ପ୍ରତି ବର୍ଷ ଜୁଲାଇରେ, ସାରା ମହାରାଷ୍ଟ୍ରରୁ ଲକ୍ଷ ଲକ୍ଷ ଓ୍ୱାରକାରୀ ସେମାନଙ୍କର ପ୍ରିୟ ଦେବତା ବିଠୋବା ଏବଂ ରଖୁମାଇକୁ “ଭେଟିବା’’ ପାଇଁ ଦେହୁ ଏବଂ ଆଲାଣ୍ଡିରୁ ପ୍ରାୟ ୨୪୦ କିଲୋମିଟର ଚାଲି ସୋଲାପୁର ଜିଲ୍ଲାରେ ଥିବା ପନ୍ଧରପୁରକୁ ଆସନ୍ତି । ଏହି ଯାତ୍ରା ପ୍ରାୟ ଆଠଶହ ବର୍ଷ ଧରି ଶହ ଶହ ବର୍ଷ ପୂର୍ବେ ପଶୁପାଳକ ଯାଯାବରମାନେ ଗ୍ରହଣ କରିଥିବା ଏକ ରାସ୍ତା ଦେଇ ଚାଲିଥିବା ବିଶ୍ୱାସ କରାଯାଏ ।

ଦେହୁ ହେଉଛି ସନ୍ଥ ତୁକାରାମଙ୍କ ଜନ୍ମ ସ୍ଥାନ ଏବଂ ଆଲାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ସନ୍ଥ ଜ୍ଞାନେଶ୍ୱର ସମାଧି ଗ୍ରହଣ କରିଥିଲେ । ଉଭୟେ ସମାନତାବାଦୀ ଏବଂ ଜାତିବିହୀନ ଭକ୍ତି ପରମ୍ପରା (ଓ୍ୱାର୍କାରୀ ପନ୍ଥ)ର ସମ୍ମାନସ୍ପଦ ସନ୍ଥ। ରାଜ୍ୟର ବିଭିନ୍ନ ଅଂଶରୁ ତୀର୍ଥଯାତ୍ରୀମାନେ ଏକ ଦିଣ୍ଡି ଗଠନ କରନ୍ତି ଏବଂ ଅଲାଣ୍ଡି କିମ୍ବା ଦେହୁରେ ପହଞ୍ଚନ୍ତି ଓ ଏହି ଦୁଇସପ୍ତାହ ଯାତ୍ରାରେ ଯୋଗ ଦିଅନ୍ତି। ପ୍ରତ୍ୟେକ ଦିଣ୍ଡି ହେଉଛି ଗୋଟିଏ ଗାଁରୁ ଏକାଠି ଯାତ୍ରା କରିଥିବା ପୁରୁଷ ଓ ମହିଳାମାନଙ୍କର ଛୋଟ ଛୋଟ ଦଳ। କେତେକ ଦିଣ୍ଡି ପୁନେରେ ମିଶିଯାଆନ୍ତି ବା ସେଇଠୁ ଆରମ୍ଭ କରନ୍ତି। ଅନ୍ୟମାନେ ସେମାନଙ୍କ ଗାଁରୁ ଆରମ୍ଭ କରନ୍ତି ଏବଂ ସିଧାସଳଖ ପବିତ୍ର ଦିବସ ଭାବରେ ବିବେଚନା କରାଯାଉଥିବା ଆଷାଢ଼ି ଏକାଦଶୀରେ ପନ୍ଧରପୁରରେ ପହଞ୍ଚନ୍ତି ।

In July every year, lakhs of warkaris from all over Maharashtra walk a distance of around 240 kilometres from Dehu and Alandi to ‘meet’ their beloved Lord Vithoba and Rakhumai in Pandharpur in Solapur district.
PHOTO • Medha Kale

ଦିଣ୍ଡିଗୁଡ଼ିକ ରାସ୍ତାରେ ବିଶ୍ରାମ ନିଅନ୍ତି, ମୃଦଙ୍ଗ (ଡ୍ରମ) ଏବଂ ଏକ ପବିତ୍ର ତୁଳସୀ ଗଛ ସୂର୍ଯ୍ୟଙ୍କୁ ଆଢ଼ୁଆଳ କରି ଭୂମିରେ ରଖାଯାଇଛି; ଲାଲ ପୋଷାକରେ ଥିବା ଚୌପଦାର (‘ଜଗୁଆଳୀ’) ଦିଣ୍ଡି ଯାତ୍ରା ଆରମ୍ଭ କରିବା ସମୟରେ ମୁଖ୍ୟ ପତାକା ଧରନ୍ତି

ସମସ୍ତ ପିଢ଼ିର, ସମସ୍ତ ଜାତିର, ସମସ୍ତ ବୟସର ଲୋକମାନେ ଓ୍ୱାରିରେ ଚାଲନ୍ତି । ଏଠାରେ ସମସ୍ତଙ୍କୁ ମୌଲ୍‌ କୁହାଯାଏ, ଏହି ଶବ୍ଦ ଶ୍ରଦ୍ଧାର ସହିତ ସନ୍ଥ ଡ୍ୟାନେଶ୍ୱରଙ୍କ ପାଇଁ ବ୍ୟବହାର କରାଯାଏ । ପୁରୁଷମାନେ ବିଭିନ୍ନ ପ୍ରକାର ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି, ମହିଳାମାନେ ଧଳାକୁ ବାଦ୍‌ ଦେଇ ସମସ୍ତ ରଙ୍ଗର ପୋଷାକ ପିନ୍ଧିଥାନ୍ତି ।

ଏହି ଓ୍ୱାରି ‘ଡ୍ୟାନୋବା ମୌଲି ତୁକାରାମ’ର ଧ୍ୱନୀ ସହିତ ପାରମ୍ପରିକ ଅଭଙ୍ଗ, ଓଭି ଏବଂ ଓ୍ୱାରକାରୀମାନଙ୍କ ଦ୍ୱାରା ଗାନ କରାଯାଉଥିବା ଗାଭଲନ ଓ ଏଥିସହିତ ତାଳ ଓ ମୃଦଙ୍ଗର ଶବ୍ଦରେ ପବନକୁ କମ୍ପିତ କରି ପ୍ରାତଃ ୩ଟା ସମୟରେ ପୁନେ ଛାଡ଼ନ୍ତି ।

ଚାରିବର୍ଷ ପୂର୍ବେ, ମୁଁ ପୁନେରୁ ଦିବେ ଘାଟ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ଚାଲିଥିଲି, ମୁଁ ବୟସ୍କ ଏବଂ ବୃଦ୍ଧ-ଅନେକ ଓ୍ୱାରକାରୀଙ୍କ ସହ କଥାବାର୍ତ୍ତା କରିଥିଲି । ଆମେ ହସଖୁସି କରିଥିଲୁ ଏବଂ ଆସନ୍ନ ଦୁର୍ଭିକ୍ଷ ( ୨୦୧୪ରେ, ରାଜ୍ୟର ଅନେକ ସ୍ଥାନରେ) ସମ୍ପର୍କରେ ଚିନ୍ତା ବିନିମୟ କରିଥିଲୁ । ଓସମାନବାଦ ଜିଲ୍ଲାର କଲାମ୍ବ ତାଲୁକାର ପନଗାଁଓ ଗ୍ରାମରୁ ଆସିଥିବା ଜଣେ ମହିଳା କହିଥିଲେ, ‘‘ଯଦି କେବଳ ଭଗବାନ ଆମ ଉପରେ ଦୟା କରନ୍ତି, ତେବେ ବର୍ଷା ହେବ’’ ।

ସେହି ଚାରିଘଣ୍ଟା ହସ-ଖୁସି, ଗୀତ ଏବଂ ଭାଇଚାରାରେ ଭରିଯାଇଥିଲା । କିନ୍ତୁ ଅସଂଖ୍ୟ ବୟସ୍କ ପୁରୁଷ ଏବଂ ମହିଳା ଛିଣ୍ଡା ଚପଲରେ ମଧ୍ୟ ଓ୍ୱାରିରେ ଚାଲିଥିଲେ କାରଣ ଏହା ସେମାନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଖାଇବାକୁ ଦିଏ ଏବଂ ସେମାନଙ୍କର ଯତ୍ନ ନିଏ- ଯେତେବେଳେ ଦିଣ୍ଡିଗୁଡ଼ିକ ଗ୍ରାମ ଏବଂ ସହର ଦେଇ ଅତିକ୍ରମ କରେ, ଭକ୍ତମାନେ ଓ୍ୱାରକାରୀମାନଙ୍କ ପାଇଁ ଖାଦ୍ୟ, ଫଳ, ଚା’ ଓ ବିସ୍କୁଟ୍‌ ଆଦି ବ୍ୟବସ୍ଥା କରିଥାନ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Medha Kale

Medha Kale is based in Pune and has worked in the field of women and health. She is the Translations Editor, Marathi, at the People’s Archive of Rural India.

Other stories by Medha Kale
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE