୬୦ ଦଶକର ମଧ୍ୟ ଭାଗ ବୟସରେ ପହଞ୍ଚିଥିବା ଜଣେ କୃଷକ କମ୍ଲାବାଈ ଗୁଧେ ଯେତେବେଳେ ସମ୍ଭବ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। କିନ୍ତୁ ଏହା ଅର୍ଥ ପାଇଁ ନୁହେଁ ବରଂ ଖାଦ୍ୟଶସ୍ୟ ପାଇଁ। ଏହା ହିଁ ସେ ପାଇପାରିବେ। ତେଣୁ ସେ ବେଳେ ବେଳେ ମାତ୍ର ଟ. ୨୫ ମୂଲ୍ୟରୁ ଯଅ ପାଇଁ ସେ ୧୨ଘଣ୍ଟା ପରିଶ୍ରମ କରନ୍ତି। ଏହା ବ୍ୟତୀତ ସେ ନିଜର ସାଢ଼େ ଚାରି ଏକର ଜମିରେ କଠିନ ପରିଶ୍ରମ କରନ୍ତି। ଯେତେବେଳେ ତାଙ୍କ ଫସଲ ଭଲ ହୁଏ ସେ ସାଧାରଣତଃ ଏହାକୁ ଜଙ୍ଗଲି ଜୀବଜନ୍ତୁଙ୍କ ପାଇଁ ହରାଇଥାନ୍ତି। କାରଣ ତାଙ୍କର ଚାଷ ଜମି ଜଙ୍ଗଲଧାରରେ ରହିଛି। ତାଙ୍କର କପା ଏବଂ ସୋୟାବିନ ଯେତେ ଭଲ ହୁଏ, ଜଙ୍ଗଲି ବାର୍ହା ଏବଂ ନୀଳଗାଈ ଏହାକୁ ଆକ୍ରମଣ କରନ୍ତି। ଜମି ଚାରିପାଖରେ ବାଡ଼ ଦେବା ପାଇଁ ଟ. ୧ଲକ୍ଷ ଖର୍ଚ୍ଚ ହେବ। ଏହି ଅର୍ଥ ବିଷୟରେ ସେ ସ୍ୱପ୍ନ ମଧ୍ୟ ଦେଖିପାରିବେ ନାହିଁ। 

କମ୍ଲାବାଈ ଭାରତରେ ୧୯୯୦ ଦଶକଠାରୁ ଭାରତରେ କୃଷି ବିପର୍ଯ୍ୟୟ କାରଣରୁ ହୋଇଥିବା କୃଷକ ଆତ୍ମହତ୍ୟାରେ ନିଜର ସ୍ୱାମୀମାନଙ୍କୁ ହରାଇଥିବା ୧୦୦,୦୦୦ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଗାଁ ଲୋନସାଲା ଓ୍ୱାର୍ଦ୍ଧାରେ ରହିଛି। ଏହା ଏହି ଅଞ୍ଚଳର ଛଅଟି ଜିଲ୍ଲା ମଧ୍ୟରୁ ଅନ୍ୟତମ। ଯେଉଁଗୁଡ଼ିକ ୨୦୦୧ ମସିହାଠାରୁ ୬,୦୦୦ରୁ ଅଧିକ କୃଷକ ଆତ୍ମହତ୍ୟା ଦେଖିସାରିଛନ୍ତି।

ତାଙ୍କ ସ୍ୱାମୀ ପଲାଶରାମ ଋଣରେ ବୁଡ଼ିଗଲେ, କେଇବର୍ଷ ତଳେ ନିଜ ଜୀବନ ନେଲେ। ସେ ନିଜକୁ ଦୃଢ଼ କରିଛନ୍ତି, ସେମାନଙ୍କର ଚାଷ ଜମିକୁ ଚଳାଇବାକୁ ଚେଷ୍ଟା କରିଛନ୍ତି, ଅଧା ଚାଳ ଚାଲିଯାଇଥିବା ଏବଂ ଦୁଇଟି କାନ୍ଥ ପଡ଼ିବାକୁ ଅପେକ୍ଷା କରିଥିବା ଗୋଟିଏ ଘରେ ବାସ କରୁଛନ୍ତି। ଏହି କ୍ଷୁଦ୍ର ଭଙ୍ଗାରୁଜା ଘର ପାଞ୍ଚ ଜଣ ମଣିଷଙ୍କର ଆବାସ। ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ପୁଅ, ବୋହୂ ଏବଂ ଦୁଇଟି ନାତିନାତୁଣୀ। ସମାଜ ଆଖିରେ କମ୍ଲାବାଈ ଜଣେ ‘ବିଧବା’। ନିଜ ଆଖିରେ ସେ ଜଣେ କ୍ଷୁଦ୍ର ଚାଷୀ ଯେ କି ଜୀବିକା ଉପାର୍ଜନ ପାଇଁ କିମ୍ବା ନିଜ ପରିବାରର ଭରଣ ପୋଷଣ ପାଇଁ ସହାୟତା କରୁଛନ୍ତି। 

PHOTO • P. Sainath

କମଲାବାଈ ଗୁଧେ ଲୋନସାଲାସ୍ଥିତ ତାଙ୍କ ଘରେ। ସେ ଯେତେବେଳେ କାମ ପାଆନ୍ତି ସେ ଖାଦ୍ୟ ଶସ୍ୟରେ ହିଁ ମଜୁରୀ ପାଆନ୍ତି। ସାଧାରଣତଃ, ଗୋଟିଏ ଦିନର ଶ୍ରମ ପାଇଁ ସେ ଟ. ୨୫ମୂଲ୍ୟର ଯଅ ପାଆନ୍ତି 

ଜଣେ ଭୂମିହୀନ ଦଳିତ ବ୍ୟକ୍ତି କିପରି ଗୋଟିଏ ଚାଷ ଜମିର ମାଲିକ ହୋଇପାରିବେ ? ସେହି ସମାନ ଉପାୟରେ ସେ ଏହା ଚାଲୁ ରହିବାକୁ ଦିଅନ୍ତି। କମ୍ଲାବାଈଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଗୋଟିଏ ସଂଘର୍ଷ। ସେ ଟ. ୧୦-୧୨ ଦିନ ମଜୁରୀରେ ଜଣେ କୃଷି ଶ୍ରମିକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ସେ କୁହନ୍ତି, ‘‘ପ୍ରାୟ ଚାରିଦଶକ ସମୟ ତଳେ ଏହାର ମୂଲ୍ୟ ଖୁବ୍ଅଧିକା ଥିଲା।’’ ଏଥିସହ ସେ କିଛି ପରିମାଣରେ ଗୋଖାଦ୍ୟ ସଂଗ୍ରହ କରି ଏବଂ କୃଷକମାନଙ୍କୁ ବିକ୍ରି କରି କିଛି ଯୋଗ କରିଥିଲେ। 

ତାଙ୍କ ପୁଅ ଭାସ୍କର କୁହନ୍ତି, ‘‘ମୋର ମନେ ଅଛି ମୋ ମାଆ କେମିତି ଚାରା [ପଶୁଖାଦ୍ୟ] ସଂଗ୍ରହ କରିବା ପାଇଁ ଘଣ୍ଟା ଘଣ୍ଟା ପରିଶ୍ରମ କରୁଥିଲେ ଏବଂ ଏହାକୁ ଖୁବ୍କମ୍ମୂଲ୍ୟରେ ବିକ୍ରି କରୁଥିଲେ।’’ ଭାସ୍କର ହିଁ ଏବେ ସେମାନଙ୍କ ଚାଷ ଜମିକୁ ଚଳାଇବା ରଖିବା ପାଇଁ ତାଙ୍କ ଯୋଜନାର କେନ୍ଦ୍ରବିନ୍ଦୁ।  ସେ ହସି ହସି କୁହନ୍ତି, ‘‘ମୁଁ ପେଣ୍ଡା [ମୁଠାଏ] ପାଇଁ ଦଶ ପଇସା ପାଉଥିଲି ।’’ “କିନ୍ତୁ ଏଥିପାଇଁ ମୋତେ କେତେ ଥର ଯିବା ଆସିବା କରିବାକୁ ପଡୁଥିଲା। ମୁଁ ଦିନକୁ ଚାରାରୁ ପ୍ରାୟ ୧୦ଟଙ୍କା ପାଉଥିଲି।’’ ଏଥିପାଇଁ ସେ କେଇ କିଲୋମିଟର ଅଧିକ ଚାଲୁଥିଲେ ତା’ର ହିସାବ ରଖିନାହାଁନ୍ତି ଏବଂ ପ୍ରତିଦିନ ୧୦୦ ପେଣ୍ଡା ଚାରା ବିକ୍ରି କରୁଥିଲେ। ତାଙ୍କର ୧୬-୧୮ଘଣ୍ଟିଆ କର୍ମଦିବସ ତାଙ୍କ ରୋଜଗାର ଦେଇଥିଲା। ଏହି ଦୟନୀୟ ରୋଜଗାର ମଧ୍ୟରୁ ସେ ଏବଂ ତାଙ୍କର ସ୍ୱାମୀ ସଞ୍ଚୟ କରିଥିଲେ ଏବଂ ଜଙ୍ଗଲଧାରରେ କେହି କିଣୁନଥିବା ଜମି କିଣିଥିଲେ। ଏହା ପ୍ରାୟ ୪୦ବର୍ଷ ତଳେ ହୋଇଥିଲା। ସେ ୪.୫ ଏକର ପାଇଁ ଟ. ୧୨,୦୦୦ ଦେଇଥିଲେ। ଏହା ପରେ ପରିବାର ଏହି କଷ୍ଟକର ଜମିକୁ ଚାଷ କରିବା ପାଇଁ କ୍ରୀତଦାସ ଭଳି ଖଟିଥିଲେ। ସେ କୁହନ୍ତି, ‘‘ମୋର ଆଉ ଗୋଟିଏ ପୁଅ ଥିଲା କିନ୍ତୁ ସେ ମୃତ୍ୟୁବରଣ କଲା।’’

କମ୍ଲାବାଈ ତାଙ୍କ ୬୦-ଉତ୍ତର ବୟସରେ ଆଜି ମଧ୍ୟ ଦୀର୍ଘଦୂରତା ଚାଲନ୍ତି। ‘‘କ’ଣ କରାଯିବ ? ସେହି ଚାଷ ଜମି ଆମ ଗାଁଠାରୁ ଛଅ କିଲୋମିଟର ଦୂରରେ।  ଯେତେବେଳେ ମୁଁ ଶ୍ରମିକ ଭାବରେ କାମ ପାଏ ସେତେବେଳେ ଆୟ କରେ ଏବଂ ଏହା ପରେ ମୁଁ ଭାସ୍କର ଏବଂ ବନିତାଙ୍କୁ ସାହାଯ୍ୟ କରିବା ପାଇଁ ଜମିକୁ ଯାଏ।’’ ସରକାରୀ ପରିଯୋଜନା ସ୍ଥଳଗୁଡ଼ିକରେ କାର୍ଯ୍ୟ ପାଇବା ପାଇଁ ତାଙ୍କ ବୟସ ଖୁବ୍ଅଧିକ। ଏବଂ ସେଗୁଡ଼ିକରେ ଏକାକୀ ମହିଳା ଏବଂ ବିଶେଷ ଭାବରେ ବିଧବାମାନଙ୍କ ପ୍ରତି ଖୁବ୍ପାତରଅନ୍ତର କରାଯାଏ। ତେଣୁ ସେ ଯେ କୌଣସି କାମ ପାଆନ୍ତି ତାହା ଗ୍ରହଣ କରନ୍ତି।

PHOTO • P. Sainath

କମଲାବାଈ ମହାରାଷ୍ଟ୍ରର ଓ୍ୱାର୍ଦ୍ଧା ଜିଲ୍ଲାରେ ଲୋନାସାଲା ଗ୍ରାମରେ ଥିବା ସେମାନଙ୍କ ଘରେ ବୋହୂ ବନିତାଙ୍କ ସହ

ଏ ମଧ୍ୟରେ ପରିବାର ଜମିର ରକ୍ଷଣାବେକ୍ଷଣ କରିଛି। ଏହା ଖୁବ୍ସୁନ୍ଦର ଏବଂ ଉର୍ବର ଦେଖାଯାଉଛି। ସେ ପ୍ରାୟତଃ ପରିବାରର ଶ୍ରମ ଦ୍ୱାରା ତିଆରି ହୋଇଥିବା ବଡ଼ କୂଅକୁ ଦେଖାଇ କହିଲେ ‘‘ଏହି କୂଅକୁ ଦେଖନ୍ତୁ’’। ‘‘ଯଦି ଆମେ ଏହାକୁ ସଫା କରିବୁ ଏବଂ ମରାମତି କରିବୁ ଆମେ ଅଧିକ ପାଣି ପାଇବୁ।’’ କିନ୍ତୁ ସେଥିପାଇଁ ଅତିକମ୍ରେ ଟ. ୧୫,୦୦୦ ଆବଶ୍ୟକ ହେବ। ଏବଂ ଏହା ବ୍ୟତୀତ ଜମିରେ ବାଡ଼ ଦେବାରେ ଟ. ୧ଲକ୍ଷ ଖର୍ଚ୍ଚ ହେବ। ସେମାନେ ସେମାନଙ୍କ ଜମିର ଗଡ଼ାଣି ମୁଣ୍ଡରେ ଥିବା ଏକରେ ଜମିକୁ ଗୋଟିଏ ପୋଖରୀରେ ବଦଳାଇ ଦେଇପାରିବେ କିନ୍ତୁ ସେଥିପାଇଁ ଆଉ ଅଧିକ ଖର୍ଚ୍ଚ ଆବଶ୍ୟକ ହେବ। ବର୍ତ୍ତମାନ ବ୍ୟାଙ୍କ ଋଣଗୁଡ଼ିକ ଅସମ୍ଭବ ଏବଂ ତାଙ୍କର ଭାଙ୍ଗି ଯାଇଥିବା ଘରକୁ ଠିକ୍ଭାବରେ ମରାମତି କରିବାକୁ ଆଉ ୨୫,୦୦୦ ଟଙ୍କା ଦରକାର ହେବ। ସେ କୁହନ୍ତି, ‘‘ମୋ ସ୍ୱାମୀ ଆତ୍ମହତ୍ୟା କଲେ କାରଣ ଫସଲ ହାନି କାରଣରୁ ଋଣ ଟ. ୧.୫.ଲକ୍ଷରେ ପହଞ୍ଚି ଯାଇଥିଲା।’’ ସେମାନେ ସେ ମଧ୍ୟରୁ କିଛି ଶୁଝିଲେ ଏବଂ ସରକାର ଦେଇଥିବା ଟ. ୧ଲକ୍ଷ କ୍ଷତିପୂରଣରୁ ଅଧିକାଂଶ ଘର ଚଳାଇବାରେ ଖର୍ଚ୍ଚ ହେଲା। ଏବେ ବି ତାଙ୍କୁ ଋଣଦାତାମାନେ ହଇରାଣ କରୁଛନ୍ତି। ସେ କୁହନ୍ତି, ‘‘ଆମେ ଭଲରେ ଚଳୁଥିଲୁ। କିନ୍ତୁ ଏହା ପରେ କେଇ ବର୍ଷ ପର୍ଯ୍ୟନ୍ତ କୃଷି ପ୍ରକୃତରେ ବିଫଳ ହେଲା ଏବଂ ଆମେ ଖୁବ୍କ୍ଷତି ସହିଲୁ।’’

ଅନ୍ୟ ନିୟୁତ ନିୟୁତ ବ୍ୟକ୍ତିଙ୍କ ପରେ ତାଙ୍କ ପରିବାର ଗତ ଦଶକମାନଙ୍କରେ ସର୍ବବୃହତ କୃଷି ବିପର୍ଯ୍ୟୟ ଦ୍ୱାରା ଆଘାତ ପାଇଥିଲେ। କୃଷିରେ ନିବେଶ ଖର୍ଚ୍ଚ ବୃଦ୍ଧି, ଲାଭ ହ୍ରାସ, ଋଣର ଅଭାବ, ଏବଂ ରାଜ୍ୟର ସହଯୋଗ ପ୍ରତ୍ୟାହାର ଇତ୍ୟାଦି। ସେ କୁହନ୍ତି, ‘‘ଗାଁରେ ସମସ୍ତଙ୍କର ମଧ୍ୟ ସେହି ସମାନ କଥା’’। ଗତବର୍ଷ ମଧ୍ୟ ଫସଲ ବିପର୍ଯ୍ୟୟ ଆସିଥିଲା। ସେ ବିପୁଳ କ୍ଷତି ସହିଲେ। ଭାସ୍କର ବିଟି-କପା ଚାଷ କରିଥିଲେ, ସେମାନେ ବିପୁଳ ଭାବରେ କ୍ଷତିଗ୍ରସ୍ତ ହେଲେ। ସେ କୁହନ୍ତ, ‘‘ଆମେ ସବୁ ମିଶାଇ ମାତ୍ର ଦୁଇ କ୍ୱିଣ୍ଟାଲ ପାଇଲୁ।’’

ସରକାର ଏହା ଉପରେ କ୍ଷତିକୁ ବଢ଼ାଇଲେ। ଗତବର୍ଷ ଆରମ୍ଭରେ ସେମାନେ ତାଙ୍କୁ ଜଣେ ‘‘ଛାଡ଼ ଯୋଜନା’’ର ‘‘ହିତାଧିକାରୀ’’ କଲେ। ଏହି ଅଧୀନରେ କମ୍ଲାବାଈ ଗୋଟିଏ ଦାମୀ ‘‘ଅଧା ଜର୍ସି’’ (ଅଧା ଜର୍ସି) ଗାଈ କିଣିବାକୁ ବାଧ୍ୟ ହେଲେ। ଯାହା ସେ ଚାହୁଁନଥିଲେ। ଯଦିଓ  ଅଧିକ ସବ୍ସିଡି ଦିଆଯାଇଥିଲା ତଥାପି ତାଙ୍କୁ ଏଥିପାଇଁ ତାଙ୍କ ଭାଗ ଭାବରେ ଟ. ୫,୫୦୦ ଦେବାକୁ ହେଲା। ସେ ଆମକୁ କହିଥିଲେ, ‘‘ସେହି ଡାହାଣୀ ଆମେ ସମସ୍ତେ ମିଶି ଯେତିକି ଖାଉଥିଲୁ ତା’ଠାରୁ ଅଧିକ ଖାଇଲା ଏବଂ ଏହା ଖୁବ୍କମ୍ଦୁଗ୍ଧ ଦେଲା।’’ (ଦି ହିନ୍ଦୁ, ୨୩ ନଭେମ୍ବର ୨୦୦୬)। 

ବିପରୀତ ଭାଗ

ସେ ଦୀର୍ଘଶ୍ୱାସ ପକାଇ କହିଲେ ସେବେଠାରୁ, ‘‘ମୁଁ ଦୁଇଥର ଗାଈଟିକୁ ଦେଇସାରିଲିଣି କିନ୍ତୁ ସେମାନେ ସବୁବେଳେ ଏହାକୁ ଫେରାଇ ଦେଉଛନ୍ତି।’’ ଯେଉଁମାନଙ୍କୁ ସେ ଏହି ପଶୁକୁ ଦେଇ ଦେଇଛନ୍ତି ସେମାନେ ଏହାକୁ ଫେରାଇ ଦିଅନ୍ତି, କୁହନ୍ତି, ‘‘ଆମେ ଏହାକୁ ଖୁଆଇବା ପାଇଁ ଏତେ ଖର୍ଚ୍ଚ କରିପାରିବୁ ନାହିଁ।’’ ତେଣୁ ଏବେ ‘‘ମୁଁ ଜଣେ ପଡ଼ୋଶୀଙ୍କୁ ମାସିକ ୫୦ଟଙ୍କା ଦେଉଛି ଏହି ଗାଈର ଯତ୍ନ ନେବାକୁ।’’ ଏହା ଗୋଟିଏ ପ୍ରକାର ବିପରିତ ଭାଗ ଦେବା।  ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଛି ଯେ ଯଦି ଗାଈ ଯେମିତି ଦୁଗ୍ଧ ଦେବା ଉଚିତ୍ସେମିତି ଦୁଗ୍ଧ ଦିଏ ତେବେ ସେ ଏହାର ଅଧା ଭାଗ ପାଇବେ। ଏହା ଏକ ସମ୍ଭାବ୍ୟ ଭବିଷ୍ୟତ ପାଇଁ। ବର୍ତ୍ତମାନ  ଯେଉଁ ଗାଈ ତାଙ୍କର ଯତ୍ନ ନେବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ ତା’ର ଯତ୍ନ ନେବା ପାଇଁ ତାଙ୍କୁ ଅର୍ଥ ବ୍ୟୟ କରିବାକୁ ହେଉଛି। 

କିନ୍ତୁ ତାଙ୍କର ଆତ୍ମା ଏବେ ବି ଭାଙ୍ଗି ଯାଇନାହିଁ। ଏବେ ବି ଯେଉଁଦିନ ସେ କାମ ପାଆନ୍ତି ନାହିଁ ସେଦିନ ଦୀର୍ଘରାସ୍ତା ଚାଲି ନିଜ ଚାଷ ଜମିରେ ପହଞ୍ଚନ୍ତି। ଆଜି ତାଙ୍କର ଛୋଟ କିନ୍ତୁ ଉତ୍ସାହି ନାତିନାତୁଣୀ ଗୋଟିଏ ଯାତ୍ରା ସମୟରେ ତାଙ୍କ ପାଖରେ ଏକ ମଜାଦାର ଚିତ୍ର ସୃଷ୍ଟି କରିଛନ୍ତି। ସେମାନଙ୍କର ବଞ୍ଚିବା ଏବଂ ଭବିଷ୍ୟତ ହିଁ ତାଙ୍କର ବୃହତ୍ତମ ପ୍ରେରଣାକାରୀ। ସବୁ ସମୟ ପରି ସେ ମୁଣ୍ଡ ଟେ କି ଚାଲନ୍ତି। କିନ୍ତୁ ଯେତେବେଳେ ସେ ସେମାନଙ୍କ ଆଡ଼କୁ ଦେଖନ୍ତି ନିଜ ଆଖିର ଲୁହ ଲୁଚାଇପାରନ୍ତି ନାହିଁ। କମଲାବାଈ ନିଷ୍ପତ୍ତି ନେଇଛନ୍ତି ଯେ ଆତ୍ମହତ୍ୟା ମୃତକମାନଙ୍କ ବିଷୟରେ ନୁହେଁ, ଏହା ବଞ୍ଚିଥିବା ଲୋକଙ୍କ ପାଇଁ। ଏବଂ ସେମାନଙ୍କ ପାଇଁ ସେ ସଂଗ୍ରାମ ଅବ୍ୟାହତ ରଖିଛନ୍ତି।  

ଏହି ପ୍ରବନ୍ଧ ମୌଳିକ ଭାବରେ ୨୧ ମଇ ୨୦୦୭ରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା। 

https://www.thehindu.com/todays-paper/tp-opinion/Suicides-are-about-the-living-not-the-dead/article14766288.ece

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath