ମରୁଡିର ବ୍ୟାଖ୍ୟା, ଆକଳନ ଓ ଘୋଷଣା ଯେଉଁଭଳି କରାଯାଏ ତାହା  ଡିସେମ୍ବର ୨୦୧୬ର ଭାରତ ସରକାରଙ୍କ କୃଷି ବିଭାଗ ମରୁଡି ପରିଚାଳନା ମାନୁଏଲ୍‌  ପ୍ରକାଶ ପାଇବା ପରେ ବହୁମାତ୍ରାରେ ବଦଳି ଯାଇଛି । ପରିବର୍ତ୍ତନ ଯୋଗୁଁ ଶସ୍ୟ (କ୍ଷତି) ହିସାବ ଓ ମରୁଡି ଆକଳନ ମଧ୍ୟରେ ରହିଥିବା ସମ୍ପର୍କ ଛିନ୍ନ ହୋଇଯାଇଛି । ଏବଂ ପ୍ରକୃତରେ କହିଲେ,  ରାଜ୍ୟ ସରକାରଙ୍କଠାରୁ ମରୁଡି ପରିସ୍ଥିତି ଘୋଷଣା କରାଯିବା କ୍ଷମତା ଚାଲିଯାଇଛି – କେନ୍ଦ୍ର ପ୍ରଦାନ କରିଥିବା ଅଧିକାରଗୁଡିକ ବ୍ୟତୀତ ।  

ଉଦାହରଣ ସ୍ୱରୂପ, ଏହି ବର୍ଷ ଅକ୍ଟୋବର୍‌ ୩୧ରେ, ମହାରାଷ୍ଟ୍ରର ୩୫୮ ତାଲୁକାରୁ ୧୫୧ଟି ତାଲୁକା ମରୁଡି ଦ୍ୱାରା ପ୍ରଭାବିତ ହୋଇଥିବା ଘୋଷଣା କରାଗଲା, କିନ୍ତୁ ପ୍ରକୃତରେ ପ୍ରାୟ ୨୦୦ରୁ ଅଧିକ ତାଲୁକା  ପ୍ରଭାବିତ ହୋଇଥିଲେ । ଏକାଧିକ କାରକ ଯାହା ପାରମ୍ପରିକ ଭାବେ କ୍ଷତିପୂରଣ ପ୍ରଦାନ କରାଯିବା ବେଳେ ବିଚାର ପରିସରଭୁକ୍ତ କରାଯାଉଥିଲା (ଉଦାହରଣ, ଚାଷ ଖରାପ ହେବା ପରେ କଣ କୃଷକମାନେ ବାଧ୍ୟ ହୋଇ ଦ୍ୱିତୀୟ ବା ତୃତୀୟ ଥର ପାଇଁ ବିହନ ବୁଣିଥିଲେ ଆଦି) ତାହା ଆଜି ଅପ୍ରାସଙ୍ଗିକ ହୋଇଯାଇଛି । ସାଟେଲାଇଟ୍‌ ଡାଟା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ – ଯାହା ଦ୍ୱିତୀୟ ଥର ହୋଇଥିବା ବୁଣା କାମ ଗ୍ରହଣ କରିପାରେ ନାହିଁ – ଏହା ନିଶ୍ଚିତ କରୁଛି ।

ଅନେକ ପରିବର୍ତ୍ତନ କରାଯାଇଛି ଓ ସେଗୁଡିକ ଅତି ଗୁରୁତ୍ୱପୂର୍ଣ୍ଣ – ଓ ସେଥିମଧ୍ୟରୁ ଅଧିକାଂଶ ପ୍ରକୃତରେ କୃଷକମାନଙ୍କ କ୍ଷତି ସାଧନ କରିବ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath