କିଛି ଉଦ୍ୟୋଗକୁ ମାଗଣା ନଥିପତ୍ର ଦେବା ଭିତରେ, ରାଫେଲ ଚୁକ୍ତିଠାରୁ ବଡ଼ ଦୁର୍ନୀତିରେ ଶେଷ ହେବ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନ। ୨୦୧୬ ରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଫସଲବୀମା ବାବଦକୁ ୬୬,୦୦୦ କୋଟି ଟଙ୍କା ଦେଇ ସାରିଲେଣି। ଏହି ତିନି ବର୍ଷ ଭିତରେ ଚାଷୀ ସାଙ୍ଘାତିକ ଭାବେ ସଂକଟରେ ପଡ଼ିଛନ୍ତି ଆଉ ବହୁ ଅଞ୍ଚଳରେ ଫସଲ ହାନୀ ହୋଇଛି। କିନ୍ତୁ ‘କ୍ଷତିପୂରଣ’ ବାବଦକୁ ବୀମା କମ୍ପାନୀମାନଙ୍କ ପକେଟ୍‌ରୁ କ୍ୱଚିତ ଟଙ୍କା ବାହାରିବା ଦେଖିବାକୁ ମିଳିଛି (ମୁଖ୍ୟତଃ ଘରୋଇ, କିନ୍ତୁ ଲାଇଫ୍ ଇନସୁରାନ୍ସ କମ୍ପାନୀ ବା ଏଲଆଇସି ଭଳି ସରକାରୀ ସଂସ୍ଥା ମଧ୍ୟ ଏଥିରେ ସାମିଲ)। ଯେଉଁ କ୍ଷତିପୂରଣ ଦିଆଯାଇଛି ତାହା କୃଷକମାନେ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦେଇଥିବା କିସ୍ତି ଟଙ୍କା- ଏପରିକି କିସ୍ତି ଟଙ୍କାର ମାତ୍ର କିଛି ଅଂଶ ଦେଇଥିବା ବେଳେ ଜନସାଧାରଣଙ୍କ ଅର୍ଥର ବଡ଼ ଭାଗ କମ୍ପାନୀ ନେଇଛି। ଅନ୍ୟପଟେ ଯେ କୌଣସି ‘କ୍ଷତିପୂରଣ’ର ପ୍ରଥମ ଦାବିଦାର ହେଉଛି ଚାଷୀଙ୍କୁ ଋଣ ଦେଇଥିବା ବ୍ୟାଙ୍କ, ଯେଉଁ ଋଣ ଚାଷୀ ପରିଶୋଧ କରିବାରେ ସକ୍ଷମ ହୋଇ ନଥାଏ।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath