ବଗାଲକୋଟ-ବେଲଗାଓଁ ରାସ୍ତାରେ, ମୁଁ ଯେତେବେଳେ ଏସ୍‌.ବନ୍ଦିପ୍ପାଙ୍କୁ ଭେଟିଲି ସେତେବେଳେ ଦ୍ୱିପହର ହୋଇଥିଲା ଓ ସେ ନିଜ ମେଣ୍ଢାପଲ ସହିତ ଚାଲିଚାଲି ଯାଉଥିଲେ । ସେ ଏକ ଚାଷଜମି ଖୋଜୁଥିଲେ ଯେଉଁଠାରେ ସେ ନିଜ ପଶୁମାନଙ୍କ ସହିତ କିଛି ସମୟ ପାଇଁ ରହିପାରିବେ। “ଆମର କାମ ହେଉଛି ଏହିପରି ଜମିମାଲିକଙ୍କ ସନ୍ଧାନ କରିବା ଯିଏ ମୋର ପଶୁମାନେ ସେମାନଙ୍କ ଜମି ପାଇଁ ଉତ୍ପାଦନ କରୁଥିବା ଖତ ପାଇଁ ଉଚିତ ମୂଲ୍ୟ ପ୍ରଦାନ କରିପାରିବେ,” ବୋଲି କହିଲେ । ଏହା ଶୀତଋତୁ ଥିଲା, ଏହା ହେଉଛି ସେହି ସମୟ ଯେତେବେଳ କୁରୁବା ମେଣ୍ଢାପାଳକମାନେ ଯାତ୍ରା କରିବା ପାଇଁ ବାହାରି ପଡନ୍ତି ଯାହା ଅକ୍ଟୋବର୍‌ — ନଭେମ୍ବରରେ ଆରମ୍ଭ ହୋଇଥାଏ, ଯେତେବେଳେ କୃଷିକାମ ପ୍ରାୟତଃ ବନ୍ଦ ଥାଏ ।

ସେହିଦିନଠାରୁ ପ୍ରାୟ ମାର୍ଚ୍ଚ-ଏପ୍ରିଲ୍‌ ପର୍ଯ୍ୟନ୍ତ କର୍ଣ୍ଣାଟକର ଏହି କୁରୁବା ମେଣ୍ଢାପାଳକମାନେ, ଯେଉଁମାନେ ଅନୁସୂଚୀତ ଜନଜାତି ତାଲିକାଭୁକ୍ତ, ଦଳବଦ୍ଧ ଭାବେ ଦୁଇଟି ବା ତିନୋଟି ପରିବାର ଏକତ୍ର ହୋଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାନ୍ତି । ସାଧାରଣତଃ,ସେମାନେ ସେହି ସମାନ ରାସ୍ତାରେ ଯାତ୍ରା କରିଥାନ୍ତି ଓ ସମୁଦାୟ ୬୦୦ ରୁ ୮୦୦ କିଲୋମିଟର ଦୂରତା ଅତିକ୍ରମ କରୁଥିବା ଆକଳନ କରି କୁହନ୍ତି । ସେମାନଙ୍କ ମେଣ୍ଢା ଓ ଛେଳିମାନେ ଚାଷ ହୋଇନଥିବା ଜମିରେ ଚରିଥାନ୍ତି ଓ ଏହି ପଶୁମାନଙ୍କ ଦ୍ୱାରା ଯେଉଁ ଖତ ଉତ୍ପାଦନ ହୋଇଥାଏ, ସେଥିପାଇଁ ଚାଷୀମାନେ ସେମାନଙ୍କୁ କିଛି ମୂଲ୍ୟ ପ୍ରଦାନ କରିଥାନ୍ତି । ଗୋଟିଏ ସ୍ଥାନରେ କିଛି ଦିନ ରହିଲେ, ବନ୍ଦପ୍ପା ଜଣେ ‘ଭଲ ଜମିମାଲିଙ୍କ’ ଠାରୁ ସର୍ବାଧିକ ୧୦୦୦ ଟଙ୍କା ପାଇଥାନ୍ତି ବୋଲି ସେ କୁହନ୍ତି । ତା’ପରେ ସେ ତାଙ୍କର ପରବର୍ତ୍ତୀ ରହିବା ସ୍ଥାନ ସନ୍ଧାନରେ ବାହାରି ପଡନ୍ତି, ଯେଉଁଠାରୁ ସେ ନିକଟବର୍ତ୍ତୀ ଅଞ୍ଚଳରେ ଏପରି ଏକ ଜମି ଖୋଜନ୍ତି ଯେଉଁଠାରେ ସେ ଉଚିତ୍‌ ପ୍ରାପ୍ୟ ପାଇପାରିବେ । ଅତୀତରେ, ତାଙ୍କୁ ଖାଦ୍ୟଶସ୍ୟ, ଗୁଡ଼ ଓ ପୋଷାକ ଆଦି ମିଳୁଥିଲା କିନ୍ତୁ ବର୍ତ୍ତମାନ ଚାଷୀମାନଙ୍କୁ ଏଥିପାଇଁ ରାଜି କରେଇବା ପ୍ରାୟତଃ ସମ୍ଭବ ହେଉନାହିଁ ।

“ଜମିମାଲିକଙ୍କ ଜମିରେ ପଶୁ ଓ ପିଲାମାନଙ୍କ ସହିତ ବସବାସ କରିବା ସହଜ କଥା ନୁହେଁ [ବର୍ତ୍ତମାନ]” ବୋଲି ନୀଳପ୍ପା ଚାଚ୍‌ଡି କୁହନ୍ତି । ବେଲ୍‌ଗାଓଁ ଜିଲ୍ଲା (ବର୍ତ୍ତମାନ ବେଲାଗଭି)ର ବାଲିହୋଙ୍ଗଲ ତାଲୁକରେ ବୈଲ୍‌ହୋଙ୍ଗାଲ୍‌ -ମୁନାଭଲ୍ଲୀ ରାସ୍ତା ନିକଟରେ ଏକ ଚାଷଜମିରେ ମୋର ତାଙ୍କ ସହିତ ଭେଟ ହୋଇଥିଲା, ଯେଉଁଠାରେ ସେ ପଶୁପଲକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଦଉଡିର ପ୍ରାଚୀର ତିଆରି କରୁଥିଲେ ।

କିନ୍ତୁ ପଶୁପାଳକ କୁରୁବାମାନେ କେବଳ ଏହି ପରିବର୍ତ୍ତନର ସମ୍ମୁଖୀନ ହେଉନାହାନ୍ତି । ଗତ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ହେବ ଦକ୍ଷିଣ-କେନ୍ଦ୍ରୀୟ ଭାରତର ବନ୍ଧୁର ଡେକାନ ଅଞ୍ଚଳରେ ପାଳନ କରାଯାଉଥିବା ଏହି ମେଣ୍ଡାଙ୍କ ଲୋମରୁ ଉତ୍ପାଦନ ହେଉଥିବା ଉଲ୍‌ର ଚାହିଦା ମଧ୍ୟ କମିବାରେ ଲାଗିଛି । ଡେକାନ୍‌ ଅଞ୍ଚଳର ଏହି ବଳିଷ୍ଠ ମେଣ୍ଢାମାନେ ଏହି ଜମିର ଅର୍ଦ୍ଧ-ଶୁଷ୍କ ଜଳବାୟୁର ମୁକାବିଲା କରିବା ପାଇଁ ସମର୍ଥ ଅଟନ୍ତି । ଦୀର୍ଘ ସମୟ ପର୍ଯ୍ୟନ୍ତ କୁରୁବା ମେଣ୍ଢାପାଳକମାନେ ଖଦଡା କଳା ଉଲ୍‌ କମ୍ବଳ, ଯାହାକୁ ସ୍ଥାନୀୟ ଭାଷାରେ କାମ୍ବଲି କୁହାଯାଏ (ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଗୋଙ୍ଗାଡି ବା ଗୋଙ୍ଗାଲି କୁହାଯାଏ) ପାଇଁ ଉଲ୍‌ ଯୋଗାଇ ବେଶ୍‌ କିଛି ରୋଜଗାର କରିବାକୁ ସମର୍ଥ ହେଉଥିଲେ । ଚାଷୀମାନଙ୍କ ପାଇଁ ସେମାନଙ୍କ ପଶୁମାନେ ଯେଉଁ ଖତ ଉତ୍ପାଦନ କରୁଥିଲେ ସେଥିରୁ କିଛି ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ସେମାନେ ସମର୍ଥ ହୁଅନ୍ତି।ତେବେ ଏହି ତନ୍ତୁ ସହଜରେ ଓ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବାରୁ ଏହାର ମୂଲ୍ୟ ଅପେକ୍ଷାକୃତ କମ୍‌ ହୋଇଥାଏ ଓ ଏହାର ଚାହିଦା ମଧ୍ୟ ଅଧିକ।

ଏହାକୁ ଯେଉଁମାନେ କିଣନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବେଲାଗଭି ଜିଲ୍ଲାର ରାମଦୁର୍ଗ ତାଲୁକା  ଅନ୍ତର୍ଗତ ଏକ ଗ୍ରାମ ଦାଦିଭାବି ସଲାପୁର ବୁଣାକାରମାନେ । ଅନେକ ବୁଣାକାର ମଧ୍ୟ କୁରୁବା ଅଟନ୍ତି, ଯାହା ଏହି ସମ୍ପ୍ରଦାୟର ଏକ ଉପଦଳ ଅଟେ । (କୁରୁବାମାନଙ୍କ ସ୍ଥାୟୀ ଘର ଓ ଗ୍ରାମ ମଧ୍ୟ ଅଛି ଓ ବିଭିନ୍ନ ଉପଦଳଗୁଡିକ ବୃତ୍ତିରେ ପଶୁପାଳକ, ବୁଣାକାର, ଚାଷୀ ଆଦି ଅଟନ୍ତି) । ସେମାନେ ବୁଣୁଥିବା କମ୍ବଳଗୁଡିକ ଏକଦା ଦେଶର ସଶସ୍ତ୍ର ବଳ ମଧ୍ୟରେ ଜନପ୍ରିୟ ଥିଲା କିନ୍ତୁ ବର୍ତ୍ତମାନ ଆଉ ଏହାର ଚାହିଦା ନାହିଁ। “ବର୍ତ୍ତମାନ ସେମାନେ ସ୍ଲିପିଂ ବ୍ୟାଗ୍‌ ବ୍ୟବହାର କରୁଛନ୍ତି,"”ବୋଲି ବୁଣାକାର ପି.ଇଶ୍ୱରପ୍ପା କୁହନ୍ତି, ଯାହାର ଦାଦିଭାବି ସାଲାପୁର୍‌ରେ ଏକ ପିଟ୍‌ ଲୁମ୍‌ ଅଛି, ଯେଉଁଠାରେ ଏବେ ମଧ୍ୟ କଳା ରଙ୍ଗ ଉଲ୍‌ରେ କମ୍ବଳ ତିଆରି କରାଯାଉଛି ।

“ଡେକାନି ଅଞ୍ଚଳର ଉଲ୍‌ର ଚାହିଦା କମିବାର କାରଣ ହେଉଛି ଏହାର ଶସ୍ତା ବିକଳ୍ପ ଉପଲବ୍ଧ ହେବା । ବର୍ତ୍ତମାନ ବଜାରରେ କୁତ୍ରିମ ତନ୍ତୁ ତଥା ଅନ୍ୟ କିଷମର ଉଲ୍‌ ବହୁ ପରିମାଣରେ ଉପଲବ୍ଧ ହେଉଥିବାରୁ ଏହାର ଚାହିଦା କ୍ରମଶଃ କମିବାରେ ଲାଗିଛି” ବୋଲି ଦାଦିଭାବି ସଲାପୁରଠାରୁ ପ୍ରାୟ ୨୦୦କିଲୋମିଟର ଦୂରରେ ଅବସ୍ଥିତ ହାବେରୀ ଜିଲ୍ଲାର ରାଣେବେନର୍‌ ଟାଉନ୍‌ର ଜଣେ ଦୋକାନ ମାଲିକ ଦିନେଶ ସେଠ୍‌ କୁହନ୍ତି ।

Left: Walking on major roads (here, the Bagalkot-Belgaum road) is not easy, and the animals often get sick or injured. Right: ‘Off road’ migration has its own difficulties due to the rugged terrain. And the pastoralists have to avoid any patches of agricultural land if they don’t have a grazing and manure agreement with that farmer
PHOTO • Prabir Mitra
Left: Walking on major roads (here, the Bagalkot-Belgaum road) is not easy, and the animals often get sick or injured. Right: ‘Off road’ migration has its own difficulties due to the rugged terrain. And the pastoralists have to avoid any patches of agricultural land if they don’t have a grazing and manure agreement with that farmer
PHOTO • Prabir Mitra

ବାମ : ପ୍ରମୁଖ ରାସ୍ତାଗୁଡିକରେ ଚାଲିବା ସହଜ କଥା ନୁହେଁ ଓ ପଶୁମାନେ ବାରମ୍ବାର ବେମାର ପଡିଯାଆନ୍ତି ବା ଆଘାତ ପ୍ରାପ୍ତ ହୁଅନ୍ତି । ଡାହାଣ: ପଥୁରିଆ ଭୂଭାଗ ହୋଇଥିବାରୁ ‘ଦେଶାନ୍ତର ଗମନବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଯଦି ପଶୁପାଳକମାନେ ଚାଷୀମାନଙ୍କ ସହିତ ସେମାନଙ୍କ ଜମିରେ ପଶୁ ଚରିବା ପାଇଁ ଓ ଖତ ପାଇ କୌଣସି ଚୁକ୍ତି କରିନାହାନ୍ତି , ତେବେ ସେମାନେ ସେହି ଚାଷ ଜମି ଭିତରକୁ ପ୍ରବେଶ କରନ୍ତି ନାହିଁ

ପ୍ରାୟ ଦୁଇ ଦଶନ୍ଧି ପୂର୍ବେ, ଯେତେବେଳେ ଏହି କମ୍ବଳ ଓ ଗାଲିଚାର ଅତ୍ୟଧିକ ଚାହିଦା ରହିଥିଲା, ସେତେବେଳେ ବୁଣାକାରମାନେ କୁରୁବା ମେଣ୍ଢାପାଳକଙ୍କଠାରୁ କିଲୋଗ୍ରାମ ପିଛା ୩୦ ରୁ ୪୦ ଟଙ୍କାରେ କଞ୍ଚା ଉଲ୍‌ କିଣୁଥିଲେ । ବର୍ତ୍ତମାନ ସେମାନେ ଏହାକୁ ମାତ୍ର ୮ ରୁ ୧୦ ଟଙ୍କାରେ ପାଇ ପାରୁଛନ୍ତି । କମ୍ବଳ ତିଆରି ହୋଇସାରିବା ପରେ ଏଗୁଡ଼ିକୁ ସେମାନେ ସ୍ଥାନୀୟ ଦୋକାନରେ ୬୦୦ ରୁ ୮୦୦ଟଙ୍କା ମଧ୍ୟରେ ବିକ୍ରି କରନ୍ତି, ଯେତେବେଳେକି ଛୋଟ ଆକାରର ଗାଲିଚାଗୁଡ଼ିକ ୨୦୦ ରୁ ୩୦୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥାଏ । କିନ୍ତୁ ପଶୁପାଳକଙ୍କର ଏହି ଆୟର ପରିମାଣ ସବୁବେଳେ ବଦଳୁଥାଏ। ଏହି ଆୟ ସବୁବେଳେ ଅସ୍ଥିର । ଯଦି ଗୋଟିଏ ପରିବାର ପାଖରେ ୧୦୦ଟି ପଶୁ ଅଛନ୍ତି,ତେବେ ସେମାନେ ବିଭିନ୍ନ ଉତ୍ସ ଯେପରିକି ଉଲ୍‌, ଖତ ଓ ପଶୁ ବିକ୍ରିରୁ ଗୋଟିଏ ବର୍ଷରେ ୭୦,୦୦୦  ରୁ ୮୦, ୦୦୦ଟଙ୍କା ଉପାର୍ଜନ କରିପାରିବେ ବୋଲି ସେମାନଙ୍କ ସହିତ ମୋର ଆଲୋଚନା ଆଧାରରେ ଆକଳନ କରିଛି ।

ଉଲ୍‌ ଜରିଆରେ ଉପାର୍ଜନର ଏକ ସ୍ଥାୟୀ ପନ୍ଥା ପାଇବା ପାଇଁ ଦାଦିଭାବି ସଲାପୁର ଓ ଅନ୍ୟ ଗ୍ରାମର ଅନେକ ପରିବାରର ମହିଳାମାନେ ଯେଉଁମାନେ ଏବେ ମଧ୍ୟ ସୂତା କାଟନ୍ତି ଓ ଡେକାନି ଉଲ୍‌ରେ ବୁଣନ୍ତି, ସେମାନେ ସ୍ୱୟଂ-ସହାୟକ ଗୋଷ୍ଠୀମାନ ତିଆରି କରିଛନ୍ତି । ସେମାନଙ୍କ ସମ୍ପ୍ରଦାୟର ପୁରୁଷମାନେ ଏବେ ମୁଖ୍ୟତଃ କୃଷିକାମରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି ।

ସେହିପରି କରଜ ମୁକ୍ତ ରହିବା ପାଇଁ, କୁରୁବାମାନେ ମଧ୍ୟ ନିଜକୁ ସୁଧାରୁଛନ୍ତି । ବେଲାଗାଭି ବୈଲ୍‌ହୋଙ୍ଗାଲ ତାଲୁକାର ସମ୍ପାଗାଓଁ ବ୍ଲକ୍‌ ଅନ୍ତର୍ଗତ ମେକାଲ୍‌ମରାଡି ଗ୍ରାମର ଶାରୀରିକ ଅକ୍ଷମ କୁରୁବା ବୁଣାକାର ଦସ୍ତାଗିର୍‌ ଜମାଦାର ଝୋଟ, ଚମଡ଼ା ଓ ଉଲ୍‌ରେ ବିଭିନ୍ନ ପ୍ରକାରର ବ୍ୟାଗ୍‌ ଓ ଗାଲିଚା ପ୍ରସ୍ତୁତ କରିବା ପାଇଁ ନିଜ କାମରେ ସୁଧାର ଆଣିଛନ୍ତି । “ଏହି ଉତ୍ପାଦଗୁଡ଼ିକୁ ସ୍ଥାନୀୟ ବଜାରରେ ବିକ୍ରି କରାଯାଇ ପାରିବ । ବେଳେବେଳେ ବେଙ୍ଗାଲୁରୁରୁ ଖୁଚୁରା ବ୍ୟବସାୟୀମାନେ ଏଠାକୁ ଆସନ୍ତି ଓ ଛୋଟ ଛୋଟ ଅର୍ଡର ମଧ୍ୟ ଦିଅନ୍ତି କିନ୍ତୁ ଏହାର ଚାହିଦା ଅନିଶ୍ଚିତତା ମଧ୍ୟରେ ରହିଛି,” ବୋଲି ସେ କୁହନ୍ତି । ।

ଆଉ କିଛି ପଶୁପାଳକ ସେମାନଙ୍କ ପଶୁମାନଙ୍କୁ ମାଂସ ଓ କ୍ଷୀର ପାଇଁ ବିକ୍ରି କରି ନିଜେ ବଞ୍ଚିବା ପାଇଁ ଅର୍ଥ ଉପାର୍ଜନ କରିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ରାଜ୍ୟ ସରକାର ଡେକାନି ପ୍ରଜାତିର ମେଣ୍ଢା ବ୍ୟତୀତ ଅନ୍ୟ ପ୍ରଜାତିର ମେଣ୍ଢା ଯେପରିକି ଲାଲ୍‌ ନେଲୋର୍‌, ୟେଲ୍‌ଗୁ ଓ ମଡ୍‌ଗ୍ୟାଲ୍‌ ଆଦି ଯାହା ଅଧିକ ମାଂସ ଓ ଉଲ୍‌ ଉତ୍ପାଦନ କରିବାକୁ ସମର୍ଥ, ସେମାନଙ୍କ ଲାଳନପାଳନକୁ ପ୍ରୋତ୍ସାହିତ କରୁଥିବାରୁ କିଛି କୁରୁବା ଏହି ପ୍ରଜାତିକୁ ଅଧିକରୁ ଅଧିକ ନିଜ ପାଖରେ ସାଇତି ରଖୁଛନ୍ତି । ମାଂସ ଶିଳ୍ପରେ ଏକ ଅଣ୍ଡିରା ମେଣ୍ଢା ବିକ୍ରି କଲେ ଭଲ ପଇସା ମିଳିଥାଏ – ବେଳେବେଳେ ୮, ୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ । ଫେବୃଆରୀ ୨୦୧୯ରେ, ପି.ନାଗପ୍ପା ନାମକ ଜଣେ କୁରୁବା ପଶୁପାଳକ, ଏକ ସୁସ୍ଥସବଳ ତିନି-ମାସର ମେଣ୍ଢା ଶାବକକୁ ତୁମକୁର୍‌ ଜିଲ୍ଲାର ସିରା ଟାଉନ୍‌ରେ ଥିବା ମେଣ୍ଢା ବଜାରରେ ବିକ୍ରି କରି ୬୦୦୦ଟଙ୍କା ଉପାର୍ଜନ କରିବାକୁ ସମର୍ଥ ହୋଇପାରିଛନ୍ତି । ଏହା ସହିତ ଏହି ଅଞ୍ଚଳରେ ଛେଳି ଖୀରଭିତ୍ତିକ ଶିଳ୍ପ ବୃଦ୍ଧି ପାଉଥିବାରୁ କିଛି ଡେକାନି ମେଣ୍ଢା ମାଲିକ ଖିର ପାଇଁ ଛେଳି ଲାଳନପାଳନ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ।

ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କର୍ଣ୍ଣାଟକରେ ଏହି ପଶୁପାଳକ ସମ୍ପ୍ରଦାୟ ସହିତ କାମ କରି ଆସିଥିବା ଜଣେ ସ୍ଥାନୀୟ ପଶୁଚିକିତ୍ସକ ମୋତେ କହିଲେ ଯେ ସେମାନଙ୍କ ପଶୁମାନେ ସୁସ୍ଥ ଦେଖାଯିବା ପାଇଁ କେତେକ କୁରୁବା ସେମାନଙ୍କୁ ନିଜ ମନମୁତାବକ ଚିକିତ୍ସା କରିଥାନ୍ତି, ପ୍ରାୟତଃ ସେମାନେ କୌଣସି ପଶୁଚିକିତ୍ସକଙ୍କ ସହିତ ପରାମର୍ଶ ନକରି ଓ ଯୋଗ୍ୟତା ନଥିବା ଡିଲର୍‌ଙ୍କଠାରୁ ଔଷଧ ନେଇଥାନ୍ତି ।

ଏବେ ଚାଲନ୍ତୁ ପୁଣି ବାଗଲ୍‌କୋଟ୍‌ – ବେଲ୍‌ଗାଓଁ ରାସ୍ତାକୁ ଫେରିବା, ଯେଉଁଠାରେ ଏସ୍‌.ବନ୍ଦପ୍ପା ତାଙ୍କ ପାଇଁ ଉପଯୋଗୀ ଏକ ଚାଷଜମିର ସନ୍ଧାନ ଜାରି ରଖିଛନ୍ତି । ପ୍ରାୟ ଏକ ଦଶନ୍ଧି ପୂର୍ବେ ଉତ୍ତର କର୍ଣ୍ଣାଟକର ଅନେକ ଚାଷୀ ଜୈବିକ କୃଷି ପଦ୍ଧତି ପ୍ରତି ବିମୁଖ ହୋଇଯାଇଥିଲେ ଓ ଏହା ସ୍ଥାନରେ ରାସାୟନିକ ସାର ପ୍ରୟୋଗ କରିବା ଆରମ୍ଭ କରିଦେଇଥିଲେ । ଯାହାଫଳରେ ବନ୍ଦପ୍ପା ଓ ଅନ୍ୟ ମେଷପାଳକଙ୍କ ପାଇଁ ଖତ ଜରିଆରେ ଜୀବିକା ଅର୍ଜନ କରିବା ଆଉ ସ୍ଥାୟୀ ପନ୍ଥା ହୋଇ ରହିନାହିଁ । ଏହା ବଦଳରେ ସେମାନେ ବର୍ଷର ବାକି ସମୟରେ ଅଧିକରୁ ଅଧିକ କୃଷିକାମ କରିବାକୁ ଚେଷ୍ଟା କରୁଛନ୍ତି ।

ଏପଟେ ଚାଷୀ ଓ ପଶୁପାଳକଙ୍କ ମଧ୍ୟରେ ଥିବା ପାରମ୍ପରିକ ନିର୍ଭରଶୀଳତା କ୍ରମଶଃ ହ୍ରାସ ପାଉଥିବାରୁ କିଛି ପଶୁପାଳକ ସେମାନଙ୍କ ପଶୁପଲ ଓ ଅତ୍ୟାବଶ୍ୟକ ଜିନିଷପତ୍ର ସହିତ ଦୂର ସ୍ଥାନକୁ ପ୍ରବାସରେ ଚାଲିଯାଉଛନ୍ତି- ଏହାଠାରୁ ଅଧିକ କଷ୍ଟସାଧ୍ୟ ଯାତ୍ରାରେ, ଜଣେ ସାହାଯ୍ୟକାରୀ ଚାଷୀ ଓ ସମତଳ ଜମି ସନ୍ଧାନରେ ।

Left: Some families hire vans to fit in their entire world as they migrate – their belongings, children, sheep and goats are all packed in. Bigger animals like horses are taken on foot separately to the new destinations. Right: Some families still journey on bullock carts. This is around Chachadi village in Parasgad block of Belagavi district
PHOTO • Prabir Mitra
Left: Some families hire vans to fit in their entire world as they migrate – their belongings, children, sheep and goats are all packed in. Bigger animals like horses are taken on foot separately to the new destinations. Right: Some families still journey on bullock carts. This is around Chachadi village in Parasgad block of Belagavi district
PHOTO • Prabir Mitra

ବାମ : କେତେକ ପରିବାର ଭଢାରେ ଭ୍ୟାନ ଆଣୁଛନ୍ତି, ଯେଉଁଥିରେ ସେମାନଙ୍କ ପୂରା ସଂସାର ସେମାନେ ପ୍ରବାସରେ ଯିବା ସମୟରେ ରହିପାରିବ – ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ପିଲାମାନେ, ମେଣ୍ଢା ଓ ଛେଳି ସମସ୍ତେ ଭର୍ତ୍ତି ହୋଇପାରିବା ଭଳି । ଘୋଡ଼ା ଭଳି ବଡ଼ ବଡ଼ ପଶୁମାନେ ଚାଲି ଚାଲି ନୂଆ ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି । ଡାହାଣ : କେତେକ ପରିବାର ଏବେ ମଧ୍ୟ ବଳଦ ଶଗଡ଼ରେ ଯାତ୍ରା କରୁଛନ୍ତି । ଏହା ହେଉଛି ବେଲାଗଭି ଜିଲ୍ଲାର ପାରସଗଡ ବ୍ଲକ୍‌ରେ ଥିବା ଚଚଡ଼ି ଗ୍ରାମର କଥା 

PHOTO • Prabir Mitra

ପ୍ରାୟ ସମୟରେ, ଦୁଇ ବା ଅଧିକ ପରିବାର ନିଜ ମଧ୍ୟରେ ସେମାନଙ୍କ ପଶୁପଲକୁ ଜଗିବା ଦାୟିତ୍ୱ ବାଣ୍ଟି ଦିଅନ୍ତି । ସେମାନେ ଏକ ସଂପ୍ରସାରିତ ପରିବାର ଭାବେ ବସବାସ କରନ୍ତି ଓ ଦିପାବଳୀ ପରେ ସମସ୍ତେ ମିଳିମିଶି ପ୍ରବାସରେ ଯାଆନ୍ତି ( ଅକ୍ଟୋବର – ନଭେମ୍ବରରେ) ଓ ବସନ୍ତରେ (ମାର୍ଚ୍ଚ – ଏପ୍ରିଲ୍‌ରେ) ସେମାନଙ୍କ ଗ୍ରାମକୁ ଫେରନ୍ତି

PHOTO • Prabir Mitra

ବିଜୟ, ୫ ଓ ନାଗାରାଜୁ, ୮, ସେମାନଙ୍କ ପଶୁମାନେ ଦଳରେ ଥିଲେ ମଧ୍ୟ ସେମାନଙ୍କୁ ତତ୍‌କ୍ଷଣାତ୍‌ ଚିହ୍ନିପାରନ୍ତି । ‘ଇଏ ହେଉଛି ମୋର ସବୁଠାରୁ ଭଲ ବନ୍ଧୁ’, ବୋଲି କହି ନାଗାରାଜୁ ହସି କହେ 

Left: Young Vijay and Nagaraju accompanying their horse (the animals are used for carrying heavier loads), along with their father Neelappa Chachdi. Right: Setting up home in a new settlement after days on the road is an important task. Children chip in too. Vijay is only five, but pitches in readily
PHOTO • Prabir Mitra
Left: Young Vijay and Nagaraju accompanying their horse (the animals are used for carrying heavier loads), along with their father Neelappa Chachdi. Right: Setting up home in a new settlement after days on the road is an important task. Children chip in too. Vijay is only five, but pitches in readily
PHOTO • Prabir Mitra

ବାମ : ବିଜୟ ଓ ନାଗାରାଜୁ ସେମାନଙ୍କ ବାପା ନୀଳପ୍ପା ଚାଚ୍‌ଡିଙ୍କ ସହିତ ମିଶି ସେମାନଙ୍କ ଘୋଡା ସାଙ୍ଗରେ  ଯାଉଛନ୍ତି ( ଏହି ପଶୁମାନଙ୍କୁ ଭାରି ଜିନିଷ ବୋହିବା ପାଇଁ ବ୍ୟବହାର କରାଯାଏ) । ଡାହାଣ : ଅନେକ ଦିନ ରାସ୍ତାରେ ରହିବା ପରେ ଏକ ନୂଆ ବାସସ୍ଥାନରେ ଘର ତିଆରି କରି ରହିବା ଏକ ମୁଖ୍ୟ କାମ ଅଟେ । ପିଲାମାନେ ମଧ୍ୟ ସହାୟତା କରନ୍ତି । ବିଜୟକୁ ମାତ୍ର ପାଞ୍ଚ ବର୍ଷ ହୋଇଛି,କିନ୍ତୁ ସେ ମଧ୍ୟ ନିଜ ସାମର୍ଥ୍ୟ ମୁତାବକ କାମ କରିଥାଏ 

Often, two or more families divide the responsibilities of looking after their herds. They live as an extended family and migrate together after Diwali (in October-November) and return to their villages by spring (March-April).
PHOTO • Prabir Mitra
On a farm, Gayathri Vimala, a Kuruba pastoralist, is cooking food for her toddler while keeping an eye on her animals as they feed.
PHOTO • Prabir Mitra

ବାମ :ବାଲିହୋଙ୍ଗାଲ – ବେଲାଗାଭି ଜିଲ୍ଲାର ମୁନାଭଲ୍ଲୀ ରାସ୍ତା ପାଖେ ମେଷପାଳକମାନେ ସେମାନଙ୍କ ପଶୁପଲ ସହିତ ଅଛନ୍ତି । ଏବେ ଅନେକ ଚାଷୀ ରାସାୟନିକ ସାର ବ୍ୟବହାର କରୁଥିବାରୁ ଖତ ଉତ୍ପାଦନର ଏହି ପରିବେଶ-ଅନୁକୂଳ ପ୍ରକ୍ରିୟା ବର୍ତ୍ତମାନ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଡାହାଣ : ରାସ୍ତାରେ ଏକ ଜମିରେ ରହିବା ବେଳେ ଗାୟତ୍ରୀ ବିମଳା, ଜଣେ କୁରୁବା ପଶୁପାଳକ ତାଙ୍କ ଶିଶୁ ପାଇଁ ଖାଦ୍ୟ ରାନ୍ଧିବା ସହିତ ଖାଇବାରେ ବ୍ୟସ୍ତ ତାଙ୍କ ପଶୁମାନଙ୍କ ଉପରେ ନଜର ରଖିଛନ୍ତି । ଦଉଡି ଦ୍ୱାରା ସ୍ଥାନକୁ ଆବଦ୍ଧ କରାଯାଇ ପଶୁମାନଙ୍କୁ ନୂଆ ‘ଘର’ ପରିସରରେ ରଖାଯାଇଛି । ପ୍ରବାସ ରାସ୍ତାରେ କେଉଁ ସ୍ଥାନରେ ରହିବେ ସେ ବିଷୟରେ ନିଷ୍ପତ୍ତି ନେବା ବେଳେ ଜଳ ଉତ୍ସର ଉପଲବ୍ଧତା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ 

PHOTO • Prabir Mitra

ଯେତେବେଳେ ପରବର୍ତ୍ତୀ ସ୍ଥାନକୁ ଯିବା ସମୟ ଆସେ, ସେତେବେଳେ ପଶୁ ଶାବକମାନଙ୍କ ବ୍ୟବହାର ଠିକ୍‌ କରିବା ଏକ ଜଟିଳ କାମ, ଯାହା ଏକ ଶିଶୁକୁ ସମ୍ଭାଳିବା ସହିତ ସମାନ 

During the migration walks, great care is taken to safeguard the wounded or ill animals – here, a wounded goat had occupied the front passenger seat of a van.
PHOTO • Prabir Mitra
Left: During the migration walks, great care is taken to safeguard the wounded or ill animals – here, a wounded goat had occupied the front passenger seat of a van. Right: Kurubas revere their animals, especially the horse; in Alakhanur village, a shepherd bows before the animal
PHOTO • Prabir Mitra

ବାମ “ପ୍ରବାସ ସମୟରେ ଚାଲିଚାଲି ଯିବାବେଳେ ଆଘାତପ୍ରାପ୍ତ ବା ବେମାର ପଡିଥିବା ପଶୁମାନଙ୍କ ଯତ୍ନ ନେବାକୁ ହୋଇଥାଏ – ଏଠାରେ ଏକ ଆଘାତପ୍ରାପ୍ତ ଛେଳି ଭ୍ୟାନ୍‌ର ଆଗପାଖ ଯାତ୍ରୀ ସିଟ୍‌ରେ ଅଛି । ଡାହାଣ : କୁରୁବାମାନେ ସେମାନଙ୍କ ପଶୁମାନଙ୍କୁ ଖୂବ୍‌ ଭକ୍ତି କରନ୍ତି, ବିଶେଷକରି ଘୋଡା; ଅଲ୍‌ଖାନୁର୍‌ ଗ୍ରାମରେ ଜଣେ ପଶୁପାଳକ ତାର ପଶୁ ସାମନାରେ ନତମସ୍ତକ ହେଉଛି 

PHOTO • Prabir Mitra

କେତେକ ଗ୍ରାମରେ ମହିଳାମାନେ  ଡେକାନି ଉଲ୍‌ ଜରିଆରେ ନିଜର ଉପାର୍ଜନ ବୃଦ୍ଧି କରିବା ପାଇଁ ମିଳିତଭାବେ ଚେଷ୍ଟା କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀମାନ ଗଠନ କରିଛନ୍ତି । ଦାଦିଭାବି ସଲାପୁର୍‌ରେ ଶାନ୍ତଭା ବେଉର୍‌ ଚରଖାରେ ସୂତା କାଟୁଛନ୍ତି । ସାବିତ୍ରୀ ମେଣ୍ଢାରୁମର ପ୍ରକ୍ରିୟାକରଣ କରୁଥିବାବେଳେ ଲାମାସ୍‌ ବିଉର୍‌ ତାଙ୍କର ସୂତା କାଟିବା ପାଳି ପାଇଁ ଅପେକ୍ଷା କରି ରହିଛନ୍ତି 

PHOTO • Prabir Mitra

ଡେକାନି କମ୍ବଳ ପ୍ରସ୍ତୁତ କରିବା ପାଇଁ ପିଟ୍‌ ଲୁମ୍‌ ବ୍ୟବହାର କରାଯାଏ । ପି.ଇଶ୍ୱରପ୍ପା ଓ ତାଙ୍କ ପୁଅ ବୀରେନ୍ଦ୍ର, ତିନି ପିଢିର ସବୁଠାରୁ କନିଷ୍ଠ ବ୍ୟକ୍ତି ନାରାୟଣଙ୍କ ସହିତ ତନ୍ତ ପାଖରେ ଅଛନ୍ତି 

Left: In Mekalmardi village, in an effort to enhance his income, Dastagir Jamdar has been combining jute, leather and wool to improvise bags and other items. Right: Dinesh Seth, shop manager, checks the quality of a blanket. The average price of such blankets in the shops ranges between Rs. 800 and Rs. 1,500, and smaller rugs cost Rs. 400 to Rs. 600. But the demand for Deccani woollens has been steadily falling
PHOTO • Prabir Mitra
Left: In Mekalmardi village, in an effort to enhance his income, Dastagir Jamdar has been combining jute, leather and wool to improvise bags and other items. Right: Dinesh Seth, shop manager, checks the quality of a blanket. The average price of such blankets in the shops ranges between Rs. 800 and Rs. 1,500, and smaller rugs cost Rs. 400 to Rs. 600. But the demand for Deccani woollens has been steadily falling
PHOTO • Prabir Mitra

ବାମ : ମେକାଲ୍‌ମାର୍ଡି ଗ୍ରାମରେ, ନିଜ ଉପାର୍ଜନ ବୃଦ୍ଧି କରିବାକୁ ଉଦ୍ୟମ କରୁଥିଲା ଦସ୍ତାଗୀର ଜମାଦାର ବ୍ୟାଗ୍‌ ଓ ଅନ୍ୟ ଜିନିଷଗୁଡ଼ିକର ମାନ ବୃଦ୍ଧି କରିବା ପାଇଁ ଝୋଟ, ଚମଡା ଓ ଉଲ୍‌କୁ ମିଶାଇ କାମ କରୁଛନ୍ତି । ଡାହାଣ : ଦିନେଶ ସେଠ୍‌, ଦୋକାନ ମ୍ୟାନେଜର, କମ୍ବଳର ଗୁଣବତ୍ତା ଯାଞ୍ଚ କରୁଛନ୍ତି । ଦୋକାନରେ ଏହି କମ୍ବଳର ହାରାହାରି ମୂଲ୍ୟ ୮୦୦ ରୁ ୧୫୦୦ ଟଙ୍କା ହୋଇଥାଏ  ଓ ଛୋଟ ଗାଲିଚାର ମୂଲ୍ୟ ୪୦୦ ରୁ ୬୦୦ ଟଙ୍କା ମଧ୍ୟରେ ହୋଇଥାଏ

PHOTO • Prabir Mitra

ପଶୁସମ୍ପଦ ବଜାରରେ ସେମାନଙ୍କ ପଶୁମାନେ ସୁସ୍ଥ ଦେଖାଯିବା ନିଶ୍ଚିତ କରିବା ପାଇଁ କୁରୁବାମାନେ ବର୍ତ୍ତମାନ ସେମାନଙ୍କୁ ଉଦାର ଭାବେ ବିଭିନ୍ନ ଔଷଧ ଦେଉଛନ୍ତି । ମଇଲାରା ବନ୍ଦିପ୍ପାଙ୍କ ଭଳି ପଶୁପାଳକମାନେ କୌଣସି ପଶୁଚିକିତ୍ସକଙ୍କ ସହିତ ପରାମର୍ଶ ନକରି ସେମାନଙ୍କ ପଶୁଙ୍କୁ ଔଷଧ ଦେବା ଆରମ୍ଭ କରିଦେଇଛନ୍ତି ( କୃମିନାଶକ ଓ ଆଣ୍ଟିବାୟୋଟିକ୍‌)

PHOTO • Prabir Mitra

କାକା ନାଗପ୍ପା ତାଙ୍କର କିଛି ପଶୁ ବିକ୍ରି ହେବା ଆଶାରେ ସେମାନଙ୍କୁ ନେଇ ସିରାରେ ଥିବା ବଜାରକୁ ନେଉଛନ୍ତି । ରାଜ୍ୟ ସରକାର ଡେକାନି ପ୍ରଜାତିର ମେଣ୍ଢା ବ୍ୟତୀତ ଅନ୍ୟ ପ୍ରଜାତିର ମେଣ୍ଢାଙ୍କ ଲାଳନପାଳନକୁ ପ୍ରୋତ୍ସାହିତ କରୁଥିବାରୁ କେତେକ କୁରୁବା ଏହି ପ୍ରଜାତିର ପଶୁକୁ ଅଧିକ ସଂଖ୍ୟାରେ ନିଜ ପାଖରେ ରଖୁଛନ୍ତି । ମାଂସ ଶିଳ୍ପରେ ଏକ ଅଣ୍ଡିରା ମେଣ୍ଢା ଶାବକ ପାଇଁ ସବୁଠାରୁ ଅଧିକ ମୂଲ୍ୟ ମିଳିଥାଏ

PHOTO • Prabir Mitra

ପଶୁଗୁଡିକୁ ତୁମ୍‌କୁର୍‌ ଜିଲ୍ଲାର ସିଆରା ଟାଉନ୍‌ରେ ବସୁଥିବା ମଙ୍ଗଳବାର ମେଣ୍ଢା-ଛେଳି ବଜାରକୁ ନେବା ପାଇଁ ଟ୍ରକ୍‌ରେ ଭର୍ତ୍ତି କରାଯାଉଛି

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Prabir Mitra

ପ୍ରବୀର ମିତ୍ରା ହେଉଛନ୍ତି ଜଣେ ଜେନେରାଲ୍‌ ଫିଜିସିଆନ୍‌ ଓ ସେ ଦ ରୟାଲ୍‌ କଲେଜ୍‌ ଅଫ୍‌ ଫିଜିସିଆନ୍‌, ଲଣ୍ଡନ, ୟୁକେରେ ଫେଲୋ ଅଛନ୍ତି । ସେ ମଧ୍ୟ ରୟାଲ୍‌ ଫଟୋଗ୍ରାଫିକ୍‌ ସୋସାଇଟିର ସଦସ୍ୟ ଓ ଡକ୍ୟୁମେଣ୍ଟାରୀ ଫଟୋଗ୍ରାଫର ଯାହାର ଗ୍ରାମୀଣ ଭାରତର ସାଂସ୍କୃତିକ ଐତିହ୍ୟରେ ରୁଚି ରହିଛି ।

Other stories by Prabir Mitra