ଭରାଭୁର ତ୍ରିସୁରଠାରୁ ବହୁତ ଦୂର, କିନ୍ତୁ ଆମେ ସେହି ସ୍ଥାନକୁ ଅଟୋ ଧରିବାବେଳକୁ ଆମକୁ ଅଲଗା କଥା କୁହାଯାଇଥିଲା। ରବର ଚାଷ, ବିସ୍ତୃତ ଏବଂ ବ୍ୟାପକ ଭାବେ ଆମ ମନରେ ଏକ ଗଭୀର ଛାପ ଛାଡ଼ିଗଲା। ଆମର ଅଟୋ ଖୋଲା ପଡ଼ିଆ ନିକଟରେ ଥିବା ଏକ କୁଡ଼ିଆ ସାମ୍ନା ଦେଇ ଯାଉଥିବା ପକ୍କା ରାସ୍ତାରେ ଅଟକିଗଲା। ଭରାଭୁର ୱାକଡାକନଚେରି ବ୍ଲକର ୯ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଗୋଟିଏ ଯାହାକି ଏକ ନୂଆ ପରିଯୋଜନା ଦ ଗ୍ରୀନ ଆର୍ମି ଇନିସିଏଟିଭ ପାଇଁ ପ୍ରୟୋଗଶାଳା ପାଲଟିଛି।

୧୦ ଏକର ଜମିରେ ଚାଷ କରାଯାଉଥିବାବେଳେ ଏଠାରେ ଖୁବ କମ୍‌ ଲୋକ ଥିଲେ । ତା’ ବଦଳରେ ଦୁଇଟି ଟ୍ରାକ୍ଟର ଓଦା ଜମିର ଓଦା ଘାସ ଦେଇ ଯାଉଥିଲେ । ଧାନର ଏହି ଶାନ୍ତ ଅଞ୍ଚଳ ମଧ୍ୟରେ ୭ ଜଣ ସବୁଜ ସେନାର କର୍ମୀ ଗାଢ଼ ସବୁଜ ରଙ୍ଗର ୟୁନିଫର୍ମ ପିନ୍ଧିଥିଲେ । ସେମାନଙ୍କ ମଧ୍ୟରୁ କିଛି ଚଉଡ଼ା ଟୋପି ପିନ୍ଧିଥିଲେ । ଆମେ ଜମି କଡ଼ରେ ପହଞ୍ଚିବାବେଳକୁ ସବୁଜ ସାର୍ଟ ପିନ୍ଧିଥିବା ଜଣେ ଚାଷୀ ହାତରେ ସରିଆସୁଥିବା ଏକ ବିଡ଼ି ଧରି ମୋର ବନ୍ଧୁଙ୍କ ପାଖକୁ ଆସିଲେ । ସେ ହେଉଛନ୍ତି କେ.ପି ମୋଇଦ୍ଦିନ । ସେ ଅସନ୍ତୁଷ୍ଟ ଥିଲେ ଏବଂ ମୋର ବନ୍ଧୁ ଯିଏକି ଏକ ସ୍ଥାନୀୟ ପ୍ରତିଷ୍ଠିତ ଖବରକାଗଜରେ ସାମ୍ବାଦିକ ଭାବେ କାମ କରୁଥିଲେ ସେ ତାଙ୍କୁ ସାହାଯ୍ୟ କରିପାରିବେ ବୋଲି ଭାବୁଥିଲେ ।

ସେମାନଙ୍କ ଫାର୍ମ ନିକଟରେ ଖଣି ଉତ୍ତୋଳନ ଏବଂ କ୍ୱାରିଂ ଜାରି ରହିଛି, ଆରାମ କରିବା ଲାଗି ତାହା ଖୁବ ନିକଟବର୍ତ୍ତୀ। ମୋର ବନ୍ଧୁ କହିଲେ ଯେ ତାଙ୍କର ଖବରକାଗଜ ଏହା ଉପରେ କାମ କରୁଛି। ଭରାଭୁରରେ ଏହି ଜମିରେ କାମ କରୁଥିବା ୧୦ ଜଣ ଚାଷୀଙ୍କ ମଧ୍ୟରୁ ମୋଇଦ୍ଦିନ ଅନ୍ୟତମ। ତେଣୁ ଏଥିଲାଗି ସେ ଚିନ୍ତିତ ହେବାର ବ୍ୟାପକ କାରଣ ରହିଛି। କିନ୍ତୁ ଏସବୁ ବିଷୟରେ ଅଜ୍ଞ ଥିବା କେରଳର ଶ୍ରମିକ ବ୍ୟାଙ୍କର ସବୁଜ ସେନା କର୍ମୀମାନେ ଯେଉଁମାନେ କି ତାଙ୍କର ଜମିରେ ଚାଷ କରିବାରେ ବ୍ୟସ୍ତ ଅଛନ୍ତି ସେମାନେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସମାଧାନ ଦିଗରେ କିଛିଟା ସଫଳତା ପାଇଛନ୍ତି। ତା’ ହେଲା: ଧାନ ଚାଷରେ କମ୍ ଉତ୍ପାଦନ ଏବଂ କୃଷି ଶ୍ରମିକଙ୍କର ଅଭାବ ।

ଏହାର ପ୍ରଭାବଶାଳୀ ସାମାଜିକ ସଙ୍କେତଗୁଡ଼ିକ ସତ୍ତ୍ୱେ କେରଳରେ ଚାଷ ପ୍ରଭାବଶାଳୀ ରହିପାରିନାହିଁ । ୧୯୭୫-୨୦୦୭ ମଧ୍ୟରେ କେରଳର ମୁଖ୍ୟ ଖାଦ୍ୟ ଧାନର ଚାଷ ୮.୮୪ ଲକ୍ଷ ହେକ୍ଟରରୁ ୩.୫୨ ଲକ୍ଷ ହେକ୍ଟରକୁ ଖସି ଆସିଛି। ୱାଡାକନଚେରି ବ୍ଲକରେ ଥିବା ପ୍ରାୟ ଏକ ଚତୁର୍ଥାଂଶ ଚାଷ ଜମିରେ ଧାନ ଚାଷ ସମ୍ଭବପର ଥିବାବେଳେ ଚାଷ ଧୀମା ପଡ଼ିଯାଇଛି। ଆହୁରି ଚିନ୍ତାଜନକ କଥା ହେଲା ଯଦି ଏହି ଧାରା ଜାରି ରହେ ତା’ ହେଲେ ୨୦୧୧ ସୁଦ୍ଧା ଉତ୍ପାଦନ ୨ଲକ୍ଷ ହେକ୍ଟରରୁ କମିଯିବ ବୋଲି ଆଶଙ୍କା କରାଯାଉଥିଲା ।

କେରଳର ଭୟଭୀତ ହେବାର କାରଣ ଥିଲା। ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଚାଷୀମାନେ ଜମିରେ ଚାଷ କଲେନାହିଁ ଏବଂ ରାଜ୍ୟ ତାର ଚାଷୀଙ୍କୁ ହରାଇଲା। ସେ କ’ଣ ପାଇଁ ସବୁଜ ସେନାର ଦ୍ୱାରସ୍ଥ ହେଲେ ବୋଲି ପଚରାଯିବାରୁ ଏଟି ମୋଇଦ୍ଦିନ କହିଲେ, “ଏହି କାମ କରିବାକୁ ମୁଁ ଲୋକ ପାଇଲି ନାହିଁ।’’ ଜନସଂଖ୍ୟା ବୃଦ୍ଧି ପାଇଛି କିନ୍ତୁ ଜମିଗୁଡ଼ିକ ପଡ଼ିଆ ପଡ଼ିଛି ଏବଂ ଚାଷ ସୁପ୍ତ ଅବସ୍ଥାରେ ରହିଛି। ଏ ନେଇ ଉଦବେଗ ପ୍ରକାଶ ପାଇବା ପରେ ୨୦୦୭ରେ ରାଜ୍ୟ ସରକାର “ ଖାଦ୍ୟ ନିରାପତ୍ତା କାର୍ଯ୍ୟାନୁଷ୍ଠାନ ଯୋଜନା’’ ଆରମ୍ଭ କଲେ। ସେହି ଉଚ୍ଚାଭିଳାଷକୁ ବାସ୍ତବରେ ପରିଣତ କରିବା ଲାଗି ସବୁଜ ସେନା କେବଳ ୱାଡକନଚେରୀ ବ୍ଲକରେ ଶତ ପ୍ରତିଶତ ଧାନ ଚାଷ କରିବା ଲାଗି ନିଜେ ଦାୟିତ୍ୱ ନେଲା ।

PHOTO • Asawari Sodhi
PHOTO • Asawari Sodhi

ତେଣୁ ଶ୍ରମ ବ୍ୟାଙ୍କ ଏ ନେଇ ଆଗ୍ରହ ଦେଖାଇବା ପୂର୍ବରୁ ଚାଷ ହେଉଥିବା ଏହି ଜମି ପ୍ରାୟ ଏକ ଦଶନ୍ଧି ଧରି ପଡ଼ିଆ ପଡ଼ିଥିଲା। ଅନେକ ଗର୍ବ ଏବଂ କିଛିଟା ଅତିଶୋୟକ୍ତି ସହିତ ସବୁଜ ସେନାର ଜଣେ କର୍ମୀ ଲତା ମୋତେ ଏହା ଜଣାଇଲେ। ତାଙ୍କର ଗର୍ବ କରିବାର କାରଣ ହେଲା ରାଜ୍ୟକୁ ସବୁଜ କରିବାର ଏହି ପ୍ରକ୍ରିୟାରେ ଭାଗ ନେବା ତାଙ୍କ ପାଇଁ ପୁରସ୍କୃତ ଏବଂ ସଶକ୍ତ ହେବାର ଥିଲା। ଟ୍ରାନ୍ସପ୍ଲାଣ୍ଟର ଆଜି ତାଙ୍କର ନିୟନ୍ତ୍ରଣରେ ଥିଲା। ତାଙ୍କ ସହ କଥା ହେବା ସମୟରେ ମୁଁ ଲକ୍ଷ୍ୟ କଲି ଯେ ଲତାଙ୍କର ଗୋଟିଏ ଆଖି ରଖାଯାଇଥିବା ମେସିନ ଉପରେ ଥିଲା। ତାଙ୍କର ଥୋଡ଼ି ତଳେ ଥିବା ଧଳା ରଙ୍ଗର ଓଢ଼ଣୀ ତାଙ୍କର ଚଉଡ଼ା କପାଳ, କେଶରେ ଲାଗିଥିବା ସିନ୍ଦୁର, ଗାଲର ପ୍ରମୁଖ ହାଡ଼, ଗଭୀର ଆଖିକୁ ଆହୁରି ଦର୍ଶାଉଥିଲା। ଲତା ଡେଙ୍ଗା ଥିଲେ କିନ୍ତୁ ମୁଁ ତାଙ୍କୁ ତଳକୁ ଅନାଇ ଦେଖିବା କଥା ମନେଅଛି କାରଣ ଆମେ କଥା ହେବା ସମୟରେ ସେ କେବେହେଲେ ଜମିର ହିଡ଼ ମୁଣ୍ଡକୁ ଆସିନଥିଲେ। ସେ ଓଦା ଜମିରେ ଆଣ୍ଠୁଏ ଗଭୀରରେ ରହିବାକୁ ପସନ୍ଦ କରିଥିଲେ, ତାଙ୍କର ଏହି ଅନୁଭବ ଏବଂ ଅଭିଜ୍ଞତା ପ୍ରାୟ ୧୦ ବର୍ଷର ଯେତେବେଳେ କି ସବୁଜ ପୋଷାକ ଏବଂ ଟ୍ରାକ୍ଟର ମାତ୍ର ୫ ବର୍ଷ ପୁରୁଣା।

କୁଦୁମ୍ବଶ୍ରୀ ମାଧ୍ୟମରେ ପ୍ରଥମେ ଏ ସଂପର୍କରେ ଜାଣିବା ପରେ ୫ ବର୍ଷ ତଳୁ ସେ ସବୁଜ ସେନାରେ ଯୋଗ ଦେଇଥିଲେ। ଲତା ସେ ସମୟରେ ଜଣେ ଚାରା ରୋପଣକାରୀ ଥିଲେ। ସବୁଜ ସେନାରେ ନବାଗତ ଭାବେ ସେ ୧୫ ଦିନ ଧରି ତାଲିମ ନେଲେ। ଭରାଭୁରରେ ଟ୍ରାନ୍ସପ୍ଲାଣ୍ଟର ତାଙ୍କ ଇଙ୍ଗିତ ଅନୁଯାୟୀ କାମ କରିଥାଏ, ତାହା ଜମିରେ ଧାନ ଚାରା ରୋପଣ କରିଥାଏ। ଲତାଙ୍କ ପାଇଁ ହର୍ପିନ୍ ତଳକୁ ନଇଁପଡେ, ଅସୁବିଧା ସମୟରେ ତାକୁ ବଳପୂର୍ବକ ଟାଣିଥାନ୍ତି ଏବଂ ଟ୍ରାନ୍ସପ୍ଲାଣ୍ଟର ଆର୍ମ ଚାଲିବା ଲାଗି ପୁଣିଥରେ ହପ କରନ୍ତି। ସେଠାରେ ଅନ୍ୟ ମେସିନଗୁଡ଼ିକ ମଧ୍ୟ ଥିଲା ଯାହାକୁ କି ସେ ଚଳାଇ ପାରିବେ, ଏସବୁ ଦୁଇ ସପ୍ତାହର ତାଲିମର ଫଳ ଥିଲା। ଅବଶ୍ୟ ଯେକେହି ସବୁଜ ସେନାରେ ସାମିଲ ହୋଇପାରିବେ ଏବଂ ଥରେ ଭଲ ଭାବେ ତାଲିମପ୍ରାପ୍ତ ହେବା ପରେ କାମ କରିପାରିବେ। ସବୁଜ ସେନା ଉଭୟ ଶ୍ରମିକ ଏବଂ ଚାଷୀମାନଙ୍କର ସ୍ୱାର୍ଥକୁ ଆକଳନ କରିଥାଏ,  ଶ୍ରମିକମାନଙ୍କର ଏକ ଟିମକୁ ନିଯୁକ୍ତ ଦେବା ସହିତ ମେସିନଯୁକ୍ତ ଚାଷ ପାଇଁ ତାଲିମ ଦିଏ ଏବଂ ପରେ କର୍ମସ୍ଥଳୀରେ ସେମାନଙ୍କୁ ବିନିଯୋଗ କରେ । ଏଥିରେ ଚାଷୀମାନଙ୍କର ଅବଦାନ କ’ଣ? ଏଟି ମୋଇଦ୍ଦିନ ତାଙ୍କ ଜମିର ସବିଶେଷ ବିବରଣୀ ଏବଂ ଦାଖଲ ପାଇଁ ୩୦୦୦ ଟଙ୍କା ପ୍ରସ୍ତୁତ ରଖି ଶ୍ରମିକ ବ୍ୟାଙ୍କର ଦ୍ୱାରସ୍ଥ ହେଲେ। ସବୁଜ ସେନା ତାଙ୍କର ପୂରା ଚାଷ ଋତୁ ପାଇଁ କେତେଜଣ ଶ୍ରମିକ ଆବଶ୍ୟକ ତାହା ଗଣନା କଲା। ରାଷ୍ଟ୍ରୀୟ କୃଷି ବିଜ୍ଞାନ ଯୋଜନା(ଆରକେଭିୱାଇ)ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକର ସହଯୋଗରେ ୱାଡ଼କନଚେରୀ ବ୍ଲକ ପଞ୍ଚାୟତ ଏଥିପାଇଁ ମେସିନ ଯୋଗାଇ ଦେଲା।

କିଛି ପରିମାଣରେ ଯନ୍ତ୍ରଚାଳିତ ଚାଷ ହେବା ସତ୍ତ୍ୱେ ପୁରୁଣା ପ୍ରଥା ଅନୁସାରେ କୃଷି ଶ୍ରମିକଙ୍କ ମାଧ୍ୟମରେ ଚାଷ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇନାହିଁ। ଟ୍ରାନ୍ସପ୍ଲାଣ୍ଟର ଜମିର ଗୋଟିଏ ପାଶ୍ୱର୍ରେ ଚାରାରୋପଣ କରୁଥିବାବେଳେ କିଛି ମିଟର ଦୂରରେ ପଦ୍ମାବତୀ ଏକ ଚାରିଜଣିଆ ଟିମ ସହିତ ଜମିର କାଦୁଆ ଘାସ ମଧ୍ୟରେ କାମ କରୁଥିଲେ। ତାଙ୍କର ଆଣ୍ଠୁ ପର୍ଯ୍ୟନ୍ତ କାଦୁଅରେ ରହିଥିଲା। ସେ ସବୁଜ ସେନା ସହିତ ୪ ବର୍ଷ ହେଲା କାମ କରୁଛନ୍ତି। ୩ ମାସ ଧରି ଏହି ଚାଷଜମି ତାଙ୍କର ଅଫିସ ପାଲଟିବ। ସେ ଜମିର ହିଡ଼ ନିକଟରେ ସିଡମ୍ୟାଟ ପ୍ରସ୍ତୁତ ରଖିଛନ୍ତି, ଖୁବ ଦ୍ରୁତ ଭାବେ ସେ ହାତରେ ଚାରା ଲଗାଉଛନ୍ତି। ସେ ଯେତେବେଳେ ଶୂନ୍ୟସ୍ଥାନ ଦେଖନ୍ତି, ମେସିନ ଯାହାକୁ ଛାଡ଼ି ଯାଇଥାଏ, ସେଠାରେ ସେ ଚାରା ଲଗାନ୍ତି। ମେସିନର ତ୍ରୁଟି ଭିନ୍ନ କଥା, ଯାନ୍ତ୍ରିକରଣ ଏକ କୁଖ୍ୟାତ ଧ୍ରୁବୀକରଣ ବିଷୟ। ନମୁନା ଔଦ୍ୟୋଗୀକରଣ, ଟୋକିଓ ଷ୍ଟକ ଏକ୍ସଚେଞ୍ଜର ଇତିହାସ ଏବଂ ଅତିରିକ୍ତତାର ପରିପୂରକ କାହାଣୀ ଭରପୁର ରହିଛି । ସୌଭାଗ୍ୟର କଥା ହେଲା ସବୁଜ ସେନାର ଡିଜାଇନ ଏବଂ ପ୍ରୟୋଗ ରକ୍ଷଣଶୀଳ ହୋଇ ରହିଛି, ଯଦିବା ଯାନ୍ତ୍ରିକ କୃଷିରେ ସଂପୂର୍ଣ୍ଣ ଭାବେ ଖନନ କରାଯାଉନାହିଁ । ମେସିନ ଠିକ୍ ଅଛି, କିନ୍ତୁ ସେଗୁଡ଼ିକ ସେତେ ପର୍ଯ୍ୟନ୍ତ ପ୍ରଭାବୀ ଯେପର୍ଯ୍ୟନ୍ତ କୃଷିଶ୍ରମ*କୁ ତାର ସ୍ଥାନ ମିଳିନଯାଇଛି । ଏଟି ମୋଇଦ୍ଦିନ ଏବଂ କେପି ମୋଇଦ୍ଦିନ ଜମିର ଗୋଟିଏ କୋଣରେ ରହିଥାନ୍ତି। ସେମାନେ କେବଳ ଏକ ଥର୍ମୋଫ୍ଲାସ୍କରେ ଚା’, ଗ୍ଲାସ ଏବଂ ଅଚପମ ନେଇ ପାଖକୁ ଆସିଥାନ୍ତି । ସେମାନେ ୧୫ ଏକର ଜମିକୁ ଲିଜରେ ନେଇଛନ୍ତି । ଗୋଟିଏ ଏକର ଜମି ଚାଷ ପାଇଁ ୩୨ କିଲୋ ଧାନ ବିହନ ଆବଶ୍ୟକ ହୋଇଥାଏ । ଅମଳ ପରେ ଏକରର ପ୍ରତି ୧୦ ପ୍ରତିଶତ ପାଇଁ ୨୨ କିଲୋ ଲେଖାଏଁ ମାଲିକମାନଙ୍କୁ ମିଳିଥାଏ। 

ଏଟି ମୋଇଦ୍ଦିନ ଏବଂ କେପି ମୋଇଦ୍ଦିନ ଜମିର ଗୋଟିଏ କୋଣରେ ରହିଥାନ୍ତି। ସେମାନେ କେବଳ ଏକ ଥର୍ମୋଫ୍ଲାସ୍କରେ ଚା’, ଗ୍ଲାସ ଏବଂ ଅଚପମ ନେଇ ପାଖକୁ ଆସିଥାନ୍ତି । ସେମାନେ ୧୫ ଏକର ଜମିକୁ ଲିଜରେ ନେଇଛନ୍ତି । ଗୋଟିଏ ଏକର ଜମି ଚାଷ ପାଇଁ ୩୨ କିଲୋ ଧାନ ବିହନ ଆବଶ୍ୟକ ହୋଇଥାଏ । ଅମଳ ପରେ ଏକରର ପ୍ରତି ୧୦ ପ୍ରତିଶତ ପାଇଁ ୨୨ କିଲୋ ଲେଖାଏଁ ମାଲିକମାନଙ୍କୁ ମିଳିଥାଏ। ଅର୍ଥାତ୍ ଏକ ଏକର ପାଇଁ ଏହା ୨୨୦ କିଲୋ। କୃଷି କାର୍ଯ୍ୟାଳୟରୁ ସେମାନଙ୍କୁ ରିହାତି ହାରରେ କେଜି ପିଛା ୧୫ ପଇସା ହିସାବରେ ବିହନ ଯୋଗାଇ ଦିଆଯାଇଥାଏ। ସବୁଜ ସେନା ଚଳାଉଥିବା ସଂସ୍ଥାନର ପୂରା ନେଟୱର୍କ ମଧ୍ୟରେ ଗୋଟିଏ କୃଷି କାର୍ଯ୍ୟାଳୟ ରହିଛି। ଆରକେଭିୱାଇ, ସ୍ଥାନୀୟ ସ୍ୱ ସରକାର, ଏଗ୍ରିକଲଚର ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ଏଜେନ୍ସି(ଏଟିଏମଏ), କୃଷିବିଭାଗ, କୁଦୁମ୍ବଶ୍ରୀ, ଥ୍ରିସୁର ଜିଲ୍ଲା ଏବଂ ୱାଡକନଚେରୀ ବ୍ଲକ ଏହି ବ୍ୟାପକ କାର୍ଯ୍ୟକ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଅଛନ୍ତି।

PHOTO • Asawari Sodhi

ଗତ ଋତୁରେ ମୋଇଦ୍ଦିନ ୫୦୦୦ ଟଙ୍କା ଲାଭ କରିଥିଲେ। ଏହା ଶୁଣିବାକୁ ମାମୁଲି ଲାଗିପାରେ। କିନ୍ତୁ ସେ ଯାହା ପାଇପାରିବେ ତାହା ହିଁ ନେବେ। ଏବଂ ତାଙ୍କୁ ଯାହା ମିଳିଛି ତାହା ହେଲା ଅର୍ଦ୍ଧଯନ୍ତ୍ରୀକୃତ କୃଷି, ପ୍ରଶିକ୍ଷିତ ଶ୍ରମିକ ଏବଂ କୁଶଳୀ ଉତ୍ପାଦନ। ଲତା କହିଲେ, “ମେସିନ ଆସିବା ପୂର୍ବରୁ ଆମକୁ ଏକର ପିଛା ୧୦ ଜଣ ଶ୍ରମିକ ଆବଶ୍ୟକ ପଡ଼ୁଥିଲେ। ବର୍ତ୍ତମାନ ସେତିକି ଶ୍ରମିକ ୧୭ ଏକର ଜମି ଚାଷ କରିପାରିବେ।’’ ସେ, ପଦ୍ମାବତୀ ଏବଂ ସବୁଜ ସେନାର ଅନ୍ୟ କର୍ମୀମାନେ କିଛି ପରିମାଣରେ ସାମାଜିକ ନିରାପତ୍ତା ମଧ୍ୟ ପାଉଛନ୍ତି। ପଞ୍ଜିକୃତ ଏବଂ ନିଯୁକ୍ତିପ୍ରାପ୍ତ ଶ୍ରମିକ ମାସକୁ ୮୦୦୦-୧୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ସ୍ଥିର ଚୁକ୍ତି ଏବଂ ସେମାନଙ୍କର ଅର୍ଥକୁ ପେରିଙ୍ଗାଦୁର ସର୍ଭିସ କୋଅପରେଟିଭ ବ୍ୟାଙ୍କ ପରିଚାଳନା କରିଥାଏ। ସେମାନଙ୍କୁ ପ୍ରାୟତଃ ଦିନ ମଜୁରିଆ ଭଳି ଟଙ୍କା ମିଳେ, ତେବେ ରାଜ୍ୟ ସରକାର ମଧ୍ୟସ୍ଥ ହେବା ଯୋଗୁଁ ଜଣକୁ କାମର ଅନିଶ୍ଚିତତାରୁ ମୁକ୍ତି ମିଳେ। ମନରେଗାର ୧୦୦ ଦିନିଆ କ୍ୟାମ୍ପ ପରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହୁଥିବା ବେଳେ ସବୁଜ ସେନାର ଶ୍ରମ ବ୍ୟାଙ୍କ ପାଇଁ ଆହୁରି ଯୋଜନା ରହିଛି। ସବୁଜ ସେନାର ସଂଯୋଜକ ଅନୁପ କିଶୋର କହିଲେ, “ଗତ ବର୍ଷ ଆମେ ୧୪ ମାସ ଧରି କାମ ଯୋଗାଇବାକୁ ସକ୍ଷମ ହୋଇଥିଲୁ। ଆମେ ୩୦୦ ଦିନ ଧରି କାମ ଯୋଗାଇବାକୁ ସକ୍ଷମ ହେବାକୁ ଚାହୁଁଛୁ ।’’

ଏହି କାର୍ଯ୍ୟକ୍ରମ ନିଜସ୍ୱ ନିରୀକ୍ଷଣରୁ ମୁକ୍ତ ନୁହେଁ । ସମସ୍ତ ଭାଗୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରଭାବଶାଳୀ ହୋଇଥିବାବେଳେ ସମୟ ସମୟରେ ସେମାନଙ୍କ ମଧ୍ୟରେ ସମସ୍ୟା ହୋଇଥାଏ । ମୋଇଦ୍ଦିନ ଏବଂ ମୋଇଦ୍ଦିନ କହିଲେ, “ ଆମେ ଖରାପ ବିହନ ପାଇଲୁ ଏବଂ ଆମର ଫସଲ ହେଲା ନାହିଁ । ଆମକୁ କ୍ଷତିପୂରଣ ମିଳିବା ଆବଶ୍ୟକ।’’ ସେମାନେ ସେହି ୭ ଜଣ ଚାଷୀଙ୍କ ମଧ୍ୟରେ ସାମିଲ ଯେଉଁମାନଙ୍କୁ ଫସଲ ନ ହେବା ଯୋଗୁଁ ଚଳିତ ଋତୁରେ ଦୁଇ ଥର ଚାଷ କରିବାକୁ ପଡ଼ିଛି। ଏହା ଖୁବ ଯନ୍ତ୍ରଣାଦାୟକ ଯଦି କେବଳ ଗଜା ବାହାରିବା ପାଇଁ ୧୫ ଦିନ ଲାଗିବ। ପାରମ୍ପରିକ ଭାବେ ଧାନ ଚାଷରେ ଏହା ହିଁ ହୋଇଥାଏ। ଏହି ଧାନଚାଷୀମାନେ କିଆରୀରେ ଧାନ ତଳି ରୋଇବା ପରେ ପ୍ରାୟ ଦୁଇ ସପ୍ତାହ ଧରି ଅପେକ୍ଷା କରିଥାନ୍ତି। ଥରେ ସବୁଜ ହୋଇଯିବା ପରେ ତାକୁ କଟାଯାଏ, ସେଥିରୁ ମଧ୍ୟରୁ କିଛିକୁ ଟ୍ରାନ୍ସପ୍ଲାଣ୍ଟରର ପ୍ଲାଷ୍ଟିକ ଅଂଶ ଦେଇ ମେସିନ୍‌ରେ ଭର୍ତ୍ତି କରାଯାଏ। ସବୁ କିଛି ସୂଚାରୁ ଭାବରେ ହେଲେ ସମୟ ଏବଂ କାମ ହୋଇଥାଏ; ଖରାପ ବିହନ କିନ୍ତୁ ଧାନ କଲି ହେବା ସମୟରେ ପ୍ରକ୍ରିୟାକୁ ଖରାପ କରିଦିଏ ।

ମୋଟାମୋଟି ଭାବେ ଦେଖିଲେ ସବୁଜ ସେନା ସଫଳତାର ସ୍ୱାଦ ଚାଖି ସାରିଛି। ଅମଳ ଏବଂ ଉତ୍ପାଦିତା ବଢ଼ିଛି, ଶ୍ରମିକମାନେ କିଛି ସାମାଜିକ ନିରାପତ୍ତା ସହିତ କାମ ପାଉଛନ୍ତି ଏବଂ ଚାଷୀମାନେ ଏହି ବୃତ୍ତିରୁ ମୁହଁ ଫେରାଉନାହାନ୍ତି। ତେବେ କାର୍ଯ୍ୟକ୍ରମର ସଫଳତା ଅନ୍ୟତ୍ର ପ୍ରୟୋଗ ପାଇଁ ଏହାର ଦକ୍ଷତା ଉପରେ ପ୍ରଶ୍ନ କରୁଛି। ସର୍ବଶେଷରେ କେରଳ ନିୟମ ଅପେକ୍ଷା ଭିନ୍ନ ନୁହେଁ କି? ଏବଂ ସାମୂହିକ ଆଶାଭଙ୍ଗ ଏବଂ କମିବା ପ୍ରକୃତରେ କ’ଣ ଯାହାକି କୌଣସି ଯୋଜନାକୁ ସାବଧାନପୂର୍ବକ ପ୍ରେରିତ କରିବା ଲାଗି କହିଥାଏ? ତଥାପି ସବୁଜ ସେନାର ଉଦ୍ୟମ ସୁଧାରାତ୍ମକ ହସ୍ତକ୍ଷେପ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରଦାନ କରୁଛି। ଏକ ଆଶାର ଶୁଭାରମ୍ଭ।

ତ୍ରିସୁର ଜିଲ୍ଲାର ୱାଡକନଚେରୀ ବ୍ଲକରେ ଧାନ ଚାଷକୁ ପ୍ରୋତ୍ସାହନ, ୧୨

ସବୁଜ ସେନାର ଅଧିକ ଫଟୋ ପାଇଁ ଏବଂ ଫଟୋଗ୍ରାଫରଙ୍କୁ ଏ ସଂପର୍କରେ ଅଧିକ କହିବାର ଶୁଣିବା ପାଇଁ କଥା ହୁଅନ୍ତୁ’କୁ ଯାଆନ୍ତୁ Albums: http://www.ruralindiaonline.org/albums/the-green-army/

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।