PHOTO • Priyanka Kakodkar

ମୁମ୍ବାଇ : ଚଳିତ ବର୍ଷ ଜାନୁଆରୀ ଏବଂ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୬୦୧ ଜଣ କୃଷକ ଆତ୍ମହତ୍ୟା କରିଥିବା ବିଷୟରେ ଟିଓଆଇ ରିପୋର୍ଟ କରିବାର ଗୋଟିଏ ଦିନ ପରେ, କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ସଂସଦରେ କହିଥିଲେ ଯେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ମାତ୍ର ତିନି ଜଣ ଆତ୍ମହତ୍ୟା କରିଛନ୍ତି ।

ଟିଓଆଇର ରିପୋର୍ଟ ରାଜ୍ୟ ସରକାରଙ୍କ ତଥ୍ୟ ଉପରେ ଆଧାରିତ ଥିଲା । କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ତାଙ୍କ ସଂଖ୍ୟାଗୁଡ଼ିକ ରାଜ୍ୟ ସରକାରଙ୍କଠାରୁ ମିଳିଥିବା ରିପୋର୍ଟ ଉପରେ ଆଧାର କରିଥିଲା । ସିଂହ ସଂସଦରେ କହିଥିଲେ,‘‘ମୁଁ ଅଦିନିଆ ବର୍ଷା ଏବଂ କୁଆପଥର ବୃଷ୍ଟି ଜନିତ କୃଷକ ଆତ୍ମହତ୍ୟା ଉପରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟକୁ ଆଧାର କରି ମୋର ଉତ୍ତର ଦେଉଛି । ମୁଁ ଜାଣେନି ଏଗୁଡ଼ିକ କେତେ ଭରସାଯୋଗ୍ୟ।’’

ରାଜ୍ୟ କଂଗ୍ରେସ୍ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଜନତାଙ୍କ ଆଖିରେ ଧୂଳି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିବା ସହ ରାଜ୍ୟ ବ୍ୟାପୀ ଆନ୍ଦୋଳନର ଧମକ ଦେଇଛି । କଂଗ୍ରେସ ସାଂସଦ ଏବଂ ଦଳର ପ୍ରାଦେଶିକ ମୁଖ୍ୟ ଅଶୋକ ଚୌହ୍ଵାନ କହିଛନ୍ତି,‘‘ବିଜେପି ସରକାର ଏକଦମ୍ସମ୍ବେଦନହୀନ । କିଏ ଏହି କମ୍ସଂଖ୍ୟାକୁ ବିଶ୍ୱାସ କରିବ’’। ଏଥିସହ ସେ କହିଥିଲେ,‘‘ଆମେ ସମ୍ପୂର୍ଣ୍ଣ ଋଣଛାଡ ଏବଂ ପ୍ରଭାବିତ କୃଷକମାନଙ୍କ ପରିଜନମାନଙ୍କ ନିମନ୍ତେ କ୍ଷତିପୂରଣ ଦାବିରେ ଏକ ରାଜ୍ୟ ବ୍ୟାପି ଆନ୍ଦୋଳନ ଆରମ୍ଭ କରିବୁ ।’’

ଏହା ପରେ ରାଜ୍ୟ କୃଷି ମନ୍ତ୍ରୀ ଏକନାଥ ଖଡ଼ସେ କହିଥିଲେ ଯେ ଏହି ସଂଖ୍ୟା ମଧ୍ୟରେ କୌଣସି ଅମେଳ ନାହିଁ । ସେ ଏକ ଟିଭି ଚ୍ୟାନେଲ୍କୁ କହିଥିଲେ, ‘‘ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୬୦୧ ଜଣ କୃଷକ ଆତ୍ମହତ୍ୟା କରିଥିଲେ, ଯାହା ମଧ୍ୟରୁ ୧୪୧ ଜଣ ସହାୟତା ପାଇଁ ଯୋଗ୍ୟ, କିନ୍ତୁ ମାତ୍ର ତିନି ଜଣ ଅଦିନିଆ ବର୍ଷା ଏବଂ କୁଆପଥର ବୃଷ୍ଟି ସହ ସଂଯୁକ୍ତ।’’


ରିପୋର୍ଟ  ୧୪: ଏହି କାହାଣୀର ମୌଳିକ ସଂସ୍କରଣ ୨୧ ଏପ୍ରିଲ୍୨୦୧୫ରେ ଟାଇମ୍ସ ଅଫ୍ଇଣ୍ଡିଆରେ ପ୍ରକାଶିତ ହୋଇଥିଲା।

ଏହି ସିରିଜ୍ର ଆଉ ଅଧିକ :

ରିପୋର୍ଟ ୧ : ପାଖାପାଖି ୮୦୦୦୦ ବାସହୀନ ବୃଦ୍ଧ ଭୋକିଲା

ରିପୋର୍ଟ ୨ : ମହାରାଷ୍ଟ୍ରରେ ୯୦ ଲକ୍ଷ କୃଷକ ମରୁଡ଼ି ଦ୍ୱାରା ପ୍ରଭାବିତ

ରିପୋର୍ଟ ୩ : ଖରିଫ ଫସଲ ଉପରେ ମରୁଡ଼ି ମାଡ଼ ଶସ୍ୟ ଉପରେ ପ୍ରହାର

ରିପୋର୍ଟ ୪ : ମହାରାଷ୍ଟ୍ରରେ ଚାଷୀ ଆତ୍ମହତ୍ୟା ହାର ୪୦% ବୃଦ୍ଧି

ରିପୋର୍ଟ ୫ : ଚାଷର ତିକ୍ତ ଅନୁଭୂତି : ଯେଉଁଠି ଗ୍ରାମବାସୀଙ୍କୁ ପାତ୍ରରେ ପାଣି ଭରିବା ଲାଗି ଘଣ୍ଟା ଘଣ୍ଟା ମାଟି ଖୋଳିବାକୁ ପଡ଼ୁଛି

ରିପୋର୍ଟ ୬ : ମରୁଡ଼ି ଜନିତ ପଳାୟନ କାରଣରୁ ବୟସ୍କ କୃଷି ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି

ରିପୋର୍ଟ ୭ : ମରୁଡ଼ି ପ୍ରବଣ ମରାଠାୱାଡ଼ାରେ ୪୮ଟି ବୋରୱେଲ ଥିବା ବ୍ୟକ୍ତି

ରିପୋର୍ଟ ୮ : ବ୍ୟାଙ୍କ ଆକାଉଣ୍ଟ ନଥିବାରୁ ମହାରାଷ୍ଟ୍ରର ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ମିଳିଲାନି ସହାୟତା

ରିପୋର୍ଟ ୯ : କୃଷି ବୀମା ସପକ୍ଷରେ ମହାରାଷ୍ଟ୍ର ସରକାରଙ୍କ ମତ, ବିରୋଧୀ ଟାଇମ୍ସ ଅଫ ଇଣ୍ଡିଆର ଆତ୍ମହତ୍ୟା ରିପୋର୍ଟ ବିଷୟରେ କଲେ ଉଲ୍ଲେଖ

ରିପୋର୍ଟ ୧୦ : ଅଧ୍ୟୟନ : ଚାଷୀ ନୁହନ୍ତି, ଅଧିକ ଋଣ ହଡ଼ପ କରି ନେଉଛନ୍ତି କୃଷି କର୍ପୋରେଟ

ରିପୋର୍ଟ ୧୧ : ଚାଷୀଙ୍କୁ ୨୫ହଜାର ଟଙ୍କାରୁ କମ ପ୍ରତ୍ୟକ୍ଷ ଋଣ ପ୍ରଦାନ ହାର ୨୩%ରୁ ୪.୩%କୁ ହ୍ରାସ

ରିପୋର୍ଟ ୧୨ : ମହାରାଷ୍ଟ୍ରର ୭୦,୦୦୦ କ୍ଷୁଦ୍ର ନଦୀବନ୍ଧର ମାତ୍ର ୧୨% କ୍ଷମତା ଉପଯୋଗ

ରିପୋର୍ଟ ୧୩ : ଅଦିନିଆ ବର୍ଷା : ମାତ୍ର ତିନି ମାସରେ ମହାରାଷ୍ଟ୍ରର ୬୦୧ ଜଣ ଚାଷୀଙ୍କ ଆତ୍ମହତ୍ୟା

ରିପୋର୍ଟ ୧୫ : କମ ଚାଷୀ ଆତ୍ମହତ୍ୟା ସପକ୍ଷରେ ରାଜ୍ୟ ସରକାରଙ୍କ ଯୁକ୍ତି : କେବଳ ତିନି ଜଣ ଅଦିନିଆ ବର୍ଷାକୁ ଦାୟୀ କରିଛନ୍ତି

ରିପୋର୍ଟ ୧୬ : ଗୋମାଂସ ନିଷେଧ, କିନ୍ତୁ ସରକାରୀ ଗୋଶାଳାର ଦେଖାମିଳୁନି

ଅନୁବାଦ: ଓଡ଼ିଶାଲାଇଭ୍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE