ଲାଦାଖର ସୋ ମୋରୀରୀ ହ୍ରଦ୍‌କୁ ଯିବା ରାସ୍ତାରେ, ଚାରଣଭୂମିଗୁଡିକ ଉଲ୍‌ରେ ତିଆରି ହୋଇଥିବା ତମ୍ବୁ ଦ୍ୱାରା ଆଂଶିକଭାବେ ଆବୃତ୍ତ ହୋଇଥାଏ- ଏହା ହେଉଛି ଚାଙ୍ଗପାମାନଙ୍କ ଘର, ଯେଉଁମାନେ ଚଙ୍ଗଥାଙ୍ଗି (ପସ୍‌ମିନା) ପ୍ରଜାତିର ଛେଳି ପାଳନ କରିଥାନ୍ତି ଓ ସେମାନେ ସର୍ବୋତ୍ତମ ଗୁଣବତ୍ତା ଯୁକ୍ତ ପ୍ରକୃତ କାଶ୍ମୀରି ଉଲ୍‌ ଯୋଗାଇଥାନ୍ତି ।

ଚାଙ୍ଗପାମାନେ ହେଉଛନ୍ତି ଯାଯାବର ମେଷପାଳକ। ଅଧ୍ୟୟନରୁ ଏହା ଜଣାପଡିଛି ଯେ ସେମାନେ ଖ୍ରୀ.ପୂ.୮ମ ଶତାବ୍ଦୀରେ ତିବତରୁ ଦେଶାନ୍ତର ଗମନ କରିଥିଲେ ଓ ଭାରତର ଚଙ୍ଗଥାଙ୍ଗ ଅଞ୍ଚଳରେ ଆସି ରହିଥିଲେ – ଯାହା ହେଉଛି ହିମାଳୟରେ ତିବତୀୟ ମାଳଭୂମିର ପଶ୍ଚିମରେ ସଂପ୍ରସାରିତ ଅଞ୍ଚଳ। ଏହି ସ୍ଥାନ, ଯାହା ଭାରତ – ଚାଇନା ସୀମାରେ ଅବସ୍ଥିତ, ଏଠାରେ ବିଦେଶୀ ନାଗରିକମାନଙ୍କ ପ୍ରବେଶ ନିଷେଧ ଅଟେ ଓ ଏପରିକି ଭାରତୀୟମାନଙ୍କୁ ମଧ୍ୟ ଲେହରୁ ଏକ ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ କରିବାକୁ ହୋଇଥାଏ ।

ଏହି ଫଟୋ ପ୍ରବନ୍ଧ ପଶ୍ଚିମ ଲାଦାଖର ହାନ୍‌ଲେ ଉପତ୍ୟକାରେ ବାସ କରୁଥିବା ଚାଙ୍ଗପାମାନଙ୍କ ବିଭିନ୍ନ ଗତିବିଧି ଲିପିବଦ୍ଧ ହୋଇଛି। ସେମାନଙ୍କ ନିଜସ୍ୱ ଆକଳନ ମୁତାବକ ଏଠାରେ ପ୍ରାୟ ୪୦-୫୦ ପରିବାର ରୁହନ୍ତି । 

ହାନ୍‌ଲେ ଉପତ୍ୟକା ହେଉଛି ଏକ ବିସ୍ତୀର୍ଣ୍ଣ ଓ ଅସମତଳ ଅଞ୍ଚଳ – ଏଠାରେ ଶୀତ ଋତୁ ଦୀର୍ଘ ଓ ଗ୍ରୀଷ୍ମ ଋତୁ ପ୍ରକୃତରେ ଅତି ଛୋଟ ହୋଇଥାଏ। ଏହି ଅଞ୍ଚଳର ମାଟି ଶକ୍ତ ହୋଇଥିବାରୁ, ଏଠାରେ ଅଳ୍ପମାତ୍ରାରେ ଉଦ୍ଭିଦ ଦେଖାଯାଆନ୍ତି ଓ ଯାଯାବର ଚାଙ୍ଗପାମାନେ ଗ୍ରୀଷ୍ମ ଋତୁରେ ସବୁଜ ଚାରା ସନ୍ଧାନରେ, ଗୋଷ୍ଠୀର ମୁଖିଆ ସ୍ଥିର କରିଥିବା ଚାରଣଭୂମିର ପରିସୀମା ଭିତରେ ବୁଲିଥାନ୍ତି ।

ମୁଁ ଶୀତଦିନରେ ଫେବୃୟାରୀ ୨୦୧୫ରେ ହାନ୍‌ଲେ ଉପତ୍ୟକା ଯାଇଥିଲି। ଦୀର୍ଘ ସମୟ ଅନୁସନ୍ଧାନ କରିବା ପରେ, ଜଣେ ଗ୍ରାମବାସୀଙ୍କ ସହାୟତାରେ, ମୁଁ ଚାଙ୍ଗପା କର୍ମା ରିନ୍‌ଚେନ୍‌ଙ୍କ ସହିତ ଦେଖା କରିପାରିଲି। ଶୀତ ଋତୁରେ, ଚାଙ୍ଗପାମାନେ ପ୍ରାୟତଃ ଏକପ୍ରକାର ସୁପ୍ତ ଜୀବନ ଅତିବାହିତ କରିଥାନ୍ତି, ଏଣୁ ମୁଁ ପୁଣିଥରେ ୨୦୧୬ର ଗ୍ରୀଷ୍ମ ଦିନରେ ସେଠାକୁ ଗଲି। ସେହି ଅଗଷ୍ଟରେ, ଦୁଇ-ଦିନ ଅପେକ୍ଷା କରିବା ପରେ, କର୍ମା ରିନ୍‌ଚେନ୍‌ଙ୍କ ସହିତ ଶେଷରେ ମୋର ସାକ୍ଷାତ ହେଲା। ପରବର୍ତ୍ତୀ ଦିନ, ସେ ମୋତେ ଗୋଷ୍ଠୀର ଗ୍ରୀଷ୍ମକାଳୀନ ଚରିବା ସ୍ଥାନକୁ ନେଇଗଲେ, ଯାହା ହାନ୍‌ଲେ ଗ୍ରାମଠାରୁ ତିନି-ଘଣ୍ଟାର ରାସ୍ତା ଅଟେ ।

କର୍ମାଙ୍କ ଗ୍ରୀଷ୍ମକାଳୀନ ଘର ପ୍ରକୃତରେ ଅତି ଉଚ୍ଚ- ସମୂଦ୍ର ପତ୍ତନଠାରୁ ଏହାର ଉଚ୍ଚତା ପ୍ରାୟ ୪,୯୪୧ ମିଟର। ବେଳେବେଳେ ଏଠାରେ ତୁଷାରପାତ ମଧ୍ୟ ହୋଇଥାଏ ଏପରିକି ଗ୍ରୀଷ୍ମରେ ମଧ୍ୟ। ପରବର୍ତ୍ତୀ ସାତ ଦିନ ମୁଁ ତାଙ୍କ ସହିତ ଓ ତାଙ୍କ ପରିବାର ସହିତ ବିତେଇଲି। କର୍ମା, ବୟସ ପ୍ରାୟ ୫୦ହେବ, ଜଣେ ଗୋବା ବା ଗୋଷ୍ଠୀର ମୁଖିଆ – ଚାଙ୍ଗପା ପରିବାରର ଚାରିଟି ୟୁନିଟ୍‌ ତାଙ୍କୁ ରିପୋର୍ଟ କରିଥାନ୍ତି। ଜଣେ ଗୋବା ସ୍ୱଭାବରେ ସଚ୍ଚୋଟ, ଧାର୍ମିକ ଓ ଅନୂଭବ ଥିବା ବ୍ୟକ୍ତି ହୋଇଥିବା ଆବଶ୍ୟକ। କର୍ମାଙ୍କ ପାଖରେ ଏହି ସମସ୍ତ ଗୁଣ ରହିଛି। “ଆମେମାନେ ଯାଯାବର ଜୀବନଯାପନ କରିବାକୁ ଭଲପାଉ କାରଣ ଏହା ଆମକୁ ସ୍ୱାଧିନତାରେ ଅନୁଭବ ଦେଇଥାଏ ବୋଲି ସେ ତିବତ୍‌ ଓ ଲାଦାଖ୍‌ର ମିଶ୍ରିତ ଭାଷାରେ କହିଲେ। ଚାଙ୍ଗପାମାନେ ହେଉଛନ୍ତି ବୌଦ୍ଧ ଧର୍ମାବଲମ୍ବୀ ଓ ଦଲାଇଲାମାଙ୍କ ସମର୍ଥକ। ଛେଳି ବ୍ୟତୀତ, ସେମାନେ ମେଣ୍ଢା ଓ ଚମରୀଗାଇ ମଧ୍ୟ ପାଳନ କରିଥାନ୍ତି ଓ ଅନେକ ଆଜି ମଧ୍ୟ ପୂରାତନ ନେଣଦେଣ ପ୍ରଥାକୁ ମାନନ୍ତି ଓ ବିଭିନ୍ନ ଗୋଷ୍ଠୀ ଏକ ସ୍ଥାନୀୟ ନେଟ୍‌ୱର୍କ ମାଧ୍ୟମରେ ସେମାନେ ଉତ୍ପାଦନ କରୁଥିବା କେତେକ ପଦାର୍ଥକୁ ପରସ୍ପର ମଧ୍ୟରେ ଅଦଳବଦଳ କରିଥାନ୍ତି।

କିନ୍ତୁ ବର୍ତ୍ତମାନ ସମୟ ବଦଳୁଛି। ରାସ୍ତାରେ ଆସିବା ବେଳେ ମୁଁ ଏକ ନିର୍ମାଣାଧୀନ ରାସ୍ତା ଦେଖିବାକୁ ପାଇଲି ଯାହା ଭାରତୀୟ ସ୍ଥଳ ସେନାବାହିନୀ ଓ ଭାରତ-ତୀବତ୍‌ ପୋଲିସ୍‌ ସହଜରେ ଆତଯାତ ହେବା ନିଶ୍ଚିତ କରିବ- ଏହି ରୋଡ୍‌ ଏହାର ପ୍ରାକୃତିକ ଦୃଶ୍ୟକୁ ବଦଳାଇ ଦେବ ଓ କର୍ମା କହିଲେ ଯେ ୨୦୧୬ କୌଣସି ଦୃଷ୍ଟିରୁ ଭଲ ନଥିଲା, “କାରଣ ଲେହରୁ ଆସୁଥିବା ସମବାୟ ସମିତି ଆଜି ପର୍ଯ୍ୟନ୍ତ ଉଲ୍‌ ସଂଗ୍ରହ କରିବାପାଇଁ ଆସିନାହିଁ। ବୋଧହୁଏ, ବଜାରକୁ ଚାଇନାରୁ ଆସୁଥିବା ଶସ୍ତା ଓ ନିମ୍ନମାନର କାଶ୍ମୀର୍‌ ଉଲ୍‌ ଏହାର କାରଣ ଅଟେ’’। 
PHOTO • Ritayan Mukherjee

ଚାଙ୍ଗପାମାନେ ତମ୍ବୁରେ ରୁହନ୍ତି ଯାହାକୁ ରେବୋ କୂହାଯାଏ। ରେବୋ ନିର୍ମାଣ କରିବାପାଇଁ, ପରିବାରର ଲୋକମାନେ ଚମରୀଗାଇର ଉଲ୍‌ରୁ ସୂତା ପ୍ରସ୍ତୁତ କରନ୍ତି, ତାପରେ ଏହାକୁ ଏକତ୍ର କରାଯାଇ ବୁଣାଯାଏ ଓ ସିଲେଇ କରାଯାଏ । ଏହି ସାମଗ୍ରୀ ଯାଯାବରମାନଙ୍କୁ ଅତ୍ୟଧିକ ଥଣ୍ଡା ଓ ହିମ ପ୍ରବାହ ଦାଉରୁ ରକ୍ଷା କରିଥାଏ। ରେବୋ ଦୁଇ ଫୁଟ୍‌ ଗଭୀର ଏକ ଗାତ ଉପରେ ତିଆରି କରାଯାଇଥାଏ ଓ କାଠର ଖମ୍ବଗୁଡିକ ଦ୍ୱାରା ସେଠାରେ ସ୍ଥାନିତ କରାଯାଇଥାଏ । ପ୍ରତ୍ୟେକ ରେବୋରେ ଗୋଟିଏ ପୃଥକ୍‌ ପରିବାର ୟୁନିଟ୍‌ ରହିଥାନ୍ତି । 

PHOTO • Ritayan Mukherjee

ଗ୍ରୀଷ୍ମ ଋତୁର ଏକ ଦିନରେ  ଏକ ଚଙ୍ଗପା ପରିବାର ସେମାନଙ୍କ ରେବୋର ବାହାରେ ବସି ଚମରୀଗାଇ ଉଲ୍‌ରେ ସିଲେଇ କରୁଛନ୍ତିସେମାନଙ୍କ ଅଧିକାଂଶ ସମୟ ପ୍ରତିଦିନ ସମାନ ଗତିବିଧି ଚକ୍ର ଦେଇ ଅତିବାହିତ ହୋଇଥାଏ ପଶୁ ପାଳନ, କ୍ଷୀର ଦୁହିଁବା ଓ ଲୋମ କାଟିବା । ମଝିରେ, ଏକ ଛୋଟ ଚାଙ୍ଗପା ବାଳକ ସାମ୍‌ଡପ୍‌ ଠିଆ ହୋଇଛି ।

PHOTO • Ritayan Mukherjee

ୟମା ଓ ପେମା ଉଲ୍‌ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତିଚାଙ୍ଗପା ମହିଳାମାନେ ଅନୁଭବୀ ପଶୁପାଳକ ଅଟନ୍ତି ; ଅଳ୍ପ ବୟସ୍କ ମହିଳାମାନେ ସାଧାରଣତଃ ପଶୁମାନଙ୍କୁ ଚରେଇବାପାଇଁ ନେଇଥାନ୍ତି, ଯେତେବେଳେକି ବୟସ୍କ ମହିଳାମାନେ କ୍ଷୀର ଦୁହିଁବା ଓ ଦୁଗ୍ଧ ଜାତ ଉତ୍ପାଦ ପ୍ରସ୍ତୁତ କରିଥାନ୍ତିଗୋଷ୍ଠୀରେ ରହୁଥିବା ପୁରୁଷମାନେ ମଧ୍ୟ ପଶୁ ପାଳନ କରିବା ସହିତ ସେମାଙ୍କ ଲୋମ କାଟିଥାନ୍ତି ଓ ପ୍ରାଣୀଜାତ ଉତ୍ପାଦଗୁଡିକ ବିକ୍ରି କରିଥାନ୍ତି । 

PHOTO • Ritayan Mukherjee

ଅତୀତରେ, ଙ୍ଗପାମାନଙ୍କ ମଧ୍ୟରେ ବହୁପତି ବିବାହ ପ୍ରଥା ପ୍ରଚଳିତ ଥିଲା ଏକାଧିକ ଭାଇ ଜଣେ ମହିଳାଙ୍କ ସହିତ ବିବାହ କରୁଥିଲେ । କିନ୍ତୁ ଏହି ପ୍ରଥା ବର୍ତ୍ତମାନ ପ୍ରାୟତଃ ଲୋପ ପାଇଗଲାଣି। 

PHOTO • Ritayan Mukherjee

ଗ୍ରୀଷ୍ମ ଋତୁରେ ଦିନଗୁଡିକ ଏପରି ଭାବେ ବ୍ୟସ୍ତବହୁଳ ହୋଇଥାଏ ଯେ ବେଳେବେଳେ ଦ୍ୱିପହର ଖାଦ୍ୟ ଗ୍ରହଣ କରିବାପାଇଁ ସମୟ ପାଇବା ମଧ୍ୟ ଏକ ବିଳାସ ମନେହୁଏ- ଏଣୁ ଚଙ୍ଗପାମାନେ ଫଳ ବା ଶୁଖିଲା ମାଂସ ଓ ବାର୍ଲିରୁ ପ୍ରସ୍ତୁତ ସେମାନଙ୍କ କିଛି ପ୍ରମୁଖ ଖାଦ୍ୟ ଖାଇ ଭୋକ ମେଣ୍ଟେଇ ଥାନ୍ତି ।

PHOTO • Ritayan Mukherjee

ତେନ୍‌ଜିନ୍‌, ଏକ ଚଙ୍ଗପା ଶିଶୁ, ତାର ବାପାଙ୍କଠାରୁ ମୁଢି ସଂଗ୍ରହ କରୁଛିଅତୀତରେ, ଛୋଟ ପିଲାମାନଙ୍କୁ ପରିବାରର ଲୋକମାନେ ସେମାନେ ପାଳନ କରୁଥିବା ପଶୁଙ୍କ ସଂଖ୍ୟା ଗଣନା କରିବା ଶିଖାଉଥିଲେକିନ୍ତୁ ଏହି ଜୀବନ ଶୈଳୀ ବର୍ତ୍ତମାନ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଓ ବର୍ତ୍ତମାନ ଅଧିକାଂଶ ଚାଙ୍ଗପା ପିଲାମାନେ ପଶ୍ଚିମ ଲାଦାଖ୍‌ରେ ଥିବା ବିଦ୍ୟାଳୟକୁ ଯାଉଛନ୍ତି ।

PHOTO • Ritayan Mukherjee

ଥୋମ୍‌କେ, ଏକ ଚାଙ୍ଗପା ପଶୁପାଳକ, ଦିନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛିପ୍ରତ୍ୟେକ ପଶୁପାଳକ ପ୍ରତିଦିନ ୫-୬ଘଣ୍ଟା ସମୟ ପଶୁମାନଙ୍କୁ ଚରେଇବାପାଇଁ ବ୍ୟୟ କରିଥାନ୍ତିଚାଙ୍ଗପା ଓ ସେମାନଙ୍କ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ ଓ ସେମାନଙ୍କ ସୁରକ୍ଷା ପାଇଁ ସେମାନେ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ଅଟନ୍ତି । 

PHOTO • Ritayan Mukherjee

କର୍ମା ରିନ୍‌ଚେନ୍‌ ହେଉଛନ୍ତି ଜଣେ ଗୋବା ବା ଗୋଷ୍ଠୀ ମୁଖିଆ ଜଣେ ଗୋବା ସଚ୍ଚୋଟ, ଧାର୍ମିକ ଓ ଅନୁଭବୀ ହେବ ଆବଶ୍ୟକ ତାଙ୍କ ପାଖରେ ଏହି ସମସ୍ତ ଗୁଣ ରହିଛି

PHOTO • Ritayan Mukherjee

ସମୂଦ୍ରଠାରୁ ଉଚ୍ଚ ପତ୍ତନରେ ଥିବା ଅଞ୍ଚଳରେ ପସ୍‌ମିନା ଛେଳିମାନେ ଦିନରେ ବାହାରୁଛନ୍ତି : ବର୍ଷର ଅଧିକାଂଶ ସମୟରେ, ଏହି ପଶୁମାନେ ୪,୫୦୦ମିଟର୍‌ରୁ ଅଧିକ ଉଚ୍ଚରେ ଥିବା ଚାରଣଭୂମିରେ ଚରିଥାନ୍ତି

PHOTO • Ritayan Mukherjee

ପୂରା ଦିନ ଚରିସାରି  ଛେଳି ପଲ ଯେତେବେଳେ ଫେରନ୍ତି, ସେତେବେଳେ ସେମାନଙ୍କ ଗଣନା କରିବା ଓ ମାଇ ଛେଳିମାନଙ୍କୁ ଅଲଗା କରିବା ଅତି ଜରୁରୀ ହୋଇଥାଏ । ଏହି କାମ ସରିବା ପରେ , କ୍ଷୀର ଦୁହିଁବା କାମ ଆରମ୍ଭ ହୋଇଥାଏ । 

PHOTO • Ritayan Mukherjee

କେତେତ ପରିବାର, ଯେପରିକି ଥୋକ୍‌ମେଙ୍କ ପରିବାର ଉଭୟ ଛେଳି ଓ ମେଣ୍ଡାଠାରୁ କ୍ଷୀର ଦୁହିଁଥାନ୍ତିଦୁଗ୍ଧ ବା ଦୁଗ୍ଧ ଜାତ ଉତ୍ପାଦଗୁଡିକ ଚାଙ୍ଗପା ପରିବାର ପାଇଁ ଆୟ ବା ନେଣଦେଣରଏକ ମୁଖ୍ୟ ସ୍ରୋତ 

PHOTO • Ritayan Mukherjee

ଚାଙ୍ଗପାମନେ ହେଉଛନ୍ତି କାଶ୍ମୀର୍‌ ଉଲ୍‌ର ପ୍ରମୁଖ ଯୋଗଣକାରୀ, ଯାହା ପସ୍‌ମିନା ବା ଚାଙ୍ଗଥାଙ୍ଗି ଛେଳିର କୋମଳ ଅଣ୍ଡର୍‌କୋଟ୍‌ରୁ  ପ୍ରସ୍ତୁତ ହୋଇଥାଏ । ଏହି ଅଣ୍ଡର୍‌କୋଟ୍‌ ଶୀତ ଦିନରେ ସର୍ବାଧିକ ଲମ୍ବା ହୋଇଯାଏ ଓ ବସନ୍ତର ଆରମ୍ଭରେ ଚାଙ୍ଗପାମାନେ ଏହାକୁ କାଟନ୍ତି ।

PHOTO • Ritayan Mukherjee

ଦୁଇଜଣ ଚାଙ୍ଗପା ମହିଳା ଇନ୍ଧନ ପାଇଁ ଆର୍‌ତେମିସିୟା ପରି ଗୁଳ୍ମ ସଂଗ୍ରହ କରି ସେମାନଙ୍କ ରେବୋକୁ ଫେରୁଛନ୍ତି । 

PHOTO • Ritayan Mukherjee

ସମୂଦ୍ର ପତ୍ତନ ଠାରୁ ୪,୪୯୧ମିଟର୍‌ ଉଚ୍ଚତାରେ, ଗ୍ରୀଷ୍ମ ଦିନଗୁଡିକ ଅପେକ୍ଷାକୃତ ଉଷ୍ମ ନୁହେଁ ହାନ୍‌ଲେ ଉପତ୍ୟକାରେ ରାତି ବା ଦିନର ଯେକୌଣସି ସମୟରେ ତୁଷାରପାତ ବା ବର୍ଷା ହେବା ସମ୍ଭାବନା ରହିଛି

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Ritayan Mukherjee

କୋଲକାତାରେ ରହୁଥିବା ରୀତାୟନ ମୁଖାର୍ଜୀଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ରହିଛି ଏବଂ ସେ ୨୦୧୬ର ପରୀ ବ୍ୟକ୍ତିତ୍ୱ । ସେ ତିବ୍ଦତୀୟ ମାଳଭୂମି ଅଞ୍ଚଳରେ ଯାଯାବର ପଶୁପାଳକ ସଂପ୍ରଦାୟର ଜୀବନ ଉପରେ ତଥ୍ୟ ସଂଗ୍ରହ କରୁଥିବା ଏକ ଦୀର୍ଘକାଳୀନ ପ୍ରକଳ୍ପରେ କାମ କରୁଛନ୍ତି ।

Other stories by Ritayan Mukherjee