୩୦ ନମ୍ବର ଜାତୀୟ ରାଜପଥରେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ଆପଣ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରକୁ ଯାଇପାରିବେ। ସେହି ରାସ୍ତାରେ କାଙ୍କେର ଜିଲ୍ଲାରେ ଗୋଟେ ଛୋଟ ସହର ଚରମା ପଡ଼ିବ। ଚରମାର ଟିକେ ପୂର୍ବରୁ ଗୋଟେ ଛୋଟ ଘାଟି ରହିଛି। କିଛି ସପ୍ତାହ ତଳେ ସେହି ଘାଟିରୁ ଗାଡ଼ି ଚଳାଇ ତଳକୁ ଯିବା ସମୟରେ ମୁଁ ପ୍ରାୟ ୧୦-୧୫ଟି ଗାଁ ଦେଖିଥିଲି। ସେଠାରେ ଅଧିକାଂଶ ମହିଳା ମୁଣ୍ଡରେ ଜାଳେଣିକାଠ ଲଦି ନିକଟସ୍ଥ ଜଙ୍ଗଲରୁ ଫେରୁଥିଲେ।

ସେମାନେ ସମସ୍ତେ ଜାତୀୟ ରାଜପଥ ନିକଟବର୍ତ୍ତୀ ଦୁଇଟି ଗାଁ କାଙ୍କେର ଜିଲ୍ଲାର କୋଚୱାହି ଏବଂ ବାଲୋଦ ଜିଲ୍ଲାର ମଚାନ୍ଦୁରର ବାସିନ୍ଦା ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଣ୍ଡ ଆଦିବାସୀ ଥିଲେ ଯେଉଁମାନେ ନାମମାତ୍ର ଚାଷୀ ବା କୃଷିଶ୍ରମିକ ଭାବେ କାମ କରୁଥିଲେ। 

PHOTO • Purusottam Thakur
PHOTO • Purusottam Thakur

ସେହି ଦଳରେ ଥିବା କିଛି ପୁରୁଷଲୋକ କାଠକୁ ସାଇକେଲରେ ଲଦିଛନ୍ତିକେବଳ ଜଣକୁ ଛାଡ଼ିଦେଇ ସବୁ ମହିଳା ମୁଣ୍ଡରେ ଜାଳେଣିକାଠ ଲଦିଛନ୍ତିମୁଁ ସେମାନଙ୍କ ସହିତ କଥା ହେଲିସେମାନେ କହିଲେ, ବଡ଼ି ଭୋର୍ରୁ ସେମାନେ ଘର ଛାଡ଼ି ବାହାରି ଯାଆନ୍ତି ଏବଂ ସକାଳ ପ୍ରାୟ ୯ଟା ବେଳକୁ ଫେରିଆସନ୍ତିସାଧାରଣତଃ ସେମାନେ ରବିବାର ଏବଂ ମଙ୍ଗଳବାର ଏହି କାମ କରୁଥିବାବେଳେ ନିଜ ଘର ପାଇଁ ଜାଳେଣିକାଠ ସଂଗ୍ରହ କରି ଫେରିଆସନ୍ତି 

PHOTO • Purusottam Thakur

ସମସ୍ତେ କିନ୍ତୁ ଘରୋଇ ଆବଶ୍ୟକତା ପୂରଣ ପାଇଁ ଜାଳେଣିକାଠ ସଂଗ୍ରହ କରନ୍ତି ନାହିଁକିଛି ଜଣ ସେମାନେ ସଂଗ୍ରହ କରିଥିବା କାଠକୁ ବଜାରକୁ ନେଉଛନ୍ତି ବୋଲି ମୋର ବିଶ୍ୱାସସେହି କାଠ ବିକ୍ରି କରି ଏଠାକାର ଅଧିକାଂଶ ଗରିବ ଲୋକ କିଛି ଟଙ୍କା ଉପାର୍ଜନ କରନ୍ତିଏହି ଅନଗ୍ରସର ଅଞ୍ଚଳରେ ସେମାନେ ଏହାଦ୍ୱାରା ହିଁ ଜୀବିକାର୍ଜ୍ଜନ କରିଥାନ୍ତି। 

PHOTO • Purusottam Thakur

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପୁରୁଷୋତ୍ତମ ଠାକୁର ଜଣେ ମୁକ୍ତବୃତ୍ତି ସାମ୍ବାଦିକ, ଫଟୋଗ୍ରାଫର୍, ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା। ସେ ଛତିଶଗଡ଼ ଏବଂ ଓଡ଼ିଶାରୁ ରିପୋର୍ଟ କରନ୍ତି। ଏଥିସହ ସେ ଅଜିମ୍ ପ୍ରେମଜୀ ଫାଉଣ୍ଡେସନ୍ ପାଇଁ ମଧ୍ୟ କାର୍ଯ୍ୟ କରନ୍ତି। ଶ୍ରୀ ଠାକୁର ୨୦୧୫ର ଜଣେ ପରି ବ୍ୟକ୍ତିତ୍ଵ।

Other stories by Purusottam Thakur