ଲାଡ୍‌ ହାଇକୋ ହୁଏତ’ ଯଥେଷ୍ଟ ସରଳ ବ୍ୟଞ୍ଜନ ପରି ମନେ ହୋଇପାରେ କାରଣ ଏଥିରେ କେବଳ ଦୁଇଟି ସାମଗ୍ରୀ - ବୁଲୁମ୍‌ (ଲୁଣ) ଏବଂ ସାସଙ୍ଗ (ହଳଦୀ) ବ୍ୟବହାର କରାଯାଏ। କିନ୍ତୁ ରୋଷେୟା କୁହନ୍ତି ପ୍ରକୃତ କାରିଗରୀ ଏହାର ପ୍ରସ୍ତୁତି ପ୍ରକ୍ରିୟାରେ ରହିଛି।

ରୋଷେୟା ହେଉଛନ୍ତି ଝାଡ଼ଖଣ୍ଡର ଜଣେ ହୋ ଆଦିବାସୀ ବିର୍ସା ହେମ୍ବ୍ରମ୍‌। ସେ କୁହନ୍ତି ଲାଡ୍‌ ହାଇକୋ ବିନା ବର୍ଷା ଋତୁର କଳ୍ପନା କରି ହେବ ନାହିଁ। ଏହା ଏକ ପାରମ୍ପରିକ ମାଛ ବ୍ୟଞ୍ଜନ ଯାହାକୁ ସେ ତାଙ୍କ ମୁଦାଇ (ବାପା ମା’)ଙ୍କ ଠାରୁ ଶିଖିଥିଲେ।

ଏହି ୭୧ ବର୍ଷ ବୟସ୍କ ମତ୍ସ୍ୟଜୀବୀ ଓ ଚାଷୀ ଖୁଣ୍ଟପାଣି ବ୍ଲକ୍‌ର ଜଙ୍କୋସାସନ ଗ୍ରାମରେ ରୁହନ୍ତି ଏବଂ କେବଳ ହୋ ଭାଷାରେ କଥା ହୁଅନ୍ତି। ଏହା ହେଉଛି ଏକ ଅଷ୍ଟ୍ରୋଏସିଆଟିକ୍‌ ଆଦିବାସୀ ଭାଷା ଯେଉଁଥିରେ କେବଳ ଏହି ସମ୍ପ୍ରଦାୟର ଲୋକମାନେ କଥା ହୋଇଥା’ନ୍ତି। ଝାଡ଼ଖଣ୍ଡରେ, ୨୦୧୩ରେ ହୋଇଥିବା ଶେଷ ଜନଗଣନା ଅନୁଯାୟୀ ଏହି ସମ୍ପ୍ରଦାୟର ୯ଲକ୍ଷରୁ ଅଧିକ ଲୋକ ଅଛନ୍ତି; ଅଳ୍ପ କିଛି ହୋ ସମ୍ପ୍ରଦାୟର ଲୋକ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ରୁହନ୍ତି (ଭାରତରେ ଅନୁସୂଚିତ ଜନଜାତିର ପରିସଂଖ୍ୟାନ ସ୍ଥିତି , ୨୦୧୩)

ବର୍ଷା ଦିନେ ବିର୍ସା ପ୍ରଥମେ ନିକଟସ୍ଥ ପାଣି ଭର୍ତ୍ତି ଖାଲୁଆ ଜମିରୁ ହାଡ୍‌ ହାଇକୋ (କରାଣ୍ଡି), ଇଚେହାଇକୋ (ଚିଙ୍ଗୁଡ଼ି), ବୁମ୍‌ ବୁଇ, ଦାଣ୍ଡିକେ ଏବଂ ଡୁଡ଼ି ମାଛ ଧରନ୍ତି ଏବଂ ସେଗୁଡ଼ିକୁ ଭଲ ଭାବେ ସଫା କରି ଦିଅନ୍ତି। ଏହାପରେ ସେଗୁଡ଼ିକୁ ସଦ୍ୟ ତୋଳା ହୋଇଥିବା କଖାରୁ ପତ୍ର ଭିତରେ ରଖନ୍ତି। ସଠିକ୍‌ ପରିମାଣରେ ଲୁଣ ଓ ହଳଦୀ ଗୋଳାଇବା ଗୁରୁତ୍ୱପୂର୍ଣ୍ଣ, ‘‘ଅଧିକ ହୋଇଗଲେ ଲୁଣିଆ ଏବଂ କମ୍‌ ହୋଇଗଲେ ଅଲଣା ଲାଗେ। ଭଲ ସ୍ୱାଦ ପାଇଁ ମାତ୍ର ସମ୍ପୂର୍ଣ୍ଣ ଠିକ୍‌ ହେବା  ଜରୁରୀ!’’ ହେମ୍ବ୍ରମ୍‌ କୁହନ୍ତି।

ମାଛ ଯେମିତି ନପୋଡ଼ିବ ତାହା ସୁନିଶ୍ଚିତ କରିବା ଲାଗି, ସେ ପତଳା କଖାରୁ ପତ୍ର ଉପରେ ମୋଟା ଶାଳ ପତ୍ର ଗୁଡ଼ାଇଥା’ନ୍ତି। ଏହା ପତ୍ର ଏବଂ କଞ୍ଚା ମାଛକୁ ସୁରକ୍ଷା ଦେଇଥାଏ, ସେ କୁହନ୍ତି। ଯେତେବେଳେ ମାଛ ପ୍ରସ୍ତୁତ ହୋଇଯାଏ, ସେ କଖାରୁ ପତ୍ର ସହିତ ଏହାକୁ ଖାଇବା ଲାଗି ପସନ୍ଦ କରିଥା’ନ୍ତି। ସେ କୁହନ୍ତି, ‘‘ମାଛ ଘୋଡ଼ାଇବା ପାଇଁ ବ୍ୟବହାର କରାଯାଉଥିବା ପତ୍ରକୁ ମୁଁ ସାଧାରଣତଃ ଫିଙ୍ଗି ଦେଇଥାଏ, କିନ୍ତୁ ଏସବୁ କଖାରୁ ପତ୍ର, ତେଣୁ ମୁଁ ଏହାକୁ ଖାଇଦେବି। ଯଦି ତୁମେ ଏହାକୁ ଠିକ୍‌ ଭାବେ ରାନ୍ଧି ପାରିବ, ପତ୍ରର ସ୍ୱାଦ ମଧ୍ୟ ମୋତେ ଠିକ୍‌ ଲାଗିବ।’’

ଦେଖନ୍ତୁ: ବିର୍ସା ହେମ୍ବ୍ରମ୍ ଏବଂ ଲାଡ୍ ହାଇକୋ

ଏହି ଭିଡିଓକୁ ହୋ’ରୁ ହିନ୍ଦୀକୁ ଅନୁବାଦ କରିବା ପାଇଁ ପରୀ ପକ୍ଷରୁ ଅର୍ମାନ୍‌ ଜାମୁଦାଙ୍କୁ ପରୀ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି।

ପରୀର ବିଲୁପ୍ତପ୍ରାୟ ଭାଷା ପ୍ରକଳ୍ପର ଲକ୍ଷ୍ୟ ହେଉଛି ଭାରତର ଦୁର୍ବଳ ଭାଷା କହୁଥିବା ସାଧାରଣ ଲୋକଙ୍କ ସ୍ୱର ଓ ଜୀବନ୍ତ ଅନୁଭୂତି ଜରିଆରେ ଏହି ଭାଷାଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିବା।

ହୋ’ ଭାଷା ମଧ୍ୟ ଓ ପୂର୍ବ ଭାରତର ଆଦିବାସୀମାନେ କହୁଥିବା ଅଷ୍ଟ୍ରୋଏସୀୟ ଭାଷାର ମୁଣ୍ଡା ଶାଖାର ଏକ ଅଂଶବିଶେଷ। ୟୁନେସ୍କୋର ଭାଷା ଆଟଲାସ୍‌ ହୋ’ ଭାଷାକୁ ଭାରତର ଅନ୍ୟତମ ସମ୍ଭାବ୍ୟ ଦୁର୍ବଳ ଭାଷା ଭାବେ ତାଲିକାଭୁକ୍ତ କରାଯାଇଛି

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ କଥିତ ଭାଷାକୁ ନେଇ ଏହି ଦସ୍ତାବିଜକରଣ କରାଯାଇଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Video : Rahul Kumar

Rahul Kumar is a Jharkhand-based documentary filmmaker and founder of Memory Makers Studio. He has been awarded a fellowship from Green Hub India and Let’s Doc and has worked with Bharat Rural Livelihood Foundation.

Other stories by Rahul Kumar
Text : Ritu Sharma

Ritu Sharma is Content Editor, Endangered Languages at PARI. She holds an MA in Linguistics and wants to work towards preserving and revitalising the spoken languages of India.

Other stories by Ritu Sharma
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE