଂଘର ସମାଧାନ ଦ୍ଵାରା ବଡ଼ କମ୍ପାନୀଙ୍କ ହାତକୁ ଶୋଷଣର ଅସ୍ତ୍ର ଚାଲିଯିବ। 

ମାଲ୍ଲା ରେଡ୍ଡୀ କହନ୍ତି, "ଏହା ବଦଳରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିବା ଉଚିତ, ଯାହା ଦୀର୍ଘ ଦିନ ଧରି କୃଷକଙ୍କ ଦାବି ରହିଆସିଛି।" "କୃଷକମାନଙ୍କ ଉପରେ ଟେକ୍ନୋଲୋଜି ଓ ଡିଜିଟାଲ୍ପ୍ରକ୍ରିୟାର ଚାପ ପକାଇବା ବଦଳରେ, ଖାସ୍କରି ଯେଉଁଠାରେ  eNAMକୁ କାର୍ଯ୍ୟକାରୀ କରିବା ନେଇ ଭିତ୍ତିଭୂମିର ଅଭାବ ରହିଛି ସେହି ସ୍ଥାନ ଗୁଡ଼ିକରେ ମାର୍କେଟିଂ ପ୍ରକ୍ରିୟାରେ ଆନ୍ଧ୍ରପ୍ରଦେଶ ରାଜ୍ୟ କୋଅପେରେଟିଭ୍ ମାର୍କେଟିଂ ଫେଡେରେସନ୍ଲିମିଟେଡ୍ ଏବଂ ଜାତୀୟ ଏଗ୍ରିକଲଚୁରାଲ୍ କୋଅପରେଟିଭ୍ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍କୁ ଅନ୍ତର୍ଭୁକ୍ତ କରିବା ଉଚିତ-ଏସବୁକୁ ୧୯୯୧ ମସିହାର ଉଦାରୀକରଣ ପରେ ନିର୍ଦ୍ଧିଷ୍ଟ ଭାବେ  ଅଚଳ କରିଦିଆଯାଇଛି।" ଅତୀତରେ ଏହି ଫେଡେରେସନଗୁଡ଼ିକ କୃଷକଙ୍କଠାରୁ ଉତ୍ପାଦିତ ଫସଲ କିଣୁଥିଲେ ଏବଂ କମିସନ ଏଜେଣ୍ଟଙ୍କ ଭୂମିକାକୁ କମ୍ କରିବାରେ ଏହି ସଂସ୍ଥାଗୁଡ଼ିକ ହିଁ ବଡ଼ ଭୂମିକା ତୁଲାଉଥିଲେ। 

ଡିଜିଟାଇଜେସନ୍ର ଅନେକ ସକାରାତ୍ମକ ଦିଗ ଏବଂ ଦୋଷ ତ୍ରୁଟି ସହ, ହାନିମି ରେଡ୍ଡୀଙ୍କ ଭଳି କୃଷକମାନେ ସେହି ଦିନକୁ ଅପେକ୍ଷା କରିଛନ୍ତି ଯେଉଁଦିନ ସେମାନଙ୍କୁ ମଣ୍ଡିରେ ତାଙ୍କର ଉତ୍ପାଦିତ ଦ୍ରବ୍ୟକୁ ସଠିକ୍ ମୂଲ୍ୟରେ ବିକ୍ରି କରିବାକୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ଏବଂ ଘରକୁ ହତାଶ୍ ହୋଇ ଫେରିବାକୁ ପଡ଼ିବ ନାହିଁ। 

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rahul Maganti

ଲେଖକ ପରିଚୟ: ରାହୁଲ୍ ମାଗାନ୍ତି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଓ ୨୦୧୭ ପରି ବ୍ୟକ୍ତିତ୍ୱ। ସେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ ରୁହନ୍ତି।

Other stories by Rahul Maganti