PHOTO • Chitrangada Choudhury

ସେପ୍ଟେମ୍ବରର ଏକ ବର୍ଷଣମୁଖର ଦିନରେ ଅନୁଷ୍ଠିତ ପରିବେଶ ସମ୍ପର୍କିତ ଜନଶୁଣାଣିରେ ଶତାଧିକ ଗ୍ରାମବାସୀ ଏକ ପ୍ରସ୍ତାବିତ କୋଇଲା ଖଣି ପାଇଁ ବିସ୍ଥାପିତ ହେବାକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ ।

(ଛେଣ୍ଡିପଦା, ଓଡ଼ିଶା)

ସେପ୍ଟେମ୍ବର ୪ ତାରିଖ ଗୁରୁବାର ସକାଳ ୭ଟା ସମୟରେ ପ୍ରଥମେ ପୁରୁଷ, ମହିଳା, ଯୁବକ ଯୁବତୀ ଓ ପିଲାମାନଙ୍କର ଏକ ମିଳିତ ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ଦେଖିବାକୁ ମିଳିଥିଲା।

ଏଭଳି ଉଷ୍ମ ସକାଳରେ ସେମାନେ ନିଜ ଜମିରୁ ଉତ୍ପାଦନ କରିଥିବା କଞ୍ଚା ବାଉଁଶର ଶୀର୍ଷରେ ଓଡ଼ିଆ ଓ ଇଂରାଜୀ ଭାଷାର ପ୍ଲାକାର୍ଡ ଧରିଥିଲେ। (ଧରିଥିବା ବାଉଁଶକୁ ଓଲଟାଇଦେଲେ ତାହା ପୋଲିସ ଲାଠିର ପ୍ରତିରୋଧ କରିବା ପାଇଁ ଦୁଇଗୁଣା କାମ କରିପାରିବ। ଜଣେ ଗ୍ରାମବାସୀ ବିଗତ ଅପରାହ୍ନରେ ମୋତେ କହିଥିଲେ “ଆମେ ପ୍ରଥମେ ସେମାନଙ୍କୁ ଆଘାତ କରିବୁ ନାହିଁ। କିନ୍ତୁ ଯଦି ସେମାନେ ଆମକୁ ଆଘାତ କରନ୍ତି, ତେବେ ଆମେ ଉପରମୁହାଁ କରି ଧରିଥିବା ଏହି ବାଉଁଶକୁ ତଳକୁ ଖସାଇବା ପାଇଁ ପଛାଇବୁ ନାହିଁ ।”)

 ସକାଳର କୁଣ୍ଡାଝରା ବର୍ଷା ପରବର୍ତ୍ତୀ ସମୟରେ ପ୍ରବଳ ବର୍ଷିବା ସହ କଳାଛତା ସବୁ ତଳେ ଗ୍ରାମବାସୀଙ୍କ ସ୍ଳୋଗାନର ତୀବ୍ରତା ମଧ୍ୟ ବଢୁଥିଲା।

 “ଆଦାନି କମ୍ପାନି ମୁର୍ଦ୍ଦାବାଦ ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ ମୁର୍ଦ୍ଦାବାଦ’’

‘ଆମେ ମରିଯିବୁ ପଛେ, ଆମ ଭିଟାମାଟି ଛାଡ଼ିବୁ ନାହିଁ 

 ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମଧ୍ୟ ସେମାନେ ଅସନ୍ତୋଷ ଜାହିର କରିଥିଲେ।

ଜଣେ ବ୍ୟକ୍ତି ଚିତ୍କାର କରୁଥିଲେ, “ମୋଦି ଚା ବିକୁଥିଲେ, ଏବେ ଆମକୁ ଆଦାନିଙ୍କ ପାଖରେ ବିକିଦେବାକୁ ଚାହୁଁଛନ୍ତି ।”

 “ଯଦି ଆମ ଜମି ନେବାକୁ ଚାହୁଁଛ, ତେବେ ଆମକୁ ଜମି ଦିଅ ।”

ସଫେଦ ଶାଢ଼ି ଓ ରବର ଚପଲ ପିନ୍ଧିଥିବା ମହିଳା ଚାଷୀଙ୍କ ଗୋଷ୍ଠୀ ନାରା ଲଗାଉଥିଲେ ।

ଯେହେତୁ ମୁଁ ଶତାଧିକ ଆନ୍ଦୋଳନକାରୀଙ୍କ ଚିତ୍ର ଉତ୍ତୋଳନ କରୁଥିଲି, ତେଣୁ ସେମାନେ କ୍ରମାଗତ ଭାବେ ମୋତେ ପଚାରୁଥିଲେ ଯେ “ତମେ ଆମ ସହ ନା କମ୍ପାନି ସହିତ ଅଛ?” ଗାଁଲୋକଙ୍କ ଭିତରେ ଗଣମାଧ୍ୟମକୁ ନେଇ ଯେଉଁ ଗଭୀର ଅବିଶ୍ୱାସ ରହିଛି, ଏହା ତାହାର ପ୍ରତିଫଳନ ଥିଲା। ଗାଁଲୋକଙ୍କ ଅଭିଯୋଗ ହେଲା, ସ୍ଥାନୀୟ ସାମ୍ବାଦିକମାନେ ନିୟମିତ ଶିଳ୍ପସଂସ୍ଥାମାନଙ୍କଠାରୁ ଲାଞ୍ଚ ନେଇଆସୁଥିଲେ ଏବଂ ଲୋକଙ୍କ ପକ୍ଷର କଥା ନିଜ ଖବରରେ ଲେଖୁ ନଥିଲେ।

ପାହାଡ଼ ନିକଟସ୍ଥ ଏକ ପଡ଼ିଆରେ ଆନ୍ଦୋଳନକାରୀ ଜନତା ଏକାଠି ହୋଇଥିଲେ। ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶାର ଜଙ୍ଗଲ, ଖଣିଜସମ୍ପଦ ସମୃଦ୍ଧ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ କୋଇଲା ଖଣି ନିମନ୍ତେ ଜନଶୁଣାଣି ପାଇଁ ଛେଣ୍ଡିପଦା ସହର ପାଲଟିଥିଲା ଏକ ଗ୍ରାମ୍ୟ ପରିବେଶ ।

ଏଯାବତ୍ ୬୦୦ ଥର ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ସକାଳଠାରୁ ବନ୍ଧୁକ, ଲାଠି, ଲୁହବୁହା ଗ୍ୟାସ୍ ଏବଂ ନିରାପତ୍ତା ପୋଷାକରେ ମୁତୟନ ହୋଇଥିବା ପୋଲିସ କର୍ମଚାରୀ ଓ ଗୃହରକ୍ଷୀମାନେ ପ୍ରତିରୋଧ କରିଥିଲେ ।

ସୁରକ୍ଷା ବଳ ଘେରିଥିବା ଦୁର୍ବଳ ମଞ୍ଚକୁ ଆନ୍ଦୋଳନକାରୀ ମାଡ଼ିଚାଲିବା ଆରମ୍ଭ କଲେ। କେତେକ ଲାଉଡସ୍ପିକର ଓ ପରେ ନୀଳ ଓ ନାଲି ରଙ୍ଗର ପ୍ଲାଷ୍ଟିକ ଚୌକି ସବୁ ଭଙ୍ଗାରୁଜା କଲେ। ଶୁଣାଣି ବେଳେ ବିଭାଗୀୟ ଅଧିକାରୀ ଓ କମ୍ପାନି ପ୍ରତିନିଧିଙ୍କଠାରୁ ଲୋକଙ୍କୁ ପୃଥକ ରଖିବା ପାଇଁ ହୋଇଥିବା ବାଉଁଶ ପାଚେରିକୁ ଅନ୍ୟମାନେ ଭାଙ୍ଗିଚାଲିଲେ। ପୁରୁଷ ଏବଂ ଯୁବକମାନେ କାଦୁଅ ଫିଙ୍ଗିଲେ ।

PHOTO • Chitrangada Choudhury

ଏକ ପ୍ରସ୍ତାବିତ କୋଇଲା ଖଣି ପ୍ରକଳ୍ପ ପାଇଁ ନିଜ ଜମି ହରାଇବା ବିରୋଧରେ ପ୍ରତିବାଦ କରୁଛନ୍ତି ।

ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲା ଅଧିକାରୀ ଏବଂ ସ୍ଥାନ ପରିତ୍ୟାଗ କରିବାକୁ ଉଦ୍ୟମ କରୁଥିବା କମ୍ପାନି ପ୍ରତିନିଧିଙ୍କ ଉପରେ ଉତ୍ତେଜିତ ଜନତାଙ୍କ ଦୃଷ୍ଟି ପଡ଼ିଥିଲା।

ଶୁଣାଣିର ଔପଚାରିକ ସମାପ୍ତି ଘୋଷଣା କରି ବିଭାଗୀୟ ଅଧିକାରୀମାନେ ସ୍ଥାନ ଛାଡ଼ନ୍ତୁ। ଜିଦରେ ଅଟଳ ଥିବା ଆନ୍ଦୋଳନକାରୀ ଏହା କହି ପଡ଼ିଆରେ ଧାରଣାରେ ବସିରହିଲେ।

“ଲୋକଙ୍କ ଦୃଢ଼ ବିରୋଧ ଯୋଗୁ ଏହା ବାତିଲ ହେଲା ବୋଲି କୁହନ୍ତୁ” ସେମାନେ ଏହା ଦାବି କରିଥିଲେ।

ଆନ୍ଦୋଳନ ନିୟନ୍ତ୍ରଣ ପାଇଁ ଗୋଟିଏ ଟ୍ରକ୍ କିଛି ମିନିଟ୍ ତଳେ ଗୋଟିଏ ନିଆଁଲିଭା ଇଞ୍ଜିନ ଟାଣିଆଣି ସେଠାରେ ରଖିଥିଲା।

ଅପ୍ରତ୍ୟାଶିତ ଜନ ଆନ୍ଦୋଳନର ସାମ୍ନା କରିବା ପରେ ଜିଲ୍ଲା ଅଧିକାରୀ ହତୋତ୍ସାହିତ ହୋଇ ଘୋଷଣା କଲେ ଯେ ଗ୍ରାମବାସୀ ଏହାକୁ ବିରୋଧ କରୁଥିଲେ ତେଣୁ ଜନଶୁଣାଣି ବାତିଲ ହେଲା। ଏହାପରେ ଗଭୀର ଆନନ୍ଦ ପ୍ରକାଶ ପାଇଥିଲା।

ବର୍ତ୍ତମାନ ସକାଳ ୮ଟା ୫୪ ହୋଇଥିଲା। ୯୦ ମିନିଟ୍ ତଳେ ଆନୁଷ୍ଠାନିକ ଭାବେ ଏଠାରେ ଶୁଣାଣି ଆରମ୍ଭ ହେବାର ଥିଲା।

କେନ୍ଦ୍ର ଓ ପୂର୍ବ ଭାରତର କୋଇଲା ସମୃଦ୍ଧ ଜମି ଓ ଜଙ୍ଗଲ ଅଞ୍ଚଳରେ ସମ୍ବଳ ଜନିତ ସଂଘର୍ଷ ଏକ ତୀବ୍ର ଓ ଅସମାହିତ ଘଟଣା ହୋଇରହିଛି। କିନ୍ତୁ ସ୍ୱଳ୍ପ ସହରୀ ଭାରତୀୟମାନେ ଜାଣନ୍ତି ବା ଚିନ୍ତା କରନ୍ତି ଯେ ତାଙ୍କ ଦେଶର ଗ୍ରାମାଂଚଳ କିମ୍ବା ଉପାନ୍ତ ଅଞ୍ଚଳରେ ପ୍ରାୟ ପ୍ରତ୍ୟେକ ମାସରେ ଏଭଳି ବୁଣାଯାଇଥିବା ସଂଘର୍ଷର ସୂତ୍ରପାତ ହେଉଛି ।

ଏଯାବତ୍ ସେମାନେ ଆଗେଇ ଚାଲିଛନ୍ତି। ପ୍ରଥମ କାରଣ ସେମାନେ ଯେଉଁଠାରେ ବଂଚନ୍ତି, କାମ କରନ୍ତି ଓ ଜୀବନ ବିତାନ୍ତି, ସେଠାରେ ଥିବା ଖଣିଜ ସମ୍ପଦର ବିସ୍ତୀର୍ଣ୍ଣ ଅଞ୍ଚଳ ପାଇଁ ଚାହିଦାରେ ବୃଦ୍ଧି ହେବା ଆବଶ୍ୟକ। ସମ୍ପ୍ରତି ମୁମ୍ବାଇରେ ବିଦ୍ୟୁତ କାଟ୍ ଓ କ୍ରମାଗତ ବିରୋଧ ଏବଂ ଜାଳେଣୀ ସଙ୍କଟ ସମ୍ବନ୍ଧୀୟ ଖବର ଏହି ତଥ୍ୟ ସାମ୍ନାକୁ ଆଣିଛି।

ଗ୍ରାମାଂଚଳରେ ରାଜ୍ୟ ଓ ନିଗମର ପରିଚାଳନା ହେଉଛି ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଂସ୍ଥାର ଯଶ ପୁନର୍ଗଠନ କରିବା ଏବଂ ଭାରତର ପ୍ରାକୃତିକ ସମ୍ପଦା ଭିତରେ ଏକ ବିଶ୍ୱସନୀୟ ଯୋଜନା ବ୍ୟବସ୍ଥା ସୃଷ୍ଟି କରିବାକୁ ପଡ଼ିବ।

ପ୍ରସ୍ତାବିତ କୋଇଲା ଖଣିକୁ ଉଦାହରଣ ଭାବେ ନିଆଯାଉ, ଯେଉଁଠି ସେପ୍ଟେମ୍ବର ୪ରେ ପରିବେଶଗତ ଶୁଣାଣି ପାଇଁ ଡକାଯାଇଥିଲା, ପ୍ରଥମେ ଗ୍ରାମୀଣ ବିରୋଧକୁ ଅଣଦେଖା ଏବଂ ପରେ ଅନିଚ୍ଛା ବ୍ୟବହାର, କ୍ରମାଗତ ତୃତୀୟ ଥର ଏଭଳି ଅନେକ ବର୍ଷ ହେଲା ଘଟି ଆସିଛି।

ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥାଇ, ସର୍ବାଧିକ କୋଇଲା ଗଚ୍ଛିତ ଥିବା ଭାରତର ଅନ୍ୟତମ ଗନ୍ତାଘରରେ ଆନୁମାନିକ ୧୨୦ଲକ୍ଷ ଟନ୍ କୋଇଲା ରହିଛି ଯାହା ସମ୍ଭବତଃ ୪୮ବର୍ଷ ପର୍ଯ୍ୟନ୍ତ ଶେଷ ହେବ ନାହିଁ। ଏହି ଖଣିଜସମ୍ପଦ ୯ଟି ଗ୍ରାମର ୭୫୦୦ଏକର ଜମିରେ ରହିଛି। ପ୍ରାୟ ୧୦ହଜାର ଲୋକ ଏଠାରେ ବାସ କରନ୍ତି। ସେମାନଙ୍କ ଶିକ୍ଷା ଏବଂ ସେ ସମ୍ବନ୍ଧୀୟ ବିକାଶ ସେମାନଙ୍କୁ ଗ୍ରାମୀଣ ମଧ୍ୟବିତ୍ତ ଶ୍ରେଣୀରେ ପରିଣତ କରିଛି।ଦକ୍ଷତା ଓ ସମ୍ବଳ ନିର୍ଦ୍ଧାରଣ କରିବାର ଅଧିକାର।

ମାଛକଟା କୋଇଲା ବ୍ଲକରୁ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଆୟତାକାର ଭାବରେ ଗ୍ରାମୀଣ ଜମି ଚିହ୍ନଟ କରାଯାଇଥିଲା, ଯେଉଁଠି ଏହି ଅଞ୍ଚଳରେ ଅନେକ କୋଇଲା ବ୍ଲକ ମଧ୍ୟରୁ ଗୋଟିଏ ସୃଷ୍ଟି ହୋଇଥିଲା। ଏହି ଖଣି ୨୦୦୬ରେ ମହାରାଷ୍ଟ୍ର ଓ ଗୁଜୁରାଟ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ସ୍ଥାପିତ ହୋଇଥିବା ପବ୍ଲିକ ସେକ୍ଟର ଶକ୍ତି କମ୍ପାନି ମହାଗୁଜ କୋଲିୟାରିଜ ଲିମିଟେଡକୁ ଏହା ଆବଣ୍ଟିତ କରାଯାଇଥିଲା।

ଅଧିକାଂଶ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ ଗ୍ରାମୀଣ ଭାରତର ଜଙ୍ଗଲ, ଜମି, ପାହାଡ଼ ଏବଂ ଜଳଭାଗ ଖଣି ଖନନ ଓ ସହରାଂଚଳ ଭାରତର ଇନ୍ଧନ ପାଇଁ ଏହା ବ୍ୟବହାର ହୋଇଆସୁଥିଲା। ଯାହା ଦୁର୍ନୀତି, ସଂଘର୍ଷ ଓ ଅନ୍ୟାୟ ଭଳି ସ୍ଥିତି ସୃଷ୍ଟି କରୁଥିଲା।

“ମୁମ୍ବାଇର ଲୋକମାନେ ନିଜ ଘରର ଏୟାର କଣ୍ଡିସନର ଲଗାଉଥିବେ, ଯେତେବେଳେ ଆମେ ଆମର ଜମି ହରାଇ କୋଇଲା ଖଣି ବାହାରକୁ ହୋଇଥିବା ବିସ୍ଥାପିତ କଲୋନିରେ ଗରମରେ ସଢୁଥିବୁ। କାହିଁକି?” ଶୁଣାଣିର ଗୋଟିଏ ଦିନ ପୂର୍ବରୁ ମାଚ୍ଛକଟାର ଜଣେ ଚାଷୀ ମୋତେ ପ୍ରଶ୍ନ କଲେ।

(ଅନୁଗୁଳରେ ପରିଚାଳିତ ଅଧିକାଂଶ କୋଇଲା ଖଣି କମ୍ପାନି ଓ ଶିଳ୍ପ ଏହାକୁ ରାଜ୍ୟର ସର୍ବାଧିକ ପ୍ରଦୂଷିତ ଜିଲ୍ଲା ଭାବେ ପ୍ରତିଷ୍ଠା କରିଛି, ଯେଉଁଠାରେ ଗ୍ରୀଷ୍ମଦିନର ତାପମାତ୍ରା ୪୦ଡିଗ୍ରୀ ସେଣ୍ଟିଗ୍ରେଡ୍ ଛୁଇଁଯାଏ ।)

୨୦୧୦ରେ ଏକ ବ୍ଲକ ଆରମ୍ଭ ଓ ପରିଚାଳନା ପାଇଁ ଗୁଜରାଟର ଘରୋଇ ଶିଳ୍ପ କମ୍ପାନି ଆଦାନି ଏଂଟରପ୍ରାଇଜେସ ଲିମିଟେଡ ସହ ମହାଗୁଜ କୋଲିୟାରୀଜ ଲିମିଟେଡ୍ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ତେବେ ଏହି ଚୁକ୍ତିରେ ଥିବା ତଥ୍ୟ ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାଯାଇ ନଥିଲା ଯେଉଁମାନଙ୍କୁ ସରକାର ବେଦଖଲ କରିବା ପାଇଁ ଉଦ୍ୟମ କରୁଥିଲେ। ସେପ୍ଟେମ୍ବର ୪ରେ ହୋଇଥିବା ଶୁଣାଣି ପାଇଁ ଉନ୍ମୋଚିତ ହୋଇଥିବା ପରିବେଶଗତ ପ୍ରଭାବ ଅନୁଧ୍ୟାନ ରିପୋର୍ଟ ଭଳି ସାର୍ବଜନୀନ ଦସ୍ତାବିଜକୁ ଆଦାନି ଜଣାଇ ନଥିଲେ।

ମୋ ଫୋନକଲ୍, ମେସେଜ ଓ ଇମେଲର କମ୍ପାନି ଏହିଭଳି ଉତ୍ତର ଦେଉଥିଲେ ଯେ ତାଙ୍କ ଅଧିକାରୀମାନେ ଏବେ ଭ୍ରମଣରେ ଅଛନ୍ତି। ୧୦ ଦିନ ପରେ ମଧ୍ୟ ସେମାନଙ୍କର ମୋ ପ୍ରଶ୍ନ ପ୍ରତି କୌଣସି ଦୃଷ୍ଟି ନଥିଲା।

PHOTO • Chitrangada Choudhury

ପ୍ରସ୍ତାବିତ କୋଇଲା ଖଣି ପାଇଁ ତାଙ୍କ ସହ ୯ଟି ଗ୍ରାମର ବାସିନ୍ଦାଙ୍କୁ ହଟାଇବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଶିଳ୍ପ ସୌଦାଗର ଆଦାନି ଏଂଟରପ୍ରାଇଜେସ ଲିମିଟେଡକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହେଉଥିଲେ ଜଣେ ଗ୍ରାମବାସୀ ।

କିନ୍ତୁ ଆଦାନି ଯିଏ ସ୍ଥାନୀୟ ଲୋକଙ୍କ ଧାରଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନ୍ତରଙ୍ଗ ଥିଲେ, ଚଳିତ ଗ୍ରୀଷ୍ମରେ ନିର୍ବାଚନ ବେଳେ ସେ ନିଜ ବିମାନରେ ପ୍ରଚାର ଅଭିଯାନ କରାଇଥିଲେ, ତାହାକୁ ହିଁ ସ୍ଥାନୀୟ ବିରୋଧର ମୁଖ୍ୟ ଆୟୂଧ କରାଯାଇଥିଲା। ଏହି କ୍ରମରେ ଶିଳ୍ପ ପାଇଁ ଚାଷୀଙ୍କଠାରୁ ଜମି ଅଧିଗ୍ରହଣ କରିବାର ବେଆଇନ ପରମ୍ପରା ଓଡ଼ିଶା ସରକାରଙ୍କ ଇଡକୋ କରିଛି। ଖଣି ନିଗମମାନଙ୍କଠାରୁ ବିସ୍ଥାପନ ଆଶା କରି ଜିଲ୍ଲାର ଅନ୍ୟ ବିସ୍ଥାପିତ ସମ୍ପ୍ରଦାୟ/ଗୋଷ୍ଠୀଙ୍କ ପ୍ରତି ହୋଇଥିବା ରକ୍ତାକ୍ତ ସଂଘର୍ଷ କଥା ଆଲୋଚନା ବେଳେ ଗ୍ରାମବାସୀ ଉଦାହରଣ ଦେଇଥିଲେ। (ସତର୍କତା: ହିଂସାର ରେଖାଚିତ୍ର ସୂଚୀ ଏହି ଭିଡିଓରେ ରହିଛି)

ଅଞ୍ଚଳରେ ଗ୍ରାମୀଣ କ୍ଷୋଭ ପ୍ରଶାସନ ଓ ନିୟାମକ ପ୍ରାଧିକରଣ ପ୍ରତି ସିଧାସଳଖ ନିର୍ଦ୍ଦେଶ କରୁଥିଲା। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଘୋଷଣା ଓ ତଦନ୍ତ ଆୟୋଗର ସିଦ୍ଧାନ୍ତ ଏହା ରେଖାଙ୍କିତ କରିଥିଲା ଯେ ପ୍ରାକୃତିକ ସମ୍ପଦରେ ଜଟିଳ ନୀତି ଦ୍ୱାରା ଶାସନ କଳ ଓ ଅମଲା ନିୟମିତ ଭାବେ ସାଧାରଣ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ଓ ରାଜସ୍ୱ ଲୁଟ୍ କରିଛନ୍ତି। ଏଯାବତ୍ ଏଭଳି ଅନୀତି ବିରୋଧରେ ଆକ୍ରୋଶ ସୃଷ୍ଟି କରିଥିବା ଗ୍ରାମୀଣ ଗୋଷ୍ଠୀଗୁଡ଼ିକଙ୍କ ବିରୋଧଗତ ସଂଘର୍ଷ ଦିଗରେ କ୍ୱଚିତ ଦୃଷ୍ଟି ଦିଆଯାଇଛି ।

ଯେଉଁ ଗ୍ରାମଗୁଡ଼ିକ ନିଶ୍ଚିହ୍ନ ହେବା ପାଇଁ ଚିହ୍ନଟ ହୋଇଥିଲା, ସେଠାରେ ଯେଉଁ କୋଇଲା ବ୍ଲକ ପାଇଁ ସରକାର ସେମାନଙ୍କୁ ବେଦଖଲ କରିବା ପାଇଁ ଚେଷ୍ଟା କରୁଥିଲେ, ସେମାନଙ୍କ ମଧ୍ୟରେ ୨୧୮ଟି କୋଇଲା ଖଣି ରହିଥିଲା, ଯେଉଁମାନଙ୍କ ଆବଣ୍ଟନକୁ ‘ସ୍ୱେଚ୍ଛାଚାର ଓ ବେଆଇନ’ ବୋଲି ଅଗଷ୍ଟ ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ ଘୋଷଣା କରିଥିଲେ। ଏହି ବ୍ଲକଗୁଡ଼ିକର ଆବଣ୍ଟନ ୧୯୯୩ରୁ ଆରମ୍ଭ ହୋଇଥିଲା ଯେତେବେଳେ ସରକାର ଶକ୍ତି ଉତ୍ପାଦନ ଓ ଅନ୍ୟ ଧରାବନ୍ଧା କାର୍ଯ୍ୟ ପାଇଁ ଖଣିରେ ଘରୋଇ କ୍ଷେତ୍ରର ସମ୍ପୃକ୍ତି ଚାହୁଁଥିଲେ। ସାଧାରଣ ସ୍ୱାର୍ଥ ସମ୍ବଳିତ ଅଭିଯୋଗର ଶୁଣାଣି କରି ଅଦାଲତ କହିଥିଲେ ଯେ ଆବଣ୍ଟନ ଯୁକ୍ତିଯୁକ୍ତ ଓ ସ୍ୱଚ୍ଛ ନୀତି ଅନୁସରଣ କରିନାହିଁ, ଫଳରେ ଜାତୀୟ ସମ୍ପତ୍ତିର ଅନୁପଯୁକ୍ତ ବଣ୍ଟନ ଘଟିଛି ।

PHOTO • Chitrangada Choudhury

କୋଇଲା ଗଚ୍ଛିତ ଥିବା ତୀଖ ଅଞ୍ଚଳସ୍ଥିତ ବାଗେଡିଆ ଗ୍ରାମରେ ସୁଜିତ ଗଡ଼ନାୟକ ଓ ତାଙ୍କ ବାପା ପରିବା ଚାଷ କରନ୍ତି ।

ବାଗେଡିଆ ଗାଁରେ ପ୍ରତିରୋଧକାରୀ ବାସିନ୍ଦାଙ୍କ ମୁଖିଆ ପ୍ରଫୁଲ୍ଲ ପ୍ରଧାନଙ୍କ ସହ ମୁଁ କଥା ହେଲି। ୬୦ବର୍ଷ ପରେ ବି ତାଙ୍କ ଚେହେରା ଜଣେ ଶିଶୁର ମୁହଁ ଭଳି, ଯିଏ ନାତିନାତୁଣୀଙ୍କୁ ଗପ ଶୁଣାଉଥିବା ଜେଜେବାପା ଭଳି ଲାଗୁଥିଲେ, ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସହ ଲଢୁଥିବା ସଂଗ୍ରାମୀ ପରି ନୁହେଁ। ପ୍ରଧାନ ମୋତେ ପଚାରିଲେ, “ଏହି ସପ୍ତାହରେ ଆବଣ୍ଟନକୁ ବାତିଲ କରାଯିବା ଉଚିତ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କଥା ଯେତେବେଳେ ସରକାର କହିଛନ୍ତି, ସେତିକିବେଳେ କମ୍ପାନି କିପରି କୋଇଲା ଖଣି ପାଇଁ ପରିବେଶଗତ ମଞ୍ଜୁରି ପାଇଁ ଉଦ୍ୟମ କରୁଛି?”

ଅନ୍ୟ ଗୋଟିଏ ଗ୍ରାମରେ ଜଣେ ଶିକ୍ଷକ ଯିଏ ନିଜ ନାମ କହିବାକୁ ଅନିଚ୍ଛୁକ କାରଣ ସେ ଗୋଟିଏ ସରକାରୀ ଚାକିରିରେ ଅଛନ୍ତି, ଏବଂ ଖଣି ବିରୋଧରେ କହିବାକୁ ଭୟ କରୁଛନ୍ତି, ସେ ଏକ ଚିଠି ଦେଖାଇଲେ ୨୪ ଅଗଷ୍ଟରେ ପରିବେଶଗତ ନୀତି ଓ ଜନ ଶୁଣାଣିର ଦାୟିତ୍ୱରେ ଥିବା ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦିଆଯାଇଥିଲା। ମାଛକତା କୋଇଲା ବ୍ଲକ ଅଧୀନ ଗ୍ରାମଗୁଡ଼ିକର ବାସିନ୍ଦାଙ୍କ ସ୍ୱାକ୍ଷର ଥିବା ୨ପୃଷ୍ଠାର ଏହି ଚିଠି ଖଣି ପାଇଁ ପ୍ରକାଶ ପାଇଥିବା ପରିବେଶଗତ ପ୍ରଭାବ ନିର୍ଦ୍ଧାରକ (ଇଆଇଏ) ସମେତ ସଂଖ୍ୟାଧିକ ବାସ୍ତବ ସମସ୍ୟା ଦର୍ଶାଇଥିଲା। ଶିକ୍ଷକ ଜଣକ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଦୂରରେ ଥିବା ଶିଳ୍ପସଂସ୍ଥା ଦ୍ୱାରା ସ୍ଥାପିତ ପରାମର୍ଶଦାତାମାନଙ୍କ ତ୍ରୁଟିଯୁକ୍ତ ତଥ୍ୟକୁ ବୋର୍ଡର ଅଧିକାରୀମାନେ ନିୟମିତ ଭାବେ ଗ୍ରହଣ କରିନେଉଛନ୍ତି; କିନ୍ତୁ ନିଜ ଜମିରେ ବଂଚୁଥିବା ଗ୍ରାମବାସୀ ଦେଇଥିବା ଯୁକ୍ତିଯୁକ୍ତ ପ୍ରମାଣକୁ ଆଦୌ ଦୃଷ୍ଟି ଦେଇନାହାନ୍ତି।

ସ୍ଥାନୀୟ ବାସିନ୍ଦାଙ୍କୁ ସବୁଠୁ ଅଧିକ କ୍ଷୁବ୍ଧ କରିଥିବା ତଥ୍ୟଟି ହେଲା ଯେ ଇଆଇଏ ଏହି କଥାଟି ଉଲ୍ଲେଖ କରିନଥିଲା ଯେ ପ୍ରସ୍ତାବିତ ଖଣି ପାଇଁ ଅଧିଗ୍ରହଣ ହେବାକୁ ଥିବା ୭,୫୦୦ ଏକର କୃଷି ଓ ଜଙ୍ଗଲ ଜମିରେ ୧୦,୦୦୦ ଲୋକ ରହୁଛନ୍ତି ଯେଉଁଠି ସେମାନଙ୍କର ବର୍ଷତମାମ ଖାଦ୍ୟ, କାମ ଓ ରୋଜଗାର ରହିଛି ଯାହାକୁ କୋଇଲା ଖଣି ଶେଷ କରିଦେବ। ଏହି ସପ୍ତାହରେ ମୁଁ ଦେଖିଲି ଯେ ସେହି ଅଞ୍ଚଳର ଚାଷଜମି ଧାନ, ରାଶି, ଡାଲି ଏବଂ ଛତୁ ଫସଲରେ ପରିପୁଷ୍ଟ। ମାର୍ଚ୍ଚର ଏକ ଗସ୍ତ ବେଳେ ଗ୍ରାମବାସୀ ନିଜ ଖେଳେଇ ହୋଇପଡ଼ିଥିବା ଫଳ ବଗିଚା ଏବଂ ପରିବା କ୍ଷେତ ପ୍ରତି ଅଙ୍ଗୁଳି ଦେଖାଇଥିଲେ ।

PHOTO • Chitrangada Choudhury

ଏହି ପରିପୁଷ୍ଟ ଧାନକ୍ଷେତ ତଳେ ବିପୁଳ ପରିମାଣର କୋଇଲା ଗଚ୍ଛିତ ହୋଇ ରହିଛି। ସ୍ଥାନୀୟ ଲୋକେ ଅନୁଭବ କରନ୍ତି ଯେ ଖଣି ପାଇଁ ବିସ୍ଥାପିତ ହୋଇ କିଛି ଲାଭ ନାହିଁ।

ଇଆଇଏ ରିପୋର୍ଟରେ ଲୋକଙ୍କ ଅବଗତି ପାଇଁ ଏହା ସନ୍ନିବିଷ୍ଟ କରାଯାଇ ନଥିଲା ଯେ ରାଜ୍ୟ ଓ ନିଗମ ଦୃଷ୍ଟିରେ ପ୍ରକଳ୍ପ ଅନୁମତି ଦେବା ବେଳେ ଗ୍ରାମବାସୀ ସହୁଥିବା କ୍ଷତିରାଶି ବାବଦରେ ବିଚାର କରିବାର ଆବଶ୍ୟକତା ନଥିଲା।

                                                                                  ******

ନରେନ୍ଦ୍ର ମୋଦିଙ୍କ ନବଗଠିତ ସରକାର ସରକାରୀ ସଂସ୍ଥା, ନିଗମ ଓ ଭାରତର ଖଣିସମୃଦ୍ଧ ଅଞ୍ଚଳର ବାସିନ୍ଦାଙ୍କ ଭିତରେ ଥିବା ବିଶ୍ୱସନୀୟତାର ସାଂଘାତିକ ଅଭାବକୁ ସ୍ୱୀକୃତି ଦେଇଥିଲେ। ମେ’ରୁ କ୍ଷମତା ଭାର ନେବା ପରେ ଏହି ସରକାର ଗ୍ରାମୀଣ ଭାରତୀୟମାନେ ନିଷ୍ପତି ନେଇ ଉଠାଉଥିବା ସ୍ୱରକୁ ଦମନ କରିବା ଲାଗି ଆଇନକୁ ଉଲ୍ଲଂଘନ କରି ଖଣି ଖନନ ଓ ଶିଳ୍ପାୟନକୁ ତ୍ୱରାନ୍ୱିତ କରିଛନ୍ତି।

ଉଦାହରଣ ଭାବେ, କିଛି ପ୍ରକଳ୍ପ ପାଇଁ ପରିବେଶ ଅନୁମୋଦନ ପ୍ରକ୍ରିୟାର ଏକ ଅଂଶ ଭାବେ ରହିଥିବା ଜନଶୁଣାଣି ଆବଶ୍ୟକତାକୁ ହଟାଇବା ପାଇଁ ପରିବେଶ ଓ ଜଙ୍ଗଲ ବିଭାଗ (ଏମଓ‌‍ଇଏଫ୍‌) ସ୍ଥିର କରିଛି। ସେହି କ୍ରମରେ କୋଇଲା ଖଣିଗୁଡ଼ିକ ନିଜ ସୀମା ବୃଦ୍ଧି କରିବା ଲାଗି ଅଗ୍ରସର ହେଉଛନ୍ତି ଯାହା ୟୁପିଏ ସରକାର ବେଳେ ଆରମ୍ଭ ହୋଇଥିଲା। ଏଇ ନିକଟରେ ଆମନେଷ୍ଟିର ସତର୍କତା ସୂଚାଉଛି ଯେ ବିବର୍ତ୍ତିତ ରାଜ୍ୟରେ ପରିବର୍ତ୍ତନ ବଢ଼ିବା ସହ ସେମାନଙ୍କ ପ୍ରତି ହିଂସା ମଧ୍ୟ ବଢୁଛି ବୋଲି ଲୋକେ ଅନୁଭବ କରିବେ। ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ମଧ୍ୟ ପ୍ରକଳ୍ପ ପାଇଁ ଅନୁମତି କ୍ଷମତାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରୁଛି, ଯଦିଓ ଏଥିରେ ନିୟାମକ କ୍ଷମତା ଓ ଉଦ୍ଦେଶ୍ୟ ସନ୍ଦେହ ଘେରରେ।

ଏଇ ନିକଟ ସପ୍ତାହରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସହ ମୁଁ ଯାହା କଥା ହୋଇଥିଲି ସେହି ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ଖଣି ଓ ଅନ୍ୟ ସଦୃଶ ପ୍ରକଳ୍ପ ପାଇଁ ଜଙ୍ଗଲରୁ ଗଛକଟା ଲାଗି ଗ୍ରାମସଭା କିମ୍ବା ଗ୍ରାମ ସମିତିର ନିଷ୍ପତି ନେବା ଆବଶ୍ୟକତାକୁ ପ୍ରତ୍ୟାହାର କରିବା ଲାଗି ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଉପରେ ଚାପ ପଡୁଛି, ଯାହା ଜଙ୍ଗଲ ଅଧିକାର ଆଇନ କ୍ରମରେ ବାଧ୍ୟତାମୂଳକ ରହିଛି।

ସେହିପରି ଗ୍ରାମୀଣ ବିକାଶ ମନ୍ତ୍ରାଳୟର ଦାୟିତ୍ୱରେ ଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ପ୍ରଥମେ ନୂତନ ଜମି ଅଧିଗ୍ରହଣ ଆଇନକୁ ଆଣିବା ପାଇଁ କାମ ଆରମ୍ଭ କଲେ। ୨୦୧୪ ଜାନୁୟାରୀରେ ଏହି ନୂତନ ନିୟମ ଆସିଲା ଯାହା ଔପନିବେଶିକ ସମୟରୁ ପୂର୍ବ ଅଧିକାରୀଙ୍କ ଦ୍ୱାରା ପ୍ରଚଳିତ ହୋଇଆସିଥିବା ଆଇନର ସ୍ଥାନ ନେଇଥିଲା। ୧୮୯୪ରୁ ଏହା କାର୍ଯ୍ୟକାରୀ ହୋଇଆସୁଥିଲା ଏବଂ ଗ୍ରାମୀଣ ସମ୍ପ୍ରଦାୟଙ୍କୁ ବଳପୂର୍ବକ ଅପସାରଣ ହେବା ସହ ମାନବାଧିକାର କ୍ଷୁର୍ଣ୍ଣ ହେଉଥିଲା। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ବିବରଣରେ ଯେଉଁ ପ୍ରସ୍ତାବ ରହିଥିଲା, ସେଥିରେ ନୂଆ ଆଇନରେ ଗ୍ରାମସଭାର ସମ୍ମତି ଓ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ତ୍ତ ଗୌଣ ହୋଇଯାଇଥିଲା।

ଜମି ଅଧିଗ୍ରହଣ ଆଇନ ପ୍ରଣୟନରେ ସମ୍ପୃକ୍ତ ଥିବା ଜଣେ ଅଧିକାରୀ ନିଜର କ୍ଷୋଭ ପ୍ରକଟ କରି ଗତ ମାସରେ ମୋତେ କହିଥିଲେ ଯେ, କିପରି ସମସ୍ତ ବଳ ଖଟାଇ ଏହି ପ୍ରସ୍ତାବିତ ଲଘୁକରଣକୁ ଶେଷରୂପ ଦିଆଯାଇଥିଲା। “ଏପରିକି ଯଦି ସେହି ପରିବର୍ତ୍ତନ ସବୁ ଲାଗୁ ହୁଏ, ତେବେ ସେହି ପରିପ୍ରେକ୍ଷୀରେ ଏହା କିପରି ବଳପୂର୍ବକ କାର୍ଯ୍ୟକାରୀ ହେବ” ତାହା କହିଥିଲେ।

ମାଛକତାରେ ବିରୋଧ ଏହା ସୂଚାଏ ଯେ ସମ୍ବଳସମୃଦ୍ଧ ବାସୋପଯୋଗୀ ଅଞ୍ଚଳର ଗ୍ରାମୀଣ ଭାରତୀୟ ଅଧିକରୁ ଅଧିକ ଦୃଢ଼ ଭାବେ ନିରବ ରହିବା କିମ୍ବା ଦମନ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶର ବ୍ୟାପକ ଦୃଷ୍ଟିରେ ସେମାନଙ୍କୁ ଉନ୍ନତ ଲୋକତନ୍ତ୍ର ଓ ମର୍ଯ୍ୟାଦାର ସହ ରହିବାକୁ ଦିଆଯିବ, ତାହାଠାରୁ କମ୍ ନୁହେଁ।

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଲେଖକ ପରିଚୟ: ଚିତ୍ରାଙ୍ଗଦା ଚୌଧୁରି ଜଣେ ମୁକ୍ତବୃତ୍ତ ସାମ୍ବାଦିକ ଏବଂ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର କୋର୍ ଗ୍ରୁପର ସଦସ୍ୟ ।

Other stories by Chitrangada Choudhury