PHOTO • Rohit Jain

ମଧ୍ୟପ୍ରଦେଶ ଆଲୀରାଜପୁର ଜିଲ୍ଲାର ଛୋଟା ଆମ୍ବ ଗାଁର ଗୋଟିଏ ଦୃଶ୍ୟ (ରାଜସ୍ୱ ରେକର୍ଡରେ ଆମ୍ବ ଛୋଟା ଉଲ୍ଲେଖ ଅଛି)  

ଏଠାକାର ଲୋକେ କହନ୍ତି ଏକଦା ଏହି ଗାଁ ସବୁଜିମାରେ ଭରି ରହିଥିଲା । ଜଣେ ଆଦିବାସୀ ବୃଦ୍ଧ ତଥା କ୍ଷୁଦ୍ର ଚାଷୀ ଆଦ୍ୟା ମୋଟା କହନ୍ତି ‘‘ଆମେ ସର୍ବଦା ପ୍ରକୃତି ସହିତ ବାସ କରିଆସିଛୁ ଏବଂ ଏଥିରୁ ହିଁ ନିଜର ଆବଶ୍ୟକତା ପୂରଣ କରିଆସିଛୁ।’’ ‘‘କିନ୍ତୁ ବଜାରିଆ (ଆଧୁନିକ)ମଣିଷମାନେ ଆସିବା ପରେ ଏଠାକୁ ଆସିବା ପରେ ଜଙ୍ଗଲ ପଦା ହୋଇଗଲା ଏବଂ ଆମେ ବଜାର ଉପରେ ନିର୍ଭରଶୀଳ ହୋଇଗଲୁ।’’

ଆଦ୍ୟା ମୋଟା ହେଉଛନ୍ତି ଏହି ଗାଁର ୬୨ଟି ପରିବାରରେ ରହୁଥିବା ୩୧୨ ଜଣ ଭିଲମାନଙ୍କ ମଧ୍ୟରୁ ଜଣେ । ଗୁଜୁରାଟର ସହର ଗୁଡ଼ିକର ଶିଳ୍ପାୟନ ଜନିତ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅନ୍ଧାଧୂନ ଗଛ କଟାଯିବା ଯୋଗୁଁ ସେମାନଙ୍କର ଜଙ୍ଗଲ ସବୁ ପଦା ହୋଇଗଲା ।

ଆଉ ଜଣେ ଆଦିବାସୀ ବୟସ୍କ, ଜଳସିନିଧି ଗାଁର ଭାବା ମାହାରିଆ କହନ୍ତି, ‘‘ଆମେ ସର୍ବଦା ଜଙ୍ଗଲର ସଂରକ୍ଷଣ କରିଆସିଛୁ ଏବଂ କେବଳ ସେତିକି ବ୍ୟବହାର କରିଆସିଛୁ, ଯେତିକି ଆମର ଆବଶ୍ୟକ। ଯେହେତୁ ଜଙ୍ଗଲ ଆମର ଏକମାତ୍ର ପରିସଂସ୍ଥା ଏବଂ ଜୀବନ ଆମେ କେବେ ବି ଜଙ୍ଗଲକୁ ଶୋଷଣ କରିନାହୁଁ ।’’

PHOTO • Rohit Jain

ପୂଜାରା କୀ ଚୌକି ଗାଁର ଘଞ୍ଚ ଜଙ୍ଗଲ ଏକ ବିହାଙ୍ଗବଲୋକନ, ସବୁଜିମା ବାକି ଥିବା କେତେକ ଜଙ୍ଗଲ ମଧ୍ୟରୁ ଏହା ଗୋଟିଏ । ସାମ୍ନା ଭାଗରେ ରହିଛି ଭିଲ୍‌ ଚାଷୀ ଉର୍ସିଆ ପୁନିଆଙ୍କର କୃଷି କ୍ଷେତ୍ର ।

ଦୀର୍ଘ ବର୍ଷ ଧରି ଭିଲମାନେ ଜଙ୍ଗଲ ଜମିରେ ଚାଷ କରିଆସୁଥିଲେ, କିନ୍ତୁ ୧୯୫୭ ପରେ ସେସବୁ ମଧ୍ୟରୁ ଅଧିକାଂଶ ଜଙ୍ଗଲ ବିଭାଗ ଦ୍ୱାରା ଅଧିକାର କରିନିଆଗଲା, ଯେତେବେଳେ ଏହି ଅଞ୍ଚଳ ‘ସଂରକ୍ଷିତ ଜଙ୍ଗଲ’ ହୋଇଗଲା ।

ଯେତେବେଳେ ଚାଷୀଙ୍କର ଜମିକୁ ସଂରକ୍ଷିତ ଜଙ୍ଗଲ ଘୋଷଣା କରାଯାଏ, ତେବେ ସେମାନଙ୍କ ଜମି ଅଧିକାରର ସମାଧାନ କରିବାକୁ ଭାରତୀୟ ଜଙ୍ଗଲ ଆଇନ (୧୯୨୭) ଅନୁସାରେ ଆଇନଗତ ପ୍ରକ୍ରିୟା ରହିଛି । ତେବେ ଆଦିବାସୀମାନଙ୍କର ଏହି ଆଇନ ବାବଦରେ ଅଜ୍ଞତାର ଲାଭ ଉଠାଇ ଜଙ୍ଗଲ ବିଭାଗ ଜମି ବାବଦରେ ସେମାନଙ୍କୁ ଠକି ଦେଉଛି ।  ଯାହା ଫଳରେ ଅଧିକାଂଶ ଭିଲ୍‌ ସେମାନଙ୍କ ପୈତୃକ ଜମିରୁ ଅଧିକାଂଶରେ କୃଷି କାର୍ଯ୍ୟ କରିପାରୁନାହାନ୍ତି ।

୧୯୮୭ରେ, ସେମାନଙ୍କର ଜମି ଅଧିକାର ପାଇଁ ଲଢ଼େଇ କରିବାକୁ ଖେଦୁତ୍‌ ମଜଦୁର ଚେତନା ସଂଗଠନ ନାମରେ ଏକ ସଂଗଠନ ଗଠନ କଲେ ଏବଂ ପୁଣି ଥରେ ଚାଷ କରିବା ଆରମ୍ଭ କଲେ । ଆଦ୍ୟା ମୋତା ଏଥିରେ ଜଣେ ସଦସ୍ୟ ଅଛନ୍ତି । ଏହି ଲଢ଼େଇ ଦୀର୍ଷ ବର୍ଷ ଧରି ଚାଲିଲା ଏବଂ ଜଙ୍ଗଲ ଅଧିକାର ଆଇନ ୨୦୦୬ ଘୋଷଣା ହେବା ପରେ ଏହାର ସମାପନ ହେଲା । ଏହି ସଂଘର୍ଷର ଫଳସ୍ୱରୂପ ୨୦୦୮ ସୁଦ୍ଧା, ଆଲିରାଜପୁର ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଆଦିବାସୀ ପରିବାର ସେମାନଙ୍କ ପୈତୃକ ଜଙ୍ଗଲ ଜମିର ମାଲିକାନା ପାଇଗଲେ ।

PHOTO • Rohit Jain

ଆଠା ଗାଁରେ ଯଅରୁ ଚୋପା ଅଲଗା କରୁଛନ୍ତି

ଏହି ଅଞ୍ଚଳରେ ଆଦିବାସୀମାନେ ମୁଖ୍ୟତଃ ଯଅ, ବାଜରା ଓ ମକା ଭଳି ଶସ୍ୟ ଚାଷ କରନ୍ତି । ଏହି ଫସଲ କେବଳ ସେମାନଙ୍କର ବର୍ଷକର ଆବଶ୍ୟକତା ପାଇଁ, ସେମାନେ ଏଥିରୁ କିଛି ବି ବିକ୍ରି କରନ୍ତି ନାହିଁ ।

PHOTO • Rohit Jain

ଆଠାରେ ଜଣେ ଆଦିବାସୀ ଚାଷୀ ନିଜର ଚମକୁଥିବା ବାଜରା ଫସଲ ମଝିରେ ଛିଡ଼ା ହୋଇଛନ୍ତି

ଏଠାରେ କେବଳ ଗାଈର ଖତକୁ ବ୍ୟବହାର କରି ଖୁବ୍‌ ଭଲ ଖରିଫ ଫସଲ ଉତ୍ପାଦିତ ହୁଏ । କିନ୍ତୁ ଜମି ଏତେ କମ୍‌ ଯେ ମୋଟ ଫସଲ ଗାଁର ସମସ୍ତଙ୍କ ପାଇଁ ପର୍ଯ୍ୟାପ୍ତ ହୁଏ ନାହିଁ ।

PHOTO • Rohit Jain

ଆଦିବାସୀମାନେ ଏବର ଶସ୍ୟର ମଞ୍ଜିକୁ ଗୋଟିଏ ଗଛ ଉପରେ ଅଖାରେ ସଞ୍ଚୟ କରି ରଖନ୍ତି ଏହାକୁ ସେମାନେ ଆଗାମୀ ବର୍ଷ ଫସଲରେ ବ୍ୟବହାର କରନ୍ତି ଏବଂ ସାଧାରଣତଃ ବଜାରରୁ କିଛି କିଣନ୍ତି ନାହିଁ

PHOTO • Rohit Jain

ପଶୁଧନ ଭିଲମାନଙ୍କର ଆର୍ଥିକ ସ୍ଥିତି ପାଇଁ ଏକ ବଡ଼ ଅଂଶ ଯୋଗଦାନ କରେ

ପଶୁଙ୍କର ଦେଖାଶୁଣା କରିବାରେ ପରିବାରର ସମସ୍ତେ ସହଯୋଗ କରନ୍ତି। କିନ୍ତୁ ପଦା ହୋଇଯାଇଥିବା ପାହାଡ଼ଗୁଡ଼ିକରେ ଗୃହପାଳିତ ପଶୁଙ୍କ ପାଇଁ ଅଧିକ ଖାଦ୍ୟ ନ ଥିବାରୁ ଅଧିକ କ୍ଷୀର ଉତ୍ପାଦିତ ହୋଇପାରୁନାହିଁ ।

PHOTO • Rohit Jain

ଏଠାରେ ଆଠା ଗାଁର ମହିଳାମାନେ ପଥରରେ ତିଆରି ଗୋଟିଏ ଚାଷ ଜମି ହିଡ଼ ତିଆରି କରିବା କାମରେ ଲାଗିଛନ୍ତି ।

ଭିଲ୍‌ମାନେ ଏକାଠି ହୋଇ ଶ୍ରମ କରନ୍ତି-ସେମାନେ ମଜୁରୀରେ ଖର୍ଚ୍ଚ ବଞ୍ଚାଇବା ପାଇଁ ପରସ୍ପରର ଜମିରେ କାମ କରନ୍ତି। ଏହି ପରମ୍ପରାକୁ ‘ଧାସ୍‌’ କୁହାଯାଏ ।

PHOTO • Rohit Jain

ପୂଜାରା କୀ ଚୌକୀ ଗାଁ ଗ୍ରାମବାସୀ କାଦୁଅରେ ଛାତ ଟାଇଲ୍ନିର୍ମାଣ କରୁଛନ୍ତି, ଯାହା ସେମାନେ ଗୋଟିଏ ଭାଟିରେ ପୋଡ଼ିବେ

ଭିଲ୍‌ ମାନେ ସେମାନଙ୍କର ଅଧିକାଂଶ ଘରୋଇ ଏବଂ କୃଷିଜନିତ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ରହନ୍ତି  ।

PHOTO • Rohit Jain

ଆଲୀରାଜପୁର ଭାଲପୁର ଗାଁର ହାଟ (ସାପ୍ତାହିକ ବଜାର)ରେ ମହିଳାମାନେ ସେମାନଙ୍କ ଜମିରେ ଉତ୍ପାଦିତ ହୋଇଥିବା କନ୍ଦମୂଳ ବିକ୍ରି କରୁଛନ୍ତି

ଏହି ହାଟ ସବୁରେ ଆଦିବାସୀମାନେ ସେମାନେ ଉତ୍ପାଦିତ କରୁଥିବା ଫସଲରୁ ଅଧିକାଂଶ ବିକ୍ରି କରିଦିଅନ୍ତି। ଏଥିରେ ଯଅ, ବାଜରା, ମକା, ଖସା, ବାଦାମ, ପିଆଜ ଏବଂ ଆଳୁ ଆଦି ଥାଏ । ସେମାନେ ନିଜ ଘରୋଇ ଏବଂ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ କେତେକ ସାମଗ୍ରୀ ଯେମିତିକି ଲୁଣ, ଚିନି, ରୋଷେଇ ତେଲ, ସାବୁନ, ଲଙ୍ଗଳ ଏବଂ କୁରାଢ଼ୀ ଆଦି ଏଠାରୁ କିଣନ୍ତି ।

PHOTO • Rohit Jain

ଗୋଟିଏ ଭିଲ୍ପରିବାରର ରୋଷେଇ ଘର କୁକୁର ବିଲେଇଙ୍କଠାରୁ ଦୂରେଇ ରଖିବା ପାଇଁ ବାସନ ସବୁ କାଠ ଗଣ୍ଡିରେ ନିର୍ମିତ ଷ୍ଟାଣ୍ଡରେ ରଖାଯାଇଛି

PHOTO • Rohit Jain

ଆକାଡ଼ିଆ ଗାଁରେ ଜଣେ ମହିଳା ମକାଗୁଣ୍ଡରୁ ରୁଟି ତିଆରି କରୁଛନ୍ତି

ଭାରତର ଅନ୍ୟ ସ୍ଥାନମାନଙ୍କରେ ସାଧାରଣତଃ ଗହମରୁ ତିଆରି ଅଟାରେ ରୋଟି ପ୍ରସ୍ତୁତ ହେଉଥିବାବେଳେ, ମକା ଓ ଯଅ ଏହି ଆଦିବାସୀଙ୍କର ଖାଦ୍ୟର ଏକ ମୁଖ୍ୟ ଅଂଶ । ଏଠାକାର ଲୋକେ ବଜାରରୁ ଅନ୍ୟ ଶସ୍ୟ କିଣିବାରେ ପ୍ରାୟ ସକ୍ଷମ ହୁଅନ୍ତି ନାହିଁ ।

PHOTO • Rohit Jain

ଆଠା ଗାଁରେ ୬ ବର୍ଷର ଆମାସିଆ ବୁଦଲା ଏବଂ ତା’ର ସାନ ଭଉଣୀ ରିତଲି ପୂର୍ବ ଦିନ ତିଆରି ହୋଇଥିବା ରୁଟି ଖାଉଛନ୍ତି

ଅଧିକାଂଶ ଗ୍ରାମବାସୀ ପୂର୍ବଦିନ ବଳି ଯାଇଥିବା ରୁଟିକୁ ଶୁଖିଲା ଲଙ୍କା ଓ ତେଲ ସହ ଖାଆନ୍ତି ।

PHOTO • Rohit Jain

ଛିଲଗଦା ଗାଁରେ ମୋଟଲା ଥୁନା ଗୋଟିଏ ତାଳ ଗଛରେ ଚଢ଼ିଛନ୍ତି, ଯାହାକୁ ଭିଲମାନେତାଡକହନ୍ତି ସେତାଡ଼ିନାମକ ଏକ ତରଳ ସଂଗ୍ରହ କରିବା ପାଇଁ ଡାଳ କାଟୁଛନ୍ତି

ତାଡ଼ି ତିଆରି କରିବା ଉଦ୍ଦେଶ୍ୟରେ ରସ ସଂଗ୍ରହ କରିବା ପାଇଁ, ଗ୍ରାମବାସୀ ଗଛର ପୁଷ୍ପବୃନ୍ତରେ ଏକ ମାଠିଆ ଝୁଲାଇ ଦିଅନ୍ତି । ସଂଧ୍ୟାରେ ଏମିତି କରାଯାଏ, ଏବଂ ରାତିରେ ମାଠିଆ ପୁରା ହୋଇଯାଏ । ଭୋରରୁ, ଏହା ଏକ ମିଠା ରସ ଭାବେ ସ୍ୱାଦ ହୁଏ, କିନ୍ତୁ ଖରା ପଡ଼ିଲେ, ତାଡ଼ି ବାସି ହୋଇଯାଏ ଏବଂ ଏକ ନିଶା ପାନୀୟରେ ପରିବର୍ତ୍ତିତ ହୋଇଯାଏ ।

PHOTO • Rohit Jain

ଉମରାଲିର ଗାଁ ହାଟରେ ମହିଳାମାନେ ତାଡ଼ି ବିକ୍ରି କରୁଛନ୍ତି

ପାନୀୟ ବିକ୍ରି କରିବା ରୋଜଗାରର ଏକ ପ୍ରମୁଖ ଅଂଶ ପାଲଟିଯାଇଛି । ଭଲ ଋତୁ (ନଭେମ୍ବରରୁ ଫେବ୍ରୁଆରୀ)ରେ ଅଧିକାଂଶ ଦିନ ସେମାନେ ଲିଟର ପିଛା ୩୦ ଟଙ୍କା ମୂଲ୍ୟରେ ୨୦ ଲିଟର ଯାଏଁ ବିକ୍ରି କରି ଦିଅନ୍ତି । ଗଛରୁ ରସ ଝରିବା କମ୍‌ ହୋଇଗଲେ ଏହି ଆୟ କମି କମି ଯାଏ ଏବଂ ପରେ ଏହା ଶେଷ ହୋଇଯାଏ ।

PHOTO • Rohit Jain

ଭାଇଗଲଗାଁଓ ଛୋଟି ଗାଁର ଗୋଟିଏ ଟୁମରୀରୁ ଇନ୍ଦରସିଆ ଛେନା ତାଡ଼ି ପିଉଛନ୍ତି ଟୁମରୀ ହେଉଛି ମାଟି ତଳେ ଖୋଳା ଯାଇଥିବା ଏକ ଶୁଖିଲା ସ୍ଥାନ

PHOTO • Rohit Jain

ଜଣେ ଆଦିବାସୀ ଗୋଟିଏ ପୋଷ୍ଟରେ ଓହଳିଥିବା ଗୋଟିଏ ମୋବାଇଲ ଫୋନ୍ରେ କଥା ହେଉଛନ୍ତି

ଖୋଦାମ୍ବା ଓ ଏଠାକାର ଅନ୍ୟାନ୍ୟ ଅଧିକାଂଶ ଗାଁରେ ମୋବାଇଲ୍‌ ନେଟୱର୍କ ବିରଳ । ଗୁଜୁରାଟକୁ କାମ ପାଇଁ ଯାଇଥିବା ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ରହିବା ପାଇଁ ଫୋନ୍‌ ଏକ ଅତ୍ୟାବଶ୍ୟକ ଜିନିଷ ।

PHOTO • Rohit Jain

ବହୁ ସଂଖ୍ୟାରେ ଭିଲ୍ପୁରୁଷ ମହିଳା ଗୁଜୁରାଟରେ ନିର୍ମାଣ ଶ୍ରମିକ ଭାବେ କାମ କରନ୍ତି

 ଆଲୀରାଜପୁରରେ ଜୀବିକା ପାଇଁ ପର୍ଯ୍ୟାପ୍ତ ବିକଳ୍ପ ନ ଥିବାରୁ ଆଦିବାସୀ ପରିବାରଙ୍କ ମଧ୍ୟରୁ ୮୫ ପ୍ରତିଶତ (ଖେଦୁତ୍‌ ମଜଦୁର ଚେତନା ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ) ଋତୁକାଳୀନ ଭିତ୍ତିରେ ଗୁଜୁରାଟର ବିଭିନ୍ନ ସହରକୁ ବିସ୍ଥାପିତ ହୁଅନ୍ତି-ଏହା ସେମାନଙ୍କର  ଏକଦା ଘଞ୍ଚ ଜଙ୍ଗଲରୁ ଆଧୁନିକ କଂକ୍ରିଟ୍‌ ଜଙ୍ଗଲକୁ ଏକ ଦୁଃଖଦ ଅବସ୍ଥାନ୍ତର ।

PHOTO • Rohit Jain

ଜଳସିନିଧି ଗାଁ ଏକ କୃଷି କ୍ଷେତ୍ର ଯାହା ପାହାଡ଼ ଉପରକୁ ସ୍ଥାନାନ୍ତର ହୋଇଛି ନର୍ମଦା ନଦୀର ଉର୍ବର ଉପତ୍ୟକାର ଯେଉଁ ସ୍ଥାନରେ ଏହା ଥିଲା ୧୯୯୮ରେ ସର୍ଦ୍ଦାର ସରୋବର ଡ୍ୟାମ୍ନିର୍ମାଣ ହେବା ପରେ ତାହା ବୁଡ଼ି ଅଞ୍ଚଳରେ ପରିଣତ ହେବା ପରେ ଏହାକୁ ସ୍ଥାନାନ୍ତର କରାଯିବାକୁ ହିଁ ଥିଲା ଡ୍ୟାମ୍ଫଳରେ ବହୁ ସଂଖ୍ୟାରେ ଗାଁ ଗ୍ରାମବାସୀ ମଧ୍ୟ ବିସ୍ଥାପିତ ହେଲେ

PHOTO • Rohit Jain

ଆଲୀରାଜପୁରର ଟାଙ୍ଗରା ହୋଇପଡ଼ିଥିବା ପାହାଡ଼ ଉପରୁ ନର୍ମଦା ନଦୀର ଏକ ସୁନ୍ଦର ଦୃଶ୍ୟ 

PHOTO • Rohit Jain

ଆକାଡ଼ିଆରେ ଜଣେ ଆଦିବାସୀ ପୁରୁଷ ଗୋଟିଏ ମାଛ ଜାଲ ଟାଣୁଛନ୍ତି ନର୍ମଦା କୂଳରେ ରହୁଥିବା ଅଧିକାଂଶ ଗ୍ରାମବାସୀ ମାଛ ଧରି ଜୀବିକା ନିର୍ବାହ କରନ୍ତି

PHOTO • Rohit Jain

ସର୍ଦ୍ଦାର ସରୋବର ଡ୍ୟାମ୍ଦ୍ୱାରା ବୁଡ଼ି ଯାଇଥିବା ସେମାନଙ୍କର ଚାଷ ଜମି ନିକଟରେ ଏବେ ମଧ୍ୟ ଛିଡ଼ା ହୋଇଥିବା ଗୋଟିଏ ଗଛ ନିକଟରେ ପିଲାମାନେ ଖେଳୁଛନ୍ତି

PHOTO • Rohit Jain

ଗୋଟିଏ ବିବାହ ଉତ୍ସବ ପାଇଁ ପୋଷାକ ପିନ୍ଧି ଝିଅମାନେ ସର୍ଦ୍ଦାର ସରୋବର ଡ୍ୟାମ୍ପାଖ ଦେଇ ଯାଉଛନ୍ତି

PHOTO • Rohit Jain

ବିବାହ ଏକ ଉତ୍ସବର ଅବସର ଏବଂ ବରଯାତ୍ରୀଙ୍କୁ ତାଙ୍କର ଅନ୍ୟ ନାଚୁଥିବା ସହଯାତ୍ରୀ କାନ୍ଧରେ ଉଠାଇଛନ୍ତି

PHOTO • Rohit Jain

ଜଣେ ଆଦିବାସୀ କନ୍ୟା ପାରମ୍ପରିକ ରୁପା ଗହଣା ପିନ୍ଧି ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି

PHOTO • Rohit Jain

ଚମକୁଥିବା ପୋଷାକ ପିନ୍ଧିଥିବା ବୁଦଲିୟାର ଗୋଟିଏ କ୍ଲୋଜ୍ଅପ୍ଫଟୋ - ମାର୍ଚ୍ଚରେ ହୋଲି ପର୍ବର ଠିକ୍ପରେ ଅନୁଷ୍ଠିତ ହେଉଥିବା ଏକ ଗୋଷ୍ଠୀ ନୃତ୍ୟ ଗୋଠର ବୁଦଲିଆ ହେଉଛି ଏକ ଚରିତ୍ର

PHOTO • Rohit Jain

ଭିଲମାନେ ସେମାନଙ୍କ ଜୀବନ ବଞ୍ଚିବାକୁ ନେଇ ଉତ୍ସାହ, ଗୀତ ନୃତ୍ୟ ପ୍ରତି ଭଲପାଇବା ଆଦିକୁ ହଜାଇ ଦେଇନାହାନ୍ତି : ଭକ୍ତଗଡ଼ ଗାଁରେ ଆଦିବାସୀମାନେ ଭାଗୋରିଆ ପର୍ବ ସମୟରେ ନାଚୁଛନ୍ତି, ବସନ୍ତ ଋତୁରେ ହୋଲି ପର୍ବ ପୂର୍ବରୁ ଖରିଫ ଫସଲ ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଏ

ଏହି ଆଲେଖ୍ୟ ପାଇଁ କେତେକ ଫଟୋ ମଗନ ସିଂ କଲେଶଙ୍କ ଦ୍ୱାରା ନିଆଯାଇଛି, ଯିଏ କି ଖେଦୁତ୍ମଜଦୁର ଚେତନା ସଂଗଠନର ସଦସ୍ୟ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Rohit Jain

Rohit Jain is a Delhi-based freelance photographer. He was a photo sub-editor at the Hindustan Times from 2012- 2015.

Other stories by Rohit Jain