“୧୩୦, ୭୨୧ଟି ଗଛ କାଟାଗଲେ ମଧ୍ୟ ଏହାର ବିଶେଷ ପ୍ରଭାବ ଅନୁଭୂତ ହେବନାହିଁ’’।

ସମ୍ବଲପୁର ଡିଭିଜନର ବନବିଭାଗର ଜଣେ ବରିଷ୍ଠ ଅଧିକାରୀ, ରିଜିଓନାଲ ଚିଫ୍‌ କଞ୍ଜର୍ଭେଟର୍‌ ଅଫ୍‌ ଫରେଷ୍ଟ, ଏପରି କିଛି ଫେବୃଆରୀ ୨୦୧୪ରେ ଲେଖିଥିଲେ । ଓଡିଶାର ସମ୍ବଲପୁର ଓ ଝାର୍‌ସୁଗୁଡା ଜିଲ୍ଲା ସୀମାରେ ଅବସ୍ଥିତ ତଳବିରା ଓ ପାତ୍ରପଲି ଗ୍ରାମ ଅନ୍ତର୍ଗତ ୨୫୦୦ ଏକରର ଜଙ୍ଗଲଜମି କୋଇଲା ଖଣି ପାଇଁ ହସ୍ତାନ୍ତର କରାଯିବା ପାଇଁ ସେ ସୁପାରିଶ କରିଥିଲେ ।

ଏହି ଦୁଇ ଗ୍ରାମର ନିବାସୀ ବନବିଭାଗ ଅଧିକାରୀଙ୍କ ଦ୍ୱାରା ଇରାଂଜୀରେ ଡ୍ରାଫ୍ଟ କରାଯାଇଥିବା ସେହି ଦଲିଲ୍‌ଗୁଡିକ ଦେଖିନାହାନ୍ତି, ଯାହା ଯୋଗୁଁ ମାର୍ଚ୍ଚ ୨୦୧୯ରେ ତଳବିରା II ଓ III ଓପେନ୍‌ କାଷ୍ଟ କୋଇଲା ଖଣି ପାଇଁ ଫରେଷ୍ଟ କ୍ଲିଅରାନ୍ସ ମିଳିବା ସମ୍ଭବ ହୋଇପାରିଛି । ତଥାପି ଏଠାର ଲୋକମାନେ ସେହି ଅଧିକାରୀଙ୍କ ମତକୁ ଅଗ୍ରାହ୍ୟ କରିପାରିବେ ନାହିଁ – ଯିଏ ହେଉଛନ୍ତି ଜଣେ ଡେଜିଗ୍‌ନେଟେଡ୍‌ କଞ୍ଜର୍ଭେଟର୍‌, ଯାହା ବିଡମ୍ବନାର ବିଷୟ ଅଟ। 

ଗତ ଦୁଇ ସପ୍ତାହ ମଧ୍ୟରେ ଖଣି ପ୍ରସ୍ତୁତକାରୀ ଓ ପରିଚାଳକ, ଅଦାନୀ ଏଣ୍ଟର୍‌ପ୍ରାଇଜେସ୍‌ ଏହାର ତଳବିରା ଖଣି କାମ ଆରମ୍ଭ କରିବା ଯୋଗୁଁ ସହସ୍ରାଧିକ ଗଛ କାଟିଦେଇଛି (ପ୍ରକୃତ ସଂଖ୍ୟା ଏବେ ମଧ୍ୟ ଅସ୍ପଷ୍ଟ ଅଛି)। ଏ ସମ୍ବନ୍ଧରେ କୌଣସି ବିଜ୍ଞାପନ ପ୍ରକାଶ ପାଇନାହିଁ ବୋଲି ଗ୍ରାମବାସୀ କୁହନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ – ୨୧୫୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ (୨୦୧୧ ସେନ୍‌ସସ୍‌ ମୁତାବକ)- ଏକ ଜଙ୍ଗଲ ଯାହା ସେମାନଙ୍କ କହିବା ମୁତାବକ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ଦ୍ୱାରା ସଂରକ୍ଷିତ ହୋଇରହିଛି, ତାହା ପୋଲିସ୍‌ ଓ ରାଜ୍ୟ ସଶସ୍ତ୍ର ବଳ ସହାୟତାରେ ସେମାନଙ୍କ ଆଖି ସାମନାରେ ଏପରି ଧ୍ୱସ୍ତବିଧ୍ୱସ୍ତ କରାଯାଉଥିବା ଦେଖି ଦୁଃଖରେ ଭାଙ୍ଗିପଡିଛନ୍ତି, କ୍ରୋଧିତ ହେଉଛନ୍ତି ଓ ଭୟଭୀତ ମଧ୍ୟ ଅଛନ୍ତି।

Left: The road to Patrapali village winds through dense community-conserved forests. Right: In the mixed deciduous forests of Talabira village, these giant sal and mahua trees lie axed to the ground
PHOTO • Chitrangada Choudhury
Left: The road to Patrapali village winds through dense community-conserved forests. Right: In the mixed deciduous forests of Talabira village, these giant sal and mahua trees lie axed to the ground
PHOTO • Chitrangada Choudhury

ବାମ: ପାତ୍ରପଲୀ ଗ୍ରାମକୁ ରାସ୍ତା ଘଞ୍ଚ ଗୋଷ୍ଠୀ-ସଂରକ୍ଷିତ  ଜଙ୍ଗଲ ମଧ୍ୟ ଦେଇ ଯାଇଛି। ଡାହାଣ: ତଳବିରା ଗ୍ରାମର ମିଶ୍ରିତ ପର୍ଣ୍ଣମୋଚୀ ଅରଣ୍ୟରେ ଏହି ବୃହଦାକାର ଶାଳ ଓ ମହୁଆ ଗଛଗୁଡିକୁ କାଟି ପକାଯାଇଛି

ଭୂପୃଷ୍ଠ ଉପରେ ଏହି ମୁହୂର୍ତ୍ତରେ ଯେଉଁ ପ୍ରଭାବ ଅନୁଭୂତ ହେଉଛି ତାହା ହେଉଛି ଗଛ ପଡ଼ିବା ଜନିତ ପ୍ରଭାବ। ଡିସେମ୍ବର ୫ତାରିଖ ଦିନ ସକାଳ ହେବା ପୂର୍ବରୁ ଧ୍ୱଂସଲୀଳା ଆରମ୍ଭ ହୋଇଥିବା କଥା ଗ୍ରାମବାସୀ କୁହନ୍ତି । ମାନସ ସଲିମା, ମୁଣ୍ଡାପଡା- ତଳବିରାର ଏକ ପଲ୍ଲୀ ଯେଉଁଠାରେ ମୁଖ୍ୟତଃ ମୁଣ୍ଡା ଆଦିବାସୀମାନେ ରୁହନ୍ତି-ର ଜଣେ ଯୁବକ କୁହନ୍ତି ଯେ, “ସେମାନେ ଯେତେବେଳେ ହଠାତ୍‌ ଏଠାରେ ଆସି ପହଞ୍ଚିଲେ ଓ ଗଛ କାଟିବାକୁ ଆରମ୍ଭ କଲେ, ସେତେବେଳ ଆମେ ସମ୍ପୂର୍ଣ୍ଣ ଭାବେ ଶଯ୍ୟାତ୍ୟାଗ ମଧ୍ୟ କରିନଥିଲୁ । ଏ ବିଷୟ ଚାରିଆଡେ ପ୍ରଚାରିତ ହୋଇଗଲା ଓ ଗ୍ରାମବାସୀ ଏହା ବନ୍ଦ କରିବାକୁ ସେଠାକୁ ଦଉଡିଲେ କିନ୍ତୁ ସେଠାରେ ଚାରିଆଡେ ବହୁସଂଖ୍ୟକ ପୋଲିସ୍‌ ମୁତୟନ କରାଯାଇଥିଲା’’।

“ଆମେ ପ୍ରାୟ ୧୫୦ ରୁ ୨୦୦ ଜଣ ଏକତ୍ରିତ ହେଲୁ ଓ ଜିଲ୍ଲାପାଳଙ୍କ ସହିତ ସାକ୍ଷାତ କରି ଆମ ଗଛଗୁଡିକର ଏପରି ଗଣହତ୍ୟା ବନ୍ଦ କରିବାକୁ କହିବାପାଇଁ ନିଷ୍ପତି ନେଲୁ,” ବୋଲି ଅନ୍ୟଜଣେ ମୁଣ୍ଡାପଡ଼ା ବାସିନ୍ଦା ଫକିର ବୁଧିଆ କୁହନ୍ତି । “କିନ୍ତୁ, ଯିଏ କମ୍ପାନିକୁ ବିରୋଧ କରିବ ବା ସେମାନଙ୍କ କାମ ବନ୍ଦ କରିବାକୁ ଚେଷ୍ଟା କରିବ, ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଆମକୁ କୁହାଗଲା’’।

ତଳବିରା ଓ ପାତ୍ରପଲି, ଏ ଦୁଇଟି ଗ୍ରାମ  ଘଞ୍ଚ ମିଶ୍ରିତ ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ ଅବସ୍ଥିତ  ଓ ଏହା ଉପରେ ଥିବା ସବୁଜ ଚାନ୍ଦୁଆ ଉତ୍ତପ୍ତ ଡିସେମ୍ବରରେ ମୁଁ ଯେତେବେଳେ ସେଠାକୁ ଯାଇଥିଲି, ସେତେବେଳ ଶୀତଳ ଛାୟା ପ୍ରଦାନ କରୁଥିଲା । ଝାର୍‌ସୁଗୁଡା ଅଞ୍ଚଳ, ଯେଉଁଠି ଏକାଧିକ କୋଇଲା ଖଣି, ସ୍ୱଞ୍ଜ ଆଇରନ୍‌ କାରଖାନା ଓ ଅନ୍ୟ କାରଖାନାମାନ ରହିଛି, ତାହା ହେଉଛି ଓଡିଶାର ସର୍ବାଧିକ ଉତ୍ତପ୍ତ ସହର ମଧ୍ୟରୁ ଗୋଟିଏ ସହର ।

ଏହି ଗ୍ରାମରେ, ଯେଉଁଠାରେ ମୁଖ୍ୟତଃ ମୁଣ୍ଡା ଓ ଗୋଣ୍ଡ ଆଦିବାସୀମାନେ ରହନ୍ତି, ଲୋକମାନେ ମୁଖ୍ୟତଃ ଜୀବନଧାରଣ କରିବା ପାଇଁ ଧାନ ଓ ପରିବା ଚାଷ ତଥା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କ ଜମି ତଳେ ଉଚ୍ଚମାନର କୋଇଲା ସ୍ତର ରହିଛି ।

Left: Suder Munda says of the tree felling, 'We feel like our loved ones are dying'. Centre: Bimla Munda says the forest is a vital source of survival for them, and they have not awarded consent to the coal mining on the land.  Right: Achyut Budhia is among the villagers who would serve on patrol duty to protect the forests – a tradition of community protection called thengapalli
PHOTO • Chitrangada Choudhury
Left: Suder Munda says of the tree felling, 'We feel like our loved ones are dying'. Centre: Bimla Munda says the forest is a vital source of survival for them, and they have not awarded consent to the coal mining on the land.  Right: Achyut Budhia is among the villagers who would serve on patrol duty to protect the forests – a tradition of community protection called thengapalli
PHOTO • Chitrangada Choudhury
Left: Suder Munda says of the tree felling, 'We feel like our loved ones are dying'. Centre: Bimla Munda says the forest is a vital source of survival for them, and they have not awarded consent to the coal mining on the land.  Right: Achyut Budhia is among the villagers who would serve on patrol duty to protect the forests – a tradition of community protection called thengapalli
PHOTO • Chitrangada Choudhury

ବାମ : ସୁଦର ମୁଣ୍ଡା ଗଛ ପଡ଼ିବା ବିଷୟରେ କୁହନ୍ତି ଯେ “ଆମକୁ ଏପରି ଲାଗୁଛି  ଯେପରିକି ଆମର ପ୍ରିୟଜନଙ୍କ ମୃତ୍ୟୁ ହେଉଛି’’। କେନ୍ଦ୍ର : ବିମଳା ମୁଣ୍ଡା କୁହନ୍ତି ଯେ ସେମାନଙ୍କ ଜୀବନଧାରଣର ଏକ ପ୍ରମୁଖ ଉତ୍ସ ହେଉଛି ଏହି ଜଙ୍ଗଲ ଓ ଏହି ଜମିରେ କୋଇଲା ଉତ୍ତୋଳନ କରିବା ପାଇଁ ସେମାନେ ନିଜର ସହମତି ପ୍ରଦାନ କରିନାହାନ୍ତି । ଡାହାଣ : ଅଚ୍ୟୁତ ବୁଧିଆ ହେଉଛନ୍ତି ସେହି ଗ୍ରାମବାସୀଙ୍କ ମଧ୍ୟରୁ ଜଣେ ଯେଉଁମାନେ ଜଙ୍ଗଲକୁ ସୁରକ୍ଷିତ ରଖିବା ପାଇଁ ଜଙ୍ଗଲରେ ପହରା ଦେବା ଦାୟିତ୍ୱ ବହନ କରିଥାନ୍ତି – ଗୋଷ୍ଠୀ ଦ୍ୱାରା ସୁରକ୍ଷା ପ୍ରଦାନର ଏକ ପ୍ରଥା ଯାହାକୁ ଥେଙ୍ଗାପଲ୍ଲୀ କୁହାଯାଏ ।

“ଜଙ୍ଗଲରୁ ଆମେ ମହୁଲ [ମହୁଆ], ଶାଳ ରସ, ଜାଳେଣି କାଠ, ବିଭିନ୍ନ ପ୍ରକାରର ଛତୁ, ମୂଳ, କନ୍ଦା, ପତ୍ର ଓ ଝାଡୁ ତିଆରି କରିବା ପାଇଁ ଓ ବିକ୍ରି କରିବା ପାଇଁ ଘାସ ପାଇଥାଉ,” ବୋଲି ବିମଳା ମୁଣ୍ଡା କୁହନ୍ତି । “୧ ଲକ୍ଷରୁ ଅଧିକ ଗଛ କଟାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡିବନି ବୋଲି ବନବିଭାଗ କିଭଳି କହିପାରୁଛି?”

ଏହି କୋଇଲା ପାଇବା ପାଇଁ ତଳବିରା ଗ୍ରାମର ଜଙ୍ଗଲରେ ବର୍ତ୍ତମାନ ବୃହଦାକାରର ଶାଳ ଓ ମହୁଆ ଗଛଗୁଡିକୁ କାଟି ଧରାଶାୟୀ କରିଦିଆଯାଇଛି । କିଛି ଦୂରରେ ଥିବା ଏକ ଖୋଲା ସ୍ଥାନରେ, କଟାଯାଇଥିବା ଶହ ଶହ ଗଛର ଗଣ୍ଡିଗୁଡିକୁ ଗଦା କରାଯାଇଛି । ସେହି ସାଇଟ୍‌ରେ କାମ କରୁଥିବା ଅଦାନି କମ୍ପାନିର ଜଣେ କର୍ମଚାରୀ, ଯିଏ ନିଜ ନାମ ପ୍ରକାଶ କରିବାକୁ ମନାକଲେ, କହିଲେ ଯେ ଏପର୍ଯ୍ୟନ୍ତ ପ୍ରାୟ ୭୦୦୦ରୁ ଉର୍ଦ୍ଧ୍ୱ ଗଛ କଟା ସରିଛି । ତାପରେ ସେ ଅନ୍ୟ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଲେ ଓ ଏତିକି କେବଳ କହିଲେ ଯେ “ଗଣମାଧ୍ୟମ ସହିତ ଯିଏ କଥା ହୋଇପାରିବେ, କମ୍ପାନିରେ କାର୍ଯ୍ୟରତ ସେହି ବ୍ୟକ୍ତିଙ୍କ ନାମ ଓ ଯୋଗାଯୋଗ ଠିକଣା ପ୍ରଦାନ କରିବା ମଧ୍ୟ ଉଚିତ୍‌ ହେବନି ।’’

ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଆମେ ଓଡିଶା ସଶସ୍ତ୍ର ବଳର ଗୋଟିଏ ଦଳକୁ ଦେଖିଲୁ ଓ ସେମାନେ ଏଠାରେ କାହିଁକି ଅଛନ୍ତି ବୋଲି ପଚାରିଲୁ । ସେମାନଙ୍କ ମଧ୍ୟରୁ ଜଣେ କହିଲେ ଯେ, “ଗଛ କଟାଯାଉଥିବାରୁ” । ସେ କହିଲେ ଯେ ଜଙ୍ଗଲର ଯେଉଁ ସବୁ ସ୍ଥାନରେ ଗଛ କାଟିବା କାମ ଚାଲିଛି ସେଠାରେ ସୁରକ୍ଷା କର୍ମୀମାନଙ୍କୁ ମୁତୟନ କରାଯାଇଛି । ଆମେମାନେ କଥା ହେଉଥିବା ବେଳେ, ସେମାନଙ୍କର ଜଣେ ସହକର୍ମୀ ଗ୍ରାମରେ ଆମର ଉପସ୍ଥିତି ବିଷୟରେ ଜଣାଇବା ପାଇଁ ତାଙ୍କ ସେଲ୍‌ ଫୋନ୍‌ରେ ଅନ୍ୟ ଜଣଙ୍କୁ କଲ୍‌ କଲେ ।

ତଳବିରା II ଓ III କୋଇଲା ଖଣି ନ୍ୟବେଲି ଲିଗ୍‌ନାଇଟ୍‌ କର୍ପୋରେସନ୍‌ ଲିମିଟେଡ୍‌ ନାମକ ଏକ ପବ୍ଲିକ୍‌ ସେକ୍ଟର ଅଣ୍ଡର୍‌ଟେକିଂକୁ ଦିଆଯାଇଥିଲା, ଯାହା ୨୦୧୮ ଏଠାରେ ଖଣି ତିଆରି କରିବାକୁ ଓ ପରିଚାଳନା କରିବାକୁ ଅଦାନି ଏଣ୍ଟର୍‌ପ୍ରାଇଜେସ୍‌କୁ(ଏଏଇଏଲ୍‌)  କଣ୍ଟ୍ରାକ୍ଟ ପ୍ରଦାନ କରିଥିଲା । ପ୍ରେସ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆକୁ ଦିଆଯାଇଥିବା ଏକ ବକ୍ତବ୍ୟରେ (ଯାହା ସେହି ସମୟରେ ଗଣମାଧ୍ୟମରେ ରିପୋର୍ଟ କରାଯାଇଥିଲା), ଏଏଇଏଲ୍‌ ତରଫରୁ କୁହାଯାଇଥିଲା ଯେ ଏହି ଖଣିରୁ ପ୍ରାୟ ୧୨,୦୦୦କୋଟି ଟଙ୍କାର ରାଜସ୍ୱ ସୃଷ୍ଟ ହେବ । ତଳବିରା ହେଉଛି ସମ୍ବଲପୁର ଜିଲ୍ଲାରେ ଏହା ପାଖରେ ଅବସ୍ଥିତ ଏକ ଓପେନ୍‌ କାଷ୍ଟ ଖଣି, ଯାହାକୁ ୨୦୧୫ରେ ଜିଏମ୍‌ଆର୍‌ ଗ୍ରୁପ୍‌ ଅଧିଗ୍ରହଣ କରିଛି ଓ ଏହି ସାଇଟ୍‌ରେ ୯ମିଲିୟନ୍‌ ଟନ୍‌ କୋଇଲା ମହଜୁଦ୍‌ ଅଛି।

Left: While a  forest department signboard in Patrapali advocates forest protection, officials have issued a clearance for the coal mine, noting that the effect of cutting of 1.3 lakh trees 'will be negligible'. Centre: Bijli Munda of Mundapada, Talabira, with the brooms she makes with forest produce, which she will sell for Rs. 20-25 each. Right: Brooms drying outside houses here; these are just one of the many forest products from which villagers make a livelihood
PHOTO • Chitrangada Choudhury
Left: While a  forest department signboard in Patrapali advocates forest protection, officials have issued a clearance for the coal mine, noting that the effect of cutting of 1.3 lakh trees 'will be negligible'. Centre: Bijli Munda of Mundapada, Talabira, with the brooms she makes with forest produce, which she will sell for Rs. 20-25 each. Right: Brooms drying outside houses here; these are just one of the many forest products from which villagers make a livelihood
PHOTO • Chitrangada Choudhury
Left: While a  forest department signboard in Patrapali advocates forest protection, officials have issued a clearance for the coal mine, noting that the effect of cutting of 1.3 lakh trees 'will be negligible'. Centre: Bijli Munda of Mundapada, Talabira, with the brooms she makes with forest produce, which she will sell for Rs. 20-25 each. Right: Brooms drying outside houses here; these are just one of the many forest products from which villagers make a livelihood
PHOTO • Chitrangada Choudhury

ବାମ: ପାତ୍ରପଲୀରେ ଥିବା ବନବିଭାଗର ଏକ ସାଇନ୍‌ବୋର୍ଡରେ ଜଙ୍ଗଲ ସୁରକ୍ଷା ସମର୍ଥନରେ କୁହାଯାଉଥିବା ବେଳେ, ୧.୩ ଲକ୍ଷ ଗଛ କଟାଗଲେ ମଧ୍ୟ ଏହାର ପ୍ରଭାବ ନଗଣ୍ୟ ହେବ ବୋଲି ଅଧିକାରୀମାନେ ଉଲ୍ଲେଖ କରି କୋଇଲା ଖଣି ତିଆରି କରିବା ପାଇଁ ଆବଶ୍ୟକ କ୍ଲିଅରାନ୍ସ ମଞ୍ଜୁର କରିଛନ୍ତି । କେନ୍ଦ୍ର : ତଳବିରାର ମୁଣ୍ଡାପଡାର ବିଜୁଳି ମୁଣ୍ଡା, ଜଙ୍ଗଲଜାତ ଦ୍ରବ୍ୟରୁ  ନିଜେ ପ୍ରସ୍ତୁତ କରିଥିବା ଝାଡୁ ସହିତ, ପ୍ରତ୍ୟେକ ଝାଡୁକୁ ସେ ୨୦ ରୁ ୨୫ ଟଙ୍କା ମୂଲ୍ୟରେ ବିକ୍ରି କରିବେ । ଡାହାଣ :ଏଠାରେ ଘର ବାହାରେ ଝାଡୁଗୁଡିକ ଶୁଖୁଛି, : ଏହା ହେଉଛି  ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରୁ ଯାହା ଉପରେ ସେମାନଙ୍କ ପରିପୋଷଣ ନିର୍ଭର କରିଥାଏ

ଓଡିଶାର ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା କେନ୍ଦ୍ର ସରକାରଙ୍କ ପାଖରେ ଫରେଷ୍ଟ କ୍ଲିଅରାନ୍ସ ସମ୍ବନ୍ଧିତ ଯେଉଁ ଦଲିଲ୍‌ ଦାଖଲ କରାଯାଇଛି, ସେଥିରେ ଖଣି (II ଓ III) ପାଇଁ ମୋଟ ୪୭୦୦ ଏକର ଜମି ବ୍ୟବହାର କରାଯିବ ଓ ଏଥିପାଇଁ ୧,୮୯୪ ପରିବାରକୁ ବିସ୍ଥାପିତ କରାଯିବ, ଯାହା ଅନ୍ତର୍ଗତ ୪୪୩ ଅନୁସୂଚିତ ଜାତି ଓ ୫୭୫ ଅନୁସୂଚିତ ଜନଜାତି ପରିବାର ବିସ୍ଥାପିତ ହେବେ ବୋଲି ଦର୍ଶାଯାଇଛି ।

“ଆମର ବିଶ୍ୱାସ ଯେ ୧୪,୦୦୦ ରୁ ୧୫,୦୦୦ ଗଛ କଟାଯାଇ ସରିଲାଣି ଓ ଏହା ଏବେ ମଧ୍ୟ ଚାଲିଛି’’ ବୋଲି ଭକ୍ତରାମ ଭୋଇ କୁହନ୍ତି । ସେ ତଳବିରାର ଜଙ୍ଗଲ ଅଧିକାର କମିଟିର ସଭାପତି ଅଛନ୍ତି । (ଏଗୁଡିକ ହେଉଛି ଗ୍ରାମ୍ୟସ୍ତରୀୟ କମିଟି ଯାହା ଜଙ୍ଗଲ ଅଧିକାର ଆଇନ (ଏଫଆର୍‌ଏ), ୨୦୦୬ ଅଧିନରେ ଏଫ୍‌ଆର୍‌ଏ ସମ୍ବନ୍ଧିତ ଗତିବିଧି ଯେପରିକି ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲ ଅଧିକାର ସମ୍ବନ୍ଧିତ ଦାବି ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରିବା ଓ ସେଗୁଡିକର ନିୟମିତ ପର୍ଯ୍ୟବେକ୍ଷଣ କରିବା ପାଇଁ ଗଠନ କରାଯାଇଥିଲା।) “ଏ ପର୍ଯ୍ୟନ୍ତ ସେମାନେ କେତେ ଗଛ କାଟିଲେଣି ସେ ବିଷୟରେ ମଧ୍ୟ ମୁଁ କିଛି କହିପାରିବିନି,” ବୋଲି ସେ କୁହନ୍ତି । “ଯେହେତୁ ଆମେ ପ୍ରଥମ ଦିନରୁ ଏହାର ବିରୋଧ କରିଆସୁଛୁ, ଏଥିପାଇଁ ଗ୍ରାମବାସୀଙ୍କୁ ସମ୍ପୂର୍ଣ୍ଣ ଅନ୍ଧାରରେ ରଖି ପ୍ରଶାସନ ଓ କମ୍ପାନି ମିଳିତଭାବେ ଏପରି କରୁଛନ୍ତି । ପ୍ରାୟ ୨୦୧୨ରୁ ବିରୋଧ ଜାରି ରହିଛି, ଯେତେବେଳେ ଗ୍ରାମବାସୀମାନେ ସର୍ବପ୍ରଥମେ ସେମାନଙ୍କ ଏଫ୍‌ଆର୍‌ଏ ଅଧିକାରଗୁଡିକ ବିଷୟରେ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ।

ରୀନା ମୁଣ୍ଡା, ମୁଣ୍ଡାପଡାର ଜଣେ ନିବାସୀ, କୁହନ୍ତି ଯେ, “ଆମର ପୂର୍ବପୁରୁଷମାନେ ଏହି ଜଙ୍ଗଲରେ ରହୁଥିଲେ ଓ ସେଗୁଡିକୁ ସୁରକ୍ଷିତ ରଖିଛନ୍ତି । ଆମେ ମଧ୍ୟ ସେହି କଥା ଶିଖିଛୁ । ଏଣୁ ଥେଙ୍ଗାପଲ୍ଲୀ  [ଓଡିଶାରେ ଜଙ୍ଗଲ ସୁରକ୍ଷା ପାଇଁ ରହିଥିବା ଏକ ପ୍ରଥା ଯାହାମାଧ୍ୟମରେ ଗୋଷ୍ଠୀର ସଦସ୍ୟମାନେ ଗଛ କଟାଯିବା ଓ ଏହାର ଚୋରାଚଲାଣ ରୋକିବା ପାଇଁ ଜଙ୍ଗଲରେ ପହରା ଦେଇଥାନ୍ତି] ପାଇଁ ପ୍ରତ୍ୟେକ ପରିବାର ତିନି କିଲୋ ଚାଉଳ ବା କିଛି ଅର୍ଥ ପ୍ରଦାନ କରିଥାନ୍ତି ।

ଏହି ଧ୍ୱଂସଲୀଳାର ପ୍ରତିରୋଧ କିଭଳି କରାଯାଇପାରିବ, ସେ ବିଷୟରେ ଆଲୋଚନା କରିବା ପାଇଁ ସ୍ଥାନୀୟ ବିଦ୍ୟାଳୟ ଚାରିଆଡେ ଗ୍ରାମବାସୀ ସମବେତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉପସ୍ଥିତ ସୁଦର ମୁଣ୍ଡା ଦୁଃଖ ପ୍ରକାଶ କରି କୁହନ୍ତି ଯେ “ବର୍ତ୍ତମାନ ଆମେ ଯେଉଁ ଜଙ୍ଗଲର ରକ୍ଷା କରୁଛୁ ଓ ତାହାର ପ୍ରତିପାଳନ କରୁଛୁ, ସେହି ଜଙ୍ଗଲ ଭିତରକୁ ଯିବାକୁ ମଧ୍ୟ ଆମକୁ ଅନୁମତି ମିଳୁନି ।“ ସେ ଆହୁରି କୁହନ୍ତି ଯେ, “ସେମାନେ ଯେଭଳି ଭାବେ ଆମ ଗଛଗୁଡିକୁ କାଟିଦେଉଛନ୍ତି, ତାହା ଦେଖିଲେ ଆମକୁ ବହୁତ ଦୁଃଖ ଅନୁଭବ ହେଉଛି । ଆମର ପ୍ରିୟଜନଙ୍କ ମୃତ୍ୟୁ ହେବା ଭଳି ମୋତେ ଅନୁଭବ ହେଉଛି’’।

Left: Across the villages, many homes have vegetable farms adjoining homesteads. Right: Many like Hursikes Buriha also depend on paddy cultivation
PHOTO • Chitrangada Choudhury
Left: Across the villages, many homes have vegetable farms adjoining homesteads. Right: Many like Hursikes Buriha also depend on paddy cultivation
PHOTO • Chitrangada Choudhury

ବାମ : ଗ୍ରାମରେ, ଅନେକ ଘରର ଘରବାଡ଼ିକୁ ଲାଗି ପରିବା ଚାଷ କରାଯାଇଛି । ଡାହାଣ: ହୃଷିକେଶ ବୁରିହାଙ୍କ ପରି ଅନେକ ଧାନ ଚାଷ ଉପରେ ମଧ୍ୟ ନିର୍ଭର କରନ୍ତି

ବର୍ଷ ବର୍ଷ ଧରି ସେମାନେ ଏହି ଜଙ୍ଗଲର ସୁରକ୍ଷା ଦାୟିତ୍ୱ ବହନ କରି ଆସିଛନ୍ତି ବୋଲି ଗ୍ରାମବାସୀମାନେ ଜୋର୍‌ ଦେଇ କହୁଛନ୍ତି । “ସେତେବେଳେ ସରକାର କେଉଁଠି ଥିଲେ ?” ବୋଲି ସୁରୁ ମୁଣ୍ଡା ନାମକ ଜଣେ ବୃଦ୍ଧ ପ୍ରଶ୍ନ କରୁଛନ୍ତି  । “ଏବେ ଯେତେବେଳେ କମ୍ପାନି ଏହାକୁ ନେବାକୁ ଚାହୁଁଛି, ସେତେବେଳେ ସରକାର କହୁଛନ୍ତି ଯେ ଏହି ଜମି ତାଙ୍କର ଓ ଏହାକୁ ଆମେ ଛାଡିଦେବା ଉଚିତ୍‌” । ଅଚ୍ୟୁତ ବୁଧିଆ, ଆଉଜଣେ ବୟସ୍କ ବ୍ୟକ୍ତି, ଯାହାକୁ ଗ୍ରାମବାସୀ ଜଙ୍ଗଲରେ ପହରା ଦେବା କାମରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବୋଲି କୁହନ୍ତି, ଯିଏ ଅନେକ ବର୍ଷ ଧରି ପହରା ଦେବା କାମ କରିଛନ୍ତି,  କୁହନ୍ତି ଯେ “ଗଛଗୁଡିକ କଟି ତଳେ ପଡିଯାଉଥିବା ଦେଖିଲେ ମୋର ଆଖି ଲୁହ ଛଳଛଳ ହୋଇଯାଉଛି । ଆମେ ସେମାନଙ୍କୁ ନିଜର ସନ୍ତାନ ଭଳି ସୁରକ୍ଷା ପ୍ରଦାନ କରିଆସିଛୁ’’।

“ଗଛ କାଟିବା କାମ ଆରମ୍ଭ ହେବା ଦିନଠାରୁ ଆମ ମଧ୍ୟରୁ ଅନେକ ରାତିରେ ଶୋଇପାରୁନାହାନ୍ତି,” ବୋଲି ହେମନ୍ତ ରାଉତ, ତଳବିରା ଗ୍ରାମର ଜଙ୍ଗଲ ଅଧିକାର କମିଟିର ଜଣେ ସଦସ୍ୟ, କୁହନ୍ତି ।

ସମ୍ବଲପୁରର ଜଣେ ପରିବେଶବିତ୍‌ ରଞ୍ଜନ ପଣ୍ଡା, ଯିଏ ଜଳବାୟୁ ପରିବର୍ତ୍ତନ ଓ ଜଳ ସମ୍ବନ୍ଧିତ ସମସ୍ୟା ଉପରେ କାର୍ଯ୍ୟ କରନ୍ତି, କୁହନ୍ତି ଯେ ଜଙ୍ଗଲ ସୁରକ୍ଷା କରିବା ପାଇଁ ଗ୍ରାମବାସୀମାନେ କରିଥିବା ପ୍ରୟାସ ନିଶ୍ଚିତ ଭାବେ ଉଲ୍ଲେଖନୀୟ କାରଣ ଝାର୍‌ସୁଗୁଡା ଓ ଇବ୍‌ ଉପତ୍ୟାକା ଅଞ୍ଚଳ ହେଉଛି ଦେଶର ସର୍ବାଧିକ ପ୍ରଦୁଷିତ ଅଞ୍ଚଳ ମଧ୍ୟରୁ ଗୋଟିଏ, ଏହା ହେଉଛି ପ୍ରଦୂଷଣର ହଟ୍‌ସ୍ପଟ୍‌ । “ଏଣୁ ଏପରି ଏକ ଅଞ୍ଚଳ ଯେଉଁଠାରେ ଉତ୍କଟ ଜଳ ସଂକଟ ରହିଛି, ଯେଉଁଠାରେ ଅତ୍ୟଧିକ ଖଣି କାମ, ପାୱାର୍‌ ଓ କାରଖାନା ଭିତ୍ତିକ ଗତିବିଧି ଯୋଗୁଁ ତାତି ଓ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି, ସେଠାରେ ଆଉ ଏକ ନୂଆ କୋଇଲା ଖଣି ନିର୍ମାଣ କରିବା ଆଦୌ ଯଥାର୍ଥ ନୁହେଁ,” ବୋଲି ସେ କୁହନ୍ତି । ଏହି ଅଞ୍ଚଳରେ ଥିବା ୧୩୦,୭୨୧ଟି ପ୍ରାକୃତିକ ପ୍ରଜାତିର ପୂର୍ଣ୍ଣାଙ୍ଗ ଗଛ କାଟିବା ଯୋଗୁଁ ପୂର୍ବରୁ ବିଭିନ୍ନ ଚାପ ମଧ୍ୟରେ ରହିଥିବା ଏଠାର ଲୋକ ଓ ପରିସଂସ୍ଥାନ ଉପରେ ଚାପ ଆହୁରି ବୃଦ୍ଧି ପାଇବ, ଯାହା ଫଳରେ ଏହି ସ୍ଥାନ କ୍ରମଶଃ ବସବାସ କରିବା ପାଇଁ ଅନୁପଯୁକ୍ତ ହୋଇଯିବ ।

ଅନେକ ଗ୍ରାମବାସୀ ମଧ୍ୟ ସମାନ ମତ ପ୍ରକାଶ କରିଛନ୍ତି ଓ ସେମାନେ ଏହି ଅଞ୍ଚଳରେ କ୍ରମଶଃ ବୃଦ୍ଧି ପାଉଥିବା ତାପମାତ୍ରା ବିଷୟରେ ଜଣାଇଛନ୍ତି । ବିନୋଦ ମୁଣ୍ଡା କୁହନ୍ତି ଯେ “ଯଦି ଜଙ୍ଗଲ ନଷ୍ଟ ନଷ୍ଟ ହୋଇଯିବ, ତେବେ ଏଠାରେ ଆଉ ବଞ୍ଚିବା ସମ୍ଭବ ହେବନାହିଁ । ଯଦି ଗ୍ରାମର କୌଣସି ଲୋକ ଏକ ଗଛ କାଟିଦିଅନ୍ତି, ତେବେ ଆମମାନଙ୍କୁ ଜେଲ୍‌ ଯିବାକୁ ପଡେ। ଏପରି ପରିସ୍ଥିତିରେ ଏକ କମ୍ପାନି ପୋଲିସର ସହାୟତା ନେଇ  କିଭଳି ଭାବେ ଏତେ ଗଛ କାଟିପାରିବ ?”

Left: Patrapali sarpanch Sanjukta Sahu with a map of the forestlands which the village has claimed in 2012 under the Forest Rights Act. The administration has still not processed the claim. Centre: Villagers here also have documents from 2012 for filing community forest claims. Right: People in Talabira show copies of their written complaint about the forgery of gram sabha resolutions awarding consent for the forest clearance
PHOTO • Chitrangada Choudhury
Left: Patrapali sarpanch Sanjukta Sahu with a map of the forestlands which the village has claimed in 2012 under the Forest Rights Act. The administration has still not processed the claim. Centre: Villagers here also have documents from 2012 for filing community forest claims. Right: People in Talabira show copies of their written complaint about the forgery of gram sabha resolutions awarding consent for the forest clearance
PHOTO • Chitrangada Choudhury
PHOTO • Chitrangada Choudhury

ବାମ: ଜଙ୍ଗଲ ଜମିର ଏକ ମାନଚିତ୍ର, ଯାହା ୨୦୧୨ରେ ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତ ଗ୍ରାମବାସୀମାନେ ଦାବି କରିଥିଲେ ପାତ୍ରପଲି ସରପଞ୍ଚ ସଂଯୁକ୍ତ ସାହୁଙ୍କ ସହିତ। ଏହି ଦାବି ପୂରଣ ଦିଗରେ ପ୍ରଶାସନ ଏବେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି । କେନ୍ଦ୍ର : ଏଠାରେ ଥିବା ଗ୍ରାମବାସୀମାନେ ଗୋଷ୍ଠୀ ଜଙ୍ଗଲ ଦାବି ପୂରଣ ପାଇଁ ୨୦୧୨ର ଦଲିଲ୍‌ ସହିତ ଅଛନ୍ତି । ଡାହାଣ : ତଳାବିରାର ଲୋକମାନେ ପ୍ରତାରଣାମୂଳକ ଭାବେ କିପରି ଗ୍ରାମସଭାରେ ଗୃହୀତ ନିଷ୍ପତିକୁ ଫରେଷ୍ଟ କ୍ଲିଅରାନ୍ସ ପାଇବା ପାଇଁ ବ୍ୟବହାର କରାଯାଇଛି ସେ ବିଷୟରେ କରିଥିବା ଲିଖିତ ଅଭିଯୋଗର ନକଲ ଦେଖାଉଛନ୍ତି

ପାଖରେ ଥିବା ପାତ୍ରପଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଏହି ଘଞ୍ଚ ଶାଳ  ଜଙ୍ଗଲ ମଧ୍ୟ ଦେଇ ଯାଇଛି। ଏଠାରେ କରତକଳ ପହଞ୍ଚିବାକୁ ଆହୁରି ସମୟ ଲାଗିବ ଓ ଏଠାର ନିବାସୀମାନେ କହୁଛନ୍ତି ଯେ ସେମାନେ ଏଠାରେ ଗୋଟିଏ ମଧ୍ୟ ଗଛ କାଟିବାକୁ ଦେବେନାହିଁ । “ଏହି ସମସ୍ତ କାର୍ଯ୍ୟକଳାପ ଅବୈଧ ଅଟେ’’। ଏଣୁ, “ଯଦି ପ୍ରଶାସନ ବଳ ପ୍ରୟୋଗ କରି କିଛି କରିବାକୁ ଚାହିଁବ, ତେବେ ଆପଣ ଏଠାରେ ଆଉ ଏକ କଳିଙ୍ଗନଗର ସୃଷ୍ଟି ହେବା ଦେଖିପାରିବେ’’, ବୋଲି ଦିଲ୍ଲୀପ ସାହୁ କୁହନ୍ତି । ସେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯାଜପୁରରେ ଟାଟା ଷ୍ଟିଲ୍‌ ଲିମିଟେଡ୍‌ ଦ୍ୱାରା ନିର୍ମାଣ ହେବାକୁ ଥିବା ଏକ ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ବିରୋଧରେ ଆଦିବାସୀମାନେ କରିଥିବା ଆନ୍ଦୋଳନ ସମୟରେ ପୋଲିସ୍‌ ଗୁଳିଚାଳନାରେ ମରିଯାଇଥିବା ୧୩ ଜଣ ଆଦିବାସୀଙ୍କ ବିଷୟରେ କହୁଥିଲେ ।

“ଜଙ୍ଗଲ ଅଧିକାର ଆଇନ୍‌ ଅନ୍ତର୍ଗତ ଫରେଷ୍ଟ କ୍ଲିଅରାନ୍ସ – ଯାହା ହେଉଛି ଜଙ୍ଗଲ ଜମିକୁ ଅଣ-ଜଙ୍ଗଲ ଭିତ୍ତିକ କାମ ଯେପରିକି ଖଣିଜ ଉତ୍ତୋଳନ କାମ ପାଇଁ ବ୍ୟବହାର କରାଯିବା – କେତେକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁପାଳନ କରାଯିବା ପରେ ଯାଇ ପ୍ରଦାନ କରାଯାଇଥାଏ । ଏଥିରେ ଏହା ମଧ୍ୟ ସାମିଲ୍‌ ଅଛି ଯେ :ଯେଉଁସବୁ ଗ୍ରାମରେ ଜଙ୍ଗଲଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ, ସେମାନେ ଗ୍ରାମ ସଭା ର ଆୟୋଜନ କରିବେ ଓ ସେମାନଙ୍କ ସମ୍ମୁଖରେ ସମସ୍ତ ପ୍ରଯୁଜ୍ୟ ସବିଶେଷ ବିବରଣୀ ଉପସ୍ଥାପନ କରାଯିବା ପରେ ସେମାନେ ପ୍ରସ୍ତାବିତ ବିଚ୍ୟୁତି ପାଇଁ ପୂର୍ବ ସଚନା ମୁତାବକ ନିଜର ସହମତି ପ୍ରଦାନ କରିବେ ବା ସ୍ଥଗିତ ରଖିବେ, ସେ ବିଷୟରେ ନିଷ୍ପତି ନେବେ । ଦ୍ୱିତୀୟରେ, ଯେଉଁ ଜମିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ଅଛି ସେହି ଜମି ଯେକୌଣସି ପ୍ରକାରର ବ୍ୟକ୍ତିଗତ ବା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଦାବି ମୁକ୍ତ ହୋଇଥିବା ଆବଶ୍ୟକ।

ସଂଯୁକ୍ତା ସାହୁ, ପାତ୍ରପଲି ଗ୍ରାମର ସରପଞ୍ଚ  ଓ ଗ୍ରାମର ଜଙ୍ଗଲ ଅଧିକାର କମିଟିର ସଭାପତି, କୁହନ୍ତି ଯେ ଗ୍ରାମସଭାର ନିଷ୍ପତି, ଯାହା ଆଧାରରେ କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏହି ଖଣି ପାଇଁ ଫରେଷ୍ଟ କ୍ଲିଅରାନ୍ସ ପ୍ରଦାନ କରିଛନ୍ତି, ତାହା ସବୁ “ମିଥ୍ୟା ତଥ୍ୟ’’ ଅଟେ । “ଆମକୁ ଦେଖେଇବା ପାଇଁ ସେ ଗ୍ରାମସଭାର  ରେଜିଷ୍ଟର୍‌ ବାହାର କରି କୁହନ୍ତି ଯେ, “କୋଇଲା ଖଣି ପାଇଁ ୭୦୦ ହେକ୍ଟର ଜମି ଯୋଗାଇବା ପାଇଁ ଆମ ଗ୍ରାମ କେବେ ମଧ୍ୟ ନିଜ ସହମତି ପ୍ରଦାନ କରିନି । ଏହା ଅସମ୍ଭବ । ଏହାର ବୀପରୀତରେ, ୨୦୧୨ରେ ଆମେ ଜଙ୍ଗଲ ଅଧିକାର ଆଇନ୍‌ ଅଧୀନରେ ୭୧୫ ଏକର ଜମି ପାଇଁ ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବି କରିଛୁ । ସାତ ବର୍ଷ ବିତି ଯାଇଥିଲେ ମଧ୍ୟ ଆମର ଦାବି ନେଇ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ବର୍ତ୍ତମାନ ଏହି ଜଙ୍ଗଲ କମ୍ପାନିକୁ ମିଳିଥିବା ବିଷୟ ଆମେ ଜାଣିବାକୁ ପାଇଛୁ । ଏହା କିପରି ସମ୍ଭବ ହୋଇପାରିବ?

ପାତ୍ରପଲୀର ଦିଲ୍ଲୀପ ସାହୁ କୁହନ୍ତି ଯେ, ଏହି ଗ୍ରାମରେ ଥିବା ୨୦୦ରୁ ଅଧିକ ପରିବାର ୧୯୫୦ର ମଧ୍ୟଭାଗରେ ଯେତେବେଳେ ସମ୍ବଲପୁରରେ ହୀରାକୁଦ ଡ୍ୟାମ୍‌ ନିର୍ମାଣ ହେଲା, ସେତେବେଳେ ପାତ୍ରପଲୀଠାରୁ ପ୍ରାୟ ୫୦ କିଲୋମିଟର ଦୂରତା ମଧ୍ୟରେ ଅବସ୍ଥିତ ଗ୍ରାମଗୁଡିକରୁ ବିସ୍ଥାପିତ ହୋଇ ଏଠାକୁ ଆସିଥିଲେ ।  “ଯଦି କୋଇଲା ଖଣି ପାଇଁ ଏହି ଜଙ୍ଗଲ ଦେଇ ଦିଆଯିବ, ତେବେ ଆମକୁ ପୁଣି ବିସ୍ଥାପିତ କରାଯିବ । ଆମେ କ’ଣ ଡ୍ୟାମ୍‌ ଓ ଖଣି ମଝିରେ ସବୁବେଳେ ଏପରି ଫସି ରହିଥିବୁ ଓ ଆମର ସମୂର୍ଣ୍ଣ ଜୀବନ ବିସ୍ଥାପନର ଦୁଃଖ ସହି କାଟିଦେବୁ?

Left: The villagers say income from forest produce helped them build this high school in the village. Right: In a large clearing, under the watch of company staff, hundreds of freshly logged trees are piled up
PHOTO • Chitrangada Choudhury
Left: The villagers say income from forest produce helped them build this high school in the village. Right: In a large clearing, under the watch of company staff, hundreds of freshly logged trees are piled up
PHOTO • Chitrangada Choudhury

ବାମ : ଗ୍ରାମବାସୀମାନେ କୁହନ୍ତି ଯେ ଜଙ୍ଗଲଜାତ ଦ୍ରବ୍ୟରୁ ଯାହା ଆୟ ହେଉଥିଲା, ସେହି ଅର୍ଥ ସହାୟତାରେ ଆମେ ଗ୍ରାମରେ ଏହି ବିଦ୍ୟାଳୟ ନିର୍ମାଣ କରିଛୁ । ଡାହାଣ : ଏକ ବଡ ଖୋଲାସ୍ଥାନରେ, ଯେଉଁଠି କମ୍ପାନିର କର୍ମଚାରୀମାନେ ଜଗି ରହିଛନ୍ତି, ସେଠାରେ ଏବେ ଏବେ କଟାଯାଇଥିବା ଗଛର ଗଣ୍ଡିଗୁଡିକୁ ଗଦା କରି ରଖାଯାଇଛି

“ଜଙ୍ଗଲ କ୍ଲିଅରାନ୍ସ ପାଇବା ପାଇଁ ଗ୍ରାମସଭାର ସହମତି ପ୍ରସ୍ତାବକୁ ପ୍ରତାରଣାମୂଳକ ଭାବେ ବ୍ୟବହାର କରାଯାଇଥିବା କଥା ତଳବିରା ନିବାସୀମାନେ ମଧ୍ୟ ଅଭିଯୋଗ କରୁଛନ୍ତି । ଏ ସମ୍ବନ୍ଧରେ ସେମାନେ ରାଜ୍ୟସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ପାଖକୁ ପ୍ରେରଣ କରିଥିବା ଲିଖିତ ଅଭିଯୋଗଗୁଡିକୁ ମଧ୍ୟ ଦେଖାଇଲେ । “ଏସବୁ ପ୍ରତାରଣାମୂଳକ ଭାବେ କରାଯାଇଛି । ଗଛ କାଟିବା ପାଇଁ ଆମେ କେବେ ମଧ୍ୟ ଆମର ସହମତି ପ୍ରଦାନ କରିନୁ,” ବୋଲି ୱାର୍ଡ ମେମ୍ବର ସୁଷମା ପାତ୍ର କହିଛନ୍ତି । ବରଂ ଏହାର ବିପରୀତରେ, ‘‘ଆମର ତଳବିରା ଗ୍ରାମ୍ୟ ଜଙ୍ଗଲ କମିଟି ପକ୍ଷରୁ ମେ ୨୮, ୨୦୧୨ରେ ଏଫଆର୍‌ଏ ଅଧିନରେ ଥିବା ଆମର ଜଙ୍ଗଲ ଅଧିକାରକୁ ସ୍ୱୀକୃତି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲୁ ଓ ଆମର ସହମତି ନେଇ ଆମ ସହିତ ଯେଉଁ ପ୍ରତାରଣା କରାଯାଇଛି ସେ ବିଷୟରେ ଆମେ ଅଧିକାରୀଙ୍କୁ ଦେଇଥିବା ଲିଖିତ ଅଭିଯୋଗରେ ଏହାର ଏକ ନକଲ ଦାଖଲ କରିଛୁ’’।

ନୂଆ ଦିଲ୍ଲୀରେ ଅବସ୍ଥିତ ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚର ବରିଷ୍ଠ ଗବେଷକ କାଞ୍ଚି କୋହଲି, ଯିଏ ତାଳବିରା ଫରେଷ୍ଟ କ୍ଲିଅରାନ୍ସ ଦଲିଲ୍‌ ଅଧ୍ୟୟନ କରିଛନ୍ତି, କୁହନ୍ତି ଯେ, “ସାଧାରଣତଃ ଅନ୍ୟ ଉଦ୍ଦେଶ୍ୟରେ ଜଙ୍ଗଲ ଜମିକୁ ବ୍ୟବହାର କରିବା ପାଇଁ ଯେଉଁସବୁ ପକ୍ରିୟା ଦେଇ ଗତିକରିବାକୁ ହୋଇଥାଏ ତାହା ଅତ୍ୟନ୍ତ ଅସ୍ୱଚ୍ଛ ଅଟେ । ଏହାଦ୍ୱାରା ପ୍ରଭାବିତ ହୋଇଥିବା ଲୋକମାନେ କେବେ କେମିତି ନିରୀକ୍ଷଣ ରିପୋର୍ଟ ଓ ଅନୁମୋଦନ ପାଇଁ କରାଯାଇଥିବା ସୁପାରିଶ୍‌ ବିଷୟରେ ଜାଣିବାକୁ ପାଇଥାନ୍ତି । ତଳବିରା କେସ୍‌ରେ ମଧ୍ୟ ସମାନ ଅସୁବିଧା ପରିଲକ୍ଷିତ ହେଉଛି । ଯେତେବେଳେ ଗଛ କାଟିବା କାର୍ଯ୍ୟ ଆରମ୍ଭ ହେଲା ସେତେବେଳେ ଯାଇ ଗ୍ରାମବାସୀ ଜଙ୍ଗଲ ଅଞ୍ଚଳରେ କେଉଁ ହାରରେ ଖଣିକାମ ଆଗେଇ ଚାଲିଛି ଓ ସେମାନଙ୍କ ଐତିହାସିକ ଅଧିକାର ବଞ୍ଚିଛି କି ନାହିଁ, ସେ ବିଷୟରେ ଜାଣିବାକୁ ପାଇଲେ’’ ।

ଏହି ଦଲିଲ୍‌ ଅଧ୍ୟୟନ କରିବାପରେ ଏହା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ସାମୟିକ ଭାବେ କାର୍ଯ୍ୟସ୍ଥଳି ପରିଦର୍ଶନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି  ଓ କ୍ରମେ କ୍ରମେ ମୂଲ୍ୟାଙ୍କନ କରାଯାଇଛି । ୧.୩ ଲକ୍ଷ ଗଛ କଟାଗଲେ ମଧ୍ୟ ଏହାର ପ୍ରଭାବ ନଗଣ୍ୟ ରହିବ ବୋଲି ରେକର୍ଡ କରାଯାଇଛି ଓ ଏନେଇ କୌଣସି ପ୍ରଶ୍ନ ମଧ୍ୟ ଉଠାଯାଇନାହିଁ । ପରିବେଶ ବିଭାଗର ଜଙ୍ଗଲ ପରାମର୍ଶଦାତା କମିଟି ଦ୍ୱାରା ମଧ୍ୟ ଗ୍ରାମସଭାରେ  ଗୃହୀତ ନିଷ୍ପତିର ଯାଞ୍ଚ କରାଯାଇନାହିଁ । ମୋଟାମୋଟି ଭାବେ ଦେଖିଲେ. ଅନ୍ୟ ଉଦ୍ଦେଶ୍ୟରେ ଜଙ୍ଗଲ ବ୍ୟବହାର କରିବା ପାଇଁ ଯେଉଁସବୁ ପକ୍ରିୟା ଦେଇ ଗତି କରିବାକୁ ପଡିଥାଏ, ସେଥିରେ ଅନେକ ଆଇନଗତ ତ୍ରୁଟି ରହିଛି ।

ଗ୍ରାମବାସୀମାନଙ୍କ ବିରୋଧର କାରଣଗୁଡିକୁ ଅଧିକାରୀମାନେ ମନ ଦେଇ ଶୁଣିବା ଉଚିତ ବୋଲି ରଞ୍ଜନ ପଣ୍ଡା କୁହନ୍ତି । “କୋଇଲା ହେଉଛି ଜଳବାୟୁର ପ୍ରଧାନ ଶତ୍ରୁ ଓ ସମଗ୍ର ବିଶ୍ୱବାସୀ ଜଳବାୟୁ ଜନିତ ପରିବର୍ତ୍ତନର ପ୍ରଭାବ ହ୍ରାସ କରିବା ପାଇଁ କୋଇଲାରୁ ଉତ୍ପନ୍ନ ତାପଜ ଶକ୍ତି ଦ୍ୱାରା ପରିଚାଳିତ ପ୍ଲାଣ୍ଟଗୁଡିକୁ  ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।

“ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ଜଙ୍ଗଲ ଅଧିକାର ଆଇନ୍‌ ବିଷୟରେ ସଚେତନ କରିବାପାଇଁ ଓ ଏହାର ପ୍ରଚାରପ୍ରସାର କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୟାସ କରାଯାଉନାହିଁ । ଆମେ ଆମ ନିଜ ଚେଷ୍ଟାରେ ଦାବି ଉପସ୍ଥାପନ କରିଛୁ । ଯେତେବେଳେ କୌଣସି ନିୟମ ପ୍ରଣୟନ କରାଯାଇନଥିଲା, ସେହି ସମୟରୁ ଆମେ ଏହି ଜଙ୍ଗଲର ସୁରକ୍ଷା କରିଆସୁଛୁ । “ଆଜି, ଆମେ ଗ୍ରାମବାସୀମାନେ କମ୍ପାନିକୁ ଏହି ଜଙ୍ଗଲ ହସ୍ତାନ୍ତର କରିବା ପାଇଁ ସହମତି ପ୍ରଦାନ କରିଛୁ ବୋଲି ସରକାର ଦାବି କରୁଛନ୍ତି। ମୁଁ ସେମାନଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ, ‘ଯଦି ତୁମେ ଭାବୁଛ ଯେ ଆମେ ତୁମ ସହିତ ସହମତ ଅଛୁ, ତେବେ କମ୍ପାନି ଆମର ଗଛଗୁଡିକୁ କାଟିବାବେଳେ ତୁମକୁ ଆମ ଗ୍ରାମରେ କାହିଁକ ଏତେ ସଂଖ୍ୟକ ପୋଲିସ୍‌ ମୁତୟନ କରିବାକୁ ପଡୁଛି’’ ?

ସଂଯୋଜନ: ଆଦାନୀ ଏଣ୍ଟରପ୍ରାଇଜେସ୍ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ସେମାନେ ତଳବିରାର କୋଇଲାଖଣି ଅଞ୍ଚଳରେ କୌଣସି ଗଛ କାଟିବା କାର୍ଯ୍ୟ କରିନାହାନ୍ତି। ତେଣୁ ଉପରୋକ୍ତ ଲେଖା ଜାନୁଆରି ୯, ୨୦୨୦ରେ ସ୍ଥିତିକୁ ପ୍ରତିଫଳିତ କରିବା ପାଇଁ ଅଦ୍ୟତନ କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Chitrangada Choudhury

ଚିତ୍ରାଙ୍ଗଦା ଚୌଧୁରୀ ଜଣେ ସ୍ୱାଧୀନ ସାମ୍ବାଦିକ, ଏବଂ ପିପୁଲ୍‌ସ ଆର୍କାଇଭ୍‌ ଅଫ୍ ରୁରାଲ ଇଣ୍ଡିଆର କେନ୍ଦ୍ରୀୟ ଗୋଷ୍ଠୀର ଜଣେ ସଦସ୍ୟ।

Other stories by Chitrangada Choudhury