କଳାବତୀ ବନ୍ଦୁର୍କର ନିଜେ ତାଙ୍କ ଘରେ ତାଙ୍କର ପାଞ୍ଚ ନାତିନାତୁଣୀଙ୍କ ପ୍ରସବ କରାଇଛନ୍ତି। ତାଙ୍କର ସମସ୍ତ ବିବାହିତ ଝିଅ ତାଙ୍କ ପରି ଗରିବ ଯେଉଁମାନେ ଡାକ୍ତରଖାନାର ବ୍ୟୟ ଭାର ସମ୍ଭାଳିବା ପାଇଁ ଅସମର୍ଥ ଅଟନ୍ତି । ଏଣୁ ସେ ନିଜେ ଏହି ସବୁ କାମ କରିଛନ୍ତି। ମୁଁ ଯେତେବେଳେ ତାଙ୍କ ଘରକୁ ଯାଇଥିଲି ସେତେବେଳେ ତାଙ୍କ ଘରେ ୧୦ଜଣ ବ୍ୟକ୍ତି ଥିଲେ । ସେହି ସମସ୍ତଙ୍କ କଥା ବୁଝିବା ସହିତ ସେ ଅସଫଳ ଭାବେ ଏକ ନଅ ଏକର ବିଶିଷ୍ଟ ଫାର୍ମ ଚଲାନ୍ତି ଓ ଅନ୍ୟମାନଙ୍କ ଜମିରେ ଦିନକୁ ୩୦ଟଙ୍କା ମଜୁରି ବଦଳରେ କାମ କରନ୍ତି । କାମ ନଥିବା ବେଳେ, ଯେପରିକି ବର୍ତ୍ତମାନ, ସେ ଜାଳେଣି କାଠ ସଂଗ୍ରହ କରି ଓ ସେଗୁଡ଼ିକୁ ବିକ୍ରି କରି ଦୈନିକ ମାତ୍ର ୨୦ଟଙ୍କା ରୋଜଗାର କରନ୍ତି । ତାଙ୍କ ପାଖରେ ଥିବା ମଇଁଷିର ଖିର ବିକ୍ରି କରି ମଧ୍ୟ ସେ କିଛି ରୋଜଗାର କରିଥାନ୍ତି ଯାହା ହେଉଛି ତାଙ୍କ ରୋଜଗାରର ଅନ୍ତିମ ପନ୍ଥା।

ସେ କୌଣସି ପ୍ରକାରେ ବିନା ବ୍ୟୟରେ ତାଙ୍କର ଚତୁର୍ଥ ଝିଅର ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହୋଇପାରଛନ୍ତି ବୋଲି ସେ କୁହନ୍ତି । ଏବେ ସେ “ଅଧିକ ଖର୍ଚ୍ଚ ନକରି” କିଭଳି ଭାବେ ତାଙ୍କର ପଞ୍ଚମ ଝିଅର ବିବାହ କାର୍ଯ୍ୟ ସମ୍ପନ୍ନ କରିପାରିବେ, ସେଥିପାଇଁ ଚେଷ୍ଟା କରୁଛନ୍ତି । କଳାବତୀଙ୍କ ସାତଟି ଝିଅ ଓ ଦୁଇଟି ପୁଅ ଅଛନ୍ତି ଓ ସେ ବିଦର୍ଭର ୟବତମାଲ ଜିଲ୍ଲା ଅନ୍ତର୍ଗତ ଜଲ୍କା ଗ୍ରାମରେ ରୁହନ୍ତି । ସେ ମଧ୍ୟ ହେଉଛନ୍ତି ସମଗ୍ର ଦେଶରେ ଗତ ୧୪ବର୍ଷରେ କୃଷି ଆତ୍ମହତ୍ୟା ଯୋଗୁଁ ସେମାନଙ୍କ ସ୍ୱାମୀଙ୍କୁ ହରାଇ ଥିବା ସେହି ଲକ୍ଷାଧିକ ମହିଳାଚାଷୀମାନଙ୍କ ମଧ୍ୟରୁ ଜଣେ ।

କୌଣସି କ୍ଷତିପୂରଣ ମିଳିନାହିଁ

“କ୍ଷତିପୂରଣ ବାବଦକୁ ମୁଁ ସରକାରଙ୍କ ଠାରୁ କାଣି କଉଡ଼ିଟିଏ ମଧ୍ୟ ପାଇନି,” ବୋଲି କୁହନ୍ତି ସବୁବେଳେ ହସୁଥିବା, ଜଣେ ପ୍ରକୃତ ଜେଜେମା । ଏହାର କାରଣ: ସେମାନେ ଯେଉଁ ଜମିରେ ଚାଷ କାମ କରନ୍ତି ତାହା ତାଙ୍କର ନିଜସ୍ୱ ଜମି ନୁହେଁ ବରଂ ତାହା ସେମାନେ ଅନ୍ୟମାନଙ୍କଠାରୁ ଲିଜ୍ରେ ନେଇଥାଆନ୍ତି । ଏଣୁ ଯେତେବେଳେ ଅତ୍ୟଧିକ ଋଣବୋଝ ଓ ଫସଲ ନଷ୍ଟ ହେବା ଯୋଗୁଁ ତାଙ୍କ ସ୍ୱାମୀ ପର୍ଶୁରାମ ତାଙ୍କ ଜୀବନ ହାରିଲେ, ସେତେବେଳେ ତାଙ୍କ ମୃତ୍ୟୁକୁ “କୃଷକ ଆତ୍ମହତ୍ୟା” ପରିବର୍ତ୍ତେ କେବଳ ଆତ୍ମହତ୍ୟାର ରୂପ ଦିଆଗଲା । “ସରକାରୀ ଯୁକ୍ତି ହେଉଛି: ଯଦି ତାଙ୍କ ନାମରେ କୌଣସି ଜମି ନାହିଁ, ତେବେ ସେ ଜଣେ କୃଷକ ନୁହନ୍ତି । ତେବେ ବିଦର୍ଭ ଜନ ଆନ୍ଦୋଳନ ସମିତି (ଭିଜେଏଏସ୍) ପକ୍ଷରୁ ଏହି ପରିବାରକୁ କିଛି ସହାୟତା ପ୍ରଦାନ କରାଯାଇଛି ।

PHOTO • P. Sainath

ପର୍ଶୁରାମ  ୫୦,୦୦୦ ଟଙ୍କାରୁ ଅଧିକ ଟଙ୍କା ଧାର କରିଥିବାରୁ ତାଙ୍କୁ “ମୋର ମଙ୍ଗଳସୂତ୍ର ମଧ୍ୟ ବନ୍ଧକ ରଖିବାକୁ ପଡ଼ିଲା । ସେ ଆଉ କ’ଣ କରିପାରିଥାନ୍ତେ? ଏହି କୃଷି ସଂକଟ ଯୋଗୁଁ ଆମର ବ୍ୟୟଭାର ଆହୁରି ବଢିଗଲା ।’’ ଏଥିରୁ କିଛି ଲାଭ ମଧ୍ୟ ହେଲାନି। ସେମାନଙ୍କ ନଅ ଏକର ଜମିରେ ମାତ୍ର ଚାରି କ୍ୱିଣ୍ଟାଲ ଫସଲ ହେଲା ଯେଉଁଥିରୁ କେବଳ ୭୦୦୦ଟଙ୍କା ମିଳିପାରିଲା । ଯେଉଁଦିନ ସେ କପା ବିକ୍ରି କଲେ, ସେଥିରୁ ଯେଉଁ ପଇସା ମିଳିଲା ସେଥିରେ ସେ ତାଙ୍କ ସ୍ତ୍ରୀଙ୍କ ମଙ୍ଗଳସୂତ୍ର ମୁକୁଳାଇ ଆଣିଲେ, ତା’ପରେ ଜମିକୁ ଗଲେ ଓ ଆତ୍ମହତ୍ୟା କଲେ । କଳାବତୀ, ଯିଏ ସବୁବେଳେ ରୋଜଗାରକ୍ଷମ, ଆଗକୁ ବଢିବା ପାଇଁ ନିଷ୍ପତି ନେଲେ । ନିଜ ଦୁଃଖକୁ ଟିକିଏ ମଧ୍ୟ ପ୍ରକାଶ ନକରି ସେ କୁହନ୍ତି ଯେ ‘‘କୃଷି ହେଉଛି ସେହି କାମ ଯାହା ଆମେ ସବୁବେଳେ କରିଆସିଛୁ’’ ଓ  ‘‘ସବୁବେଳେ କରୁଥିବୁ’’ । ସେ କାମ କଲେ ଓ ତାଙ୍କର ଅଧିକାଂଶ ଋଣ ପରିଶୋଧ କରିଦେଲେ । ସେ ସ୍ଥାନୀୟ ଇନ୍ପୁଟ୍ଡିଲର୍ଙ୍କଠାରୁ ବିନା ସୁଧରେ କିଛି ଲୋନ୍ନେବା ପାଇଁ ବନ୍ଦୋବସ୍ତ କଲେ । “ବର୍ତ୍ତମାନ ଆମକୁ କେବଳ ଆମ ସମ୍ପର୍କୀୟମାନଙ୍କୁ ୧୫,୦୦୦ଟଙ୍କା ସୁଝିବାକୁ ଅଛି ଓ ଏଥିପାଇଁ କୌଣସି ସୁଧ ଦେବାକୁ ପଡିବନି ।’’

“ନା, ମୁଁ କୌଣସି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ନୁହେଁ । ଏଥିପାଇଁ ମାସକୁ ୨୦ଟଙ୍କା ବ୍ୟୟ କରିବାକୁ ମୋର ସାମର୍ଥ୍ୟ ନାହିଁ ।’’ ତାଙ୍କର ଚାରି ଝିଅ ବାହା ହୋଇଯାଇଛନ୍ତି । ପର୍ଶୁରାମ ଆତ୍ମହତ୍ୟା କରିବା ପୂର୍ବରୁ ତିନିଜଣ ବାହା ହୋଇସାରିଥିଲେ । କିନ୍ତୁ ଜଣକୁ ତା’ର ସ୍ୱାମୀ ତ୍ୟାଗ କରିଦେଇଛି ଓ ସେ ସେଥିପାଇଁ ଘରକୁ ଚାଲିଆଲିଛି । ଅନ୍ୟ ତିନିଜଣ ସେମାନଙ୍କ ପ୍ରସବ ପାଇଁ ଆସିଛନ୍ତି ।

କେବଳ “ମୋର ଝିଅ ମାଲ୍ଥା ଓ ମୁଁ । ଏଠାରେ ରୋଜଗାରକ୍ଷମ ଅଟୁ ।’’ ସେମାନେ ମିଳିତ ଭାବେ ଏହି ସମୟରେ ଜାଳେଣି କାଠ ସଂଗ୍ରହ କରିବା ଓ ସେଗୁଡ଼ିକୁ ବିକ୍ରି କରିବା ଭଳି କ୍ଳାନ୍ତିକର କାମ କରି ଦିନକୁ ୪୦ଟଙ୍କା ଉପାର୍ଜନ କରିଥାନ୍ତି । 

ମଇଁଷିଠାରୁ ମିଳୁଥିବା ଖିର ବିକ୍ରି କରି ସେମାନେ ଆଉ ବଳକା ଅର୍ଥ ଉପାର୍ଜନ କରନ୍ତି । ‘‘ଦିନକୁ ୬୦ ରୁ ୮୦ଟଙ୍କା । ବେଳେବେଳେ ଟିକିଏ ଅଧିକ।’’ ଏତିକି ଉପାର୍ଜନରେ ପ୍ରାୟ ଦଶ ଜଣ ସଦସ୍ୟ ଚଳନ୍ତି । ମାଲ୍ଥା ହେଉଛି ସବୁଠାରୁ ବଡ଼ ଯାହାର ବୟସ ୨୫ ବର୍ଷ, ଚୈତନ୍ୟର ବୟସ ୮ବର୍ଷ ଓ ସେ ସବୁଠାରୁ ସାନ ସଦସ୍ୟ । ଏତେ କଠିନ ପରିଶ୍ରମ ସତ୍ତ୍ୱେ ଯଦି ଏକ କୋଳାହଳପୂର୍ଣ୍ଣ ପରିବାର କର୍ମତତ୍ପର ଯୁବାମାନଙ୍କ ଦ୍ୱାରା ଶାସିତ ହୋଇପାରୁଛି ତେବେ ତାହା ଅତ୍ୟନ୍ତ ଖୁସିର ବିଷୟ । ତାଙ୍କର ନିଜ ପିଲାମାନେ ବହୁଦିନ ପୂର୍ବେ ସ୍କୁଲକୁ ଯିବା ବନ୍ଦ କରିଦେଇଛନ୍ତି ।

କଳାବତୀ ନିଜେ ତାଙ୍କ ମଇଁଷିର ରକ୍ଷଣାବେକ୍ଷଣ କାମ କରନ୍ତିନି । “ଏଥିପାଇଁ ଆମକୁ ଆମ ଆୟଠାରୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ।’’ ଏହା ପରିବର୍ତ୍ତେ, ସେ ନିଜ ମଇଁଷି ପାଇଁ ଜଣେ ପେଶାଦାର ପଶୁଚରାଳିକୁ ମାସକୁ ୪୦ଟଙ୍କା ବା ଦିନକୁ ୨ଟଙ୍କାରୁ କମ୍ଟଙ୍କା ଦେଇଥାନ୍ତି, “ଯାହା ପାଇଁ ଏହି ପଶୁ ସେ ପ୍ରତିଦିନ ଯତ୍ନ ନେଉଥିବା ଡଜନ ଡଜନ୍ପଶୁମାନଙ୍କ ମଧ୍ୟରୁ ଜଣେ ମାତ୍ର ।  ତେବେ ସେ ଜଗାଳି ସହିତ ଗୋବରକୁ ଭାଗ କରିଥାନ୍ତି।’’

ଦୁର୍ବଳ ବ୍ୟବସ୍ଥା

ଏହା ହେଉଛି ଏକ ପଶୁ ଯାହା ଏହି ପରିବାର ନିଜେ କିଣିଛି । ଏହା ସରକାରଙ୍କ ସେହି ବିଫଳ ସରକାରୀ ଯୋଜନାର ଅଂଶ ନୁହେଁ ଯାହା ଅନ୍ତର୍ଗତ ଚାଷୀମାନଙ୍କୁ ଏପରି ଦାମିକା ଗାଈ ଦିଆଯାଇ ଭାରାକ୍ରାନ୍ତ କରାଯାଉଛି ଯାହା ସେମାନେ ନେବାକୁ ଇଚ୍ଛା କରୁନାହାନ୍ତି ଓ ଯାହାକୁ ସେମାନେ ଖାଦ୍ୟ ଯୋଗାଇବା ପାଇଁ ମଧ୍ୟ ଅସମର୍ଥ । ଏଥିଯୋଗୁଁ ଅନେକ ଚାଷୀ  ଦେବାଳିଆ ମଧ୍ୟ ହୋଇଛନ୍ତି । ଏହି ମଇଁଷିମାନଙ୍କର କୌଣସି କ୍ଷତି ହେଲେ ପରିବାରର ଅର୍ଥନୀତି ଦୋହଲିଯିବ । ‘‘ବର୍ତ୍ତମାନ ଆମେ ସବୁ ଖିର ବିକ୍ରି କରିଦେଉଛୁ ।’’ ଏପରିକି ଘରେ ଥିବା ପିଲାମାନଙ୍କୁ ମଧ୍ୟ ଗୋଟିଏ ଟୋପା ପିଇବାକୁ ମିଳୁନି । ତେବେ ଅନ୍ୟ ଦୁଇ ଜଣ ଝିଅ ଯେଉଁମାନେ କାମ କରିବାକୁ ସମର୍ଥ ସେମାନେ ବର୍ତ୍ତମାନ ପରିସ୍ଥିତିରେ କିଛି କାମ କରିପାରିବେ ନାହିଁ କାରଣ ସେମାନେ ଏବେ ଏବେ ପିଲା ଜନ୍ମ କରିଛନ୍ତି ।

PHOTO • P. Sainath

“ଆମର ପଞ୍ଚମ ଝିଅ ଲଳିତା ପାଇଁ ଆମେ ଏକ ଭଲ ଜୀବନସାଥୀ ଖୋଜି ପାଇଛୁ,” ବୋଲି ସେ କୁହନ୍ତି । “ପୁଅର ପରିବାର ଲୋକ ଦୟାବଶତଃ ଆମଠାରୁ କୌଣସି ପଇସା ଦାବି କରିନାହାନ୍ତି । ଆମେ ଏଠାରେ ଏକ ଉପଯୁକ୍ତ ମଧ୍ୟାହ୍ନ ଭୋଜନ ଆୟୋଜନ କରିବା ପାଇଁ କିମ୍ବା ତାଙ୍କ ଗ୍ରାମକୁ ଯିବା ପାଇଁ ସେମାନେ ଚାହୁଁଛନ୍ତି, ଯାହା ଆହୁରି ଅଧିକ ବ୍ୟୟସାପେକ୍ଷ । ସେ ଯାହା ହେଉ, ଆମକୁ କିଛି କରିବାକୁ ହେବ । ’’ ସେ ସମ୍ଭବତଃ କିଛି କରିବେ । ଯେତେବେଳେ ପର୍ଶୁରାମ ଜୀବିତ ଥିଲେ, ସେତେବେଳେ ମଧ୍ୟ ସେ ନିଜର ଦୁଇ ଝିଅ, ସବିତା ଓ ସୁନିତାକୁ କୌଣସି ପ୍ରକାରେ “ଗୋଟିଏ ଦିନରେ ଗୋଟିଏ ବେଦିରେ ବିବାହ କରିବା ପାଇଁ ସମର୍ଥ ହୋଇପାରିଥିଲେ । ମାଲ୍ଥାର ବିବାହରେ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିବା ପରେ, ଆମକୁ ଯେକୌଣସି ପ୍ରକାରେ ଟଙ୍କା ସଞ୍ଚୟ କରିବାକୁ ଥିଲା।’’

ତାଙ୍କୁ ଜଣେ ଚାଷୀ ଭାବେ ଚିହ୍ନଟ କରାନଯିବାରୁ ଓ ଏଥିଯୋଗୁଁ ତାଙ୍କୁ କୌଣସି କ୍ଷତିପୂରଣ ନମିଳିବାରୁ ସେ ରାଗିଛନ୍ତି । “ଚନ୍ଦ୍ରପୁର ଜିଲ୍ଲାରେ ଆମର ୩.୫ଏକର ଜମି ଅଛି,” ବୋଲି ସେ କୁହନ୍ତି । ‘‘ତେବେ ତାହା ଏବେ ମଧ୍ୟ ଆମ ମା/ବାପାଙ୍କ ନାମରେ ଅଛି ଓ ବର୍ତ୍ତମାନ ସୁଦ୍ଧା ଆମ ନାମରେ ହୋଇନି ।’’ ଏଣୁ ସେ ‘ଚାଷୀ’ ଭାବେ ପରିଗଣିତ ହୋଇପାରିବେ ନାହିଁ । ‘‘ଏଠାରେ ଆମେ ଏହି ନଅ ଏକର ଜମିକୁ ଲିଜ୍ରେ ନେବା ପାଇଁ ବର୍ଷକୁ କେବଳ ୧୦,୦୦୦ଟଙ୍କା ଦେଇଥାଉ । ଏଥିରୁ ଏହି ଜମିର ଗୁଣବତ୍ତା କେତେ ନିମ୍ନ ସ୍ତରର ତାହା ଜଣାପଡୁଛି,’’ କହି ସେ ହସନ୍ତି । ଏହା ଅତ୍ୟନ୍ତ କଠିନ କାମ କିନ୍ତୁ କଳାବତୀ ନିଜର ଝାଳ ପୋଛିବା ପାଇଁ ମଧ୍ୟ ସମୟ ନଷ୍ଟ କରନ୍ତି ନାହିଁ । ‘‘କିନ୍ତୁ ପୋଲା ଉତ୍ସବ ପରେ କୌଣସି କାମ ମିଳୁନଥିବାରୁ ସେ ଚିନ୍ତିତ ଅଛନ୍ତି ।’’ ଏହା ସହିତ: ‘‘ଏଥିପାଇଁ ଆବଶ୍ୟକ ସାମଗ୍ରୀଗୁଡିକର ଦରଦାମ୍ମଧ୍ୟ ଅତ୍ୟଧିକ ବୃଦ୍ଧି ପାଉଛି । ଆମେ ଆଉ କପା ଚାଷ କରିପାରିବୁନି । ଆମକୁ ଅନ୍ୟକିଛି କରିବାକୁ ହେବ।’’

କଳାବତୀ ହେଉଛନ୍ତି ସଂଘର୍ଷ ମଧ୍ୟରେ ବଞ୍ଚି ରହିଥିବା ଏପରି ଜଣେ ବ୍ୟକ୍ତି ଯିଏ ତାଙ୍କ ପିଲାମାନେ ମଧ୍ୟ ଚାଷ କାମକୁ ଆପଣାନ୍ତୁ ବୋଲି ଚାହାନ୍ତି । ଗ୍ରାମାଞ୍ଚଳରେ ଏପରି ଚିନ୍ତା କରିବା ନିଶ୍ଚିତ ଭାବେ ବିରଳ ଯେଉଁଠାରେ ଲୋକମାନେ ସେମାନଙ୍କ ଯୁବାମାନଙ୍କ ପାଇଁ ଚାଷ ପରିବର୍ତ୍ତେ ଅନ୍ୟ କାମର ସନ୍ଧାନ କରୁଛନ୍ତି । କିନ୍ତୁ ସେ ଏବେଠାରୁ ପରବର୍ତ୍ତୀ ଋତୁ ପାଇଁ ଯୋଜନା ପ୍ରସ୍ତୁତ କରିସାରିଲେଣି । “ଆମେମାନେ ଚାଷ କାମ ଜାରି ରଖିବୁ,” ବୋଲି ସେ କୁହନ୍ତି । “ଏହା ହେଉଛି ତାହା ଯାହା ଆମେ କରିଥାଉ ।’’

ଏହି ଆଲେଖ୍ୟର ଏକ ସଂସ୍କରଣ ପ୍ରଥମେ ହିନ୍ଦୁରେ ତା୨୪/ ୦୫ /୨୦୦୭ ରେ ପ୍ରକାଶିତ ହୋଇଥିଲା

(http://www.hindu.com/2007/05/24/stories/2007052402321100.htm)


ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath